
Trust & Safety
EMI ଠକାମିରୁ ସୁରକ୍ଷିତ ରହିବାର ଉପାୟ
PhonePe Regional|3 min read|04 May, 2021
ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI) କିଛିଦିନ ପୂର୍ବରୁ ଋଣ ଗ୍ରହୀତାମାନଙ୍କୁ ସେମାନଙ୍କ EMI/କ୍ରେଡିଟ୍ କାର୍ଡ୍ ପେମେଣ୍ଟକୁ ତିନି ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁମତି ଦେଇଛନ୍ତି। ପରିଶୋଧର ସୂଚୀରେ କିଛି ପରିବର୍ତ୍ତନ ହେଲେ ଗ୍ରାହକଙ୍କୁ ଋଣ ପେମେଣ୍ଟ କରିବାରେ ସମାନ୍ୟ ଆରାମ ମିଳିଥାଏ।
ଠକମାନେ ଏହି ବ୍ୟବସ୍ଥାଟିକୁ ନିଜର ସୁବିଧା ପାଇଁ ବ୍ୟବହାର କରିବାକୁ ତତ୍ପର ରହିଥାନ୍ତି। EMI ଠକାମିର ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି, ଠକମାନେ ବ୍ୟାଙ୍କ୍ର ପ୍ରତିନିଧି ରୂପେ ଋଣ ସ୍ଥଗିତକରଣ କ୍ଷେତ୍ରରେ ଋଣ ଗ୍ରହୀତାଙ୍କୁ ସାହାଯ୍ୟ କରିବା ବାହାନା କରି ଠକି ଚାଲୁଛନ୍ତି।
ନିମ୍ନଲିଖିତ ଉପାୟ ଅବଲମ୍ବନ କରି ଠକମାନେ ନିଜ କାର୍ଯ୍ୟକୁ ପରିଣାମ ଦେଇଥାନ୍ତି:
ପରିସ୍ଥିତି 1: ଆପଣଙ୍କ ବ୍ୟାଙ୍କ୍ର ପ୍ରତିନିଧି ବୋଲି ଦାବି କରି କୌଣସି ବ୍ୟକ୍ତି ଆପଣଙ୍କୁ କଲ୍ କରିପାରନ୍ତି । ସେହି ବ୍ୟକ୍ତି ଆପଣଙ୍କ ଋଣ EMI କୁ ସ୍ଥଗିତ କରିବା ପାଇଁ ଆପଣଙ୍କୁ ଡେବିଟ୍/କ୍ରେଡିଟ୍ କାର୍ଡ୍ ନମ୍ବର, CVV ଶେୟାର କରିବାକୁ ଅନୁରୋଧ କରିବେ। ଆପଣ ଏହି ବିବରଣୀଗୁଡ଼ିକ ଦେଇ ସାରିବା ପରେ, ଠକ ଜଣକ ଟାଞ୍ଜାକ୍ସନ କରିବାକୁ ଆରମ୍ଭ କରିଦିଏ ଏବଂ ଆପଣଙ୍କ ଫୋନ୍ରେ ଆସିଥିବା OTP ପଚାରିଥାଏ । ଆପଣ ଯେତେବେଳେ ସେହି OTP ଟି ଦେଇ ଦିଅନ୍ତି, ଆପଣଙ୍କ ଟଙ୍କା ଉଭାନ ହୋଇଯାଏ।
ପରିସ୍ଥିତି 2 : ଠକ ଜଣକ ଆପଣଙ୍କୁ ବ୍ୟାଙ୍କ୍ ପ୍ରତିନିଧି ବୋଲି ନିଜର ପରିଚୟ ଦେଇ କଲ୍ କରି ଆପଣଙ୍କ EMI ର ସମୟ ବୃଦ୍ଧି ହୋଇଛି ବୋଲି କହିଥାଏ ଏବଂ ଆପଣଙ୍କୁ ଗୋଟିଏ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ କହିଥାଏ କିମ୍ବା ଏହି ସମୟ ବୃଦ୍ଧିର ପ୍ରକ୍ରିୟାକୁ ଗ୍ରହଣ କରିବାକୁ ସିଧାସଳଖ PhonePe ଆପ୍ ଖୋଲିବାକୁ କହିଥାଏ। ଆପଣଙ୍କୁ ନିଜର UPI ପିନ୍ ଦେଇ ନୋଟିଫିକେଶନ ଆଇକନରେ ଆସିଥିବା ଅନୁରୋଧକୁ ଅନୁମୋଦନ କରିବା ପାଇଁ ମଧ୍ୟ କହିପାରେ। କେତେକେ କ୍ଷେତ୍ରରେ, ଠକ ବ୍ୟାଙ୍କ୍ଗୁଡ଼ିକର ନାମ କିମ୍ବା ଲୋଗୋର ବ୍ୟବହାର କରି ମେସେଜ୍ ପଠାଇପାରେ ଏବଂ ସେହିଥିରେ ଲେଖା ହୋଇଥାଏ “ଋଣ EMI ସ୍ଥଗିତ ରଖିବା ପାଇଁ ଅନୁରୋଧ ଅନୁମୋଦନ କରନ୍ତୁ”। ଆପଣ ଅନୁରୋଧଟିକୁ ଅନୁମୋଦନ କରିବା ପରେ ଆପଣଙ୍କ ଟଙ୍କା ଠକ ପାଖକୁ ଚାଲିଯାଇଥାଏ।
ପରିସ୍ଥିତି 3: ଆପଣଙ୍କ EMI ସମୟରେ ନ ଦେଲେ ଆପଣଙ୍କୁ ଜୋରିମାନା ଦେବାକୁ ହେବ ବୋଲି କହି ଜଣେ ‘ବ୍ୟାଙ୍କ୍ ଅଧିକାରୀ’ କଲ୍ କରିବେ। ସେ ଆପଣଙ୍କୁ ସାହାଯ୍ୟ କରିବେ ବୋଲି କହିବେ ଏବଂ ଆପଣଙ୍କୁ AnyDesk ଆପ୍ କିମ୍ବା ଅନ୍ୟ ସ୍କ୍ରିନ୍-ଶେୟାରିଂ ଆପ୍ ଇନ୍ଷ୍ଟଲ କରିବାକୁ କହିବେ। ଆପଣଙ୍କ ଡିଭାଇସ୍ର ରିମୋଟ୍ ଆକ୍ସେସ ପାଇବା ପରେ, ‘ବ୍ୟାଙ୍କ୍ ଅଧିକାରୀ’ ଯିଏ ପ୍ରକୃତରେ ଜଣେ ଠକ ସେ ଆପଣଙ୍କ ମୋବାଇଲ୍ ବ୍ୟାଙ୍କିଂ ଆପ୍ର ପିନ୍ ଏବଂ ପାସ୍ୱାର୍ଡ ପାଇଯିବ ଏବଂ ଆପଣଙ୍କ ଆକାଉଣ୍ଟ୍ ବିବରଣୀର ଅପ-ବ୍ୟବହାର କରିବ। ଏହିପରି ଭାବରେ ଆପଣଙ୍କ ଟଙ୍କା ଠକଙ୍କ ଆକାଉଣ୍ଟ୍କୁ ଚାଲିଯିବ।
ଦୟାକରି ଅଜଣା କଲର୍ଙ୍କ ଠାରୁ ସାବଧାନ ରୁହନ୍ତୁ ଯିଏ ନିଜକୁ ବ୍ୟାଙ୍କ୍ ପ୍ରତିନିଧି ହୋଇଥିବାର ଦାବି କରିଥାନ୍ତି ଏବଂ ଉପରେ ବର୍ଣ୍ଣିତ ପରିସ୍ଥିତିଗୁଡ଼ିକର ବ୍ୟବହାର କରି ନିଜର ସେବାଗୁଡ଼ିକର ପ୍ରଦର୍ଶନ କରିଥାନ୍ତି । ଦୟାକରି ମନେ ରଖନ୍ତୁ ଯେ ଆପଣଙ୍କ ବ୍ୟାଙ୍କ୍ କେବେ ବି PhonePe ମାଧ୍ୟମରେ ଆପଣଙ୍କ EMI ର ସମୟ ବୃଦ୍ଧି କରିପାରିବ ନାହିଁ। ତତ୍ସହିତ, EMI ସ୍ଥଗିତ ରଖିବା ପାଇଁ ଆପଣଙ୍କୁ OTP ଶେୟାର କରିବା ଏବଂ UPI ପିନ୍ ଦେବାକୁ ପଡ଼େନାହିଁ।
ଆପଣ କିପରି ସୁରକ୍ଷିତ ରହିପାରିବେ ଏଠାରେ ଦେଖନ୍ତୁ:
- ସମ୍ବେଦନଶୀଳ ବିବରଣୀ ଯେପରିକି କାର୍ଡ୍ ନମ୍ବର, CVV, ସମୟ ସମାପ୍ତି ତାରିଖ, ପିନ୍ କିମ୍ବା OTP ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଶେୟାର କରନ୍ତୁ ନାହିଁ। PhonePe ପ୍ରତିନିଧି ରୂପେ ପରିଚୟ ଦେଇ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଏହି ବିବରଣୀ ପଚାରନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଇମେଲ୍ ପଠାଇବାକୁ କୁହନ୍ତୁ। କେବଳ @phonepe.com ଡୋମେଇନ୍ରୁ ଆସିଥିବା ଇମେଲ୍ର ଉତ୍ତର ଦିଅନ୍ତୁ।
- ସମସ୍ତ ବ୍ୟାଙ୍କ୍ ଇମେଲ୍ କେବଳ ସୁରକ୍ଷିତ https ଡୋମେଇନ୍ରୁ ଆସିଥାଏ। [XYZ]@gmail.com କିମ୍ବା ଅନ୍ୟ କୌଣସି ଇମେଲ୍ ପ୍ରଦାନକାରୀ ଡୋମେଇନ୍ରୁ ଆସିଥିବା ଇମେଲ୍କୁ ଉପେକ୍ଷା କରନ୍ତୁ।
- ସର୍ବଦା ମନେ ରଖନ୍ତୁ PhonePe ରେ ଟଙ୍କା ପ୍ରାପ୍ତ କରିବା ପାଇଁ ଆପଣଙ୍କୁ କେବେବି ପେମେଣ୍ଟ କରିବାକୁ କିମ୍ବା ଆପଣଙ୍କ UPI ପିନ୍ ଦେବାକୁ ପଡ଼ି ନଥାଏ।
- ‘Pay’ ବା ‘ପେମେଣ୍ଟ’ ଉପରେ କ୍ଲିକ୍ କରିବା ପୂର୍ବରୁ କିମ୍ବା ଆପଣଙ୍କ UPI ପିନ୍ ଦେବା ପୂର୍ବରୁ ଆପଣଙ୍କ PhonePe ଆପ୍ରେ ଦେଖା ଯାଉଥିବା ମେସେଜ୍କୁ ଭଲ ଭାବରେ ପଢ଼ନ୍ତୁ ।
- AnyDesk କିମ୍ବା TeamViewer ପରି ତୃତୀୟ-ପକ୍ଷ ଆପ୍ଗୁଡ଼ିକ ଡାଉନ୍ଲୋଡ କିମ୍ବା ଇନ୍ଷ୍ଟଲ କରନ୍ତୁ ନାହିଁ ।
- Google, Twitter, FB ଇତ୍ୟାଦିରେ PhonePe ଗ୍ରାହକ ସହାୟତା ନମ୍ବର ଖୋଜନ୍ତୁ ନାହିଁ । PhonePe ଗ୍ରାହକ ସହାୟତା ସହ ଯୋଗାଯୋଗ କରିବାର ଏକମାତ୍ର ମାଧ୍ୟମ ହେଉଛି https://phonepe.com/en/contact_us.html
- PhonePe ସହାୟତାରୁ ହୋଇଥିବା ଦାବି କରୁଥିବା ଯେକୌଣସି ଯାଞ୍ଚ ହୋଇ ନଥିବା ମୋବାଇଲ୍ ନମ୍ବରକୁ କେବେ କଲ୍ କରନ୍ତୁ ନାହିଁ କିମ୍ବା ସେହି ନମ୍ବରରୁ ଆସୁଥିବା ଫୋନ୍ ଉଠାନ୍ତୁ ନାହିଁ ।
ଯଦି ଜଣେ ଠକ ଆପଣଙ୍କ ସହ ଯୋଗାଯୋଗ କରେ ତେବେ ଆପଣଙ୍କୁ କଣ କରିବା ଉଚିତ୍?
- ସେହିକ୍ଷଣି ଆପଣଙ୍କ ନିକଟବର୍ତ୍ତୀ ସାଇବର୍ କ୍ରାଇମ୍ ସେଣ୍ଟରରେ ଏହି ଘଟଣା ବିଷୟରେ ରିପୋର୍ଟ କରନ୍ତୁ ଏବଂ ପୋଲିସ୍କୁ ପ୍ରଯୁଜ୍ୟ ବିବରଣୀ (ଫୋନ୍ ନମ୍ବର, ଟ୍ରାଞ୍ଜାକ୍ସନ ବିବରଣୀ, କାର୍ଡ୍ ନମ୍ବର, ବ୍ୟାଙ୍କ୍ ଆକାଉଣ୍ଟ୍ ଇତ୍ୟାଦି) ପ୍ରଦାନ କରି FIR ଦାଖଲ କରନ୍ତୁ ।
- ଆପଣଙ୍କ PhonePe ଆପ୍ରେ ଲଗ୍ଇନ୍ କରନ୍ତୁ ଏବଂ ‘ସହାୟତା’ ବିଭାଗକୁ ଯାଆନ୍ତୁ । ଆପଣ ‘ଆକାଉଣ୍ଟ୍ ସୁରକ୍ଷା ସମସ୍ୟା/ଜାଲିଆତି କାର୍ଯ୍ୟକଳାପ ରିପୋର୍ଟ କରନ୍ତୁ’ ବିଭାଗକୁ ଯାଇ ଆପଣଙ୍କ ସହ ହୋଇଥିବା ଠକାମି ଘଟଣା ବିଷୟରେ ରିପୋର୍ଟ କରିପାରିବେ ।
- ବିଭିନ୍ନ ସୋସିଆଲ୍ ମେଡିଆ ପ୍ଲାଟ୍ଫର୍ମରେ ଥିବା ଆମର ଅଫିସିଆଲ୍ ଆକାଉଣ୍ଟ୍ରେ ହିଁ ଆମ ସହ ଯୋଗାଯୋଗ କରନ୍ତୁ ।
Twitter ହ୍ୟାଣ୍ଡେଲ୍: https://twitter.com/PhonePe
https://twitter.com/PhonePeSupport
Facebook ଆକାଉଣ୍ଟ୍: https://www.facebook.com/OfficialPhonePe/
ୱେବ୍: support.phonepe.com
Keep Reading
Trust & Safety
Identity Theft via KYC Fraud: How to Stay Protected
In KYC identity theft, fraudsters steal your personal information or create fake identities and use them to complete the KYC process fraudulently. Once verified, they gain unauthorized access to your accounts or use your KYC to open a new account, take loans and credit cards in your name, leading to financial loss and reputational damage.
Trust & Safety
Lost your phone? Here’s what you need to do to safeguard your savings
Your smartphone is no longer just a communication tool – it is your wallet, your bank and your identity. And thieves know this. They are not just looking to swindle your phone for some quick money but know that once they unlock it, they have access to much more. This blog details how financial frauds happen after device theft—and how you can prevent them.
Trust & Safety
PhonePe’s Guardrails: Future of Payment Security
The world of digital payments is changing rapidly and with consumers expecting more reliable and seamless transactions, the payments ecosystem has become more complex. The future of digital payments therefore depends on trust, privacy, and security. In this blog, we illustrate our continued efforts in creating secure and trustworthy systems.