
Trust & Safety
KYC ଠକେଇ ମାଧ୍ୟମରେ ପରିଚୟ ଚୋରି: କିପରି ସୁରକ୍ଷିତ ରହିବେ
PhonePe Regional|3 min read|21 July, 2025
ଯେତେବେଳେ ଆପଣ କୌଣସି ଏକ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାରେ ଏକ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି, ସେମାନେ ଆପଣଙ୍କୁ ଆପଣଙ୍କ ପରିଚୟର ଯାଞ୍ଚ କରାଇବାକୁ କହିଥାନ୍ତି। ଏହା ଏକ KYC ପ୍ରକ୍ରିୟା ମାଧ୍ୟମରେ କରାଯାଏ ଯେଉଁଥିରେ ଆଧାର, PAN କିମ୍ବା ଅନ୍ୟାନ୍ୟ RBI-ଅନୁମୋଦିତ ଡକ୍ୟୁମେଣ୍ଟ ପରି ବିଭିନ୍ନ ଡକ୍ୟୁମେଣ୍ଟ ଦାଖଲ କରିବା ଅନ୍ତର୍ଭୁକ୍ତ ହୋଇଥାଏ।
ଆଜିକାଲି, ଆର୍ଥିକ ସଂସ୍ଥାଗୁଡ଼ିକ “ଡିଜିଟାଲ KYC” ମାଧ୍ୟମରେ ଏହି ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ କରୁଛନ୍ତି। ଏହି ଡିଜିଟାଲ KYCରେ ଗ୍ରାହକଙ୍କ ଲାଇଭ ଫଟୋ ଏବଂ ସେମାନଙ୍କ ଡକ୍ୟୁମେଣ୍ଟ କିମ୍ବା ଆଧାର ପ୍ରମାଣକୁ କ୍ୟାପଚର କରାଯାଇଥାଏ ଯେଉଁଥିରେ ଅଫଲାଇନ ଯାଞ୍ଚ କରାଯାଇପାରିବ ନାହିଁ।
KYC ଠକେଇ ମାଧ୍ୟମରେ ପରିଚୟ ଚୋରି କ’ଣ?
KYC ପରିଚୟ ଚୋରିରେ ଠକମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରନ୍ତି କିମ୍ବା ଏକ ନକଲି ପରିଚୟ ସୃଷ୍ଟି କରନ୍ତି ଏବଂ KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଜାଲିଆତି କରି ସେଗୁଡ଼ିକର ବ୍ୟବହାର କରନ୍ତି। ଯାଞ୍ଚ ସମ୍ପନ୍ନ ହେବା ପରେ ସେମାନେ ଆପଣଙ୍କ ଆକାଉଣ୍ଟକୁ ଅନଧିକୃତ ଭାବରେ ଆକ୍ସେସ କରିପାରନ୍ତି କିମ୍ବା ଏକ ନୂତନ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କ KYC ବ୍ୟବହାର କରନ୍ତି, ଆପଣଙ୍କ ନାମରେ ଲୋନ ଏବଂ କ୍ରେଡିଟ କାର୍ଡ ନିଅନ୍ତି ଯାହା ଆପଣଙ୍କର ଆର୍ଥିକ କ୍ଷତି କରିବା ସହିତ ଆପଣଙ୍କ ସୁନାମକୁ କ୍ଷତିଗ୍ରସ୍ତ କରିଥାଏ।
ଆଜିର ଡିଜିଟାଲ ଦୁନିଆରେ ପରିଚୟ ଚୋରି ଏକ ବଡ଼ ବିପଦ ପାଲଟିଛି, ବିଶେଷକରି ଯେତେବେଳେ ଠକମାନେ ଚୋରି କିମ୍ବା ନକଲ କରାଯାଇଥିବା ଡକ୍ୟୁମେଣ୍ଟ ବ୍ୟବହାର କରି KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ସହିତ ଆପଣଙ୍କ ଆକାଉଣ୍ଟଗୁଡ଼ିକୁ ନିୟନ୍ତ୍ରଣ କରିଥାନ୍ତି।
ଏକାଧିକ ପରିସ୍ଥିତି ରହିଛି ଯେଉଁଥିରେ ପରିଚୟ ଚୋରି ହୋଇପାରେ
ପରିସ୍ଥିତି 1: ଠକମାନେ ଫିସିଂର ବିଭିନ୍ନ ପଦ୍ଧତି ମାଧ୍ୟମରେ ଆପଣଙ୍କ ବ୍ୟକ୍ତିଗତ ପରିଚୟ ତଥ୍ୟ ଚୋରି କରିଥାନ୍ତି। ସେମାନେ ପ୍ରାୟତଃ ଏହି ତଥ୍ୟର ଅପବ୍ୟବହାର କରି ଆପଣଙ୍କ ଆକାଉଣ୍ଟଗୁଡ଼ିକୁ ଆକ୍ସେସ କରନ୍ତି ଏବଂ ଅନଧିକୃତ ଟ୍ରାଞ୍ଜାକସନ କରନ୍ତି।
ଅର୍ଜୁନଙ୍କ ସହ ଜଣେ ଠକ ଯୋଗାଯୋଗ କରି ଇନଭେଷ୍ଟମେଣ୍ଟ ମାଧ୍ୟମରେ ଏକ ଆକର୍ଷଣୀୟ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇଥିଲା। ଆଗକୁ ବଢ଼ିବା ପାଇଁ ଅର୍ଜୁନଙ୍କୁ ବ୍ୟକ୍ତିଗତ ବିବରଣୀ ଯାଞ୍ଚ କରିବାକୁ କୁହାଯାଇଥିଲା। ଠକକୁ ଭରସା କରି ସେ ତାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ପରିଚୟ ପ୍ରମାଣ ତଥା OTP ସେୟାର କରିଥିଲେ ଏବଂ ବିଶ୍ୱାସ କରିଥିଲେ ଯେ ତାଙ୍କର ଇନଭେଷ୍ଟମେଣ୍ଟ ସୁରକ୍ଷିତ ଭାବରେ ପରିଚାଳିତ ହେବ। ଏହି ଚୋରି ହୋଇଥିବା ତଥ୍ୟକୁ ବ୍ୟବହାର କରି ଉକ୍ତ ଠକ ଜଣକ ଅର୍ଜୁନଙ୍କ ଆକାଉଣ୍ଟକୁ ଆକ୍ସେସ କରି ଅନଧିକୃତ ଟ୍ରାଞ୍ଜାକସନ କରିଥିଲା।
ପରିସ୍ଥିତି 2: ଠକମାନେ ଆପଣଙ୍କ ଆକାଉଣ୍ଟକୁ ଆକ୍ସେସ କରିବା ପାଇଁ ଆପଣଙ୍କୁ KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କହିଥାନ୍ତି। ସେମାନଙ୍କୁ ତଥ୍ୟ ମିଳିବା ପରେ ସେମାନେ ଆପଣଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିଥାନ୍ତି ଏବଂ ତାହାର ଅପବ୍ୟବହାର କରନ୍ତି।
ରୋହିଣୀଙ୍କ ସହ ଜଣେ ଠକ ଯୋଗାଯୋଗ କରି ସରକାରୀ ସବସିଡି ଯୋଜନାର ଲାଭ ପାଇବାରେ ସାହାଯ୍ୟ କରିବ ବୋଲି କହିଥିଲା। ସବସିଡି ପାଇବା ପାଇଁ ଏକ ଆକାଉଣ୍ଟ ଆବଶ୍ୟକ ବୋଲି କହି ଠକ ତାଙ୍କୁ ଏକ ଆକାଉଣ୍ଟ ତିଆରି କରିବା ସହିତ KYC ଯାଞ୍ଚ ସମ୍ପୂର୍ଣ୍ଣ କରିବାକୁ କହିଥିଲା। ଠକକୁ ଭରସା କରି ରୋହିଣୀ ତାଙ୍କର ବ୍ୟକ୍ତିଗତ ବିବରଣୀ ଦାଖଲ କରିଥିଲେ। ଠକ ରୋହିଣୀଙ୍କ KYC ତଥ୍ୟ ହାସଲ କରିବା ପରେ ତାଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲା ଏବଂ ଅନଧିକୃତ ଟ୍ରାଞ୍ଜାକସନ ପାଇଁ ତାହାର ଅପବ୍ୟବହାର କରିଥିଲା, ଯାହା ଫଳରେ ରୋହିଣୀଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା।
ପରିସ୍ଥିତି 3: ଠକମାନେ ସୁକୌଶଳରେ ଆପଣଙ୍କୁ ଏପରି ଏକ ଆକାଉଣ୍ଟ ପାଇଁ KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପ୍ରବର୍ତ୍ତାଇ ପାରନ୍ତି ଯାହା ଆପଣଙ୍କ ଆକାଉଣ୍ଟ ନୁହେଁ। ତା’ ପରେ ସେମାନେ ଆପଣଙ୍କ ଅଜାଣତରେ ଠକେଇ କାର୍ଯ୍ୟକଳାପ ପାଇଁ ଉକ୍ତ ଆକାଉଣ୍ଟର ଅପବ୍ୟବହାର କରନ୍ତି।
ଡେଭିଡଙ୍କୁ ଜଣେ ଠକ ଯୋଗାଯୋଗ କରି ଲୋନ ପାଇବାରେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏପରି ଏକ ଆକାଉଣ୍ଟ ପାଇଁ KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଠକ ଜଣକ ଡେଭିଡଙ୍କୁ କହିଥିଲା ଯେଉଁ ଆକାଉଣ୍ଟଟି ପୂର୍ବରୁ ଡେଭିଡଙ୍କ ନାମରେ ନୁହେଁ, ବରଂ ଠକର ନାମରେ ତିଆରି ହୋଇଥିଲା। ଏହା ଲୋନ ପାଇଁ ଆବେଦନ ପ୍ରକ୍ରିୟାର ଏକ ବୈଧ ଅଂଶ ବୋଲି ବିଶ୍ୱାସ କରି ଡେଭିଡ ରାଜି ହୋଇଥିଲେ। ସେ KYC ପାଇଁ ତାଙ୍କର ବ୍ୟକ୍ତିଗତ ବିବରଣୀ ଦାଖଲ କରିଥିଲେ ଯାହା ଅଜାଣତରେ ଠକକୁ ଆକାଉଣ୍ଟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରିଥିଲା। ତା’ପରେ ନକଲି ଲୋନ ଟ୍ରାଞ୍ଜାକସନ ପାଇଁ ଠକ ଜଣକ ଆକାଉଣ୍ଟର ଅପବ୍ୟବହାର କରିଥିଲା ଯାହା ଡେଭିଡଙ୍କୁ ବିଭିନ୍ନ ଅଜଣା ଏବଂ ଗୁରୁତର ବିପଦରେ ପକାଇଥିଲା।
KYC ଠକେଇ ଏବଂ ଆକାଉଣ୍ଟ ନିୟନ୍ତ୍ରଣ ସମ୍ବନ୍ଧରେ କେତେକ ଚେତାବନୀ ସଙ୍କେତ
- ଆପଣ ଅନୁରୋଧ କରିନଥିବା ଆକାଉଣ୍ଟ ଖୋଲିବା ବିଷୟରେ ଅପ୍ରତ୍ୟାଶିତ କଲ କିମ୍ବା ଇମେଲ।
- ଆପଣ ସ୍ୱୀକୃତି ଦେଇନଥିବା ଟ୍ରାଞ୍ଜାକସନ ପାଇଁ ଆଲର୍ଟ କିମ୍ବା SMS ନୋଟିଫିକେସନ।
- ଆପଣ ପୂର୍ବରୁ କେବେ ଆବେଦନ ନକରିଥିବା ବିଲ କିମ୍ବା କ୍ରେଡିଟ କାର୍ଡ ପାଇବା।
- ଆପଣଙ୍କ ବ୍ୟାଙ୍କ କିମ୍ବା ଆର୍ଥିକ ଆକାଉଣ୍ଟଗୁଡ଼ିକୁ ଆକ୍ସେସ କରିବାରେ ସମସ୍ୟା ଦେଖାଦେବା।
- ଅବାସ୍ତବ ପ୍ରତିଶ୍ରୁତି ମାଧ୍ୟମରେ ପ୍ରଲୋଭିତ କରି ସୁକୌଶଳରେ ଲୋକମାନଙ୍କ ପରିଚୟ ଚୋରି କରିବା।
ପରିଚୟ ଚୋରି ଏବଂ KYC ଠକେଇରୁ ନିଜକୁ କିପରି ସୁରକ୍ଷିତ ରଖିବେ
- ଆପଣଙ୍କର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖନ୍ତୁ: ଫୋନ, ଇମେଲ କିମ୍ବା ମେସେଜିଂ ଆପ ମାଧ୍ୟମରେ ଆଦୌ କୌଣସି ସମ୍ବେଦନଶୀଳ ଡକ୍ୟୁମେଣ୍ଟ କିମ୍ବା OTP ସେୟାର କରନ୍ତୁ ନାହିଁ।
- ଫିସିଂ ପ୍ରୟାସ ପ୍ରତି ସତର୍କ ରୁହନ୍ତୁ: ସନ୍ଦେହଜନକ ଲିଙ୍କରେ କ୍ଲିକ କରିବା କିମ୍ବା ଅବିଶ୍ୱସନୀୟ ୱେବସାଇଟରେ କୌଣସି ତଥ୍ୟ ସେୟାର କରିବାରୁ ଦୂରେଇ ରୁହନ୍ତୁ।
- ନିୟମିତ ଭାବରେ ଆପଣଙ୍କ ଆକାଉଣ୍ଟଗୁଡ଼ିକ ଉପରେ ନଜର ରଖନ୍ତୁ: କୌଣସି ଅନଧିକୃତ ଆକ୍ସେସ କରାହୋଇଛି କି ନାହିଁ, ତାହା ଜାଣିବା ପାଇଁ ନିୟମିତ ଭାବରେ ବ୍ୟାଙ୍କ ଷ୍ଟେଟମେଣ୍ଟ, କ୍ରେଡିଟ ରିପୋର୍ଟ ଏବଂ ଆକାଉଣ୍ଟ ପରିଚାଳନାକୁ ଚେକ କରନ୍ତୁ।
- ଶକ୍ତିଶାଳୀ ପ୍ରାମାଣିକିକରଣ ବ୍ୟବହାର କରନ୍ତୁ: ଯେଉଁଠାରେ ସମ୍ଭବ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ (2FA) ବ୍ୟବହାର କରନ୍ତୁ।
- ଯୋଗାଯୋଗ ସମ୍ବନ୍ଧରେ ଯାଞ୍ଚ କରନ୍ତୁ: ଯଦି ଆର୍ଥିକ ସଂସ୍ଥାଗୁଡ଼ିକ ଆପଣଙ୍କୁ ଅପ୍ରତ୍ୟାଶିତ ଭାବରେ ଯୋଗାଯୋଗ କରନ୍ତି, ତେବେ ଅଫିସିଆଲ ଯୋଗାଯୋଗ ଚ୍ୟାନେଲ ମାଧ୍ୟମରେ ସେମାନଙ୍କ ପରିଚୟ ଯାଞ୍ଚ କରନ୍ତୁ।
- ଅପବ୍ୟବହାର ହୋଇଥିବା ଡକ୍ୟୁମେଣ୍ଟଗୁଡ଼ିକ ସମ୍ବନ୍ଧରେ ତୁରନ୍ତ ରିପୋର୍ଟ କରନ୍ତୁ: ଯଦି ଆପଣଙ୍କର ପରିଚୟ ପତ୍ରଗୁଡ଼ିକର ଅପବ୍ୟବହାର ହୋଇଥାଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ସଂସ୍ଥାଗୁଡ଼ିକୁ ରିପୋର୍ଟ କରନ୍ତୁ।
- କେବଳ ଅଫିସିଆଲ KYC ଚ୍ୟାନେଲ ବ୍ୟବହାର କରନ୍ତୁ: ସରକାରୀ ୱେବସାଇଟ କିମ୍ବା ଯାଞ୍ଚ କରାହୋଇଥିବା ଏଜେଣ୍ଟମାନଙ୍କ ମାଧ୍ୟମରେ KYC ସମ୍ପୂର୍ଣ୍ଣ କରନ୍ତୁ।
ଯଦି ଆପଣଙ୍କର ପରିଚୟ ତଥ୍ୟ କୌଣସି PhonePe ଆକାଉଣ୍ଟରେ ଅପବ୍ୟବହାର କରାଯାଇଛି ତେବେ କ’ଣ କରିବେ
ଯଦି ଆପଣ PhonePe ମାଧ୍ୟମରେ ଠକେଇ ହୋଇଥିବାର ସନ୍ଦେହ କରୁଛନ୍ତି କିମ୍ବା ଠକେଇର ଶିକାର ହୋଇଛନ୍ତି, ତେବେ ନିମ୍ନଲିଖିତ ଯେକୌଣସି ଉପାୟ ବ୍ୟବହାର କରି ତୁରନ୍ତ ଅଭିଯୋଗ କରନ୍ତୁ:
- PhonePeର ଗ୍ରାହକ ସେବା ନମ୍ବର: PhonePeର ଗ୍ରାହକ ସେବା ନମ୍ବର 80–68727374/ 022–68727374ରେ କଲ କରି ଆପଣ ଆପଣଙ୍କ ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ। ଗ୍ରାହକ ସେବା ଏଜେଣ୍ଟ ଏକ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ସାହାଯ୍ୟ କରିବେ।
- ସୋସାଲ ମିଡ଼ିଆ: PhonePeର ଅଫିସିଆଲ ସୋସାଲ ମିଡ଼ିଆ ହ୍ୟାଣ୍ଡେଲଗୁଡ଼ିକ ବ୍ୟବହାର କରି ଆପଣ ଠକେଇ ଘଟଣାର ରିପୋର୍ଟ କରିପାରିବେ
- Twitter: https://twitter.com/PhonePeSupport
- Facebook: https://www.facebook.com/OfficialPhonePe
- Twitter: https://twitter.com/PhonePeSupport
- ଆପତ୍ତି: ଯଦି ଆପଣ ପୂର୍ବରୁ ଏକ ଅଭିଯୋଗ କରିଛନ୍ତି, ତେବେ ଆପଣଙ୍କ ଉକ୍ତ ଟିକେଟ ଆଇଡି ବ୍ୟବହାର କରି ଆପଣ https://grievance.phonepe.com/ରେ ଆପଣଙ୍କ ଆପତ୍ତି ଜଣାଇ ପାରିବେ।
କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବା
- ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 ନମ୍ବରରେ କଲ କରନ୍ତୁ।
- ଦୂରସଞ୍ଚାର ବିଭାଗ (DOT): ସଞ୍ଚାରସାଥୀ ପୋର୍ଟାଲରେ ଚକ୍ଷୁ ଫାସିଲିଟି ମାଧ୍ୟମରେ ସନ୍ଦେହଜନକ ମେସେଜ, କଲ କିମ୍ବା କୌଣସି ବିଭ୍ରାନ୍ତିକର ଅନୁରୋଧ ସମ୍ପର୍କରେ ରିପୋର୍ଟ କରନ୍ତୁ।