PhonePe Blogs Main Featured Image

Trust & Safety

ଆପଣଙ୍କ ଫୋନ ହଜିଗଲା? ଆପଣଙ୍କ ସେଭିଂସକୁ କିପରି ସୁରକ୍ଷିତ ରଖିପାରିବେ ତାହା ଜାଣିରଖନ୍ତୁ 

PhonePe Regional|4 min read|03 July, 2025

URL copied to clipboard

ରାତି 11ଟା ବାଜିଛି। ଆପଣଙ୍କ ସାଙ୍ଗ ଆପଣଙ୍କୁ ଘରେ ଛାଡ଼ିଦେଲେ ଏବଂ ଆପଣ ଆପଣଙ୍କ ଘର ଦ୍ୱାର ଖୋଲିବା ସମୟରେ ଅନୁଭବ କଲେ ଯେ ଆପଣଙ୍କ ପକେଟରେ ଫୋନ ନାହିଁ!  ଆପଣଙ୍କ ମନ ଭାଙ୍ଗିଯାଏ। ହୃଦୟ ଭିତରଟା ଥରି ଉଠେ।

ଯେତେବେଳେ ଆପଣ ଭୟଭୀତ ହୋଇଯାଆନ୍ତି, ଆପଣ ଠିକ୍ ଭାବରେ ମନେ ପକେଇପାରନ୍ତି ନାହିଁ ଯେ ଆପଣ ଆପଣଙ୍କ ଫୋନଟି କେଉଁଠି ଛାଡ଼ିକି ଆସିଛନ୍ତି। ହୁଏତ ଆପଣ ତାହାକୁ ସିନେମା ହଲରେ ଛାଡ଼ିଦେଇ ଥାଇପାରନ୍ତି। ହୁଏତ ଆପଣ  କିଣାକିଣି କରିବା ସମୟରେ ପକାଇ ଦେଇଥାଇପାରନ୍ତି। କିମ୍ବା  କେହି ଏହାକୁ ଚୋରି କରିଦେଇଥାଇପାରନ୍ତି!

ଆପଣ କେବଳ ଆପଣଙ୍କ ଫୋନରେ ଥିବା  ସବୁ ଡାଟା ବିଷୟରେ ଚିନ୍ତା କରିପାରିବେ – ଆପଣ ଲଗଇନ କରିଥିବା ପେମେଣ୍ଟ ଏବଂ ବ୍ୟାଙ୍କିଂ ଆପ ଏବଂ ସମ୍ଭବତଃ ଆପଣଙ୍କ ନୋଟ୍ସ ଆପରେ ଥିବା ଆପଣଙ୍କ ପାସୱାର୍ଡ।

ଆପଣ ଭୟଭୀତ ହେବା ସ୍ୱାଭାବିକ। ଆପଣଙ୍କ ସେଭିଂସକୁ ସୁରକ୍ଷିତ ରଖିବା ପାଇଁ ପରବର୍ତ୍ତୀ କିଛି ମିନିଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ମୋବାଇଲ ଚୋରିର ସତ୍ୟତା

ଆପଣଙ୍କର ସ୍ମାର୍ଟଫୋନ ଏବେ କେବଳ ଏକ ଯୋଗାଯୋଗର ମାଧ୍ୟମ ନାହିଁ – ଏହା ଆପଣଙ୍କର ୱାଲେଟ, ଆପଣଙ୍କର ବ୍ୟାଙ୍କ ଏବଂ ଆପଣଙ୍କର ପରିଚୟ। ଏବଂ ଚୋରମାନେ ଏହା ଭଲ ଭାବରେ ଜାଣନ୍ତି। ସେମାନେ କେବଳ ଶୀଘ୍ର କିଛି ଟଙ୍କା ପାଇଁ ଆପଣଙ୍କ ଫୋନକୁ ଚୋରି କରିବାକୁ ଚେଷ୍ଟା କରୁନାହାଁନ୍ତି ବରଂ ଜାଣିଛନ୍ତି ଯେ ଥରେ ସେମାନେ ଏହାକୁ ଅନଲକ କଲେ, ସେମାନେ ଆହୁରି ଅନେକ କିଛିର ଆକ୍ସେସ ପାଇପାରିବେ।

ଏହି ବ୍ଲଗରେ ଡିଭାଇସ ଚୋରି ପରେ କିପରି ଆର୍ଥିକ ଠକେଇ ହୁଏ – ଏବଂ ଆପଣ ସେଗୁଡ଼ିକୁ କିପରି ରୋକିପାରିବେ ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

ଡିଭାଇସ ଚୋରି ହେବା ପରେ କିପରି ଆର୍ଥିକ ଠକେଇ ହୋଇଥାଏ

ଡିଭାଇସ ଚୋରି ପରେ ହେଉଥିବା ଆର୍ଥିକ ଠକେଇ ପ୍ରାୟତଃ ଆଧୁନିକ ଡିଜିଟାଲ ଇକୋସିଷ୍ଟମର ଦୁର୍ବଳତାକୁ ବ୍ୟବହାର କରିଥାଏ। ଠକମାନେ କିଛି ପ୍ରକାରର ସମ୍ବେଦନଶୀଳ ବିଷୟର ସୁଯୋଗ ନିଅନ୍ତି ତାହା ଏଠାରେ ଦିଆଯାଇଛି: 

  1. ଅଟୋମେଟିକ ପଦ୍ଧତିରେ ଲଗଇନ କରିହେଉଥିବା ପେମେଣ୍ଟ ଆପ, ଯେପରିକି UPI, ଡିଜିଟାଲ ୱାଲେଟ କିମ୍ବା ବ୍ୟାଙ୍କିଂ ଆପ ଚୋରମାନଙ୍କୁ ପୁନଃପ୍ରମାଣୀକରଣ ବିନା ଟ୍ରାଞ୍ଜାକସନ ଆରମ୍ଭ କରିବାକୁ ଅନୁମତି ଦିଏ, ବିଶେଷକରି ଯଦି ଡିଭାଇସରେ ଏକ ଦୃଢ଼ ସ୍କ୍ରିନ ଲକ କିମ୍ବା ବାୟୋମେଟ୍ରିକ କିମ୍ବା ପିନ-ଆଧାରିତ ସୁରକ୍ଷା ପରି ଆପ-ସମ୍ପର୍କିତ ସୁରକ୍ଷାର ଅଭାବ ଥାଏ।
  2. ଚୋରମାନେ ସର୍ବନିମ୍ନ ପ୍ରୟାସରେ ସଂରକ୍ଷିତ ପେମେଣ୍ଟ ସୂଚନା ଆକ୍ସେସ କରିପାରିବେ, ତେଣୁ ବ୍ରାଉଜର କିମ୍ବା ଆପରେ ସେଭ କରାହୋଇଥିବା କାର୍ଡ ବିବରଣୀ ଅନଧିକୃତ କ୍ରୟକୁ ଆହୁରି ସରଳ କରିଥାଏ।
  3. ଦୁର୍ବଳ ସ୍କ୍ରିନ ଲକ, କିମ୍ବା ସେଗୁଡ଼ିକ ଉପଲବ୍ଧ ନଥିଲେ, ଡିଭାଇସ ଆକସେସ କରିବା ସହଜ ହୋଇଯାଏ, ବିଭିନ୍ନ ଆପର ନିର୍ଦ୍ଦିଷ୍ଟ ସୁରକ୍ଷା ଅଭାବରୁ ସମ୍ବେଦନଶୀଳ ଆପଗୁଡ଼ିକ ଖୋଲିଯାଏ।
  4. ଏହା ସହିତ, ଚୋରମାନେ ପୀଡ଼ିତଙ୍କ ଫୋନ ନମ୍ବରକୁ ଏକ ନୂଆ  ସିମକୁ ଟ୍ରାନ୍ସଫର କରିବାକୁ ଟେଲିକମ ପ୍ରଦାନକାରୀଙ୍କୁ ରାଜି କରାଇ ସିମ ସ୍ୱାପ ଆଟାକ କରିପାରନ୍ତି, ଏହାଦ୍ୱାରା ଟ୍ରାଞ୍ଜାକସନ ଭେରିଫିକେସନ ପାଇଁ ଉଦ୍ଦିଷ୍ଟ ଏକକାଳୀନ ପାସୱାର୍ଡ (OTP) କୁ ଅଟକାଇ ପାରନ୍ତି। ଏହି ଠକେଇ ପ୍ରକାର ବିଷୟରେ ଅଧିକ ସୂଚନା ପାଇଁ, ଆପଣ ଏହି ବ୍ଲଗ ପଢ଼ନ୍ତୁ।
  5. ଫିସିଂ ଆଟାକ ହେଉଛି ଆଉ ଏକ ସାଧାରଣ କୌଶଳ, ଯେଉଁଠାରେ ଠକମାନେ ପୀଡ଼ିତଙ୍କ କଣ୍ଟାକ୍ଟ କିମ୍ବା ଇମେଲ ଆକ୍ସେସ କରିବା ପାଇଁ ଚୋରି ହୋଇଥିବା ଡିଭାଇସକୁ ବ୍ୟବହାର କରନ୍ତି, ନିଜେ ପୀଡ଼ିତ ଭାବରେ ଛଳନା କରି ଅନ୍ୟମାନଙ୍କୁ ଠକାନ୍ତି ଯେପରି ସେମାନେ ସେମାନଙ୍କ ସମ୍ବେଦନଶୀଳ ସୂଚନା କିମ୍ବା ଟଙ୍କା ସେୟାର କରିଦେବେ। ଫିସିଂ ବିଷୟରେ ଅଧିକ ବୁଝିବା ପାଇଁ, ଆପଣ ଏହି ବ୍ଲଗ ପଢ଼ିପାରିବେ।

ଏହି ପଦ୍ଧତିଗୁଡ଼ିକ ଟେକ୍ନୋଲୋଜି ଏବଂ ମାନବୀୟ ଦୁର୍ବଳତା ଉଭୟର ଲାଭ ଉଠାଇଥାଏ, ଯାହାଦ୍ୱାରା ଡିଭାଇସ ଚୋରି ଏକ  ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କ୍ଷତିର କାରଣ ହୋଇଥାଏ।

ଡିଭାଇସ ଚୋରିରୁ ସୁରକ୍ଷିତ ରହିବାର ଉପାୟ ଜାଣିବା କାହିଁକି ଅତ୍ୟନ୍ତ ଆବଶ୍ୟକ

ଭାରତରେ ଡିଭାଇସ ଚୋରି ପରେ ଆର୍ଥିକ ଠକେଇ ମାମଲାଗୁଡ଼ିକ ତୀବ୍ର ଭାବରେ ବୃଦ୍ଧି ପାଇଛି, ଏବଂ ଏହା ପ୍ରାୟତଃ ସାମାନ୍ୟ ଅବହେଳାର କାରଣ – ଯେପରିକି ଦୁର୍ବଳ ସ୍କ୍ରିନ ଲକ କିମ୍ବା ଅଣନିରୀକ୍ଷଣ ଆକାଉଣ୍ଟ। ଚୋରି ବିରୋଧୀ ପଦକ୍ଷେପଗୁଡ଼ିକ ବିଷୟରେ ସଚେତନ ହେବା ଏବଂ ଗ୍ରହଣ କରିବା କେବଳ ୟୁଜରଙ୍କୁ ସେମାନଙ୍କର ଡିଭାଇସଗୁଡ଼ିକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ ନାହିଁ, ବରଂ ଆର୍ଥିକ ବିପଦକୁ ହ୍ରାସ କରିବା ଏବଂ କ୍ଷତିକୁ ଏଡାଇବା ପାଇଁ ସମୟୋଚିତ ପଦକ୍ଷେପ ନେବାକୁ ମଧ୍ୟ ସକ୍ଷମ କରିଥାଏ। ଏହା ସେମାନଙ୍କର ଡିଜିଟାଲ ଏବଂ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରେ।

ଆପଣଙ୍କ ଡିଭାଇସକୁ କିପରି ସୁରକ୍ଷିତ ରଖିବେ

ଡିଭାଇସ ଚୋରି ହେବା ପରେ ଆପଣଙ୍କର ଆର୍ଥିକ ସୂଚନାକୁ ସୁରକ୍ଷିତ ରଖିବା ପାଇଁ, ଏହି ସକ୍ରିୟ ପଦକ୍ଷେପଗୁଡ଼ିକ ଗ୍ରହଣ କରନ୍ତୁ:

  1. ଆପଣଙ୍କ ଡିଭାଇସକୁ ଦୃଢ଼ ଲକ ସହ ସୁରକ୍ଷିତ ରଖନ୍ତୁ: ଜଟିଳ ପାସୱାର୍ଡ, ବାୟୋମେଟ୍ରିକ ପ୍ରମାଣୀକରଣ (ଫିଙ୍ଗର ପ୍ରିଣ୍ଟ କିମ୍ବା ମୁହଁ ଚିହ୍ନଟ) ବ୍ୟବହାର କରନ୍ତୁ, ଏବଂ ନିଷ୍କ୍ରିୟତା ପରେ ଆପଣଙ୍କ ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ଅଟୋ-ଲକ ସକ୍ଷମ କରନ୍ତୁ। “1234” ଭଳି ପୂର୍ବାନୁମାନଯୋଗ୍ୟ ପିନକୁ ଏଡାନ୍ତୁ।
  2. ଆପ-ସ୍ତରୀୟ ଲକ ସେଟ ଅପ କରନ୍ତୁ: ଡିଭାଇସ ଅନଲକ ଥିଲେ ମଧ୍ୟ ଆପଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କିଂ ଏବଂ ପେମେଣ୍ଟ ଆପ (ଯଥା, PhonePeର ପ୍ରୋଫାଇଲ > ସୁରକ୍ଷା > ବାୟୋମେଟ୍ରିକ ଏବଂ ସ୍କ୍ରିନ ଲକ) ମଧ୍ୟରେ ଅତିରିକ୍ତ ପିନ କିମ୍ବା ବାୟୋମେଟ୍ରିକ୍ସ ସକ୍ଷମ କରନ୍ତୁ।
  3. ସମ୍ବେଦନଶୀଳ ସୂଚନାର ଅଟୋ-ସେଭ ବନ୍ଦ କରନ୍ତୁ: ଏନକ୍ରିପ୍ସନ ବିନା ବ୍ରାଉଜର କିମ୍ବା ଆପ୍ସରେ କାର୍ଡ ବିବରଣୀ କିମ୍ବା UPI ଆଇଡି ଷ୍ଟୋର କରନ୍ତୁ ନାହିଁ। ସୁରକ୍ଷିତ ଷ୍ଟୋରେଜ ପାଇଁ ବିଶ୍ୱସ୍ତ ପାସୱାର୍ଡ ମ୍ୟାନେଜର ବ୍ୟବହାର କରନ୍ତୁ।
  4. ରିମୋଟ ଟ୍ରାକିଂ ଏବଂ ଡାଟା ୱାଇପିଂ ଚାଲୁ କରନ୍ତୁ: ଆପଣଙ୍କ ଡିଭାଇସକୁ ଦୂରରୁ ଟ୍ରାକ, ଲକ୍ କିମ୍ବା ଲିଭାଇବା ପାଇଁ “Find My Device” (ଆଣ୍ଡ୍ରଏଡ) କିମ୍ବା “Find My iPhone” (iOS) ଚାଲୁ କରନ୍ତୁ।
  5. ସଫ୍ଟୱେର ଅପଡେଟ ରଖନ୍ତୁ: ସୁରକ୍ଷା ଦୁର୍ବଳତାଗୁଡ଼ିକୁ ସମାଧାନ କରିବା ପାଇଁ ନିୟମିତ ଭାବରେ ଆପଣଙ୍କ ଡିଭାଇସର ଅପରେଟିଂ ସିଷ୍ଟମ ଏବଂ ଆପଗୁଡ଼ିକୁ ଅପଡେଟ କରନ୍ତୁ।
  6. ଡିଭାଇସ ହଜିଯିବାର ତୁରନ୍ତ ରିପୋର୍ଟ କରନ୍ତୁ: ଆପଣଙ୍କର ସିମ କାର୍ଡକୁ ବ୍ଲକ କରିବା ପାଇଁ ଆପଣଙ୍କର ଟେଲିକମ ପ୍ରଦାନକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କରିବା ପାଇଁ ବ୍ୟାଙ୍କ କିମ୍ବା ୱାଲେଟ ପ୍ରଦାନକାରୀଙ୍କୁ ସୂଚିତ କରନ୍ତୁ।
  7. ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ଉପରେ ନଜର ରଖନ୍ତୁ: ଟ୍ରାଞ୍ଜାକସନ ପାଇଁ SMS/ଇମେଲ ଆଲର୍ଟ ସେଟ କରନ୍ତୁ ଏବଂ ପ୍ରତିଦିନ ଆକାଉଣ୍ଟଗୁଡ଼ିକ ଯାଞ୍ଚ କରନ୍ତୁ। ଅନଧିକୃତ କାରବାର ତୁରନ୍ତ ରିପୋର୍ଟ କରନ୍ତୁ।)
  8. ଡିଭାଇସ ବାଇଣ୍ଡିଂ ଫିଚର:  ବ୍ୟବହାର କରନ୍ତୁ: ନିଶ୍ଚିତ କରନ୍ତୁ ଯେ UPI ଆପ୍ସ (ଯଥା, PhonePe, Google Pay) ଡିଭାଇସ-ବନ୍ଧିତ, ସିମ ସ୍ୱାପ ହୋଇଥିଲେ ମଧ୍ୟ ଆଉଥରେ ଯାଞ୍ଚ ଆବଶ୍ୟକ କରେ।

ଆପଣଙ୍କର PhonePe ଆକାଉଣ୍ଟକୁ କିପରି ବ୍ଲକ କରିବେ ଏବଂ ପରେ କିପରି ଆକ୍ସେସ ପାଇପାରିବେ

ଯଦି ଆପଣଙ୍କ ଡିଭାଇସ ଚୋରି ହୋଇଯାଏ, ତେବେ ଅନଧିକୃତ ଆକ୍ସେସକୁ ରୋକିବା ପାଇଁ ତୁରନ୍ତ ଆପଣଙ୍କ PhonePe ଆକାଉଣ୍ଟକୁ ବ୍ଲକ କରନ୍ତୁ:

  • ଆକାଉଣ୍ଟ ବ୍ଲକ କରନ୍ତୁ
    • କଷ୍ଟମର କେୟାର ମାଧ୍ୟମରେ: ଚୋରି ବିଷୟରେ ରିପୋର୍ଟ କରିବା ଏବଂ ଆକାଉଣ୍ଟ ନିଲମ୍ବନର ଅନୁରୋଧ କରିବା ପାଇଁ 80-68727374 କିମ୍ବା 022-68727374 ରେ PhonePe ସପୋର୍ଟକୁ କଲ କରନ୍ତୁ।
    • ୱେବଫର୍ମ ମାଧ୍ୟମରେ: ସମସ୍ୟା ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରି PhonePe ସପୋର୍ଟ ଫର୍ମ ମାଧ୍ୟମରେ ଏକ ଟିକେଟ ଦାଖଲ କରନ୍ତୁ।
    • ସୋସିଆଲ ମିଡିଆ ମାଧ୍ୟମରେ: ଘଟଣା ବିଷୟରେ ରିପୋର୍ଟ କରିବା ପାଇଁ Twitterରେ @PhonePeSupport କିମ୍ବା Facebook ରେ OfficialPhonePe ରେ ଯୋଗାଯୋଗ କରନ୍ତୁ।
    • ସାଇବର କ୍ରାଇମ ସେଲ: ଯଦି ଠକେଇ ସନ୍ଦେହ ହୁଏ, ତେବେ cybercrime.gov.in ରେ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 ରେ କଲ କରନ୍ତୁ।
  • ଆକ୍ସେସ କିପରି ଫେରିପାଇବେ:
    • PhonePe ସପୋର୍ଟ ସହ ଯୋଗାଯୋଗ କରି: ଆପଣଙ୍କର ଏକ ନୂଆ ଡିଭାଇସ କିମ୍ବା ସିମ ଆସିଗଲେ, ଆପଣଙ୍କର ପରିଚୟ ଯାଞ୍ଚ (ଯଥା, ରେଜିଷ୍ଟର ମୋବାଇଲ ନମ୍ବର, ଇମେଲ୍, କିମ୍ବା KYC ବିବରଣୀ) କରିବା ପାଇଁ କଲ୍ କରନ୍ତୁ କିମ୍ବା ୱେବଫର୍ମ ବ୍ୟବହାର କରନ୍ତୁ
    • ଆକାଉଣ୍ଟ ଆଉଥରେ ଯାଞ୍ଚ କରନ୍ତୁ: ଆପଣଙ୍କ ଆକାଉଣ୍ଟକୁ ନୂଆ ଡିଭାଇସ ସହିତ ଆଉଥରେ ଲିଙ୍କ୍ କରିବା ପାଇଁ PhonePeର ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ, ଯେଉଁଥିରେ OTP ଯାଞ୍ଚ କିମ୍ବା KYC ଆଉଥରେ ଦାଖଲ ଅନ୍ତର୍ଭୁକ୍ତ ହୋଇପାରେ।
    • ଟ୍ରାଞ୍ଜାକସନ ଚେକ କରନ୍ତୁ: ଆକ୍ସେସ ଆଉଥରେ ପାଇବା ପରେ, PhonePe ଆପରେ ଆପଣଙ୍କର ପୁରୁଣା ଟ୍ରାଞ୍ଜାକସନକୁ ରିଭ୍ଯୁ କରନ୍ତୁ (ହେଲ୍ପ > ପୁରୁଣା ଟ୍ରାଞ୍ଜାକସନ) ଏବଂ ହେଲ୍ପ > ଟ୍ରାଞ୍ଜାକସନରେ କୌଣସି ସମସ୍ୟା ଅଛି  ମାଧ୍ୟମରେ ଯେକୌଣସି ଅନଧିକୃତ କାର୍ଯ୍ୟକଳାପ ରିପୋର୍ଟ କରନ୍ତୁ।
    • ଅଭିଯୋଗ ସମାଧାନ: ଯଦି ସମସ୍ୟା ଲାଗିରହେ, ତେବେ ବୃଦ୍ଧି ପାଇଁ ଆପଣଙ୍କର ଟିକେଟ ଆଇଡି ସହିତ grievance.phonepe.com ରେ ଲଗ ଇନ କରନ୍ତୁ।

ବୋନସ ରିସୋର୍ସ

  • ବିଭିନ୍ନ ପ୍ରକାରର ଠକେଇ ଏବଂ ତାହାଠାରୁ କିପରି ସୁରକ୍ଷିତ ରହିବେ ସେ ବିଷୟରେ ଜାଣନ୍ତୁ: ଏଠାରେ ପଢ଼ନ୍ତୁ।
  • ଆମର ଟ୍ରଷ୍ଟ ଏବଂ ସୁରକ୍ଷାର ପ୍ରମୁଖ ବାଖ୍ୟା କରନ୍ତି ଯେ କିପରି ଠକେଇ ଘଟେ ଏବଂ ଆମ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଆମେ କ’ଣ ପଦକ୍ଷେପ ନେବା ଉଚିତ ତାହା ଦେଖନ୍ତୁ। ଏଠାରେ ଦେଖନ୍ତୁ।

ଆପଣ  ଯଦି ଏହି ସ୍କାମର ଶିକାର ହୁଅନ୍ତି, ତେବେ କିପରି ରିପୋର୍ଟ କରିବେ

ଯଦି ଆପଣ PhonePe ମାଧ୍ୟମରେ ଜଣେ ଠକଙ୍କ ଦ୍ୱାରା ଠକାମିର ଶିକାର ହୋଇଛନ୍ତି, ତେବେ ଆପଣ ତୁରନ୍ତ ନିମ୍ନଲିଖିତ ଉପାୟରେ ଏହି ସମସ୍ୟା ସମ୍ପର୍କରେ ଅଭିଯୋଗ କରିପାରିବେ:

  1. PhonePe ଆପ:  “ହେଲ୍ପ” ବିଭାଗକୁ ଯାଆନ୍ତୁ ଏବଂ “ଟ୍ରାଞ୍ଜାକସନରେ ଏକ ସମସ୍ୟା ହୋଇଛି” ବିକଳ୍ପ ଅଧୀନରେ ଏହି ସମସ୍ୟାର ଅଭିଯୋଗ କରନ୍ତୁ।
  2. PhonePeର କଷ୍ଟମର କେୟାର ନମ୍ବର: PhonePeର କଷ୍ଟମର କେୟାର ନମ୍ବର 80–68727374 / 022–68727374ରେ କଲ କରି ଆପଣ ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ ଯାହା ପରେ  କଷ୍ଟମର କେୟାର ଏକ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ସାହାଯ୍ୟ କରିବେ।
  3. ୱେବଫର୍ମ ଦାଖଲ: PhonePeର ୱେବଫର୍ମ https://support.phonepe.com/ ବ୍ୟବହାର କରି ଆପଣ ଏକ ଟିକେଟ ମଧ୍ୟ ତିଆରି କରିପାରିବେ। 
  4. ସୋସାଲ ମିଡିଆ: PhonePeର ସୋସାଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ବ୍ୟବହାର କରି ଆପଣ ଠକେଇ ଘଟଣାର ରିପୋର୍ଟ କରିପାରିବେ।
    1. Twitter — https://twitter.com/PhonePeSupport
    2. Facebook — https://www.facebook.com/OfficialPhonePe
  5. ଅଭିଯୋଗ: ପୂର୍ବରୁ ଥିବା ଏକ ଅଭିଯୋଗ ସମ୍ପର୍କରେ ଏକ ଆପତ୍ତି ଜଣାଇବା ପାଇଁ ଆପଣ https://grievance.phonepe.com/ ରେ ଲଗଇନ କରି ପୂର୍ବରୁ ତିଆରି ହୋଇଥିବା ଟିକେଟ ଆଇଡି ସେୟାର କରିପାରିବେ।
  6. ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗର ରିପୋର୍ଟ କରିପାରିବେ କିମ୍ବା ଅନଲାଇନରେ https://www.cybercrime.gov.in/ ମାଧ୍ୟମରେ ଅଭିଯୋଗର ପଞ୍ଜିକରଣ କରିପାରିବେ କିମ୍ବା 1930 ନମ୍ବରରେ ସାଇବର କ୍ରାଇମ ସେଲ ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ରିମାଇଣ୍ଡର — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ମାଗେ ନାହିଁ। PhonePeରୁ ଆସିଛି ବୋଲି ଦାବି କରୁଥିବା ଅଥଚ phonepe.com ଡୋମେନରୁ ଆସିନଥିବା ସମସ୍ତ ପ୍ରକାରର ମେଲଗୁଡି଼କୁ ଅଣଦେଖା କରନ୍ତୁ। ଯଦି ଆପଣ ଠକେଇର ସନ୍ଦେହ କରୁଛନ୍ତି, ତେବେ ଦୟାକରି ତୁରନ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।

Keep Reading