
Trust & Safety
APK ସ୍କାମ ମାଧ୍ୟମରେ ନକଲି ଆପ ଡାଉନଲୋଡ କରିବାରୁ କିପରି ସୁରକ୍ଷିତ ରହିବେ
PhonePe Regional|3 min read|18 December, 2025
ସ୍ମାର୍ଟଫୋନରେ ଏବେ ସେହି ସବୁ ଜିନିଷ ରହୁଛି ଯାହା ଉପରେ ଆମେ ନିର୍ଭର କରୁ – ପେମେଣ୍ଟ, ବ୍ୟାଙ୍କିଂ ଆପ, ପରିଚୟ ପତ୍ର, କାମର ଉପକରଣ ଏବଂ ବ୍ୟକ୍ତିଗତ କଥାବାର୍ତ୍ତା। ଗୋଟିଏ ଡିଭାଇସ ଉପରେ ଏତେ ସବୁ ଜିନିଷ ନିର୍ଭର କରୁଥିବାରୁ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ସାଇବର ଅପରାଧୀଙ୍କର ନକଲି ଆପ ଏବଂ କ୍ଷତିକାରକ APK ଫାଇଲର ଅପବ୍ୟବହାର କରିବା ପ୍ରବୃତ୍ତି ବଢ଼ିବାରେ ଲାଗିଛି।
ଏହି ଠକାମି ପ୍ରାୟତଃ ବହୁତ ସାମାନ୍ୟ କଥାରୁ ଆରମ୍ଭ ହୋଇଥାଏ: WhatsApp କିମ୍ବା ଟେଲିଗ୍ରାମରେ ଏକ ଲିଙ୍କ, ମିସ ହୋଇଯାଇଥିବା ଟ୍ରାଫିକ ଚାଲାଣ କ୍ଲେମ କରିବା ପାଇଁ ଏକ SMS, କିମ୍ବା OTT ସବସ୍କ୍ରିପସନ ପରି ଏକ ପ୍ରିମିୟମ ସର୍ଭିସରେ “ମାଗଣା ଅପଗ୍ରେଡ” ଅଫରର ମେସେଜ। ମାତ୍ର ଗୋଟିଏ ଟାପ ଆପଣଙ୍କ ଫୋନର ନିୟନ୍ତ୍ରଣ ଏପରି କାହା ହାତକୁ ଟେକି ଦେଇପାରେ ଯାହାଙ୍କୁ ଆପଣ ଜାଣନ୍ତି ନାହିଁ।
APK ଡାଉନଲୋଡ କରିବା କାହିଁକି ବିପଜ୍ଜନକ?
ଗୋଟିଏ APK (ଆଣ୍ଡ୍ରଏଡ ପ୍ୟାକେଜ ଫାଇଲ) ଆପଣଙ୍କୁ Indus Appstore, Google Play Store ଏବଂ Apple App Store ପରି ବୈଧ ଆପ ଷ୍ଟୋର ବାହାରୁ ଆପ ଇନଷ୍ଟଲ କରିବାର ସୁବିଧା ଦେଇଥାଏ। ଯଦିଓ କେବେ କେବେ ଉଚିତ କାରଣ ପାଇଁ ଏହି ପ୍ରକାରର ଫାଇଲ ବ୍ୟବହାର କରାଯାଇଥାଏ, କିନ୍ତୁ ଏଗୁଡ଼ିକ ଅନୁମୋଦିତ ଆପ ଷ୍ଟୋରର ଆପଗୁଡ଼ିକ ପାଇଁ ଥିବା ସୁରକ୍ଷା ଯାଞ୍ଚକୁ ଏଡ଼ାଇ ଦେଇଥାଏ।
କିପରି ହୋଇଥାଏ ଏହି ସ୍କାମ?
ଠକମାନେ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ପଦ୍ଧତି ଅନୁସରଣ କରନ୍ତି:
- ଠକ ଜଣକ ଏକ ରିୱାର୍ଡ, ଲୋନ କିମ୍ବା ଜୋରିମାନା ହଟାଇବାକୁ ପ୍ରତିଶ୍ରୁତି ଦେଇ ପୀଡ଼ିତଙ୍କୁ ଏକ SMS କିମ୍ବା ଲିଙ୍କ ଫରୱାର୍ଡ କରି ଲୋଭ ଦେଖାଇଥାଏ।
- ଲିଙ୍କଟି ଏକ ଅନୁମୋଦିତ ଆପ ଷ୍ଟୋରର ଇନଷ୍ଟଲ ବଦଳରେ ସିଧାସଳଖ ଏକ ନକଲି ଆପର APK ଡାଉନଲୋଡକୁ ନେଇଯାଏ।
- ଏକ ପ୍ରମ୍ପଟ ମାଧ୍ୟମରେ ସବୁ ପ୍ରକାର ଅତିରିକ୍ତ ଅନୁମତି ମଗାଯାଏ (SMS, ଯୋଗାଯୋଗ, ସହଜ ପ୍ରବେଶ, ନୋଟିଫିକେସନ ଇତ୍ୟାଦି)।
- ନକଲି ଆପଟି ହୁଏତ ଦୃଶ୍ୟମାନ କାର୍ଯ୍ୟ କରେ ନାହିଁ କିମ୍ବା କ୍ରାସ ହୋଇଯାଏ – କିନ୍ତୁ ମାଲୱେର ନୀରବରେ ଚାଲୁ ରହିଥାଏ।
- ପରଦା ପଛରେ: OTP ଅବରୋଧ, ସ୍କ୍ରିନ-ଓଭରଲେ ଆଟାକ, ବ୍ୟାଙ୍କିଂ ଆକ୍ସେସ, ଆଲର୍ଟ ଡିଲିଟ କରିବା ଇତ୍ୟାଦି ହୁଏ।
ୟୁଜର କେବଳ ଅନନୁମୋଦିତ ଟ୍ରାଞ୍ଜାକସନ କିମ୍ବା ଆକାଉଣ୍ଟ ଖାଲି ହେବା ପରେ ହିଁ ଏହା ଜାଣିପାରନ୍ତି।
ଏହି ବିପଦ କେତେ ବଡ଼?
2024 ରେ, ଭାରତରେ ପ୍ରାୟ 36 ଲକ୍ଷ ସାଇବର ଠକେଇ ଅଭିଯୋଗ ପଞ୍ଜିକୃତ ହୋଇଥିଲା, ଯେଉଁଥିରେ ପ୍ରାୟ ₹22,845 କୋଟିର କ୍ଷତି ହୋଇଥିଲା। ରିପୋର୍ଟ କରାଯାଇଥିବା ସାଇବର ସୁରକ୍ଷା ସମ୍ବନ୍ଧୀୟ ଘଟଣା 2022 ମସିହାରେ ପ୍ରାୟ 10.29 ଲକ୍ଷରୁ ଦ୍ୱିଗୁଣିତ ହୋଇ 2024 ମସିହାରେ ପ୍ରାୟ 22.68 ଲକ୍ଷରେ ପହଞ୍ଚିଛି।*
କିଏ ବିପଦରେ ଅଛନ୍ତି?
ଯଦିଓ ଯେକେହି ବି ଏହି ଶିକାର ହୋଇପାରନ୍ତି, ତଥାପି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କ ମଧ୍ୟରେ ଅଛନ୍ତି:
- ପ୍ରୋଫେସନାଲ ବ୍ୟକ୍ତି ଯେଉଁମାନେ ଏକାଧିକ ଆପ ବ୍ୟବହାର କରନ୍ତି ଏବଂ ବାରମ୍ବାର ଟ୍ରାଞ୍ଜାକସନ କରନ୍ତି
- ବୟସ୍କ କିମ୍ବା କମ୍ ଟେକ-ସଚେତ ୟୁଜର, ଯେଉଁମାନେ ଅଫିସିଆଲ୍ ପରି ମନେହେଉଥିବା ଯେକୌଣସି ମେସେଜକୁ ସହଜରେ ବିଶ୍ୱାସ କରିପାରନ୍ତି
- ସୋର୍ସ ଚେକ ନକରି “ମାଗଣା” ଆପ କିମ୍ବା ଗେମ ଅପଗ୍ରେଡ ଖୋଜୁଥିବା ଯୁବ ୟୁଜରm
ସତର୍କ ରହିବା ପାଇଁ କିଛି ଲକ୍ଷଣ:
- Indus Appstore ପରି ଏକ ଅନୁମୋଦିତ ଆପ ଷ୍ଟୋର ବଦଳରେ SMS କିମ୍ବା WhatsApp କିମ୍ବା ଅନ୍ୟ କୌଣସି ଥାର୍ଡ ପାର୍ଟି ଆପ ମାଧ୍ୟମରେ ଏକ ଡାଉନଲୋଡ ଲିଙ୍କ ପଠାଯିବା
- ଆପଟି ଏପରି ସବୁ ଅନୁମତି ପାଇଁ ଅନୁରୋଧ କରୁଛି ଯାହା ତାର ଉଦ୍ଦେଶ୍ୟ ସହିତ ମେଳ ଖାଉ ନାହିଁ (ଉଦାହରଣ ସ୍ୱରୂପ, ଏକ ଫ୍ଲାସଲାଇଟ ଆପ ଯଦି ଆପଣଙ୍କ SMS ଆକ୍ସେସ କରିବାକୁ ଅନୁମତି ମାଗିବା)
- ଡେଭଲପରଙ୍କ ନାମ ଯାହାର ବନାନ ଭୁଲ, କିମ୍ବା ଯାହା ନୂଆ ବା ଦେଖିବାକୁ ସନ୍ଦେହଜନକ ଲାଗେ
- ଅଫର କିମ୍ବା ମେସେଜଗୁଡ଼ିକ ସତ ପରି ମନେହେଉ ନାହିଁ (ଯେପରିକି “ମାଗଣା ପ୍ରିମିୟମ”, “ତୁରନ୍ତ ଲୋନ ଅନୁମୋଦନ”, ବିବାହ ନିମନ୍ତ୍ରଣ ପତ୍ର ଇତ୍ୟାଦି)
- ଆପଟିର ଡାଉନଲୋଡ ସଂଖ୍ୟା ଅତି କମ, ବ୍ରାଣ୍ଡିଂ ସାଧାରଣ ବା ୟୁଜରମାନଙ୍କର ଖରାପ ରିଭ୍ୟୁ ଦେଖାଯାଉଥିବ
ନିଜକୁ କିପରି ସୁରକ୍ଷିତ ରଖିବେ?
- କେବଳ ଅଫିସିଆଲ ଷ୍ଟୋରରୁ (Indus App Store/ Google Play/ Apple App Store) ଆପ ଇନଷ୍ଟଲ କରନ୍ତୁ
- ଯେପର୍ଯ୍ୟନ୍ତ ଆପଣ କଣ ଡାଉନଲୋଡ କରୁଛନ୍ତି ତାହା ସଠିକ ଭାବରେ ନ ଜାଣିଛନ୍ତି, “Unknown Apps Install/ଅଜଣା ଆପ ଇନଷ୍ଟଲ କରନ୍ତୁ” ସେଟିଂକୁ ବନ୍ଦ ରଖନ୍ତୁ
- ଚାଲାଣ, ରିଫଣ୍ଡ, ରିୱାର୍ଡ କିମ୍ବା ଲୋନ ସମ୍ବନ୍ଧୀୟ ଅପ୍ରତ୍ୟାଶିତ ଲିଙ୍କ କିମ୍ବା ଫାଇଲ ଉପରେ ଟାପ କରନ୍ତୁ ନାହିଁ।
- ଆପ ଦ୍ୱାରା ଅନୁମତି ମଗାଯିବା ପୂର୍ବରୁ ସେଗୁଡ଼ିକୁ ଯାଞ୍ଚ କରନ୍ତୁ
- ଖରାପ ଉଦ୍ଦେଶ୍ୟ ରଖିଥିବା ଆଚରଣକୁ ସ୍କାନ କରିବା ପାଇଁ ଏକ ବିଶ୍ୱସ୍ତ ମୋବାଇଲ୍ ସୁରକ୍ଷା ଉପକରଣ ବ୍ୟବହାର କରନ୍ତୁ
ଯଦି ଆପଣ ଏକ ନକଲି ଆପ ଇନଷ୍ଟଲ କରିଦେଇଛନ୍ତି, ତେବେ କ’ଣ କରିବେ?
- ବିଳମ୍ବ ନକରି ସେହି ଆପଟିକୁ ନିଜ ଫୋନରୁ ତୁରନ୍ତ ଡିଲିଟ ବା ଅନଇନଷ୍ଟଲ କରନ୍ତୁ
- ମୋବାଇଲ ଡାଟା ଏବଂ ୱାଇ-ଫାଇ (Wi-Fi) କିଛି ସମୟ ପାଇଁ ବନ୍ଦ କରି ଦିଅନ୍ତୁ ଯେପରି ମାଲୱେୟାର କୌଣସି ଡାଟା ବାହାରକୁ ପଠାଇ ନପାରେ
- ଆପଣଙ୍କର ବ୍ୟାଙ୍କିଂ, ଇମେଲ ଏବଂ ପେମେଣ୍ଟ ଆପଗୁଡ଼ିକର ପାସୱାର୍ଡ ତୁରନ୍ତ ପରିବର୍ତ୍ତନ କରନ୍ତୁ
- କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ କିମ୍ବା ଆକାଉଣ୍ଟକୁ ଫ୍ରିଜ କରିବା ପାଇଁ ଆପଣଙ୍କ ବ୍ୟାଙ୍କ କିମ୍ବା ପେମେଣ୍ଟ ସର୍ଭିସ ପ୍ରଦାନକାରୀଙ୍କ ସହ ଯୋଗାଯୋଗ କରନ୍ତୁ
କିପରି ଅଭିଯୋଗ କରିବେ?
ଯଦି ଆପଣ ସନ୍ଦେହ କରୁଛନ୍ତି ଯେ ଆପଣ ଏକ ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ଏହାର ଅଭିଯୋଗ କରନ୍ତୁ:
PhonePe ରେ ଅଭିଯୋଗ କରିବା:
- PhonePe ଆପ: Help/ସହାୟତା ବିଭାଗକୁ ଯାଇ ଏକ ଅଭିଯୋଗ ଦାଖଲ କରନ୍ତୁ।
- PhonePe କଷ୍ଟମର କେୟାର: 80-68727374 / 022-68727374 ନମ୍ବରରେ କଲ କରନ୍ତୁ।
- ସୋସିଆଲ ମିଡିଆରେ ଅଭିଯୋଗ:
- Twitter: PhonePe Support
- Facebook: PhonePe Official
- ଅଭିଯୋଗ ସମାଧାନ: PhonePe ଅଭିଯୋଗ ପୋର୍ଟାଲରେ ଏକ ଅଭିଯୋଗ ଦାଖଲ କରନ୍ତୁ।
ସରକାରୀ ସଂସ୍ଥାକୁ ରିପୋର୍ଟ କରିବା:
- ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଏକ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 କୁ କଲ କରନ୍ତୁ।
- ଦୂରସଞ୍ଚାର ବିଭାଗ (DOT): ସନ୍ଦେହଜନକ ମେସେଜ, କଲ କିମ୍ବା ହ୍ଵାଟ୍ସଆପ/ଟେଲିଗ୍ରାମ ଠକେଇ ବିଷୟରେ ସଞ୍ଚାର ସାଥୀ ପୋର୍ଟାଲ ଚକ୍ଷୁ (Chakshu) ସୁବିଧା ମାଧ୍ୟମରେ ରିପୋର୍ଟ କରନ୍ତୁ।
ଶେଷ କଥା
ଡିଜିଟାଲ ପେମେଣ୍ଟ ଏବଂ ଆପଗୁଡ଼ିକୁ ସତର୍କତାର ସହ ବ୍ୟବହାର କଲେ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ। ଅଧିକାଂଶ APK କିମ୍ବା ନକଲି ଆପ-ଭିତ୍ତିକ ଠକାମି ସେତେବେଳେ ଘଟେ, ଯେତେବେଳେ ଆମେ ଭୟ କିମ୍ବା ଉତ୍ସାହ ବଶତଃ ସଠିକ ଭାବେ ଭେରିଫିକେସନ ନକରି ତରବରିଆ ଭାବେ କାମ କରିଥାଉ। ବଡ଼ ଧରଣର ଆର୍ଥିକ କ୍ଷତିରୁ ନିଜକୁ ରକ୍ଷା କରିବା ପାଇଁ ଆପର ସୂତ୍ର, ଡେଭଲପରଙ୍କ ଇମେଲ, ମଗାଯାଇଥିବା ଅନୁମତି ଏବଂ ଯେକୌଣସି ଲିଙ୍କର ସତ୍ୟତା ଯାଞ୍ଚ କରିବା ପାଇଁ କିଛି ସମୟ ନେବା ଆବଶ୍ୟକ। ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷେଧକ ମୂଳକ ପଦକ୍ଷେପ ହେଉଛି ଅଜଣା ଲିଙ୍କଗୁଡ଼ିକ ଉପରେ କ୍ଲକ କରିବାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇବା।
ସତର୍କ ରୁହନ୍ତୁ। ଅଜଣା ଲିଙ୍କଗୁଡ଼ିକରେ କ୍ଲିକ କରନ୍ତୁ ନାହିଁ। ଦାୟିତ୍ବର ସହ ଡାଉନଲୋଡ କରନ୍ତୁ।
ଗୁରୁତ୍ୱପୂର୍ଣ୍ଣ ସୂଚନା — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ। ଯଦି କୌଣସି ଇମେଲ phonepe.com ଡୋମେନରୁ ଆସିନଥାଏ, ତେବେ PhonePe ନାମରେ ଆସିଥିବା ସେହିଭଳି ଇମେଲଗୁଡ଼ିକୁ ଅଣଦେଖା କରନ୍ତୁ। ଯଦି ଆପଣଙ୍କୁ ଠକେଇର ସନ୍ଦେହ ହୁଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।
