PhonePe Blogs Main Featured Image

Trust & Safety

ଜମ୍ପଡ ଡିପୋଜିଟ ସ୍କାମ: ଆପଣଙ୍କ UPI ପିନ କେଉଁଠି ଏଣ୍ଟର କରିବେ ତାହା ଜାଣି ରଖନ୍ତୁ

PhonePe Regional|3 min read|25 February, 2026

URL copied to clipboard

ଆପଣଙ୍କ UPI ପିନ ହେଉଛି ଆପଣଙ୍କ ଟଙ୍କା ଏବଂ ଯେକୌଣସି ଟ୍ରାଞ୍ଜାକସନ ମଧ୍ୟରେ ଥିବା ଶେଷ ଦ୍ୱାର। ପ୍ରତିଥର ଆପଣ ଏହାକୁ ଏଣ୍ଟର କରିବା ବେଳେ, ଆପଣ ନିଜ ଆକାଉଣ୍ଟରୁ ଟଙ୍କା ପଠାଇବା ପାଇଁ ଅନୁମତି ଦେଇଥାନ୍ତି – ସେଥିପାଇଁ ଆପଣ କ’ଣ ଅନୁମୋଦନ କରୁଛନ୍ତି ତାହା ଯାଞ୍ଚ କରିବା ପାଇଁ କିଛି ସମୟ ଅଟକିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତଥାପି, ଦୈନନ୍ଦିନ ଟ୍ରାଞ୍ଜାକସନର ବ୍ୟସ୍ତତା ମଧ୍ୟରେ ଏହି ସରଳ ପଦକ୍ଷେପକୁ ପ୍ରାୟତଃ ଅଣଦେଖା କରାଯାଏ, ଯାହା ୟୁଜରମାନଙ୍କୁ ଜଟିଳ ସୋସିଆଲ ଇଞ୍ଜିନିୟରିଂ ସ୍କାମର ଶିକାର ବନାଇଥାଏ। ଏହିଭଳି ଏକ ଠକେଇ ହେଉଛି ‘ଜମ୍ପଡ ଡିପୋଜିଟ ସ୍କାମ’।

ଏହା କିପରି କାମ କରେ ଏବଂ ଆପଣ କିପରି ସୁରକ୍ଷିତ ରହିପାରିବେ, ସେ ସମ୍ପର୍କରେ ନିମ୍ନରେ ସବିଶେଷ ବିବରଣୀ ଦିଆଯାଇଛି।

ଜମ୍ପଡ ଡିପୋଜିଟ ସ୍କାମ ପ୍ରକୃତରେ କ’ଣ?

ଯେତେବେଳେ ଜାଲିଆତି କରୁଥିବା ବ୍ୟକ୍ତିମାନେ ଗ୍ରାହକଙ୍କୁ ଭୁଲ ବୁଝାଇ ନିଜ ଜାଲରେ ଫସାନ୍ତି ଏବଂ ଗ୍ରାହକ ଜଣକ ଟଙ୍କା ପାଉଛନ୍ତି ବୋଲି ଭାବି ଅଜାଣତରେ UPI ମାଧ୍ୟମରେ ଏକ ପେମେଣ୍ଟ ଅନୁରୋଧକୁ ଅନୁମୋଦନ କରନ୍ତି, ତାହାକୁ ‘ଜମ୍ପଡ ଡିପୋଜିଟ ସ୍କାମ’ କୁହାଯାଏ। ଏହି ନାମରେ ଥିବା “ଜମ୍ପଡ” ଶବ୍ଦଟି ଦର୍ଶାଏ ଯେ ଜଣେ ଠକ ଆପଣଙ୍କୁ ବିଭ୍ରାନ୍ତ କରିବା ମାତ୍ରେ କେତେ ଶୀଘ୍ର ଆପଣଙ୍କ ଆକାଉଣ୍ଟରୁ ଟଙ୍କା ବାହାରିଯାଏ। ସେମାନେ ମାତ୍ର କେତେକ ସେକେଣ୍ଡ ମଧ୍ୟରେ ଆପଣଙ୍କ ଟଙ୍କାକୁ ଏକାଧିକ ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଅନ୍ତି ବା “ଜମ୍ପ” କରାଇ ଦିଅନ୍ତି, ଯାହାଫଳରେ ଟଙ୍କା କେଉଁଆଡ଼େ ଗଲା ତାହା ଖୋଜିବା ପ୍ରାୟ ଅସମ୍ଭବ ହୋଇପଡ଼େ।

ଅନ୍ୟାନ୍ୟ ସ୍କାମ ଭଳି ଏହା ଆପଣଙ୍କ OTP ଚୋରି କରିବାକୁ ଚେଷ୍ଟା କରେନାହିଁ, ବରଂ ଏହା ଆପଣଙ୍କୁ ବିଭ୍ରାନ୍ତ କରି ନିଜ ହାତରେ UPI ପିନ ଏଣ୍ଟର କରାଇଥାଏ

ଏହି ଜାଲ କିପରି ବିଛାଯାଏ?

  1. ଛୋଟ ରାଶି ଜମା ହେବା: ସର୍ବପ୍ରଥମେ ଆପଣଙ୍କ ଆକାଉଣ୍ଟରେ ₹10 କିମ୍ବା ₹50 ପରି ଏକ ବହୁତ ଛୋଟ ରାଶି ଜମା ହେବାର ନୋଟିଫିକେସନ କିମ୍ବା SMS ଆସେ।
  2. ସାହାଯ୍ୟ ପାଇଁ କଲ: କିଛି ମିନିଟ ମଧ୍ୟରେ ଆପଣଙ୍କ ପାଖକୁ ଏକ ଫୋନ କଲ ଆସେ। କଲ କରୁଥିବା ବ୍ୟକ୍ତି ଜଣକ ବହୁତ ଚିନ୍ତିତ କିମ୍ବା କାନ୍ଦୁଥିବା ପରି ଶୁଭିବେ। ସେ ଦାବି କରିବେ ଯେ ସେ ଭୁଲବଶତଃ ଆପଣଙ୍କ ନମ୍ବରରେ ଟଙ୍କା ପଠାଇ ଦେଇଛନ୍ତି ଏବଂ କୌଣସି ‘ମେଡିକାଲ ଇମରଜେନ୍ସି’ କିମ୍ବା ବିଲ ପାଇଁ ତାଙ୍କୁ ସେହି ଟଙ୍କା ତୁରନ୍ତ ଫେରସ୍ତ ଦରକାର।
  3. ଧ୍ୟାନ ଭ୍ରଷ୍ଟ କରିବା: ଆପଣ ସେମାନଙ୍କ ସହ କଥା ହେଉଥିବା ବେଳେ, ସେମାନେ ଆପଣଙ୍କୁ “ଆପଣଙ୍କ ଆପ କିମ୍ବା SMS ଖୋଲି ଆକାଉଣ୍ଟରେ ଟଙ୍କା ଜମା ହୋଇଛି କି ନାହିଁ ଯାଞ୍ଚ କରିବାକୁ” କୁହନ୍ତି। ଠକ ଜଣକ ଯେଉଁ ମନଗଢ଼ା କାହାଣୀ କହିଥାନ୍ତି, ସେହି ଅନୁସାରେ ମେସେଜରେ “XYZ ବ୍ୟାଙ୍କରୁ ରିଫଣ୍ଡ”, “ABC ଷ୍ଟୋରରୁ କ୍ୟାଶବ୍ୟାକ” କିମ୍ବା “କମ୍ପାନୀ ପେ-ରୋଲରୁ ଡିପୋଜିଟ” ବୋଲି ଲେଖାଥାଇପାରେ। 
  4. ଅନୁମୋଦନ: ଏହାପରେ ଠକ ଜଣକ କୌଣସି ଥାର୍ଡ ପାର୍ଟି ଆପ ଦ୍ୱାରା ତିଆରି ଲିଙ୍କ କିମ୍ବା ନକଲି QR କୋଡ ବ୍ୟବହାର କରି ₹5000 ପରି ଏକ ବଡ଼ ରାଶିର ଫର୍ଜି QR କୋଡ ପଠାନ୍ତି। ଏହା ସେହିଭଳି QR କୋଡ ହୋଇଥାଏ ଯାହା ଆପଣ ଦୋକାନରେ ପେମେଣ୍ଟ କରିବା ବେଳେ ଦେଖନ୍ତି। ସାହାଯ୍ୟ କରିବା ବ୍ୟଗ୍ରତାରେ, ଆପଣ ହୁଏତ ପିନ ଏଣ୍ଟର କରିଦେଇପାରନ୍ତି, ଏହା ଭାବି ଯେ ଆପଣ ଟଙ୍କା ଜମା ହୋଇଥିବା ଯାଞ୍ଚ କରୁଛନ୍ତି କିମ୍ବା ଭୁଲରେ ଆସିଥିବା ₹50 ଫେରସ୍ତ କରୁଛନ୍ତି। ପିନ ଏଣ୍ଟର କରିବା ମାତ୍ରେ ଆପଣଙ୍କ ଆକାଉଣ୍ଟରୁ ଏକ ବଡ଼ ରାଶି କଟିଯାଇଥାଏ।

ଏହି ସ୍କାମ ପଛରେ ଥିବା ମାନସିକତା

ବିଶେଷଜ୍ଞମାନଙ୍କ କହିବା କଥା ହେଉଛି ଏହି ଠକାମିଗୁଡ଼ିକ ଏଥିପାଇଁ ସଫଳ ହୁଏ କାରଣ ଏହା ମଣିଷର ସ୍ୱଭାବର ଫାଇଦା ଉଠାଇ ତାକୁ ଚିନ୍ତା କରିବାକୁ ସମୟ ଦିଏ ନାହିଁ:

  • ବିଶ୍ୱାସ ଜିତିବା: ଠକମାନେ ପ୍ରଥମେ ଆପଣଙ୍କ ଆକାଉଣ୍ଟରେ କିଛି ଟଙ୍କା ପଠାଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରନ୍ତି।
  • କୌତୁହଳ ଏବଂ ବିଶ୍ୱାସର ଅପବ୍ୟବହାର: ଡିଜିଟାଲ ପେମେଣ୍ଟ ବିଷୟରେ ସଚେତନତା ନଥିବା ଗୁଣର ଏହା ଫାଇଦା ଉଠାଏ। ହଠାତ ଟଙ୍କା ଜମା ହେବା ଦେଖି ୟୁଜର ଏହାକୁ ଯାଞ୍ଚ କରିବାକୁ ଚାହାଁନ୍ତି ଏବଂ ଟଙ୍କା ଫେରସ୍ତ କରିବାକୁ ନିଜର ଦାୟିତ୍ୱ ବୋଲି ଭାବନ୍ତି।
  • ଜରୁରୀ ପରିସ୍ଥିତି ସୃଷ୍ଟି କରିବା: ସ୍କାମର ଏକ ମନଗଢ଼ା କାହାଣୀ କହି ଏକ ଜରୁରୀ ପରିସ୍ଥିତି ସୃଷ୍ଟି କରନ୍ତି, ଯାହାଫଳରେ ୟୁଜର କିଛି ଚିନ୍ତା ନକରି ତୁରନ୍ତ ପଦକ୍ଷେପ ନିଅନ୍ତି।
  • ସଚେତନତାର ଅଭାବ: ଅନେକ ଲୋକ ଭୁଲବଶତଃ ଭାବନ୍ତି ଯେ ବାଲାନ୍ସ ଯାଞ୍ଚ କରିବା ପାଇଁ କିମ୍ବା ଟଙ୍କା ପାଇବା ପାଇଁ UPI ପିନ ଏଣ୍ଟର କରିବା ଆବଶ୍ୟକ।

ଜମ୍ପଡ ଡିପୋଜିଟ ସ୍କାମରୁ ନିଜ ଟଙ୍କାକୁ କିପରି ସୁରକ୍ଷିତ ରଖିବେ

  • ଅପେକ୍ଷା କରନ୍ତୁ: ଯଦି ଆପଣଙ୍କ ଆକାଉଣ୍ଟରେ ହଠାତ ଟଙ୍କା ଜମା ହୁଏ ଏବଂ ତା’ପରେ କଲ ଆସେ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଠକାମି ପାଇଁ ପଠାଯାଇଥିବା ପେମେଣ୍ଟ ଲିଙ୍କ ପ୍ରାୟତଃ 5-10 ମିନିଟ ମଧ୍ୟରେ ଏକ୍ସପାୟର ହୋଇଯାଏ। 15 ମିନିଟ ଅପେକ୍ଷା କଲେ ସେହି ଫାଶଟି ସମ୍ଭବତଃ ନଷ୍ଟ ହୋଇଯାଇଥିବ।
  • ଟ୍ରାଞ୍ଜାକସନ ବିବରଣୀ ଯାଞ୍ଚ କରନ୍ତୁ: ଯଦି ଆପଣ ଅପେକ୍ଷା କରିବାକୁ ଅସମର୍ଥ, ତେବେ ଟଙ୍କାର ପରିମାଣ ଏବଂ ପାଉଥିବା ବ୍ୟକ୍ତିଙ୍କ ବିବରଣୀ ସମେତ ସମସ୍ତ ଟ୍ରାଞ୍ଜାକସନର ତଥ୍ୟକୁ ଭଲ ଭାବରେ ଯାଞ୍ଚ କରନ୍ତୁ। ଯେକୌଣସି UPI ଅନୁରୋଧକୁ ଅନୁମୋଦନ କରିବା ସମୟରେ, ଟ୍ରାଞ୍ଜାକସନ ବିବରଣୀକୁ ସାବଧାନତାର ସହ ପଢ଼ନ୍ତୁ। ମନେ ରଖନ୍ତୁ ଯେ ଟଙ୍କା ଆସିବା ପାଇଁ କୌଣସି ଅନୁମୋଦନ ଆବଶ୍ୟକ ହୁଏନାହିଁ। 
  • ସେମାନଙ୍କୁ ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ କୁହନ୍ତୁ: ଯଦି ପ୍ରକୃତରେ କେହି ଭୁଲବଶତଃ ଆପଣଙ୍କ ପାଖକୁ ଟଙ୍କା ପଠାଇଛନ୍ତି, ତେବେ ସେମାନଙ୍କୁ ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରି “ଭୁଲ କ୍ରେଡିଟ” ରିଭର୍ସାଲ ପ୍ରକ୍ରିୟା ଆରମ୍ଭ କରିବାକୁ କୁହନ୍ତୁ। ଏଭଳି ଭୁଲକୁ ସୁଧାରିବା ପାଇଁ ଏହା ହେଉଛି ଏକମାତ୍ର ଅଫିସିଆଲ ଏବଂ ନିରାପଦ ଉପାୟ। କୌଣସି ଅଜଣା ବ୍ୟକ୍ତିଙ୍କ UPI ଅନୁରୋଧ ମାଧ୍ୟମରେ ଟଙ୍କା ଫେରସ୍ତ କରିବା ପାଇଁ ଆପଣ ଆଦୌ ବାଧ୍ୟ ନୁହଁନ୍ତି।
  • ନିଜ ସ୍କ୍ରିନ ଯାଞ୍ଚ କରନ୍ତୁ: ପିନ ସ୍କ୍ରିନର ଉପର ଭାଗରେ ସର୍ବଦା “ପେମେଣ୍ଟ କରାହେଉଛି” କିମ୍ବା “ପଠାଯାଉଛି” ଶବ୍ଦ ଅଛି କି ନାହିଁ ଦେଖନ୍ତୁ। ଯଦି ଆପଣ ସେହି ଶବ୍ଦଗୁଡ଼ିକୁ ଦେଖନ୍ତି, ତେବେ ତୁରନ୍ତ ଅଟକି ଯାଆନ୍ତୁ।
  • ବିଶ୍ୱସ୍ତ UPI ଆପ: ସର୍ବଦା ବ୍ୟାଙ୍କ କିମ୍ବା ଫୋନପେ ଭଳି ପ୍ରତିଷ୍ଠିତ ପ୍ଲାଟଫର୍ମର ସୁରକ୍ଷିତ UPI ଆପ ବ୍ୟବହାର କରନ୍ତୁ।
  • ପେମେଣ୍ଟ ନୋଟିଫିକେସନ ଚାଲୁ ରଖନ୍ତୁ: ସମସ୍ତ ବ୍ୟାଙ୍କିଂ ଟ୍ରାଞ୍ଜାକସନ ପାଇଁ SMS ଏବଂ ଇମେଲ ନୋଟିଫିକେସନ ଚାଲୁ ରଖନ୍ତୁ।

ନିୟମ ଯାହା ଆପଣଙ୍କୁ ମନେ ରଖିବାକୁ ହେବ

ସର୍ବଦା ମନେ ରଖନ୍ତୁ ଯେ ଟଙ୍କା ପାଇବା ପାଇଁ ଆପଣଙ୍କୁ କେବେ ବି ନିଜର UPI ପିନ ଦେବାକୁ ପଡ଼େ ନାହିଁ। ସେ ରିଫଣ୍ଡ ହେଉ, କ୍ୟାଶବ୍ୟାକ ହେଉ, କୌଣସି ଗିଫ୍ଟ ହେଉ ବା ‘ଭୁଲରେ’ ପଠାଯାଇଥିବା ଟଙ୍କା, ଯଦି କୌଣସି ସ୍କ୍ରିନ ଆପଣଙ୍କ ପିନ ମାଗୁଛି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟୁଛି

ଯଦି ଆପଣ ଠକାମିର ଶିକାର ହୋଇଛନ୍ତି ତେବେ କ’ଣ କରିବେ

ଯଦି ଆପଣ ସନ୍ଦେହ କରୁଛନ୍ତି ଯେ ଆପଣ କୌଣସି ଠକାମିର ଶିକାର ହୋଇଛନ୍ତି, ତେବେ ତୁରନ୍ତ ଏହାର ଅଭିଯୋଗ କରନ୍ତୁ। ଏଠାରେ ପ୍ରତିଟି ସେକେଣ୍ଡ ମୂଲ୍ୟବାନ।

PhonePe ରେ ଅଭିଯୋଗ କରିବା:

  • PhonePe ଆପ: Help/ସହାୟତା ବିଭାଗକୁ ଯାଇ ଏକ ଅଭିଯୋଗ ଦାଖଲ କରନ୍ତୁ।
  • PhonePe କଷ୍ଟମର କେୟାର: 80-68727374 / 022-68727374 ନମ୍ବରରେ କଲ କରନ୍ତୁ।
  • ସୋସିଆଲ ମିଡିଆରେ ଅଭିଯୋଗ:
  • ଅଭିଯୋଗ ସମାଧାନ: PhonePe ଅଭିଯୋଗ ପୋର୍ଟାଲରେ ଏକ ଅଭିଯୋଗ ଦାଖଲ କରନ୍ତୁ।

ସରକାରୀ ସଂସ୍ଥାକୁ ରିପୋର୍ଟ କରିବା:

  • ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଏକ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 କୁ କଲ କରନ୍ତୁ।
  • ଦୂରସଞ୍ଚାର ବିଭାଗ (DOT): ସନ୍ଦେହଜନକ ମେସେଜ, କଲ କିମ୍ବା ହ୍ଵାଟ୍ସଆପ/ଟେଲିଗ୍ରାମ ଠକେଇ ବିଷୟରେ ସଞ୍ଚାର ସାଥୀ ପୋର୍ଟାଲ ଚକ୍ଷୁ (Chakshu) ସୁବିଧା ମାଧ୍ୟମରେ ରିପୋର୍ଟ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ସୂଚନା — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ। ଯଦି କୌଣସି ଇମେଲ phonepe.com ଡୋମେନରୁ ଆସିନଥାଏ, ତେବେ PhonePe ନାମରେ ଆସିଥିବା ସେହିଭଳି ଇମେଲଗୁଡ଼ିକୁ ଅଣଦେଖା କରନ୍ତୁ। ଯଦି ଆପଣଙ୍କୁ ଠକେଇର ସନ୍ଦେହ ହୁଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।

Keep Reading