ଏହି ଚୁକ୍ତି ଓ ସର୍ତ୍ତାବଳୀ PhonePe ପ୍ରାଇଭେଟ ଲିମିଟେଡ, ଯାହା କମ୍ପାନୀ ଅଧିନିୟମ, 1956 ଅଧୀନରେ ଗଠିତ ଏକ କମ୍ପାନୀ ଯାହାର ଠିକଣା ହେଉଛି – ଅଫିସ-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସଫ୍ଟଜୋନ, ସର୍ଭିସ ରୋଡ, ଗ୍ରୀନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବାଙ୍ଗାଲୋର, ସାଉଥ ବାଙ୍ଗାଲୋର, କର୍ଣ୍ଣାଟକ – 560103, ଭାରତ (ଏହା ପରେ “PhonePe”/ “ଆମେ”/ “ଆମକୁ” / “ଆମର” ଭାବେ ଉଲ୍ଲେଖିତ) ଦ୍ୱାରା ରିଚାର୍ଜ ଏବଂ ବିଲ ପେମେଣ୍ଟ ସେବାର ବ୍ୟବହାରକୁ ରେଗୁଲେଟ କରିଥାଏ। ପେମେଣ୍ଟ ଏବଂ ସେଟଲମେଣ୍ଟ ଅଧିନିୟମ, 2007ର ବ୍ୟବସ୍ଥା ଏବଂ ରିଜର୍ଭ ବ୍ୟାଙ୍କ ଦ୍ୱାରା ସମୟ ସମୟରେ ଜାରି କରାଯାଇଥିବା ନିୟମାବଳୀ ଓ ନିର୍ଦ୍ଦେଶନାମା ଅନୁଯାୟୀ ସେମି କ୍ଲୋଜଡ PPI ଜାରି କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ PhonePe କୁ ଅଧିକାର ଦିଆଯାଇଛି।
PhonePe ରିଚାର୍ଜ ଏବଂ ବିଲ ପେମେଣ୍ଟ ବ୍ୟବହାର କରିବାକୁ, ଆପଣ (“ୟୁଜର”/ “ଆପଣ”/ “ଆପଣଙ୍କ”) https://www.phonepe.com/terms-conditions/ ଏବଂ https://www.phonepe.com/privacy-policy/ ରେ ଉପଲବ୍ଧ ଥିବା ସାଧାରଣ PhonePe ଚୁକ୍ତି ଓ ସର୍ତ୍ତାବଳୀ (“ସାଧାରଣ ସର୍ତ୍ତାବଳୀ“) ସହିତ ରାଜି ହେବା ବ୍ୟତୀତ ଏହି ବ୍ୟବହାରର ସର୍ତ୍ତାବଳୀ (“ବିଲ ପେମେଣ୍ଟ ଚୁକ୍ତି ଓ ସର୍ତ୍ତାବଳୀ“) ଦ୍ୱାରା ଆବଦ୍ଧ ରହିବାକୁ ଆପଣ ସମ୍ମତ ଅଟନ୍ତି। ସର୍ବଦା “ୟୁଜର”/ “ଆପଣ”/”ଆପଣଙ୍କ” ର ଅର୍ଥ ହେଉଛି, ଜଣେ ସାଧାରଣ କିମ୍ବା ଆଇନଗତ ବ୍ୟକ୍ତି ଯିଏ କି ଭାରତର ବାସିନ୍ଦା ଅଟନ୍ତି, ଯାହାଙ୍କ ବୟସ ଅତି କମରେ 18 (ଅଠର) ବର୍ଷ ଯିଏ କି ଭାରତୀୟ କଣ୍ଟ୍ରାକ୍ଟ ଅଧିନିୟମ, 1872 ଅନୁଯାୟୀ ଚୁକ୍ତି କରିବାକୁ ଯୋଗ୍ୟ ଅଟନ୍ତି, ସେ ଜଣେ କୋର୍ଟଦ୍ୱାରା ଋଣମୁକ୍ତ ହୋଇନଥିବା ଦେବାଳିଆ ନୁହଁନ୍ତି ଏବଂ ଏହି ବିଲ ପେମେଣ୍ଟ ଚୁକ୍ତି ଓ ସର୍ତ୍ତାବଳୀ ଗ୍ରହଣ କରି PhonePe ଆପରେ ପଞ୍ଜିକୃତ କରିଛନ୍ତି।
PhonePe ଦ୍ୱାରା ଅଫର କରାଯାଇଥିବା ରିଚାର୍ଜ ଏବଂ ବିଲ ପେମେଣ୍ଟ ସମେତ PhonePe ସେବାଗୁଡ଼ିକ ବ୍ୟବହାର କରିବାକୁ, ଆପଣ PhonePe ସହିତ ଚୁକ୍ତି କରିବେ ଏବଂ ଏହି ବିଲ ପେମେଣ୍ଟ ଚୁକ୍ତି ଓ ସର୍ତ୍ତାବଳୀ ସହ PhonePe ଦ୍ୱାରା ଉଲ୍ଲେଖ କରାଯାଇଥିବା ସମସ୍ତ ନୀତିକୁ ମାନିବା ପାଇଁ ବାଧ୍ୟ ହେବେ।
ଆହୁରିମଧ୍ୟ, “ମର୍ଚାଣ୍ଟ/ ବିଲର୍ସ” ସର୍ତ୍ତାବଳୀରେ ୟୁଟିଲିଟି ସେବା, ପେମେଣ୍ଟ ସେବା ଏବଂ PhonePe ୱାଲେଟ, UPI, ଡେବିଟ କାର୍ଡ / କ୍ରେଡିଟ କାର୍ଡ (‘ପେମେଣ୍ଟ ବିକଳ୍ପ’), ୟୁଟିଲିଟିର ଅନଲାଇନ କିମ୍ବା ଅଫଲାଇନ କ୍ରୟ ପାଇଁ ପେମେଣ୍ଟ ପଦ୍ଧତି,ଏଗ୍ରିଗେଟର କିମ୍ବା BBPO ଜରିଆରେ ପେମେଣ୍ଟ ସେବା ଭାବରେ ରିଚାର୍ଜ ଏବଂ ବିଲ ପେମେଣ୍ଟ ବର୍ଗର କୌଣସି ସଂସ୍ଥା ଏବଂ/ କିମ୍ବା ଏଣ୍ଟିଟି ସାମିଲ ରହିବ, ଯେଉଁଗୁଡ଼ିକୁ ଆପଣ PhonePe ଆପ ବ୍ୟବହାର କରି ବିଲ ପେମେଣ୍ଟ କିମ୍ବା ରିଚାର୍ଜ କରିପାରିବେ।
PhonePe ଆପ ମାଧ୍ୟମରେ କିମ୍ବା କୌଣସି ମର୍ଚାଣ୍ଟ ୱେବସାଇଟ / ମର୍ଚାଣ୍ଟ ପ୍ଲାଟଫର୍ମ / ମର୍ଚାଣ୍ଟ ଷ୍ଟୋରରେ ରିଚାର୍ଜ ଏବଂ ବିଲ ପେମେଣ୍ଟ ସେବାର ଲାଭ ଉଠାଇବା ପାଇଁ PhonePe ଆପ ବ୍ୟବହାର କରି (କୌଣସି ପେମେଣ୍ଟ ବିକଳ୍ପ ସହିତ) ଆପଣ ଟ୍ରାଞ୍ଜାକସନ କଲେ, ଏହି ବିଲ ପେମେଣ୍ଟର ଚୁକ୍ତି ଓ ସର୍ତ୍ତାବଳୀ ଏବଂ ସମ୍ପୃକ୍ତ ମର୍ଚାଣ୍ଟଙ୍କ ଚୁକ୍ତି ଓ ସର୍ତ୍ତାବଳୀ ମଧ୍ୟ ଆପଣଙ୍କ ପାଇଁ ପ୍ରଯୁଜ୍ୟ ହେବ।
ଆମେ ଆପଣଙ୍କୁ କୌଣସି ପୂର୍ବ ଲିଖିତ ନୋଟିସ୍ ବିନା ଯେକୌଣସି ସମୟରେ ଏହି ବ୍ୟବହାରର ସର୍ତ୍ତାବଳୀର କିଛି ଅଂଶ ପରିବର୍ତ୍ତନ, ସଂଶୋଧନ, ଯୋଗ କରିବା କିମ୍ବା ହଟାଇବାର ଅଧିକାରକୁ ସଂରକ୍ଷିତ ରଖିଛୁ। ଏହି ବ୍ୟବହାରର ସର୍ତ୍ତାବଳୀରେ ସମୟ ସମୟରେ ହେଉଥିବା ଅପଡେଟ / ପରିବର୍ତ୍ତନଗୁଡ଼ିକୁ ସମୀକ୍ଷା କରିବା ଆପଣଙ୍କ ଦାୟିତ୍ୱ ଅଟେ। ପରିବର୍ତ୍ତନଗୁଡ଼ିକ ପୋଷ୍ଟ କରିବା ପରେ PhonePe ଆପର ନିରନ୍ତର ବ୍ୟବହାରର ଅର୍ଥ ହେଉଛି ଅତିରିକ୍ତ ସର୍ତ୍ତାବଳୀ କିମ୍ବା ଏହି ସର୍ତ୍ତାବଳୀରେ ହଟାଇ ଦିଆଯାଇଥିବା ବା ସଂଶୋଧନ କରାଯାଇଥିବା ସର୍ତ୍ତାବଳୀକୁ ଆପଣ ଗ୍ରହଣ କରନ୍ତି ଏବଂ ଏଥିରେ ରାଜି ହୁଅନ୍ତି। ଯେପର୍ଯ୍ୟନ୍ତ ଆପଣ ଏହି ବ୍ୟବହାରର ସର୍ତ୍ତାବଳୀକୁ ପାଳନ କରନ୍ତି, ରିଚାର୍ଜ ଏବଂ ବିଲ୍ ପେମେଣ୍ଟ କରିବା ସହ ପେମେଣ୍ଟ, ସବସ୍କ୍ରିପସନ, ରିଚାର୍ଜ, ୟୁଟିଲିଟି ପେମେଣ୍ଟ, ଅନ୍ୟ କୌଣସି ରିକରିଂ ପେମେଣ୍ଟ, ସମୟ ସମୟରେ PhonePe ଆପ ମାଧ୍ୟମରେ ଅଫର କରାଯାଉଥିବା ଅନ୍ୟ ସେବାଗୁଡ଼ିକ ପାଇଁ PhonePe ଆପ ବ୍ୟବହାର କରିବାକୁ ଆମେ ଆପଣଙ୍କୁ ଏକ ସୀମିତ ସୁବିଧା ପ୍ରଦାନ କରୁଛୁ।
PhonePe ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ଫିଚରକୁ PhonePe ଆପରେ ବ୍ୟବହାର କରିବା ଦ୍ୱାରା ସମସ୍ତ ଚୁକ୍ତି ଓ ସର୍ତ୍ତାବଳୀ ପାଇଁ ଆପଣଙ୍କ ଚୁକ୍ତିନାମାକୁ ସ୍ୱୀକୃତି ମିଳିଥାଏ। ତେଣୁ, ଆଗକୁ ବଢ଼ିବା ପାଇଁ ଦୟାକରି ଏହିସବୁ ସର୍ତ୍ତାବଳୀକୁ ସାବଧାନତାର ସହ ପଢ଼ନ୍ତୁ।
ରିଚାର୍ଜ ଏବଂ ବିଲ୍ ପେମେଣ୍ଟର ଚୁକ୍ତି ଓ ସର୍ତ୍ତାବଳୀକୁ ନିରପେକ୍ଷ ଭାବରେ କିମ୍ବା ସ୍ପଷ୍ଟ ଭାବରେ ଗ୍ରହଣ କରି, ଆପଣ ଗୋପନୀୟତା ନୀତି ସମେତ ସମସ୍ତ PhonePe ନୀତି ଦ୍ୱାରା ଆବଦ୍ଧ ହେବାକୁ ରାଜି ଏବଂ ନିଜର ସମ୍ମତି ଦିଅନ୍ତି।
- ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ପାଇଁ ସାଧାରଣ ସର୍ତ୍ତାବଳୀ:
- ୟୁଜରମାନେ ଧ୍ୟାନ ଦିଅନ୍ତୁ ଯେ PhonePe କେବଳ ପେମେଣ୍ଟର ଏକ ସହାୟକକାରୀ ଅଟେ ଏବଂ ପେମେଣ୍ଟର ଏକ ପକ୍ଷ ନୁହେଁ।
- ମୋବାଇଲ ପୋଷ୍ଟ-ପେଡ, ପ୍ରିପେଡ ରିଚାର୍ଜ ଏବଂ ଲ୍ୟାଣ୍ଡଲାଇନ ଫୋନ ବିଲ୍ ପେମେଣ୍ଟ , DTH ଏବଂ ଷ୍ଟ୍ରିମିଂ ସେବା ପେମେଣ୍ଟ ପାଇଁ ସବସ୍କ୍ରିପସନ ଏବଂ ଅନ୍ୟ ୟୁଟିଲିଟି ପେମେଣ୍ଟ ଯେପରି ଇଲେକ୍ଟ୍ରିସିଟି ବିଲ୍, LPG ବିଲ୍, କ୍ରେଡିଟ କାର୍ଡ ପେମେଣ୍ଟ, ବୀମା ପ୍ରିମିୟମ ପେମେଣ୍ଟ, ଅନଲାଇନରେ ଦାନ କରିବା, ଇଣ୍ଟରନେଟ ବ୍ରଡବ୍ୟାଣ୍ଡ ଏବଂ ଡାଟା କାର୍ଡ ବିଲ୍ ପେମେଣ୍ଟ, ମ୍ୟୁନିସିପାଲିଟି ଟିକସ ଏବଂ ଜଳ କର ପେମେଣ୍ଟ, ସ୍କୁଲ ଫି’ ପେମେଣ୍ଟ, ଟୋଲ ଟିକସ ରିଚାର୍ଜ (FasTag), ଲୋନ ରିପେମେଣ୍ଟ ଏବଂ PhonePe ଦ୍ୱାରା ସମୟ ସମୟରେ ପ୍ରଦାନ କରାଯାଉଥିବା ଅନ୍ୟାନ୍ୟ ସେବାଗୁଡ଼ିକ ଯାହା ମୋବାଇଲ ଆପର “ରିଚାର୍ଜ ଏବଂ ବିଲ୍ ପେମେଣ୍ଟ” ବିଭାଗ ଅଧୀନରେ ରହିଛି, a) ଏଗ୍ରିଗେଟର ଯେଉଁମାନଙ୍କ ସହିତ PhonePe ଚୁକ୍ତି କରିଛି କିମ୍ବା b) ଭାରତ କନେକ୍ଟ ପେମେଣ୍ଟ ଅପରେଟିଂ ୟୁନିଟ ଇନଫ୍ରାଷ୍ଟ୍ରକଚର ମାଧ୍ୟମରେ ଯେଉଁଠାରେ ବ୍ୟବସାୟୀ ବିଲ୍ ପେମେଣ୍ଟ ପାଇଁ NPCIରେ ପଞ୍ଜିକୃତ ହୋଇଛନ୍ତି, ସେଗୁଡ଼ିକୁ ପେମେଣ୍ଟ କରିବାକୁ PhonePe ଆପଣଙ୍କୁ ଅନୁମତି ଦେବା ସହ ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ସେବାର ସୁବିଧା ପ୍ରଦାନ କରିଥାଏ।
- ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ସେଟଅପ:
- ରିଚାର୍ଜ କିମ୍ବା ବିଲ୍ ପେମେଣ୍ଟ କରିବା ପାଇଁ ଆପଣଙ୍କୁ ସ୍ୱତନ୍ତ୍ର ଗ୍ରାହକ ପରିଚୟ/ ସବସ୍କ୍ରିପସନ ପରିଚୟ ନମ୍ବର ବା ବିଲ୍ ନମ୍ବର କିମ୍ବା ପଞ୍ଜିକୃତ ମୋବାଇଲ ନମ୍ବର, ପଞ୍ଜିକୃତ ଟେଲିଫୋନ ନମ୍ବର କିମ୍ବା ଅନ୍ୟ ପରିଚୟ ଚିହ୍ନଟକାରୀ(ଗୁଡ଼ିକ) ପ୍ରଦାନ କରିବାକୁ ହେବ, ପେମେଣ୍ଟ /ସବସ୍କ୍ରିପସନ ପେମେଣ୍ଟ କିମ୍ବା ବିଲ୍ ମୂଲ୍ୟ, ସବସ୍କ୍ରିପସନ ପ୍ଲାନ, ଧାର୍ଯ୍ୟ ତାରିଖ, ବକେୟା ଥିବା ରାଶି, ଏବଂ ଆବଶ୍ୟକୀୟ ଅନ୍ୟ ସୂଚନା ଫେଚ କରିବା ସହ ମର୍ଚାଣ୍ଟଙ୍କ ଆକାଉଣ୍ଟକୁ ପେମେଣ୍ଟ ସକ୍ଷମ କରିବା ଆବଶ୍ୟକ।
- ଆପଣ ଉପରୋକ୍ତ ଉଦ୍ଦେଶ୍ୟଗୁଡ଼ିକ ପାଇଁ ଆପଣଙ୍କ ତରଫରୁ ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ସେବାଗୁଡ଼ିକ ପାଇଁ ମର୍ଚାଣ୍ଟଙ୍କ ସହିତ ଆପଣଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନାକୁ ଆକ୍ସେସ, ଫେଚ, ସେୟାର, ବ୍ୟବହାର, ଷ୍ଟୋର କରିବାକୁ PhonePeକୁ ଅଧିକାର ଦିଅନ୍ତି।
- ସଠିକ ବିଲ୍ ଏବଂ ସବସ୍କ୍ରିପସନ ମୂଲ୍ୟକୁ ଫେଚ କରିବା ପାଇଁ ସଠିକ ସୂଚନା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆପଣ ସେହି ଅନୁଯାୟୀ ଚିହ୍ନଟକାରୀ ସୂଚନାର ସଠିକତା ସୁନିଶ୍ଚିତ କରିବାକୁ ଆପଣ ଦାୟୀ ବୋଲି ବୁଝିଛନ୍ତି।
- କେତେ ରାଶି ପେମେଣ୍ଟ କରାଯିବ, ରିଚାର୍ଜ ହେବ କିମ୍ବା ସବସ୍କ୍ରିପସନ ମୂଲ୍ୟ ଦିଆଯିବ ତାହା ଆପଣ ଓ ମର୍ଚାଣ୍ଟ ମଧ୍ୟରେ ଏକ ଚୁକ୍ତିନାମା ଅଟେ ଏବଂ ଏହାର ସଠିକତା ଯାଞ୍ଚ କରିବା ପାଇଁ PhonePe ବାଧ୍ୟ ନୁହେଁ ବୋଲି ଆପଣ ବୁଝିଛନ୍ତି।
- ଆପଣ ଆପଣଙ୍କ ଆକାଉଣ୍ଟ ସୂଚନାକୁ ଅପଡେଟ୍ ରଖିବାକୁ ଏବଂ ସର୍ବଦା ଚୁକ୍ତି ଓ ସର୍ତ୍ତାବଳୀ ପାଳନ କରିବାକୁ ରାଜି ହୁଅନ୍ତି ନଚେତ PhonePe ଯେକୌଣସି ସେବାକୁ ପ୍ରତ୍ୟାଖ୍ୟାନ କରିବା ସମେତ ଆପଣଙ୍କ ଆକାଉଣ୍ଟକୁ ସସପେଣ୍ଡ କରିବାର ଅଧିକାର ରଖିଛି।
- ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ସେବାଗୁଡ଼ିକ ପ୍ରଦାନ କରିବା ପାଇଁ ଟିକସ / GST ଉଦ୍ଦେଶ୍ୟରେ ମର୍ଚାଣ୍ଟ/ ବିଲରଙ୍କ ସହିତ ୟୁଜର ଚିହ୍ନଟକାରୀ ଡାଟା, ଲୋକେସନ/ ରାଜ୍ୟ ଏବଂ / କିମ୍ବା KYC ସୂଚନା / ଅନ୍ୟ କୌଣସି ବ୍ୟକ୍ତିଗତ ସୂଚନାକୁ ସେୟାର କରିବା ପାଇଁ ଆପଣ ରାଜି ହୁଅନ୍ତି।
- ଆପଣଙ୍କ ଆକାଉଣ୍ଟ ସୂଚନା ସହିତ ଟ୍ରାଞ୍ଜାକସନ ପ୍ରୋସେସିଂ ପାଇଁ ମର୍ଚାଣ୍ଟ, ତୃତୀୟ ପକ୍ଷ ସେବା ପ୍ରଦାନକାରୀ, ଆଗ୍ରିଗେଟରମାନଙ୍କ ସହ ଯୋଗାଯୋଗ କରିବାକୁ PhonePeକୁ ଅଧିକାର ଦେବାକୁ ଆପଣ ରାଜି ହୁଅନ୍ତି।
- ରିମାଇଣ୍ଡର ସୁବିଧା କିମ୍ବା ଅଟୋ ପେମେଣ୍ଟ ସୁବିଧା ସେଟ ଅପ କରିବା ପାଇଁ ଆପଣ PhonePeକୁ ସ୍ପଷ୍ଟ ଭାବରେ ସମ୍ମତି ଦିଅନ୍ତି ଏବଂ ବୁଝନ୍ତି ଯେ ଥରେ ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ପାଇଁ ମର୍ଚାଣ୍ଟଙ୍କୁ ଦିଆଯାଇଥିବା ପେମେଣ୍ଟ ଫେରସ୍ତଯୋଗ୍ୟ ନୁହେଁ।
- ପେମେଣ୍ଟ କିମ୍ବା ବିଳମ୍ବିତ ପେମେଣ୍ଟ ପାଇଁ କୌଣସି ଡୁପ୍ଲିକେଟ ଷ୍ଟାଣ୍ଡିଂ ନିର୍ଦ୍ଦେଶାବଳୀ କିମ୍ବା କରାଯାଇଥିବା ପେମେଣ୍ଟ ଉପରେ ମର୍ଚାଣ୍ଟଙ୍କ ଦ୍ୱାରା ଆଦାୟ କରାଯାଇଥିବା କୌଣସି ଜୋରିମାନା / ସୁଧ ପାଇଁ ଆପଣ ଦାୟୀ ରହିବେ। PhonePe କେବଳ ଆପଣଙ୍କ ତରଫରୁ ମର୍ଚାଣ୍ଟଙ୍କୁ ପେମେଣ୍ଟ ପ୍ରଦାନ କରିବାର ସୁବିଧା ଯୋଗାଇଥାଏ ବୋଲି ବାରମ୍ବାର ଦୋହରାଯାଉଛି।
- ଚାର୍ଜ:
- ଆପଣ ବୁଝୁଛନ୍ତି ଯେ PhonePe ପ୍ଲାଟଫର୍ମ ମାଧ୍ୟମରେ PhonePe ସେବା ପ୍ରଦାନ କରିବା ପାଇଁ PhonePe ବିଭିନ୍ନ ଖର୍ଚ୍ଚ ବହନ କରେ (ଯାହା ମଧ୍ୟରେ ଭିତ୍ତିଭୂମିର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଖର୍ଚ୍ଚ, ବିଭିନ୍ନ ମାଧ୍ୟମରେ ଟ୍ରାଞ୍ଜାକସନ(ଗୁଡ଼ିକ)/ପେମେଣ୍ଟ ସୁବିଧା ପ୍ରଦାନ ସମ୍ବନ୍ଧୀୟ ଖର୍ଚ୍ଚ ଅନ୍ତର୍ଭୁକ୍ତ, କିନ୍ତୁ ଏତିକିରେ ସୀମିତ ନୁହେଁ), ତେଣୁ ଆପଣ ସମ୍ମତ ହୁଅନ୍ତି ଯେ PhonePe ଆପଣଙ୍କଠାରୁ ଏକ ଫି (ଯେପରିକି ପ୍ଲାଟଫର୍ମ ଫି, କନଭିନିଏନ୍ସ ଫି) ଆଦାୟ କରିପାରିବ ଯାହା ଆପଣଙ୍କୁ ପୂର୍ବରୁ ପ୍ରଦର୍ଶିତ ହେବ ଏବଂ ଯାହା ଆପଣଙ୍କ ଦ୍ୱାରା କରାଯାଉଥିବା ସମ୍ପୃକ୍ତ ଟ୍ରାଞ୍ଜାକସନ/ବିଲ୍ ପେମେଣ୍ଟର ମୂଲ୍ୟ/ପରିମାଣ ସହ ଅତିରିକ୍ତ ଭାବରେ ଯୋଗ କରାହେବ। PhonePe ବିଭିନ୍ନ ସମୟରେ ଏପରି ଫି(ଗୁଡ଼ିକ) ସଂଶୋଧନ କରିବାର ଅଧିକାର ସଂରକ୍ଷିତ ରଖିବ।
- ଏହି ସର୍ତ୍ତାବଳୀ ଅନୁଯାୟୀ ଯେକୌଣସି ପେମେଣ୍ଟ କରିବା ପାଇଁ ବିଲର(ମାନଙ୍କ) ଦ୍ୱାରା ଆପଣଙ୍କ ଉପରେ ଲାଗୁ ହୋଇଥିବା କୌଣସି ଫି ପାଇଁ PhonePe ଦାୟୀ ରହିବ ନାହିଁ।
- ଆପଣଙ୍କ ଦାୟିତ୍ୱ: PhonePe ରିଚାର୍ଜ ଏବଂ ବିଲ୍ ପେମେଣ୍ଟର ବ୍ୟବହାର ସଂକ୍ରାନ୍ତରେ, ନିମ୍ନଲିଖିତ ନିୟମକୁ ଅନୁସରଣ କରିବା ଆପଣଙ୍କ ଦାୟିତ୍ୱ:
- ଟ୍ରାଞ୍ଜାକସନର ସଫଳତା କିମ୍ବା ବିଫଳତା ବିଷୟରେ ଜାଣିବାକୁ ଆପଣ ପୁରୁଣା ଟ୍ରାଞ୍ଜାକସନ ଏବଂ / କିମ୍ବା ନୋଟିଫିକେସନ ଯାଞ୍ଚ କରିବା ଉଚିତ।
- ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ସେବା ସମ୍ବନ୍ଧୀୟ ମର୍ଚାଣ୍ଟ/ ବିଲରଙ୍କ ଦ୍ୱାରା ଆଦାୟ କରାଯାଉଥିବା କୌଣସି ଚାର୍ଜ ପାଇଁ ଆପଣ ଦାୟୀ ରହିବେ ଯାହା ଆପଣଙ୍କ ଆକାଉଣ୍ଟରୁ କଟିପାରେ କିମ୍ବା ଆପଣଙ୍କ ବିଲ୍ / ସବସ୍କ୍ରିପସନ ଫି’ରେ ଯୋଗ ହୋଇପାରେ।
- ଆପଣ ଆପଣଙ୍କର ପିରିୟଡିକ୍ ବିଲ୍, ସବସ୍କ୍ରିପସନ ଫି’ ଓ ରିଚାର୍ଜ ଅବଧି ଏବଂ/ କିମ୍ବା ଆପଣ ଗ୍ରହଣ କରିଥିବା କୌଣସି ୟୁଟିଲିଟି/ ସେବା କିମ୍ବା ରିକରିଂ ଚାର୍ଜ ସେବାର ଧାର୍ଯ୍ୟ ତାରିଖକୁ ଟ୍ରାକ କରିବା ପାଇଁ ଦାୟୀ ରହିବେ ଏବଂ ବିଲର୍ସଙ୍କଠାରୁ ନିୟମିତ ଭାବରେ ବିଲ୍ ପୁନରୁଦ୍ଧାର ସମ୍ବନ୍ଧୀୟ କୌଣସି ଟେକ୍ନିକାଲ ଇସ୍ୟୁ କିମ୍ବା ବିଲରେ କୌଣସି ତ୍ରୁଟି / ଅସଙ୍ଗତି ପାଇଁ PhonePe ଦାୟୀ ରହିବ ନାହିଁ।
- ଆପଣଙ୍କ ବିଲ୍ ପେମେଣ୍ଟ ସମୟ ନିର୍ଦ୍ଧାରଣ କରିବା ପାଇଁ ଆପଣ ଦାୟୀ ରହିବେ ଏବଂ ଆପଣ ବୁଝିଛନ୍ତି ଯେ ପେମେଣ୍ଟ ଆଦାୟକରଣ ସମୟ ମର୍ଚାଣ୍ଟଙ୍କଠାରୁ ମର୍ଚାଣ୍ଟ ଭିନ୍ନ ହେବ ଏବଂ ଏହା କେବଳ ଆପଣଙ୍କ ନିର୍ଦ୍ଦେଶ ଉପରେ ଆଧାରିତ ଯେ ଆମେ ପେମେଣ୍ଟ କରିବୁ। ଟ୍ରାଞ୍ଜାକସନରେ ବିଳମ୍ବ/ ପରିବର୍ତ୍ତନ କିମ୍ବା ବିଫଳତା ପାଇଁ ଆମେ ଦାୟୀ ରହିବୁ ନାହିଁ।
- ୟୁଜର ତ୍ରୁଟି:
- ଆପଣ ଯଦି ଭୁଲବଶତଃ ଭୁଲ ପକ୍ଷ କିମ୍ବା ଭୁଲ ବିଲରଙ୍କୁ ପେମେଣ୍ଟ କରିଦିଅନ୍ତି ବା ଦୁଇଥର ପେମେଣ୍ଟ କରନ୍ତି କିମ୍ବା ଭୁଲ ରାଶି ପେମେଣ୍ଟ କରନ୍ତି (ଆପଣଙ୍କ ତରଫରୁ ଭୁଲ ଟାଇପ ହୋଇଥିବା ଯୋଗୁଁ) ତେବେ ଆପଣ ସେହି ମର୍ଚାଣ୍ଟ/ ପକ୍ଷଙ୍କ ସହ ଯୋଗାଯୋଗ କରି ଭୁଲରେ ପଠାଇଥିବା ଟଙ୍କାକୁ ଫେରସ୍ତ କରିବାକୁ କହିପାରିବେ। ଆପଣ ଭୁଲରେ କରିଥିବା ପେମେଣ୍ଟକୁ PhonePe ଫେରସ୍ତ କିମ୍ବା ରିଭର୍ସ କରିବ ନାହିଁ।
- ଅସ୍ୱୀକରଣ:
- ଅନଲାଇନ ଟ୍ରାଞ୍ଜାକସନରୁ ଉପୁଜିଥିବା ସମସ୍ତ ରିସ୍କ ଆପଣଙ୍କ ଦ୍ୱାରା ବହନ କରାଯିବ ବୋଲି ଆପଣ ରାଜି ହୁଅନ୍ତି।
- PhonePe ଏବଂ ତୃତୀୟ-ପକ୍ଷ ପାର୍ଟନରମାନେ ସେବାଗୁଡ଼ିକର ଗୁଣବତ୍ତା ସମ୍ବନ୍ଧରେ କୌଣସି ୱାରେଣ୍ଟି ଦିଅନ୍ତି ନାହିଁ, ମତ କିମ୍ବା ସୂଚନା ଦିଅନ୍ତି ନାହିଁ, ଏହା ଏତିକିରେ ସୀମିତ ନୁହେଁ: I) ସେବାଗୁଡ଼ିକ ଆପଣଙ୍କ ଆବଶ୍ୟକତାକୁ ପୂରଣ କରିବ; II) ସେବାଗୁଡ଼ିକ ଅବ୍ୟାହତ, ସମୟାନୁସାରେ କିମ୍ବା ତ୍ରୁଟିମୁକ୍ତ ଭାବେ ମିଳିବ; କିମ୍ବା III) ସେବାଗୁଡ଼ିକ ସମ୍ବନ୍ଧରେ ଆପଣଙ୍କ ଦ୍ଵାରା ପ୍ରାପ୍ତ ଯେକୌଣସି ପ୍ରଡକ୍ଟ, ସୂଚନା କିମ୍ବା ମେଟେରିଆଲ ଆପଣଙ୍କର ଆବଶ୍ୟକତା ପୂରଣ କରିବ।
- ଏଠାରେ ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇଥିବା ଏବଂ ଆଇନ ଦ୍ୱାରା ଅନୁମତିପ୍ରାପ୍ତ ସମ୍ପୂର୍ଣ୍ଣ ସୀମା ବ୍ୟତୀତ, ୱାଲେଟ ଫିଚର “ଯେପରି ଅଛି”, “ଉପଲବ୍ଧ” ଏବଂ “ସମସ୍ତ ତ୍ରୁଟି ସହିତ” ପ୍ରଦାନ କରାଯାଏ। ଏହିପରି ଭାବେ ଏଥିରୁ ସମସ୍ତ ୱାରେଣ୍ଟି, ବର୍ଣ୍ଣନା, ସର୍ତ୍ତାବଳୀ, ଅଣ୍ଡରଟେକିଂ ଓ ସର୍ତ୍ତାବଳୀ, ମତ ଅବା ସୂଚନା ଦେବା ଆଦିକୁ ବାଦ୍ ଦିଆଯାଇଛି। PhonePe ଦ୍ୱାରା ପ୍ରଦାନ କରାଯାଇଥିବା କିମ୍ବା ସାଧାରଣତଃ ଉପଲବ୍ଧ ଥିବା ସେବା ଏବଂ ଅନ୍ୟ ସୂଚନାର ସଠିକତା, ପୂର୍ଣ୍ଣତା ଏବଂ ଉପଯୋଗିତା ମୂଲ୍ୟାଙ୍କନ କରିବା ଆପଣଙ୍କ ଦାୟିତ୍ୱ ଅଟେ। ଆମେ କାହାକୁ ଆମ ତରଫରୁ କୌଣସି ୱାରେଣ୍ଟି ଦେବାକୁ ଅଧିକାର ଦେଉନାହୁଁ ଏବଂ ଆପଣ ଏପରି କୌଣସି ବିବୃତ୍ତି ଉପରେ ନିର୍ଭର କରିବା ଉଚିତ ନୁହେଁ।
- ଭାରତ କନେକ୍ଟ ଅପରେଟିଂ ୟୁନିଟରେ ଅଭିଯୋଗ ପ୍ରକ୍ରିୟା:
- ପେଣ୍ଡିଂ ଟ୍ରାଞ୍ଜାକସନ: ବିଲ୍ ପେମେଣ୍ଟ/ରିଚାର୍ଜ ସାଧାରଣତଃ ତତକ୍ଷଣାତ କନଫର୍ମ ହୋଇଯାଏ। ତେବେ, କିଛି ବିରଳ କ୍ଷେତ୍ରରେ ସେବା ପ୍ରଦାନକାରୀମାନେ ଟ୍ରାଞ୍ଜାକସନର କନଫର୍ମେସନ ସେୟାର କରିବାକୁ ସ୍ଵାଭାବିକ ସମୟ ଅପେକ୍ଷା ଅଧିକ ସମୟ ନେଇପାରନ୍ତି। ଯଦି ଆପଣ ଆପଣଙ୍କର ବିଲ୍ ପେମେଣ୍ଟ/ରିଚାର୍ଜ ପେଣ୍ଡିଂ ଅବସ୍ଥାରେ ରହିଥିବାର ଦେଖନ୍ତି, ତେବେ ତାହାର ଅର୍ଥ ହେଉଛି ଯେ ଆମେ ଆପଣଙ୍କ ସେବା ପ୍ରଦାନକାରୀଙ୍କଠାରୁ ଏକ କନଫର୍ମେସନ ପାଇଁ ଅପେକ୍ଷା କରୁଛୁ ଏବଂ ସେମାନେ ଚୂଡ଼ାନ୍ତ ସ୍ଥିତି ଅପଡେଟ କରିବାକୁ 96 ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇପାରନ୍ତି। ଯଦି ଆପଣ 24 ଘଣ୍ଟାରୁ ଅଧିକ ସମୟ ପରେ ଟ୍ରାଞ୍ଜାକସନ ପେଣ୍ଡିଂ ଅବସ୍ଥାରେ ରହିଥିବାର ଦେଖନ୍ତି, ତେବେ ଆପଣ ଆମ ସହିତ ଏକ ଟିକେଟ ତିଆରି କରିପାରିବେ ଏବଂ ଆମେ ସେବା ପ୍ରଦାନକାରୀଙ୍କୁ ଏହା ଜଣାଇବୁ।
- ସଫଳ ଟ୍ରାଞ୍ଜାକସନ: ଏକ ସଫଳ ବିଲ୍ ପେମେଣ୍ଟ/ରିଚାର୍ଜ ପରେ ମଧ୍ୟ ଯଦି ବିଲ୍ ପେମେଣ୍ଟ/ରିଚାର୍ଜ ଅପଡେଟ ନହୁଏ/ସେବା ପ୍ରଦାନ କରାନଯାଏ, ତେବେ ଦୟାକରି 48 ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଯଦି 48 ଘଣ୍ଟା ପରେ ମଧ୍ୟ ବିଲ୍ ପେମେଣ୍ଟ/ରିଚାର୍ଜ ଅପଡେଟ ନହୁଏ/ସେବା ପ୍ରଦାନ କରାନଯାଏ, ତେବେ ଆପଣ ଯେକୌଣସି ସମସ୍ୟା/ଅଭିଯୋଗ ସମ୍ବନ୍ଧରେ ଆମକୁ ରିପୋର୍ଟ କରିପାରିବେ। ଆମେ ଆପଣଙ୍କ ସମସ୍ୟାର ସମୀକ୍ଷା କରିବୁ ଏବଂ ଆପଣଙ୍କ ସମସ୍ୟା/ଅଭିଯୋଗ ପାଇବାର 48 ଘଣ୍ଟା ଏବଂ ସର୍ବାଧିକ 30 କାର୍ଯ୍ୟ ଦିବସ ମଧ୍ୟରେ ଆପଣଙ୍କ ଅଭିଯୋଗ/ଅଭିଯୋଗର ସମାଧାନ କରିବାକୁ ଚେଷ୍ଟା କରିବୁ। ଅଧିକ ବିବରଣୀ ପାଇଁ ଆପଣ ଆମର ଅଭିଯୋଗ ନୀତିକୁ ଦେଖିପାରିବେ।
- ରିଫଣ୍ଡ: PhonePe ପ୍ଲାଟଫର୍ମରେ ଆପଣଙ୍କ ଦ୍ୱାରା ପ୍ରୋସେସ କରାଯାଇଥିବା ଟ୍ରାଞ୍ଜାକସନ ପାଇଁ ସମସ୍ତ ରିଫଣ୍ଡ (ଯଦି ପ୍ରଯୁଜ୍ୟ ହୁଏ) କେବଳ ସୋର୍ସ ଆକାଉଣ୍ଟକୁ ରିଫଣ୍ଡ କରାଯିବ। ଆପଣ UPI ବ୍ୟବହାର କରି କରିଥିବା ପେମେଣ୍ଟ ପାଇଁ 3 ରୁ 5 ଦିନ, କାର୍ଡ ମାଧ୍ୟମରେ ପେମେଣ୍ଟ ପାଇଁ 7 ରୁ 9 ଦିନ ଏବଂ ୱାଲେଟ ଓ ଗିଫ୍ଟ କାର୍ଡ ବ୍ୟବହାର କରି କରିଥିବା ପେମେଣ୍ଟ ପାଇଁ 24 ଘଣ୍ଟା ମଧ୍ୟରେ ରିଫଣ୍ଡ ପାଇବେ।
- ଅନ୍ୟ ସର୍ତ୍ତାବଳୀ:
ୟୁଜର ପଞ୍ଜିକରଣ, ଗୋପନୀୟତା, ୟୁଜର ଦାୟିତ୍ୱ, ଇନଡେମନିଫିକେସନ, ନିୟନ୍ତ୍ରଣ କରୁଥିବା ଆଇନ, ଦାୟବଦ୍ଧତା, ବୌଦ୍ଧିକ ସମ୍ପତ୍ତି, ଗୋପନୀୟତା ଏବଂ ସାଧାରଣ ବ୍ୟବସ୍ଥା ଇତ୍ୟାଦି ଭଳି ସର୍ତ୍ତାବଳୀ ସମେତ ଅନ୍ୟ ସମସ୍ତ ସର୍ତ୍ତାବଳୀ ସାଧାରଣ ସର୍ତ୍ତାବଳୀ ଅନୁଯାୟୀ ଏହି ବ୍ୟବହାର ସର୍ତ୍ତାବଳୀରେ ଅନ୍ତର୍ଭୁକ୍ତ ବୋଲି ବିବେଚନା କରାଯାଏ।