PhonePe Blogs Main Featured Image

Design

ହଜାର ହଜାର ଭାରତୀୟଙ୍କୁ ବାଧାହୀନ ସରଳ ପେମେଣ୍ଟ ଅନୁଭୂତି ପ୍ରଦାନ

PhonePe Regional|2 min read|24 April, 2021

URL copied to clipboard

ସମ୍ପ୍ରତିରେ PhonePe 250 ମିଲିୟନ ୟୁଜର ମାଇଲଷ୍ଟୋନ୍ ଅତିକ୍ରମ କରିଛି ଏବଂ UPI ଟ୍ରାଞ୍ଜାକ୍‍‌ସନରେ ସବୁଠାରୁ ବଡ଼ କମ୍ପାନୀ ହିସାବରେ ଅଗ୍ରଣୀ ହୋଇଛି । 100 ମିଲିୟନରୁ ଉର୍ଦ୍ଧ୍ୱ ମାସିକ ସକ୍ରିୟ ୟୁଜର ସହିତ ଦେଶରେ ଆମର ବର୍ତ୍ତମାନ ବୃହତ୍ତମ ଟ୍ରାଞ୍ଜାକ୍‍‌ଟିଂ ୟୁଜର ବେସ୍ ରହିଛି । ଆମେ ଆଜି ଅନେକ ପଥ ଅତିକ୍ରମ କରି ଭାରତରେ 500 ସହରରେ ଗର୍ବର ସହିତ ହଜାର ହଜାର ୟୁଜରଙ୍କୁ ସେବା ପ୍ରଦାନ କରୁଛୁ ।

ଶ୍ରେଷ୍ଠ ଟେକ୍ ଦକ୍ଷତା, ଏକ ସରଳ, ଇନଟ୍ୟୁଟିଭ୍ ପ୍ରଡକ୍ଟ ଫ୍ଲୋ, ଏବଂ ନୂତନ ପ୍ରଡକ୍ଟ ଓ ଫିଚରର ଯୋଗ ସହିତ ଗ୍ରାହକ ଅନୁଭୂତି ହେଉଛି ଆମର ମେରୁଦଣ୍ଡ ଯେଉଁଥି ପାଇଁ ପ୍ରତିଦିନ ଗ୍ରାହକମାନେ ଆମର ସେବା ବ୍ୟବହାର କରନ୍ତି । ଶ୍ରେଷ୍ଠ ଗ୍ରାହକ ଅନୁଭୂତି ପ୍ରଦାନ କରି ଆମ ଆପ୍‌ରେ ପ୍ରତ୍ୟେକ ପେମେଣ୍ଟକୁ ଆମ ଗ୍ରାହକମାନଙ୍କ ପାଇଁ ଆନନ୍ଦଦାୟକ କରିଛୁ । ଏଠାରେ ଦେଖନ୍ତୁ ଆମେ କେମିତି ଏହାକୁ କରିଥାଉ!

ଭାରତ ପାଇଁ ଡିଜିଟାଲ ପେମେଣ୍ଟ ଗ୍ରହଣ

ସାରା ଭାରତରେ ଏକ ପେମେଣ୍ଟ ବିକଳ୍ପ ଭାବେ ଆମକୁ ଗ୍ରହଣ କରାଯାଇଛି । ଆମର ଏଇ ପେନିଟ୍ରେସନ ଏବଂ ବ୍ୟାପକ ୟୁଜରର ଟେଷ୍ଟିମୋନି ହେଉଛି ଆମର ଗ୍ରାହକଙ୍କ 80% ଟାୟାର 2, 3 ଏବଂ ଅଧିକରୁ ଆସିଥାନ୍ତି । ଏଇସବୁ କ୍ଷେତ୍ରରେ ଡିଜିଟାଲ ପେମେଣ୍ଟ ସହିତ ପରିଚିତି ଏବେ ବି କମ୍ ଅଟେ, କାରଣ ବିଶ୍ୱାସ, ନିରାପତ୍ତା, ସୁରକ୍ଷା ଏବଂ ଭରସାରେ ମାନସିକ ଅସ୍ଥିରତା ରହିଛି ।

ଆମର ଗ୍ରାହକଙ୍କ ସହିତ ଇଣ୍ଟରାକସନରୁ ଆମେ ଜାଣିବାକୁ ପାଇଲୁ ଯେ ଆମର ବହୁ ୟୁଜର ପ୍ରଥମ ଥର ପାଇଁ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ଏବଂ ଆମର କାର୍ଯ୍ୟ କେବଳ ପେମେଣ୍ଟକୁ ସହଜ କରିବାରେ ସୀମିତ ନକରି ସେମାନଙ୍କୁ ଡିଜିଟାଲ ଦୁନିଆଁରେ ଅଭ୍ୟସ୍ତ କରାଇବା ମଧ୍ୟ ଆମ କର୍ତ୍ତବ୍ୟ ।

ଏଇ ଭାବନା ମନରେ ରଖି, ଆମେ ସିଷ୍ଟମ ଓ ପ୍ରୋସେସ ତିଆରି କରିବାରେ ଅତ୍ୟଧିକ ବିନିଯୋଗ କରିଛୁ ଯାହା ସବୁ ୟୁଜର ସେଗମେଣ୍ଟ, ସ୍ଥାନ, ଡିଭାଇସ ଏବଂ ପେମେଣ୍ଟ ବିଭାଗରେ ଆମକୁ ଗ୍ରାହକଙ୍କ ବ୍ୟବହାର ବିଷୟରେ ଗଭୀର ଭାବେ ଜଣାଇବ। ଏସବୁ ଉଦ୍ୟମରେ ଆମ ଆପ୍‌ରେ ହେଉଥିବା ଆନନ୍ଦଦାୟକ ଏବଂ ନିରାଶଜନକ ଅନୁଭୂତି ବିଷୟରେ ମଧ୍ୟ ଆମେ ଜାଣିବାକୁ ପାଇଛୁ । ଆମର ଗଭୀର ଗବେଷଣାରେ ଆମେ ପାଇଥିବା ଫ୍ରିକସନ ପଏଣ୍ଟଗୁଡ଼ିକୁ ସମାଧାନ କରିବାକୁ ଏକ ଟେକ୍ ଓ ଡାଟା-ଫାଷ୍ଟ ଆପ୍ରୋଚ୍ ଗ୍ରହଣ କରିଛୁ ।

ଆମ ଆପ୍ ଆପଣଙ୍କ ଭାଷା କହେ

ଆମର ବହୁତ ଗ୍ରାହକ ଆପଟିକୁ ନିଜ ମାତୃଭାଷାରେ ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ 8ଟି ଭାରତୀୟ ଭାଷାରେ ସାହାଯ୍ୟ ଏବଂ ସହାୟତା ଯୋଗାଇ ଥାଉଁ। ଆଞ୍ଚଳିକ ଭାଷା ଟେଲିଫୋନିକ ସପୋର୍ଟ ସହିତ, ଆମେ ବର୍ତ୍ତମାନ ଆପ୍, ସାହାଯ୍ୟ ବିଭାଗ ଏବଂ ଚାଟ୍ ସପୋର୍ଟ ପାଇଁ ଭାଷା ଚୟନ କରିବାର ବିକଳ୍ପ ମଧ୍ୟ ଦେଇଥାଉ। ଆମର ଲୋକାଲାଇଜେସନ ଉଦ୍ୟମ ସଫଳ ହୋଇଛି ଏବଂ ବହୁ ଆଦୃତି ଲାଭ କରିଛି କାରଣ ଅଧିକରୁ ଅଧିକ ଗ୍ରାହକ ସେମାନଙ୍କୁ ସହଜ ହେଉଥିବା ଭାଷାରେ ଆପକୁ ବ୍ୟବହାର କରୁଛନ୍ତି।

ସାହାଯ୍ୟ କରିବା ପାଇଁ ଆମେ ଏଠି ପ୍ରସ୍ତୁତ!

ଏକାଧିକ ୟୁଜର ଡିଜିଟାଲ ପେମେଣ୍ଟକୁ ବ୍ୟବହାର କରିବାକୁ କୁଣ୍ଠାବୋଧ କରନ୍ତି କାରଣ ଅନେକ ବିଷୟ ଯେମିତି UPI ପେମେଣ୍ଟ କେମିତି କାମ କରେ, VPA ସୃଷ୍ଟି, ଆପଣଙ୍କ UPI PIN ସେଟ୍ କରିବା, ବ୍ୟାଙ୍କ୍ ଆକାଉଣ୍ଟ୍ ଲିଙ୍କ୍ କରିବା ଆଦି ବିଷୟରେ ସେମାନେ ଅବଗତ ନୁହଁନ୍ତି । ଆମେ ସରଳ ଭାବେ ସହଜ ଭାବେ ବୁଝିବାରେ ସାହାଯ୍ୟ କରୁଥିବା ଆର୍ଟିକିଲ ଏବଂ ଏଜୁକେସନାଲ ଭିଡିଓ ଏକାଧିକ ଭାଷାରେ ନୂତନ ଗ୍ରାହକଙ୍କ ପାଇଁ ତିଆରି କରିଛୁ। ଆପ୍‌ରେ ୟୁଜରଙ୍କୁ ସାହାଯ୍ୟ କରିବା ପାଇଁ ଅବିରତଭାବେ ଆମେ ଇମେଜେରି ଓ ଭିଜୁଆଲ ମିଡିଆ ଯୋଗ କରୁଛୁ। ଆମେ ପ୍ରଡକ୍ଟ ଏବଂ ବିଜନେସ ଟିମ ସହିତ ପାର୍ଟନର୍ ହୋଇଛୁ ଏବଂ ଅବିରତଭାବେ ଆମର ସପୋର୍ଟ ଯୋଗାଯୋଗ ରେଟକୁ ହ୍ରାସ କରିବାରେ କାମ କରୁଛୁ ଯାହା ଆଜି ଇମ୍ପ୍ରେସିଭ୍ 0.5% ତଳେ ଅଛି।

ଅଟୋମେସନ ସହିତ ତତ୍କାଳ ସମସ୍ୟା ସମାଧାନ

ଆମେ ତୁରନ୍ତ 90% ଗ୍ରାହକ ସମସ୍ୟାର ସମାଧାନ କରୁ ଏବଂ ଏଇ ଶତକଡ଼ାକୁ ବଢ଼ାଇବାରେ ଆମେ ସଦାସର୍ବଦା କାର୍ଯ୍ୟରତ। ଆମେ ଆମର ସପୋର୍ଟ ସିଷ୍ଟମକୁ ଅଟୋମେଟ୍ କରିଛୁ ଫଳରେ ଗ୍ରାହକମାନେ ଆପରେ ସହଜରେ ସେମାନଙ୍କ ପେମେଣ୍ଟ ସମସ୍ୟା ଟ୍ରାକ୍ କରିପାରିବେ ଓ ଆମଠାରୁ ଉତ୍ତର ଶୀଘ୍ର ପାଇପାରିବେ। ଏହା ଗ୍ରାହକଙ୍କୁ ତାଙ୍କ ସମସ୍ୟା ସମାଧାନ କରିବାରେ ସିଧାସଳଖ ସକ୍ଷମ କରେ ଏବଂ ଜଣେ ଗ୍ରାହକ ସପୋର୍ଟ ଏକଜିକ୍ୟୁଟିଭଙ୍କୁ ତାଙ୍କୁ ଅପେକ୍ଷା କରିବାକୁ ପଡ଼େନାହିଁ। ଆମେ ଗ୍ରାହକଙ୍କ ସମସ୍ୟାର ସମାଧାନ କଲାବେଳେ ସମ୍ପୂର୍ଣ୍ଣ ପାରଦର୍ଶିତାର ସୁନିଶ୍ଚିତତା ଦେଇଥାଉ। ଆଜି ସବୁ ସମସ୍ୟାର 80% ଅଟୋମେଟେଡ ପୋର୍ଟାଲ ଅନୁଭୂତି ଏବଂ ଉନ୍ନତ ସଟିସଫେକସନ ସ୍କୋର ସହିତ ଫୋନ IVRରେ କଭର ହେଉଛି ଏବଂ ଆମେ ବିଶ୍ୟାସ କରୁ ଯେ ଏହାକୁ ଆହୁରି ଉନ୍ନତ କରିପାରିବୁ। ଗ୍ରାହକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପାଇଁ ଆମଠାରୁ କିଛି ଘଣ୍ଟା ଭିତରେ ନିଶ୍ଚୟ ଉତ୍ତର ପାଇବେ ବୋଲି ଆମେ ସୁନିଶ୍ଚିତ କରୁ।

ଭବିଷ୍ୟତ ପାଇଁ ପ୍ରସ୍ତୁତି

ଆମେ ଆମ ଗ୍ରାହକଙ୍କଠାରୁ ପ୍ରତିଦିନ ଅନେକ ଜିନିଷ ଜାଣିବାକୁ ପାଉ। ଆମେ ପାଉଥିବା ଫିଡବ୍ୟାକ ଆମର ଡିଜାଇନିଂ ଅନୁଭୂତିରେ ସାମିଲ କରିଥାଉ ଯାହା ସାରା ଭାରତରେ ୟୁଜରମାନଙ୍କ ପାଇଁ ସର୍ବୋତ୍ତମ ପେମେଣ୍ଟ ଅନୁଭୂତି ଦେଇଥାଏ।

Keep Reading