PhonePe Blogs Main Featured Image

Investments

ଦୀର୍ଘକାଳୀନ ବିନିଯୋଗ ସାମର୍ଥ୍ୟର ନିର୍ମାଣ

PhonePe Regional|2 min read|12 July, 2021

URL copied to clipboard

ବ୍ୟାୟାମ ଏବଂ ବିନିଯୋଗ ମଧ୍ୟରେ କଣ ସାମାନତା ଅଛି? ଆପଣ ଯଦି ଭଲଭାବରେ ଦେଖିବେ ତେବେ ବହୁତ ସମାନତା ରହିଛି!

ଆପଣ ମଧ୍ୟ 2021 ବର୍ଷଟି ସୁସ୍ଥ-ସବଳ ହୋଇ ରହିବା ଏବଂ ବ୍ୟାୟାମ ଆରମ୍ଭ କରିବାର ସଂକଳ୍ପକୁ ନେଇ ଆରମ୍ଭ କରିଥିଲେ କି? ହଁ, ଆମେ ବି କରିଥିଲୁ! କିନ୍ତୁ ଯେତେବେଳେ ଆମେ ଏହି ସଂକଳ୍ପଗୁଡ଼ିକ ଆରମ୍ଭ କରିଥିଲୁ, ଆମେ ହୃଦୟଙ୍ଗମ କରିଥିଲୁ ଯେ ବ୍ୟାୟାମ ଏବଂ ବିନିଯୋଗ ମଧ୍ୟରେ ଏକ ସମାନତା ରହିଛି ଯାହା ଆମକୁ ଏହା ବୁଝିବାରେ ସାହାଯ୍ୟ କରିଥାଏ ଯେ ସେହି ସପ୍ନକୁ ପୂରା କରିବା ସମୟରେ କିପରି ଜଣେ ସଫଳ ବିନିଯୋଗକାରୀ ହୋଇପାରିବ। ତେବେ ଚାଲନ୍ତୁ ଆରମ୍ଭ କରିବା।

ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଏକ ଆରମ୍ଭ କରିବା

ଆପଣ ଜାଣନ୍ତି କି ଅଧିକାଂଶ ଲୋକ ପ୍ରତିବର୍ଷ ଆରମ୍ଭରେ ବ୍ୟାୟାମ ଏବଂ ସୁସ୍ଥ ରହିବାକୁ ଏକ ସଂକଳ୍ପ କାହିଁକି କରନ୍ତି? ଏହାର କାରଣ ସମସ୍ତେ ଏହା କରିବାକୁ ଚାହାଁନ୍ତି, କିନ୍ତୁ ବହୁତ କମ୍ ଲୋକ ଏହା କରିବାକୁ ସକ୍ଷମ ହୋଇପାରନ୍ତି। ବିନିଯୋଗ କ୍ଷେତ୍ରରେ ମଧ୍ୟ ଏହା ହିଁ ଦେଖିବାକୁ ମିଳିଥାଏ। ଏହାକୁ ଭବିଷ୍ୟତରେ କରିବାକୁ ନିଷ୍ପତ୍ତି ନେବା ଦ୍ୱାରା କୌଣସି ଫଳ ମିଳେ ନାହିଁ। ସେଥିପାଇଁ, ବିନିଯୋଗ ଏବଂ ବ୍ୟାୟାମ ଆଜିହିଁ ଆରମ୍ଭ କରନ୍ତୁ, କାଲି ନୁହେଁ।

ନିୟମିତତା ଗୁରୁତ୍ୱପୂର୍ଣ୍ଣ

1 ଜାନୁଆରୀରେ ଜିମ୍ ଯିବା ଏବଂ ତା’ପରେ ଛାଡ଼ି ଦେବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟର ଲକ୍ଷ୍ୟରେ କୌଣସି ପ୍ରଭାବ ପକାଇବ ନାହିଁ। ଆପଣଙ୍କର ଲକ୍ଷ୍ୟରେ ପହଞ୍ଚିବାର ଏକମାତ୍ର ଉପାୟ ହେଉଛି ନିୟମିତ ରୂପେ ବ୍ୟାୟାମ କରିବା। ସେହିଭଳି, ନିୟମିତ ଭାବରେ SIP ମାଧ୍ୟମରେ ବିନିଯୋଗ କରିବା ଏବଂ ଏହାକୁ ଜାରି ରଖିବା ଆପଣଙ୍କୁ ଦୀର୍ଘ ସମୟ ମଧ୍ୟରେ ଅଧିକ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିବ।

ନିୟମିତତା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ଏଠାରେ ଦିଆଯାଇଛି:

ଧରି ନିଅନ୍ତୁ ଆପଣ ମାସିକ ₹5,000 ର SIP ଆରମ୍ଭ କରନ୍ତି ଏବଂ ଏହାକୁ 20 ବର୍ଷ ପାଇଁ ଜାରି ରଖିବାକୁ ନିଷ୍ପତ୍ତି ନିଅନ୍ତି। ଏହି ବିନିଯୋଗରେ ଆପଣଙ୍କୁ 12% ରିଟର୍ନ ମିଳିବ। 20 ବର୍ଷର ଶେଷରେ, ଆପଣ ପାଖାପାଖି 50 ଲକ୍ଷ ଟଙ୍କା ଆୟ କରିସାରିଥିବେ। ଏଥିରୁ ଏହା ଜଣାପଡ଼ୁଛି ଯେ ପ୍ରତିମାସ ଲଗାତାର ₹5,000 ବିନିଯୋଗ କଲେ ଦୀର୍ଘ ସମୟ ଧରି ଏକ ବଡ଼ ପରିମାଣ ରାଶି ଜମା ହୋଇପାରିବ।

ଆପଣଙ୍କ ପ୍ରୟୋଜନ ଅନୁସାରେ ଏକ ରୁଟିନ୍ ବାଛନ୍ତୁ

ଆପଣ ଯେତେବେଳେ ନିୟମିତ ଭାବରେ ବ୍ୟାୟାମ କରିବା ଆରମ୍ଭ କରିବେ, ଆପଣ ନିଜ ପାଇଁ ସର୍ବଶ୍ରେଷ୍ଠ ବ୍ୟାୟାମ ରୁଟିନ୍‍ ସେଟ୍‍ କରିବା ଆରମ୍ଭ କରିପାରିବେ। ମସଲ ବିଲ୍ଡିଂ ପାଇଁ ଓଜନ ପ୍ରଶିକ୍ଷଣ, ଓଜନ ହ୍ରାସ ପାଇଁ କାର୍ଡିଓ କିମ୍ବା ମୂଳ ଶକ୍ତି ପାଇଁ ପାଇଲେଟ୍ସ ଇତ୍ୟାଦି ହୋଇପାରେ। ସଂକ୍ଷେପରେ, ଆପଣ ଆପଣଙ୍କର ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ବ୍ୟାୟାମ କରିଥାନ୍ତି। ବିନିଯୋଗ କ୍ଷେତ୍ରରେ ମଧ୍ୟ, ଆପଣ ଆପଣଙ୍କର ରିସ୍କ ପ୍ରିଫରେନ୍ସ, ଲକ୍ଷ୍ୟ ଏବଂ ବିନିଯୋଗର ସମୟ ସହ ଖାପ ଖୁଆଉଥିବା ଭଳି ଫଣ୍ଡରେ ବିନିଯୋଗ କରିବାକୁ ନିଶ୍ଚିତ କରନ୍ତୁ।

ଯଦି ଆପଣ ଅତି ସ୍ୱଳ୍ପ ସମୟର ଲକ୍ଷ୍ୟ ପୂରଣ କରିବା ପାଇଁ ଅତ୍ୟଧିକ ରିସ୍କ ବିନିଯୋଗରେ ବିନିଯୋଗ କରନ୍ତି, ତେବେ କ’ଣ ହେବ? ଆପଣଙ୍କ ବିନିଯୋଗ ଅତ୍ୟଧିକ ଉତ୍ଥାନ ଏବଂ ପତ୍ତନ ମଧ୍ୟରେ ଗତି କରିବ ଯାହାର ଫଳ ସ୍ୱରୂପ କିଛି କ୍ଷତି ଏବଂ ଅଧିକ ମାନସିକ ଚାପ ସୃଷ୍ଟି ହେବ। ଆପଣଙ୍କ ଆବଶ୍ୟକତା ଅନୁଯାୟି ଖାପ ଖୁଆଉଥିବା ଭଳି ଫଣ୍ଡରେ ବିନିଯୋଗ କରି ଏହି ଧରଣର ଅସୁବିଧାରୁ ମୁକ୍ତ ହୋଇପାରିବେ। ବିନିଯୋଗର ସମୟ ଏବଂ ବିଭିନ୍ନ ପ୍ରୋଫାଇଲ୍‍ ଉପରେ ନିର୍ଭର କରି ଏଠାରେ ଏକ ସଂକ୍ଷିପ୍ତ ନିର୍ଦ୍ଦେଶନାମା ଦିଆଯାଇଛି:

କୌଣସି ଶୋର୍ଟକଟ ନାହିଁ, କିନ୍ତୁ ଦୀର୍ଘକାଳୀନ ଫଳାଫଳ ଅସାଧାରଣ ହୋଇପାରେ

ବ୍ୟାୟାମ ଏକ ଦୀର୍ଘକାଳୀନ ପ୍ରକ୍ରିୟା। ଫଳାଫଳ ଦେଖିବାକୁ ସମୟ ଲାଗେ କିନ୍ତୁ ଥରେ ଆପଣ ଆପଣଙ୍କର ଲକ୍ଷ୍ୟର ନିକଟତର ହେଲେ, ପଛକୁ ଚାହିଁବା ଆବଶ୍ୟକ ନୁହେଁ। ସେହିଭଳି, ବିନିଯୋଗ କ୍ଷେତ୍ରରେ, କୌଣସି ଶୋର୍ଟକଟ ନଥାଏ। ଯଦି ଆପଣ ଶୀଘ୍ର ଲାଭ ପାଇବାକୁ ଚାହାଁନ୍ତି, ତେବେ ଆପଣ ନିରାଶ ହୋଇପାରନ୍ତି କିନ୍ତୁ SIP ମାଧ୍ୟମରେ ଦୀର୍ଘ ସମୟ ପାଇଁ ବିନିଯୋଗ କରିବା ଏକ ଧୀର ଏବଂ ସ୍ଥିର ଆପଣଙ୍କର ବିନିଯୋଗ ଗଠନ ପାଇଁ ଏକ ଉତ୍ତମ ଉପାୟ।

ଶେଷରେ, ଆସନ୍ତୁ ଏକ ପ୍ରସିଦ୍ଧ ଉଦ୍ଧୃତିରୁ ଉଦାହରଣ ନେବା ଯାହା ବ୍ୟାୟାମର ଗୁଣକୁ ପ୍ରଶଂସା କରେ ଯାହା ବିନିଯୋଗ ପାଇଁ ମଧ୍ୟ ଉପଯୁକ୍ତ ଅଟେ: “ଆଜିହିଁ ଏପରି କିଛି ଆରମ୍ଭ କରନ୍ତୁ ଯାହା ପାଇଁ ଆପଣ ଭବିଷ୍ୟତରେ ନିଜକୁ ଧନ୍ୟବାଦ ଦେବେ

ଡିସକ୍ଲେମର: ମ୍ୟୁଚୁଆଲ୍‍ ଫଣ୍ଡରେ ବିନିଯୋଗ ମାର୍କେଟ ରିସ୍କ ଅଧିନ ଅଟେ। ବିନିଯୋଗ କରିବା ପୂର୍ବରୁ ଦୟାକରି ଯୋଜନା ସମ୍ବନ୍ଧିତ ସୂଚନା ଡକ୍ୟୁମେଣ୍ଟକୁ ଧ୍ୟାନ ସହକାରେ ପଢ଼ନ୍ତୁ।

PhonePe ୱେଲଥ ବ୍ରୋକିଂ ପ୍ରାଇଭେଟ ଲିମିଟେଡ।AMFI — ରେଜିଷ୍ଟର୍ଡ ମ୍ଯୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ଯୁସନ ARN – 187821

Keep Reading