PhonePe Blogs Main Featured Image

Investments

ଜାଣନ୍ତୁ ଧନ ବୃଦ୍ଧି କରିବା ଏବଂ କୋଟିପତି ହେବାର ସହଜ ଉପାୟ

PhonePe Regional|2 min read|02 August, 2021

URL copied to clipboard

ଶୀଘ୍ର ବିନିଯୋଗ କରନ୍ତୁ, ଅଳ୍ପରୁ ଆରମ୍ଭ କରନ୍ତୁ ଏବଂ ସମୟ ସହିତ ଅଧିକ ଟଙ୍କା ଜମା କରନ୍ତୁ

କୋଟିପତି ହେବାର ସ୍ୱପ୍ନ ସମସ୍ତେ ଦେଖନ୍ତି କିନ୍ତୁ ବହୁତ୍‍ କମ୍‍ ଲୋକଙ୍କୁ ସେଠାକୁ ପହଞ୍ଚିବାର ରାସ୍ତା ଜଣାଥାଏ। ନିଶ୍ଚିତ ଭାବରେ ସେଠାରେ ପହଞ୍ଚିବାକୁ କୌଣସି ସଟକର୍ଟ ନାହିଁ, ବିନିଯୋଗ କରିବା ପାଇଁ ଯଦି ଆପଣଙ୍କ ପାଖରେ ଧୈର୍ଯ୍ୟ ଏବଂ ଅନୁଶାସନ ଅଛି ତେବେ ଏହା ସମ୍ଭବ।

ମ୍ୟାଜିକ ମନ୍ତ୍ର ହେଉଛି ଧୈର୍ଯ୍ୟପୂର୍ବକ କମ୍‍ ପରିମାଣରେ ବିନିଯୋଗ କରିବା ଏବଂ ଚକ୍ରବୃଦ୍ଧି ସୁଧ ପାଇବା।

ଚକ୍ରବୃଦ୍ଧି ସୁଧ କଣ?

ଏହା ଅତି ସହଜ। ଧରି ନିଅନ୍ତୁ ଆପଣ ବାର୍ଷିକ 8% ସୁଧରେ ₹100 ବିନିଯୋଗ କରିଛନ୍ତି, ବର୍ଷ ଶେଷରେ ଆପଣ ₹8 ପାଇବେ। ଯଦି ଆପଣ ସମାନ 8% ସୁଧ ହାରରେ ଆଉ ଏକ ବର୍ଷ ପାଇଁ ₹108 ଆଉଥରେ ବିନିଯୋଗ କରନ୍ତି, ଆପଣଙ୍କୁ ମିଳିବ ₹8.64। ଅତିରିକ୍ତ 64 ପଇସାର ସୁଧ ଏଥିପାଇଁ ଯେ ଆପଣ ସୁଧ ଉପରେ ସୁଧ ପାଇଛନ୍ତି -ଏହାକୁ ଚକ୍ରବୃଦ୍ଧି ସୁଧ କୁହାଯାଏ।

ଆପଣ ଯେତେ ଦୀର୍ଘ ସମୟ ପାଇଁ ବିନିଯୋଗ ଜାରି ରଖିବେ, ସେତେ ଅଧିକ ‘ଚକ୍ରବୃଦ୍ଧି ସୁଧ’ ପାଇପାରିବେ ଏବଂ ସମୟର ସହିତ ତାହା ଜମା ହୋଇ ବଡ଼ ଅଙ୍କର ରାଶିରେ ପରିଣତ ହେବ — ଆପଣ ବିନିଯୋଗ କରିଥିବା ରାଶି ଅପେକ୍ଷା ମଧ୍ୟ ବହୁତ ଅଧିକ ପରିମାଣର ହୋଇଥାଏ।

ଆପଣଙ୍କୁ କେତେ ଟଙ୍କା ସଞ୍ଚୟ କରିବା ଆବଶ୍ୟକ ଏବଂ କିପରି ତାହା ଆରମ୍ଭ କରିବେ?

ଯଦି ଆପଣଙ୍କର 30 ବର୍ଷର ବିନିଯୋଗ ପ୍ଲାନ୍‍ (ଶୀଘ୍ର ଆରମ୍ଭ କରି) ଅଛି ତେବେ ଆପଣଙ୍କୁ ପ୍ରତି ମାସରେ ମାତ୍ର ₹1300 ଆବଶ୍ୟକ ହେବ ଏବଂ ଯେଉଁଥିରେ ମାସିକ ଅବଦାନରେ ପ୍ରତିବର୍ଷ 10% ବୃଦ୍ଧି ହେବା ଉଚିତ୍‍।

ଆପଣ ଯଦି 30 ବର୍ଷରୁ କମ୍‍ ସମୟ ଭିତରେ କୋଟିପତି ହେବାକୁ ଚାହୁଁଛନ୍ତି ତାହେଲେ ଆପଣ ଅଧିକ ପରିମାଣରେ ବିନିଯୋଗ କରିବା ବିକଳ୍ପଟିକୁ ବାଛି ନେଇପାରିବେ।

କୋଟିପତି ହେବା ପାଇଁ ଆପଣଙ୍କୁ ମାସିକ କେତେ ଟଙ୍କା ବିନିଯୋଗ କରିବା ଆବଶ୍ୟକ ତାହା ନିମ୍ନଲିଖିତ ଟେବୁଲରେ ଦିଆଯାଇଛି।

ଅର୍ଥାତ୍‍, ଆପଣ ଯଦି ଆପଣଙ୍କର ବିନିଯୋଗରୁ ବାର୍ଷିକ 10% ରିଟର୍ନ ପାଇବାକୁ ଆଶା କରନ୍ତି, ତେବେ 25 ବର୍ଷରେ ₹1 କୋଟି ଟଙ୍କା ହାସଲ କରିବା ପାଇଁ ଆପଣଙ୍କୁ ମାସକୁ ₹3,200 ରୁ ଆରମ୍ଭ କରିବାକୁ ପଡ଼ିପାରେ। ସେହିଭଳି, ଆପଣ ଯଦି ଆପଣଙ୍କ ବିନିଯୋଗରେ 12% ରିଟର୍ନ ଆଶା କରନ୍ତି ଏବଂ 20 ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ହାସଲ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ମାସକୁ ₹5,400 ରୁ ଆରମ୍ଭ କରିବାକୁ ପଡ଼ିବ।

କୋଟିପତି ହେବାର ଯାତ୍ରା ଆରମ୍ଭ କରିବା ପାଇଁ ଆପଣ ପ୍ରସ୍ତୁତ?

ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ କଣ ସବୁ ମନେ ରଖିବାକୁ ହେବ ଏଠାରେ ଦିଆଯାଇଛି:

ସଠିକ୍‍ ବିନିଯୋଗ ପ୍ରଡକ୍ଟ ବାଛନ୍ତୁ: ଆପଣ ଉଠାଇପାରିବା ରିସ୍କ ଅନୁସାରେ ଇକ୍ଯୁଟି ଏବଂ ଡେବ୍ଟ ପରି ସମ୍ପତ୍ତି ଶ୍ରେଣୀରୁ ସଠିକ୍‍ ପ୍ରଡକ୍ଟର ସମିଶ୍ରଣ ସହ ଆରମ୍ଭ କରିବା ଆବଶ୍ୟକ। ଯଦି ଆପଣଙ୍କୁ ଏହା କଷ୍ଟସାଧ୍ୟ ମନେ ହୁଏ ତେବେ ଆପଣ ଉଠାଇପାରୁଥିବା ରିସ୍କ ଅନୁସାରେ ଆପଣ ଆମର ବିନିଯୋଗ ସମାଧାନ ମଧ୍ୟରୁ ଯେକୌଣସି ଗୋଟିଏ ଚୟନ କରିପାରିବେ।

ମାସିକ ବିନିଯୋଗ ପରିମାଣ ସ୍ଥିର କରନ୍ତୁ: ବିନିଯୋଗର ପ୍ରଡକ୍ଟ କିମ୍ବା ପ୍ରଡକ୍ଟର ମିଶ୍ରଣ (ଆଗେସିଭ୍‍, ମୋଡରେଟ, କଞ୍ଜରଭେଟିଭ) ଏବଂ ଆପଣ କେତେ ବର୍ଷ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି ତା ଉପରେ ଆଧାର କରି ଆପଣ ଆପଣଙ୍କର ପ୍ରାରମ୍ଭିକ ମାସିକ ବିନିଯୋଗ ସ୍ଥିର କରିପାରିବେ।

ଏକ ଶୃଙ୍ଖଳା ପଦ୍ଧତି ଅନୁସରଣ କରନ୍ତୁ: ଆପଣଙ୍କୁ (a) ପ୍ରତି ମାସରେ ବିନିଯୋଗ କରିବା (b) ପ୍ରତିବର୍ଷ ଆପଣଙ୍କ ବିନିଯୋଗକୁ 10% ବୃଦ୍ଧି କରିବା ପରି ଏକ ଶୃଙ୍ଖଳା ପଦ୍ଧତି ଅନୁସରଣ କରିବାକୁ ହେବ।

ଧୈର୍ଯ୍ୟ ରଖିବାକୁ ହେବ: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ୱଳ୍ପ ସମୟର ଉତ୍ଥାନ ଏବଂ ପତନ ବିଷୟରେ ନ ଭାବି ଆପଣଙ୍କୁ ବିନିଯୋଗ ଜାରି ରଖିବାକୁ ହେବ।

ଅପେକ୍ଷା କରନ୍ତୁ ନାହିଁ! ଆପଣଙ୍କଏ ବ୍ୟକ୍ତିଗତ ବିନିଯୋଗ ପ୍ଲାନ୍‍ ଉପରେ କାମ କରନ୍ତୁ ଏବଂ ଆଜିହିଁ କୋଟିପତି ହେବାର ଯାତ୍ରା ଆରମ୍ଭ କରନ୍ତୁ।

*ମ୍ୟୁଚୁଆଲ୍‍ ଫଣ୍ଡରେ ବିନିଯୋଗ ମାର୍କେଟ ରିସ୍କ ଅଧିନ ଅଟେ। ବିନିଯୋଗ କରିବା ପୂର୍ବରୁ ଦୟାକରି ଯୋଜନା ସମ୍ବନ୍ଧିତ ସୂଚନା ଡକ୍ୟୁମେଣ୍ଟଗୁଡ଼ିକୁ ଧ୍ୟାନ ସହକାରେ ପଢ଼ନ୍ତୁ।

PhonePe ୱେଲଥ ବ୍ରୋକିଂ ପ୍ରାଇଭେଟ ଲିମିଟେଡ।AMFI — ରେଜିଷ୍ଟର୍ଡ ମ୍ଯୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ଯୁସନ ARN – 187821

Keep Reading