PhonePe Blogs Main Featured Image

Investments

ଇମର୍ଜେନ୍ସି ଫଣ୍ଡ ସହ ଯେକୌଣସି ଆର୍ଥିକ ଅନିଶ୍ଚିତତା ପାଇଁ ପ୍ଲାନ୍‍ କରନ୍ତୁ

PhonePe Regional|2 min read|28 June, 2021

URL copied to clipboard

କୋଭିଡ୍-19 ମହାମାରୀ ଆମକୁ ଅନେକ ପ୍ରକାରରେ ପ୍ରଭାବିତ କରିଛି। ଆମର ବ୍ୟକ୍ତିଗତ ଜୀବନରେ ଏହି ଜୀବାଣୁ ଯଥେଷ୍ଟ ପ୍ରଭାବ ପକାଇଛି, ଏହି ଅନିଶ୍ଚିତତା ଯୋଗୁଁ ଆମର ଆର୍ଥିକ ଜୀବନ ମଧ୍ୟ ପ୍ରଭାବିତ ହୋଇଛି। ଯଦିଓ ଆମେ ଏହିପରି ଘଟଣାଗୁଡ଼ିକର ପୂର୍ବାନୁମାନ କରିବାକୁ ସକ୍ଷମ ହୋଇପାରିବା ନାହିଁ, ଏହିସବୁ ଦ୍ୱାରା ଆସୁଥିବା ଆର୍ଥିକ ଅନିଶ୍ଚିତତା ପାଇଁ ଆମେ ନିଶ୍ଚିତ ଭାବରେ ଯୋଜନା କରିପାରିବା। ଏହା କରିବା ପାଇଁ ସବୁଠାରୁ ଦକ୍ଷ ଉପାୟ ହେଉଛି ଏକ ଇମର୍ଜେନ୍ସି ଫଣ୍ଡ ଆରମ୍ଭ କରିବା।

ଇମର୍ଜେନ୍ସି ଫଣ୍ଡ କଣ ଅଟେ?

ଇମର୍ଜେନ୍ସି ଫଣ୍ଡ ହେଉଛି ଆପଣଙ୍କର ଆୟର କିଛି ଅଂଶ ଅପ୍ରତ୍ୟାଶିତ ଘଟଣା ପାଇଁ ସଞ୍ଚୟ କରି ରଖିବା ଯାହା ଭବିଷ୍ୟତରେ ଆମକୁ ଆର୍ଥିକଭାବରେ ପ୍ରଭାବ ପକାଇପାରେ। ଏହାକୁ ଆପଣ ବାଇକ୍‍ ଚଲାଉଥିବା ସମୟରେ ପିନ୍ଧିଥିବା ହେଲମେଟ୍‍ କିମ୍ବା କାର୍‍ ଚଲାଇବା ସମୟରେ ପିନ୍ଧିଥିବା ସିଟବେଲ୍ଟ ବୋଲି ଧରି ନିଅନ୍ତୁ। ହେଲମେଟ୍ କିମ୍ବା ସିଟବେଲ୍ଟ ପିନ୍ଧିବା ଆବଶ୍ୟକ କାରଣ ଏହା ଆପଣଙ୍କୁ ଗୁରୁତର ଆଘାତରୁ ରକ୍ଷା କରିଥାଏ। ସେହିଭଳି ଇମର୍ଜେନ୍ସି ଫଣ୍ଡ ଆପଣଙ୍କୁ ଆର୍ଥିକଭାବରେ ଆଘାତ ହେବାରୁ ରକ୍ଷା କରିଥାଏ।

ଧରି ନିଅନ୍ତୁ, ଆପଣ ଆପଣଙ୍କର ଭବିଷ୍ୟତର ଲକ୍ଷ୍ୟ ପାଇଁ ଆଜି ବିନିଯୋଗ କରୁଛନ୍ତି ଯେପରିକି ଘର କିଣିବା, ଆପଣଙ୍କ ପିଲାମାନଙ୍କ ଶିକ୍ଷା ପାଇଁ ସଞ୍ଚୟ କରିବା ଇତ୍ୟାଦି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ ମହାମାରୀ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼େ ତେବେ ଆପଣଙ୍କୁ ଚାଲୁଥିବା ଆର୍ଥିକ ଇମର୍ଜେନ୍ସିର ସାମ୍ନା କରିବା ପାଇଁ ଆପଣଙ୍କର ଭବିଷ୍ୟତର ଲକ୍ଷ୍ୟ ସହିତ ବୁଝାମଣା କରିବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ କୌଣସି ଇମର୍ଜେନ୍ସି ଫଣ୍ଡ ଅଛି ତେବେ ଆପଣ ଏପରି ପରିସ୍ଥିତିରୁ ନିଜକୁ ସୁରକ୍ଷିତ ରଖିପାରିବେ କାରଣ ଏହି ଫଣ୍ଡ ଆପଣଙ୍କ ଭବିଷ୍ୟତର ଲକ୍ଷ୍ୟକୁ ପ୍ରଭାବିତ ନକରି ଅଣଯୋଜନାବଦ୍ଧ ଖର୍ଚ୍ଚର ମୁକାବିଲା କରିବାରେ ଆପଣଙ୍କୁ ସାହାଯ୍ୟ କରିବ।

ଏଠାରେ କିଛି ଟିପ୍ସ ଦିଆଯାଇଛି ଯାହା ଆପଣଙ୍କର ଇମର୍ଜେନ୍ସି ଫଣ୍ଡର ନିର୍ମାଣ ଆରମ୍ଭ କରିବାରେ ସାହାଯ୍ୟ କରିବ:

  • ଅତିକମ୍‍‌ରେ ଆପଣଙ୍କର 6 ମାସର ଖର୍ଚ୍ଚକୁ ଇମର୍ଜେନ୍ସି ଫଣ୍ଡ ହିସାବରେ ଅଲଗା ରଖନ୍ତୁ। ଉଦାହରଣ ସ୍ୱରୂପ: ଯଦି ଆପଣଙ୍କର ମାସିକ ଖର୍ଚ୍ଚ ₹10,000 ଅଟେ ତେବେ ଇମର୍ଜେନ୍ସି ଫଣ୍ଡ ସୃଷ୍ଟି କରିବା ପାଇଁ ଅତିକମ୍‌ରେ ₹6,000 ଅଲଗା ରଖନ୍ତୁ।
  • ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ, ଏହି ରାଶି ଗୋଟିଏ ଥର ବିନିଯୋଗ କରିବା ସମ୍ଭବ ହୋଇ ନ ପାରେ, ତେଣୁ ଆପଣ ମାସିକ SIP ବିକଳ୍ପ ଚୟନ କରିପାରିବେ ଏବଂ ଆପଣ ଆବଶ୍ୟକ କରୁଥିବା ଟଙ୍କା ଜମା କରିବା ପାଇଁ ପ୍ରତି ମାସରେ ବିନିଯୋଗ କରିପାରିବେ।
  • ଯଦି ଆପଣ କୌଣସି ଆର୍ଥିକ ଇମର୍ଜେନ୍ସି ପରିସ୍ଥିତିର ମୁକାବିଲା କରିବା ପାଇଁ ଏହାର ବ୍ଯବହାର କରନ୍ତି ତେବେ ଆପଣଙ୍କର ଇମର୍ଜେନ୍ସି ଫଣ୍ଡକୁ ଆଉଥରେ ପୂରଣ କରିବାକୁ ଯେପରି ନ ଭୁଲନ୍ତି।
  • ପ୍ରତିବର୍ଷ ଆପଣଙ୍କର ଖର୍ଚ୍ଚର ସମୀକ୍ଷା କରନ୍ତୁ ଏବଂ ଆପଣଙ୍କର ଖର୍ଚ୍ଚ ବଢ଼ିବା ସହିତ ଆପଣଙ୍କ ଇମର୍ଜେନ୍ସି ଫଣ୍ଡ ମଧ୍ୟ ବଢ଼ାନ୍ତୁ।

ଇମର୍ଜେନ୍ସି ଫଣ୍ଡ କଣ ଆମେ ତାହା ବୁଝିସାରିଛୁ, ଚାଲନ୍ତୁ ଦେଖିବା ଆପଣ ଏହି ରାଶିଟିକୁ କେଉଁଠି ବିନିଯୋଗ କରିପାରିବେ।

ଲିକ୍ୱିଡ୍‍ ଫଣ୍ଡ — ଆର୍ଥିକ ଇମର୍ଜେନ୍ସି ପାଇଁ ସଞ୍ଚୟ କରିବାର ଏକ ଉପାୟ

ବର୍ତ୍ତମାନ ଆମେ ଜାଣିଲୁ ଯେ ଆର୍ଥିକ ଅନିଶ୍ଚିତତାକୁ ମୁକାବିଲା କରିବାରେ ଇମର୍ଜେନ୍ସି ଫଣ୍ଡ କିପରି ସାହାଯ୍ୟ କରିପାରିବ। କିନ୍ତୁ ଏହି ରାଶିକୁ ଆପଣଙ୍କ ସେଭିଂ ଆକାଉଣ୍ଟରେ ରଖିବା ପରିବର୍ତ୍ତେ ଅଲଗା ରଖିବା କାହିଁକି ଗୁରୁତ୍ୱପୂର୍ଣ୍ଣ? ଯେତେବେଳେ ଆପଣ ଆପଣଙ୍କର ସେଭିଂ ଆକାଉଣ୍ଟରେ କିଛି ଅତିରିକ୍ତ ଟଙ୍କା ରଖନ୍ତି ତାହା ହୁଏତ ଅନ୍ୟ କିଛି ଖର୍ଚ୍ଚ ପାଇଁ ବ୍ୟବହୃତ ହୋଇଯାଇପାରେ। ସେଥିପାଇଁ, ଇମର୍ଜେନ୍ସି ଫଣ୍ଡର ରାଶିକୁ ପୃଥକ ଭାବରେ ବିନିଯୋଗ କରି, ଆପଣ କେବଳ ଆର୍ଥିକ ଇମର୍ଜେନ୍ସି ପାଇଁ ସେହି ରାଶି ରଖିବାକୁ ସକ୍ଷମ ହେବେ ଅନ୍ୟ କୌଣସି ଖର୍ଚ୍ଚ ପାଇଁ ନୁହେଁ।

ଏହି ଇମର୍ଜେନ୍ସି ଫଣ୍ଡ ସୃଷ୍ଟି କରିବାର ଗୋଟିଏ ଉପାୟ ହେଉଛି ଲିକ୍ୱିଡ୍‍ ଫଣ୍ଡରେ ବିନିଯୋଗ କରିବା। ଲିକ୍ୱିଡ୍‍ ଫଣ୍ଡ ହେଉଛି ଏକ ପ୍ରକାର ମ୍ୟୁଚୁଆଲ୍ ଫଣ୍ଡ ଯାହା ସ୍ୱଳ୍ପ ମିଆଦି ବିନିଯୋଗ ପାଇଁ ଉଦ୍ଦିଷ୍ଟ ଏବଂ ଆପଣଙ୍କ ସେଭିଂ ଆକାଉଣ୍ଟ୍‍ ପାଇଁ ଏକ ବିକଳ୍ପ ଭାବରେ କାର୍ଯ୍ୟ କରିପାରିବ। ଏହି ଫଣ୍ଡ ଷ୍ଟକ୍ ମାର୍କେଟରେ ବିନିଯୋଗ କରେ ନାହିଁ କିନ୍ତୁ ଆପଣଙ୍କର ଟଙ୍କାକୁ ସରକାରୀ ଏବଂ ବ୍ୟାଙ୍କ୍‍ ସିକ୍ୟୁରିଟି ଭଳି ସୁରକ୍ଷିତ ମାଧ୍ୟମରେ ବିନିଯୋଗ କରାହୋଇଥାଏ।

ଲିକ୍ୱିଡ୍ ଫଣ୍ଡରେ ବିନିଯୋଗ କରିବାର ସୁବିଧାଗୁଡ଼ିକ:

  • ସେଭିଂ ଆକାଉଣ୍ଟ୍‍ ଅପେକ୍ଷା ସମ୍ଭାବ୍ୟ ଭଲ ରିଟର୍ନ
  • କୌଣସି ଲକ୍‍ ଇନ୍‍ ପିରିୟଡ ନାହିଁ^
  • କୌଣସି ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ନାହିଁ
  • ₹100 ଭଳି କମ୍‍ ମୂଲ୍ୟରେ ବି ବିନିଯୋଗ କରିପାରିବେ
  • ₹50,000* ପର୍ଯ୍ୟନ୍ତ ତତକ୍ଷଣାତ ଟଙ୍କା ଉଠାଇପାରିବେ

ଯେହେତୁ ଲିକ୍ୱିଡ୍ ଫଣ୍ଡରେ ଆପଣଙ୍କର ଟଙ୍କା ସହଜରେ ଆକ୍ସେସ ହୁଏ ଏବଂ ସେଭଂ ଆକାଉଣ୍ଟ୍‍ ଅପେକ୍ଷା ସମ୍ଭାବ୍ୟ ଭଲ ରିଟର୍ନ ପ୍ରଦାନ କରେ, ଏହାକୁ ଇମର୍ଜେନ୍ସି ଫଣ୍ଡ ସୃଷ୍ଟି କରିବାରେ ବ୍ୟବହୃତ କରାଯାଇପାରିବ।

ଆପଣଙ୍କର ଭବିଷ୍ୟତ ଲକ୍ଷ୍ୟକୁ କୌଣସି ଆର୍ଥିକ ଅନିଶ୍ଚିତତାରୁ ରକ୍ଷା କରିବା ପାଇଁ ଆଜିହିଁ ଆପଣଙ୍କର ଇମର୍ଜେନ୍ସି ଫଣ୍ଡ ସୃଷ୍ଟି କରନ୍ତୁ।

ଡିସକ୍ଲେମର:

^ ଲିକ୍ୱିଡ୍‍ ଫଣ୍ଡର କୌଣସି ଲକ୍‍ ଇନ୍‍ ପିରିୟଡ ନ ଥାଏ କିନ୍ତୁ ଆପଣ ଯଦି ଆପଣଙ୍କର ଟଙ୍କାକୁ ଯଥାକ୍ରମେ 1 ଦିନ, 2 ଦିନ, 3 ଦିନ, 4 ଦିନ , 5 ଦିନ ଏବଂ 6 ଦିନ ଭିତରେ ଉଠାଇବେ ତେବେ 0.007%, 0.0065%, 0.006%, 0.0055%, 0.005% ଏବଂ 0.0045% ପରି ସାମାନ୍ୟ ଏକ୍ସିଟ ଲୋଡ୍ ପ୍ରଯୁଜ୍ୟ ହୋଇପାରେ।

* ଆପଣ ଆପଣଙ୍କର ବିନିଯୋଗର 90% ପର୍ଯ୍ୟନ୍ତ କିମ୍ବା ପ୍ରତିଦିନ ₹50,000 ଯାହା ସବୁଠୁ କମ୍ ସେତିକି ଉଠାଇପାରିବେ।

ମ୍ଯୁଚୁଆଲ୍‍ ଫଣ୍ଡରେ ବିନିଯୋଗ ବଜାର ଆପଦ ଅଧିନ ଅଟେ। ବିନିଯୋଗ କରିବା ପୂର୍ବରୁ ଦୟାକରି ଯୋଜନା ସମ୍ବନ୍ଧିତ ସୂଚନା ଡକ୍ଯୁମେଣ୍ଟକୁ ଧ୍ୟାନ ସହକାରେ ପଢ଼ନ୍ତୁ।

PhonePe ୱେଲଥ ବ୍ରୋକିଂ ପ୍ରାଇଭେଟ ଲିମିଟେଡ।AMFI — ରେଜିଷ୍ଟର୍ଡ ମ୍ଯୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ଯୁସନ ARN – 187821

Keep Reading