PhonePe Blogs Main Featured Image

Investments

ରିସ୍କ ଏବଂ ରିଟର୍ନ — ସମାନ ମୁଦ୍ରାର ଦୁଇଟି ପାର୍ଶ୍ୱ

PhonePe Regional|3 min read|28 May, 2021

URL copied to clipboard

ଆପଣଙ୍କର ବିନିଯୋଗରେ ବୁଦ୍ଧିମାନର ସହ ରିସ୍କ ନେବା, ସମ୍ପତ୍ତି ସୃଷ୍ଟି କରିବା ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ

ଚଳଚ୍ଚିତ୍ର ଏବଂ ପୁସ୍ତକ ପରି ଅନେକ ଲୋକପ୍ରିୟ ସାଂସ୍କୃତିକ ମାଧ୍ୟମ ଜୀବନରେ ରିସ୍କର ଭୂମିକାକୁ ନାଟକୀୟ ରୂପ ଦେଇ ଉପସ୍ଥାପନା କରିଥାନ୍ତି। ଯଦିଓ, ବିନିଯୋଗରେ ଏହାର ଭୂମିକା ଅସ୍ୱୀକାରଯୋଗ୍ୟ କରାଯାଇପାରିବ ନାହିଁ। ଆପଣଙ୍କ ବିନିଯୋଗ ଉପରେ କିଛି ପରିମାଣର ରିସ୍କ ନେବା ଦ୍ୱାରା ଆପଣଙ୍କ ସମ୍ପତ୍ତି ସୃଷ୍ଟି କରିବା କ୍ଷେତ୍ରରେ ଏକ ଦୀର୍ଘ ରାସ୍ତା ନିର୍ଣ୍ଣୟ କରିପାରେ। ବାସ୍ତବରେ, କେବଳ “ସୁରକ୍ଷିତ” ଉତ୍ପାଦରେ ବିନିଯୋଗ କରିବା ପ୍ରକୃତରେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଅତ୍ୟନ୍ତ ବିପଦଜନକ ବୋଲି ପ୍ରମାଣିତ ହୋଇପାରେ। ଅଧିକ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

ସୁରକ୍ଷିତ ବିନିଯୋଗ ବିକଳ୍ପଗୁଡ଼ିକ ପ୍ରକୃତରେ ସୁରକ୍ଷିତ କି?

ଅନେକ ବିନିଯୋଗକାରୀ ସେମାନଙ୍କ ବିନିଯୋଗକୁ ସେଭିଂ ଆକାଉଣ୍ଟରେ କିମ୍ବା ଫିକ୍ସଡ ଡିପୋଜିଟରେ ରଖନ୍ତି ଯେହେତୁ ଏହାକୁ ସେମାନେ ନିରାପଦ ଭାବିଥାନ୍ତି ଏବଂ ଫିକ୍ସଡ ରିଟର୍ନ ଦେଇଥାନ୍ତି। ତଥାପି, ଏହି ସୁରକ୍ଷିତ ବିନିଯୋଗରେ ବିନିଯୋଗ କରିବାରେ ଏକ ରିସ୍କ ରହିଛି: ମୁଦ୍ରାସ୍ଫୀତି ରିସ୍କ

ମୁଦ୍ରାସ୍ଫୀତି ରିସ୍କକୁ ଭଲ ଭାବରେ ବୂଝିବା ପାଇଁ ଏଠାରେ ଏକ ସହଜ ଉଦାହରଣ ଦିଆ ହୋଇଛି: ଧରି ନିଅନ୍ତୁ 5 ବର୍ଷ ପୂର୍ବେ ଆପଣ ଗୋଟିଏ ମସଲା ଦୋସା ପାଇଁ ମାତ୍ର ₹30 ଦେଉଥିଲେ କିନ୍ତୁ ବର୍ତ୍ତମାନ ଆପଣ ସେହି ସମାନ ମସଲା ଦୋସା ପାଇଁ ₹45 ଦେଉଛନ୍ତି। ଏହାର ଅର୍ଥ ହେଉଛି 5 ବର୍ଷରେ, ମସାଲା ଦୋସାର ମୂଲ୍ୟ ପ୍ରତିବର୍ଷ 8% ରୁ ଅଧିକ ବୃଦ୍ଧି ପାଇଲା। ଏହା ହେଉଛି ମୁଦ୍ରାସ୍ଫୀତି କିମ୍ବା ସମୟ ସହିତ ମୂଲ୍ୟ ବୃଦ୍ଧି।

ଯଦି ଏକ ବିନିଯୋଗ ଦୃଷ୍ଟାନ୍ତ ବ୍ୟବହାର କରି ଆମେ ଏହାକୁ ବ୍ୟାଖ୍ୟା କରିବା, ଧରି ନିଅନ୍ତୁ ଯେ ଆପଣ 5 ବର୍ଷ ପୂର୍ବରୁ ଏକ ବହୁତ ସୁରକ୍ଷିତ ବିନିଯୋଗ ବିକଳ୍ପରେ ₹30 ବିନିଯୋଗ କରିଥିଲେ ଯେଉଁଥିରେ ଆପଣଙ୍କୁ ବାର୍ଷିକ 6% ରିଟର୍ନ ମିଳିଛି। ଆଜି ଏହାର ମୂଲ୍ୟ ହେଉଛି ₹40। ଯଦିଓ ଆପଣ ₹10 ଲାଭ ପାଇଛନ୍ତି, ତଥାପି ଆପଣ ₹5 କମ୍‍ ଅର୍ଜନ କରିଛନ୍ତି। ତାହା ହେଉଛି ଆପଣଙ୍କ ବିନିଯୋଗ ପାଇଁ ମୁଦ୍ରାସ୍ଫୀତି ରିସ୍କ।

ପ୍ରତ୍ଯେକ ବିନିଯୋଗକାରୀଙ୍କୁ ସୁରକ୍ଷିତ ବିନିଯୋଗ ପ୍ରଡକ୍ଟରେ କିଛି ବିନିଯୋଗ କରିବା ଉଚିତ୍‍ କିନ୍ତୁ କେବଳ ଏପରି ପ୍ରଡକ୍ଟରେ ସମ୍ପୂର୍ଣ୍ଣ ପୁଞ୍ଜି ବିନିଯୋଗ କରିବା, ଯାହା ଫଳରେ ପ୍ରାୟ ବିନିଯୋଗ କରାଯାଇଥିବା ପୁଞ୍ଜିର ପ୍ରକୃତ ମୂଲ୍ୟରେ କ୍ଷୟ ଘଟିଥାଏ। ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି ପାଇଁ, ନିର୍ଦ୍ଦାରିତ ରିସ୍କ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ ଅନ୍ୟଥା ଭବିଷ୍ୟତରେ ଆପଣଙ୍କର ଆର୍ଥିକ ଲକ୍ଷ୍ୟ ପୂରଣ କରିବା ପାଇଁ ଆବଶ୍ୟକ ହେଉଥିବା ଟଙ୍କାର ଅନୁପାତରେ କମ୍‍ ଧନ ରହିପାରେ। କେବଳ “ସୁରକ୍ଷିତ” ପ୍ରଡକ୍ଟରେ ବିନିଯୋଗ କରି ଆପଣଙ୍କର ଦୀର୍ଘକାଳୀନ ଆର୍ଥିକ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରିବା ପାଖାପାଖି ସେହି ଜଣେ ବ୍ଯାଟସମ୍ୟାନ ସହ ସମାନ ଅଟେ ଯିଏ ବାଉଣ୍ଡ୍ରି କିମ୍ବା ଛ ମାରିବାର ରିସ୍କ ନ ନେଇ ଶତକ ସ୍କୋର କରିବାର ଆଶା ରଖିଥାଏ।

ଅଧିକ ରିସ୍କ ଏବଂ ଅଧିକ ରିଟର୍ନ ବିନିଯୋଗରେ କିଛି ଅର୍ଥ ଲଗାଇ ବିନିଯୋଗକାରୀମାନେ କିପରି ଲାଭାନ୍ୱିତ ହୋଇପାରିବେ ତାହା ଦେଖିବା ଆସନ୍ତୁ।

ରିସ୍କ ବନାମ ରିଟର୍ନ : ସଠିକ୍‍ ଭାରସାମ୍ୟ କିପରି ରଖିବା

ରିସ୍କ ଏବଂ ରିଟର୍ନ ପ୍ରାୟତଃ ସମାନ ଦିଗରେ ଗତି କରନ୍ତି, ଅର୍ଥାତ୍‍ ଯେତିକି ଅଧିକ ରିସ୍କ ସେତିକି ଅଧିକ ସମ୍ଭାବ୍ୟ ରିଟର୍ନ କିନ୍ତୁ ଏହା କେଉଁ ରିସ୍କ ଯାହା ବିଷୟରେ ଆମେ ଆଲୋଚନା କରୁଛୁ? ଆମେ ଯେଉଁ ରିସ୍କ ବିଷୟରେ ଆଲୋଚନା କରୁଛୁ ତାହା ହେଉଛି ବଜାର ଗତିବିଧି ଉପରେ ଆଧାର କରି ଆପଣଙ୍କ ବିନିଯୋଗରେ ଉତ୍ଥାନ-ପତନ ସହିତ ସମ୍ବନ୍ଧିତ। କମ୍‍ ସମୟ ମଧ୍ୟରେ, ଏହି ଉତ୍ଥାନ-ପତନଗୁଡ଼ିକ ବାରମ୍ବାର ହୋଇପାରେ କିନ୍ତୁ ଅଧିକ ସମୟ ସୀମା ମଧ୍ୟରେ, ଆପଣଙ୍କର ବିନିଯୋଗଗୁଡ଼ିକ ଅଧିକ ହାରରେ ବୃଦ୍ଧି ହେବାର ସମ୍ଭାବନା ରହିଥାଏ।

ଆପଣଙ୍କ ରିସ୍କର ସହନଶୀଳତା, ଲକ୍ଷ୍ୟ ଏବଂ ବିନିଯୋଗର ସମୟ ସୀମା ଉପରେ ଆଧାର କରି ବୁଦ୍ଧିମାନର ସହ ରିସ୍କ ଉଠାଇବା ଆବଶ୍ୟକ ଅଟେ। ଏହାର ବ୍ୟବହାର କରି ଆପଣ ରିସ୍କ ଏବଂ ରିଟର୍ନ ମଧ୍ୟରେ ସଠିକ୍ ଭାରସାମ୍ୟ ବାଜାଇ ରଖିପାରିବେ।

ଅଧିକ ରିଟର୍ନର ସମ୍ଭାବନା ଥିବା ବିନିଯୋଗ ଆପଣଙ୍କ ସୁରକ୍ଷିତ ବିନିଯୋଗର ବିକଳ୍ପ ତୁଳନାରେ କିପରି ସମ୍ପତ୍ତି ଏକତ୍ର କରିବାରେ ସାହାଯ୍ୟ କରିପାରେ ତାହା ବୁଝିବାକୁ ଏଠାରେ ଗୋଟିଏ ଉଦାହରଣ ଦିଆଯାଇଛି:

ଧରି ନିଅନ୍ତୁ ଆପଣ 25 ବର୍ଷ ବୟସରେ ବିନିଯୋଗ କରିବା ଆରମ୍ଭ କରିଛନ୍ତି ଏବଂ 50 ବର୍ଷ ବୟସ ପର୍ଯ୍ୟନ୍ତ ଆପଣ 1 କୋଟିର ସମ୍ପତ୍ତି ଜମା କରିବାକୁ ଚାହାଁନ୍ତି। ଆପଣ ଏହି ଲକ୍ଷ୍ୟକୁ ବିଭିନ୍ନ ଉପାୟରେ ପାଇପାରିବେ: ଉଦାହରଣ ସ୍ୱରୂପ: ଆପଣ ସୁରକ୍ଷିତ ବିନିଯୋଗ ବିକଳ୍ପଗୁଡ଼ିକରେ ବିନିଯୋଗ କରିପାରିବେ ଯାହା 6% ର ରିଟର୍ନ ପ୍ରଦାନ କରେ କିମ୍ବା ଆପଣ ଇକ୍ୱିଟି ମ୍ଯୁଚୁଆଲ୍‍ ଫଣ୍ଡ ବାଛିପାରିବେ ଯାହାର ସାମ୍ଭାବ୍ୟ ରିଟର୍ନ 12% (ଏଥିରେ କମ୍‍ ସମୟ ସୀମାର ଉତ୍ଥାନ-ପତନ ନିହିତ ରହିଥାଏ)। ଉଭୟ କ୍ଷେତ୍ରରେ ଆପଣ ପ୍ରତିମାସରେ କେତେ ବିନିଯୋଗ କରିପାରିବେ ତାହା ଏଠାରେ ଦିଆଯାଇଛି:

ଏଥିରୁ ଏହା ଜଣାପଡ଼ୁଛି ଯେ:

  • ଏହା ଦର୍ଶାଏ ଯେ ଯଦି ଆପଣ ପ୍ରତିବର୍ଷ କେବଳ 6% ରିଟର୍ନ ପ୍ରଦାନ କରୁଥିବା ସୁରକ୍ଷିତ ବିନିଯୋଗ ବିକଳ୍ପଗୁଡ଼ିକରେ ବିନିଯୋଗ କରନ୍ତି, ତେବେ ଆପଣଙ୍କୁ 50 ବର୍ଷ ବୟସ ପର୍ଯ୍ୟନ୍ତ ₹1 କୋଟି ଜମା କରିବାକୁ ପ୍ରତି ମାସରେ ₹15,000 ବିନିଯୋଗ କରିବାକୁ ପଡ଼ିବ।
  • ଆପଣ ଯଦି ଇକ୍ୱିଟି ମ୍ଯୁଚୁଆଲ୍‍ ଫଣ୍ଡରେ ବିନିଯୋଗ କରନ୍ତି ଏବଂ ପ୍ରତି ବର୍ଷ 12% ରିଟର୍ନ ପାଆନ୍ତି, ତେବେ ଆପଣଙ୍କୁ ଆପଣଙ୍କର ₹1 କୋଟି ଲକ୍ଷ୍ୟରେ ପହଞ୍ଚିବା ପାଇଁ ପ୍ରତିମାସ କେବଳ ₹6,000 ବିନିଯୋଗ କରିବାକୁ ହେବ। ଏହା ଆପଣଙ୍କର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଏକ ସୁରକ୍ଷିତ ବିନିଯୋଗ ବିକଳ୍ପରେ ଯାହା ରଖିବା ଆବଶ୍ୟକ ତାହାଠାରୁ ଯଥେଷ୍ଟ କମ୍‍ ଅଟେ ।

ବର୍ତ୍ତମାନ ଯେହେତୁ ଆପଣ ବୁଝିସାରିଛନ୍ତି ଯେ, ଆପଣଙ୍କର ବିନିଯୋଗରେ କିଛି ରିସ୍କ ନେଲେ ହିଁ ଦୀର୍ଘ ସମୟରେ ଆପଣଙ୍କୁ କିପରି ସାହାଯ୍ୟ ମିଳିବ, ଆପଣ ଆପଣଙ୍କର ବିନିଯୋଗ ସହ ଜଡ଼ିତ ରିସ୍କ ନେଇ ସ୍ଥାୟୀ ବିନିଯୋଗ ପାଇଁ ନିଶ୍ଚିତ କରିବାକୁ ନିମ୍ନରେ କିଛି କାର୍ଯ୍ୟ ଦିଆଯାଇଛି:

  • ଦୀର୍ଘ ସମୟ ପାଇଁ ବିନିଯୋଗ କରନ୍ତୁ — ଦୀର୍ଘ ସମୟ ପାଇଁ କରାଯିବା ବିନିଯୋଗ କ୍ଷେତ୍ରରେ, କିଛି ରିସ୍କ ଥିବା ବିନିଯୋଗ ଯେପରିକି ଇକ୍ୱିଟି ଫଣ୍ଡରେ ସମ୍ପୂର୍ଣ୍ଣ ସୁରକ୍ଷିତ ବିନିଯୋଗ ବିକଳ୍ପଗୁଡ଼ିକ ତୁଳନାରେ ଅଧିକ ରିଟର୍ନ ପ୍ରଦାନ କରେ। ସେଥିପାଇଁ, ଆପଣ ଯେତେ ଅଧିକ ସମୟ ପର୍ଯ୍ୟନ୍ତ ବିନିଯୋଗ କରୁଥିବେ ସେତେ ଭଲ।
  • ସ୍ଥିରତା ଗୁରୁତ୍ୱପୂର୍ଣ୍ଣ — ମାସିକ SIP ମାଧ୍ୟମରେ ନିୟମିତ ରୂପେ ବିନିଯୋଗ କରୁଥାଆନ୍ତୁ କାରଣ ଏହା ନା କେବଳ ସମୟ ସହିତ ସମ୍ପତ୍ତି ଯୋଡ଼ବା ପାଇଁ ଏକ ସୁବିଧାଜନକ ଉପାୟ ବରଂ ସ୍ୱଳ୍ପ ସମୟ ବଜାରର ଉତ୍ଥାନ-ପତନର ରିସ୍କ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।
  • ବିଭିନ୍ନ ଧରଣର ବିନିଯୋଗ କରନ୍ତୁ — ଆପଣ ନିଜର ବିନିଯୋଗକୁ ଭିନ୍ନ-ଭିନ୍ନ ପ୍ରକାରର ଫଣ୍ଡ ଯେପରିକି ଇକ୍ୱିଟି ଫଣ୍ଡ, ଡେବଟ୍‍ ଫଣ୍ଡରେ ବିତରଣ କରି ନିଜର ବିନିଯୋଗକୁ ରିସ୍କ ସହ ଯୋଡ଼ିପାରିବେ । ଏହା ବିଷୟରେ ଅଧିକ ଜାଣିବାକୁ ଏଠାରେ ପଢ଼ନ୍ତୁ।

ବିନିଯୋଗରେ ଥିବା ରିସ୍କ ନେବା ପାଇଁ ପଛଘୁଞ୍ଚା ହୁଅନ୍ତୁ ନାହିଁ କାରଣ ସେଗୁଡ଼ିକ ଆପଣଙ୍କୁ ଦୀର୍ଘ ସମୟ ଭିତରେ ସମ୍ପତ୍ତି ବୃଦ୍ଧି କରିବାକୁ ସାହାଯ୍ୟ କରିବ।

ମ୍ଯୁଚୁଆଲ୍‍ ଫଣ୍ଡ ବିନିଯୋଗ ବଜାର ଆପଦ ଅଧିନ ଅଟେ, ସମସ୍ତ ଯୋଜନା ସମ୍ବନ୍ଧିତ ଡକ୍ଯୁମେଣ୍ଟକୁ ଧ୍ୟାନ ସହକାରେ ପଢ଼ନ୍ତୁ।

PhonePe ୱେଲଥ ବ୍ରୋକିଂ ପ୍ରାଇଭେଟ ଲିମିଟେଡ।AMFI — ରେଜିଷ୍ଟର୍ଡ ମ୍ଯୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ଯୁସନ ARN – 187821

Keep Reading