PhonePe Blogs Main Featured Image

Investments

ଆପଣଙ୍କର ବିନିଯୋଗ ଶୈଳୀ ବୁଝନ୍ତୁ: ଏହା 20–20, ODI ନା ଟେଷ୍ଟ?

PhonePe Regional|2 min read|21 June, 2021

URL copied to clipboard

ଯଦି ଆପଣ ଜଣେ କ୍ରିକେଟ୍ ପ୍ରେମୀ ଅଟନ୍ତି, ତେବେ ଆପଣ ବୁଝିପାରିବେ ଯେ ବିଭିନ୍ନ ପ୍ରକାରର କ୍ରିକେଟ୍ ମ୍ୟାଚ୍ ପାଇଁ ଆପଣଙ୍କ ପାଖରେ ଏକ ଭିନ୍ନ ଖେଳ ରଣନୀତି ରହିବା ଆବଶ୍ୟକ। ଆପଣଙ୍କ ବିନିଯୋଗ ରଣନୀତି ପାଇଁ ମଧ୍ୟ ସମାନ ଧରଣର ପଦ୍ଧତି ଅନୁସରଣ କରିବା ଆବଶ୍ୟକ।

ଧରିନିଅନ୍ତୁ, ଆପଣ ହେଉଛନ୍ତି ଆପଣଙ୍କ ଦଳର ଅଧିନାୟକ, ଆପଣ ଟସ୍‍ ଜିତି ମ୍ୟାଚ୍ ଆରମ୍ଭ କରନ୍ତି ଏବଂ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନିଅନ୍ତି। ଆପଣ ଖେଳୁଥିବା ପ୍ରତ୍ୟେକ ପ୍ରକାରର ମ୍ୟାଚ୍ ପାଇଁ, ଏପରି କିଛି କାରକ ଅଛି ଯାହା ଅନ୍ୟମାନଙ୍କ ଅପେକ୍ଷା ଆପଣଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ।

ଏଠାରେ ଏକ ସ୍ନାପଶଟ ଦିଆଯାଇଛି:

ଆପଣ ଖେଳୁଥିବା ମ୍ୟାଚ୍ ପ୍ରକାର ଉପରେ ନିର୍ଭର କରି ଆପଣ ଆପଣଙ୍କର ବ୍ୟାଟିଂ ରଣନୀତି ଆକଳନ କରିପାରିବେ। 20–20 ମ୍ୟାଚ୍ ପାଇଁ ବ୍ୟାଟିଂ କରୁଥିବା ସମୟରେ, ଆପଣଙ୍କ ପ୍ରାଥମିକତା ୱିକେଟ୍ ହରାଇବା ବିଷୟରେ ଚିନ୍ତା ନକରି ଅଧିକ ରନ୍ ରେଟ୍‍ ହାସଲ କରିବା ହେବା ଆବଶ୍ୟକ। କିନ୍ତୁ ଦିନିକିଆ (ODI) ମ୍ୟାଚ୍‍ କ୍ଷେତ୍ରରେ, ଆପଣ ରନ୍ ରେଟ୍‍ ଏବଂ ହାତରେ ଥିବା ୱିକେଟ୍ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ଚାହିଁବେ ଏବଂ ଟେଷ୍ଟ ମ୍ୟାଚ୍ ସମୟରେ ଆପଣଙ୍କୁ ୱିକେଟ୍ ବଞ୍ଚାଇବା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ରନ୍ ରେଟ୍‍ ଉପରେ ନୁହେଁ।

କିନ୍ତୁ ଆପଣ ଏହା ଆଗରୁ ଜାଣିଛନ୍ତି। ଏସବୁ ଆପଣଙ୍କର ବିନିଯୋଗ ଶୈଳୀ ଅଗ୍ରାଧିକାର ସହ କିପରି ଜଡ଼ିତ?

ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡ ପାଇଁ ନୂଆ ଅଟନ୍ତି, ଆପଣଙ୍କର ବିନିଯୋଗ ପାଇଁ ସଠିକ୍ ପ୍ରକାରର ମ୍ୟୁଚୁଆଲ୍ ଫଣ୍ଡ ବାଛିବା ଉପରୋକ୍ତ ବିଷୟ ସହ ସମାନ ହୋଇପାରେ। ଆପଣ ବିନିଯୋଗ କରୁଥିବା ମ୍ୟୁଚୁଆଲ୍ ଫଣ୍ଡର ପ୍ରକାର ମୁଖ୍ୟତଃ ଆପଣଙ୍କ ବିନିଯୋଗର ଆବଶ୍ୟକତା ଉପରେ ନିର୍ଭର କରେ।

ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ କମ୍‍ ସମୟ ପାଇଁ ବିନିଯୋଗ କରୁଛନ୍ତି, ଆପଣଙ୍କର ଧ୍ୟାନ ଫଣ୍ଡ ଉପରେ ରହିବା ଉଚିତ୍‍ ଯାହା କମ୍‍ ରିସ୍କ ସହ କ୍ରମାଗତ ରିଟର୍ନ ପ୍ରଦାନ କରିପାରିବ। ଯଦିଓ, ଅଧିକ ସମୟ ପାଇଁ ବିନିଯୋଗ କରିବାବେଳେ, ଆପଣ ସେହି ଫଣ୍ଡରେ ବିନିଯୋଗ କରିପାରିବେ ଯାହାର ଅଧିକ ରିଟର୍ନ ପ୍ରଦାନ କରିବାର କ୍ଷମତା ଥିବ କିନ୍ତୁ ତାର ସ୍ୱଳ୍ପ ସମୟ ମଧ୍ୟରେ କିଛି ଉତ୍ଥାନ-ପତ୍ତନ ରହିପାରେ। ସରଳୀକୃତ ଶବ୍ଦରେ, ଜଣେ ବ୍ୟାଟସମ୍ୟାନ ଭାବରେ, ଆପଣ ଖେଳୁଥିବା ମ୍ୟାଚ୍ ପ୍ରକାର ଉପରେ ଆଧାର କରି ଆପଣ ଆପଣଙ୍କର ବ୍ୟାଟିଂ ରଣନୀତି ପରିବର୍ତ୍ତନ କରିବେ। ସେହିଭଳି, ଆପଣଙ୍କର ବିନିଯୋଗର ଆବଶ୍ୟକତା ଉପରେ ଆଧାର କରି ଆପଣଙ୍କର ବିନିଯୋଗ ଶୈଳୀ ପସନ୍ଦ କରିବା ଆବଶ୍ୟକ।

ଏଠାରେ ଏହାର ଏକ ଉଦାହରଣ ଦିଆହୋଇଛି:

ଯେପରି ଆପଣ ଦେଖିପାରୁଛନ୍ତି, ଯେତେବେଳେ ଆପଣଙ୍କ ବିନିଯୋଗ ସମୟ ବୃଦ୍ଧି ପାଏ କିମ୍ବା ରିସ୍କ ପ୍ରାଧାନ୍ୟ କମ୍‍‌ରୁ ଅଧିକକୁ ପରିବର୍ତ୍ତନ ହୁଏ, ସାମ୍ଭାବ୍ୟ ରିଟର୍ନ ମଧ୍ୟ ବୃଦ୍ଧି ପାଏ। ଏହା ଦର୍ଶାଏ ଯେ ଯଦି ଆପଣ ଫଣ୍ଡର ପ୍ରଦର୍ଶନର ଅଧିକରୁ ସ୍ୱଳ୍ପ ବୃଦ୍ଧି-ହ୍ରାସ ସହ ସହମତ ଅଟନ୍ତି, ତେବେ ଦୀର୍ଘ ସମୟରେ ଉତ୍ପାଦିତ ରିଟର୍ନ ଅଧିକ ହେବ। ସଂକ୍ଷେପରେ, ଯେତେ ଅଧିକ ରିସ୍କ ସେତେ ଅଧିକ ସାମ୍ଭାବ୍ୟ ରିଟର୍ନ।

ସେଥିପାଇଁ, ଯେବେ ଆପଣ ଆପଣଙ୍କର ପ୍ରଥମ ବିନିଯୋଗ କରିବେ, ଆପଣଙ୍କ ବିନିଯୋଗର ଲକ୍ଷ୍ୟ ଅନୁସାରେ ଯେପରି ଆପଣ ଆପଣଙ୍କ ବିନିଯୋଗ ଶୈଳୀ ବାଛିବେ ତାହା ସୁନିଶ୍ଚିତ କରନ୍ତୁ।

ଡିସ୍‌କ୍ଲେମର: ମ୍ଯୁଚୁଆଲ୍‍ ଫଣ୍ଡରେ ବିନିଯୋଗ ବଜାର ଆପଦ ଅଧିନ ଅଟେ। ବିନିଯୋଗ କରିବା ପୂର୍ବରୁ ଦୟାକରି ଯୋଜନା ସମ୍ବନ୍ଧିତ ସୂଚନା ଡକ୍ଯୁମେଣ୍ଟକୁ ଧ୍ୟାନ ସହକାରେ ପଢ଼ନ୍ତୁ।

PhonePe ୱେଲଥ ବ୍ରୋକିଂ ପ୍ରାଇଭେଟ ଲିମିଟେଡ।AMFI — ରେଜିଷ୍ଟର୍ଡ ମ୍ଯୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ଯୁସନ ARN – 187821

Keep Reading