PhonePe Blogs Main Featured Image

Investments

ଆପଣଙ୍କ ବିନିଯୋଗ ଯାତ୍ରା ଏବଂ ଅଜୟ, ଶେରୁ ଓ ବାବ୍ବରଙ୍କ କାହାଣୀ

PhonePe Regional|2 min read|05 July, 2021

URL copied to clipboard

ଅଜୟ, ଶେରୁ ଏବଂ ବାବ୍ବର କଲେଜରେ ସହପାଠୀ ଥିଲେ। ଘଟଣାକ୍ରମେ, ସେହି ତିନିଜଣ ଗ୍ରାଜୁଏସନ ପରେ ସମାନ ସଂଗଠନରେ ଚାକିରି ପାଇଲେ। ଏବଂ ଯେହେତୁ ସେମାନେ ସଂଗଠନରେ ଏକ ସମୟରେ ଏବଂ ସମାନ ପଦରେ ଯୋଗ ଦେଇଥିଲେ, ସେମାନଙ୍କର ଦରମା ମଧ୍ୟ ସମାନ ଥିଲା।

ଅଫିସ୍‌ରେ ପ୍ରଥମ ସପ୍ତାହରେ, ସେମାନେ ଏକ ଫାଇନାନ୍ସିଆଲ ପ୍ଲାନିଂ ୱାର୍କଶୋପରେ ଯୋଗ ଦେଇଥିଲେ ଯେଉଁଠାରେ ଜଣେ ଆର୍ଥିକ ପରାମର୍ଶଦାତା ସେମାନଙ୍କୁ କିଛି କନସେପ୍ଟ ଯେପରିକି ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ୍‍ (SIP), ସମୟ ସହ କିପରି ଧନୀ ହୋଇପାରିବ, କମ୍ପାଉଣ୍ଡିଂ ପାୱାର ଇତ୍ୟାଦି ବିଷୟରେ ପରିଚିତ କରାଇଥିଲେ।

ଶୀଘ୍ର ଆରମ୍ଭ କରନ୍ତୁ ଏବଂ ସଠିକ୍‍ ଭାବରେ ଆରମ୍ଭ କରନ୍ତୁ

ଶେରୁ ୱାର୍କଶୋପରେ କୁହାଯାଇଥିବା ସମସ୍ତ କନସେପ୍ଟ ସମ୍ପୂର୍ଣ୍ଣ ରୂପେ ବୁଝିପାରିନଥିଲେ, ୱାର୍କଶୋପରୁ ତାଙ୍କ ପାଇଁ ମୁଖ୍ୟ ଉପଲବ୍ଧି ଏହା ଥିଲା ଯେ ଜୀବନରେ ଶୀଘ୍ର ବିନିଯୋଗ ଆରମ୍ଭ କରିବା ଯାହା ଦୀର୍ଘ ସମୟରେ କାହାକୁ ବି ଧନୀ ହେବାରେ ଯଥେଷ୍ଟ ସାହାଯ୍ୟ କରିପାରିବ। ସେଥିପାଇଁ, ଜଣଙ୍କୁ ଯଥାଶୀଘ୍ର ସମ୍ଭବ ବିନିଯୋଗ ଆରମ୍ଭ କରିଦେବା ଉଚିତ୍, ପ୍ରତି ମାସରେ ଅଳ୍ପ ପରିମାଣରେ ହେଲେ ବି ଚଳିବ। ସେଥିପାଇଁ ସେ ସଙ୍ଗେ ସଙ୍ଗେ ଏକ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡରେ ₹10,000 ର SIP ଆରମ୍ଭ କରିଦେଲେ ଏବଂ SIP ମାଧ୍ୟମରେ ପ୍ରତି ମାସରେ ସମାନ ପରିମାଣ ବିନିଯୋଗ କରିବା ଜାରି ରଖିଥିଲେ।

ଅଜୟ ଟିକେ ଅବିଶ୍ୱାସୀ ଥିଲେ ତେଣୁ ସେ ଏହାକୁ ଏବେ ନ କରି ପରେ ବିନିଯୋଗ ଆରମ୍ଭ କରିବା ପାଇଁ ଚିନ୍ତା କରିଥିଲେ। ତଥାପି, ଠିକ୍ ଗୋଟିଏ ବର୍ଷ ପରେ, ଶେରୁ ତାଙ୍କୁ SIP ମାଧ୍ୟମରେ ସଞ୍ଚୟ କରିବା କେତେ ସହଜ ଏବଂ ଏହା କିପରି ତାଙ୍କୁ ଟଙ୍କା ଜମା କରିବାରେ ସାହାଯ୍ୟ କରିବ ସେହି ବିଷୟରେ କହିଥିଲେ। ନିଜର ଭଲ ବନ୍ଧୁ ଶେରୁଙ୍କଠାରୁ ଏହା ଶୁଣିବା ପରେ ଅଜୟ ଚାକିରିରେ ଯୋଗ ଦେବାର ଠିକ୍ ଗୋଟିଏ ବର୍ଷ ପରେ ସେହି ସମାନ ଫଣ୍ଡରେ ₹10,000 SIP ଆରମ୍ଭ କରିଥିଲେ।

ଅନ୍ୟପକ୍ଷେ ବାବ୍ବର ନିଜକୁ ସବୁଠାରୁ ବୁଦ୍ଧିମାନ ଏବଂ ଚତୁର ବୋଲି ଭାବୁଥିଲେ। ସେ ଅନେକ ଟଙ୍କା ଖର୍ଚ୍ଚ କରି ବାରମ୍ବାର ପାର୍ଟୀ ଉପଭୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଗ୍ୟାଜେଟ୍ ପ୍ରତି ମଧ୍ୟ ଆଗ୍ରହ ଥିଲା ଏବଂ ସେ ନିଜ ପାଇଁ ସର୍ବୋତ୍ତମ ଗ୍ୟାଜେଟ୍ କିଣିବାର ଅଭ୍ୟାସ ରଖିଥିଲେ। ଏହାର ଅର୍ଥ ହେଉଛି ବିନିଯୋଗ ପାଇଁ ତାଙ୍କ ପାଖରେ ଆଉ ଅଳ୍ପ ଟଙ୍କା ବାକି ରହିଯାଇଥିଲା।

କିନ୍ତୁ 5 ବର୍ଷର ଏପରି ଜୀବନଶୈଳୀ କାଟିବା ପରେ ଏବଂ ପ୍ରାୟ କୌଣସି ବିନିଯୋଗ କରିନଥିବାର ଭୁଲ ବାବ୍ବର ବୁଝିପାରିଥିଲେ ଏବଂ ଶେରୁ ଏବଂ ଅଜୟ ବିନିଯୋଗ କରିଥିବା ଇକ୍ୱିଟି ଫଣ୍ଡରେ ₹10,000 ର SIP ଆରମ୍ଭ କରି ସେମାନଙ୍କୁ ଅନୁସରଣ କରିଥିଲେ।

ସମୟ ସହ ବିନିଯୋଗ ବୃଦ୍ଧି ପାଏ

ସମୟ ବିତିବା ସହିତ, ସେମାନେ ଲଗାତାର ଇକ୍ୱିଟି ଫଣ୍ଡରେ ନିଜର SIP ବିନିଯୋଗ ବୃଦ୍ଧି ହେବାରେ ଦେଖିଲେ। ଗ୍ରାଜୁଏସନର ଠିକ୍‍ 20 ବର୍ଷ ପରେ ଏକ କଲେଜ ରିୟୁନିଅନ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ (ସେମାନେ ସେମାନଙ୍କର କାର୍ଯ୍ୟ ଜୀବନର 20 ବର୍ଷ ମଧ୍ୟ ସମାପ୍ତ କରିଥିଲେ), ସେମାନେ ଉକ୍ତ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡରେ ସେମାନଙ୍କର SIP ବିନିଯୋଗ ବିଷୟରେ ଆଲୋଚନା କରିବା ଆରମ୍ଭ କରିଥିଲେ ଏବଂ ସେମାନେ ସେମାନଙ୍କର ବିନିଯୋଗର ମୂଲ୍ୟ ତୁଳନା କରିବାକୁ ନିଷ୍ପତ୍ତି ନେଇଥିଲେ।

ସେମାନଙ୍କର ବିନିଯୋଗର ମୂଲ୍ୟ କିପରି ବୃଦ୍ଧି ପାଇଥିଲା ତାହା ଏଠାରେ ଦିଆଯାଇଛି:

ଶେରୁ ₹1.04 କୋଟି ସମ୍ପତ୍ତିର ମାଲିକ ହୋଇଥିଲେ। ଅଜୟ ₹1 କୋଟିର ସୀମା ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ କିନ୍ତୁ ₹91 ଲକ୍ଷ ପାଖାପାଖି ପହଞ୍ଚିଥିଲେ, ଯାହାର ଶ୍ରେୟ ଯାଇଥାଏ ଶେରୁ ସହ ଠିକ୍‍ ସମୟରେ ଆଲୋଚନାକୁ ନେଇ ଯେଉଁଥିପାଇଁ ସେ ନିଜର SIP ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ବାବ୍ବରଙ୍କ ପାଖରେ ମାତ୍ର ₹52 ଲକ୍ଷ ଥିଲା। ଯାହା ଶେରୁ ହାସଲ କରିଥିବା ଟଙ୍କାର ଅଧା। ଶେରୁ ଏବଂ ଅଜୟଙ୍କ ତୁଳନାରେ ବାବ୍ବର ସ୍ପଷ୍ଟ ଭାବରେ କମ୍‍ ଟଙ୍କା ଉପାର୍ଜନ କରିଥିଲେ।

କାହାଣୀର ସାରାଂଶ ହେଉଛି: ଜୀବନରେ ଯଥାସମ୍ଭବ ନିୟମିତ ବିନିଯୋଗ କରିବା ଆରମ୍ଭ କରନ୍ତୁ। ଯଦି ଆପଣ ଏପର୍ଯ୍ୟନ୍ତ ଆରମ୍ଭ କରିନାହାଁନ୍ତି, ବର୍ତ୍ତମାନ ହେଉଛି ସେହି ସମୟ। ଅନ୍ୟଥା, ଶେଷରେ ଆପଣଙ୍କ ପାଖରେ ବାବ୍ବରଙ୍କ ପରି ବହୁତ କମ୍ ସମ୍ପତ୍ତି ରହିଯାଇପାରେ।

ଡିସକ୍ଲେମର‍:

ନିଫ୍ଟି 50 TR ଇଣ୍ଡେକ୍ସରେ SIP ଜାନୁଆରୀ 2001ରେ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର 2020 ପର୍ଯ୍ୟନ୍ତ ଜାରି ରହିଥିଲା ତେବେ 14.64% ର ବାର୍ଷିକ ରିଟର୍ନ (XIRR) ପାଇପାରିଥାନ୍ତେ। ତଥାପି, ଆମେ ଉପରୋକ୍ତ ଦୃଷ୍ଟାନ୍ତରେ ରକ୍ଷଣଶୀଳ ଭାବରେ ପ୍ରତିବର୍ଷ 13% ରିଟର୍ନର ବ୍ୟବହାର କରିଛୁ। ଡାଟା ସୋର୍ସ: ICRA Analytics । ଅତୀତର କାର୍ଯ୍ୟଦକ୍ଷତା ଭବିଷ୍ୟତରେ ସ୍ଥାୟୀ ହୋଇନପାରେ।

ମ୍ଯୁଚୁଆଲ୍‍ ଫଣ୍ଡରେ ବିନିଯୋଗ ବଜାର ଆପଦ ଅଧିନ ଅଟେ। ବିନିଯୋଗ କରିବା ପୂର୍ବରୁ ଦୟାକରି ଯୋଜନା ସମ୍ବନ୍ଧିତ ସୂଚନା ଡକ୍ଯୁମେଣ୍ଟକୁ ଧ୍ୟାନ ସହକାରେ ପଢ଼ନ୍ତୁ।

PhonePe ୱେଲଥ ବ୍ରୋକିଂ ପ୍ରାଇଭେଟ ଲିମିଟେଡ।AMFI — ରେଜିଷ୍ଟର୍ଡ ମ୍ଯୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ଯୁସନ ARN – 187821

Keep Reading