PhonePe Blogs Main Featured Image

Life @ PhonePe

PhonePe-ର ବେତନ ନୀତି

PhonePe Regional|2 min read|12 January, 2024

URL copied to clipboard

ପ୍ରତିଯୋଗିତା ନୁହେଁ, ସହଯୋଗୀତା

ଜାନୁଆରୀ 2021, ଆମେ PhonePe ଷ୍ଟକ୍‍ ଅପ୍‍ସନର ଆରମ୍ଭ କରିଛୁ ଯାହା ପ୍ରତ୍ଯେକ PhonePe କର୍ମଚାରୀଙ୍କୁ କମ୍ପାନୀର ଗୋଟିଏ ଅଂଶର ମାଲିକ ହେବାର ସୁଯୋଗ ଦେଇଛି । 200 ମିଲିୟନ ଡଲାର ପ୍ଲାନ୍‍‌ର ଷ୍ଟକ୍‍ ଅପ୍‌ସନ PhonePe ରେ ଥିବା ସମସ୍ତ 2,200 କର୍ମଚାରୀଙ୍କୁ ବଣ୍ଟନ କରାଯାଇଛି, ଯାହା ସଂଗଠନର ସମସ୍ତଙ୍କୁ ଏହାର ସଫଳତାରୁ ଲାଭାନ୍ୱିତ ହେବାରେ ସକ୍ଷମ କରିଛି ।

PhonePe ଷ୍ଟକ ଅପ୍‌ସନ ପ୍ଲାନ୍ ହେଉଛି ସହଯୋଗିତା, ଦୀର୍ଘକାଳୀନ ମନୋଯୋଗ ଏବଂ ସଂଗଠନ-ପ୍ରଥମ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତୁତ ଆମର ବେତନ ନୀତିର ଏକ  ମୂଳ ଉପାଦାନ । PhonePe ଏକ ପରିବର୍ତ୍ତନଶୀଳ ଶକ୍ତି ଭାବରେ ଟେକ୍ନୋଲୋଜି ବ୍ୟବହାର କରିବାର ମିଶନରେ ଅଛି ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିକୁ ବାସ୍ତବ ରୂପ ଦେଉଛି । ଯେତେବେଳେ ଟଙ୍କା ଏବଂ ସେବା ମୁକ୍ତ ଭାବରେ ପ୍ରବାହିତ ହୁଏ  ସେତେବେଳେ ସମସ୍ତଙ୍କର ଅଗ୍ରଗତି ହୋଇଥାଏ ବୋଲି ଆମର ବିଶ୍ୱାସ । ଏକ ମୂଳ ମୂଲ୍ୟ ଯାହା ଏହି ଅନ୍ତର୍ଭୁକ୍ତିକୁ ସକ୍ଷମ କରେ ତାହା ହେଉଛି ସକରାତ୍ମକ ବ୍ୟବଧାନ – ଏହା ହେଉଛି ଏକ ଧାରଣା ଯାହା ଆମେ ମୂଲ୍ୟକୁ ଅନ୍‌ଲକ କରୁ ଏବଂ ମାର୍କେଟକୁ ବିସ୍ତାର କରୁ, ସଫଳତାର ସକରାତ୍ମକ ଚକ୍ର ସୃଷ୍ଟି କରି ଆମେ ସମସ୍ତଙ୍କ ପାଇଁ ସୁଯୋଗ ବିସ୍ତାର କରିଥାଉ । ଏହି ମୂଳ ନୀତି ଆମକୁ ଆଭ୍ୟନ୍ତରୀଣ ଭାବରେ ସଞ୍ଚାଳିତ କରିଥାଏ ।

ଆମେ ଅନ୍ତର୍ଭୁକ୍ତି ଏବଂ ପର୍ଯ୍ୟାପ୍ତ ମାନସିକତା ଉପରେ ଆଧାରିତ ଏକ ଆଭ୍ୟନ୍ତରୀଣ ସଂସ୍କୃତି ଗଢ଼ି ତୋଳିବା ପାଇଁ ପ୍ରତିଶୃତିବଦ୍ଧ, ଯେଉଁଠି ପ୍ରତିଟି ଭାବ-ବିନିମୟ ଏକ ସକାରତ୍ମକ ପରିବେଶ ଉତ୍ପନ୍ନ କରିଥାଏ  । ସଂଗଠନର ସଫଳତା କମ୍ପାନୀରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସଫଳତା ଉପରେ ନିର୍ମିତ ଅଟେ । କର୍ମଚାରୀମାନେ ଯେତେବେଳେ କାର୍ଯ୍ୟରେ ଉନ୍ନତି କରନ୍ତି ଏବଂ ଅଧିକ ପ୍ରଭାବ ସୃଷ୍ଟି କରନ୍ତି, ତାହା ସଂଗଠନ ପାଇଁ  ଅତିରିକ୍ତ ଅବଦାନରେ ପରିଣତ ହୁଏ । ଯେହେତୁ ସଂଗଠନ ଅଧିକ ମୂଲ୍ୟ ଉତ୍ପନ୍ନ କରେ ତେବେ ସେତିକି ଅଧିକ ସୁବିଧା ସୁଯୋଗ ପ୍ରତ୍ୟେକ କର୍ମଚାରୀଙ୍କୁ ମିଳିଥାଏ । ଆମେ ଏହାଦ୍ୱାରା ସମସ୍ତଙ୍କୁ ଯଥେଷ୍ଟ ସୁବିଧା ସୁଯୋଗ ପ୍ରଦାନ କରିଛୁ ଯାହା ଫଳରେ ଆଭ୍ୟନ୍ତରୀଣ ପ୍ରତିଯୋଗିତାର ଆବଶ୍ୟକ ରହିବ ନାହିଁ । 

ଆମର ବେତନ ଦେବାର ପଦ୍ଧତିଟି  ଏହି ଆଦର୍ଶର ସହିତ ସମାନ୍ତରଳଭାବରେ ଜଡ଼ିତ, ଯାହାର ଅଧିକାଂଶ ଭାଗ ପଦବୀ/ଭୂମିକା ପାଇଁ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଆଧାରିତ ଭେରିଏବଲ ପେ-କୁ ହଟାଇବାର ବ୍ୟବସ୍ଥା କରାହୋଇଛି । ତା ପରିବର୍ତ୍ତେ, ଆମେ ସଂସ୍ଥାର ଦୀର୍ଘସ୍ଥାୟୀ ବୃଦ୍ଧିରେ ଅବଦାନ କରିବା ପାଇଁ ପ୍ରତ୍ୟେକଙ୍କୁ ଇନ୍‌ସେଣ୍ଟିଭ ଦେବା ପାଇଁ ESOP ପ୍ରଦାନ କରିଛୁ । ସବୁ ସ୍ତର ପାଇଁ ESOP ସର୍ବନିମ୍ନ USD 5000 ରଖାଯାଇଛି, ଆମେ ସଂଗଠନର ପ୍ରତ୍ୟେକ କର୍ମଚାରୀଙ୍କୁ “କରତେ ଯା, ବଢତେ ଯା” ମାନସିକତା ସହିତ ସେମାନଙ୍କୁ ଧନ ସୃଷ୍ଟି କରି ଅଭିବୃଦ୍ଧି କରିବାର ସୁଯୋଗରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଉ । ପଦବୀରେ ବରିଷ୍ଠତାର ବୃଦ୍ଧି ସହିତ, ESOP ବାର୍ଷିକ କର୍ମଚାରୀଙ୍କୁ ଦରମା ଦେବାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା, ଅର୍ଥାତ୍ ସେମାନଙ୍କର ବେତନର ଅଧିକାଂଶ ଅଂଶ ସଂଗଠନର ସଫଳତା ସହିତ ଜଡ଼ିତ ଥିଲା । ଏହା ସମସ୍ତଙ୍କୁ ପ୍ରଥମେ ସଂଗଠନ ବିଷୟରେ ଚିନ୍ତା କରିବାକୁ ଉତ୍ସାହିତ କରିବ ।  ସଂଗଠନର ସଫଳତା ସେମାନଙ୍କର ନିଜର ସଫଳତା ହେବ ।

ଆମେ ଆମର କର୍ମଚାରୀମାନଙ୍କୁ ଜ୍ଞାନ ଅର୍ଜନ, ବିକାଶ ଏବଂ ପ୍ରଭାବିତ କରିବାର ସୁଯୋଗ ଦେବା ପାଇଁ ପ୍ରତିଜ୍ଞାବଦ୍ଧ । ଆମେ କର୍ମଚାରୀମାନଙ୍କୁ ଦକ୍ଷ ବ୍ୟକ୍ତିଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଇଥାଉ, ଯେଉଁ ବ୍ୟକ୍ତିମାନେ ସେମାନଙ୍କର କାମ ପ୍ରତି ଉତ୍ସାହୀ ଏବଂ ଯିଏ ଦିନସାରା କେତେକେ ଜଟିଳ ସମସ୍ୟା ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅନ୍ତି । ଆମେ ସଂଗଠନ ମଧ୍ୟରେ ଏକ ପରିବେଶ ସୃଷ୍ଟି କରିଛୁ ଯାହା ଘରୋଇ ଏବଂ ସ୍ୱଚ୍ଛ ଏବଂ ସଂଗଠନର ଗଠନ ମଧ୍ୟ ଅପେକ୍ଷାକୃତ ସରଳ, ଯାହା ସମସ୍ତଙ୍କୁ ଜ୍ଞାନ ଅର୍ଜନ ଏବଂ ଭଲ ଫଳାଫଳ ପ୍ରଦାନ କରିବାକୁ ସକ୍ଷମ କରାଇଥାଏ । ଷ୍ଟକ୍ ଅପ୍‌ସନ ପ୍ଲାନ୍‌ ଏହା ସୁନିଶ୍ଚିତ କରେ ଯେ ଧନ ବୃଦ୍ଧି ସହ PhonePe ବିକାଶ ଯାତ୍ରାରେ ଅଂଶଗ୍ରହଣ କରିବାରେ ସୁଯୋଗ ପ୍ରଦାନ କରିଛି ।

ଲେଖିଛନ୍ତି – ମନମୀତ ସନ୍ଧୁ, HR ମୁଖ୍ୟ

Keep Reading