PhonePe Blogs Main Featured Image

Milestones

ସବୁ ଚମକୁଥିବା ବସ୍ତୁ ସୁନା ନୁହେଁ!

PhonePe Regional|3 min read|29 August, 2019

URL copied to clipboard

ଫେବୃୟାରୀ 2018 ରେ NPCI ଦ୍ୱାରା UPIର ସଂଖ୍ୟା ପ୍ରକାଶ କରାଯାଇଥିଲା, ପ୍ରତିଥର ପରି ଏହିଥର ମଧ୍ୟ ଆମ ପାଇଁ ଖୁସି ହେବା ପାଇଁ ଯଥେଷ୍ଟ କାରଣ ଥିଲା । ଭାରତର ପ୍ରଥମ ଏବଂ ବୃହତ୍ ଅଣ-ବ୍ୟାଙ୍କିଙ୍ଗ UPI ଆପ୍ ରୂପେ, ଆମେ UPI ର କ୍ରମଶଃ ବୃଦ୍ଧି ଦେଖି ଅତିଶୟ ଆନନ୍ଦିତ ଅଟୁ । ଗତ ଗୋଟିଏ ବର୍ଷ ଭିତରେ ହୋଇଥିବା ଏହାର ଅଧିକରୁ ଅଧିକ ବୃଦ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ନିଃସନ୍ଦେହ, UPIର ଦ୍ରୁତ ବୃଦ୍ଧି ଯୋଗୁଁ ଉପଭୋକ୍ତାଙ୍କ, ବିନିଯୋଗକାରୀ, ମେଡିଆ ଏବଂ ପେମେଣ୍ଟ ଉଦ୍ୟୋଗକୁ ଆକର୍ଷିତ କରିଛି । ହଠାତ୍ ସମସ୍ତେ UPI ର ସୁବିଧା ହାସଲ କରିବା ପାଇଁ ଆଗେଇ ଆସିଛନ୍ତି । ୱାଲେଟ୍‌ ମଧ୍ୟ UPI ପରି ସମସ୍ତ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଚାହୁଁଛି । ବ୍ୟାଙ୍କ୍ ନୂତନ ଯୁଗର ମୋବାଇଲ୍ ଆପ୍ ଲଞ୍ଚ କରିବା ପାଇଁ ଚାହୁଁଛି । Google, Amazon ଏବଂ WhatsApp ପରି ଅନ୍ତରାଷ୍ଟ୍ରୀୟ କମ୍ପାନୀ ଭାରତରେ UPI- ଆଧାରିତ ପେମେଣ୍ଟ ସେବା ଲଞ୍ଚ କରୁଛନ୍ତି । ଏପରିକି ଭାରତ ସରକାର ମଧ୍ୟ ପେମେଣ୍ଟ ଆପ୍ ଲଞ୍ଚ କରିଛନ୍ତି । UPIର ଅଭିନବୀକରଣ ଭାରତକୁ ଉନ୍ନତି ପଥରେ ନେଇ ଆସିଛି ଏହା କହିବା ଯର୍ଥାତ୍ ଅଟେ । ଭାରତରେ UPIର ଯେଉଁ ବୃଦ୍ଧି ହେଉଛି ତାହା ସମସ୍ତଙ୍କ ପାଇଁ ଲାଭପ୍ରଦ ଅଟେ । ଭାରତୀୟ ଉପଭୋକ୍ତାଙ୍କ ରୂପେ ଏହା ଆମ ପାଇଁ ଲାଭଦାୟକ ହେବ ।

ଯଦିଓ, ଆମେ ଏହା ବିଶ୍ୱାସ କରୁ ଯେ ଆଜିକାଲି ମେଡିଆ କେବଳ UPI ବିନିମୟ ସଂଖ୍ୟା ଉପରେ ଅଲୋଚନା କରୁଛି, ଯାହାଦ୍ୱାରା ଲୋକଙ୍କୁ ସମ୍ପୂର୍ଣ୍ଣ ସୂଚନା ମିଳିପାରୁନାହିଁ । ବିନିମୟ ସଂଖ୍ୟା ସହିତ, UPI ବାଲାନ୍ସ ସ୍କୋରକାର୍ଡ୍‌ରେ ସମୁଦାୟ ବିନିମୟ, ୟୁନିକ୍ ଗ୍ରାହକଙ୍କ ସଂଖ୍ୟା, ତତ୍‌ସହିତ ହାରାହାରି ବିନିମୟ ମୂଲ୍ୟ (ATV) ଏବଂ ପ୍ରତି ଗ୍ରାହକଙ୍କ ହାରାହାରି ବିନିମୟ (ATPC) ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ।

ଉପଲବ୍ଧ ସର୍ବସାଧାରଣଙ୍କ ସୂଚନା ଅନୁଯାୟୀ ତୁଳନାତ୍ମକ ବିଶ୍ଳେଷଣ ନିମ୍ନ ପରି ଅଟେ ।

ଉପରେ ଉପରେ ଏହା ଦେଖାଯାଉଛି ଯେ, Paytm ମାର୍କେଟ୍‌ରେ ଆଗୁଆ ଥିବା ଭଳି ପ୍ରତୀୟମାନ ହେଉଛି । ବିନିମୟ ଉପରେ 40% ମାର୍କେଟ୍ ସେୟାର୍ ରଖିବା କିଛି ସାମାନ୍ୟ କଥା ନୁହେଁ କିନ୍ତୁ ସେମାନଙ୍କ ଅନ୍ୟାନ୍ୟ ମେଟ୍ରିକ୍ସଗୁଡିକ ବିଷୟରେ କଣ? ଏହି ତଥ୍ୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ ନାହିଁ ।

ସୌଭାଗ୍ୟ ବଶତଃ, Paytm ର ସମୁଦାୟ 68 ମିଲିୟନ୍ ବିନିମୟ ମଧ୍ୟରୁ 21 ମିଲିୟନ୍ ଟଙ୍କା ଟ୍ରାନ୍ସଫର କରାଯାଇଛି, ଯାହାକୁ Paytm ଗ୍ରାହକମାନେ PhonePe ଗ୍ରାହକମାନଙ୍କୁ (@YBL ଭିପିଏ ହେଣ୍ଡେଲ୍ ମାଧ୍ୟମରେ) ଟଙ୍କା ପ୍ରେରଣ କରିଥିବା ବିନିମୟ ଅଟେ । ସେଥିପାଇଁ, ଆମେ ସେମାନଙ୍କ ATV, ATPC ଇତ୍ୟାଦି ବିଷୟରେ କିଛି ଅଧିକ ତଥ୍ୟ ଏକତ୍ରିତ କରିବାକୁ ନିଷ୍ପତ୍ତି ନେଇଛୁ ।

ଆମକୁ ମିଳିଥିବା ସୂଚନା ନିମ୍ନରେ ଉଲ୍ଲେଖ କରାଯାଇଛି!

ଉପରକ୍ତୋ ବିବରଣୀକୁ ନଜରରେ ରଖି ଜଣାଯାଉଛି ଯେ, ଫେବୃୟାରୀ ମାସରେ ମାତ୍ର 40,000 ୟୁନିକ୍ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରତ୍ୟେକ ଉପଭୋକ୍ତା Paytm ରେ 500ରୁ ଅଧିକ ବିନିମୟ କରିଛନ୍ତି ।

Paytm ର ହାରାହାରି ବିନିମୟ ମୂଲ୍ୟ ₹40 ରୁ କମ୍ ଅଟେ ।

ଏହାର ବିପରୀତରେ ଦେଖିପାରିବେ, ଫେବୃୟାରୀ ମାସରେ 6,000,000 ୟୁନିକ୍ ଗ୍ରାହକଙ୍କ ମଧ୍ୟରୁ ପ୍ରତ୍ୟେକ ଗ୍ରାହକ PhonePe ରେ 5ଟି ଲେଖାଏଁ ବିନିମୟ କରିଛନ୍ତି ।

ଆମର ହାରାହାରି ବିନିମୟ ମୂଲ୍ୟ ₹1,800 ରୁ ଅଧିକ ଅଟେ ।

ATV ( Paytm ରେ ₹40 vs PhonePe ରେ ₹1,820) ଏବଂ Paytmର ବିସ୍ମୟଜନକ ଅଧିକା ATPC (525/ଉପଭୋକ୍ତା/ମାସ) ର ବିଶାଳ ପାର୍ଥକ୍ୟ ପାଇଁ ତାର୍କିକ ସ୍ପଷ୍ଟୀକରଣ ଏହା ହେଉଛି ଯେ Paytm ର ବିନିମୟ ସଂଖ୍ୟା ସ୍ପଷ୍ଟରୂପେ ପ୍ରତି ବିନିମୟ କ୍ୟାଶ୍‌ବ୍ୟାକ୍ ଦ୍ୱାରା ପ୍ରୋତ୍ସାହିତ ଅଟେ ଦେଇଥିବାରୁ ବିନିମୟ ସଂଖ୍ୟା ସ୍ପଷ୍ଟରୂପେ ପ୍ରଭାବିତ ହୋଇଛି ଯାହା ବହୁତ କମ୍ ଜନସଂଖ୍ୟାକୁ ପ୍ରଭାବିତ କରିଛି ।

ଉପରୋକ୍ତ ପ୍ରସଙ୍ଗରୁ ଆମେ ତିନୋଟି ନିଷ୍ପତ୍ତିରେ ପହଞ୍ଚି ପାରିବା:

1. Paytm ଏବେ ପର୍ଯ୍ୟନ୍ତ UPI କୁ ବ୍ୟାପକ ରୂପେ ଗ୍ରହଣ କରିନାହିଁ : ଯଦି 40,000 ୟୁନିକ୍ ଗ୍ରାହକ 21 ମିଲିୟନ୍ ବିନିମୟ କରୁଛନ୍ତି, ଏହାର କଳନା କରି ଆମେ ଏହା ସୁଚାଇ ପାରିବା ଯେ Paytm ରେ ସମୁଦାୟ UPI ବିନିମୟ କରିଛନ୍ତି 40,000 * 68 / 21 = 1.3 ଲକ୍ଷ ଗ୍ରାହକ ।

2. ଗ୍ରାହକଙ୍କ ଦ୍ୱାରା କରାଯିବା ବିନିମୟ ସଂଖ୍ୟା ଏହା ଦର୍ଶାଉ ନାହିଁ ଯେ କେତେଜଣ ଉପଭୋକ୍ତା UPI ବ୍ୟବହାର କରୁଛନ୍ତି: ହାରାହାରି PhonePe ଗ୍ରାହକ ମାସକୁ 5ଟି ବିନିମୟ କରିଛନ୍ତି, ଯେଉଁଠି Paytm ପାଇଁ ତୁଳନାତ୍ମକ ସଂଖ୍ୟା ହେଉଛି 525 । ଏହା ସାଧାରଣତଃ ଉପଭୋକ୍ତାଙ୍କ ପାଇଁ UPIର ନେଟ୍‌ୱର୍କରେ ବିନିମୟ କରିବା ସମ୍ଭବ ନୁହେଁ ।

3. Paytm ବିନିମୟର ହାରାହାରି ମୂଲ୍ୟ ସାଧାରଣ ହାରାହାରି ମୂଲ୍ୟ ଠାରୁ ବହୁତ କମ୍ ଅଟେ: ସମଗ୍ର ନେଟ୍‌ୱର୍କ ସ୍ତରରେ, UPI ର ସମ୍ପୂର୍ଣ୍ଣ ବିନିମୟ ମୂଲ୍ୟ ₹1,116 ପ୍ରତି ବିନିମୟ ଅଟେ । ଏହି କ୍ଷେତ୍ରରେ, Paytm ପାଇଁ ସଂଖ୍ୟାଟି ଅତି ନଗନ୍ୟ, ମାତ୍ର ₹38, ଏଥିରୁ ଏହା ବୁଝାଯାଏ ଯେ ଏହା କ୍ୟାଶ୍‌ବ୍ୟାକ୍ ପ୍ରଣୋଦିତ କରାଯିବା ଏଏସ୍‌ପି ବିନିମୟ ମାତ୍ର ।

ଉପରୋକ୍ତ ସବୁ କାରଣଗୁଡିକୁ ଯୋଗୁଁ, ଆମେ ଏହା ବିଶ୍ୱାସ କରୁ ଯେ Paytm କରୁଥିବା ଦାବି ଯେ ସେ UPI ଉପରେ ସବୁଠୁ ବଡ ଅଟେ ଏହା ଉଭୟ ଏକମାତ୍ରିକ ଏବଂ ବିଭ୍ରାନ୍ତିକର ଦାବି ଅଟେ ।

ଆମର ଏହା ବିଶ୍ୱାସ ଯେ ମାର୍କେଟ୍ ତଥ୍ୟର ବର୍ଣ୍ଣନାରେ ଭାରତରେ ଡିଜିଟାଲ୍ ପେମେଣ୍ଟର ବିସ୍ତୃତ ଅବଲମ୍ବନ ଆବଶ୍ୟକ ଯେଉଁଠି ଅଧିକା ୟୁନିକ୍ ଗ୍ରାହକ, ଏବଂ ଉଚ୍ଚୋତ୍ତର ସର୍ବମୋଟ ବିନିମୟ ପରିମାଣ ଅନ୍ତର୍ଭୁକ୍ତ କରିବା ଉଚିତ୍ । NPCI ସମୁଦାୟ ପରିମାଣ ଏବଂ ବିନିମୟର ମୂଲ୍ୟକୁ ସେୟାର କରିଥିବା ପଦକ୍ଷେପକୁ ଆମେ ସ୍ୱାଗତ କରୁ । ଯଦି ସେମାନେ, ଦ୍ରୁତଗତିରେ ବୃଦ୍ଧି ପାଉଥିବା ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପ୍ରତିଛବି ଗଠନ କରିବା ପାଇଁ ୟୁନିକ୍ ଗ୍ରାହକଙ୍କ ସଂଖ୍ୟା ପ୍ରକାଶ କରିବାକୁ ବିଚାର କରିଥିଲେ, ଏହା ବହୁତ ଭଲ ହୋଇଥାନ୍ତା । ଏହାଦ୍ୱାରା ଭାରତରେ ଡିଜିଟାଲ୍ ପେମେଣ୍ଟର ବ୍ୟବସ୍ଥା କିପରି ଦ୍ରୁତଗତିରେ ବୃଦ୍ଧି ପାଉଛି ଆମକୁ ଏହା ବୁଝିବାରେ ସାହାୟତା ହୋଇପାରିଥାନ୍ତା ।

Keep Reading