PhonePe Blogs Main Featured Image

Trust & Safety

ନକଲି ଜବ ଲିଷ୍ଟିଂ ଚିହ୍ନଟ କରିବାର 5ଟି ଉପାୟ

PhonePe Regional|3 min read|12 June, 2023

URL copied to clipboard

କଳ୍ପନା କରନ୍ତୁ ଯେ ଆପଣ ଏକ ଚାକିରି ଖୋଜୁଛନ୍ତି ଏବଂ ଜଣେ ନିଯୁକ୍ତିଦାତା ଆପଣଙ୍କୁ ଏକ ସ୍ୱପ୍ନର ଚାକିରି ବିଷୟରେ କହିବାକୁ କଲ୍‍ କରନ୍ତି ଯାହାକୁ ଆପଣ ସର୍ବଦା କରିବାକୁ ଚାହୁଁଥିଲେ, ଯେଉଁଥିରେ ରହିଛି ଏକ ଲାଭଜନକ ଦରମା ତାହା ସହିତ ବିଦେଶ ଯିବାର ଏକ ଅତିରିକ୍ତ ସୁଯୋଗ! ଆପଣ ଭାବିବେ ଏପରି ଅଫରକୁ କିଏ କେବେ ମନା କରିପାରିବ। ତାଙ୍କ ସହ କଥାବାର୍ତ୍ତା ହେବା ପରେ, ନିଯୁକ୍ତିଦାତା ଆପଣଙ୍କ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ଆପଣଙ୍କୁ ଏକ ଲିଙ୍କ୍‍ ପଠାଇବେ। ଏହାପରେ ନିଯୁକ୍ତିଦାତା ଏକ କନଫର୍ମେସନ କଲ୍‍ କରିବେ ଏବଂ ଆପଣଙ୍କୁ ଜଣାଇବେ ଯେ ଆପଣଙ୍କୁ ଫ୍ଲାଇଟ ଖର୍ଚ୍ଚର କିଛି ଅଂଶ ଏବଂ ରିଲୋକେସନ ଚାର୍ଜ ହିସାବରେ ₹50,000 ବହନ କରିବାକୁ ହେବ। ଆପଣ ଦେବାକୁ ସ୍ଥିର କରନ୍ତି ଏବଂ ଅଧିକ ନିର୍ଦ୍ଦେଶ ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି। କିନ୍ତୁ ହଠାତ୍, ଆପଣ ଜାଣିପାରନ୍ତି ଯେ ଆପଣ ନିଯୁକ୍ତିଦାତାଙ୍କ ସହିତ ଯୋଗାଯୋଗ କରିପାରୁ ନାହାଁନ୍ତି, ଏବଂ ଆପଣଙ୍କ ପାଖରେ ଚାକିରି ମଧ୍ୟ ନାହିଁ। ଏହା କୌଣସି ନୂତନ ଘଟଣା ନୁହେଁ, ଦେଶର ହଜାର ହଜାର ଲୋକଙ୍କ* ସହିତ ଏପରି ପ୍ରାୟତଃ ଘଟିଥାଏ।

ବେରୋଜଗାରୀ ହାର ଅଧିକ ହେବା ସହିତ ସୁଦୂର ଚାକିରିର ବୃଦ୍ଧି ଯୋଗୁଁ ଚାକିରି ଠକାମିର ସଂଖ୍ୟା ବୃଦ୍ଧି ଘଟୁଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE)ର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ହାରାହାରି ବେରୋଜଗାରୀ ହାର 7.85% ଅଟେ। ଏହା ଫଳରେ ନିରୀହ ଚାକିରି ଖୋଜୁଥିବା ଲୋକଙ୍କୁ ଜାଲରେ ଫସାଇ ସେମାନଙ୍କୁ ଶୋଷଣ କରିଥାନ୍ତି।

ଠକମାନେ ଆକର୍ଷଣୀୟ ଶିରୋନାମା ଏବଂ ବେତନ ସହିତ ଚାକିରିର ବିଜ୍ଞାପନ ଦେଇ କିମ୍ବା SMS କିମ୍ବା ହ୍ୱାଟସଅପ ମେସେଜ ମାଧ୍ୟମରେ ଅସୁରକ୍ଷିତ ନକଲି ଅସ୍ଥାୟୀ ଚାକିରି ଲିଙ୍କ୍ ଶେୟାର କରି ଟଙ୍କା ରୋଜଗାର କରନ୍ତି। ଆପଣ ଥରେ ଚାକିରି ପାଇଁ ସାଇନ୍ ଅପ୍ କରିଦେଲା ପରେ, ଆପଣଙ୍କୁ ପେମେଣ୍ଟ କରିବାକୁ କୁହାଯିବ, ଏପରି କରିବା ପରେ, ଆପଣ ପ୍ରଥମ କାମ ପୂରା କରିଲେ ଆପଣଙ୍କୁ ମୋଟା ଅଙ୍କର ବେତନ ମିଳିବାର ପ୍ରତିଶୃତି ଦିଆଯାଇଥାଏ। ଆପଣଙ୍କ ବିଶ୍ୱାସ ଅର୍ଜନ କରିବାକୁ ସେମାନେ ଆପଣଙ୍କ ଆକାଉଣ୍ଟରେ ଅଳ୍ପ ପରିମାଣର ଟଙ୍କା ମଧ୍ୟ ପଠାଇ ପାରନ୍ତି। ତାହା ପରେ ଧୀରେ ଧୀରେ, ସେମାନେ ନିଜକୁ ଆପଣଙ୍କୁ ଠାରୁ ଦୂରେଇ ରଖିବେ ଏବଂ ଆପଣ ଆଉ ସେମାନଙ୍କ ସହିତ ଯୋଗାଯୋଗ କରିପାରିବେ ନାହିଁ।

ନିମ୍ନଲିଖିତ 5ଟି ଲକ୍ଷଣ ଦର୍ଶାଏ କରେ ଯେ ଜଣେ ଚାକିରି ଠକ ଆପଣଙ୍କୁ ଟାର୍ଗେଟ୍ କରୁଛି:

ଠକମାନେ ନିର୍ଦ୍ଦୋଶ ଚାକିରି ଖୋଜୁଥିବା ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଥିବା 5ଟି ସାଧାରଣ ଉପାୟ ଏଠାରେ ଦିଆଯାଇଛି। ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ଏହି ଲକ୍ଷଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଏବଂ ନକଲି ଜବ ଲିଷ୍ଟିଂ ଠାରୁ ସୁରକ୍ଷିତ ରୁହନ୍ତୁ

  1. ସମ୍ବେଦନଶୀଳ ସୂଚନା ମାଗିଥାନ୍ତି: ଯଦି ଜଣେ ନିଯୁକ୍ତିଦାତା ଆପଣଙ୍କର ନାମ, ଜନ୍ମ ତାରିଖ, କିମ୍ବା ଘର ଠିକଣା ଭଳି ବ୍ୟକ୍ତିଗତ ସୂଚନା ମାଗିଥାନ୍ତି, ତେବେ ସେଥିରୁ ବୁଝି ଯାଆନ୍ତୁ ଯେ ଏହା ଠକାମିଯୁକ୍ତ କାର୍ଯ୍ୟକଳାପ ଯାହା ଆପଣଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ୍‍/କ୍ରେଡିଟ୍ କାର୍ଡ୍ ଆକସେସ କରିବାକୁ ଆପଣଙ୍କଠାରୁ ସମ୍ବେଦନଶୀଳ ସୂଚନା ପାଇବାକୁ ଚେଷ୍ଟା କରୁଛି। ଖୋଜୁଥିବା ଜଣେ ଠକ ହୋଇପାରେ। ସାଧାରଣତଃ, ନିଯୁକ୍ତିଦାତା ଆପଣଙ୍କର ଶିକ୍ଷାଗତ ପୃଷ୍ଠଭୂମି ଏବଂ ବୃତ୍ତିଗତ ଅଭିଜ୍ଞତା ବିଷୟରେ ମୌଳିକ ସୂଚନା ପଚାରନ୍ତି ଏବଂ ତା’ପରେ ନିଯୁକ୍ତିଦାତା ସହିତ ଏକ ସାକ୍ଷାତକାର ସ୍ଥାପନ କରନ୍ତି, ଯାହା ପରେ ଏକ ଅଫର୍ ଚିଠି ଦିଆଯାଏ। ଏହା ସାଧାରଣତଃ କମ୍ପାନୀରେ ଯୋଗଦେବା ସମୟରେ ହୋଇଥାଏ, ଭେରିଫିକେସନ ଏବଂ ରେକର୍ଡ ପାଇଁ କମ୍ପାନୀ ବ୍ୟାକଗ୍ରାଉଣ୍ଡ ସୂଚନା ମାଗିଥାଏ।
  2. ବହୁତ ଅଧିକ ବେତନ ପ୍ରଦାନ କରିବା ଯାହା ଉଦ୍ଯୋଗ ମାନକ ସହିତ ଅନୁରୂପ ନୁହେଁ: ବିଜ୍ଞାପନକୁ ଅଧିକ ଆକର୍ଷଣୀୟ କରି ଆପଣଙ୍କୁ ଠକାମିରେ ଆକର୍ଷିତ କରିବା ପାଇଁ ଅଳ୍ପ କାମ ପାଇଁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଥାଏ। ଏଥିରେ ଏକ ଲିଙ୍କ୍ ରହିପାରେ ଯେଉଁଥିରେ ମାଲୱେର୍ ଥାଏ ଯାହା ଆପଣଙ୍କର ଡିଭାଇସର ଗୋପନୀୟ ସୂଚନାକୁ ଆକ୍ସେସ କରିପାରିବ। ଆହୁରି ମଧ୍ୟ, ଏକ କରପ୍ଟ ଲିଙ୍କ୍ ସ୍ଥାନରେ, ଠକମାନେ ବ୍ୟକ୍ତିଗତ ବିବରଣୀ ମାଗିପାରନ୍ତି ଏବଂ ସମ୍ବେଦନଶୀଳ ସୂଚନା ଶେୟାର କରିବାକୁ ଆପଣଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିପାରନ୍ତି।
  3. ଜବ୍‍ ବର୍ଣ୍ଣନାରେ ତ୍ରୁଟି: ଏକ ନକଲି ଚାକିରି ପୋଷ୍ଟିଂରେ କିଛି ସହଜ ଭୁଲ କରିବା ବ୍ୟାକରଣଗତ କିମ୍ବା ବନାନ ତ୍ରୁଟି ରହିପାରେ, ଯେପରିକି PhonePe.com ବଦଳରେ Phonepay.com ଲେଖିବା, ଯାହାଦ୍ୱାରା ଆପଣ ସତର୍କ ହେବା ଉଚିତ୍‍ ଯେ ଏହା ଆପଣଙ୍କୁ ଏକ ଅସୁରକ୍ଷିତ ୱେବସାଇଟକୁ ନେଇପାରେ। ଏହା ସହିତ, କମ୍ପାନୀକୁ ସମର୍ଥନ କରୁଥିବା କୌଣସି ବୈଧ ୱେବସାଇଟ୍ ନାହିଁ ଏବଂ ଅସ୍ପଷ୍ଟ ଚାକିରିର ବର୍ଣ୍ଣନା ସୂଚିତ କରେ ଯେ ଆପଣ ଏକ ନକଲି ଚାକିରି ତାଲିକା ପଢ଼ୁଛନ୍ତି।
  4. ତୁରନ୍ତ ଚାକିରିର ଅଫର୍‍: ଯଦି ନିଯୁକ୍ତିଦାତା କୌଣସି ବ୍ୟକ୍ତିଙ୍କ ସହ କଲରେ କଥା ହେବା ପରେ ମିନିଟ୍‍ ଭିତରେ ଚାକିରିର ଅଫର୍‍ ଦେଇଥାଏ, ଯେଉଁଥିରେ ଅତିକମ୍‍ କିମ୍ବା ବ୍ୟାକଗ୍ରାଉଣ୍ଡ ଭେରିଫିକେସନ କିମ୍ବା ଇଣ୍ଟରଭ୍ଯୁ ହୁଏନାହିଁ ତେବେ ଏହି ବିଷୟରେ ସମ୍ଭାବନା ଅଧିକ ରହିଥାଏ ଯେ ଯୋଗାଯୋଗ କରିଥିବା ବ୍ୟକ୍ତି ଠକ ଅଟନ୍ତି। କୌଣସି ପ୍ରକୃତ ନିଯୁକ୍ତିଦାତା ଇଣ୍ଟରଭ୍ଯୁ ପରିଚାଳନା କରିବ ଏବଂ ଇଣ୍ଡଷ୍ଟିର ଷ୍ଟାଣ୍ଡାର୍ଡ ଅନୁଯାୟୀ ବେତନ ମାଧ୍ୟମରେ ଦେଖିନେବେ ଯେ କମ୍ପାନୀରେ ଯେଉଁ ଭୂମିକା ରହିଛି ସେଥିପାଇଁ ଏହି ବ୍ୟକ୍ତି ଜଣକ ଉପଯୁକ୍ତ ନା ନାହିଁ।
  5. କମିଶନ ପାଇଁ ପଚାରନ୍ତି: ଠକମାନେ ବେଳେବେଳେ ସଂଗଠନର ବୈଧ ବ୍ୟକ୍ତି କିମ୍ବା ଚାକିରି ପରାମର୍ଶଦାତା ନାମରେ ଚାକିରି ଯୋଗାଇବା ପାଇଁ କମିଶନ ଭାବରେ କିଛି ପରିମାଣର ଅର୍ଥ ମାଗିପାରନ୍ତି। ଚାକିରି ଆଶା କରି ଆପଣ ଟଙ୍କା ଟ୍ରାନ୍ସଫର କରିବା ପରେ, ଠକମାନେ ସମସ୍ତ ଯୋଗାଯୋଗ ବନ୍ଦ କରିଦେବେ ଏବଂ ଚାକିରି କିମ୍ବା ଟଙ୍କା ନେଇ କେବେବି ଫେରି ଆସିବେ ନାହିଁ। ମନେରଖନ୍ତୁ, ଚାକିରି ପାଇବା ପାଇଁ ଆପଣଙ୍କୁ ନିଯୁକ୍ତିଦାତାଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିନଥାଏ।

ଜବ ଠକାମିକୁ କିପରି ସୁରକ୍ଷିତ ରହିପାରିବେ

  • ସନ୍ଦେହଜନକ ଲିଙ୍କ୍‍ ଉପରେ କ୍ଲିକ୍ କରନ୍ତୁ ନାହିଁ, ବିଶେଷ କରି ଯେତେବେଳେ କୌଣସି ଆର୍ଥିକ କିମ୍ବା ଅନ୍ୟାନ୍ୟ ଲାଭଜନକ ସୁବିଧା ନେଇ ଆସିଥିବା ଲିଙ୍କ୍‍ କିମ୍ବା ଉପରୋକ୍ତ ଚେତାବନୀ ଚିହ୍ନ ସହ ଆସିଥିବା କୌଣସି ଅଫର୍‍।
  • ଚାକିରି ବୈଧ କି ନୁହେଁ ସେହି ବିଷୟରେ ଆପଣ ଯଦି ନିଶ୍ଚିତ ନୁହଁନ୍ତି ତେବେ କଲ୍‍ବ୍ୟାକ୍‍ ଆସିଲେ ତାହା ଉପରେ ଧ୍ୟାନ ଦିଅନ୍ତୁ ନାହିଁ।
  • ଯେକୌଣସି ଗୋପନୀୟ ସୂଚନା ଯେପରିକି କ୍ରେଡିଟ୍‍/ଡେବିଟ୍‍ କାର୍ଡ୍ ନମ୍ବର, କାର୍ଡ୍ ସମାପ୍ତି ତାରିଖ, CVV, OTP ଇତ୍ୟାଦି PhonePe ଅଧିକାରୀ ସହ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଶେୟାର କରନ୍ତୁ ନାହିଁ।
  • ଶେଷରେ, ଅଭିଯୋଗ କରନ୍ତୁ ଏବଂ ବ୍ଲକ କରନ୍ତୁ। ମନେ କରନ୍ତୁ, ସବୁଠାରୁ ଭଲ ଉପାୟ ହେଉଛି ଏହି ଧରଣର ଘଟଣା ବିଷୟରେ ରିପୋର୍ଟ କରିବା ଏବଂ ନମ୍ବରଗୁଡ଼ିକୁ ବ୍ଲକ୍‍ କରିବା।

ଆପଣ ଯଦି ଏକ ଚାକିରି ସ୍କାମର ଶିକାର ହୁଅନ୍ତି ତେବେ ଆପଣଙ୍କୁ କଣ କରିବା ଉଚିତ୍

PhonePeରେ ଯଦି ଆପଣ ଜଣେ ଚାକିରି ଠକାମିର ଶିକାର ହୋଇଛନ୍ତି, ଆପଣ ତୁରନ୍ତ ନିମ୍ନଲିଖିତ ଉପାୟରେ ଏହି ଘଟଣାଟିର ଅଭିଯୋଗ କରିପାରିବେ:

  1. PhonePe ଆପ୍‍: Help/ସହାୟତା ବିଭାଗକୁ ଯାଆନ୍ତୁ ଏବଂ “have an issue with the transaction/ଟ୍ରାଞ୍ଜାକସନ ସହ ସମସ୍ୟା” ବିକଳ୍ପ ଅଧିନରେ ଯାଇ ଏହି ସମସ୍ୟାର ଅଭିଯୋଗ କରନ୍ତୁ।
  2. PhonePe ଗ୍ରାହକ ସହାୟତା ନମ୍ବର: ଆପଣ 80–68727374 / 022–68727374 ନମ୍ବରରେ କଲ୍‍ କରି ଗ୍ରାହକ ସହାୟତା ସହ ଅଭିଯୋଗ କରିପାରିବେ, ତାହା ପରେ ଗ୍ରାହକ ସହାୟତା ଏଜେଣ୍ଟ ଏକ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟାରେ ସାହାଯ୍ୟ କରିବେ।
  3. ୱେବଫର୍ମ ସବମିସନ: PhonePe-ର ୱେବଫର୍ମ https://support.phonepe.com/ ବ୍ୟବହାର କରି ଆପଣ ଆପଣଙ୍କ ଅଭିଯୋଗ ସମ୍ବନ୍ଧୀୟ ଟିକେଟ ତିଆରି କରିପାରିବେ।
  4. ସୋସିଆଲ ମିଡିଆ: PhonePeର ସୋସିଆଲ ମିଡିଆ ହ୍ୟାଣ୍ଡେଲ ବ୍ୟବହାର କରି ଠକାମି କାର୍ଯ୍ୟକଳାପର ଅଭିଯୋଗ କରିପାରିବେ

Twitter — https://twitter.com/PhonePeSupport

Facebook — https://www.facebook.com/OfficialPhonePe

5. ଅଭିଯୋଗ: କୌଣସି ପୂର୍ବରୁ ଉପଲବ୍ଧ ଅଭିଯୋଗ ଉପରେ ଅସନ୍ତୁଷ୍ଟ ରିପୋର୍ଟ କରିବା ପାଇଁ, ଆପଣ https://grievance.phonepe.com/ରେ ଲଗଇନ କରିପାରିବେ ଏବଂ ପୂର୍ବରୁ ତିଆରି କରାଯାଇଥିବା ଟିକେଟ ଆଇଡି ଶେୟାର କରିପାରିବେ।

6. ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗ ରିପୋର୍ଟ କରିପାରିବେ କିମ୍ବା https://www.cybercrime.gov.in/ ରେ ଅନଲାଇନରେ ଅଭିଯୋଗ ପଞ୍ଜିକରଣ କରିପାରିବେ କିମ୍ବା 1930 ରେ ସାଇବର କ୍ରାଇମ ସେଲ ହେଲ୍ପଲାଇନରେ ଯୋଗାଯୋଗ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ମନେ ରଖିବା ଆବଶ୍ୟକ — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ପଚାରେ ନାହିଁ। phonepe.com ଡୋମେନରୁ ହୋଇନଥିବା ସ୍ୱତ୍ତେ କୌଣସି ଇମେଲ୍‍ ଯଦି PhonePeରୁ ବୋଲି ଦାବି କରାହୁଏ ତେବେ ସେହି ଇମେଲଗୁଡ଼ିକୁ ଆଗ୍ରହ୍ୟ କରନ୍ତୁ। ଯଦି ଆପଣ ଠକେଇର ସନ୍ଦେହ କରୁଛନ୍ତି, ଦୟାକରି ତୁରନ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।

*ଉତ୍ସ: https://www.hindustantimes.com/technology/how-to-detect-fake-job-offers-modi-govt-shares-checklist-you-must-follow-101665639723089.html

#ଉତ୍ସ: https://www.outlookindia.com/national/robbed-of-money-hope-and-hard-work-online-job-scams-is-trapping-the-indian-youth-amidst-job-dearth-news-253665

Keep Reading