PhonePe Blogs Main Featured Image

Trust & Safety

ଥାର୍ଡ-ପାର୍ଟି ଆପ୍‌ଗୁଡ଼ିକ ମାଧ୍ୟମରେ ହେଉଥିବା ପେମେଣ୍ଟ ଠକାମିରୁ ସାବଧାନ ରୁହନ୍ତୁ

PhonePe Regional|2 min read|23 April, 2021

URL copied to clipboard

ଥାର୍ଡ-ପାର୍ଟି ଆପ୍‌ଗୁଡ଼ିକ ମାଧ୍ୟମରେ ହେଉଥିବା ପେମେଣ୍ଟ ଠକାମିରୁ ସାବଧାନ ରୁହନ୍ତୁ

ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର, କ୍ରେଡିଟ୍/ଡେବିଟ୍ କାର୍ଡ୍ ବିବରଣୀ, UPI ପିନ୍ କିମ୍ବା OTP ପରି ବ୍ୟକ୍ତିଗତ ବିବରଣୀ ବ୍ୟବହାର କରି କିଭଳି ଠକମାନେ ଉପଭୋକ୍ତାମାନଙ୍କ ଟଙ୍କା ନିଜ ଆକାଉଣ୍ଟ୍‌କୁ ଟ୍ରାନ୍ସଫର କରି ନିଅନ୍ତି ତାହା ଉପରେ ଅସଂଖ୍ୟ ପ୍ରବନ୍ଧ ଏବଂ କାହଣୀ ଲେଖା ହୋଇଛି ।

ଆପଣ କଣ ଜାଣିଛନ୍ତି ଯେ ଉପରେ ଉଲ୍ଲେଖିତ ବ୍ୟକ୍ତିଗତ ବିବରଣୀ ଶେୟାର ନ କରି ମଧ୍ୟ ଠକାମି ହୋଇପାରେ ବୋଲି? ହଁ, ଥାର୍ଡ-ପାର୍ଟି ଆପ୍‌ଗୁଡ଼ିକ ମାଧ୍ୟମରେ ମଧ୍ୟ ଠକାମି ହୋଇପାରେ!

ଏହି ଥାର୍ଡ-ପାର୍ଟି ଆପ୍‌ଗୁଡ଼ିକ କଣ ଏବଂ ଠକମାନେ ସେଗୁଡ଼ିକୁ କିପରି ବ୍ୟବହାର କରନ୍ତି?

Screenshare, Anydesk, Teamviewer ଏବଂ ସେହିଭଳି ଅନେକ ମାଗଣା ସ୍କ୍ରିନ୍-ଶେୟାରିଂ ଆପ୍‌ଗୁଡ଼ିକ ଅଛି । ଏହି ଆପ୍‌ଗୁଡ଼ିକୁ ମୂଳତଃ ଇଞ୍ଜିନିୟରମାନେ ଦୂର ସ୍ଥାନର ଫୋନ୍‌ରେ ହେବା ସମସ୍ୟାର ସମାଧାନ କରିବା ପାଇଁ ବ୍ୟବହାର କରୁଥିଲେ । ଏହି ଆପ୍‌ଗୁଡ଼ିକ ମାଧ୍ୟମରେ ଉପଭୋକ୍ତାଙ୍କ ଫୋନ୍‌ର ସମ୍ପୂର୍ଣ୍ଣ ଆକ୍‌ସେସ ଏବଂ ନିୟନ୍ତ୍ରଣ କରାଯାଇ ପାରିବ ।

ଠକମାନେ ଆପଣଙ୍କ ଫୋନ୍‍‌ରୁ ତଥ୍ୟ ନେଇ କ୍ଷତି କରିବା ଉଦ୍ଦେଶ୍ୟରେ ଥାର୍ଡ-ପାର୍ଟି ସ୍କ୍ରିନ୍-ଶେୟାରିଂ ଆପ୍‌ଗୁଡ଼ିକ ବ୍ୟବହାର କରିଥାନ୍ତି!

ଧ୍ୟାନ ଦିଅନ୍ତୁ: PhonePe ଆପଣଙ୍କୁ କେବେ ବି କୌଣସି ଥାର୍ଡ-ପାର୍ଟି ଆପ୍ ଇନ୍‌ଷ୍ଟଲ କରିବାକୁ କହି ନଥାଏ । ଅନ୍ୟ ବ୍ୟକ୍ତିଙ୍କ ଅନୁରୋଧ କ୍ରମେ ଦୟାକରି କୌଣସି ଆପ୍‍ ଇନ୍‌ଷ୍ଟଲ କରନ୍ତୁ ନାହିଁ । ଆପଣଙ୍କ ଫୋନ୍‌କୁ ନିୟନ୍ତ୍ରଣାଧିନ କରିବା ପାଇଁ ଠକମାନେ Anydesk/Teamviewer ଇତ୍ୟାଦି ଭଳି ଆପ୍‌ଗୁଡ଼ିକର ଅପବ୍ୟବହାର କରିଥାନ୍ତି ଏବଂ ଏହି ଆପ୍‌ଗୁଡ଼ିକ ମାଧ୍ୟମରେ ସେମାନେ ଆପଣଙ୍କ ସେଭ୍ ହୋଇଥିବା କାର୍ଡ୍‌/ଆକାଉଣ୍ଟ୍ ବିବରଣୀଗୁଡ଼ିକ ନିଜ ଅବସ୍ଥାନରୁ ଦେଖିପାରିଥାନ୍ତି । ଏହିପରି କୌଣସି ସନ୍ଦେହଜନକ କାର୍ଯ୍ୟକଳାପ support.phonepe.com ରେ ରିପୋର୍ଟ କରନ୍ତୁ ।

ଥାର୍ଡ-ପାର୍ଟି ଆପ୍‌ଗୁଡ଼ିକ ମାଧ୍ୟମରେ ଠକାମି କିପରି ହୋଇଥାଏ :

  • ଠକମାନେ ଉପଭୋକ୍ତାଙ୍କ ସହ ଯୋଗାଯୋଗ କରନ୍ତି ଏବଂ PhonePe ଆପ୍ କିମ୍ବା PhonePe ଟ୍ରାଞ୍ଜାକ୍‌ସନରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ବାହାନା କରିଥାନ୍ତି ।
  • ଗୋଟିଏ ସମସ୍ୟାର ତତ୍‌କ୍ଷଣାତ ସମାଧାନ କରିବା ପାଇଁ ସେମାନେ ଉପଭୋକ୍ତାଙ୍କୁ Screenshare, Anydesk, Teamviewer ଇତ୍ୟାଦି ଭଳି ସ୍କ୍ରିନ୍‍ -ଶେୟାରିଂ ଆପ୍‌ଗୁଡ଼ିକ ଡାଉନ୍‌ଲୋଡ କରିବାକୁ କହିଥାନ୍ତି ।
  • ଉପଭୋକ୍ତାଙ୍କୁ ସେମାନଙ୍କ କାର୍ଡ୍, ବ୍ୟାଙ୍କ୍ ବିବରଣୀ, UPI ପିନ୍ କିମ୍ବା OTP ମାଗିବା ପରିବର୍ତ୍ତେ, ଠକମାନେ ସେମାନଙ୍କୁ ଡେବିଟ୍/କ୍ରେଡିଟ୍ କାର୍ଡ୍‌କୁ ନିଜ ଫୋନ୍ ସାମ୍ନାରେ ରଖିବାକୁ କହିଥାନ୍ତି ଯାହାଦ୍ୱାରା PhonePe ଯାଞ୍ଚକରଣ ପ୍ରଣାଳୀ କାର୍ଡ୍‌‌ର ବିବରଣୀଗୁଡ଼ିକ ସଠିକ୍ ରୂପେ ସ୍କାନ୍ କରିପାରିବେ ।
  • ଉପଭୋକ୍ତାମାନେ ଭାବିଥାନ୍ତି କି ସେମାନଙ୍କୁ ସାହାଯ୍ୟ କରାଯାଉଛି, ଏହି ସମୟରେ ଠକମାନଙ୍କୁ ଉପଭୋକ୍ତାଙ୍କ କାର୍ଡ୍ ନମ୍ବର, CVV କୋଡ୍ ରେକର୍ଡ କରିବାର ସୁବର୍ଣ୍ଣ ସୁଯୋଗ ମିଳିଯାଏ ଏବଂ ଠକମାନେ SMS ମାଧ୍ୟମରେ OTP ପଠାଇଥାନ୍ତି ଯାହାଦ୍ୱାରା ସେମାନେ ଉପଭୋକ୍ତାଙ୍କ ଆକାଉଣ୍ଟ୍‌ରୁ ନିଜ ଆକାଉଣ୍ଟ୍‌କୁ ଟଙ୍କା ଟ୍ରାନ୍ସଫର କରି ନେଇଯାଆନ୍ତି ।
  • ମନେ ରଖନ୍ତୁ, ସ୍କ୍ରିନ୍-ଶେୟାରିଂ ଆପ୍‌ଗୁଡ଼ିକ ଆପଣଙ୍କ ଫୋନ୍‌ର ଆକ୍‌ସେସ ଅନୁମୋଦନ କରନ୍ତି । ଏହା ଫଳରେ ଠକମାନେ ଉପଭୋକ୍ତାଙ୍କ ଫୋନ୍‌ରେ ଆସିଥିବା OTP ଦେଖିପାରନ୍ତି ଏବଂ ନିଜ ଆକାଉଣ୍ଟ୍‌କୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ତାହା ବ୍ୟବହାର କରନ୍ତି ।

ସୁରକ୍ଷିତ ରୁହନ୍ତୁ ଏବଂ ପେମେଣ୍ଟ ଠକାମିରୁ ନିଜକୁ ରକ୍ଷା କରନ୍ତୁ

PhonePe କେବେ ବି ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ପଚାରେ ନାହିଁ । ନିଜକୁ PhonePe ପ୍ରତିନିଧି ରୂପେ ପରିଚୟ ଦେଇ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଏହି ଧରଣର ତଥ୍ୟ ପରାଚିଥାନ୍ତି ତେବେ ଦୟାକରି ସେମାନଙ୍କୁ ଇମେଲ୍ ପଠାଇବାକୁ କୁହନ୍ତୁ । କେବଳ @phonepe.com ଡୋମେଇନ୍‌ରୁ ଆସିଥିବା ଇମେଲ୍‌ର ଉତ୍ତର ଦିଅନ୍ତୁ ।

Google, Twitter, FB ଇତ୍ୟାଦିରେ PhonePe ଗ୍ରାହକ ସହାୟତା ନମ୍ବର ଖୋଜନ୍ତୁ ନାହିଁ । PhonePe ଗ୍ରାହକ ସହାୟତା ସହ ଯୋଗାଯୋଗ କରିବାର ଏକମାତ୍ର ମାଧ୍ୟମ ହେଉଛି support.phonepe.com । PhonePe ସହାୟତାରୁ ହୋଇଥିବା ଦାବି କରାଯାଉଥିବା ଯେକୌଣସି ଯାଞ୍ଚ ହୋଇ ନଥିବା ମୋବାଇଲ୍ ନମ୍ବରକୁ କଲ୍‍ କରନ୍ତୁ ନାହିଁ କିମ୍ବା ସେହିପରି ନମ୍ବରରୁ ଆସୁଥିବା କଲ୍‌ର ଉତ୍ତର ମଧ୍ୟ ଦିଅନ୍ତୁ ନାହିଁ ।

Keep Reading