PhonePe Blogs Main Featured Image

Trust & Safety

କ୍ୟାଶ ଅନ୍ ଡେଲିଭରି (COD) ଠକାମି: କିପରି ସତର୍କ ରହିବେ ଏବଂ ସୁରକ୍ଷିତ ସପିଂ କରିବେ

momitajaiswal3|4 min read|18 November, 2026

URL copied to clipboard

ମହାମାରୀ ପରେ ଇ-କମର୍ସ ବା ଅନଲାଇନ ସପିଂର ବ୍ୟବହାର ବହୁତ ବଢ଼ିଯାଇଛି। ଏହା ସହିତ ଅନଲାଇନ ଠକାମି ମଧ୍ୟ ବୃଦ୍ଧି ପାଇଛି। ଯେଉଁମାନେ ଅନଲାଇନ ପେମେଣ୍ଟ କରିବାକୁ ଭୟ କରନ୍ତି, ସେମାନଙ୍କ ପାଇଁ କ୍ୟାଶ ଅନ୍ ଡେଲିଭରି (COD) ଏକ ସୁବିଧାଜନକ ବିକଳ୍ପ ପାଲଟିଛି। ତେବେ ଠକମାନେ ଏବେ ନିରୀହ ଗ୍ରାହକମାନଙ୍କୁ ଲୁଟିବା ପାଇଁ ଏହି ମାଧ୍ୟମର ଫାଇଦା ଉଠାଉଛନ୍ତି। ଯେହେତୁ ଅଧିକରୁ ଅଧିକ ଲୋକ ଅନଲାଇନ ସପିଂ ଉପରେ ନିର୍ଭର କରୁଛନ୍ତି, ତେଣୁ ଏହି ପେମେଣ୍ଟ ପଦ୍ଧତିରେ ଥିବା ବିପଦ ବିଷୟରେ ଜାଣିବା ଆମ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। 

ଏହାର ପ୍ରକୃତ ଅର୍ଥ କ’ଣ:

ଡେଲିଭରି ଏବଂ COD ଅର୍ଡରଗୁଡ଼ିକ ମୁଖ୍ୟତଃ ମଣିଷର ସାଧାରଣ ବିଶ୍ୱାସ ଉପରେ ନିର୍ଭର କରେ, ଏବଂ ଠିକ୍ ଏହି କାରଣରୁ ଠକମାନେ ଏହାକୁ ଟାର୍ଗେଟ କରିବାକୁ ପସନ୍ଦ କରନ୍ତି।

ଅଫିସିଆଲ କୋରିୟର ଭାବେ ପରିଚୟ ଦେଇ କିମ୍ବା ନକଲି କମ୍ପାନୀ ବ୍ରାଣ୍ଡିଂର ବ୍ୟବହାର କରି, ଠକମାନେ ଆପଣଙ୍କୁ ତୁରନ୍ତ ପେମେଣ୍ଟ କରିବାକୁ କିମ୍ବା ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ବିବରଣୀ ଦେବା ପାଇଁ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରନ୍ତି। ଯେତେବେଳେ ଆପଣ ନିଜ ଦ୍ୱାର ମୁହଁରେ ହେଉଥିବା ତରବରିଆ ଚାପ ଏବଂ ଏକ ସାଧାରଣ ଡେଲିଭରିକୁ ମିଶାଇ ଦେଖନ୍ତି, ସେତେବେଳେ ଏହା ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରେ, ଯାହା ସବୁଠାରୁ ସତର୍କ ଡିଜିଟାଲ ପେମେଣ୍ଟ ୟୁଜରଙ୍କୁ ମଧ୍ୟ ଅସାବଧାନତାରେ ଫସାଇ ଦେଇପାରେ।

COD ଠକାମି କିପରି କାମ କରେ?

ଏହି ସବୁକିଛି ମଣିଷର ସାଧାରଣ ମନସ୍ତତ୍ତ୍ୱ ଉପରେ ନିର୍ଭର କରେ। ଠକମାନେ ସୋସିଆଲ ଇଞ୍ଜିନିୟରିଂର ବ୍ୟବହାର କରି ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରନ୍ତି। ଜରୁରୀ ପରିସ୍ଥିତିର ଏକ ମିଥ୍ୟା ଧାରଣା ସୃଷ୍ଟି କରି, ସେମାନେ ଲୋକଙ୍କୁ ଏହା ବିଶ୍ୱାସ କରାଇବାକୁ ବାଧ୍ୟ କରନ୍ତି ଯେ ତଥ୍ୟ ଯାଞ୍ଚ କରିବାରେ ବିଳମ୍ବ କଲେ ସେମାନଙ୍କର ଏକ ବଡ଼ କ୍ଷତି ହୋଇପାରେ। ମନକୁ ପ୍ରଭାବିତ କରୁଥିବା ଏହି କୌଶଳ ‘କିଛି ହରାଇବାର ଭୟ’ ଉପରେ ଆଧାରିତ, ତାହା ଏକ ଲାଭଦାୟକ ଡିଲ୍ ହରାଇବାର ଭୟ ହେଉ କିମ୍ବା ଅପେକ୍ଷା କରିଥିବା ଏକ ପ୍ୟାକେଜ ହରାଇବାର ଭୟ। ସେହି ତରବରିଆ ପରିସ୍ଥିତିରେ ପଡ଼ି, ଅଧିକାଂଶ ଲୋକ ନିଜର ନିୟମିତ ସୁରକ୍ଷା ଯାଞ୍ଚ କରିବା ଭୁଲିଯାଆନ୍ତି।

ଆଜିକାଲି ଠକମାନେ ବ୍ୟବହାର କରୁଥିବା କିଛି ସାଧାରଣ ଡେଲିଭରି ଏବଂ ପେମେଣ୍ଟ ଫାଶ ଏଠାରେ ଦିଆଗଲା:

1. ନକଲି COD ଅର୍ଡର ଏବଂ ସହଯୋଗୀ କୋରିୟର

ଜଣେ ଠକ ଆପଣଙ୍କ ଘରକୁ ହଠାତ୍ ଏକ “କ୍ୟାଶ ଅନ୍ ଡେଲିଭରି” ପ୍ୟାକେଜ ପଠାଏ। ପ୍ରଥମେ ପେମେଣ୍ଟ ନକରିବା ପର୍ଯ୍ୟନ୍ତ କୋରିୟର ବାଲା ଆପଣଙ୍କୁ ପ୍ୟାକେଜ ଖୋଲିବାକୁ ବା ଦେଖିବାକୁ ଦିଏନାହିଁ ଏବଂ ଆପଣଙ୍କୁ ଏକ ଅଫିସିଆଲ ବ୍ରାଣ୍ଡିଂ ଥିବା ନକଲି QR କୋଡ୍ ଦିଏ। ଯେଉଁ ମୁହୂର୍ତ୍ତରେ ଆପଣ ସ୍କାନ କରି ପେମେଣ୍ଟ କରନ୍ତି, ଆପଣଙ୍କ ଟଙ୍କା ସିଧାସଳଖ ଠକର ବ୍ୟକ୍ତିଗତ ଆକାଉଣ୍ଟକୁ ଚାଲିଯାଏ ଏବଂ ଆପଣଙ୍କ ହାତରେ କେବଳ ଏକ ଖାଲି ବକ୍ସ କିମ୍ବା ମୂଲ୍ୟହୀନ ଜିନିଷ ଥିବା ବକ୍ସ ହିଁ ରହିଯାଏ।

2. ଦାମୀ ଜିନିଷ ପାଇଁ “ଆଗୁଆ ପେମେଣ୍ଟ”ର ଲୋଭ:

ଠକମାନେ ଦାମୀ ଜିନିଷଗୁଡ଼ିକୁ ବହୁତ ଶସ୍ତାରେ ଦେବାର ବିଜ୍ଞାପନ ଦିଅନ୍ତି ଏବଂ ଗ୍ରାହକଙ୍କୁ ଆଗୁଆ ବା COD ମାଧ୍ୟମରେ ଅର୍ଡର କରିବାକୁ ଲୋଭାଇଥାନ୍ତି। କିନ୍ତୁ ପାର୍ସଲରେ କେବଳ ଅଦରକାରୀ ଜିନିଷ ଥାଏ, ଏବଂ ଟଙ୍କା ନେବା ପରେ ବିକ୍ରେତା ଗାୟବ ହୋଇଯାଏ।

COD ଠକାମିକୁ କିପରି ଚିହ୍ନିବେ: ସତର୍କ ରହିବା ଭଳି କିଛି ପରିସ୍ଥିତି!


ପରିସ୍ଥିତି 1: ବିନା ଅର୍ଡରରେ ନକଲି COD ର ଫାଶ

ସୀମା ଅଫିସରେ ବ୍ୟସ୍ତ ଥିବା ବେଳେ ତାଙ୍କ ଘରକୁ ଜଣେ ଡେଲିଭରି ଏଜେଣ୍ଟ ଆସେ। ଘରେ ଏକୁଟିଆ ଥିବା ତାଙ୍କ ମା’ କବାଟ ଖୋଲନ୍ତି। ପ୍ୟାକେଜ ଉପରେ ସୀମାଙ୍କ ନାମ, ଫୋନ୍ ନମ୍ବର ଏବଂ ଠିକଣା ସଠିକ ଭାବେ ଲେଖାଥିବା ଦେଖି, ତାଙ୍କ ମା’ ଭାବନ୍ତି ଯେ ସୀମା ଅର୍ଡର କରିଛନ୍ତି ଏବଂ ପ୍ୟାକେଜ ରଖିବା ପାଇଁ UPI ମାଧ୍ୟମରେ ₹800 ପେମେଣ୍ଟ କରନ୍ତି। ଯେତେବେଳେ ସୀମାଙ୍କୁ ଏ ବିଷୟରେ ଜଣାପଡ଼େ, ସେ ନିଜର ଅର୍ଡର ହିଷ୍ଟ୍ରି ଚେକ୍‍ କରି ନିଶ୍ଚିତ ହୁଅନ୍ତି ଯେ ସେ କିଛିବି କିଣିନାହାଁନ୍ତି। ପ୍ୟାକେଜ ଖୋଲିବା ପରେ, ସେଥିରେ ଶସ୍ତା ଏବଂ ଏକ୍ସପାୟାର ହୋଇଯାଇଥିବା କସମେଟିକ୍ସ ମିଳେ।

ପରିସ୍ଥିତି 2: ରାସ୍ତାରେ ଥିବା ଅର୍ଡରର ଠକାମି

ନିୟମିତ ଅନଲାଇନ ସପିଂ କରୁଥିବା ଆରତୀ, ଏକ ଅଜଣା ଇ-କମର୍ସ ୱେବସାଇଟରୁ କିଛି ଜିନିଷ କିଣନ୍ତି ଏବଂ ‘କ୍ୟାଶ ଅନ୍ ଡେଲିଭରି’ (COD) ଚୟନ କରନ୍ତି। କିଛି ଦିନ ପରେ, ସେ ଅଫିସରେ ଥିବା ବେଳେ ତାଙ୍କ ପାଖକୁ ଏକ “ଆଉଟ୍ ଫର୍ ଡେଲିଭରି” ନୋଟିଫିକେସନ ଆସେ ଏବଂ ଏକ ଅଜଣା କୋରିୟର ସର୍ଭିସରୁ କଲ୍ ଆସେ। ଆଗୁଆ ପେମେଣ୍ଟ କରିବାର ଅଭ୍ୟାସ ଥିବାରୁ, ସେ ଏଜେଣ୍ଟକୁ ଏକ UPI QR କୋଡ୍ ସେୟାର କରିବାକୁ କୁହନ୍ତି, ଦୂରରୁ ପେମେଣ୍ଟ ସମ୍ପୂର୍ଣ୍ଣ କରନ୍ତି ଏବଂ ପ୍ୟାକେଜକୁ ବିଲ୍ଡିଂର ସିକ୍ୟୁରିଟି ପାଖରେ ଛାଡ଼ିଦେବାକୁ ନିର୍ଦ୍ଦେଶ ଦିଅନ୍ତି। ସନ୍ଧ୍ୟାରେ ଯେତେବେଳେ ସେ ବକ୍ସ ଖୋଲନ୍ତି, ସେଥିରେ କୌଣସି ଅର୍ଡର ଇନଭଏସ ନଥାଏ ଏବଂ କେବଳ ମୂଲ୍ୟହୀନ ଜିନିଷ ଥାଏ। ଯେତେବେଳେ ସେ ସପିଂ ପୋର୍ଟାଲରେ ଲଗଇନ କରନ୍ତି, ସେତେବେଳେ ସେ ଜାଣିବାକୁ ପାଆନ୍ତି ଯେ ତାଙ୍କର ପ୍ରକୃତ ଅର୍ଡର ଏବେ ବି ରାସ୍ତାରେ ଅଛି—ଅର୍ଥାତ ତାଙ୍କର ଡେଲିଭରି ତଥ୍ୟକୁ ଲିକ୍ କିମ୍ବା ହାକ୍ କରି ଠକମାନେ ଆଗୁଆ ଏକ ନକଲି COD ପ୍ୟାକେଜ ଡେଲିଭରି କରିଦେଇଥିଲେ।

ବାସ୍ତବ ଜୀବନରେ ଏହାର ପ୍ରଭାବ କ’ଣ?

ଏହିଭଳି କୌଣସି ଡେଲିଭରି ଠକେଇର ଶିକାର ହେବା କେବଳ ଏକ ଛୋଟ ଆର୍ଥିକ କ୍ଷତି ମଧ୍ୟରେ ସୀମିତ ନୁହେଁ। ଏହାର ପ୍ରଭାବ ସାଧାରଣତଃ ତିନୋଟି ମୁଖ୍ୟ ଉପାୟରେ ପଡ଼ିଥାଏ:

  • ସିଧାସଳଖ ଆର୍ଥିକ କ୍ଷତି: ଆପଣ ଶସ୍ତା ନକଲି ସାମଗ୍ରୀ, ଖାଲି ବକ୍ସ, କିମ୍ବା କେବେବି ନଆସିଥିବା ଡିଜିଟାଲ ସେବା ପାଇଁ ନିଜର କଷ୍ଟ ଉପାର୍ଜିତ ଧନ ଖର୍ଚ୍ଚ କରନ୍ତି।
  • ଆକାଉଣ୍ଟ ସୁରକ୍ଷା ପ୍ରତି ବିପଦ: ଯଦି ଆପଣ କୌଣସି କଲ୍-ଫରୱାର୍ଡିଂ କୋଡ୍ ଡାଏଲ କରନ୍ତି କିମ୍ବା OTP ସେୟାର କରିଦିଅନ୍ତି, ତେବେ ଠକମାନେ ଆପଣଙ୍କର ପ୍ରାଥମିକ ଫୋନ୍ ଲାଇନକୁ ନିଜ ଆୟତ୍ତକୁ ନେଇପାରିବେ, ଆପଣଙ୍କ WhatsApp ଆକ୍ସେସ କରିପାରିବେ ଏବଂ ଅଧିକ ଠକେଇ ପାଇଁ ଆପଣଙ୍କ ବ୍ୟାଙ୍କିଂ ଆପଗୁଡ଼ିକୁ ମଧ୍ୟ ହାଇଜାକ କରିପାରିବେ।
  • ଡିଜିଟାଲ ବିଶ୍ୱାସରେ ହ୍ରାସ: କ୍ରେଡିଟ କାର୍ଡ ଟ୍ରାଞ୍ଜାକସନ ଭଳି UPI ପେମେଣ୍ଟରେ ସହଜ ଚାର୍ଜବ୍ୟାକ ବ୍ୟବସ୍ଥା ନଥାଏ, ଏହା ଥରେ ହୋଇଗଲେ ଫାଇନାଲ ହୋଇଥାଏ। ଥରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଗଲେ, ତାକୁ ଫେରିପାଇବା ପ୍ରାୟତଃ ଅସମ୍ଭବ—ଯାହାକି ଡିଜିଟାଲ ପେମେଣ୍ଟରୁ ମିଳୁଥିବା ସୁବିଧା ଏବଂ ମାନସିକ ଶାନ୍ତିକୁ ନଷ୍ଟ କରିଦିଏ।

ଏଭଳି ପରିସ୍ଥିତିରୁ ବଞ୍ଚିବା ପାଇଁ, PhonePe ଭଳି ପ୍ଲାଟଫର୍ମଗୁଡ଼ିକ ହାଇ-ରିସ୍କ-ଟ୍ୟାଗ ଥିବା ନମ୍ବର କିମ୍ବା ମର୍ଚାଣ୍ଟ ନାମରେ ଅସଙ୍ଗତି ଥିଲେ ସିକ୍ୟୁରିଟି ସିଗନାଲ ବା ୱାର୍ଣ୍ଣିଂ ଦେଖାଇଥାନ୍ତି। ତେବେ ଏହି ୱାର୍ଣ୍ଣିଂଗୁଡ଼ିକ ସେତେବେଳେ ହିଁ କାମରେ ଆସିବ, ଯେତେବେଳେ ୟୁଜରମାନେ କୌଣସି ଟ୍ରାଞ୍ଜାକସନ ସମ୍ପୂର୍ଣ୍ଣ କରିବା ପୂର୍ବରୁ ଅଟକି ଏଗୁଡ଼ିକୁ ପଢ଼ିବେ।

ନିଜକୁ କିପରି ସୁରକ୍ଷିତ ରଖିବେ ଏବଂ ଗୋଟିଏ ପାଦ ଆଗରେ ରହିବେ

ସୁରକ୍ଷିତ ରହିବା ପାଇଁ ଆପଣଙ୍କୁ ଅନଲାଇନ ସପିଂର ସୁବିଧା ଛାଡ଼ିବାକୁ ପଡ଼ିବ ନାହିଁ। କିଛି ସହଜ ନିୟମ ପାଳନ କରି ଆପଣ ନିଜ ଟଙ୍କା ଏବଂ ଡାଟାକୁ ସୁରକ୍ଷିତ ରଖିପାରିବେ:

  • ତରବରିଆ ପରିସ୍ଥିତି ସୃଷ୍ଟି କରାଗଲେ ତାହାକୁ ଏକ ବିପଦର ସଙ୍କେତ ବୋଲି ଧରିନିଅନ୍ତୁ। ଜଣେ ଡେଲିଭରି ଡ୍ରାଇଭର କିମ୍ବା “ସପୋର୍ଟ ଏଜେଣ୍ଟ” ଆପଣଙ୍କୁ ବର୍ତ୍ତମାନ ହିଁ ପେମେଣ୍ଟ କରିବାକୁ ପଡ଼ିବ, ନଚେତ ଜୋରିମାନା ଦେବାକୁ ପଡ଼ିବ ବୋଲି ଜିଦ୍ କଲେ ସେହିଠାରେ ଅଟକି ଯାଆନ୍ତୁ। ତରବର ହେବା ହେଉଛି ଠକମାନଙ୍କର ସବୁଠାରୁ ବଡ଼ ଅସ୍ତ୍ର। 
  • ସିପିଂ ସମ୍ବନ୍ଧୀୟ ତଥ୍ୟ ପାଇଁ ସର୍ବଦା ୱେବସାଇଟ ଚେକ୍‍ କରନ୍ତୁ ଏବଂ କେବଳ ଯାଞ୍ଚ ହୋଇଥିବା ଅଫିସିଆଲ ଚ୍ୟାନେଲ ମାଧ୍ୟମରେ ହିଁ ଡେଲିଭରି ଷ୍ଟାଟସ କନଫର୍ମ କରନ୍ତୁ।
  • COD ମେସେଜଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ। ଯଦି ଆପଣ କୌଣସି ଜିନିଷ ଅର୍ଡର କରିନାହାଁନ୍ତି କିମ୍ବା ଅନୁମତି ଦେଇନାହାଁନ୍ତି, ତେବେ ତୁରନ୍ତ ରିପୋର୍ଟ କରନ୍ତୁ, କାରଣ କେହି ଆପଣଙ୍କ ତଥ୍ୟର ଅପବ୍ୟବହାର କରୁଥାଇପାରେ। 
  • COD ମାଧ୍ୟମରେ ପେମେଣ୍ଟ କରିବା ପୂର୍ବରୁ ଯାଞ୍ଚ କରନ୍ତୁ। ଯେପର୍ଯ୍ୟନ୍ତ ଆପଣ ପ୍ୟାକେଜକୁ ନିଜ ହାତରେ ନଧରିଛନ୍ତି ଏବଂ ଏହାର ଭିତରେ ଥିବା ଜିନିଷକୁ ଯାଞ୍ଚ ନକରିଛନ୍ତି, ସେପର୍ଯ୍ୟନ୍ତ କ୍ୟାଶ ଅନ୍ ଡେଲିଭରି ପେମେଣ୍ଟ କରିବାକୁ ଅନୁମତି ଦିଅନ୍ତୁ ନାହିଁ।
  • ଟଙ୍କା ନେଉଥିବା ବ୍ୟକ୍ତିର ନାମ ଯାଞ୍ଚ କରନ୍ତୁ। “ପେମେଣ୍ଟ” ବଟନ ଉପରେ କ୍ଲିକ କରିବା ପୂର୍ବରୁ, କନଫର୍ମେସନ ସ୍କ୍ରିନ ଯାଞ୍ଚ କରନ୍ତୁ ଯେ ଟଙ୍କା କୌଣସି ଯାଞ୍ଚ ହୋଇନଥିବା ବ୍ୟକ୍ତିଗତ UPI ଆଇଡିକୁ ନଯାଇ ଏକ ଅଫିସିଆଲ ରେଜିଷ୍ଟର ହୋଇଥିବା କର୍ପୋରେଟ ସଂସ୍ଥାକୁ ଯାଉଛି।
  • ଆପର ୱାର୍ଣ୍ଣିଂଗୁଡ଼ିକୁ ଧ୍ୟାନ ଦିଅନ୍ତୁ। ଯାଞ୍ଚ ହୋଇନଥିବା/ହାଇ-ରିସ୍କ ବେନିଫିସିଆରୀଙ୍କ ବିଷୟରେ ଇନ୍-ଆପ୍ ସିକ୍ୟୁରିଟି ପପ୍-ଅପ୍ କିମ୍ବା ୱାର୍ଣ୍ଣିଂଗୁଡ଼ିକୁ କେବଳ ଖାରଜ କରନ୍ତୁ ନାହିଁ। ଆପଣଙ୍କ ବ୍ୟାଙ୍କିଂ ଆପ୍ ନିଶ୍ଚୟ କୌଣସି କାରଣରୁ ଏଗୁଡ଼ିକୁ ଫ୍ଲାଗ୍ କରୁଛି।
  • ବଡ଼ ଧରଣର ଟ୍ରାଞ୍ଜାକସନ କଲାବେଳେ ନିଜଆଡୁ ଦୁଇଥର ଯାଞ୍ଚ କରନ୍ତୁ। ଯଦି ଆପଣ ଅଧିକ ଟଙ୍କାର ପେମେଣ୍ଟ କରୁଛନ୍ତି, ତେବେ ଚାଟ୍ ୱିଣ୍ଡୋରୁ ବାହାରି ଟଙ୍କା ନେଉଥିବା ବ୍ୟକ୍ତିଙ୍କ ବିବରଣୀ ଏବଂ ଟଙ୍କାର ପରିମାଣକୁ ନିଜେ ଯାଞ୍ଚ କରନ୍ତୁ।
  • କମ୍ ବିଶ୍ୱସନୀୟତା ସ୍କୋର ଥିବା ଅଜଣା ୱେବସାଇଟଗୁଡ଼ିକ ପ୍ରତି ଅତ୍ୟନ୍ତ ସତର୍କ ରୁହନ୍ତୁ। ୱେବସାଇଟର ନାମ ସର୍ଚ୍ଚ କରି କିମ୍ବା ରିଭ୍ୟୁ ପଢ଼ି ଆପଣ ଏହାକୁ ଯାଞ୍ଚ କରିପାରିବେ।

ଠକାମିର ଶିକାର ହେଲେ କ’ଣ କରିବେ?

ଯଦି ଆପଣ କୌଣସି ଠକାମିର ଶିକାର ହୋଇଛନ୍ତି ବୋଲି ସନ୍ଦେହ କରନ୍ତି, ତେବେ ତୁରନ୍ତ ଏହାର ରିପୋର୍ଟ କରନ୍ତୁ। ଏହିପରି ପରିସ୍ଥିତିରେ ପ୍ରତ୍ୟେକ ସେକେଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

PhonePe ରେ ଅଭିଯୋଗ କରିବା:

  • PhonePe କଷ୍ଟମର କେୟାର: 80-68727374 / 022-68727374 ନମ୍ବରରେ କଲ କରନ୍ତୁ।
  • ଲଗ-ଇନ ସମସ୍ୟା ପାଇଁ : https://support.phonepe.com/ ମାଧ୍ୟମରେ ଟିକେଟ ତିଆରି କରନ୍ତୁ।
  • ସୋସିଆଲ ମିଡିଆରେ ଅଭିଯୋଗ:
  • ଅଭିଯୋଗ ସମାଧାନ: PhonePe ଅଭିଯୋଗ ପୋର୍ଟାଲରେ ଏକ ଅଭିଯୋଗ ଦାଖଲ କରନ୍ତୁ।

ସରକାରୀ ସଂସ୍ଥାକୁ ରିପୋର୍ଟ କରିବା:

  • ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଏକ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 କୁ କଲ କରନ୍ତୁ।
  • ଦୂରସଞ୍ଚାର ବିଭାଗ (DOT): ସନ୍ଦେହଜନକ ମେସେଜ, କଲ କିମ୍ବା ହ୍ଵାଟ୍ସଆପ/ଟେଲିଗ୍ରାମ ଠକେଇ ବିଷୟରେ ସଞ୍ଚାର ସାଥୀ ପୋର୍ଟାଲ ଚକ୍ଷୁ (Chakshu) ସୁବିଧା ମାଧ୍ୟମରେ ରିପୋର୍ଟ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ସୂଚନା — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ। ଯଦି କୌଣସି ଇମେଲ phonepe.com ଡୋମେନରୁ ଆସିନଥାଏ, ତେବେ PhonePe ନାମରେ ଆସିଥିବା ସେହିଭଳି ଇମେଲଗୁଡ଼ିକୁ ଅଣଦେଖା କରନ୍ତୁ। ଯଦି ଆପଣଙ୍କୁ ଠକେଇର ସନ୍ଦେହ ହୁଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।

Keep Reading