PhonePe Blogs Main Featured Image

Trust & Safety

କ୍ରେଡିଟ୍‍ କାର୍ଡ୍ ବିଲ୍‍ ପେମେଣ୍ଟ ଠକାମି

PhonePe Regional|2 min read|19 December, 2022

URL copied to clipboard

କ୍ରେଡିଟ୍ କାର୍ଡ୍ ବିଲ୍ ପେମେଣ୍ଟ ସହିତ ଜଡ଼ିତ ପେମେଣ୍ଟ ଠକାମି ବୃଦ୍ଧି ପାଇବାରେ ଲାଗିଛି। ଡିଜିଟାଲ୍ ଟ୍ରାଞ୍ଜାକସନ କରିବା ସମୟରେ ସେମାନେ ଗ୍ରାହକଙ୍କ ଅଭିଜ୍ଞତା ଏବଂ ବିଶ୍ୱାସକୁ ପ୍ରଭାବିତ କରନ୍ତି। ଯଦିଓ, ବୈଷୟିକ ବିକାଶ ଏବଂ ସଚେତନତା ସହିତ, ଏହିପରି ଠକାମିଗୁଡ଼ିକ ଚିହ୍ନଟ କରାଯାଇପାରିବ କିମ୍ବା ରୋକାଯାଇପାରିବ।

କ୍ରେଡିଟ୍‍ କାର୍ଡ୍ ବିଲ୍‍ ପେମେଣ୍ଟ ଠକାମିରେ, ଠକ ଜଣକ ପୀଡ଼ିତଙ୍କ ବ୍ୟାଙ୍କ୍‍ ଆକାଉଣ୍ଟରେ ଥିବା ଟଙ୍କା ବ୍ୟବହାର କରି ସେମାନଙ୍କ ଆକାଉଣ୍ଟରେ କ୍ରେଡିଟ୍‍ କାର୍ଡ୍ ପେମେଣ୍ଟ କରିବାକୁ ପ୍ରଲୋଭନ ଦେଖାଇଥାଏ। ଠକ ଜଣକ ପୀଡ଼ିତଙ୍କୁ ସେମାନଙ୍କ କ୍ରେଡିଟ୍‍ କାର୍ଡ୍ ବିବରଣୀ ସେମାନେ ପଠାଇଥିବା ଲିଙ୍କରେ ଯୋଡ଼ିବାକୁ କୁହନ୍ତି ଏବଂ ତାପରେ ସେମାନଙ୍କ କ୍ରେଡିଟ୍‍ କାର୍ଡ୍ ବିଲର ବିବରଣୀ ନେଇ ଠକେଇଥାନ୍ତି।

କ୍ରେଡିଟ୍‍ କାର୍ଡ୍ ବିଲ୍‍ ପେମେଣ୍ଟ ଠକାମିରେ ଅନେକ ସାଧାରଣ ସୂଚକ ରହିଛି ଯାହା ମାଧ୍ୟମରେ ପୀଡ଼ିତ ଏହି ଠକାମିର ଶିକାର ହୋଇଥାନ୍ତି।

ଏକ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ଠକାମିର ସାଧାରଣ ସୂଚକ

ପରିସ୍ଥିତି 1: ଠକମାନେ ନିଜକୁ ସେନା କର୍ମଚାରୀ ଭାବରେ ଦର୍ଶାଇଥାନ୍ତି, ଯେଉଁମାନଙ୍କୁ ଚିକିତ୍ସା, ହୋଟେଲ ଏବଂ ବୀମା କ୍ଷେତ୍ରରେ ସେବାର ଆବଶ୍ୟକ ହୋଇଥାଏ, ଏବଂ ଥରେ ଡିଲ୍ ହୋଇଯିବା ପରେ ସେମାନେ ଗ୍ରାହକଙ୍କୁ ତୁରନ୍ତ ପେମେଣ୍ଟ ପଦ୍ଧତି ସେଟ୍ ଅପ୍ କରିବାକୁ କହିଥାନ୍ତି। କୌତୁହଳଜନକ ବିଷୟ ହେଉଛି, କେତେକ କ୍ଷେତ୍ରରେ ଗ୍ରାହକଙ୍କ ବିଶ୍ୱାସ ଜିତିବା ପାଇଁ ଠକ ଜଣକ ସେନାର ୟୁନିଫର୍ମରେ ଏକ ଭିଡିଓ କଲ୍ ମଧ୍ୟ କରିଥାନ୍ତି। ଏହି ପରିସ୍ଥିତିରେ ଲକ୍ଷ୍ୟ କରାଯାଇଥିବା ଗ୍ରାହକମାନେ ସାଧାରଣତଃ ବ୍ୟବସାୟିକ ଲୋକ ହୋଇଥାନ୍ତି।

ପରିସ୍ଥିତି 2: ଠକମାନେ ନିଜକୁ ଦୂର ସମ୍ପର୍କୀୟ / ପରିବାରିକ ବନ୍ଧୁ କିମ୍ବା ବ୍ୟବସାୟିକ ପେଶାଦାର ଭାବରେ ଚିତ୍ରଣ କରନ୍ତି ଏବଂ ଗ୍ରାହକମାନଙ୍କୁ ପଠାଯାଇଥିବା ଲିଙ୍କରେ ନିଜର କାର୍ଡ୍ ବିବରଣୀ ଯୋଡ଼ିବାକୁ ମନାଇଥାନ୍ତି। ସେମାନେ ଏକ ଫୋନ୍ କଲ୍‍ ପ୍ରକ୍ରିୟା ମାଧ୍ୟମରେ ଗ୍ରାହକଙ୍କୁ ମାର୍ଗଦର୍ଶନ କରିବାର ମଧ୍ୟ ଛଳନା କରନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ ଗ୍ରାହକଙ୍କ ଉପରେ ଲକ୍ଷ୍ୟ ରଖାଯାଇଛି ସେମାନେ ଅଧିକାଂଶ PhonePe ବ୍ୟବହାର କରନ୍ତି ନାହିଁ।

ଏହା ସୂଚନାଯୋଗ୍ୟ ଯେ ସମଗ୍ର ବାର୍ତ୍ତାଳାପ ଏବଂ ପେମେଣ୍ଟ Whatsapp କଲ୍ / ଭିଡିଓ କଲ୍ ମାଧ୍ୟମରେ ହୋଇଥାଏ, ଏବଂ ଠକମାନେ ବାରମ୍ବାର କଲ୍‍ କରି ଉପଭୋକ୍ତାଙ୍କ ବିଶ୍ୱାସ ଜିତିଥାନ୍ତି ଏବଂ ଏପରି ଦେଖାନ୍ତି ଯେ ସବୁ କିଛି ବାସ୍ତବିକ ଅଟେ।

କ୍ରେଡିଟ୍‍ କାର୍ଡ୍ ବିଲ୍‍ ଠକାମି ଠାରୁ କିପରି ସୁରକ୍ଷିତ ରହିପାରିବେ:

  • ସବୁବେଳେ ମନେ ରଖନ୍ତୁ PhonePe-ରେ ଟଙ୍କା ପାଇବା ପାଇଁ ଆପଣଙ୍କୁ ‘ପେମେଣ୍ଟ କରିବା’ କିମ୍ବା UPI ପିନ୍‍ ଏଣ୍ଟର କରିବାକୁ ପଡ଼େ ନାହିଁ। ଦୟାକରି ‘Pay/ପେମେଣ୍ଟ କରନ୍ତୁ’ ବଟନ୍‍ ଦବେଇବା କିମ୍ବା ଆପଣଙ୍କ UPI ପିନ୍‍ ଏଣ୍ଟର କରିବା ପୂର୍ବରୁ ଦୟାକରି ଆପଣଙ୍କର PhonePe ଆପରେ ଦେଖାଯାଉଥିବା ମେସେଜ ଧ୍ୟାନ ଦେଇ ପଢ଼ନ୍ତୁ।
  • ଯେତେବେଳେ କେହି ଆପଣଙ୍କୁ କୌଣସି ନୂଆ ପେମେଣ୍ଟ “ପଦ୍ଧତି/ ପ୍ରକ୍ରିୟା” ବିଷୟରେ କୁହନ୍ତି ସେତେବେଳେ ସତର୍କ ରୁହନ୍ତୁ ଏବଂ ସଚେତନ ରୁହନ୍ତୁ ଯେ ଜଣେ ସେନା କର୍ମଚାରୀଙ୍କ ପେମେଣ୍ଟ ସିଷ୍ଟମ ମଧ୍ୟ ଭାରତର ଅନ୍ୟ ପେମେଣ୍ଟ ପଦ୍ଧତି ପରି ସମାନ ଭାବରେ କାମ କରେ।

ଠକ ଆପଣଙ୍କ ସହ ଯୋଗାଯୋଗ କରିଲେ ଆପଣ କଣ କରିବେ?

  • ଘଟଣା ବିଷୟରେ ତତକ୍ଷଣାତ ନିକଟସ୍ଥ ସାଇବର କ୍ରାଇମ ସେଣ୍ଟରକୁ ଜଣାନ୍ତୁ ଏବଂ ସମ୍ବନ୍ଧୀୟ ବିବରଣୀ (ଫୋନ୍ ନମ୍ବର, ଟ୍ରାଞ୍ଜାକସନ ବିବରଣୀ, କାଡ୍ ନମ୍ବର, ବ୍ୟାଙ୍କ୍‍ ଆକାଉଣ୍ଟ୍‍ ଇତ୍ୟାଦି) ପ୍ରଦାନ କରି ପୋଲିସ ପାଖରେ ଏକ FIR ଦାଖଲ କରନ୍ତୁ। ବୈକଳ୍ପିକ ଭାବରେ, ଆପଣ ଏହି ଲିଙ୍କ୍ ଉପରେ କ୍ଲିକ୍‍ କରିପାରିବେ — https://cybercrime.gov.in/ କିମ୍ବା ଅନଲାଇନରେ ସାଇବର ଅଭିଯୋଗ ଦାଖଲ କରିବାକୁ 1930 ନମ୍ବରରେ ସାଇବର ସେଲ୍ ପୋଲିସ୍ ସହିତ ଯୋଗାଯୋଗ କରିପାରିବେ।
  • ଆପଣଙ୍କୁ ଯଦି PhonePe ମାଧ୍ୟମରେ ଯୋଗାଯୋଗ କରାଯାଏ, ଆପଣଙ୍କ PhonePe ଆପରେ ଲଗଇନ କରନ୍ତୁ ଏବଂ ‘Help/ସହାୟତା’ ବିଭାଗକୁ ଯାଆନ୍ତୁ। ଆପଣ ‘Account security issue/ Report fraudulent activity/ ଆକାଉଣ୍ଟ୍‍ ସୁରକ୍ଷା ସମସ୍ୟା/ ଠକାମିଯୁକ୍ତ କାର୍ଯ୍ୟକଳାପ ରିପୋର୍ଟ କରନ୍ତୁ’ ବିଭାଗକୁ ଯାଇ ଆପଣ ଠକାମି କାର୍ଯ୍ୟକଳାପ ବିଷୟରେ ରିପୋର୍ଟ କରନ୍ତୁ। ତାହାସହିତ ଆପଣ support.phonepe.com-ରେ ଲଗଇନ କରିପାରିବେ।

Keep Reading