PhonePe Blogs Main Featured Image

Trust & Safety

ଡିଜିଟାଲ ବଦଳରେ କ୍ୟାଶ ଠକାମି: ଆପଣଙ୍କୁ ନଗଦ ଟଙ୍କା ବଦଳରେ UPI ଟ୍ରାନ୍ସଫର କାହିଁକି ଗ୍ରହଣ କରିବା ଉଚିତ ନୁହେଁ?

PhonePe Regional|4 min read|11 September, 2026

URL copied to clipboard

ଯଦି ଆପଣ ଜଣେ ବ୍ୟବସାୟୀ ଏବଂ ଆପଣ ଦୋକାନ ଚଲାଉଛନ୍ତି, ତେବେ ଲୋକମାନେ ଆସି ନଗଦ ଖୁଚୁରା ଟଙ୍କା ମାଗିବା ଆପଣଙ୍କ ପାଇଁ ନୂଆ କଥା ନୁହେଁ। ଡିଜିଟାଲ ପେମେଣ୍ଟ ଯୁଗରେ ଏହା ଏକ ନୂଆ ରୂପ ନେଇଛି। ଆଜିକାଲି ଲୋକମାନେ ଖୁଚୁରା ପାଇଁ ନୁହେଁ, ବରଂ ଅନଲାଇନ UPI ଟ୍ରାନ୍ସଫର କରି ନଗଦ ଟଙ୍କା ନେବାକୁ ଆସୁଛନ୍ତି। ଯଦିଓ ଏହା ସାଧାରଣ ମନେହୋଇପାରେ, ତଥାପି ଠକମାନେ ଆପଣଙ୍କ ସରଳତାର ସୁଯୋଗ ନେଇ ସହଜରେ ଟଙ୍କା ହାତେଇବାକୁ ଚେଷ୍ଟା କରିପାରନ୍ତି।

ଏହି ବ୍ଲଗରେ ବର୍ଣ୍ଣନା କରାଯାଇଛି ଯେ ଠକମାନେ କିପରି ଏହି ଠକେଇର ଉପାୟ ବା ପଦ୍ଧତି କାର୍ଯ୍ୟକାରୀ କରନ୍ତି ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଆପଣ କ’ଣ କରିପାରିବେ।

ଆପଣଙ୍କ ବ୍ୟବସାୟ ପାଇଁ UPI

ଡିଜିଟାଲ ବଦଳରେ କ୍ୟାଶ ଠକାମି କିପରି ହୋଇଥାଏ, ସେ ବିଷୟରେ ଜାଣିବା ପୂର୍ବରୁ, ଆସନ୍ତୁ PhonePe Business – ଯାହାକି PhonePe ର ମର୍ଚାଣ୍ଟମାନଙ୍କ ପାଇଁ ନିର୍ମିତ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା, ତାହା ବିଷୟରେ ସଂକ୍ଷେପରେ ବୁଝିବା।

ଡିଜିଟାଲ ପେମେଣ୍ଟ ଆସିବା ପୂର୍ବରୁ ଆପଣ ଯଦି ଦୋକାନ ଚଲାଉଥିବେ, ତେବେ କ୍ୟାଶ୍‌ରୁ ଡିଜିଟାଲକୁ ପେମେଣ୍ଟ ବ୍ୟବସ୍ଥାରେ ଆସିଥିବା ଏହି ବିପ୍ଳବକୁ ଆପଣ ନିଜେ ଅନୁଭବ କରିଥିବେ। ଚା’ କପେ ପାଇଁ ଛୋଟ ପେମେଣ୍ଟଠାରୁ ଆରମ୍ଭ କରି ବଡ଼ ବଡ଼ ଖୁଚୁରା ବିଲ୍ ପର୍ଯ୍ୟନ୍ତ, UPI QR କୋଡ ପେମେଣ୍ଟ ଗ୍ରହଣ କରିବା ପ୍ରକ୍ରିୟାକୁ ଅତ୍ୟନ୍ତ ସହଜ କରିଦେଇଛି।

PhonePe ଦ୍ୱାରା ମର୍ଚାଣ୍ଟମାନଙ୍କୁ ସ୍ୱତନ୍ତ୍ର QR କୋଡ ପ୍ରଦାନ କରାଯାଇଥାଏ, ଯାହାଦ୍ୱାରା ସେମାନେ ଗ୍ରାହକଙ୍କୁ ବିକ୍ରି କରୁଥିବା ସାମଗ୍ରୀ କିମ୍ବା ସେବା ବଦଳରେ ପେମେଣ୍ଟ ଗ୍ରହଣ କରିପାରିବେ। ଏଠାରେ ମନେରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ଏହି ସୁବିଧା କେବଳ ଅନୁମୋଦିତ ବ୍ୟବସାୟିକ ସେବା ପାଇଁ ହିଁ ଉଦ୍ଦିଷ୍ଟ। କିନ୍ତୁ ଆଜିକାଲି ଅନଲାଇନ QR କୋଡରେ ପେମେଣ୍ଟ ଗ୍ରହଣ କରି ଗ୍ରାହକଙ୍କୁ ନଗଦ ଟଙ୍କା ଦେବାର ଅଭ୍ୟାସ ବଢ଼ୁଥିବାର ଦେଖାଯାଉଛି। QR କୋଡ ବ୍ୟବହାର କରି ଡିଜିଟାଲ ଟଙ୍କାକୁ ନଗଦ କ୍ୟାଶରେ ପରିଣତ କରିବାର ଏହି ପ୍ରକ୍ରିୟାକୁ QR ଫର ATM ସେବା କୁହାଯାଏ।

ଜଣେ ମର୍ଚାଣ୍ଟ ଭାବେ ଆପଣ ସାହାଯ୍ୟ କରିବା ପାଇଁ କିମ୍ବା ନିଜ ବ୍ୟବସାୟିକ ସ୍ୱାର୍ଥ ପାଇଁ ଏହା କରୁଥିଲେ ମଧ୍ୟ, ଏହି ପ୍ରକାରର କାର୍ଯ୍ୟକଳାପ ସହ ଅନେକ ବିପଦ ଯୋଡ଼ିହୋଇ ରହିଛି। QR କୋଡ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରିବା ଅତ୍ୟନ୍ତ ସହଜ ଏବଂ ସୁରକ୍ଷିତ ମନେହେଉଥିଲେ ବି, ମର୍ଚାଣ୍ଟ ଟର୍ମିନାଲ୍‌ର ଅପବ୍ୟବହାର କଲେ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇପାରେ, ଆର୍ଥିକ କ୍ଷତି ହୋଇପାରେ ଏବଂ ଗୁରୁତର ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଡିଜିଟାଲ ବଦଳରେ କ୍ୟାଶ ଠକାମି କିପରି ହୋଇଥାଏ?

ଜଣେ ଗ୍ରାହକ ଆପଣଙ୍କ ଦୋକାନକୁ ଆସିବେ। ସେ ନିଜକୁ ଅତ୍ୟନ୍ତ ବ୍ୟସ୍ତ ଓ ଚିନ୍ତିତ ଥିବା ଦେଖାଇ, ତୁରନ୍ତ ₹5,000 ନଗଦ ଟଙ୍କାର ଆବଶ୍ୟକତା ଥିବା କହିବେ। ଏହାର ବଦଳରେ ସେ ଆପଣଙ୍କୁ UPI ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବାକୁ ପ୍ରସ୍ତାବ ଦେବେ। ଏପରିକି ଆପଣ ତାଙ୍କୁ ସାହାଯ୍ୟ କଲେ, ସେ ସେଥିପାଇଁ ଆପଣଙ୍କୁ କିଛି “କମିଶନ” ଦେବାକୁ ମଧ୍ୟ ରାଜି ହେବେ। ଜଣେ ଭଲ ମଣିଷ ଭାବେ, ଆପଣ ଭାବିବେ ଯେ ଆପଣଙ୍କୁ ତ ଡିଜିଟାଲରେ ଟଙ୍କା ମିଳିଯାଉଛି, ଯାହାଫଳରେ ଆପଣଙ୍କୁ ବ୍ୟାଙ୍କକୁ ଯାଇ ଟଙ୍କା ଜମା କରିବାର ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏହା ଭାବି ଆପଣ ତାଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ସେ ମାଗୁଥିବା ନଗଦ ଟଙ୍କା ଦେବାକୁ ରାଜି ହୋଇଯାଆନ୍ତି।

ଠକ ଏହି ପରିସ୍ଥିତିର ସୁଯୋଗ କିପରି ନେଇପାରେ:

ପରିସ୍ଥିତି 1: ଠକ ଜଣକ ₹5,000 ଟ୍ରାନ୍ସଫର କରିବା ବାହାନାରେ ଏକ ନକଲି ପେମେଣ୍ଟ ଆପ୍ ବ୍ୟବହାର କରେ। ସେ ଆପଣଙ୍କୁ ନକଲି ପେମେଣ୍ଟ କନଫର୍ମେସନ ସ୍କ୍ରିନ ଦେଖାଇ ତୁରନ୍ତ ନଗଦ ଟଙ୍କା ନେଇ ପଳାଏ। ପରେ ଯେତେବେଳେ ଆପଣ ନିଜ ଆକାଉଣ୍ଟ ଚେକ୍‍ କରନ୍ତି, ସେତେବେଳେ ଜାଣିବାକୁ ପାଆନ୍ତି ଯେ କୌଣସି ଟଙ୍କା ଆସିନାହିଁ ଏବଂ ଆପଣ ଠକାମିର ଶିକାର ହୋଇଛନ୍ତି।

ପରିସ୍ଥିତି 2: ଠକ ଜଣକ ଟ୍ରାଞ୍ଜାକସନ ସମ୍ପୂର୍ଣ୍ଣ କରେ, ଅର୍ଥାତ୍ UPI ରେ ₹5,000 ଟ୍ରାନ୍ସଫର କରି ଆପଣଙ୍କଠାରୁ ନଗଦ କ୍ୟାଶ ନେଇଯାଏ। ଆପଣ ନଗଦ ଟଙ୍କା ଦେଇଛନ୍ତି ବୋଲି ଆପଣଙ୍କ ପାଖରେ କୌଣସି ଡିଜିଟାଲ ପ୍ରମାଣ ନଥିବାରୁ, ସେ ପରେ “ଚାର୍ଜବ୍ୟାକ” ପାଇଁ ଦାବି କରେ। ଏହି ଦାବିର ତଦନ୍ତ ନସରିବା ପର୍ଯ୍ୟନ୍ତ – ଯେଉଁଥିପାଇଁ ଆପଣଙ୍କୁ ପ୍ରମାଣ ଦାଖଲ କରିବାକୁ ପଡ଼ିଥାଏ – ଆପଣଙ୍କ ଆକାଉଣ୍ଟକୁ ହୋଲ୍ଡ କିମ୍ବା ପ୍ରତିବନ୍ଧିତ କରାଯାଇପାରେ, ଯାହାଦ୍ୱାରା ସିଧାସଳଖ ବ୍ୟବସାୟିକ ଓ ଆର୍ଥିକ କ୍ଷତି ହୋଇଥାଏ। 

ପରିସ୍ଥିତି 3: ଯଦି ଠକ ଜଣକ QR ଟ୍ରାନ୍ସଫର କରିବା ପାଇଁ ଚୋରା କ୍ରେଡିଟ କାର୍ଡ, ହ୍ୟାକ୍ ହୋଇଥିବା RuPay-on-UPI ଆକାଉଣ୍ଟ କିମ୍ବା କୌଣସି ସାଇବର ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କ ଟଙ୍କା ବ୍ୟବହାର କରେ, ତେବେ ଆପଣଙ୍କ ମର୍ଚାଣ୍ଟ ଆକାଉଣ୍ଟ ମନି ଲଣ୍ଡରିଂ ସହ ଯୋଡ଼ିହୋଇଯାଏ। ଗୃହ ମନ୍ତ୍ରଣାଳୟ (MHA) ଏବଂ ନିୟାମକ ପ୍ରାଧିକରଣର ନିୟମାନୁସାରେ, ଯଦି ସେହି ଗ୍ରାହକ ସାଇବର ହେଲ୍ପଲାଇନ 1930 ରେ କଲ୍ କରି ଅଭିଯୋଗ କରନ୍ତି, ତେବେ RBI ଏବଂ MHA ନିୟମାବଳୀ ଅନୁଯାୟୀ ତଦନ୍ତ ସମୟରେ ଆପଣଙ୍କ ମର୍ଚାଣ୍ଟ ଆକାଉଣ୍ଟକୁ ଫ୍ରିଜ କରାଯାଇପାରେ। ଏହାଦ୍ୱାରା ଆପଣ ଅଜାଣତରେ ଏକ ଠକାମିର ଅଂଶ ସାଜିପାରନ୍ତି, ଯାହା ସପ୍ତାହ କିମ୍ବା ମାସ ମାସ ଧରି ଆପଣଙ୍କ ବ୍ୟବସାୟକୁ ପ୍ରଭାବିତ କରିପାରେ।

ଖୁସିର କଥା ହେଉଛି, କେତେକ ସହଜ ନିୟମ ପାଳନ କରି ଏହି 3ଟି ଯାକ ପରିସ୍ଥିତିରୁ ବଞ୍ଚିହେବ।

ଡିଜିଟାଲ ବଦଳରେ କ୍ୟାଶ ଠକାମିରୁ କିପରି ରକ୍ଷା ପାଇବେ?

ଆପଣଙ୍କ ବ୍ୟବସାୟିକ କାର୍ଯ୍ୟକଳାପକୁ ସୁରକ୍ଷିତ ଏବଂ ସ୍ଥାୟୀ ରଖିବା ପାଇଁ, ଆପଣଙ୍କୁ RBI-ର ନିୟମାବଳୀ ମଧ୍ୟ ପାଳନ କରିବାକୁ ପଡ଼ିବ। ଏହି ପଦ୍ଧତିଗୁଡ଼ିକ ଆପଣଙ୍କୁ ସୁରୁଖୁରୁରେ ବ୍ୟବସାୟ ଚଳାଇବାରେ ସାହାଯ୍ୟ କରିବ।

1. ବ୍ୟବସାୟିକ ଟ୍ରାଞ୍ଜାକସନକୁ କେବଳ ବ୍ୟବସାୟ ମଧ୍ୟରେ ହିଁ ସୀମିତ ରଖନ୍ତୁ

ଆପଣଙ୍କର ମର୍ଚାଣ୍ଟ ଆକାଉଣ୍ଟ ହେଉଛି କେବଳ ଆପଣଙ୍କ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ଉଦ୍ଦିଷ୍ଟ ଏକ ଶକ୍ତିଶାଳୀ ସାଧନ। ଏହାକୁ କେବଳ ପ୍ରକୃତ ବ୍ୟବସାୟିକ ଟ୍ରାଞ୍ଜାକସନ, ଯେପରିକି ଆପଣ ଯୋଗାଉଥିବା ପ୍ରକୃତ ସାମଗ୍ରୀ କିମ୍ବା ସେବା ବଦଳରେ ଟଙ୍କା ଗ୍ରହଣ କରିବା ପାଇଁ ବ୍ୟବହାର କରନ୍ତୁ।

  • ନଗଦ ଦେବା-ନେବା ବନ୍ଦ କରନ୍ତୁ : ଜଣେ ବ୍ୟବସାୟୀ ଭାବେ, ଆପଣ ନିଜର ବ୍ୟବସାୟିକ ଆକାଉଣ୍ଟକୁ ପ୍ରକୃତ ବିକ୍ରି ବ୍ୟତୀତ ଅନ୍ୟ କୌଣସି କାରଣ ପାଇଁ ଟଙ୍କା ଗ୍ରହଣ କରିବା କିମ୍ବା ନଗଦ ପ୍ରଦାନ କରିବା ପାଇଁ କେବେବି ବ୍ୟବହାର କରିବା ଉଚିତ୍ ନୁହେଁ।
  • କର୍ମଚାରୀମାନଙ୍କୁ ସଚେତନ କରନ୍ତୁ: ଆପଣଙ୍କ ଦୋକାନ କିମ୍ବା ବ୍ୟବସାୟରେ କାମ କରୁଥିବା କର୍ମଚାରୀମାନଙ୍କୁ ସ୍ପଷ୍ଟ ଭାବେ ଜଣାନ୍ତୁ ଯେ, ସେମାନେ ଯେପରି କେବଳ ବ୍ୟବସାୟିକ ଉଦ୍ଦେଶ୍ୟ କିମ୍ବା ବିକ୍ରି ପାଇଁ ହିଁ ପେମେଣ୍ଟ ଗ୍ରହଣ କରିବେ।
  • ସ୍ୱଚ୍ଛତା ବଜାୟ ରଖନ୍ତୁ : ଅନାବଶ୍ୟକ ବିବାଦ ଏବଂ ସମସ୍ୟାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ଟ୍ରାଞ୍ଜାକସନକୁ ଉଦ୍ଦେଶ୍ୟମୂଳକ ଏବଂ ସ୍ୱଚ୍ଛ ରଖନ୍ତୁ।

2. ATM ସେବା ଏବଂ କ୍ୟାଶ ଏକ୍ସଚେଞ୍ଜ୍‌ରୁ ଦୂରେଇ ରୁହନ୍ତୁ

PhonePe ମର୍ଚାଣ୍ଟମାନଙ୍କୁ ATM ସମ୍ବନ୍ଧୀୟ ସେବା କିମ୍ବା କ୍ୟାଶ ଏକ୍ସଚେଞ୍ଜ (ନଗଦ ବଦଳାଇବା) ଭଳି କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ।

  • କାହିଁକି?: ମର୍ଚାଣ୍ଟ ଆକାଉଣ୍ଟ ମାଧ୍ୟମରେ ନଗଦ ଟଙ୍କା ଉଠାଇବା କିମ୍ବା ବଦଳାଇବା ଦ୍ୱାରା ନିୟାମକ ନିୟମର ଉଲ୍ଲଂଘନ ହୋଇଥାଏ ଏବଂ ଟ୍ରାଞ୍ଜାକସନର ଉତ୍ତରଦାୟିତ୍ୱ କମିଯାଏ, ଯାହାକି ଗୁରୁତର ଆର୍ଥିକ ବିପଦ ସୃଷ୍ଟି କରିଥାଏ।  
  • ପରିଣାମ: ଏଭଳି କାର୍ଯ୍ୟକଳାପରେ ସାମିଲ ହେବା ଦ୍ୱାରା ଆମ ପ୍ଲାଟଫର୍ମର ସୁରକ୍ଷା ଏବଂ ବିଶ୍ୱସନୀୟତା ବିପଦରେ ପଡ଼ିପାରେ, ଯାହା ମର୍ଚାଣ୍ଟ ପଲିସିର ଅନ୍ତର୍ଭୁକ୍ତ ନୁହେଁ। ତେଣୁ, ପଲିସି ଉଲ୍ଲଂଘନ କଲେ ମର୍ଚାଣ୍ଟ ଆକାଉଣ୍ଟକୁ ସସପେଣ୍ଡ କରାଯାଇପାରେ କିମ୍ବା ସବୁଦିନ ପାଇଁ ବ୍ଲକ ମଧ୍ୟ କରାଯାଇପାରେ।

3. କେବଳ ନିଜ ଡିଭାଇସରେ ପେମେଣ୍ଟ ଯାଞ୍ଚ କରନ୍ତୁ

ଠକମାନେ ଟଙ୍କା ପଠାଇଥିବାର ଦାବି କରି ଅନେକ ସମୟରେ ନକଲି ପେମେଣ୍ଟ କନ୍‌ଫର୍ମେସନ ସ୍କ୍ରିନସଟ କିମ୍ବା ନକଲି ସ୍କ୍ରିନ ଦେଖାଇଥାନ୍ତି। ଏହିପରି ଠକାମିରୁ ବଞ୍ଚିବା ପାଇଁ, ସବୁବେଳେ ନିଜ ଡିଭାଇସରେ ହିଁ ପେମେଣ୍ଟ ଯାଞ୍ଚ କରନ୍ତୁ। ଅନ୍ୟ କାହାରି ଦ୍ୱାରା ଦେଖାଯାଇଥିବା ସ୍କ୍ରିନସଟ କିମ୍ବା ପପ୍-ଅପ୍ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଏହା ବଦଳରେ, ନିଜର PhonePe ଆପ୍ ଚେକ୍ କରନ୍ତୁ କିମ୍ବା SMS/ବ୍ୟାଙ୍କ ନୋଟିଫିକେସନ ଆସିବା ଯାଏଁ ଅପେକ୍ଷା କରନ୍ତୁ, ଯାହାଦ୍ୱାରା ନିଶ୍ଚିତ ହୋଇପାରିବେ ଯେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିସାରିଛି।

ଠକାମିର ଶିକାର ହେଲେ କ’ଣ କରିବେ?

ଯଦି ଆପଣ କୌଣସି ଠକାମିର ଶିକାର ହୋଇଛନ୍ତି ବୋଲି ସନ୍ଦେହ କରନ୍ତି, ତେବେ ତୁରନ୍ତ ଏହାର ରିପୋର୍ଟ କରନ୍ତୁ। ଏହିପରି ପରିସ୍ଥିତିରେ ପ୍ରତ୍ୟେକ ସେକେଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

PhonePe ରେ ଅଭିଯୋଗ କରିବା:

  • PhonePe Business ଆପ୍‍: Help/ସହାୟତା ବିଭାଗକୁ ଯାଆନ୍ତୁ ଏବଂ ସହାୟତା ବଟନ ଉପରେ କ୍ଲିକ କରନ୍ତୁ।
  • PhonePe କଷ୍ଟମର କେୟାର: 80-68727374 / 022-68727374 ନମ୍ବରରେ କଲ କରନ୍ତୁ।
  • ଲଗ-ଇନ ସମସ୍ୟା ପାଇଁ : https://support.phonepe.com/ ମାଧ୍ୟମରେ ଟିକେଟ ତିଆରି କରନ୍ତୁ।
  • ସୋସିଆଲ ମିଡିଆରେ ଅଭିଯୋଗ:
  • ଅଭିଯୋଗ ସମାଧାନ: PhonePe ଅଭିଯୋଗ ପୋର୍ଟାଲରେ ଏକ ଅଭିଯୋଗ ଦାଖଲ କରନ୍ତୁ।

ସରକାରୀ ସଂସ୍ଥାକୁ ରିପୋର୍ଟ କରିବା:

  • ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଏକ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 କୁ କଲ କରନ୍ତୁ।
  • ଦୂରସଞ୍ଚାର ବିଭାଗ (DOT): ସନ୍ଦେହଜନକ ମେସେଜ, କଲ କିମ୍ବା ହ୍ଵାଟ୍ସଆପ/ଟେଲିଗ୍ରାମ ଠକେଇ ବିଷୟରେ ସଞ୍ଚାର ସାଥୀ ପୋର୍ଟାଲ ଚକ୍ଷୁ (Chakshu) ସୁବିଧା ମାଧ୍ୟମରେ ରିପୋର୍ଟ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ସୂଚନା — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ। ଯଦି କୌଣସି ଇମେଲ phonepe.com ଡୋମେନରୁ ଆସିନଥାଏ, ତେବେ PhonePe ନାମରେ ଆସିଥିବା ସେହିଭଳି ଇମେଲଗୁଡ଼ିକୁ ଅଣଦେଖା କରନ୍ତୁ। ଯଦି ଆପଣଙ୍କୁ ଠକେଇର ସନ୍ଦେହ ହୁଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।

Keep Reading