PhonePe Blogs Main Featured Image

Trust & Safety

ଟଙ୍କା ଡବଲ୍‍ କରିବା ଠକାମି ବିଷୟରେ ଶୁଣିଛନ୍ତି କି?

PhonePe Regional|2 min read|28 July, 2022

URL copied to clipboard

ଏହାଠାରୁ ସୁରକ୍ଷିତ ରହିବା ପାଇଁ ଯାହା ସବୁ ଜାଣିବା ଆବଶ୍ୟକ ଏଠାରେ ଦିଆଯାଇଛି

ଆଜିକାଲି ଠକମାନେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଅଭିନବ ଉପାୟ ଅବଲମ୍ବନ କରି ସେମାନଙ୍କ ଟଙ୍କା ଠକୁଛନ୍ତି। ସେମାନେ ଏପରି ଏକ ଷଡ଼ଯନ୍ତ୍ର ତିଆରି କରନ୍ତି ଯାହା ଆଇନଗତ ମନେ ହୋଇଥାଏ ଏବଂ ଯାହାଦ୍ୱାରା ଶେଷରେ ନିରୀହ ଲୋକମାନଙ୍କୁ ଠକିଥାନ୍ତି। ଲୋଭ ଦେଖାଇବା ପାଇଁ ଠକମାନେ ଯେଉଁ ସବୁ ପଦ୍ଧତିଗୁଡ଼ିକ ବ୍ୟବହାର କରନ୍ତି ତାମଧ୍ୟରୁ ଗୋଟିଏ ହେଉଛି ରାତାରାତି ଟଙ୍କା ଡବଲ୍‍ କରି ଦେବାର ପ୍ରତିଶୃତି।

ଟଙ୍କା ଡବଲ୍‍ କରିବା ଠକାମି କିପରି କରାଯାଇଥାଏ

ସ୍ଥିତି 1: ଠକ ଜଣକ ଏକ ଛୋଟ ଆର୍ଥିକ ବ୍ୟବସାୟର ଜଣେ ପ୍ରତିନିଧି ସାଜି ମିଥ୍ୟା ଛଳନା କରି ଯୋଗାଯୋଗ କରନ୍ତି। ସେ ଦାବି କରେ ଯେ ତାଙ୍କର ସଂସ୍ଥା କମ୍‍ ସମୟ ଭିତରେ ଅଳ୍ପ ପରିମାଣରେ ବିନିଯୋଗ କରି ଅଧିକ ରିଟର୍ନ ଦେଇଥାଏ। ସେ ଆପଣଙ୍କୁ ଅଳ୍ପ ପରିମାଣରେ ବିନିଯୋଗ କରିବାକୁ ରାଜି କରେଇ ଦେଇଥାଏ ଏବଂ ତାପରେ ମିଛ ବିଶ୍ୱାସ ଜିତିବା ପାଇଁ ଅତିକମ୍‍ ସମୟରେ ଟଙ୍କା ଡବଲ୍‍ କରି ଫେରାଇ ଦିଏ ଏବଂ ଆପଣ ମଧ୍ୟ ଏହା ବିଶ୍ୱାସ କରିନିଅନ୍ତି ଯେ ଆପଣଙ୍କ ଟଙ୍କା ଅତିକମ୍‍ ସମୟ ଭିତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗୁଛି। ଥରେ ଆପଣଙ୍କ ଠାରୁ ବିଶ୍ୱାସ ଜିତିନେବା ପରେ, ସେ ଆପଣଙ୍କ ଠାରୁ ବିପୁଳ ପରିମାଣରେ ଟଙ୍କ୍‍ ଲୁଟି ନେଇଥାଏ ।

ସ୍ଥିତି 2: SMS କିମ୍ବା Whatsapp ମାଧ୍ୟମରେ ଆପଣଙ୍କ ସହ ଯୋଗାଯୋଗ କରାଯାଇଥାଏ ଏବଂ ଦାବି କରାଯାଏ ଯେ ଆପଣଙ୍କ ଅତ୍ଯଧିକ କ୍ରେଡିଟ୍‍ କାର୍ଡର ବ୍ୟବହାର କିମ୍ବା ଉଚ୍ଚ ସେଭିଂ ବ୍ୟାଙ୍କ୍‍ ବାଲାନ୍ସ ଉପରେ ଆଧାର କରି ଆପଣ ଏକ ଆକର୍ଷଣୀୟ ପୁରସ୍କାର ଜିତିଛନ୍ତି ଏବଂ ତାହା ଅତିକମ୍‍ ସମୟ ଭିତରେ ଆପଣଙ୍କ ଟଙ୍କା ଡବଲ୍‍ କରିବାର ଏକ ସୀମିତ ସମୟର ଅଫର୍‍ ଆପଣଙ୍କ ପାଖରେ ରହିଛି। ସେ ଆପଣଙ୍କୁ ଠକିବା ପାଇଁ ଏକ ଲିଙ୍କ୍‍ ଶେୟାର କରେ ଯାହା ମାଧ୍ୟମରେ ଟଙ୍କା ଡିପୋଜିଟ୍‍ କରାଯାଇପାରିବ , ଏହା କେବଳ ଆପଣଙ୍କ ଟଙ୍କା ଲୁଟିନେବାର ଏକ ଉପାୟ।

ଆପଣ ଟଙ୍କା ଡବଲ୍‍ କରିବା ଠକାମି ଠାରୁ କିପରି ସୁରକ୍ଷିତ ରହିପାରିବେ ତାହା ଏଠାରେ ଦିଆହୋଇଛି

  1. କୌଣସି ସନ୍ଦେହଜନକ ଲିଙ୍କ୍‍ ଉପରେ କ୍ଲିକ୍‍ କରନ୍ତୁ ନାହିଁ: ଠକମାନେ ସାଧାରଣତଃ ଆପଣଙ୍କୁ ଏକ ଲିଙ୍କ୍ ପଠାଇଥାନ୍ତି ଯାହା ମାଧ୍ୟମରେ ଆପଣ ରିଟର୍ନ କିମ୍ବା ଗିଫ୍ଟ କାର୍ଡ୍ ପାଇପାରିବେ। ଏପରି କୌଣସି ସନ୍ଦେହଜନକ ଲିଙ୍କ୍‍ ଉପରେ କ୍ଲିକ୍ କରନ୍ତୁ ନାହିଁ।
  2. ଆପାଣଙ୍କ ବ୍ୟକ୍ତିଗତ ସୂଚନା ଯେପରିକି କ୍ରେଡିଟ୍‍ କାର୍ଡ୍ ନମ୍ବର, CVV, ପିନ୍‍, OTP ଇତ୍ୟାଦି ଶେୟାର କରନ୍ତୁ ନାହିଁ: ଆଇନଗତ ସଂସ୍ଥାଗୁଡ଼ିକ ଟ୍ରାଞ୍ଜାକସନ ପାଇଁ ଆବଶ୍ୟକୀୟ ବ୍ୟକ୍ତିଗତ ସୂଚନା ଜାଣିବା ପାଇଁ ଆପଣଙ୍କୁ କଦାପି କଲ୍‍, ଇମେଲ୍‍ କିମ୍ବା ଟେକ୍ସଟ ପଠାଇବେ ନାହିଁ। ଯଦି କୌଣସି ବ୍ୟକ୍ତି PhonePe ପ୍ରତିନିଧି ଭାବରେ ଛଳନା କରି ଆପଣଙ୍କୁ ଏପରି ସୂଚନା ଦେବାକୁ କହିଥାନ୍ତି ତେବେ ଦୟାକରି ତାଙ୍କୁ ଏକ ଇମେଲ୍ ପଠାଇବାକୁ କୁହନ୍ତୁ। କେବଳ @phonepe.com ଡୋମେନରୁ ଆସିଥିବା ଇମେଲଗୁଡ଼ିକର ହିଁ ଉତ୍ତର ଦିଅନ୍ତୁ।
  3. ଯୋଗାଯୋଗ ବିବରଣୀ ପାଇବା ପାଇଁ ସର୍ବଦା ବୈଧ ୱେବସାଇଟର ବ୍ୟବହାର କରନ୍ତୁ: ଆପଣ ଯଦି ଏପରି କୌଣସି ଏକ ବ୍ୟକ୍ତିଙ୍କ ଠାରୁ କଲ୍‍ ପାଆନ୍ତି ଯିଏ ଏକ ଆର୍ଥିକ ଅନୁଷ୍ଠାନରୁ କଲ୍‍ କରୁଥିବାର ଦାବି କରନ୍ତି ଏବଂ ସେ କରିଥିବା ନମ୍ବରରେ କଲ୍‍ କରିବା ପାଇଁ କୁହନ୍ତି ତେବେ ଆପଣ କଲ୍‍ କରିବା ପୂର୍ବରୁ ଅଫିସିଆଲ୍‍ ୱେବସାଇଟରେ ନମ୍ବରଟିକୁ ଭଲଭାବରେ ଯାଞ୍ଚ କରିନିଅନ୍ତୁ।
  4. ସବୁବେଳେ ମନେ ରଖନ୍ତୁ PhonePe-ରେ ଟଙ୍କା ପାଇବା ପାଇଁ ଆପଣଙ୍କୁ ‘ପେମେଣ୍ଟ’ କରିବାକୁ କିମ୍ବା ଆପଣଙ୍କ UPI ପିନ୍‍ ଏଣ୍ଟର କରିବାକୁ ପଡ଼ିନଥାଏ।
  5. ‘Pay’ ବା ‘ପେମେଣ୍ଟ’ ବଟନ୍‍ ଦବାଇବା ପୂର୍ବରୁ କିମ୍ବା UPI ପିନ୍‍ ଏଣ୍ଟର କରିବା ପୂର୍ବରୁ PhonePe ଆପ୍‍ ସ୍କ୍ରିନରେ ଦେଖାଯାଉଥିବା ମେସେଜକୁ ଦୟାକରି ଭଲଭାବରେ ପଢ଼ନ୍ତୁ।
  6. Google, Twitter, FB ଇତ୍ୟାଦିରେ PhonePe ଗ୍ରାହକ ସହାୟତା ନମ୍ବର ଖୋଜନ୍ତୁ ନାହିଁ। PhonePe-ର ଅଫିସିଆଲ୍‍ କଷ୍ଟମର୍‍ କେୟାର ପାଖରେ ପହଞ୍ଚିବାର ଏକମାତ୍ର ଉପାୟ ହେଉଛି https://phonepe.com/en/contact_us.html
  7. PhonePe-ରୁ କଲ୍‍ ଆସିଥିବାର ଦାବି କରୁଥିବା ଯାଞ୍ଚ ହୋଇନଥିବା ମୋବାଇଲ୍‍ ନମ୍ବରକୁ କଲ୍‍ କରନ୍ତୁ ନାହିଁ କିମ୍ବା କଲ୍‍ ରିସିଭ୍‍ କରନ୍ତୁ ନାହିଁ।

ଯଦି କୌଣସି ଠକ ଆପଣଙ୍କୁ ଯୋଗାଯୋଗ କରନ୍ତି ତେବେ ଆପଣଙ୍କୁ କଣ କରିବା ଉଚିତ୍‍?

  • ଆପଣଙ୍କ ନିକଟବର୍ତ୍ତୀ ସାଇବର୍‍ ସେଲ୍‍ ସହ ଅବିଳମ୍ବେ ଯୋଗାଯୋଗ କରନ୍ତୁ ଏବଂ ପୋଲିସକୁ ପ୍ରଯୁଜ୍ୟ ବିବରଣୀ (ଫୋନ୍‍ ନମ୍ବର, ଟ୍ରାଞ୍ଜାକସନ ବିବରଣୀ, କାର୍ଡ୍ ନମ୍ବର, ବ୍ୟାଙ୍କ୍‍ ଆକାଉଣ୍ଟ୍‍ ଇତ୍ୟାଦି) ପ୍ରଦାନ କରି ଏକ FIR ଲଜ୍‍ କରନ୍ତୁ। ଏହାବ୍ୟତୀତ, ଅନଲାଇନ୍‍ ଅଭିଯୋଗ ଦାଖଲ କରିବା ପାଇଁ ଆପଣ https://cybercrime.gov.in/ ଲିଙ୍କ୍‍ ଉପରେ କ୍ଲିକ୍‍ କରନ୍ତୁ କିମ୍ବା 1930-ରେ ସାଇବର୍‍ ସେଲ୍‍ ପୋଲିସ୍‍ ସହ ଯୋଗାଯୋଗ କରିପାରିବେ।
  • ଆପଣଙ୍କୁ ଯଦି PhonePe ମାଧ୍ୟମରେ ଯୋଗାଯୋଗ କରାହୋଇଥାଏ ତେବେ ଆପଣଙ୍କର PhonePe ଆପରେ ଲଗଇନ୍‍ କରି ‘Help/ସହାୟତା’ ବିଭାଗକୁ ଯାଆନ୍ତୁ। ‘Account security issue/ Report fraudulent activity’ ବିଭାଗକୁ ଯାଇ ଠକେଇ ଘଟଣାର ଅଭିଯୋଗ କରିପାରିବେ। ଏହାବ୍ୟତୀତ ଆପଣ support.phonepe.com-ରେ ଲଗଇନ୍‍ କରିପାରିବେ।
  • ଆମର ଅଫିସିଆଲ୍‍ ଆକାଉଣ୍ଟ୍‍ ମାଧ୍ୟମରେ କେବଳ ଆମ ସହ ଯୋଗାଯୋଗ କରନ୍ତୁ

Twitter: https://twitter.com/PhonePeSupport

ୱେବ୍‍: support.phonepe.com

Keep Reading