PhonePe Blogs Main Featured Image

Trust & Safety

ଲୋନ୍‍ ଠକାମିର ଚିହ୍ନଟ କିପରି କରିବେ ଏବଂ ତାଠାରୁ କିପରି ସୁରକ୍ଷିତ ରହିବେ

PhonePe Regional|3 min read|25 July, 2022

URL copied to clipboard

ଲୋନ୍‍ ନିଜର ତତ୍କାଳ ଆବଶ୍ୟକତାକୁ ପୂରା କରିବା ପାଇଁ ଉଧାର ନେବା ଏବଂ ପରେ ତାକୁ ଦେଇ ଆଉଥରେ ଫେରିପାରିବାର ସୁବିଧା ପାଇଁ ଲୋକମାନଙ୍କ ଭିତରେ ଅତ୍ୟଧିକ ଲୋକପ୍ରିୟ ଅଟେ ଏବଂ କିଛି ଲୋକଙ୍କ ପାଇଁ ଏହ ଆଶୀର୍ବାଦ ଅଟେ, ବିଶେଷ ଭାବରେ ଚାକିରି ହରାଇବା କିମ୍ବା ମେଡିକାଲ୍‍ ଏମର୍ଜେନ୍ସି ଭଳି ପରିସ୍ଥିତିରେ। ଠକମାନେ ଏହି ପରିସ୍ଥିତିର ସୁଯୋଗ ଉଠାଇ ନିରୀହ ଲୋକଙ୍କୁ ଲୋନ୍ ଦେବା ବାହାନରେ ମିଥ୍ୟା ପ୍ରତିଶୃତି ଦେଇଥାନ୍ତି ଏବଂ ଲୋନ୍‍ ଠକେଇ ମାଧ୍ୟମରେ ସେମାନଙ୍କର ଟଙ୍କା ଲୁଟି ନେଇଥାନ୍ତି।

ଲୋନ୍‍ ଠକାମି କଣ ଅଟେ?

ଲୋନ୍‍ ଠକାମିରେ, ଠକ ଜଣକ ଲୋକମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇଥାଏ ଯେ ସେମାନେ ଚାହୁଁଥିବା ଟଙ୍କାର ଲୋନ୍‍ ଶୀଘ୍ର ଏବଂ ସହଜରେ ପାଇପାରିବେ। ଠକ ଜଣକ ଆବଶ୍ୟକୀୟ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁସାରେ ପ୍ରତାରଣାମୂଳକ ଯୋଜନା ପ୍ରସ୍ତୁତ କରେ। ଉଦାହରଣ ସ୍ୱରୂପ, ଏକ ପ୍ରତିଷ୍ଠିତ ବ୍ୟାଙ୍କରେ ଲୋନ୍‍ ପାଇଁ ଆବେଦନ କରିବା ପାଇଁ ବ୍ୟକ୍ତି ଜଣଙ୍କ ପାଖରେ କ୍ରେଡିଟ୍‍ ସ୍କୋର ନଥାଏ କିମ୍ବା ଯାହାକୁ ଏକ କମ୍‍ ସମୟ ଭିତରେ ବିପୁଳ ପରିମାଣର ଟଙ୍କା ଆବଶ୍ୟକ ହୋଇଥାଏ, ଏହି ସମୟର ସୁଯୋଗ ନେଇ ଠକ ଜଣକ ପୀଡ଼ିତଙ୍କ ସାହାଯ୍ୟ କରିବା ବାହାନାରେ ଚତୁରତାର ସହ ତାହାଙ୍କୁ ବିଶ୍ୱାସ ଦେଇଥାଏ ଏବଂ ପରେ ତାଙ୍କୁ ଠକିନେଇଥାଏ।

ଲୋନ୍‍ ଠକାମି ଜାଲରେ ପଡ଼ିବା ପରେ ଦୁଇଟି ପରିଣାମ ହୋଇପାରେ- ହୁଏତ ଠକ ଜଣକ ସେକ୍ଯୁରିଟି ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ମାଗିପାରେ ଯାହାକୁ ସେ କେବେ ଫେରାଇବ ନାହିଁ କିମ୍ବା ପ୍ରୋସେସିଂ ଫି, ଲେଟ୍‍ ଫି, ସୁଧ ଇତ୍ୟାଦି ହିସାବରେ କିଛି ଟଙ୍କା ଲୁଟି ନିଏ ଯାହାଫଳରେ ସଂଶ୍ଳିଷ୍ଟ ବ୍ଯକ୍ତି ବିରାଟ କ୍ଷତିର ସମ୍ମୁଖୀ ହେବାକୁ ପଡ଼ିଥାଏ।

ଲୋନ୍‍ ଠକାମି କିପରି ଘଟିଥାଏ?

ଲୋନ୍‍ ଠକ ମନୁଷ୍ୟର ଅପୂର୍ଣ୍ଣ ଆବଶ୍ୟକର ଲାଭ ଉଠାଇଥାନ୍ତି ଏବଂ ଧାରଗ୍ରାହୀଙ୍କ ଦୁର୍ବଳତାର ସୁଯୋଗ ଉଠାଇ ନକଲି ଲୋନ୍‍ ଦେବାର ଆଶ୍ୱାସନା ଦିଅନ୍ତି। ସେମାନେ ଆପଣଙ୍କ ସହ SMS, ଇମେଲ୍‍ କିମ୍ବା ଫୋନ୍‍ ମାଧ୍ୟମରେ ଯୋଗାଯୋଗ କରିବେ ଏବଂ ଆପଣଙ୍କ ବିବରଣୀ ପୂରଣ କରିବା ପାଇଁ ଏବଂ ଯାହାର ଫଳସ୍ୱରୂପ ଆପଣଙ୍କୁ ତତକ୍ଷଣାତ ଲୋନ୍‍ ପାଇଁ ଅନୁମୋଦନ ପାଇପାରିବା ପାଇଁ ଏକ ଆପ୍‍ ଡାଉନଲୋଡ୍‍ କରିବାକୁ କହିବେ।

ଆପ୍‍ ଡାଉନଲୋଡ୍‍ କରିବା ଦ୍ୱାରା, ସେମାନେ ଆପଣଙ୍କ ଫୋନର ପ୍ରତ୍ୟେକଟି ସୂଚନା ଯେପରିକି ସମ୍ପୂର୍ଣ୍ଣ ଯୋଗାଯୋଗ ତାଲିକା, ଫଟୋ ଏବଂ ଭିଡିଓଗୁଡ଼ିକ ଆକସେସ କରିବା ପାଇଁ ଅନୁରୋଧ କରିବେ। ଆପଣଙ୍କ ଆଧାର, PAN, ଠିକଣା ଏବଂ ଆବଶ୍ୟକ ଟଙ୍କା ଇତ୍ୟାଦି ମୌଳିକ ବିବରଣୀଗୁଡ଼ିକ ପୂରଣ କରିବାର ତୁରନ୍ତ ପରେ ଆପଣ ଦେଖିପାରିବେ ଯେ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଯାଇଛି।

ଏହି ଲୋନ୍‍ ଜଟିଳ ଚୁକ୍ତି ଏବଂ ସର୍ତ୍ତାବଳୀ ଅଧିନରେ ଦିଆଯାଇଥାଏ ଯାହାକୁ ପ୍ରାଥମିକ ପର୍ଯ୍ୟାୟରେ କୁହାଯାଇନଥାଏ। ସ୍ୱଳ୍ପ ସୁଧ ହାରର ପ୍ରତିଶୃତି ଦେଇ ସେମାନେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କୁ ଠକେଇଥାନ୍ତି ଏବଂ ପରବର୍ତ୍ତୀ ସମୟରେ ଦାବି କରନ୍ତି ଯେ ସ୍ୱଳ୍ପ ସୁଧ ହାର କେବଳ ସୀମିତ ସମୟ ପାଇଁ ଥିଲା, ଯାହା ପରେ ସୁଧ ହାର ଅତ୍ୟଧିକ ଉଚ୍ଚ ହାରକୁ ବୃଦ୍ଧି ପାଇଯାଇଥାଏ — ଏହି ସବୁ ବିବରଣୀ ଲୋନ୍‍ ଦେବା ସମୟରେ ଉଲ୍ଲେଖ କରାହୋଇ ନଥାଏ। ଅଧିକ ସୁଧ ହାର ସହିତ, ଲୋନ୍‍ ପେମେଣ୍ଟ ନ କରିଲେ ଠକ କାର୍ଯ୍ୟଯୁକ୍ତ କମ୍ପାନୀ ଅଧିକ ଜୋରିମାନା ଆଦାୟ କରିଥାନ୍ତି। ତତସହିତ ଅତ୍ଯଧିକ ପ୍ରୋସେସିଂ ଫି ଏବଂ ଅନ୍ୟାନ୍ୟ ଜୋରିମାନା ଆଦାୟ କରନ୍ତି।

କେତେକ ଠକମାନେ କିଛି ନିର୍ଦ୍ଦିଷ୍ଟ ଡକ୍ୟୁମେଣ୍ଟ ଯେପରିକି — 3 ମାସର ବ୍ୟାଙ୍କ୍‍ ଷ୍ଟେଟମେଣ୍ଟ, ଆଧାର କାର୍ଡ୍ ଏବଂ PAN ମାଗୁଥିବା ସମୟରେ, ଅନ୍ୟମାନେ ସେପରି କୌଣସି ଡକ୍ୟୁମେଣ୍ଟ ମାଗନ୍ତି ନାହିଁ। କିନ୍ତୁ ଉଭୟ କ୍ଷେତ୍ରରେ କିଛି ମିନିଟ୍‍ ମଧ୍ୟରେ ଟଙ୍କା ପ୍ରଦାନ କରାଯାଇଥାଏ। ଲୋନ୍‍ ଦେବା ନାଁରେ ଏହି ଆପଗୁଡ଼ିକ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ଫୋନରୁ ସମସ୍ତ ସୂଚନା ନେଇଯାଇଥାନ୍ତି ଯାହାଦ୍ୱାରା ଠକମାନେ ସେହି ବ୍ୟକ୍ତିଙ୍କୁ ଅଧିକ ଠକିବା କିମ୍ବା ଅନ୍ୟ ଆର୍ଥିକ ଅପରାଧ କରିବା ପାଇଁ ସେହି ସୂଚନାଗୁଡ଼ିକର ବ୍ୟବହାର କରିପାରିବେ।

ଏପରି ଲୋନ୍‍ ଠକାମିର ଶିକାର ଏବଂ ପ୍ରସ୍ତାବିତ ଟଙ୍କାର ସ୍ୱୀକାର କରିଥିବା ବ୍ୟକ୍ତିଙ୍କୁ ଲୋନ୍‍ ଟଙ୍କା ଫେରାଇବା ପାଇଁ ‘ରିକଭରି ଏଜେଣ୍ଟ’ ଦ୍ୱାରା ହଇରାଣ ଏବଂ ଦୁର୍ବ୍ୟବହାର କରାଯାଇଥାଏ। ଅଶ୍ଳୀଳ ମେସେଜ, ଅଶ୍ଳୀଳ ଚିତ୍ର, ଏବଂ ଅପମାନଜନକ ମେସେଜ ସେହି ବ୍ୟକ୍ତିଙ୍କୁ ଏବଂ ତାଙ୍କର ଯୋଗାଯୋଗ ତାଲିକାରେ ଥିବା ଅନ୍ୟ ଲୋକଙ୍କୁ ପଠାଯାଇଥାଏ।

ଲୋନ୍‍ ଠକାମିରୁ ସୁରକ୍ଷିତ ରହିବା ପାଇଁ କିଛି ସତର୍କତାବାଣୀ

ଏଠାରେ କିଛି ବିଷୟରେ ଜଣାହୋଇଛି ଯାହା ଆପଣଙ୍କୁ କହିବ ଯେ ଆପଣ ଜଣେ ଲୋନ୍‍ ଠକ ସମ୍ପର୍କରେ ଆସିଛନ୍ତି:

  • ଲୋନ୍‍ ପ୍ରଦାନକାରୀର ସଂଗଠନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ପଞ୍ଜିକୃତ ହୋଇନାହିଁ ଏବଂ କୌଣସି ଜଣାଶୁଣା ବ୍ୟାଙ୍କ୍‍ କିମ୍ବା NBFC ସହିତ ଜଡ଼ିତ ନୁହେଁ
  • ଆପ୍‍ ଷ୍ଟୋରରେ ଲୋନ୍‍ ଆପ୍‍ ଯାଞ୍ଚ କରାହୋଇ ନାହିଁ, ଲୋନର ଚୁକ୍ତି ଏବଂ ସର୍ତ୍ତାବଳୀ ବିବରଣୀ ପ୍ରକାଶ କରେ ନାହିଁ କିମ୍ବା ଲୋନ୍‍ ଅନୁମୋଦନ ପୂର୍ବରୁ ଆପଣଙ୍କର କ୍ରେଡିଟ୍ ରିପୋର୍ଟ ଯାଞ୍ଚ କରେ ନାହିଁ
  • ଲୋନ୍‍ ପ୍ରଦାନକାରୀ ପଞ୍ଜିକୃତ ହୋଇନାହାଁନ୍ତି, ତାଙ୍କର କୌଣସି ଅଫିସ୍‍ ଠିକଣା ନାହିଁ କିମ୍ବା କୌଣସି ବୈଧ ୱେବସାଇଟ୍‍ ନାହିଁ
  • ଲୋନ୍‍ ଦେବା ପୂର୍ବରୁ ଲୋନ୍‍ ଶୁଳ୍କ ଦାବି କରାଯାଏ
  • କୌଣସି କ୍ରେଡିଟ୍‍ ଯାଞ୍ଚ କରାଯାଇ ନଥାଏ ଏବଂ ଏପରି ସୂଚିତ କରାଯାଏ ଯେ ଲୋନ୍‍ କ୍ରେଡିଟ୍‍ ମାଗଣା ଅଟେ
  • ଲୋନ୍‍ ପ୍ରଦାନକାରୀ ବହୁତ୍‍ କମ୍‍ ସୁଧ ହାରରେ ଲୋନ୍‍ ଦେଇଥାଏ ଏବଂ ଏହା ଏକ ସୀମିତ ସମୟ ପାଇଁ କେବଳ ବୈଧ ଥାଏ

ଲୋନ୍‍ ଠକାମି ଠାରୁ କିପରି ଦୂରେଇ ରହିବେ:

  • କୌଣସି ବ୍ୟକ୍ତିଙ୍କ ସହ ଫୋନ୍‍, ଇମେଲ୍‍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଆପଣଙ୍କ କାର୍ଡ୍ ବିବରଣୀ ଶେୟାର କରନ୍ତୁ ନାହିଁ।
  • ସେମାନଙ୍କର ବିଶ୍ୱସନୀୟତା ଜାଣିବା ପାଇଁ ସର୍ବଦା ଲୋନ୍‍ ପ୍ରଦାନକାରୀଙ୍କ ପ୍ରକୃତ ଠିକଣା ଏବଂ ୱେବସାଇଟ୍ ମୂଲ୍ୟାଙ୍କନ କରନ୍ତୁ।
  • କେବେବି କୌଣସି ବ୍ୟକ୍ତିଙ୍କ ସହ ନିଜର OTP କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ଶେୟାର କରନ୍ତୁ ନାହିଁ।
  • ଲୋନ୍‍ ଅଫରଟିକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ କାରଣ ଠକାମି କ୍ଷେତ୍ରରେ ସମୟ ସମୟରେ ସନ୍ଦେହଜନକ ଭାବରେ ଲାଭଦାୟକ କିଛି ଅଫର୍‍ କରାହୋଇଥାଏ।

ଗୁରୁତ୍ୱପୂର୍ଣ୍ଣ ସୂଚନା — PhonePe କେବେବି ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ପଚାରେ ନାହିଁ। phonepe.com ଡୋମେଇନରୁ ଆସିନଥିବା କିନ୍ତୁ PhonePe-ରୁ ଆସିଥିବାର ଦାବି କରାଯାଉଥିବା ସମସ୍ତ ମେଲକୁ ଉପେକ୍ଷା କରନ୍ତୁ। ଯଦି ଆପଣ ଠକାମିର ସନ୍ଦେହ କରନ୍ତି, ଦୟାକରି support.phonepe.com -ରେ ଆମ ସହ ଯୋଗାଯୋଗ କରନ୍ତୁ କିମ୍ବା https://cybercrime.gov.in/ -ରେ ପୋଲିସ୍‍ ସହ ଅଭିଯୋଗ ଦାଖଲ କରନ୍ତୁ।

Keep Reading