PhonePe Blogs Main Featured Image

Trust & Safety

ଜାଲ ସବସ୍କ୍ରିପସନ ମ୍ୟାଣ୍ଡେଟକୁ କିପରି ଚିହ୍ନିବେ

PhonePe Regional|2 min read|19 May, 2026

URL copied to clipboard

ସବସ୍କ୍ରିପସନ ମ୍ୟାଣ୍ଡେଟ କିମ୍ବା ଅଟୋପେ ହେଉଛି ଏକ ସ୍ୱୟଂଚାଳିତ ନିର୍ଦ୍ଦେଶ ଯାହା ଆପଣ ଆପଣଙ୍କ ବ୍ୟାଙ୍କକୁ OTT ସବସ୍କ୍ରିପସନ, ୟୁଟିଲିଟି ବିଲ କିମ୍ବା EMI ଭଳି ରିକରିଂ ପେମେଣ୍ଟଗୁଡ଼ିକ ପାଇଁ ଅଟୋମେଟିକ ଭାବରେ ଟଙ୍କା କାଟିବାକୁ ଦେଇପାରିବେ। ସବସ୍କ୍ରିପସନ ମ୍ୟାଣ୍ଡେଟ ମାନୁଆଲ ଭାବରେ ନିର୍ଦ୍ଧାରିତ ପେମେଣ୍ଟର ସମସ୍ୟାକୁ ଦୂର କରି ରିକରିଂ ପେମେଣ୍ଟକୁ ସହଜ ଓ ସୁଗମ କରିଥିଲେ ମଧ୍ୟ ଏହି ଡିଜିଟାଲ ସୁବିଧା ସହିତ କିଛି ସାଇବର ସୁରକ୍ଷା ବିପଦ ମଧ୍ୟ ଜଡ଼ିତ ରହିଛି।

ଠକମାନେ ଏହି ଅଟୋପେ ଫିଚରର ଅପବ୍ୟବହାର କରି ହଠାତ କୌଣସି “କଲେକ୍ଟ ଅନୁରୋଧ” କିମ୍ବା “ମ୍ୟାଣ୍ଡେଟ ଅନୁମୋଦନ” ପଠାଇଥାନ୍ତି ଯଦ୍ୱାରା ଆପଣ ତରବର ହୋଇ ସେଥିରେ କ୍ଲିକ କରିଦେବେ। ସେମାନେ ଏହାକୁ “ବିଦ୍ୟୁତ ବିଲ ପେଣ୍ଡିଂ ଅଛି”, “ଲଟେରୀ ଟ୍ୟାକ୍ସ ପ୍ରୋସେସିଂ” କିମ୍ବା “KYC ଅପଡେଟ ଫି” ଭଳି ବିଭିନ୍ନ ବାହାନାରେ କୌଣସି ଅଜଣା କିମ୍ବା ଅବୈଧ ଫୋନ ନମ୍ବରରୁ ପଠାଇ ପାରନ୍ତି।

ଜାଲ ମ୍ୟାଣ୍ଡେଟ କିପରି ଚିହ୍ନିବେ

ଜାଲ ମ୍ୟାଣ୍ଡେଟ ଅନୁରୋଧକୁ ଚିହ୍ନିବା ପାଇଁ ସବୁବେଳେ କିଛି ସ୍ପଷ୍ଟ ସଙ୍କେତ ରହିଥାଏ। ଆପଣଙ୍କୁ ନିମ୍ନଲିଖିତ ଦିଗଗୁଡ଼ିକ ପ୍ରତି ସତର୍କ ରହିବାକୁ ହେବ:

  1. ଏକକାଳୀନ କିମ୍ବା ରିକରିଂ ପେମେଣ୍ଟ ଟାଇପ: ଯଦି ଆପଣ କେବଳ ଗୋଟିଏ ଥର ପାଇଁ ବିଦ୍ୟୁତ ବିଲ ଦେଉଛନ୍ତି, ତେବେ ଅନୁମୋଦନ ଅନୁରୋଧରେ କେବେବି “ରିକରିଂ” ଶବ୍ଦ ରହିବା ଉଚିତ ନୁହେଁ। କୌଣସି ବି ଅନୁରୋଧକୁ ଅନୁମୋଦନ କରିବା ପୂର୍ବରୁ ମେସେଜଟିକୁ ଭଲ ଭାବରେ ପଢ଼ନ୍ତୁ। ଏଥିସହ ଚେକ କରନ୍ତୁ ଯେ ଏହି ଅନୁରୋଧ କୌଣସି ଭେରିଫାଏଡ ବିଲର (ଯେପରିକି BESCOM କିମ୍ବା Jio)ଙ୍କ ପାଖରୁ ଆସିଛି ନା କୌଣସି ଅଜଣା ମୋବାଇଲ ନମ୍ବରରୁ ଆସିଛି। PhonePeରେ ଭେରିଫାଏଡ ବିଲରଙ୍କ ପାଖରେ ଗ୍ରୀନ ଟିକ ଥାଏ।
  2. ଯାଞ୍ଚ କରନ୍ତୁ: ଯଦି କୌଣସି ମ୍ୟାଣ୍ଡେଟ‌ ବୈଧ କି ଜାଲ ତାହା ସମ୍ବନ୍ଧରେ ଆପଣ  ସନ୍ଦେହରେ ଅଛନ୍ତି, ତେବେ ଆପଣଙ୍କ PhonePe ପ୍ରୋଫାଇଲଅଟୋପେ ସେଟିଂସକୁ ଯାଆନ୍ତୁ। ଯଦି ସେଠାରେ ଏମିତି କୌଣସି ମ୍ୟାଣ୍ଡେଟ ଦେଖୁଛନ୍ତି ଯାହାକୁ ଆପଣ ଜାଣିନାହାନ୍ତି, ତେବେ ତୁରନ୍ତ ତାହାକୁ ଡିଲିଟ କରନ୍ତୁ।
  3. ଉତ୍ସ: ପ୍ରକୃତ ମ୍ୟାଣ୍ଡେଟ ସାଧାରଣତଃ ମର୍ଚାଣ୍ଟ ଆପରୁ ହିଁ ଆରମ୍ଭ ହୋଇଥାଏ (ଉଦାହରଣ ସ୍ୱରୂପ, ଆପଣ Netflix ଆପ ଭିତରେ ହିଁ PhonePe ଅଟୋପେ ଚୟନ କରିଥିବେ)। କିନ୍ତୁ ଜାଲ ମ୍ୟାଣ୍ଡେଟ ଗୁଡ଼ିକ ପ୍ରାୟତଃ କୌଣସି ଅଜଣା SMS ଲିଙ୍କ କିମ୍ବା ପପ-ଅପ ମାଧ୍ୟମରେ ଆସିଥାଏ।

ମନେରଖିବେ, ଟଙ୍କା ପାଇବା ପାଇଁ ଆପଣଙ୍କୁ କେବେବି ନିଜର UPI PIN ଲେଖିବାକୁ ପଡ଼ିବ ନାହିଁ। ଯଦି କେହି କହୁଛନ୍ତି ଯେ “ରିଫଣ୍ଡ ପାଇଁ ଏହି QR କୋଡ ସ୍କାନ କରନ୍ତୁ”, ତେବେ ସେ ଆପଣଙ୍କୁ ଠକିବାକୁ ଉଦ୍ୟମ କରୁଛନ୍ତି।

PhonePeର ପ୍ରି-ଡେବିଟ ନୋଟିଫିକେସନ

PhonePeରେ ଆମେ ବିଶ୍ୱାସ କରୁ ଯେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବା ବିଷୟରେ ଆପଣଙ୍କୁ ପୂର୍ବରୁ ଜଣାଥିବା ଦରକାର। ସେଥିପାଇଁ ଆମେ ଏକ ସୁରକ୍ଷା ସ୍ତର ପ୍ରସ୍ତୁତ କରିଛୁ: 24-ଘଣ୍ଟା ପୂର୍ବରୁ ସୂଚନା। ଏହା କିପରି କାମ କରେ ତାହା ନିମ୍ନରେ ଦିଆଯାଇଛି:

  1. ସତର୍କ ସୂଚନା: PhonePeରେ ସେଟଅପ କରାହୋଇଥିବା ଯେକୌଣସି ରିକରିଂ ଅଟୋପେ ପାଇଁ ଟଙ୍କା କଟିବାର 24 ଘଣ୍ଟା ପୂର୍ବରୁ ଆମେ ଆପଣଙ୍କୁ ଏକ ନୋଟିଫିକେସନ ପଠାଇଥାଉ।
  2. ସୁଯୋଗ: ଯଦି ଆପଣ ଏହି ନୋଟିଫିକେସନ ପାଇବା ପରେ ମନେକରନ୍ତି ଯେ, “ଆରେ! ମୁଁ ତ ଏହି ଆପ ଆଉ ବ୍ୟବହାର କରୁନାହିଁ!”, ତେବେ ସେହି ଅଟୋପେକୁ ଡିଲିଟ କରିବା ପାଇଁ ଆପଣଙ୍କ ପାଖରେ 24 ଘଣ୍ଟା ସମୟ ରହିଥାଏ। କେବଳ PhonePe ପ୍ରୋଫାଇଲ > ଅଟୋପେ ସେଟିଂସକୁ ଯାଇ ସେହି ମ୍ୟାଣ୍ଡେଟ‌କୁ ଡିଲିଟ କରିଦିଅନ୍ତୁ।

PhonePe ସୁରକ୍ଷା ଟିପ: ଆପଣ କ’ଣ ଜାଣିଛନ୍ତି ଯେ ଆପଣ ଯେକୌଣସି ଅଟୋପେକୁ କିଛି ସମୟ ପାଇଁ ବନ୍ଦ କରିପାରିବେ? ଯଦି ଆପଣ ଛୁଟିରେ ଯାଉଛନ୍ତି କିମ୍ବା କୌଣସି ସର୍ଭିସରୁ କିଛି ଦିନ ପାଇଁ ବିରତି ଚାହୁଁଛନ୍ତି, ତେବେ ତାହାକୁ ସମ୍ପୂର୍ଣ୍ଣ କ୍ୟାନସଲ କରିବା ଦରକାର ନାହିଁ। କେବଳ ଅଟୋପେ ସେଟିଂସରେ ‘ପଜ’ ଉପରେ କ୍ଲିକ କରି ଟଙ୍କା କଟିବାକୁ ସାମୟିକ ଭାବରେ ବନ୍ଦ କରିପାରିବେ।

ଯଦି ଆପଣ ସବସ୍କ୍ରିପସନ ମ୍ୟାଣ୍ଡେଟ ଠକେଇର ଶିକାର ହୋଇଛନ୍ତି, ତେବେ କ’ଣ କରିବେ?

ଯଦି ଆପଣଙ୍କର ମନେହେଉଛି ଯେ ଆପଣ ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ଆପଣଙ୍କ PhonePe ଆପରେ “ଅଟୋପେ ସେଟିଂସ” ଯାଞ୍ଚ କରନ୍ତୁ ଏବଂ ସେହି ମ୍ୟାଣ୍ଡେଟ‌କୁ କ୍ୟାନସଲ କରନ୍ତୁ। ଏହା ସହିତ ତୁରନ୍ତ ଏହାର ରିପୋର୍ଟ କରନ୍ତୁ। ଏଠାରେ ପ୍ରତିଟି ସେକେଣ୍ଡ ଗୁରୁତ୍ୱପୂର୍ଣ୍ଣ ଅଟେ।

PhonePe ରେ ଅଭିଯୋଗ କରିବା:

  • PhonePe ଆପ: Help/ସହାୟତା ବିଭାଗକୁ ଯାଇ ଏକ ଅଭିଯୋଗ ଦାଖଲ କରନ୍ତୁ।
  • PhonePe କଷ୍ଟମର କେୟାର: 80-68727374 / 022-68727374 ନମ୍ବରରେ କଲ କରନ୍ତୁ।
  • ସୋସିଆଲ ମିଡିଆରେ ଅଭିଯୋଗ:
  • ଅଭିଯୋଗ ସମାଧାନ: PhonePe ଅଭିଯୋଗ ପୋର୍ଟାଲରେ ଏକ ଅଭିଯୋଗ ଦାଖଲ କରନ୍ତୁ।

ସରକାରୀ ସଂସ୍ଥାକୁ ରିପୋର୍ଟ କରିବା:

  • ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଏକ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 କୁ କଲ କରନ୍ତୁ।
  • ଦୂରସଞ୍ଚାର ବିଭାଗ (DOT): ସନ୍ଦେହଜନକ ମେସେଜ, କଲ କିମ୍ବା ହ୍ଵାଟ୍ସଆପ/ଟେଲିଗ୍ରାମ ଠକେଇ ବିଷୟରେ ସଞ୍ଚାର ସାଥୀ ପୋର୍ଟାଲ ଚକ୍ଷୁ (Chakshu) ସୁବିଧା ମାଧ୍ୟମରେ ରିପୋର୍ଟ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ସୂଚନା — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ। ଯଦି କୌଣସି ଇମେଲ phonepe.com ଡୋମେନରୁ ଆସିନଥାଏ, ତେବେ PhonePe ନାମରେ ଆସିଥିବା ସେହିଭଳି ଇମେଲଗୁଡ଼ିକୁ ଅଣଦେଖା କରନ୍ତୁ। ଯଦି ଆପଣଙ୍କୁ ଠକେଇର ସନ୍ଦେହ ହୁଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।

Keep Reading