PhonePe Blogs Main Featured Image

Trust & Safety

COVID-19 ଠକାମିଠାରୁ କିପରି ସଚେତନ ଏବଂ ସୁରକ୍ଷିତ ରହିପାରିବେ

PhonePe Regional|4 min read|09 August, 2021

URL copied to clipboard

ଭାରତରେ Covid-19 ର ଦ୍ୱିତୀୟ ଲହରୀ ଚାଲୁଅଛି, ଇତି ମଧ୍ୟରେ, ଅଜଣା ଆକାଉଣ୍ଟ୍‍ ଏବଂ ଫୋନ୍ ନମ୍ବରକୁ ଟଙ୍କା ପଠାଇବା ପାଇଁ ଠକମାନେ ଅଭିନବ ପ୍ରଣାଳୀ ବ୍ୟବହାର କରୁଛନ୍ତି। ସେମାନେ ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ ଯୋଗାଣ ଏବଂ ଟିକା ଇତ୍ୟାଦି ଯୋଗାଇବାରେ ସାହାଯ୍ୟ କରିବା ବାହାନାରେ ଲୋକଙ୍କୁ ଠକୁଛନ୍ତି।

ଆପଣ କେଉଁସବୁ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ୍‍ ସେହି ବିଷୟରେ ନିମ୍ନରେ PhonePe ନିର୍ଦ୍ଦେଶନାରେ ଉଲ୍ଲେଖ କରାଯାଇଛି।

Covid-19 ଟିକା ପାଇଁ ପଞ୍ଜିକରଣ

ଏପରି ଅନେକ ଉଦାହରଣ ରହିଛି ଯେତେବେଳେ ସାଇବର ଅପରାଧୀମାନେ ଟୀକାର ପ୍ରଥମ ଡୋଜ ପାଇଁ କନଫର୍ମ ବୁକିଂର ପ୍ରତିଶୃତି ଦେଇ କିମ୍ବା ସରକାରୀ ଡାଟାବେସ୍ ଅପଡେଟ୍ କରିବାର ବାହାନା କରି ଲୋକଙ୍କୁ ଠକୁଛନ୍ତି। ସେମାନଙ୍କର କାମ କରିବାର ପଦ୍ଧତି ବହୁତ ସରଳ ଅଟେ।

  • ଠକମାନେ ଲୋକଙ୍କୁ କଲ୍‍ କରନ୍ତି, ବିଶେଷକରି 45 ବର୍ଷରୁ ଅଧିକ ବୟସ୍କମାନଙ୍କୁ କଲ କରି ସେମାନଙ୍କୁ ପଚାରନ୍ତି ଯେ ସେମାନେ ପ୍ରଥମ କୋଭିଡ-19 ଡୋଜ୍‍ ନେଇଛନ୍ତି କି ନାହିଁ।
  • ଯେଉଁମାନେ ଟୀକାର ପ୍ରଥମ ଡୋଜ୍‍ ନେଇସାରିଛନ୍ତି ବୋଲି ନିଶ୍ଚିତ କରନ୍ତି, ସେମାନଙ୍କ ମୋବାଇଲ୍‍ ନମ୍ବରକୁ OTP ନମ୍ବର ପଠାଯାଏ। ତାପରେ ଡାଟାବେସ୍ ଅପଡେଟ୍ କରିବା ବାହାନାରେ ସେମାନଙ୍କୁ OTP ନମ୍ବର ଶେୟାର କରିବାକୁ କୁହାଯାଏ।
  • ଯେଉଁମାନେ ଟୀକାକରଣ କରିନାହାଁନ୍ତି ସେମାନଙ୍କ ମୋବାଇଲକୁ ମଧ୍ୟ OTP ନମ୍ବର ପଠାଯାଏ। ଏହାପରେ, ଟୀକାକରଣର ପ୍ରଥମ ଡୋଜ୍‍ ପାଇଁ ଏକ ନିଶ୍ଚିତ ବୁକିଂ କରିବା ବାହାନାରେ ସେମାନଙ୍କୁ OTP ନମ୍ବର ଶେୟାର କରିବାକୁ କୁହାଯାଏ।

ଆପଣଙ୍କୁ ଏହି ଦୁଇଟି ପ୍ରକ୍ରିୟା ଅତି ସହଜ ଲାଗିପାରେ, କିନ୍ତୁ ଆପଣଙ୍କ ମୋବାଇଲରେ ଆସିଥିବା OTP ନମ୍ବର ଶେୟାର କରିବା ଅତ୍ୟନ୍ତ ବିପଜ୍ଜନକ ମଧ୍ୟ ହୋଇପାରେ। ଏହାଦ୍ୱାରା ଠକମାନେ ଆପଣଙ୍କ ଫୋନରେ ଥିବା ଆପ୍‌ଗୁଡ଼ିକ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ମଧ୍ୟ ଆକ୍ସେସ କରିପାରିବେ।

ସୋସିଆଲ ମିଡିଆରେ ଯାଞ୍ଚ ହୋଇନଥିବା ଉତ୍ସଗୁଡ଼ିକ ମାଧ୍ୟମରେ ଠକେଇ

ମହାମାରୀର ଦ୍ୱିତୀୟ ଲହରୀ ସମୟରେ, ଆପଣ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ପାଇବେ ଯାହା ସାହାଯ୍ୟରେ ଯାଞ୍ଚ ହୋଇଥିବା ବିକ୍ରେତାମାନେ ଲୋକଙ୍କୁ ଟିକା ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଯେପରିକି ଡାକ୍ତରଖାନାରେ ଶଯ୍ୟା ଇତ୍ୟାଦି ଯୋଗାଉଛନ୍ତି।

ଅନେକ ଠକମାନେ ଏହି ସୂଚନାର ସୁଯୋଗ ନେଇ ଅକ୍ସିଜେନ ସିଲିଣ୍ଡର ବିତରକ ହୋଇ ଲୋକଙ୍କୁ ଠକିବକୁ ଲାଗିଲେ।

WhatsApp ଏବଂ SMS ମାଧ୍ୟମରେ ଲୋକଙ୍କୁ ନକଲି ମେସେଜ ପଠାଗଲା। ଏହି ମେସେଜରେ ସେମାନଙ୍କୁ କୋଭିଡଙ୍କ ପାଇଁ ମାଗଣା ଟିକା ପାଇଁ ପଞ୍ଜୀକରଣ କରିବାକୁ ପ୍ରତିଶୃତି ଦିଆଯାଇଥିଲା ଏବଂ ଲୋକଙ୍କୁ ମେସେଜରେ ଥିବା ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଇଥିଲା। ତାହା ଏକ ମାଲୱାର ଲିଙ୍କ୍ ହୋଇଥାଏ, ଯାହା ମାଧ୍ୟମରେ ଠକମାନେ ଲୋକଙ୍କ ବ୍ୟକ୍ତିଗତ ସୂଚନା ଚୋରି କରନ୍ତି। ଯାହା ମାଧ୍ୟମରେ ସେମାନେ ଆପଣଙ୍କର ଡିଭାଇସ୍ ଏବଂ ସଂପୃକ୍ତ ଆକାଉଣ୍ଟ୍‍ଗୁଡ଼ିକର ଆକ୍ସେସ ମିଳିଯାଏ।

ଇଞ୍ଜେକ୍ସନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ମେଡିସିନ୍‍ ବିଷୟରେ ସୋସିଆଲ ମିଡିଆ ଚ୍ୟାନେଲରେ ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ବିଜ୍ଞାପନ ବିଷୟରେ ପ୍ରଚାର କରାଯାଇଥିଲା। ସେଥିପାଇଁ ଲୋକମାନେ ଅଧିକ ବ୍ୟସ୍ତ ହୋଇପଡ଼ିଥିଲେ।

ବାସ୍ତବରେ, ଅନେକ ଲୋକ Facebook ଏବଂ Instagram ନକଲି ଡାକ୍ତରଙ୍କ ପ୍ରୋଫାଇଲର ଶିକାର ହୋଇଛନ୍ତି। ଏହି ପ୍ରୋଫାଇଲଗୁଡ଼ିକରେ, ଠକମାନେ ମେଡିସିନ୍‍ ଏବଂ ଅମ୍ଳଜାନ ସିଲିଣ୍ଡର ପାଇଁ “ଯାଞ୍ଚ ହୋଇଥିବା ଉତ୍ସ” ର ମିଥ୍ୟା ଟ୍ୟାଗ୍ ସହିତ ବିଜ୍ଞାପନ ଦେଇଥିଲେ।

ଏହା ବ୍ୟତୀତ, ଏହି ଠକମାନେ ଇଞ୍ଜେକ୍ସନ ଏବଂ କଷ୍ଟସାଧ୍ୟ ମେଡିସିନ୍‍ ପାଇଁ ଲୋକଙ୍କଠାରୁ ଆଡଭାନ୍ସ ପେମେଣ୍ଟ ମଧ୍ୟ ନେଇଥିଲେ ଏବଂ ପରେ ଲୋକମାନଙ୍କର କଲ୍‍ କିମ୍ବା ନମ୍ବରକୁ ବ୍ଲକ୍‍ କରିଦେଇଥିଲେ।

ଠକ ୱେବସାଇଟ୍ କିପରି ଚିହ୍ନଟ କରିବେ ଏବଂ Covid ପାଇଁ କିପରି ଦାନ କରିବେ

ସମଗ୍ର ଭାରତ କରୋନା ଜୀବାଣୁ ବିରୁଦ୍ଧରେ ଏକାଠି ଠିଆ ହୋଇଛି। Covid-19 ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ, ଅନେକ ଲୋକ ଆଗକୁ ଆସୁଛନ୍ତି ଏବଂ ଦାନ ମଧ୍ୟ କରୁଛନ୍ତି। ଯଦି ଆପଣ ମଧ୍ୟ ଏହିପରି ଏକ ସଂସ୍ଥାକୁ ଦାନ କରିବାକୁ ଚାହାଁନ୍ତି, ତେବେ Covid-19 ଦ୍ୱାରା ପ୍ରଭାବିତ ଲୋକଙ୍କୁ କିପରି ସାହାଯ୍ୟ କରିବେ ତାହା ଦେଖିବା ପାଇଁ ଆପଣ ସେହି ସଂସ୍ଥାର ୱେବସାଇଟ୍ ପରିଦର୍ଶନ କରିବା ଉଚିତ୍। ୱେବସାଇଟରେ ଦିଆଯାଇଥିବା ସୂଚନା, ସଂସ୍ଥାର ଦାବି ସହିତ ମେଳ ଖାଉଛି କି ନାହିଁ ଯାଞ୍ଚ କରନ୍ତୁ।

ୱେବସାଇଟ୍‌ର URL ‘HTTPS’ କିମ୍ବା ‘HTTP’ ରୁ ଆରମ୍ଭ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ। ‘HTTPS’ ସହିତ ଆରମ୍ଭ ହେଉଥିବା ୱେବସାଇଟ୍ ଗୁଡିକରେ ଏକ SSL ସାର୍ଟିଫିକେଟ୍ ଅଛି। ଏହାକୁ ‘HTTP’ ରୁ ଆରମ୍ଭ ହେଉଥିବା ସାଇଟ୍ ଅପେକ୍ଷା ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଏ। ଯଦିଓ, ଆପଣ ଦାନ କରିବାକୁ ଚାହୁଁଥିବା ସଂସ୍ଥା ବିଷୟରେ ଆପଣଙ୍କ ମନରେ ଯଦି ସନ୍ଦେହ ଅଛି, ତେବେ ଆପଣ PhonePe ଆପ୍‍‌ର ମାଧ୍ୟମରେ ‘ଦାନ’ ଟ୍ୟାବ୍ ଉପରେ କ୍ଲିକ୍‍ କରି ମଧ୍ୟ ଦାନ କରିପାରିବେ।

PhonePe ଆପ୍‍ ବ୍ୟବହାର କରି କିପରି ଦାନ କରିବେ?

PhonePe ସୁନିଶ୍ଚିତ କରେ ଯେ ଆପଣଙ୍କର ଦାନ କେବଳ ଯାଞ୍ଚ ହୋଇଥିବା NGOକୁ ଯାଉଛି ତେଣୁ PhonePe ୱେବସାଇଟରେ ଏହିପରି NGOଗୁଡ଼ିକର ଏକ ତାଲିକା ଦିଆଯାଇଛି। ଆପଣ PhonePe-ରେ ତାଲିକାଭୁକ୍ତ ଯେକୌଣସି NGOକୁ ନିମ୍ନଲିଖିତ ଉପାୟରେ ଦାନ କରିପାରିବେ।

ଷ୍ଟେପ 1: ଆପଣଙ୍କ PhonePe ହୋମ୍‍ ସ୍କ୍ରିନରେ ‘ରିଚାର୍ଜ ଏବଂ ବିଲ୍‍ ପେମେଣ୍ଟ’ ଟାବ ଅଧିନରେ ଥିବା ‘ଦାନ’ ଉପରେ କ୍ଲିକ୍‍ କରନ୍ତୁ।

ଷ୍ଟେପ 2: ତାଲିକାରେ ଅନ୍ତର୍ଭୁକ୍ତ ଥିବା NGO କିମ୍ବା ଅନ୍ୟାନ୍ୟ ସଂଗଠନ କିମ୍ବା ସେହି ଭଲ କାମର ଚୟନ କରନ୍ତୁ ଯାହାପାଇଁ ଦାନ କରିବାକୁ ଚାହୁଁଛନ୍ତି।

ଷ୍ଟେପ 3: ଆପଣଙ୍କର ନାମ ଏବଂ ଇମେଲ୍ ଆଡ୍ରେସ ଏଣ୍ଟର କରନ୍ତୁ।

ଷ୍ଟେପ 4: ଦାନ ଦେବାକୁ ଚାହୁଁଥିବା ରାଶି ଏଣ୍ଟର କରନ୍ତୁ।

ଷ୍ଟେପ 5: ତାଲିକାଭୁକ୍ତ ପେମେଣ୍ଟ ପଦ୍ଧତିରୁ ଏକ ପଦ୍ଧତି ଚୟନ କରନ୍ତୁ। ଆପଣ UPI, ଆପଣଙ୍କ ଡେବିଟ୍‍ କାର୍ଡ୍ କିମ୍ବା PhonePe ୱାଲେଟ୍‍ ବ୍ୟବହାର କରି ଦାନ କରନ୍ତୁ।

ଷ୍ଟେପ 6: ‘ଦାନ କରନ୍ତୁ’ ଟାବରେ କ୍ଲିକ୍‍ କରି ପେମେଣ୍ଟ କରିଦିଅନ୍ତୁ।

PhonePe ବ୍ୟବହାର କରି ଠକାମିଯୁକ୍ତ ଫୋନ୍ ନମ୍ବର ଚିହ୍ନଟ କରିବାର ଉପାୟ

ଜାଲିଆତି କିମ୍ବା ସ୍ପାମ୍ କଲ୍ ଚିହ୍ନଟ କରିବାରେ ଆପଣଙ୍କର ସଜାଗତା, ଆପଣଙ୍କର ସବିଶେଷ ତଥ୍ୟ ଖୋଜିବାକୁ କିମ୍ବା ଆପଣଙ୍କୁ ଅବାଞ୍ଛିତ ପୁରସ୍କାରର ପ୍ରତିଶୃତି ଦେବା ଅନ୍ୟ ଲୋକଙ୍କୁ ସମାନ ଭାବରେ ସଚେତନ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ଚିକିତ୍ସା ସେବା ଏବଂ ଅମ୍ଳଜାନ ଯୋଗାଣ ପାଇଁ କଲ୍ / ଯାଞ୍ଚ ହୋଇନଥିବା ଯୋଗାଯୋଗ ଗ୍ରହଣ କରୁଛନ୍ତି ଏବଂ ଏହାର ସତ୍ୟତା ବିଷୟରେ ନିଶ୍ଚିତ ନୁହଁନ୍ତି, ତେବେ ଆପଣ ସଂଖ୍ୟାଗୁଡ଼ିକର ତାଲିକା ଯାଞ୍ଚ କରିବା ପାଇଁ https://www.phonepe.com/security/covid-frauds/ ରେ ଲଗ୍ ଇନ୍‍ କରିପାରିବେ। ଏହିପରି ଠକେଇରୁ ଲୋକଙ୍କୁ ସଚେତନ କରିବା ପାଇଁ ଆପଣ ପାଇଥିବା ନମ୍ବରକୁ ତାଲିକାରେ ମଧ୍ୟ ଅପଡେଟ୍ କରିପାରିବେ।

ମନେରଖନ୍ତୁ: OTP / CVV କିମ୍ବା UPI MPIN ପରି ବ୍ୟକ୍ତିଗତ ଏବଂ ସମ୍ବେଦନଶୀଳ ତଥ୍ୟ ଶେୟାର କରିବାକୁ PhonePe ଆପଣଙ୍କୁ କଦାପି କଲ୍‍ କରେ ନାହିଁ।

ଠକାମିରୁ ସୁରକ୍ଷିତ ରହିବା ପାଇଁ କଣ କରିବା ଏବଂ କଣ ନ କରିବା ଆବଶ୍ୟକ

କଣ କରିବା ଆବଶ୍ୟକ: ନକଲି ଫୋନ୍ କଲ ଦ୍ୱାରା ଠକାମିରୁ ଦୂରେଇ ରହିବା କଷ୍ଟକର ନୁହେଁ। ଆପଣଙ୍କୁ କେବଳ ଏତିକି କରିବାକୁ ହେବ।

  • ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଟଙ୍କା ପଠାଇବା ପୂର୍ବରୁ, ତାଙ୍କ ସହ ଜଡ଼ିତ ସମସ୍ତ ତଥ୍ୟକୁ ଭଲ ଭାବରେ ଯାଞ୍ଚ କରନ୍ତୁ।
  • ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଆକାଉଣ୍ଟଧାରୀଙ୍କ ନାମ, ବ୍ୟାଙ୍କ ଆକାଉଣ୍ଟ ସୂଚନା ଏବଂ ଯୋଗାଯୋଗ ସୂଚନା, ତଥା ଅନ୍ୟାନ୍ୟ ପ୍ରାସଙ୍ଗିକ ସୂଚନା ସଠିକ୍ ଅଟେ।
  • ଗୁଜବ ଉପରେ ଆଧାର କରି କୌଣସି ଥାର୍ଡ ପାର୍ଟି ଆପ୍ ଇନଷ୍ଟଲ କରନ୍ତୁ ନାହିଁ । ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ କେବଳ ଯାଞ୍ଚ ଏବଂ ବିଶ୍ୱସ୍ତ ଆପ୍ ଡାଉନଲୋଡ୍ କରନ୍ତୁ।
  • ଯଦି ଆପଣ ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଟଙ୍କା ପଠାଇ ଦେଇଛନ୍ତି, ତୁରନ୍ତ ଆପଣଙ୍କର ବ୍ୟାଙ୍କ୍‍ କିମ୍ବା ସାଇବର ସେଲ୍କୁ ଜଣାନ୍ତୁ।
  • ଏହା ପରେ, ଆପଣଙ୍କର ଫୋନ୍ ଏବଂ PhonePe ଆକାଉଣ୍ଟରେ ସେହି ଅଜ୍ଞାତ ବ୍ୟକ୍ତିଙ୍କ ନମ୍ବରକୁ ଅବରୋଧ କରନ୍ତୁ, ଯାହାଫଳରେ ସେ ଭବିଷ୍ୟତରେ ଆପଣଙ୍କୁ ଟଙ୍କା ପଠାଇବାକୁ ଅନୁରୋଧ କରିପାରିବେ ନାହିଁ।
  • ଆପଣଙ୍କର PhonePe ଆପର “ସହାୟତା” ବିଭାଗରେ ଲଗ୍ ଇନ୍‍ କରି ଏକ ଠକେଇ ଘଟଣାର ରିପୋର୍ଟ କରନ୍ତୁ ଏବଂ “ଆକାଉଣ୍ଟ୍ ସିକ୍ୟୁରିଟି ଏବଂ ଜାଲିଆତି କାର୍ଯ୍ୟକଳାପ ରିପୋର୍ଟ” ବ୍ୟବହାର କରନ୍ତୁ । ଯଦି ଆପଣ ଚାହାଁନ୍ତି, ଆପଣ support.phonepe.com କୁ ମଧ୍ୟ ଲଗ୍ ଇନ୍ କରିପାରିବେ।
  • ସର୍ବଦା ମନେରଖନ୍ତୁ ଯେ କୌଣସି UPI ଆପରେ ଟଙ୍କା ପାଇବା ପାଇଁ, ଆପଣଙ୍କର UPI ପିନ୍‍ ଏଣ୍ଟର କରିବା ଆବଶ୍ୟକ ନାହିଁ ।

କଣ ନ କରିବା ଆବଶ୍ୟକ: ଜାଲିଆତିରୁ ରକ୍ଷା ପାଇବା ପାଇଁ, ଏହା କରନ୍ତୁ ନାହିଁ

  • କେବେବି ଆପଣଙ୍କର UPI ପିନ୍ ଏବଂ OTP କାହା ସହିତ ଶେୟାର କରନ୍ତୁ ନାହିଁ। PhonePe କର୍ମଚାରୀମାନେ ଆପଣଙ୍କର ବ୍ୟକ୍ତିଗତ ସୂଚନା କେବେ ପଚାରନ୍ତି ନାହିଁ।
  • Twitter, Facebook, LinkedIn ଏବଂ Instagram ରେ ଆପଣଙ୍କ ସୋସିଆଲ ମିଡିଆର ସୂଚନା ଶେୟାର କରନ୍ତୁ ନାହିଁ।
  • ଅଜଣା ବ୍ୟବସାୟୀଙ୍କ ପ୍ରଲୋଭନକାରୀ ଅଫର୍‍ ଜାଲରେ ପଡ଼ନ୍ତୁ ନାହିଁ।
  • ବ୍ୟାଙ୍କ ସୂଚନା ମାଗୁଥିବା ଏପରି କୌଣସି ଫର୍ମ ପୂରଣ କରନ୍ତୁ ନାହିଁ।
  • ପେମେଣ୍ଟ କରିବା /ପାଇବା ପାଇଁ Screen Share, Anydesk, Teamviewer ପରି ଥାର୍ଡ୍-ପାର୍ଟି ଆପ୍‍‌ଗୁଡ଼ିକୁ ଡାଉନଲୋଡ୍ କରନ୍ତୁ।
  • ଯୋଗାଯୋଗ କରିବାକୁ ସର୍ଚ୍ଚ ଇଞ୍ଜିନ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରଦାନ କରାଯାଇଥିବା ହେଲ୍ପଲାଇନ ନମ୍ବର ବ୍ୟବହାର କରନ୍ତୁ ନାହିଁ। ସହାୟତା ପାଇଁ କେବଳ ଅଫିସିଆଲ୍ ୱେବସାଇଟରେ ଦେଖନ୍ତୁ।
  • ଅଜଣା ଠିକଣାରୁ ମିଳିଥିବା ଲିଙ୍କ୍‍ ଉପରେ କଦାପି କ୍ଲିକ୍ କରନ୍ତୁ ନାହିଁ କିମ୍ବା ସେମାନଙ୍କ ଇମେଲ୍‍ କିମ୍ବା ମେସେଜର ଉତ୍ତର ଦିଅନ୍ତୁ ନାହିଁ।

ଯଦି ଆପଣ PhonePe-ର ଗ୍ରାହକ ସହାୟତା ଟିମ୍‍ ସହିତ ଯୋଗାଯୋଗ କରିବାକୁ ଚାହାଁନ୍ତି, ତେବେ ଆମର ଅଫିସିଆଲ୍ ୱେବସାଇଟ୍ https://support.phonepe.com/ କୁ ଯାଆନ୍ତୁ। ଯଦି ଆପଣ ଚାହାଁନ୍ତି, ଆପଣ ଆମର ଗ୍ରାହକ ସେବା ଅଧିକାରୀମାନଙ୍କୁ 0806–8727–374 କିମ୍ବା 0226–8727–374 ରେ ଯେକୌଣସି ସମୟରେ କଲ କରିପାରିବେ।

ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେବଳ ଆମର ଅଫିସିଆଲ୍ ଆକାଉଣ୍ଟ ମାଧ୍ୟମରେ ହିଁ ଆମ ସହିତ ଯୋଗାଯୋଗ କରନ୍ତୁ।

Keep Reading