
Trust & Safety
KYC ଠକାମି ମାଧ୍ୟମରେ ପରିଚୟ ଚୋରି: ନିଜକୁ କିପରି ସୁରକ୍ଷିତ ରଖିବେ
PhonePe Regional|5 min read|21 July, 2025
ଯେତେବେଳେ ଆପଣ କୌଣସି ଏକ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାରେ ଏକ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି, ସେମାନେ ଆପଣଙ୍କୁ ଆପଣଙ୍କ ପରିଚୟର ଯାଞ୍ଚ କରାଇବାକୁ କହିଥାନ୍ତି। ଏହା ଏକ KYC ପ୍ରକ୍ରିୟା ମାଧ୍ୟମରେ କରାଯାଏ ଯେଉଁଥିରେ ଆଧାର, PAN କିମ୍ବା ଅନ୍ୟାନ୍ୟ RBI-ଅନୁମୋଦିତ ଡକ୍ୟୁମେଣ୍ଟ ପରି ବିଭିନ୍ନ ଡକ୍ୟୁମେଣ୍ଟ ଦାଖଲ କରିବା ଅନ୍ତର୍ଭୁକ୍ତ ହୋଇଥାଏ।
ଆଜିକାଲି, ଆର୍ଥିକ ସଂସ୍ଥାଗୁଡ଼ିକ “ଡିଜିଟାଲ KYC” ମାଧ୍ୟମରେ ଏହି ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ କରୁଛନ୍ତି। ଏହି ଡିଜିଟାଲ KYCରେ ଗ୍ରାହକଙ୍କ ଲାଇଭ ଫଟୋ ଏବଂ ସେମାନଙ୍କ ଡକ୍ୟୁମେଣ୍ଟ କିମ୍ବା ଆଧାର ପ୍ରମାଣକୁ କ୍ୟାପଚର କରାଯାଇଥାଏ ଯେଉଁଥିରେ ଅଫଲାଇନ ଯାଞ୍ଚ କରାଯାଇପାରିବ ନାହିଁ।
KYC ଠକାମି ଏବଂ ଆକାଉଣ୍ଟ ସସପେନସନ ସ୍କାମ ମାଧ୍ୟମରେ ପରିଚୟ ଚୋରି କ’ଣ?
KYC ପରିଚୟ ଚୋରିରେ ଠକମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରନ୍ତି କିମ୍ବା ଏକ ନକଲି ପରିଚୟ ସୃଷ୍ଟି କରନ୍ତି ଏବଂ KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଜାଲିଆତି କରି ସେଗୁଡ଼ିକର ବ୍ୟବହାର କରନ୍ତି। ଯାଞ୍ଚ ସମ୍ପନ୍ନ ହେବା ପରେ ସେମାନେ ଆପଣଙ୍କ ଆକାଉଣ୍ଟକୁ ଅନଧିକୃତ ଭାବରେ ଆକ୍ସେସ କରିପାରନ୍ତି କିମ୍ବା ଏକ ନୂତନ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କ KYC ବ୍ୟବହାର କରନ୍ତି, ଆପଣଙ୍କ ନାମରେ ଲୋନ ଏବଂ କ୍ରେଡିଟ କାର୍ଡ ନିଅନ୍ତି ଯାହା ଆପଣଙ୍କର ଆର୍ଥିକ କ୍ଷତି କରିବା ସହିତ ଆପଣଙ୍କ ସୁନାମକୁ କ୍ଷତିଗ୍ରସ୍ତ କରିଥାଏ।
ଆଜିର ଡିଜିଟାଲ ଦୁନିଆରେ ପରିଚୟ ଚୋରି ଏକ ବଡ଼ ବିପଦ ପାଲଟିଛି, ବିଶେଷକରି ଯେତେବେଳେ ଠକମାନେ ଚୋରି କିମ୍ବା ନକଲ କରାଯାଇଥିବା ଡକ୍ୟୁମେଣ୍ଟ ବ୍ୟବହାର କରି KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ସହିତ ଆପଣଙ୍କ ଆକାଉଣ୍ଟଗୁଡ଼ିକୁ ନିୟନ୍ତ୍ରଣ କରିଥାନ୍ତି।
ଏହାବ୍ୟତୀତ, ଏହି ବିପଦ KYC ସମ୍ବନ୍ଧୀୟ ‘ଆକାଉଣ୍ଟ ସସପେନସନ’ ସ୍କାମ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିଛି। ଏହା ଭୟ ଉପରେ ଆଧାରିତ ଏକ ସୋସିଆଲ ଇଞ୍ଜିନିୟରିଂ କୌଶଳ, ଯେଉଁଠାରେ ଠକମାନେ ଜାଣିଶୁଣି ଏକ ଚାପଗ୍ରସ୍ତ ପରିସ୍ଥିତି ସୃଷ୍ଟି କରନ୍ତି। ଆପଣଙ୍କ KYC ଡକ୍ୟୁମେଣ୍ଟ ଅସମ୍ପୂର୍ଣ୍ଣ ରହିଛି କିମ୍ବା ଏକ୍ସପାୟାର ହୋଇଯାଇଛି ବୋଲି ଦର୍ଶାଇ, ଠକମାନେ ଆପଣଙ୍କୁ ଯୋଗାଯୋଗ କରି କୁହନ୍ତି ଯେ ଆପଣଙ୍କ ପେମେଣ୍ଟ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟ କିମ୍ବା ଡିଜିଟାଲ ୱାଲେଟ ଅଳ୍ପ ସମୟ ଭିତରେ (ଯେପରିକି 24 ଘଣ୍ଟା ମଧ୍ୟରେ) ସବୁଦିନ ପାଇଁ ବ୍ଲକ୍ କିମ୍ବା ସସପେଣ୍ଡ ହୋଇଯିବ। ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣଙ୍କ ମନରେ ଆତଙ୍କ ସୃଷ୍ଟି କରିବା, ଯାହାଫଳରେ ଆପଣ କୌଣସି ଯୁକ୍ତିଯୁକ୍ତ ବିଚାର ନକରି ତରବରିଆ ଭାବେ ସେମାନଙ୍କୁ ନିଜର ସମ୍ବେଦନଶୀଳ ଆର୍ଥିକ ତଥ୍ୟ କିମ୍ବା ଆକାଉଣ୍ଟ ଆକ୍ସେସ ଦେଇଦେବେ।
ପରିଚୟ ଚୋରି ଏବଂ KYC ଠକାମି ଘଟିବାର ଅନେକ ପରିସ୍ଥିତି ରହିଛି:
- ପରିସ୍ଥିତି 1: ଠକମାନେ ବିଭିନ୍ନ ଫିସିଂ ପଦ୍ଧତି ମାଧ୍ୟମରେ ଆପଣଙ୍କର ବ୍ୟକ୍ତିଗତ ପରିଚୟ ତଥ୍ୟ ଚୋରି କରିପାରିବେ।
ଉଦାହରଣ ସ୍ୱରୂପ, ଅର୍ଜୁନଙ୍କ ସହ ଜଣେ ଠକ ଯୋଗାଯୋଗ କଲା ଏବଂ ତାଙ୍କୁ ଆକର୍ଷଣୀୟ ଇନଭେଷ୍ଟମେଣ୍ଟ ରିଟର୍ନ ମିଳିବାର ପ୍ରତିଶ୍ରୁତି ଦେଲା। ଆଗକୁ ବଢ଼ିବା ପାଇଁ, ଅର୍ଜୁନଙ୍କୁ ନିଜର ବ୍ୟକ୍ତିଗତ ବିବରଣୀ ଯାଞ୍ଚ କରିବାକୁ କୁହାଗଲା। ଠକକୁ ବିଶ୍ୱାସ କରି ଏବଂ ନିଜର ଇନଭେଷ୍ଟମେଣ୍ଟ ସୁରକ୍ଷିତ ଭାବେ ପରିଚାଳିତ ହେବ ବୋଲି ଭାବି, ସେ ନିଜର ଆକାଉଣ୍ଟର ବିବରଣୀ ଏବଂ OTP ସେୟାର କରିଦେଲେ। ଏହି ଚୋରି ତଥ୍ୟର ବ୍ୟବହାର କରି, ଠକ ଜଣକ ଅର୍ଜୁନଙ୍କ ଆକାଉଣ୍ଟକୁ ଆକ୍ସେସ କଲା ଏବଂ ଅନଧିକୃତ ଟ୍ରାଞ୍ଜାକସନ କଲା।
- ପରିସ୍ଥିତି 2: ଠକମାନେ ଆପଣଙ୍କୁ ଠକେଇ ଏପରି ଏକ ଆକାଉଣ୍ଟ ପାଇଁ KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କହିପାରନ୍ତି, ଯାହାକି ଆପଣଙ୍କର ନୁହେଁ। ତା’ପରେ, ସେମାନେ ଆପଣଙ୍କ ଅଜାଣତରେ ସେହି ଆକାଉଣ୍ଟକୁ ଜାଲିଆତି କାର୍ଯ୍ୟ ପାଇଁ ଅପବ୍ୟବହାର କରନ୍ତି।
ଉଦାହରଣ ସ୍ୱରୂପ, ଜଣେ ଠକ ଡେଭିଡଙ୍କ ସହ ଯୋଗାଯୋଗ କଲା ଏବଂ ତାଙ୍କୁ ଲୋନ କରାଇଦେବାର ପ୍ରତିଶ୍ରୁତି ଦେଲା। ଠକ ଜଣକ ଡେଭିଡ୍ଙ୍କୁ ଏକ ଆକାଉଣ୍ଟ ପାଇଁ KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କହିଲା, ଯାହା ପ୍ରକୃତରେ ଡେଭିଡଙ୍କ ନାମରେ ନୁହେଁ ବରଂ ପୂର୍ବରୁ ଠକ ନାମରେ ତିଆରି ହୋଇଥିଲା। ଏହାକୁ ଲୋନ ଆବେଦନ ପ୍ରକ୍ରିୟାର ଏକ ବୈଧ ଅଂଶ ଭାବି ଡେଭିଡ ରାଜି ହୋଇଗଲେ। ସେ KYC ପାଇଁ ନିଜର ବ୍ୟକ୍ତିଗତ ବିବରଣୀ ଦାଖଲ କଲେ ଏବଂ ଅଜାଣତରେ ଠକକୁ ସେହି ଆକାଉଣ୍ଟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦେଇଦେଲେ। ଏହାପରେ ଠକ ଜଣକ ସେହି ଆକାଉଣ୍ଟକୁ ଫ୍ରଡ ଲୋନ ଟ୍ରାଞ୍ଜାକସନ ପାଇଁ ଅପବ୍ୟବହାର କଲା, ଯାହା ଡେଭିଡଙ୍କୁ ଅଜାଣତରେ ଏକ ବଡ଼ ବିପଦରେ ପକାଇଦେଲା।
- ପରିସ୍ଥିତି 3: ଲଗଇନ ତଥ୍ୟ ଚୋରି କରିବାକୁ ଠକମାନେ ଏପରି ମେସେଜ୍ ପଠାନ୍ତି ଯାହା ବ୍ୟାଙ୍କ କିମ୍ବା ଆପ୍ଲିକେସନରୁ ଆସିଥିବା ଅଫିସିଆଲ ମେସେଜ ପରି ଦେଖାଯାଏ ଏବଂ ସେଥିରେ ଜରୁରୀ ଚେତାବନୀ ରହିଥାଏ।
ଉଦାହରଣ ସ୍ୱରୂପ, ବିଳମ୍ବିତ ରାତିରେ ନିଶାଙ୍କ ଫୋନକୁ “PP-ALERT” ନାମରେ ଏକ ମେସେଜ ଆସେ। ମେସେଜରେ ଏକ ଛୋଟ ଲିଙ୍କ ଥାଏ ଏବଂ ଲେଖାଥାଏ: “ଜରୁରୀ: ଆପଣଙ୍କ କେୱାଇସି ଅସମ୍ପୂର୍ଣ୍ଣ ଅଛି। ଆଗାମୀ 15 ମିନିଟ ମଧ୍ୟରେ ଆପଣଙ୍କର ଆଧାର ଯାଞ୍ଚ କରିବାକୁ ଏଠାରେ କ୍ଲିକ୍ କରନ୍ତୁ, ନଚେତ୍ ଆପଣଙ୍କର ଆକାଉଣ୍ଟ ସବୁଦିନ ପାଇଁ ବ୍ଲକ୍ ହୋଇଯିବ ଏବଂ ଆପଣଙ୍କ ଟଙ୍କା ଜବତ କରାଯିବ।” ଡରିଯାଇ, ନିଶା ଲିଙ୍କରେ କ୍ଲିକ କରନ୍ତି, ଏକ ନକଲି ୱେବସାଇଟକୁ ଯାଆନ୍ତି, ଏବଂ ନିଜର ନମ୍ବର ଏବଂ OTP ଏଣ୍ଟର କରନ୍ତି। କିନ୍ତୁ ଯେତେବେଳେ ଠକମାନେ ଅନ୍ୟ ଏକ ସହରରୁ ତାଙ୍କ ଆକାଉଣ୍ଟରେ ଲଗଇନ କରିବାକୁ ଚେଷ୍ଟା କରନ୍ତି, PhonePe ର ସୁରକ୍ଷା ବ୍ୟବସ୍ଥା ସକ୍ରିୟ ହୋଇଯାଏ। ଫୋନପେ ପ୍ରୋଟେକ୍ଟ (PhonePe Protect) ସଙ୍ଗେ ସଙ୍ଗେ ସେହି ଅଚିହ୍ନା ଡିଭାଇସ ଏବଂ ସନ୍ଦେହଜନକ ଲୋକେସନକୁ ଚିହ୍ନଟ କରେ। ଏହା ଲଗଇନ ପ୍ରୟାସକୁ ସମ୍ପୂର୍ଣ୍ଣ ରୂପେ ବ୍ଲକ୍ କରିଦିଏ ଏବଂ ନିଶାଙ୍କ ଫୋନକୁ ସଙ୍ଗେ ସଙ୍ଗେ ଏକ ନୋଟିଫିକେସନ୍ ପଠାଏ: “ସନ୍ଦେହଜନକ ଲଗଇନ ପ୍ରୟାସ ବ୍ଲକ କରାଯାଇଛି। ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖନ୍ତୁ।”
- ପରିସ୍ଥିତି 4: ଜଣେ ଠକ ନିଜକୁ କମ୍ପଲାଏନ୍ସ ଟିମ୍ ଅଧିକାରୀ ଭାବରେ ପରିଚୟ ଦେଇ ଆକାଉଣ୍ଟ ବ୍ଲକ ହେବାର ଚେତାବନୀ ଦିଏ ଏବଂ ଏହାର ତୁରନ୍ତ ସମାଧାନ ପାଇଁ ଏକ ସ୍କ୍ରିନ-ସେୟାରିଂ ଆପ୍ ଡାଉନଲୋଡ କରିବାକୁ କହେ।
ଉଦାହରଣ ସ୍ୱରୂପ, ନିଜକୁ “KYC କମ୍ପଲାଏନ୍ସ ଡେସ୍କରୁ ଅଞ୍ଜଳି” ବୋଲି ପରିଚୟ ଦେଇ ଜଣେ କଲର୍ ବିକ୍ରମଙ୍କ ସହ ଯୋଗାଯୋଗ କରେ ଏବଂ ଏକ ବାଧ୍ୟତାମୂଳକ ଅଡିଟ ଯୋଗୁଁ ତାଙ୍କ ୱାଲେଟ ସସପେଣ୍ଡ ହୋଇଯାଇଛି ବୋଲି ଚେତାବନୀ ଦିଏ। ସେ କହେ ଯେ ବିକ୍ରମ ସହଯୋଗ କଲେ ମାତ୍ର ଦୁଇ ମିନିଟରେ ଏହାର ସମାଧାନ ହୋଇଯିବ ଏବଂ ତାଙ୍କୁ ଏକ ରିମୋଟ-ଆକ୍ସେସ ଆପ୍ ଡାଉନଲୋଡ କରିବାକୁ ନିର୍ଦ୍ଦେଶ ଦେଇ କହେ: “QuickVerify ଟୁଲ୍ ଇନଷ୍ଟଲ କରନ୍ତୁ ଏବଂ ମୁଁ ଲାଇନରେ ଥିବା ବେଳେ ଆପଣଙ୍କ PhonePe ଆପ୍ ଖୋଲନ୍ତୁ। ଆମ ସିଷ୍ଟମ ଆପଣଙ୍କ ବିବରଣୀକୁ ସୁରକ୍ଷିତ ଭାବେ ସିଙ୍କ୍ କରିବ ଏବଂ ଆପଣଙ୍କ ୱାଲେଟ ଅନଫ୍ରିଜ କରିଦେବ।” ବିକ୍ରମ ତାଙ୍କ କଥା ମାନି ଯେତେବେଳେ ବ୍ୟାକଗ୍ରାଉଣ୍ଡରେ ସ୍କ୍ରିନ-ସେୟାର ଆପ୍ ଆକ୍ଟିଭ ରଖି PhonePe ଆପ୍ ଖୋଲନ୍ତି, ସେତେବେଳେ ଆପ୍ର ଇଣ୍ଟରନାଲ ସିକ୍ୟୁରିଟି ବ୍ୟବସ୍ଥା ତୁରନ୍ତ ସକ୍ରିୟ ହୋଇଯାଏ। PhonePe ର ‘ଡିଭାଇସ ଗାର୍ଡ’ ଆକ୍ଟିଭ ସ୍କ୍ରିନ-ମିରରିଂ ସେସନକୁ ତୁରନ୍ତ ଚିହ୍ନଟ କରିନିଏ ଏବଂ ସିଷ୍ଟମ ଏହି ସୋସିଆଲ ଇଞ୍ଜିନିୟରିଂର ସାଧାରଣ ସଙ୍କେତଗୁଡ଼ିକୁ ମଧ୍ୟ ଧରିନିଏ। ଠକ ଜଣକ ଯେପରି କୌଣସି ସମ୍ବେଦନଶୀଳ ତଥ୍ୟ ଦେଖିନପାରିବ, ସେଥିପାଇଁ PhonePe ତୁରନ୍ତ ସ୍କ୍ରିନକୁ ବ୍ଲାକ୍-ଆଉଟ୍ (ଅନ୍ଧକାର) କରିଦିଏ ଏବଂ ଏକ ସ୍ପଷ୍ଟ ଚେତାବନୀ ସହ ଇଣ୍ଟରଫେସକୁ ଫ୍ରିଜ୍ କରିଦିଏ: “ସମ୍ଭାବ୍ୟ ସ୍କାମ ଚିହ୍ନଟ ହୋଇଛି।”
KYC ଠକାମି ଏବଂ ଆକାଉଣ୍ଟ ହ୍ୟାକ ହେବାର ସାଧାରଣ ଲକ୍ଷଣଗୁଡ଼ିକ
- ଆପଣ ଅନୁରୋଧ କରିନଥିବା ଆକାଉଣ୍ଟ ଖୋଲିବା ବିଷୟରେ ଅପ୍ରତ୍ୟାଶିତ କଲ୍ କିମ୍ବା ଇମେଲ ଆସିବା।
- ଆପଣ ଅନୁମତି ଦେଇନଥିବା ଟ୍ରାଞ୍ଜାକସନ ପାଇଁ ଆଲର୍ଟ କିମ୍ବା SMS ନୋଟିଫିକେସନ ଆସିବା।
- ଆପଣ କେବେ ଆବେଦନ କରିନଥିବା ବିଲ୍ କିମ୍ବା କ୍ରେଡିଟ କାର୍ଡ ପାଇବା।
- ଆପଣଙ୍କ ବ୍ୟାଙ୍କ କିମ୍ବା ଫାଇନାନ୍ସିଆଲ ଆକାଉଣ୍ଟ ଖୋଲିବାରେ ଅସୁବିଧା ହେବା।
- ବହୁତ ଲାଭଜନକ ଅଫର୍ ଦେବା ଏବଂ ଲୋକଙ୍କ ପରିଚୟ ଚୋରି କରି ସେମାନଙ୍କୁ ଠକିବା।
- SMS, WhatsApp, କିମ୍ବା ଇମେଲ ମାଧ୍ୟମରେ ପଠାଯାଇଥିବା ଜରୁରୀ ଲିଙ୍କ୍ (URL), ଯେଉଁଥିରେ ଦାବି କରାଯାଏ ଯେ ଯଦି ଆପଣ KYC ଅପଡେଟ ନକରନ୍ତି ତେବେ ଆପଣଙ୍କ ଆକାଉଣ୍ଟ ବ୍ଲକ୍ କିମ୍ବା ସସପେଣ୍ଡ ହୋଇଯିବ।
ପରିଚୟ ଚୋରି ଏବଂ KYC ଠକାମିରୁ ନିଜକୁ କିପରି ସୁରକ୍ଷିତ ରଖିବେ
- ନିଜର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖନ୍ତୁ: ଫୋନ୍, ଇମେଲ୍ କିମ୍ବା ମେସେଜିଂ ଆପ୍ ମାଧ୍ୟମରେ କେବେବି ସମ୍ବେଦନଶୀଳ ଡକ୍ୟୁମେଣ୍ଟ କିମ୍ବା OTP ସେୟାର କରନ୍ତୁ ନାହିଁ। ଆକାଉଣ୍ଟ୍ ସସପେନସନ ରୋକିବା ପାଇଁ ଏହା ନିହାତି ଜରୁରୀ ବୋଲି କେହି ଦାବି କଲେ ମଧ୍ୟ କାହା ସହିତ OTP, UPI ପିନ, କିମ୍ବା ATM ପିନ ସେୟାର କରନ୍ତୁ ନାହିଁ।
- ଫିସିଂ ଉଦ୍ୟମ ପ୍ରତି ସତର୍କ ରୁହନ୍ତୁ: ସନ୍ଦେହଜନକ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଅବିଶ୍ୱସନୀୟ ୱେବସାଇଟରେ ନିଜ ତଥ୍ୟ ଦିଅନ୍ତୁ ନାହିଁ। ଆକାଉଣ୍ଟ ବ୍ଲକ୍ କିମ୍ବା ବନ୍ଦ ହୋଇଯିବ ବୋଲି ଦାବି କରି SMS, WhatsApp କିମ୍ବା ଇମେଲ ମାଧ୍ୟମରେ ପଠାଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ।
- ନିୟମିତ ଭାବେ ଆପଣଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ: କୌଣସି ବେଆଇନ କାର୍ଯ୍ୟକଳାପ ପାଇଁ ବ୍ୟାଙ୍କ ଷ୍ଟେଟମେଣ୍ଟ, କ୍ରେଡିଟ ରିପୋର୍ଟ ଏବଂ ଆକାଉଣ୍ଟ ଆକ୍ଟିଭିଟି ଯାଞ୍ଚ କରନ୍ତୁ।
- ମଜବୁତ ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରନ୍ତୁ: ସମ୍ଭବ ହେଲେ ସବୁଠାରେ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ (2FA) ସକ୍ରିୟ କରନ୍ତୁ।
- ଯୋଗାଯୋଗର ସତ୍ୟତା ଯାଞ୍ଚ କରନ୍ତୁ: ଯଦି ଆର୍ଥିକ ଅନୁଷ୍ଠାନଗୁଡ଼ିକ ଆପଣଙ୍କୁ ଅଚାନକ ଯୋଗାଯୋଗ କରନ୍ତି, ତେବେ ଅଫିସିଆଲ ମାଧ୍ୟମରେ ସେମାନଙ୍କର ପରିଚୟ ଯାଞ୍ଚ କରନ୍ତୁ। କେବଳ ଯାଞ୍ଚ ହୋଇଥିବା ଆପ୍ ଭିତରେ ଦିଆଯାଇଥିବା ଅଫିସିଆଲ ନମ୍ବର ମାଧ୍ୟମରେ ହିଁ ଗ୍ରାହକ ସେବା (କଷ୍ଟମର ସପୋର୍ଟ) ସହିତ ଯୋଗାଯୋଗ କରନ୍ତୁ, ଅଜଣା SMS ରେ ଆସିଥିବା ନମ୍ବରରେ କେବେ ବି ନୁହେଁ। ଆକାଉଣ୍ଟ ବନ୍ଦ ହେବା ନେଇ ଆସିଥିବା କୌଣସି ଜରୁରୀ ମେସେଜକୁ ବନ୍ଦ କରନ୍ତୁ ଏବଂ ସଠିକ୍ ନୋଟିଫିକେସନ ଯାଞ୍ଚ କରିବା ପାଇଁ ସିଧାସଳଖ ଆପଣଙ୍କ ଫୋନ୍ ମେନ୍ଯୁରୁ ଅଫିସିଆଲ ଆପ୍ ଖୋଲନ୍ତୁ।
- ସ୍କ୍ରିନ୍-ସେୟାରିଂ ଆପ୍ ଠାରୁ ସାବଧାନ ରୁହନ୍ତୁ: ପ୍ରକୃତ କଷ୍ଟମର କେୟାର ଟିମ୍ କେବେବି ଆପଣଙ୍କୁ କୌଣସି ଥାର୍ଡ-ପାର୍ଟି ଆପ୍ଲିକେସନ ଇନଷ୍ଟଲ କରିବାକୁ କହିବେ ନାହିଁ (ବିଶେଷକରି ରିମୋଟ ଡେସ୍କଟପ କିମ୍ବା ସ୍କ୍ରିନ-ସେୟାରିଂ ଆପ୍)।
- ଅପବ୍ୟବହାର ହୋଇଥିବା ଡକ୍ୟୁମେଣ୍ଟଗୁଡିକୁ ତୁରନ୍ତ ରିପୋର୍ଟ କରନ୍ତୁ: ଯଦି ଆପଣଙ୍କ ଆଇଡି ପ୍ରମାଣଗୁଡିକର ଅପବ୍ୟବହାର ହୁଏ, ତେବେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅନୁଷ୍ଠାନକୁ ରିପୋର୍ଟ କରନ୍ତୁ।
- କେବଳ ଅଫିସିଆଲ KYC ମାଧ୍ୟମ ବ୍ୟବହାର କରନ୍ତୁ: କେବଳ ଅଫିସିଆଲ ୱେବସାଇଟ କିମ୍ବା ଯାଞ୍ଚ ହୋଇଥିବା ଏଜେଣ୍ଟଙ୍କ ମାଧ୍ୟମରେ ହିଁ ନିଜର KYC ସମ୍ପୂର୍ଣ୍ଣ କରନ୍ତୁ
PhonePe ଆପଣଙ୍କୁ କିପରି ସୁରକ୍ଷିତ ରଖେ
- ଇଣ୍ଟେଲିଜେଣ୍ଟ ରିସ୍କ ସ୍କୋରିଂ ଇଞ୍ଜିନ: PhonePe ର ବ୍ୟାକଏଣ୍ଡ୍ ସିଷ୍ଟମ ମେସିନ ଲର୍ଣ୍ଣିଂ ଆଲଗୋରିଦମ ବ୍ୟବହାର କରି ପ୍ରତ୍ୟେକ ଟ୍ରାଞ୍ଜାକସନ ଏବଂ ଲଗଇନ ପ୍ରୟାସକୁ ରିଅଲ୍-ଟାଇମରେ ଯାଞ୍ଚ କରେ। ଯଦି ଏକ ସନ୍ଦେହଜନକ ଲିଙ୍କରେ କ୍ଲିକ୍ କରିବା ମାତ୍ରେ କୌଣସି ଅଜଣା ଡିଭାଇସରୁ ଲଗଇନ ହୁଏ, ତେବେ ସିଷ୍ଟମ ତୁରନ୍ତ ସେହି ଆକ୍ଟିଭିଟିକୁ ଫ୍ଲାଗ୍ କିମ୍ବା ବ୍ଲକ୍ କରିଦିଏ।
- ଇନ୍-ଆପ୍ କୈନ୍ଦ୍ରିକ ପ୍ରକ୍ରିୟା: PhonePe ସୁନିଶ୍ଚିତ କରେ ଯେ ପ୍ରକୃତ KYC ଅନୁରୋଧ ଏବଂ ଆକାଉଣ୍ଟ ଅପଡେଟ କେବଳ ଅଫିସିଆଲ ଆପ୍ଲିକେସନର ସୁରକ୍ଷିତ ପରିବେଶ ମଧ୍ୟରେ ହିଁ ପ୍ରୋସେସ ହେବ। ଟେକ୍ସଟ ମେସେଜରେ ପଠାଯାଇଥିବା ବାହ୍ୟ ୱେବ୍ ଲିଙ୍କ୍ ମାଧ୍ୟମରେ KYC ସମ୍ପୂର୍ଣ୍ଣ କରିବାକୁ PhonePe କେବେବି ୟୁଜରମାନଙ୍କୁ ବାଧ୍ୟ କରେ ନାହିଁ।
- ଆପ୍ ଚେତାବନୀ: PhonePe ଆପ୍ ଏପରି ଡିଜାଇନ୍ କରାଯାଇଛି ଯେ ଯେତେବେଳେ ଜଣେ ୟୁଜର୍ କୌଣସି ରିସ୍କ ଥିବା କାର୍ଯ୍ୟ କରିବାକୁ ଯାଆନ୍ତି, ଯେପରିକି ଏକ ନୂଆ ଡିଭାଇସରୁ ଲଗ୍ଇନ୍ ଅନୁମୋଦନ କରିବା କିମ୍ବା ଟଙ୍କା ପଠାଇବା, ସେତେବେଳେ ଏହା ସ୍ପଷ୍ଟ ଚେତାବନୀ ଦେଖାଏ, ଯାହାଦ୍ୱାରା ଠକମାନଙ୍କର ତରବରିଆ ଯୋଜନା ବିଫଳ ହୋଇଯାଏ।
ଯଦି କୌଣସି PhonePe ଆକାଉଣ୍ଟରେ ଆପଣଙ୍କ ପରିଚୟ ତଥ୍ୟର ଅପବ୍ୟବହାର ହୋଇଥାଏ ତେବେ କ’ଣ କରିବେ
ଯଦି ଆପଣ ଠକାମିର ସନ୍ଦେହ କରୁଛନ୍ତି କିମ୍ବା PhonePe ମାଧ୍ୟମରେ ଠକାମିର ଶିକାର ହୋଇଛନ୍ତି, ତେବେ ନିମ୍ନଲିଖିତ ମାଧ୍ୟମରୁ ଯେକୌଣସି ଗୋଟିଏ ଜରିଆରେ ସମସ୍ୟା ଜଣାଇ ତୁରନ୍ତ ପଦକ୍ଷେପ ନିଅନ୍ତୁ:
- PhonePe କଷ୍ଟମର କେୟାର ନମ୍ବର: PhonePe କଷ୍ଟମର କେୟାରକୁ 80–68727374 କିମ୍ବା 022–68727374 ରେ କଲ୍ କରନ୍ତୁ। କଷ୍ଟମର କେୟାର ଏଜେଣ୍ଟ ଏକ ଟିକେଟ ରେଜିଷ୍ଟର କରିବେ ଏବଂ ଆପଣଙ୍କୁ ଆଗକୁ ସାହାଯ୍ୟ କରିବେ।
- ସୋସିଆଲ ମିଡିଆ: PhonePe ର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟଗୁଡିକରେ ଠକାମି ଘଟଣା ବିଷୟରେ ରିପୋର୍ଟ କରନ୍ତୁ:
- Twitter: https://twitter.com/PhonePeSupport
- Facebook: https://www.facebook.com/OfficialPhonePe
- ଅଭିଯୋଗ ସମାଧାନ: ଯଦି ଆପଣଙ୍କ ପାଖରେ ପୂର୍ବରୁ ଏକ ଅଭିଯୋଗ ଟିକେଟ ଅଛି, ତେବେ ଆପଣ ନିଜର ଟିକେଟ ଆଇଡି ବ୍ୟବହାର କରି https://grievance.phonepe.com/ ରେ ଅଭିଯୋଗ ରିପୋର୍ଟ କରିପାରିବେ।
କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବା
- ସାଇବର କ୍ରାଇମ ସେଲ୍: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଅଭିଯୋଗ କରନ୍ତୁ କିମ୍ବା 1930 କୁ କଲ୍ କରନ୍ତୁ।
- ଦୂରସଞ୍ଚାର ବିଭାଗ (DOT): ସଞ୍ଚାର ସାଥୀ ପୋର୍ଟାଲରେ ଥିବା ଚକ୍ଷୁ ସୁବିଧା ମାଧ୍ୟମରେ ସନ୍ଦେହଜନକ ମେସେଜ୍, କଲ୍, କିମ୍ବା କୌଣସି ଠକାମି ଅନୁରୋଧ ରିପୋର୍ଟ କରନ୍ତୁ।
ଅସ୍ୱୀକରଣ: ଏହି ବିଷୟବସ୍ତୁ ମୂଳତଃ ଜୁଲାଇ 2025 ରେ ପ୍ରକାଶିତ ହୋଇଥିଲା ଏବଂ ବର୍ତ୍ତମାନର ନିୟାମକ ମାର୍ଗଦର୍ଶିକା ସହିତ ପ୍ରାସଙ୍ଗିକତା ଏବଂ ସମାନତା ପାଇଁ ଅକ୍ଟୋବର 2026 ରେ ଏହାକୁ ଭଲଭାବେ ରିଭ୍ଯୁ ଓ ଅପଡେଟ କରାଯାଇଛି।
