PhonePe Blogs Main Featured Image

Trust & Safety

KYC ଠକାମି: ଏହା କଣ ଏବଂ ଆପଣ ଏହାଠାରୁ କିପରି ସୁରକ୍ଷିତ ରହିପାରିବେ

PhonePe Regional|2 min read|30 April, 2021

URL copied to clipboard

ଶୀଘ୍ର KYC କରିବାକୁ ଯାଇ ଅଧିକାଂଶ ଗ୍ରାହକ KYC ଠକାମିର ଶିକାର ହେଉଛନ୍ତି । ଏହି ଠକାମିର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ନିମ୍ନରେ ଦିଆ ହୋଇଛି ।

ରୋହନଙ୍କୁ ଜଣେ ବ୍ୟକ୍ତିଙ୍କ ଠାରୁ ଫୋନ୍ କଲ୍ ଆସିଲା ଏବଂ ସେହି ବ୍ୟକ୍ତି ଜଣକ ତାଙ୍କୁ KYC ସମ୍ପୂର୍ଣ୍ଣ କରିଛନ୍ତି ନା ନାହିଁ ପଚାରିଲେ । ଫୋନ୍ କରିଥିବା ବ୍ୟକ୍ତି ଜଣକ KYC ର ଗୁରୁତ୍ୱପୂର୍ଣ୍ଣତା ଏବଂ ଏହାକୁ କରିବା ପାଇଁ ବିଳମ୍ବ ନ କରିବା କାହିଁକି ଆବଶ୍ୟକ ତାହା ଜଣାଇଲେ । ତାପରେ ଅଳ୍ପ କିଛି ଟଙ୍କା ନେଇ ସେ ରୋହନଙ୍କ KYC ସିଧାସଳଖ ଫୋନ୍‌ରେ ହିଁ କରିଦେବେ ବୋଲି କହିଲେ ।

ଏହାପରେ, କଲ୍ କରିଥିବା ବ୍ୟକ୍ତି ଜଣକ ରୋହନଙ୍କୁ ନିଜର ପୂରା ନାମ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଶେୟାର କରିବାକୁ କହିଲେ, ଯାହାଫଳରେ ସେ KYC ପ୍ରକ୍ରିୟା ଆରମ୍ଭ କରିପାରିବେ । ଇତିମଧ୍ୟରେ, ରୋହନଙ୍କୁ ପୂର୍ଣ୍ଣ ବିଶ୍ୱାସ ହୋଇଯାଇଥିଲା ଯେ ତାଙ୍କର KYC ଶୀଘ୍ର ସମ୍ପୂର୍ଣ୍ଣ ହୋଇଯିବ । କଲ୍‌ କରିଥିବା ସମୟରେ ଠକ ଜଣକ ତାଙ୍କୁ ‘Anydesk’ ନାମକ ଗୋଟିଏ ଆପ୍ ଡାଉନ୍‌ଲୋଡ କରିବାକୁ କହିଲେ, ଯାହାଦ୍ୱାରା ସେ ସୁଦୂରରୁ ଏହି ପ୍ରକ୍ରିୟାଟିକୁ ସମ୍ପୂର୍ଣ୍ଣ କରିପାରିବେ ।

ଏହାପରେ, କଲ୍ କରିଥିବା ବ୍ୟକ୍ତି ରୋହନଙ୍କୁ ତାଙ୍କର ଫି ଟ୍ରାନ୍ସଫର କରିବାକୁ କହିଲେ । ରୋହନ ତାଙ୍କର ଫିଜ୍ ଟ୍ରାନ୍ସଫର କରିଦେଲେ ଏବଂ ସେହି ବ୍ୟକ୍ତି ଜଣକ ରୋହନଙ୍କୁ ଆଶ୍ୱାସନା ଦେଲେ ଯେ ତାଙ୍କୁ ତାଙ୍କର KYC ସୁନିଶ୍ଚିତକରଣ ଶୀଘ୍ର ମିଳିଯିବ । ରୋହନ ଯେତେବେଳେ କଲ୍‌ଟିକୁ କାଟି ଦେଲେ ସେତେବେଳେ ସେ ଦୁଇଟି ନୂତନ ମେସେଜ ଦେଖିଲେ । ଗୋଟିଏ ନିଜର ଡେବିଟ୍ କାର୍ଡ୍‌ରୁ କରାଯାଇଥିବା ଟ୍ରାଞ୍ଜାକସନ୍‍ ପାଇଁ OTP ଏବଂ ଅନ୍ୟଟି ତାଙ୍କ ଆକାଉଣ୍ଟ୍‌ରୁ ₹30,000 କଟି ଯାଇଥିବାର ନୋଟିଫିକେଶନ!

ଏଠାରେ ଦେଖନ୍ତୁ କଣ ହେଲା:

ଠକ ଜଣକ ରୋହନଙ୍କୁ ଯେଉଁ ଆପ୍ ଡାଉନ୍‌ଲୋଡ କରିବାକୁ କହିଥିଲେ ତାହା ଥିଲା ସ୍କ୍ରିନ୍-ଶେୟାରିଂ ଆପ୍ । ଏହି ଆପ୍‌ଟି ଠକଙ୍କୁ ରୋହନଙ୍କ ଫୋନ୍ ସ୍କ୍ରିନ୍‌ରେ ହେଉଥିବା ସମସ୍ତ କାର୍ଯ୍ୟକଳାପ ଦେଖିବାକୁ ଅନୁମତି ଦେଲା ।

ଯେତେବେଳେ ରୋହନ ତାଙ୍କର ଫିଜ୍ ଟ୍ରାନ୍ସଫର କରିଲେ ସେତେବେଳେ ଠକ ଜଣକ ପିନ୍ ଏବଂ ପାସ୍‌ୱାର୍ଡ ବିବରଣୀ ସହ ରୋହନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ୍ ଏବଂ ବ୍ୟବହାର ହୋଇଥିବା କାର୍ଡ୍ ନମ୍ବର ଦେଖିଦେଲେ । ତାପରେ ଠକ ନିଜର ଆକାଉଣ୍ଟ୍‌କୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଏହି ସବୁ ବିବରଣୀର ବ୍ୟବହାର କରିଲେ । ଏହା କରିବାକୁ ତାଙ୍କୁ OTP ର ଆବଶ୍ୟକତା ଥିଲା ଯାହାକୁ ସେ ରୋହନଙ୍କ ଫୋନ୍‍‌ରେ Anydesk ଆପ୍ ଇନ୍‌ଷ୍ଟଲ ହୋଇଥିବା ଯୋଗୁଁ ଦେଖିପାରିଲେ ।

ଦୟାକରି ଧ୍ୟାନ ଦିଅନ୍ତୁ: ଫୋନ୍ କଲ୍ କରି କିମ୍ବା କୌଣସି ତୃତୀୟ-ପକ୍ଷ ଆପ୍ ଡାଉନ୍‌ଲୋଡ କରି KYC କରିବା ସମ୍ଭବ ନୁହେଁ । ଆପଣଙ୍କୁ ଠକେଇବା ପାଇଁ, ଠକମାନେ ଆପଣଙ୍କୁ କହିପାରନ୍ତି ଯେ ଆପଣଙ୍କ ବର୍ତ୍ତମାନ ଥିବା ବ୍ୟାଙ୍କ୍ KYC ଏବଂ ଡିଜିଟାଲ୍ ୱାଲେଟ୍ ଅବୈଧ ଅଟେ ଏବଂ ସେମାନେ ଏହାକୁ ଅନ୍‌ଲାଇନ୍‌ରେ ପୁନଃ-ବୈଧ କରି ଦେଇପାରିବେ । ଏହା ପୁଣି ସମ୍ଭବ ନାହିଁ ।

  • ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍, କାର୍ଡ୍ କିମ୍ବା ଏହିପରି ଅନ୍ୟ କୌଣସି ବିବରଣୀ କଲ୍ କରିଥିବା ବ୍ୟକ୍ତିଙ୍କ ସହ ଶେୟାର କରନ୍ତୁ ନାହିଁ ।
  • କଲ୍ କରିଥିବା ବ୍ୟକ୍ତିଙ୍କ ଅନୁରୋଧ କ୍ରମେ ଆପଣ Anydesk, TeamViewer କିମ୍ବା Screenshare ଆପ୍‌ଗୁଡ଼ିକ ଡାଉନ୍‌ଲୋଡ କରନ୍ତୁ ନାହିଁ । ଏହି ଆପ୍‌ଗୁଡ଼ିକ ଠକମାନଙ୍କୁ ଆପଣଙ୍କ ପାସ୍‌ୱାର୍ଡ, ପିନ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଦେଖିବାକୁ ଅନୁମତି ଦେଇଥାଏ ।
  • ପ୍ରକୃତ PhonePe ପ୍ରତିନିଧି ଆପଣଙ୍କୁ ଫୋନ୍‌ରେ KYC କରିବା ପାଇଁ କେବେବି କଲ୍ କରିବେ ନାହିଁ କିମ୍ବା ଆପଣଙ୍କୁ ତୃତୀୟ-ପକ୍ଷ ଆପ୍‌ଗୁଡ଼ିକ ଡାଉନ୍‌ଲୋଡ କରିବାକୁ କହିବେ ନାହିଁ ।

ଠକାମିରୁ ସୁରକ୍ଷିତ ରହିବା ପାଇଁ ଆପଣଙ୍କୁ ନିମ୍ନଲିଖିତ ବିଷୟଗୁଡ଼ିକ ମନେ ରଖିବା ଉଚିତ୍‍:

PhonePe କେବେ ବି ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ପଚାରେ ନାହିଁ । ନିଜକୁ PhonePe ପ୍ରତିନିଧି ରୂପେ ପରିଚୟ ଦେଇ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଏହି ଧରଣର ତଥ୍ୟ ପରାଚିଥାନ୍ତି ତେବେ ଦୟାକରି ସେମାନଙ୍କୁ ଇମେଲ୍ ପଠାଇବାକୁ କୁହନ୍ତୁ । କେବଳ @phonepe.com ଡୋମେଇନ୍‌ରୁ ଆସିଥିବା ଇମେଲ୍‌ର ଉତ୍ତର ଦିଅନ୍ତୁ ।

  • Google, Twitter, FB ଇତ୍ୟାଦିରେ PhonePe ଗ୍ରାହକ ସହାୟତା ନମ୍ବର ଖୋଜନ୍ତୁ ନାହିଁ । PhonePe ଗ୍ରାହକ ସହାୟତା ସହ ଯୋଗାଯୋଗ କରିବାର ଏକମାତ୍ର ମାଧ୍ୟମ ହେଉଛି support.phonepe.com
  • ଯାଞ୍ଚ ହୋଇ ନଥିବା ମୋବାଇଲ୍‍ ନମ୍ବର ଯାହା PhonePe ସହାୟତାରୁ ବୋଲି ଦାବି କରାଯାଇଥାଏ ସେହି ନମ୍ବରକୁ କଲ୍ କରନ୍ତୁ ନାହିଁ କିମ୍ବା ସେହି ନମ୍ବରରୁ ଆସିଥିବା କଲ୍‌କୁ ଉଠାନ୍ତୁ ନାହିଁ ।
  • ବିଭିନ୍ନ ସୋସିଆଲ୍ ମେଡିଆ ପ୍ଲାଟ୍‌ଫର୍ମରେ ଥିବା ଆମର ଅଫିସିଆଲ୍ ଆକାଉଣ୍ଟ୍‌ରେ ହିଁ କେବଳ ଆମ ସହ ଯୋଗାଯୋଗ କରନ୍ତୁ ।
    Twitter ହ୍ୟାଣ୍ଡେଲ୍: https://twitter.com/PhonePe
    https://twitter.com/PhonePeSupport
    – Facebook ଆକାଉଣ୍ଟ୍: https://www.facebook.com/OfficialPhonePe/
  • ଯଦି ଆପଣଙ୍କ କାର୍ଡ୍ କିମ୍ବା ଆକାଉଣ୍ଟ୍ ବିବରଣୀ ବିପଦଗ୍ରସ୍ତ ହୁଏ:
    – support.phonepe.com ରେ ରିପୋର୍ଟ କରନ୍ତୁ
    – ଆପଣଙ୍କ ନିକଟବର୍ତ୍ତୀ ସାଇବର-ସେଲ୍‌ ସହ ଯୋଗାଯୋଗ କରନ୍ତୁ ଏବଂ ଗୋଟିଏ ପୋଲିସ୍‌ ଅଭିଯୋଗ ଫାଇଲ୍ କରନ୍ତୁ ।

ସୁରକ୍ଷିତ ଭାବରେ ଟ୍ରାଞ୍ଜାକ୍‌‌‌ସନ କରିବା ପାଇଁ ଏହି ଭିଡିଓଟି ଦେଖନ୍ତୁ: https://youtu.be/VbfhRK23BQU

Keep Reading