PhonePe Blogs Main Featured Image

Trust & Safety

ଠକମାନଙ୍କୁ ସମସ୍ତଙ୍କ ନଜରକୁ ଆଣନ୍ତୁ: ଇଲେକ୍ଟ୍ରିସିଟି ଠକାମିରୁ ଦୂରେଇ ରହିବା ପାଇଁ ଏହି ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ

PhonePe Regional|3 min read|25 September, 2023

URL copied to clipboard

ଡିଜିଟାଲ ଯୁଗରେ, ଅନଲାଇନ୍ ପେମେଣ୍ଟ ମାଧ୍ୟମରେ ବିଲ୍ ପେମେଣ୍ଟ କରିବା ଅତ୍ୟନ୍ତ ସୁବିଧାଜନକ ହୋଇଯାଇଛି। ଯେପରି ଟେକ୍ନୋଲୋଜିର କ୍ରମଶ ବୃଦ୍ଧି ହେବାରେ ଲାଗିଛି, ସେହିପରି ସାଇବର ଅପରାଧୀମାନେ ମଧ୍ୟ ଲୋକଙ୍କୁ ଠକାଇବା ପାଇଁ ନୂଆ ନୂଆ ରଣନୀତି ଆରମ୍ଭ କରୁଛନ୍ତି।

ଭାରତରେ ଅନଲାଇନ ଇଲେକ୍ଟ୍ରିସିଟି ବିଲ୍ ପେମେଣ୍ଟ କ୍ଷେତ୍ରରେ ଠକାମିର ଆଶଙ୍କା ବଢ଼ିବାରେ ଲାଗିଛି ଏହି ବ୍ଲଗ ସେହି ଉପରେ ଦୃଷ୍ଟି ଆକର୍ଷଣ କରିଛି। ଏହି ଧରଣର ଠକାମି କେଉଁ ପ୍ରକାରରେ କରାହୋଇଥାଏ , ଏହାର ସମ୍ଭାବ୍ୟ ପରିଣାମ ଏବଂ ଡିଜିଟାଲ ଯୁଗରେ ସୁରକ୍ଷିତ ରହିବା ପାଇଁ ସକ୍ରିୟ ପଦକ୍ଷେପ ବିଷୟରେ ଏହି ବ୍ଲଗରେ ଆଲୋଚନା କରାହୋଇଛି।

ଡିଜିଟାଲ ପେମେଣ୍ଟର ବୃଦ୍ଧି:
ଭାରତର ଡିଜିଟାଲ ପରିବର୍ତ୍ତନ ଯୋଗୁଁ ଇଲେକ୍ଟ୍ରିସିଟି ବିଲ୍‍ ପେମେଣ୍ଟ ସମେତ ଅନଲାଇନ ଟ୍ରାଞ୍ଜାକସନରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ସୁବିଧା, ଦ୍ରୁତ ଏବଂ ଦକ୍ଷତା ପ୍ରଦାନ କରିଥାଏ, ଯାହାର ଫଳସ୍ୱରୂପ ଉପଭୋକ୍ତାମାନେ ନିଜ ଘରେ ଆରମରେ ବସି ନିଜର ବିଲ୍‍‌ଗୁଡ଼ିକ ପେମେଣ୍ଟ କରିପାରିବେ।

ଅନଲାଇନ ଇଲେକ୍ଟ୍ରିସିଟି ବିଲ୍ ପେମେଣ୍ଟ ଠକାମିର ପରିଚୟ ଏବଂ ରୂପ:
ଠକମାନେ ସାଧାରଣତଃ ଲୋକମାନଙ୍କ ଫୋନକୁ ଏକ ଟେକ୍ସଟ ମେସେଜ ପଠାଇ ସେମାନଙ୍କ ଫୋନ୍‍ ହ୍ୟାକ୍‍ କରଥାନ୍ତି ଯେଉଁଥିରେ ଲେଖାହୋଇଥାଏ ଯେ ସେମାନଙ୍କ ଇଲେକ୍ଟ୍ରିସିଟି ବିଲ୍‍ ପେମେଣ୍ଟ କରାହୋଇନି ଏବଂ ସେମାନଙ୍କୁ ତତକ୍ଷଣାତ ବିଲ୍‍ ପେମେଣ୍ଟ କରିବାକୁ ହେବ। ମେସେଜଟି ଇଲେକ୍ଟ୍ରିସିଟି ବିଭାଗରୁ ଆସିଥିବାର ଦାବି କରାଯାଇଥାଏ ଏବଂ ମେସେଜ ପାଇଥିବା ବ୍ୟକ୍ତିଙ୍କୁ ଚେତାବନୀ ଦିଆଯାଇଥାଏ ଯେ ଗତ ମାସର ବିଲ୍ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନଥିବାରୁ ଆଜି ରାତିରେ ସେମାନଙ୍କ ଘରର ଇଲେକ୍ଟ୍ରିସିଟି କାଟିଦିଆଯିବ।

ନମୁନା:
ପ୍ରିୟ ଗ୍ରାହକ, ଆପଣଙ୍କ ଇଲେକ୍ଟ୍ରିସିଟି କନେକ୍ସନ ଆଜି ରାତି 8:30 ମିନିଟରେ ଇଲେକ୍ଟ୍ରିସିଟି ଅଫିସରୁ କାଟିଦିଆଯିବ। କାରଣ ଆପଣଙ୍କ ପୂର୍ବ ମାସର ବିଲ୍‍ ଅପଡେଟ କରାହୋଇନାହିଁ, ଦୟାକରି 824*****59 ନମ୍ବରରେ ତତକ୍ଷଣାତ ଆମର ଇଲେକ୍ଟ୍ରିସିଟି ଅଫିସରଙ୍କ ସହ ଯୋଗାଯୋଗ କରନ୍ତୁ। ଧନ୍ୟବାଦ।

ଧରଣ:

ଫିସିଂ ଜାଲିଆତି:
ସାଇବର ଅପରାଧୀମାନେ ଠକାମିମୂଳକ ଇମେଲ, ଟେକ୍ସଟ ମେସେଜ କିମ୍ବା ନକଲି ୱେବସାଇଟ ବ୍ୟବହାର କରି ୟୁଜରଙ୍କୁ ସେମାନଙ୍କର ବ୍ୟକ୍ତିଗତ ଏବଂ ଆର୍ଥିକ ସୂଚନା ପ୍ରକାଶ କରିବା ପାଇଁ ଲୋଭ ଦେଖାନ୍ତି। ସଚେତନତାର ଅଭାବ ଯୋଗୁଁ ଶେଷରେ ବ୍ୟକ୍ତି ଜଣଙ୍କ ଠକାମିର ଶିକାର ହୁଅନ୍ତି ଏବଂ ଠକମାନେ ପଠାଇଥିବା ନକଲି ବିଲ୍‍‌ଗୁଡ଼ିକର ପେମେଣ୍ଟ କରିଦିଅନ୍ତି।

ମାଲୱାର ଆଟାକ୍‍:
କ୍ଷତିକାରକ ସୋଫ୍ଟୱେର ଡିଭାଇସକୁ ସଂକ୍ରମିତ କରିପାରେ ଏବଂ ପେମେଣ୍ଟ ବିବରଣୀ ପରି ସମ୍ବେଦନଶୀଳ ତଥ୍ୟ ଚୋରି କରିପାରେ। ହ୍ୟାକରମାନେ ଅନଲାଇନ ଟ୍ରାଞ୍ଜାକସନରେ ବାଧା ସୃଷ୍ଟି କରିପାରିବେ ଏବଂ ପେମେଣ୍ଟ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିପାରିବେ।

ନକଲି ପେମେଣ୍ଟ ପୋର୍ଟାଲ:
ଠକମାନେ କାଳ୍ପନିକ ଇଲେକ୍ଟ୍ରିସିଟି ବିଲ୍‍ର ପେମେଣ୍ଟ ସଂଗ୍ରହ କରିବା ପାଇଁ ଅବିକଳ ଏକ ପେମେଣ୍ଟ ପୋର୍ଟାଲ ତିଆରି କରନ୍ତି। ୟୁଜରମାନେ ବୈଧ ବିଲ୍‍ ପେମେଣ୍ଟ କରୁଛନ୍ତି ଭାବି, ଏହି ଘୋଟାଲାର ଶିକାର ହୁଅନ୍ତି।

ସେବା ପ୍ରଦାନକାରୀଙ୍କ ଛଦ୍ମବେଶ:
ଠକମାନେ ଫୋନ୍‍ କଲ୍‍ କିମ୍ବା ଇମେଲ୍‍ ମାଧ୍ୟମରେ ଇଲେକ୍ଟ୍ରିସିଟି ସେବା ପ୍ରଦାନକାରୀଙ୍କ ରୂପ ଧାରଣ କରିବାର ଅଭିନୟ କରନ୍ତି ଏବଂ ଦାବି କରନ୍ତି ଯେ ୟୁଜରଙ୍କର ବକେୟା ବିଲ୍‍ ଅଛି। ତାପରେ ସେମାନେ ୟୁଜରମାନଙ୍କୁ ଠକାମିଯୁକ୍ତ ଚ୍ୟାନେଲ ମାଧ୍ୟମରେ ତୁରନ୍ତ ପେମେଣ୍ଟ କରିବାକୁ ନିର୍ଦ୍ଦେଶ ଦିଅନ୍ତି।

ଅନଲାଇନ ଇଲେକ୍ଟ୍ରିସିଟି ବିଲ୍ ପେମେଣ୍ଟ ଠକେଇର ପରିଣାମ:

ଆର୍ଥିକ କ୍ଷତି:
ପୀଡ଼ିତ ଅଜାଣତରେ ସାଇବର ଅପରାଧୀଙ୍କୁ ଟଙ୍କା ଟ୍ରାନ୍ସଫର କରିଦିଅନ୍ତି ଯାହାର ଫଳସ୍ୱରୂପ ସେମାନଙ୍କୁ ତୁରନ୍ତ ଆର୍ଥିକ କ୍ଷତି ହୋଇଥାଏ।

ପରିଚୟ ଚୋରି: ଚୋରି ହୋଇଥିବା ବ୍ୟକ୍ତିଗତ ଏବଂ ଆର୍ଥିକ ସୂଚନା ଆପଣଙ୍କୁ ଆପଣଙ୍କ ପରିଚୟ ଚୋରି ଏବଂ ପରବର୍ତ୍ତୀ ସମୟରେ ଆର୍ଥିକ କ୍ଷତିର ସମ୍ମୁଖୀନ କରାଇପାରେ।

ଗୋପନୀୟତାର ଉଲ୍ଲଂଘନ:
ସମ୍ବେଦନଶୀଳ ତଥ୍ୟ ଭୁଲ ହାତରେ ପଡ଼ିଲେ ଗୋପନୀୟତା ବିପର୍ଯ୍ୟସ୍ତ ହୋଇପାରେ ଏବଂ ୟୁଜରଙ୍କୁ ଅନ୍ୟ ପ୍ରକାରର ଠକେଇର ସମ୍ମୁଖୀନ ହେବାକୁ ପଡ଼ିପାରେ।

ପ୍ରତିଷେଧକ ପଦକ୍ଷେପ:

ସୋର୍ସକୁ ଭଲ ଭାବରେ ଯାଞ୍ଚ କରନ୍ତୁ:
ଅନଲାଇନ ପେମେଣ୍ଟ ପାଇଁ କେବଳ ବୈଧ ଇଲେକ୍ଟ୍ରିସିଟି ସେବା ପ୍ରଦାନକାରୀଙ୍କ ଅଫିସିଆଲ ୱେବସାଇଟ ଏବଂ ଆପର ବ୍ୟବହାର କରନ୍ତୁ।

ଅବଗତ ରୁହନ୍ତୁ: ସାଇବର ସୁରକ୍ଷା ଟ୍ରେଣ୍ଡଗୁଡ଼ିକ ପ୍ରତି ସଚେତନ ରଖନ୍ତୁ ଏବଂ ସାଧାରଣ ଘୋଟାଲା ବିଷୟରେ ଜାଣି ରଖନ୍ତୁ।

URLଗୁଡ଼ିକୁ ଚେକ୍‍ କରନ୍ତୁ:
ସୁନିଶ୍ଚିତ କରନ୍ତୁ ଯେ ୱେବସାଇଟର URL “https: //” ରୁ ଆରମ୍ଭ ହୋଇଛି ଏବଂ ଏଥିରେ ପ୍ୟାଡ୍ ଲକ୍ ସଙ୍କେତ ଅଛି, ଯେଉଁଥିରୁ ଜଣାପଡ଼ିଥାଏ ଯେ କନେକ୍ସନ ସୁରକ୍ଷିତ ଅଟେ।

ପେମେଣ୍ଟ ଅନୁରୋଧଗୁଡ଼ିକର ଯାଞ୍ଚ କରନ୍ତୁ:
କୌଣସି ଟ୍ରାଞ୍ଜାକସନ କରିବା ପୂର୍ବରୁ ସର୍ବଦା ପେମେଣ୍ଟ ଅନୁରୋଧର ସତ୍ୟତା ଏବଂ ପ୍ରେରକଙ୍କ ସୂଚନାକୁ ଡବଲ ଚେକ୍‍ କରନ୍ତୁ।

ସୁରକ୍ଷିତ ଯୋଗାଯୋଗ ଚ୍ୟାନାଲ:
ସୁନିଶ୍ଚିତ କରନ୍ତୁ ଯେ ଆପଣ କୌଣସି ପେମେଣ୍ଟ ସମ୍ବନ୍ଧୀୟ ପ୍ରଶ୍ନ କିମ୍ବା ତାହା ବିଷୟରେ ଜାଣିବା ପାଇଁ କେବଳ ବୈଧ ଗ୍ରାହକ ସହାୟତା ଚ୍ୟାନେଲ ସହିତ ଯୋଗାଯୋଗ କରୁଛନ୍ତି।

ଅଫିସିଆଲ ଆପ୍‍ ବ୍ୟବହାର କରନ୍ତୁ:
ଅଫିସିଆଲ୍‍ ଆପ୍‍ ଷ୍ଟୋର କିମ୍ବା ଯାଞ୍ଚ କରାହୋଇଥିବା ସୋର୍ସରୁ ହିଁ କେବଳ UPI ଆପ୍‍ ଡାଉନଲୋଡ କରନ୍ତୁ।

URLଗୁଡ଼ିକ ଚେକ୍‍ କରନ୍ତୁ: ବୈଧତା ଏବଂ ସୁରକ୍ଷା ପାଇଁ ୱେବସାଇଟ୍ URL ଗୁଡ଼ିକ ଯାଞ୍ଚ କରନ୍ତୁ (“https” ଏବଂ ଏକ ପ୍ୟାଡଲକ ଆଇକନ୍ ଦେଖନ୍ତୁ)।

ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ (2FA):
ଆପଣଙ୍କ ଅନଲାଇନ ଆକାଉଣ୍ଟରେ ସୁରକ୍ଷାର ଏକ ଅତିରିକ୍ତ ସ୍ତର ଯୋଡ଼ିବା ପାଇଁ ଯେତେବେଳେ ସମ୍ଭବ 2FA ସକ୍ଷମ କରନ୍ତୁ।

ସୂଚନା ଶେୟାର କରନ୍ତୁ ନାହିଁ: ଇମେଲ କିମ୍ବା ଫୋନ୍‍ ମାଧ୍ୟମରେ ବ୍ୟକ୍ତିଗତ, ଆର୍ଥିକ କିମ୍ବା ପାସୱାର୍ଡ ସମ୍ବନ୍ଧିତ ସୂଚନା କେବେ ବି ଶେୟାର କରନ୍ତୁ ନାହିଁ।

ଘଟଣାଟିର ଅଭିଯୋଗ କରନ୍ତୁ:
ଆପଣ ଯଦି ଅନଲାଇନ୍ ଇଲେକ୍ଟ୍ରିସିଟି ବିଲ୍ ପେମେଣ୍ଟ ଠକେଇ ହେବାର ସନ୍ଦେହ କରୁଛନ୍ତି, ତୁରନ୍ତ ଏହାକୁ ଆପଣଙ୍କର ଇଲେକ୍ଟ୍ରିସିଟି ସେବା ପ୍ରଦାନକାରୀ ଏବଂ ଉପଯୁକ୍ତ କର୍ତ୍ତୃପକ୍ଷ ଯେପରିକି ସ୍ଥାନୀୟ ପୋଲିସ୍ କିମ୍ବା ସାଇବର କ୍ରାଇମ୍ ହେଲ୍ପଲାଇନରେ ଏହାର ଅଭିଯୋଗ କରନ୍ତୁ।

UPI- ଆଧାରିତ ଠକେଇର ମୁକାବିଲା ପାଇଁ ପ୍ରୟାସ:

ସଚେତନତା ଅଭିଯାନ:
ସରକାର, ଆର୍ଥିକ ପ୍ରତିଷ୍ଠାନ ଏବଂ ସାଇବର ସୁରକ୍ଷା ଏଜେନ୍ସି ଗୁଡ଼ିକ ୟୁଜରମାନଙ୍କୁ UPI ସମ୍ବନ୍ଧୀୟ ଜାଲିଆତି ଏବଂ ତାଠାରୁ ନିରାପଦ ରହିବା ବିଷୟରେ ଅବଗତ କରାଇବା ପାଇଁ ଅଭିଯାନ ଚଳାନ୍ତି।

ଆପ୍ ସିକ୍ୟୁରିଟି: ପେମେଣ୍ଟ ଆପଗୁଡ଼ିକ ଅନନୁମୋଦିତ ଆକ୍ସେସ ଏବଂ ଠକେଇକୁ ରୋକିବା ପାଇଁ କ୍ରମାଗତ ଭାବରେ ସେମାନଙ୍କର ସୁରକ୍ଷା ପଦକ୍ଷେପକୁ ବଢ଼ାଇଥାନ୍ତି।

ଉପସଂହାର:
ଇଲେକ୍ଟ୍ରିସିଟି ବିଲ୍‍‌ର ଅନଲାଇନ ପେମେଣ୍ଟର ସୁବିଧା ଉପଭୋକ୍ତାଙ୍କ ଜୀବନକୁ ସହଜ କରିଦେଇଛି, କିନ୍ତୁ ଏଥିପାଇଁ ଅତ୍ୟନ୍ତ ସତର୍କତା ମଧ୍ୟ ଆବଶ୍ୟକ। ସାଇବର ଅପରାଧୀମାନେ ଟଙ୍କା ଲୋଭରେ ଡିଜିଟାଲ ପଦ୍ଧତିର ସୁଯୋଗ ଉଠାଉଛନ୍ତି। ଅବଗତ ରହି, ସୁରକ୍ଷିତ ରହିବାର ସର୍ବୋତ୍ତମ ପଦ୍ଧତିଗୁଡ଼ିକ ଅନୁସରଣ କରି ଏବଂ ଏକ ସତର୍କତା ଅବଲମ୍ବନ କରି, ଆପଣ ଭାରତର ପ୍ରଗତିଶୀଳ ଡିଜିଟାଲ ଯୁଗରେ ଅନଲାଇନ ଇଲେକ୍ଟ୍ରିସିଟି ବିଲ୍ ପେମେଣ୍ଟ ଠକେଇରୁ ଆପଣଙ୍କ ଟଙ୍କା ଏବଂ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବାରେ ସକ୍ଷମ ହେବେ।

ଆପଣ ଯଦି ଇଲେକ୍ଟ୍ରିସିଟି ଠକାମିର ଶିକାର ହୁଅନ୍ତି ତେବେ ଆପଣଙ୍କୁ କଣ କରିବା ଉଚିତ୍‍:

ଯଦି ଆପଣଙ୍କୁ ସନ୍ଦେହ ହୁଏ ଯେ ଆପଣ ଇଲେକ୍ଟ୍ରିସିଟି ଘୋଟାଲା କିମ୍ବା ଠକାମିର ଶିକାର ହୋଇଛନ୍ତି, ତେବେ ସମ୍ଭାବ୍ୟ କ୍ଷୟକୁ କମ୍ କରିବା ଏବଂ ଅଧିକ କ୍ଷତିକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଠାରେ ଦିଆଯାଇଥିବା ଉପାୟଗୁଡ଼ିକୁ କରିବା ଉଚିତ୍‍:

  1. PhonePe ଆପ୍‍: ସହାୟତା ବିଭାଗକୁ ଯାଆନ୍ତୁ ଏବଂ “have an issue with the transaction/ଟ୍ରାଞ୍ଜାକସନ ସହ ସମସ୍ୟା ଅଛି” ବିକଳ୍ପକୁ ଯାଇ ସମସ୍ୟା ବିଷୟରେ ଅଭିଯୋଗ କରନ୍ତୁ।
  2. PhonePe ଗ୍ରାହକ ସହାୟତା ନମ୍ବର: ସମସ୍ୟା ବିଷୟରେ ଅଭିଯୋଗ କରିବା ପାଇଁ ଆପଣ 80–68727374 / 022–68727374 ନମ୍ବରରେ PhonePe ଗ୍ରାହକ ସହାୟତାକୁ କଲ୍‍ କରିପାରିବେ, ତାପରେ ଗ୍ରାହକ ସହାୟତା ଏଜେଣ୍ଟ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟାର ସମାଧାନ କରିବାକୁ ଆପଣଙ୍କୁ ସାହାଯ୍ୟ କରିବେ।
  3. ୱେବଫର୍ମ ଦାଖଲ: ଆପଣ PhonePeର ୱେବଫର୍ମ — https://support.phonepe.com/ ବ୍ୟବହାର କରି ଟିକେଟ ତିଆରି କରିପାରିବେ।
  4. ସୋସିଆଲ୍‍ ମିଡିଆ: ଆପଣ ଠକାମିଯୁକ୍ତ କାର୍ଯ୍ୟକଳାପ ଘଟଣା ବିଷୟରେ PhonePeର ସୋସିଆଲ୍‍ ମିଡିଆ ହେଣ୍ଡେଲ ମାଧ୍ୟମରେ ଅଭିଯୋଗ କରିପାରିବେ:
    Twitter — https://twitter.com/PhonePeSupport
    Facebook — https://www.facebook.com/OfficialPhonePe

5. ଅଭିଯୋଗ: ପୂର୍ବରୁ ଥିବା ଅଭିଯୋଗର ରିପୋର୍ଟ କରିବା ପାଇଁ, ଆପଣ https://grievance.phonepe.com/ ରେ ଲଗଇନ କରିପାରିବେ ଏବଂ ପୂର୍ବ ଅଭିଯୋଗ ପାଇଁ ଟିକେଟ ଆଇଡି ଶେୟାର କରନ୍ତୁ।

6. ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗ କରିପାରିବେ କିମ୍ବା https://www.cybercrime.gov.in/ ରେ ଅନଲାଇନରେ ଅଭିଯୋଗ ରେଜିଷ୍ଟର କରିପାରିବେ କିମ୍ବା 1930 ନମ୍ବରରେ ସାଇବର କ୍ରାଇମ ସେଲ ହେଲ୍ପଲାଇନ ସହିତ ଯୋଗାଯୋଗ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ମନେ ରଖିବା ଆବଶ୍ୟକ — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ପଚାରେ ନାହିଁ। phonepe.com ଡୋମେନରୁ ହୋଇନଥିବା ସ୍ୱତ୍ତେ କୌଣସି ଇମେଲ୍‍ ଯଦି PhonePeରୁ ବୋଲି ଦାବି କରାହୁଏ ତେବେ ସେହି ଇମେଲଗୁଡ଼ିକୁ ଆଗ୍ରହ୍ୟ କରନ୍ତୁ। ଯଦି ଆପଣ ଠକେଇର ସନ୍ଦେହ କରୁଛନ୍ତି, ଦୟାକରି ତୁରନ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।

Keep Reading