PhonePe Blogs Main Featured Image

Trust & Safety

PhonePe ମାଧ୍ୟମରେ ସୁରକ୍ଷିତ ଡିଜିଟାଲ୍ ପେମେଣ୍ଟ କରନ୍ତୁ

PhonePe Regional|4 min read|05 May, 2021

URL copied to clipboard

ଭାରତରେ ଡିଜିଟାଲ୍‍ ପେମେଣ୍ଟର ଗ୍ରହଣର ଏକ ଅଦ୍ଭୁତପୂର୍ବ ବୃଦ୍ଧି Covid-19 ମହାମାରୀ ଯୋଗୁଁ ଦେଖା ଦେଇଛି। PhonePe ଭଳି ଡିଜିଟାଲ୍ ପେମେଣ୍ଟ ଆପ୍ ଲୋକମାନଙ୍କ ଜୀବନକୁ ସହଜ କରିଦେଇଛି କାରଣ ସେମାନଙ୍କୁ ଆଉ ଘରୁ ବାହାରକୁ ଯିବା କିମ୍ବା ପେମେଣ୍ଟ ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାର କୌଣସି ଆବଶ୍ୟକତା ନାହିଁ। PhonePe ମାଧ୍ୟମରେ ଉପଭୋକ୍ତାମାନେ ଟଙ୍କା ପଠାଇ ପାରିବେ ଏବଂ ପାଇପାରିବେ, ମୋବାଇଲ୍, DTH, ଡାଟା କାର୍ଡ୍ ରିଚାର୍ଜ କରିପାରିବେ, ୟୁଟିଲିଟି ବିଲ୍‍ ପେମେଣ୍ଟ କରିପାରିବେ, ସୁନା କିଣି ପାରିବେ ଏବଂ ଅନଲାଇନ୍ କ୍ରୟ ପାଇଁ ଦୂରରୁ ପେମେଣ୍ଟ ମଧ୍ୟ କରିପାରିବେ।

ଯେତେବେଳେ ସୁରକ୍ଷାର କଥା ଆସେ, PhonePe ଆପଣଙ୍କୁ ତ୍ରିସ୍ତରୀୟ ସୁରକ୍ଷା ଦେଇଥାଏ, ଯେଉଁଥିରେ ବିନା କୌଣସି ଟ୍ରାଞ୍ଜାକସନ ବିଫଳରେ ଦୈନିକ କୋଟି କୋଟି ଟ୍ରାଞ୍ଜାକସନ ସକ୍ରିୟ କରାଯାଏ। ତ୍ରିସ୍ତରୀୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଅଟେ:

  • ଲଗଇନ ପାସୱାର୍ଡ: ଆପ୍‍ ସୁରକ୍ଷାର ପ୍ରଥମ ସ୍ତର ହେଉଛି ଲଗଇନ ପାସୱାର୍ଡ। ଆପଣଙ୍କ ଆପ୍‍ ଏକ ନିର୍ଦ୍ଦିଷ୍ଟ ଫୋନ୍‍ ଏବଂ ନମ୍ବର ସହ ମ୍ୟାପ କରାହୋଇଛି। ଆପଣ ଯଦି ଆପଣଙ୍କ ଫୋନ୍‍ କିମ୍ବା ଆପଣଙ୍କ ନମ୍ବର ପରିବର୍ତ୍ତନ କରୁଛନ୍ତି ତେବେ ଆପଣଙ୍କୁ ଆପଟିକୁ ଆଉଥରେ ସ୍ୱୀକୃତ କରିବାକୁ ହେବ।
  • PhonePe ଆପ୍‍ ଲକ୍‍: PhonePe ଆପ୍‍ ବ୍ୟବହାର କରିବା ଆରମ୍ଭ କରିବା ପାଇଁ, ଆପଣଙ୍କୁ ଆପଣଙ୍କ ଫିଙ୍ଗରପ୍ରିଣ୍ଟ ଆଇଡି, ଫେସ୍‍ ଆଇଡି କିମ୍ବା ନମ୍ବର ଲକ୍‍ ବ୍ୟବହାର କରି ଏହାକୁ ଅନଲକ୍‍ କରିବାକୁ ହେବ।
  • UPI ପିନ୍‍: PhonePe ରେ ପ୍ରତ୍ୟେକ ପେମେଣ୍ଟ ପାଇଁ, ₹1 ହେଉ ବା ₹1 ଲକ୍ଷର ପେମେଣ୍ଟ ବିନା UPI ପିନ୍‍ ମାଧ୍ୟମରେ କରାଯାଇପାରିବ ନାହିଁ।

ଡିଜିଟାଲ୍‍ ପେମେଣ୍ଟ ସୁରକ୍ଷିତ ଏବଂ ସୁବିଧାଜନକ ଅଟେ,ତତ୍‌ସହିତ ବିଭିନ୍ନ ଧରଣର ଠକାମି ଏବଂ ଠକମାନେ କିପରି ଉପଭୋକ୍ତାଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ଆତ୍ମସାଦ କରିବା ପାଇଁ ଉପାୟ ଖୋଜୁଥାଆନ୍ତି ସେହି ବିଷୟରେ ସଜାଗ ରହିବା ନିତାନ୍ତ ଆବଶ୍ୟକ।

ଠକାମିର ପ୍ରକାର

ବିଭିନ୍ନ ପ୍ରକାରର ଠକାମି ଏବଂ ଆପଣଙ୍କୁ ସୁରକ୍ଷିତ ଭାବରେ ଟ୍ରାଞ୍ଜାକସନ କରିବା ପାଇଁ କଣ କରିବା ଆବଶ୍ୟକ ସେହି ବିଷୟରେ ଅଧିକ ଜାଣନ୍ତୁ:

  1. ଲୋନ୍‍ ଠକାମି: ଲୋନ୍‍ ଠକ ମନୁଷ୍ୟର ଅପୂର୍ଣ୍ଣ ଆବଶ୍ୟକର ଲାଭ ଉଠାଇଥାନ୍ତି ଏବଂ ଧାର ନେବା ବ୍ୟକ୍ତିଙ୍କ ଦୁର୍ବଳତାର ସୁଯୋଗ ଉଠାଇ ନକଲି ଲୋନ୍‍ ଦେବାର ଆଶ୍ୱାସନା ଦିଅନ୍ତି। ସେମାନେ ସୁରକ୍ଷା ହିସାବରେ ଏକ ଆଗୁଆ ରାଶି ମାଗିଥାନ୍ତି କିମ୍ବା ପ୍ରୋସେସିଂ ଫି, ଲେଟ୍‍ ଫି, ସୁଧ ଇତ୍ୟାଦି ନାମରେ ଏକ ମୋଟା ଅଙ୍କର ଟଙ୍କା ନିଅନ୍ତି ଯାହା କେବେ ଆଉ ଫେରସ୍ତ ହେବ ନାହିଁ , ଯାହାଦ୍ୱାରା ପୀଡ଼ିତାଙ୍କ ପାଇଁ ବହୁ କ୍ଷତି ଘଟିଥାଏ।
  2. କ୍ରେଡିଟ୍‍ କାର୍ଡ୍ ବିଲ୍‍ ପେମେଣ୍ଟ ଠକାମି: ନିଜର କ୍ରେଡିଟ୍ କାର୍ଡ୍ ବିଲ୍ ପେମେଣ୍ଟ କରିବାକୁ, ଠକମାନେ ପୀଡ଼ିତମାନଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ୍ ସୂଚନା ଶେୟାର କରିବାକୁ ପ୍ରଲୋଭିତ କରନ୍ତି, ଯାହାଦ୍ୱାରା ସେମାନେ ବିଲ୍‍ ପେମେଣ୍ଟ କରିବା ପାଇଁ ନିଜର ବାଲାନ୍ସ ବ୍ୟବହାର କରିପାରିବେ। ସେମାନେ ନିଜକୁ ଦୂର ସମ୍ପର୍କୀୟ/ପାରିବାରିକ ବନ୍ଧୁ/ ବ୍ୟବସାୟିକ ବୃତ୍ତିଗତ ବୋଲି ଦର୍ଶାଇ ନିରୀହ ଲୋକଙ୍କ କ୍ରେଡିଟ୍ କାର୍ଡ୍ ସୂଚନା ଚୋରି କରନ୍ତି।
  3. ସୋସିଆଲ ମିଡିଆ ଛଦ୍ମବେଶୀ ଠକାମି: ସୋସିଆଲ ମିଡିଆ ନିକଟରେ ଠକାମି ପାଇଁ ଏକ ସାଧାରଣ କଥା ହୋଇଯାଇଛି ଯାହା ସହଜ ଡିଜିଟାଲ ପରିଚୟ ଚୋରି କରିବା ପାଇଁ ରାସ୍ତା ତିଆରି କରିଥାଏ। ଠକମାନେ ଆପଣଙ୍କ କିମ୍ବା ଆପଣ ଜାଣିଥିବା ବ୍ୟକ୍ତିଙ୍କ ଏକ ନକଲି ପ୍ରୋଫାଇଲ ତିଆରି କରନ୍ତି, ଏବଂ ଏହାର ବ୍ୟବହାର ଆପଣଙ୍କ ନେଟୱର୍କରେ ଥିବା ଲୋକଙ୍କଠାରୁ ଟଙ୍କା କିମ୍ବା ସମ୍ବେଦନଶୀଳ ସୂଚନା ମାଗିବା ପାଇଁ ବ୍ୟବହାର କରନ୍ତି। କେତେକ କ୍ଷେତ୍ରରେ, ଠକମାନେ ଆପଣଙ୍କ ଆକାଉଣ୍ଟ୍‍ ହ୍ୟାକ୍ କରି ଆପଣଙ୍କ ତାଲିକାରେ ଥିବା ଲୋକଙ୍କୁ ଏକ ଜରୁରୀକାଳୀନ ଅବସ୍ଥାର ବାହାନା କରି ଅନୁରୋଧ ପଠାନ୍ତି ଯାହା ନିର୍ଦ୍ଦୋଷ ଲୋକମାନଙ୍କ ପାଇଁ ମନା କରିବା ଅସମ୍ଭବ ହୋଇଯାଇଥାଏ।
  4. ଟଙ୍କା ଡବଲ୍‍ କରିବା ଠକାମି: ଆପଣଙ୍କ ଟଙ୍କା ରାତାରାତି ବଢ଼ି ଡବଲ୍‍ ହୋଇଯିବ ଏହି ମିଥ୍ୟା ବିଶ୍ୱାସ ଦେଇ ଟଙ୍କା ଡବଲ୍‍ କରିବାର ଠକାମି ହୋଇଥାଏ। ଏହା ହୁଏତ ଏକ ନକଲି ଲିଙ୍କ୍ ତିଆରି କରି କରାଯାଇଥାଏ ଯାହା ଏକ ସୀମିତ ସମୟର ଅଫର୍ ସହିତ ଆସିଥାଏ କିମ୍ବା ଆରମ୍ଭରେ ପୀଡ଼ିତାଙ୍କ ଟଙ୍କା ଡବଲ୍‍ କରିବାର ବିଶ୍ୱାସ ସୃଷ୍ଟି କରିଥାଏ ଏବଂ ଶେଷରେ ସେମାନେ ବଡ଼ ଅଙ୍କର ଟଙ୍କ ଜମା କରିବାକୁ ନିଷ୍ପତ୍ତି ନିଅନ୍ତି ସେତେବେଳେ ସେମାନଙ୍କୁ ଲୁଟି ନିଆଯାଇଥାଏ।
  5. ଚାକିରି ଠକାମି: ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଚାକିରି ସହ ଜଡ଼ିତ ଠକାମି ଏବଂ ସମ୍ବନ୍ଧିତ ଠକାମିର ଚଳନ ବଢ଼ିବାରେ ଲାଗିଛି। ଏଥିରେ ଠକମାନେ କେବଳ ଆପଣଙ୍କର ବ୍ୟକ୍ତିଗତ ସୂଚନା ଚୋରି କରିବା କିମ୍ବା ନକଲି ଲିଙ୍କ୍ ସୃଷ୍ଟି କରିବା ପାଇଁ ଚାକିରିର ନକଲି ଅନଲାଇନ ପୋଷ୍ଟ କରିଥାନ୍ତି ଯାହା ଆପଣଙ୍କ ଡିଭାଇସରେ ସୁରକ୍ଷା ଉଲ୍ଲଂଘନ ହେବାର କାରଣ ହୋଇଥାଏ।

ଆପଣ ସୁରକ୍ଷିତ ଡିଜିଟାଲ୍ ପେମେଣ୍ଟର ସୁବିଧା ଉପଭୋଗ କରିବା ସହିତ ଆପଣ ଠକାମିରୁ କିପରି ବଞ୍ଚିପାରିବେ ଏବଂ ନିଜକୁ ସୁରକ୍ଷିତ ରଖିପାରିବେ ତାହା ନିମ୍ନରେ ଦେଖନ୍ତୁ।

ଆପଣଙ୍କୁ ଠକାମିରୁ ବଞ୍ଚିବା ପାଇଁ କଣ କରିବା ଉଚିତ୍ ଏବଂ କଣ ନ କରିବା ଉଚିତ୍‍:

  • ଗୋପନୀୟ ତଥ୍ୟ ଯେପରିକି କାର୍ଡ୍ ନମ୍ବର, CVV, ସମୟ ସମାପ୍ତି ତାରିଖ, ପିନ୍ କିମ୍ବା OTP ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଶେୟାର କରନ୍ତୁ ନାହିଁ। PhonePe ପ୍ରତିନିଧି ରୂପେ ପରିଚୟ ଦେଇ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଏହି ବିବରଣୀ ପଚାରନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଇମେଲ୍ ପଠାଇବାକୁ କୁହନ୍ତୁ। @phonepe.com ଡୋମେଇନ୍‌ରୁ ଆସିଥିବା ଇମେଲ୍‌ର ଉତ୍ତର ଦିଅନ୍ତୁ।
  • ସର୍ବଦା ମନେ ରଖନ୍ତୁ PhonePe ରେ ଟଙ୍କା ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ‘ପେମେଣ୍ଟ’ କରିବାର କିମ୍ବା UPI ପିନ୍‍ ଦେବାର ଆବଶ୍ୟକ ନାହିଁ।
  • ସର୍ବଦା ମନେ ରଖନ୍ତୁ PhonePe ରେ ଟଙ୍କା ପ୍ରାପ୍ତ କରିବା ପାଇଁ ଆପଣଙ୍କୁ QR କୋଡ୍ ସ୍କାନ୍ କରିବା ଆବଶ୍ୟକ ନାହିଁ।
  • ପେମେଣ୍ଟ କରିବା ପୂର୍ବରୁ କିମ୍ବା UPI ପିନ୍‍ ଦେବା ପୂର୍ବରୁ ଦୟାକରି ଆପଣଙ୍କ PhonePe ଆପରେ ଦେଖାଯାଉଥିବା ମେସେଜକୁ ଭଲଭାବରେ ପଢ଼ନ୍ତୁ।
  • Screenshare, AnyDesk କିମ୍ବା TeamViewer ପରି ତୃତୀୟ-ପକ୍ଷ ଆପଗୁଡ଼ିକ ଡାଉନଲୋଡ କିମ୍ବା ଇନଷ୍ଟଲ କରନ୍ତୁ ନାହିଁ।
  • Google, Twitter, FB ଇତ୍ୟାଦିରେ PhonePe ଗ୍ରାହକ ସହାୟତା ନମ୍ବର ଖୋଜନ୍ତୁ ନାହିଁ । PhonePe ଗ୍ରାହକ ସହାୟତା ସହ ଯୋଗାଯୋଗ କରିବାର ଏକମାତ୍ର ମାଧ୍ୟମ ହେଉଛି https://phonepe.com/en/contact_us.html
  • ବିଭିନ୍ନ ସୋସିଆଲ୍ ମେଡିଆ ପ୍ଲାଟଫର୍ମରେ ଥିବା ଆମର ଅଫିସିଆଲ୍ ଆକାଉଣ୍ଟରେ ହିଁ ଆମ ସହ ଯୋଗାଯୋଗ କରନ୍ତୁ।
  • Twitter ହ୍ୟାଣ୍ଡେଲ୍‍: https://twitter.com/PhonePe_ https://twitter.com/PhonePeSupport
  • Facebook ଆକାଉଣ୍ଟ୍: https://www.facebook.com/OfficialPhonePe/
  • ୱେବ୍: support.phonepe.com
  • PhonePe ସହାୟତାରୁ ହୋଇଥିବାର ଦାବି କରୁଥିବା ଯେକୌଣସି ଯାଞ୍ଚ ହୋଇ ନଥିବା ମୋବାଇଲ୍ ନମ୍ବରକୁ କେବେ କଲ୍ କରନ୍ତୁ ନାହିଁ କିମ୍ବା ସେହି ନମ୍ବରରୁ ଆସୁଥିବା ଫୋନ୍ ଉଠାନ୍ତୁ ନାହିଁ।
  • ଯାଞ୍ଚକରଣ ବିନା କୌଣସି SMS କିମ୍ବା ଇମେଲ୍‍ ମେସେଜରେ ଥିବା ୱେବସାଇଟ ଲିଙ୍କ୍‍ ଉପରେ କ୍ଲିକ୍‍ କରନ୍ତୁ ନାହିଁ।
  • ଅଚିହ୍ନା କଲ୍‍ କରିଥିବା ବ୍ୟକ୍ତିଙ୍କ ଉପଦେଶ କ୍ରମେ କୌଣସି ଆପ୍‍ ଇନଷ୍ଟଲ କରନ୍ତୁ ନାହିଁ।
  • ବିନା ଯାଞ୍ଚକରଣରେ ଛୋଟରୁ ଛୋଟ ଟ୍ରାଞ୍ଜାକସନ ସୁଦ୍ଧା କରିବାକୁ ରାଜି ହୁଅନ୍ତୁ ନାହିଁ।
  • KYC ଯାଞ୍ଚକରଣର ଦାବି କରୁଥିବା ନମ୍ବର ଯାହା SMS ମାଧ୍ୟମରେ ପଠାଯାଇଥାଏ ସେହି ନମ୍ବରକୁ କଲ୍‍ କରନ୍ତୁ ନାହିଁ।
  • ଅଜଣା ନମ୍ବରରୁ ଆସିଥିବା କଲ୍‍ ଉଠାନ୍ତୁ ନାହିଁ ଯିଏ ନିଜକୁ ବ୍ୟାଙ୍କ୍‍ କିମ୍ବା କ୍ରେଡିଟ୍‍ କାର୍ଡ୍ କମ୍ପାନୀର ପ୍ରତିନିଧି ବୋଲି କହିଥାନ୍ତି
  • ବ୍ଯକ୍ତିଗତ ସୂଚନା ଯେପରିକି ଆପଣଙ୍କ ସରକାରୀ ପରିଚୟ, ଆପଣଙ୍କ UPI ଆଇଡି, ଆପଣଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ୍‍ ନମ୍ବର, ଆପଣଙ୍କ ପିନ୍‍, ଆପଣଙ୍କ ୱାନ୍‍-ଟାଇମ୍‍ ପାସୱାର୍ଡ କିମ୍ବା ଆପଣଙ୍କ ନିୟମିତ ରୂପେ ବ୍ୟବହାର ହେଉଥିବା ପାସୱାର୍ଡ ଶେୟାର କରନ୍ତୁ ନାହିଁ।

ଆପଣଙ୍କୁ ଯଦି କୌଣସି ଠକ ଯୋଗାଯୋଗ କରନ୍ତି ତେବେ କଣ କରିବେ?

PhonePe ରେ ଜଣେ ଗ୍ରାହକ ଠକ ମାନଙ୍କ ବିରିଦ୍ଧରେ ବିବାଦ ଉଠାଇବା ପାଇଁ ଏକାଧିକ ଉପାୟ ରହିଛି। ଏଥିରେ ଅନ୍ତର୍ଭୁକ୍ତ ଅଟେ:

  1. PhonePe ଆପ୍‍: ସହାୟତା ବିଭାଗକୁ ଯାଆନ୍ତୁ ଏବଂ “have an issue with the transaction/ଟ୍ରାଞ୍ଜାକସନ ସହ ସମସ୍ୟା ଅଛି” ବିକଳ୍ପକୁ ଯାଇ ସମସ୍ୟା ବିଷୟରେ ଅଭିଯୋଗ କରନ୍ତୁ।
  2. PhonePe ଗ୍ରାହକ ସହାୟତା ନମ୍ବର: ସମସ୍ୟା ବିଷୟରେ ଅଭିଯୋଗ କରିବା ପାଇଁ ଆପଣ 80–68727374 / 022–68727374 ନମ୍ବରରେ PhonePe ଗ୍ରାହକ ସହାୟତାକୁ କଲ୍‍ କରିପାରିବେ, ତାପରେ ଗ୍ରାହକ ସହାୟତା ଏଜେଣ୍ଟ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟାର ସମାଧାନ କରିବାକୁ ଆପଣଙ୍କୁ ସାହାଯ୍ୟ କରିବେ।
  3. ୱେବଫର୍ମ ଦାଖଲ: ଆପଣ PhonePeର ୱେବଫର୍ମ — https://support.phonepe.com/ ବ୍ୟବହାର କରି ଟିକେଟ ତିଆରି କରିପାରିବେ।
  4. ସୋସିଆଲ୍‍ ମିଡିଆ: ଆପଣ ଠକାମିଯୁକ୍ତ କାର୍ଯ୍ୟକଳାପ ଘଟଣା ବିଷୟରେ PhonePeର ସୋସିଆଲ୍‍ ମିଡିଆ ହେଣ୍ଡେଲ ମାଧ୍ୟମରେ ଅଭିଯୋଗ କରିପାରିବେ:

5. ଅଭିଯୋଗ: ପୂର୍ବରୁ ଥିବା ଅଭିଯୋଗର ରିପୋର୍ଟ କରିବା ପାଇଁ, ଆପଣ https://grievance.phonepe.com/ ରେ ଲଗଇନ କରିପାରିବେ ଏବଂ ପୂର୍ବ ଅଭିଯୋଗ ପାଇଁ ଟିକେଟ ଆଇଡି ଶେୟାର କରନ୍ତୁ।

6. ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗ କରିପାରିବେ କିମ୍ବା https://www.cybercrime.gov.in/ ରେ ଅନଲାଇନରେ ଅଭିଯୋଗ ରେଜିଷ୍ଟର କରିପାରିବେ କିମ୍ବା 1930 ନମ୍ବରରେ ସାଇବର କ୍ରାଇମ ସେଲ ହେଲ୍ପଲାଇନ ସହିତ ଯୋଗାଯୋଗ କରିପାରିବେ।

Keep Reading