PhonePe Blogs Main Featured Image

Trust & Safety

ନୂଆ ଠକେଇ ସତର୍କତା: ଅନଲାଇନ ଟ୍ରେଡିଂ ସ୍କାମ୍

PhonePe Regional|3 min read|30 January, 2024

URL copied to clipboard

1850ରେ ଯେତେବେଳେ ଷ୍ଟକ୍ ଏକ୍ସଚେଞ୍ଜ ଆରମ୍ଭ ହୋଇଥିଲା, ଷ୍ଟକବ୍ରୋକରମାନେ ବମ୍ବେର ଟାଉନ ହଲ୍ ବିପରୀତ ଦିଗରେ ଥିବା ଏକ ବଟ ବୃକ୍ଷ  ତଳେ ଟ୍ରେଡିଂ କରୁଥିଲେ। ସେତେବେଳେ ସେମାନେ ଜାଣି ନଥିଲେ ଯେ ଦେଢ଼ ଶହ ବର୍ଷ ପରେ 2023ରେ 17% ରୁ ଅଧିକ ଭାରତୀୟ ପରିବାର ନିଜର ବିନିଯୋଗ ପାଇଁ ଅନଲାଇନ୍ ଟ୍ରେଡିଂ କରିବାର ମାଧ୍ୟମ ବାଛିବେ।*

ଡିଜିଟାଲ ୱେଭ୍ ନିଶ୍ଚିତ ଭାବରେ ସମୟ ଅନୁସାରେ ବ୍ୟାଙ୍କିଂ, ଟ୍ରାଞ୍ଜାକସନ ଏବଂ ବିନିଯୋଗକୁ ସହଜ କରିଦେଇଛି କିନ୍ତୁ ଏଥିସହିତ ବିଭିନ୍ନ ପ୍ରକାର ରିସ୍କ ମଧ୍ୟ ଆସିଥାଏ। ସ୍କାମରମାନେ ଅନଲାଇନ ଟ୍ରାଞ୍ଜାକସନରେ ସୁଯୋଗ ଖୋଜନ୍ତି ଏବଂ ନିରୀହ ଲୋକମାନଙ୍କୁ ଠକିବା ପାଇଁ ଚତୁର ଉପାୟ ବାହାର କରନ୍ତି। ଲୋକମାନେ ଯେପରି ସ୍କାମରେ ଆକର୍ଷିତ ନହୁଅନ୍ତି, ଆମର ସେହି ପ୍ରୟାସରେ, ଆମେ ସବୁଠୁ ନୂଆ ସ୍କାମ୍ ଟ୍ରେଣ୍ଡ ବିଷୟରେ ସୂଚନା ଦେଉଛୁ। ଏହି ବ୍ଲଗରେ, ଆମେ ଅନଲାଇନ ଟ୍ରେଡିଂ ସ୍କାମ୍ ବିଷୟରେ ଜଣାଇଛୁ।

ଏକ ଅନଲାଇନ ଟ୍ରେଡିଂ ସ୍କାମ୍ କ’ଣ?

ଏକ ଅନଲାଇନ ଟ୍ରେଡିଂ ସ୍କାମ୍ ସେତେବେଳେ ହୋଇଥାଏ ଯେତେବେଳେ ଜଣେ ସ୍କାମଷ୍ଟର ନିଜକୁ ବ୍ରୋକର ଭାବରେ ପରିଚୟ ଦେଇଥାଏ ଏବଂ ଏକ ବିନିଯୋଗରେ ଟ୍ରେଡିଂ କରିବା ପାଇଁ ଲୋକମାନଙ୍କୁ ମିଥ୍ୟା ତଥ୍ୟ ଯୋଗାଇ ଏକ ନକଲି ୱେବସାଇଟରେ ଟ୍ରେଡିଂ କରିବାକୁ ପ୍ରବର୍ତ୍ତାଇ ଥାଏ। ଏପରି ବିନିଯୋଗ ଷ୍ଟକ୍, ବଣ୍ଡ, ମ୍ୟୁଚୁଆଲ ଫଣ୍ଡ, ଆସେଟ୍ ଇତ୍ଯାଦି ପ୍ରକାରେ ହୋଇପାରେ।

ସ୍କାମରମାନେ କିପରି କାର୍ଯ୍ୟ କରନ୍ତି?

ସ୍କାମଷ୍ଟରମାନେ ବାରମ୍ବାର ବିନିଯୋଗକାରୀମାନଙ୍କୁ ଖୁବ କମ୍ କିମ୍ୱା ଆଦୌ ରିସ୍କ ନଥିବା ଅସମ୍ଭବ ଲାଭର ଅଫର୍ ଦିଅନ୍ତି। ଯାହାର ଉଦ୍ଦେଶ୍ୟ ହେଉଛି, ଅନ୍ୟମାନେ ଏ ସୁଯୋଗର ଲାଭ ଉଠାଉଥିବା ବେଳେ ଆପଣ ଏଥିରୁ ବଞ୍ଚିତ ହୋଇଯିବାର ଭୟ ଆପଣଙ୍କ ଭିତରେ ସୃଷ୍ଟି କରିବା। ଏହି ପ୍ରକାରର ସ୍କାମରମାନେ ସାଧାରଣତଃ ପ୍ରାମାଣିକ, ପ୍ରାଧିକୃତ ଟ୍ରେଡିଂ ପ୍ଲାଟଫର୍ମ କିମ୍ବା ବିନିଯୋଗ ବ୍ୟବସାୟକୁ ନକଲ କରୁଥିବା ସୋସିଆଲ ମିଡିଆ ଏବଂ ୱେବସାଇଟ ମାଧ୍ୟମରେ ଅନଲାଇନରେ ନିଜର  ପ୍ରଚାର କରନ୍ତି। ଏହି ସ୍କାମର ଅପରାଧୀମାନେ ବାରମ୍ବାର ସୂଚାଇଥାନ୍ତି ଯେ ସେମାନେ ସ୍ଥାନୀୟ କିମ୍ବା ଜାତୀୟ ଆର୍ଥିକ ଆଇନରୁ ମୁକ୍ତ ଅଟନ୍ତି। ସେମାନେ ଫଣ୍ଡକୁ ଅଟକାଇପାରିବେ ଏବଂ ନକଲି ଟିକସ, ଫି କିମ୍ବା ଅନ୍ୟ ଚାର୍ଜଗୁଡ଼ିକ ପାଇଁ ଦେୟ ଦାବି କରି ଆପଣଙ୍କୁ ଠକିବାକୁ ମଧ୍ଯ ଚେଷ୍ଟା କରିପାରନ୍ତି।

ଅଧିକାଂଶ ଟ୍ରେଡିଂ ସ୍କାମ୍ ସୋସିଆଲ ମିଡିଆ କିମ୍ବା ମେସେଜିଂ ଆପ୍ଲିକେସନ ମାଧ୍ୟମରେ ଆରମ୍ଭ ହୋଇଥାଏ। ଯଦି ଆପଣ ହଠାତ ଜଣେ ଅଜଣା ବ୍ଯକ୍ତିଙ୍କଠାରୁ କଲ୍ ପାଆନ୍ତି କିମ୍ବା ଯଦି ଆପଣ ଅନଲାଇନରେ କାହାକୁ ଭେଟନ୍ତି, ଯିଏ କି ଆପଣଙ୍କୁ ଆପଣ କେବେ ଶୁଣି ନଥିବା ଏକ ଟ୍ରେଡିଂ ୱେବସାଇଟ ସହ ପରିଚିତ କରାନ୍ତି, ତେବେ ଏହା ଏକ ସ୍କାମ୍ ହେବାର ସମ୍ଭାବନା ଅଧିକ ଅଟେ। ଆପଣ କେତେ ଟଙ୍କା ରୋଜଗାର କରିପାରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିବା, ଏହା କେତେ ସରଳ ଏବଂ ରିସ୍କ-ମୁକ୍ତ ବୋଲି ସେମାନେ କହିଥିବା ସତ୍ତ୍ୱେ ମଧ୍ଯ ଆପଣ ସ୍କାମ୍ ଟ୍ରେଡିଂ ୱେବସାଇଟକୁ ପଠାଉଥିବା ଯେକୌଣସି ଟଙ୍କାକୁ ଆପଣ ହରାଇବେ। ସମ୍ଭାବ୍ୟ ପୀଡ଼ିତଙ୍କୁ ଖୋଜିବାକୁ ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍ଲିକେସନ ଖୋଜିବା ସହିତ, ନିମ୍ନଲିଖିତ ପାଞ୍ଚଟି ସଙ୍କେତ ଦିଆଯାଇଛି ଯେଉଁଥିରେ ଜଣାପଡ଼ିଥାଏ ଏହା ଏକ ସମ୍ଭାବ୍ୟ ଟ୍ରେଡିଂ ସ୍କାମ୍:

  1. ଠକ ବ୍ରୋକରମାନେ ଅଧିକ ଲାଭ ପାଇବାକୁ ଅଳ୍ପ ପୁଞ୍ଜି ବିନିଯୋଗ କରିବାର ଆଇଡିଆକୁ ଅତ୍ୟଧିକ ପ୍ରୋତ୍ସାହିତ କରନ୍ତି।
  1. ଲାଭ ବଢ଼ିବା ସହ ବ୍ୟକ୍ତି ଟଙ୍କା ଉଠାଇବାକୁ ଇଚ୍ଛା କଲେ, ଧାର୍ଯ୍ୟ ରୋଜଗାରକୁ ଆକ୍ସେସ କରି ହୁଏ ନାହିଁ।  ଉତ୍ତର ଖୋଜାଗଲେ, ଟ୍ୟାକ୍ସ ଏବଂ କମିଶନ ନାମରେ ଯୁକ୍ତିହୀନ ବାହାନା କରାଯାଏ।
  1. ସମୟ ସହିତ, ବିନିଯୋଗ କରିଥିବା ବ୍ୟକ୍ତି ହୃଦୟଙ୍ଗମ କରଥାନ୍ତି ଯେ କୌଣସି ଟ୍ଯାକ୍ସ ଏବଂ କମିଶନରୁ ଟଙ୍କା ଉଠାଇପାରିବେ ନାହିଁ, ଏଥିରୁ ଏହା ପ୍ରମାଣିତ ହୋଇଥାଏ ଯେ ସ୍କାମଷ୍ଟରଙ୍କର ଟଙ୍କା ଫେରାଇବାର କୌଣସି ଉଦ୍ଦେଶ୍ୟ ନାହିଁ।
  1. କଳ୍ପନାତ୍ମକ ଯୁକ୍ତି ଏବଂ ନିକଟ ଭବିଷ୍ୟତରେ ଟଙ୍କା ଉଠାଇବାର ପ୍ରତିଶୃତି ଦେଇ ଚତୁର ଠକମାନେ ଅଧିକ ଟଙ୍କା ମାଗିବା କେବେ ବନ୍ଦ କରନ୍ତି ନାହିଁ।
  1. ସ୍କାମରମାନେ ଉତ୍ତର ଦିଅନ୍ତି ନାହିଁ, କେବେବି ଆକ୍ସେସେବୁଲ ନୁହଁନ୍ତି  ଏବଂ ବହୁ ପରିମାଣର ଟଙ୍କା ନେଇଯିବା ପରେ ସମ୍ପୂର୍ଣ୍ଣ ଭାବେ ଉତ୍ତର ଦେବା ବନ୍ଦ କରିଦିଅନ୍ତି।

କିଛି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଉପରେ ନଜର ରଖି ଏକ ଅନଲାଇନ ଟ୍ରେଡିଂ ସ୍କାମ୍ ଚିହ୍ନଟ କରିବା ସମ୍ଭବ ଅଟେ।

ଯଦି ଆପଣ ଏକ ଟ୍ରେଡିଂ ସ୍କାମର ଶିକାର ହୁଅନ୍ତି ତେବେ କିପରି ରିପୋର୍ଟ କରିବେ

ଯଦି ଆପଣ ସନ୍ଦେହ କରୁଛନ୍ତି ଯେ ଆପଣ ଏକ ଟ୍ରେଡିଂ ସ୍କାମର ଶିକାର ହୋଇଛନ୍ତି, ତେବେ ସମ୍ଭାବ୍ୟ କ୍ଷତିକୁ କମ୍ କରିବା ଏବଂ ଭବିଷ୍ଯତରେ ହେବାକୁ ଥିବା ଅଧିକ କ୍ଷତିକୁ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପଦକ୍ଷେପଗୁଡ଼ିକ ଆପଣ ନେଇପାରିବେ:

  • PhonePe ଆପ୍: Help/ସହାୟତା ବିଭାଗକୁ ଯାଆନ୍ତୁ ଏବଂ ‘Others/ଅନ୍ୟ’ ଅଧୀନରେ ଏକ ସମସ୍ଯା ଦାଖଲ କରନ୍ତୁ। ‘ଆକାଉଣ୍ଟ ସୁରକ୍ଷା ଏବଂ ଠକେଇ କାର୍ଯ୍ୟକଳାପର ରିପୋର୍ଟିଂ’ର ସିଲେକ୍ଟ କରନ୍ତୁ ଓ ଘଟଣା ବିଷୟରେ ଜଣାଇବା ପାଇଁ ସବୁଠାରୁ ଉପଯୁକ୍ତ ବିକଳ୍ପ ବାଛନ୍ତୁ।
  • PhonePe ଗ୍ରାହକ ସେବା ନମ୍ବର: ଏକ ସମସ୍ୟା ଦାଖଲ କରିବା ପାଇଁ ଆପଣ PhonePe ଗ୍ରାହକ ସେବା ନମ୍ୱର 80–68727374/022–68727374ରେ କଲ କରିପାରିବେ, ଏହା ପରେ ଜଣେ ଗ୍ରାହକ ସେବା ଏଜେଣ୍ଟ ଟିକେଟ ତିଆରି କରି ଆପଣଙ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବେ।
  • ୱେବଫର୍ମ ଦାଖଲ: ଆପଣ PhonePeର ୱେବଫର୍ମ https://support.phonepe.com/ ବ୍ୟବହାର କରି ଏକ ଟିକେଟ ମଧ୍ଯ ତିଆରି କରିପାରିବେ।
  • ସୋସିଆଲ ମିଡିଆ: ଆପଣ PhonePeର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ମାଧ୍ୟମରେ ଠକେଇ ଘଟଣାର ରିପୋର୍ଟ କରିପାରିବେ।
    • Twitter — https://twitter.com/PhonePeSupport
    • Facebook — https://www.facebook.com/OfficialPhonePe
  • ଅଭିଯୋଗ: ପୂର୍ବରୁ ଥିବା ଏକ ଅଭିଯୋଗ ବିଷୟରେ ଜଣାଇବାକୁ, ଆପଣ https://grievance.phonepe.com/  ରେ ଲଗ୍ଇନ୍ କରି ପୂର୍ବରୁ ଥିବା ଟିକେଟ ଆଇଡି ଶେୟାର କରିପାରିବେ।
  • ସାଇବର ସେଲ୍: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗ ରିପୋର୍ଟ କରିପାରିବେ କିମ୍ବା https://www.cybercrime.gov.in/ରେ ଅନଲାଇନରେ ଅଭିଯୋଗ ପଞ୍ଜିକରଣ କରିପାରିବେ କିମ୍ବା 1930ରେ ସାଇବର କ୍ରାଇମ ସେଲ ହେଲ୍ପଲାଇନ ସହିତ ଯୋଗାଯୋଗ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ରିମାଇଣ୍ଡର- PhonePe କେବେବି ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ମାଗେ ନାହିଁ। PhonePeରୁ ପଠାଯାଇଥିବା ଦାବି କରୁଥିବା କିନ୍ତୁ  PhonePe ଡୋମେନରୁ ପଠାଯାଇନଥିବା ସମସ୍ତ ମେଲଗୁଡି଼କୁ ଅଣଦେଖା କରନ୍ତୁ। ଯଦି ଆପଣ ଠକେଇ କରାଯାଇଥିବାର ସନ୍ଦେହ କରୁଛନ୍ତି, ଦୟାକରି ତୁରନ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।

*ସୋର୍ସ:

https://www.livemint.com/news/india/india75-history-of-stocks-in-india-11660492412764.htm,https://inc42.com/features/online-stock-trading-platforms-in-india-whos-thriving-whos-striving/#:~:text=As%20of%20September%202023%2C%20India,in%20shares%20and%20mutual%20funds

Keep Reading