PhonePe Blogs Main Featured Image

Trust & Safety

ସିମ୍ ସ୍ୱାପ୍ ଠକାମିରୁ ନିଜକୁ ସୁରକ୍ଷିତ ରଖନ୍ତୁ!

PhonePe Regional|2 min read|29 August, 2019

URL copied to clipboard

ଆପଣଙ୍କ ବ୍ୟାଙ୍କ୍‌ ପ୍ରତିନିଧି ବୋଲି ଦାବି କରି କୌଣସି ଅଜଣା ନମ୍ବରରୁ ଆପଣଙ୍କୁ ଫୋନ୍ କଲ୍ ଆସିଛି? ଆପଣ କିଛି ସମୟ ପୂର୍ବରୁ ପାଇଥିବା OTP ଶେୟାର କରିବାକୁ SMS ଆସିଛି? ଠକମାନେ ଲଗାତାର ଆପଣଙ୍କ ଟଙ୍କା ନେବା ପାଇଁ ପ୍ରୟାସ କରିଥାନ୍ତି । ଏହି ଲେଖାଟିରେ ଆମେ ଆପଣଙ୍କୁ ଠକମାନେ ଟଙ୍କା ଠକେଇବା ପାଇଁ ବ୍ୟବହାର କରୁଥିବା ବିଭିନ୍ନ କୌଶଳ ବିଷୟରେ ସଚେତନ କରାଇବୁ ଯାହାଦ୍ୱାରା ଆପଣ ଆପଣଙ୍କ ସହ ଘଟିବାକୁ ଯାଉଥିବା ଠକାମି ସମ୍ପର୍କରେ ସଚେତନ ହୋଇପାରିବେ ।

ଠକାମି ଏବଂ ଗ୍ରାହକ ସୁରକ୍ଷାର ଚଳିତ ପର୍ଯ୍ୟାୟରେ ଆମେ ବିଭିନ୍ନ ପ୍ରକାରର ଠକାମି ବିଷୟରେ ଆଲୋଚନା କରିବୁ ।

ସିମ୍ ସ୍ୱାପ୍ ଠକାମି କଣ ଅଟେ?

ଯେଉଁଠି ଠକମାନେ ଆପଣଙ୍କ ବ୍ୟକ୍ତିଗତ ବିବରଣୀ ବ୍ୟବହାର କରି, ଆପଣଙ୍କ ଫୋନ୍ ନମ୍ବର ପରି ଆଉ ଗୋଟିଏ ଅବିକଳ ନମ୍ବରର ନୂତନ ସିମ୍ ଜାରି କରିଥାଏ ତାହାକୁ ସିମ୍ ସ୍ୱାପ୍ ଠକାମି କୁହାଯାଏ । ଏହାଦ୍ୱାରା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ଅନୁମୋଦିତ ସମସ୍ତ ପେମେଣ୍ଟ ପାଇଁ ଦରକାର ହେଉଥିବା OTPର ଆକସେସ୍ ସେମାନଙ୍କୁ ଅତି ସହଜରେ ମିଳିଯାଏ ।

ସାଧାରଣତଃ, ଏହାର ଅର୍ଥ ହେଉଛି ଠକମାନେ ଆପଣଙ୍କ OTP ବ୍ୟବହାର କରି ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ଟଙ୍କା ଚୋରି କରି ନେବାରେ ସଫଳ ହୋଇଥାନ୍ତି ।

ଗୁରୁତ୍ୱପୂର୍ଣ୍ଣ ବିଷୟ — PhonePe କେବେ ବି କାହାର ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ପଚାରେ ନାହିଁ । ଯଦି କୌଣସି ମେଲ୍‍ PhonePe ରୁ ଆସିଥିବା ଦାବି ହୋଇଥାଏ କିନ୍ତୁ ତାହା phonepe.com ଡୋମେଇନ୍‍ରୁ ହୋଇ ନ ଥାଏ ତେବେ ଆପଣ ସେହିପରି ଇମେଲ୍‌ଗୁଡ଼ିକୁ ଉପେକ୍ଷା କରନ୍ତୁ । ଆପଣଙ୍କୁ ଯଦି ଠକାମି ଯୁକ୍ତ କାର୍ଯ୍ୟକଳାପର ସନ୍ଦେହ ହୁଏ ତେବେ ତତ୍‌କ୍ଷଣାତ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ।

ସିମ୍ ସ୍ୱାପ୍ ଠକାମି କିପରି ହୋଇଥାଏ?

  1. ଠକ ଜଣକ ଆପଣଙ୍କ ମୋବାଇଲ୍ ଅପରେଟର୍‌ର ପ୍ରତିନିଧି ରୂପେ ବାହାନା କରି ଆପଣଙ୍କୁ କଲ୍ କରିଥାଏ, ଏବଂ ଆପଣଙ୍କ ନେଟୱର୍କ ଅପ୍‌‌ଗ୍ରେଡ କରିବା ପାଇଁ SMS ପଠାଇବାକୁ କହିଥାଏ । SMSଟିରେ ନୂତନ ସିମ୍‌ ପଛରେ ଲେଖା ହୋଇଥିବା 20 ଅଙ୍କ ବିଶିଷ୍ଟ ନମ୍ବର ରହିଥାଏ । ଏଥିସହିତ ସେ ଆପଣଙ୍କ ବ୍ୟାଙ୍କ୍‌ର ଗୋପନୀୟ ବିବରଣୀ ମଧ୍ୟ ଆପଣଙ୍କୁ ମାଗିଥାନ୍ତି ।
  2. ଏହି SMS ଟି ଆପଣଙ୍କ ବର୍ତ୍ତମାନ ସିମ୍‌କୁ ନିଷ୍କ୍ରିୟ କରିଦିଏ ଏବଂ ଠକ ଜଣକ ଅନୈତିକ ରୂପେ ପାଇଥିବା ନକଲି ସିମ୍‌କୁ ସକ୍ରିୟ କରିଦେଇଥାଏ । ଆପଣଙ୍କ ସିମ୍ କାମ କରିବା ବନ୍ଦ କରିଦିଏ ଏବଂ ତାହା ସମସ୍ତ ସଂଯୋଗ ହରାଇଦିଏ ।
  3. ଏହାପରେ ତାକୁ ଆପଣଙ୍କ ଫୋନ୍ ନମ୍ବର ଏବଂ SMSର ଆକସେସ୍ ମିଳିଯାଏ ଏବଂ ସେ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଆପଣଙ୍କ ବ୍ୟାଙ୍କ୍ ବିବରଣୀର ବ୍ୟବହାର କରିଥାଏ ।
  4. ଟଙ୍କା ଟ୍ରାନ୍ସଫର କରିବା ପାଇଁ ଠକକୁ ଗୋଟିଏ OTP ମିଳିଥାଏ ଏବଂ ସେହି OTP ର ବ୍ୟବହାର କରି ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ନିଜ ଆକାଉଣ୍ଟ୍‌କୁ ଟଙ୍କା ଟ୍ରାନ୍ସଫର କରିବ ।

ଆପଣଙ୍କ ଫୋନ୍ ଯଦି ବିନା କୌଣସି କାରଣରୁ ଅନେକ ସମୟ ପର୍ଯ୍ୟନ୍ତ ମୋବାଇଲ୍ ସଂଯୋଗ ହରାଇଥାଏ ତେବେ ତାହା ସ୍ୱାଭାବିକ ହୋଇ ନ ଥାଏ । ଏହା କିଛି ଭୁଲ୍ ହୋଇଥିବାର ସଙ୍କେତ ଦେଇଥାଏ । ଏପରି କିଛି ଘଟିଲେ, ଦୟାକରି ତତ୍‌କ୍ଷଣାତ ଆପଣଙ୍କ ମୋବାଇଲ୍ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ ।

ଆପଣ ଏହାଠାରୁ କିପରି ସୁରକ୍ଷିତ ରହିପାରିବେ:

  • ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ବିବରଣୀ ( କାର୍ଡ୍ ନମ୍ବର, ସମୟ ସମାପ୍ତି ତାରିଖ, ପିନ୍‍) ଅନ୍ୟ କାହା ସହିତ ଶେୟାର କରନ୍ତୁ ନାହିଁ ।
  • ଆପଣଙ୍କ ବ୍ୟାଙ୍କ୍ କିମ୍ବା ମୋବାଇଲ୍ ଅପରେଟରଙ୍କ ଠାରୁ ଇମେଲ୍ କିମ୍ବା SMS ଆସିଥିବାର ଯଦି ଦାବି ହୋଇଥାଏ ତେବେ ତାହା ଅଫିସିଆଲ୍ SMS ହେଣ୍ଡେଲ୍/ ଇ-ମେଲ୍ ଆଡ୍ରେସ୍‌ରୁ ଆସିଛି କି ନାହିଁ ତାହା ଯାଞ୍ଚ କରନ୍ତୁ ।
  • SMS କିମ୍ବା ଅନ୍ୟ ଯୋଗାଯୋଗ ମାଧ୍ୟମରେ ଆସିଥିବା OTP କିମ୍ବା ଅନ୍ୟ କୌଣସି କୋଡ୍‌କୁ ଅନ୍ୟ କାହା ସହ ଶେୟାର କରନ୍ତୁ ନାହିଁ ।
  • ଆପଣଙ୍କ ଆକାଉଣ୍ଟ୍‌ରୁ କରାଯାଉଥିବା ଟ୍ରାଞ୍ଜାକସନ୍ ଟ୍ରାକ୍ କରିବା ପାଇଁ ଇ-ମେଲ୍ ଏବଂ SMS ଅଲର୍ଟ ସବସ୍କ୍ରାଇବ୍ କରନ୍ତୁ ।
  • ଆପଣଙ୍କ ବ୍ୟାଙ୍କ୍‌ର ଅତୀତ ଟ୍ରାଞ୍ଜାକସନ୍କୁ ନିୟମିତ ଭାବରେ ଯାଞ୍ଚ କରନ୍ତୁ ଏବଂ ଅନିୟମିତ ଟ୍ରାଞ୍ଜାକ୍‌ସନଗୁଡ଼ିକୁ ନିରୀକ୍ଷଣ କରନ୍ତୁ ।

ଆମର ପରବର୍ତ୍ତୀ ଲେଖା ପାଇଁ ଆମ ସହ ଜଡ଼ିତ ରୁହନ୍ତୁ!

सुरक्षित लेनदेन पर एक वीडियो देखें: https://youtu.be/I2GNsUAS0GY

Keep Reading