PhonePe Blogs Main Featured Image

Trust & Safety

ଟପ୍‌ଅପ୍ ଠକାମିରୁ ସୁରକ୍ଷିତ ରୁହନ୍ତୁ!

PhonePe Regional|2 min read|07 May, 2021

URL copied to clipboard

ଯଦି କୌଣସି ବ୍ୟକ୍ତି ନିଜକୁ ଆପଣଙ୍କ ବ୍ୟାଙ୍କ୍ ପ୍ରତିନିଧି, ଭାରତୀୟ ରିଜର୍ଭ ବ୍ୟାଙ୍କ୍, ଇ-କମର୍ଶ ସାଇଟ୍, କିମ୍ବା ଲୋଟେରି ଯୋଜନାରୁ କଲ୍ କରିଥିବା ଦାବି କରିଥାନ୍ତି । ସେପରି ବ୍ୟକ୍ତିଙ୍କ ଠାରୁ ସାବଧାନ ରୁହନ୍ତୁ! ଆପଣଙ୍କ ଠାରୁ କିଛି ତଥ୍ୟ ସଂଗ୍ରହ କଲାପରେ ସେ ଆପଣଙ୍କୁ ଆପଣଙ୍କ 16 ଅଙ୍କ ବିଶିଷ୍ଟ କାର୍ଡ୍ ନମ୍ବର ଏବଂ CVV ନମ୍ବର ଶେୟାର କରିବାକୁ କହିଥାନ୍ତି । ଏହାପରେ ଆପଣ ବିଶ୍ୱାସ କରିନେଇଥାନ୍ତି ଯେ ଏହି ଫୋନ୍ କଲ୍‌ଟି ସତରେ କୌଣସି ପ୍ରତିନିଧି କରିଛନ୍ତି ଏବଂ ତାଙ୍କୁ ନିଜର ଗୋପନୀୟ ତଥ୍ୟ ମଧ୍ୟ ଦେଇ ଦିଅନ୍ତି ।

ଏହାପରେ ଆପଣଙ୍କୁ ଗୋଟିଏ SMS ଆସିଥାଏ ଯେଉଁଥିରେ କୋଡ୍ ଲେଖା ହୋଇଥାଏ । ବ୍ୟାଙ୍କ୍ ପ୍ରତିନିଧି ବୋଲି ଦାବି କରୁଥିବା ବ୍ୟକ୍ତି ଜଣକ ଆପଣଙ୍କୁ ଆଉଥରେ କଲ୍ କରିଥାନ୍ତି ଏବଂ ଯାଞ୍ଚକରଣ ସମ୍ପୂର୍ଣ୍ଣ କରିବା ପାଇଁ ଆପଣ SMS ମାଧ୍ୟମରେ ପାଇଥିବା କୋଡ୍‌ଟିକୁ ପଚାରିଥାନ୍ତି । ଆପଣ କୋଡ୍‌ଟିକୁ ଦେଲାପରେ, ଆପଣଙ୍କ ଆକାଉଣ୍ଟ୍‌ରୁ ଟଙ୍କା ନେଇ ଠକ ନିଜର ୱାଲେଟ୍ ଟପ୍‌ଅପ୍ କରିଦିଏ । ଏହାପରେ ଆପଣ ଯେତେବେଳେ ଆପଣଙ୍କ ଆକାଉଣ୍ଟ୍‌ ବାଲାନ୍ସ ଦେଖିବେ ତାହା ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିବ ଠିକ୍ ସେତିକି ବେଳେ ବୁଝି ପାରିବେ ଯେ ଆପଣ ଠକାମିର ଶିକାର ହୋଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ବିଷୟ — PhonePe କେବେ ବି କାହାର ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ପଚାରେ ନାହିଁ । ଯଦି କୌଣସି ମେଲ୍‍ PhonePe ରୁ ଆସିଥିବା ଦାବି ହୋଇଥାଏ କିନ୍ତୁ ତାହା phonepe.com ଡୋମେଇନ୍‍ରୁ ହୋଇ ନ ଥାଏ ତେବେ ଆପଣ ସେହିପରି ଇମେଲ୍‌ଗୁଡ଼ିକୁ ଉପେକ୍ଷା କରନ୍ତୁ । ଆପଣଙ୍କୁ ଯଦି ଠକାମି ଯୁକ୍ତ କାର୍ଯ୍ୟକଳାପର ସନ୍ଦେହ ହୁଏ ତେବେ ତତ୍‌କ୍ଷଣାତ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ।

ଉପରେ କଣ ହେଲା ଦେଖିଲେ ତ?

  • ଯେଉଁ ବ୍ୟକ୍ତି ଜଣକ ‘ବ୍ୟାଙ୍କ୍ ପ୍ରତିନିଧି’ ରୂପେ ଆପଣଙ୍କୁ କଲ୍ କରିଥିଲେ ସେ ପ୍ରକୃତରେ ଜଣେ ଠକ । ଆପଣ ପ୍ରଦାନ କରିଥିବା ତଥ୍ୟଗୁଡ଼ିକ ବ୍ୟବହାର କରି ସେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ନିଜର ୱାଲେଟ୍ ଟପ୍‍‌ଅପ୍ କରିବାରେ ସଫଳ ହେଲା ।
  • ଠକକୁ ପେମେଣ୍ଟର ଅନୁମୋଦନ ପାଇଁ ଆପଣଙ୍କୁ ମିଳିଥିବା OTP ର ଆବଶ୍ୟକ ଥିଲା । ଆପଣ ଏହାକୁ ଶେୟାର କରିବା ମାତ୍ରେ, ସେ ନିଜର ୱାଲେଟ୍ ଟପ୍‌ଅପ୍ କରିବାରେ ସଫଳ ହୋଇଗଲା ।
  • ଠକ ଜଣକ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ଟଙ୍କା ନେଇ ନିଜର ୱାଲେଟ୍ ଟପ୍‌ଅପ୍ କରିଲା ଏବଂ ସେହି ଟଙ୍କାକୁ ନିଜର ୱାଲେଟ୍‌ରୁ ଅନ୍ୟ ବ୍ୟାଙ୍କ୍ ଆକାଉଣ୍ଟ୍‌ଗୁଡ଼ିକରେ ଟ୍ରାନ୍ସଫର କରିଦେଲା ।
  • ଆପଣଙ୍କ ଟଙ୍କାକୁ ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଭାଗ ଭାଗ କରି ଟ୍ରାନ୍ସଫର କରିବା ଫଳରେ ଚୋରି ହୋଇଥିବା ଟଙ୍କା ଉଦ୍ଧାର କରିବା କତୃପକ୍ଷଙ୍କ ପାଇଁ କଠିନ ହୋଇଥାଏ ।

ଆପଣ ଏହାଠାରୁ କିପରି ସୁରକ୍ଷିତ ରହିପାରିବେ ତାହା ନିମ୍ନରେ ଦେଖନ୍ତୁ:

  • ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ବିବରଣୀ ଯେପରିକି କାର୍ଡ୍ ନମ୍ବର, ସମୟ ସମାପ୍ତି ତାରିଖ, ପିନ୍ ଇତ୍ୟାଦି ଅନ୍ୟ କାହା ସହ ଶେୟାର କରନ୍ତୁ ନାହିଁ ।
  • SMS କିମ୍ବା ଅନ୍ୟ କୌଣସି ଚ୍ୟାନେଲ୍‌ ମାଧ୍ୟମରେ ପାଇଥିବା OTP କିମ୍ବା ଅନ୍ୟ କୌଣସି କୋଡ୍‌କୁ କେବେ ବି କାହା ସହିତ ଶେୟାର କରନ୍ତୁ ନାହିଁ ।
  • ଯଦି କୌଣସି ଅଜଣା ନମ୍ବରରୁ ଫୋନ୍ କରି କେହି ଦାବି କରନ୍ତି ଯେ ସେ ଆପଣଙ୍କ ବ୍ୟାଙ୍କ୍‌ ତରଫରୁ କଲ୍ କରିଛନ୍ତି ଏବଂ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ସେହି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ନ କରି ସଙ୍ଗେ ସଙ୍ଗେ କଲ୍‌ଟିକୁ କାଟି ଦିଅନ୍ତୁ ।
  • ଆପଣଙ୍କୁ ଫୋନ୍‌ରେ ଦିଆଯିବା ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରନ୍ତୁ ନାହିଁ । କଲ୍ କରିଥିବା ବ୍ୟକ୍ତି ଜଣଙ୍କୁ ସେହି ନିର୍ଦ୍ଦେଶଗୁଡ଼ିକ ଆପଣଙ୍କୁ ଇମେଲ୍ କରିବାକୁ କୁହନ୍ତୁ ।
  • ଇମେଲ୍ ପ୍ରେରକର ଡୋମେଇନ୍ ଯାଞ୍ଚ କରନ୍ତୁ । ଯଦି ଏହା [XYZ]@gmail.com କିମ୍ବା ଅନ୍ୟ କୌଣସି ଇମେଲ୍ ପ୍ରଦାନକାରୀ ଡୋମେଇନ୍ ହୋଇଥାଏ ତେବେ ଇମେଲ୍‌ଟିକୁ ଉପେକ୍ଷା କରନ୍ତୁ । ପାଇଥିବା ଇମେଲ୍‌ର ଡୋମେଇନ୍ ବ୍ୟାଙ୍କ୍‌ର ବାସ୍ତବିକ ଡୋମେଇନ୍ ସହ ସମାନ ନା ନାହିଁ ତାହା ସୁନିଶ୍ଚିତ କରନ୍ତୁ । ବ୍ୟାଙ୍କ୍‌ର ସମସ୍ତ ଇମେଲ୍ ଗୋଟିଏ ସୁରକ୍ଷିତ https ଡୋମେଇନ୍‌ରୁ କେବଳ ଆସିଥାଏ ।

ସୁରକ୍ଷିତ ଭାବରେ ଟ୍ରାଞ୍ଜାକସନ କରିବା ପାଇଁ ଭିଡିଓଟି ଦେଖନ୍ତୁ: https://youtu.be/4mXbF_r5K5A

Keep Reading