PhonePe Blogs Main Featured Image

Trust & Safety

PhonePe ରେ ଆପଣଙ୍କ ବ୍ୟବସାୟ ଅଛି?

PhonePe Regional|3 min read|16 July, 2020

URL copied to clipboard

ଆପଣଙ୍କ ରୋଜଗାର ସୁରକ୍ଷିତ ରଖନ୍ତୁ । ବ୍ୟବସାୟୀ ଠକାମିରୁ ସାବଧାନ ରୁହନ୍ତୁ ।

ଡିଜିଟାଲ୍ ପେମେଣ୍ଟ ପଦ୍ଧତିର ବିସ୍ତାର ଜୀବନକୁ ପ୍ରକୃତରେ ଅତି ସହଜ କରିଦେଇଛି । ପେମେଣ୍ଟ ଆପ୍ ବ୍ୟବହାର କରି ଟଙ୍କା ପଠାଇବା କିମ୍ବା ପାଇବା, ସମସ୍ତ ବିଲ୍ ପେମେଣ୍ଟ କରିବା, ମୋବାଇଲ୍/DTH ରିଚାର୍ଜ କରିବା ଇତ୍ୟାଦି, ଅନ୍‌ଲାଇନ୍ ଶୋପିଙ୍ଗ ଏବଂ ଏପରିକି ସ୍ଥାନୀୟ ତେଜରାତି ଦୋକାନରେ ତତ୍‌କ୍ଷଣାତ୍ ପେମେଣ୍ଟ ପରି ସୁବିଧା ନଗଦ ଟଙ୍କା ଉପରେ ନିର୍ଭର କରିବା ଅନେକ ପରିମାଣରେ କମେଇ ଦେଇଛି ।

ଯେଉଁଠି ଡିଜିଟାଲ୍ ପେମେଣ୍ଟ ପଦ୍ଧତି ଏକ ବିରାଟ ବରଦାନ ସାଜିଛି, ସେଇଠି ଠକମାନେ ନା କେବଳ ଗ୍ରାହକଙ୍କୁ ଠକିବା ପାଇଁ ନୂତନ ଉପାୟ ଖୋଜୁଛନ୍ତି ବରଂ ନକଲି ଟ୍ରାଞ୍ଜାକ୍‌ସନ କରି ଖୁଚୁରା ବ୍ୟବସାୟୀଙ୍କୁ ମଧ୍ୟ କ୍ରମାଗତ ଠକିବାରେ ଲାଗିଛନ୍ତି ।

ନିମ୍ନରେ କେତୋଟି ଘଟଣା ଉଲ୍ଲେଖ କରାହୋଇଛି ଯେଉଁଠି ତେଜରାତି ଦୋକାନର ବ୍ୟବସାୟୀମାନେ ନିୟମିତ ରୂପେ ଠକମାନଙ୍କ ଦ୍ୱାରା ଟାର୍ଗେଟ ହୋଇଥାନ୍ତି ।

ସ୍କ୍ରିନ୍ ଶେୟାରିଂ ଆପ୍‌ଗୁଡ଼ିକ ମାଧ୍ୟମରେ ଠକାମି

ଠକ ଜଣକ ନିଜକୁ ଗୋଟିଏ ପେମେଣ୍ଟ କମ୍ପାନୀର ପ୍ରତିନିଧି ହିସାବରେ ପରିଚୟ ଦେଇ ବ୍ୟବସାୟୀଙ୍କର ଦୈନିକ ବିକ୍ରୟ ବିଷୟରେ ଜାଣିବା ପାଇଁ କଲ୍ କରିଥାଏ । କଥାବାର୍ତ୍ତା ହେବା ସମୟରେ, ଠକ ଜଣକ ବ୍ୟବସାୟୀଙ୍କ କାର୍ଡ୍ କିମ୍ବା ବ୍ୟାଙ୍କ୍‍ ଆକାଉଣ୍ଟ୍‍ ବିବରଣୀ ହାସଲ କରିବା ଏବଂ ବ୍ୟବସାୟୀଙ୍କ ଫୋନ୍‌ଟିକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଚେଷ୍ଟା କରିଥାଏ । ତା’ପରେ ଠକ ଜଣକ ବ୍ୟବସାୟୀଙ୍କ କଷ୍ଟରେ ଉପାର୍ଜିତ ଟଙ୍କାକୁ ଠକେଇ ନେଇଥାଏ ।

ଉଦାହରଣ ସ୍ୱରୂପ:

ଠକ ଜଣକ: ମୁଁ ସେଲ୍‌ସ ସହାୟତା ଟିମ୍‌ରୁ କଲ୍ କରୁଛି ଏତଦ୍ୱାରା ଆପଣଙ୍କୁ ଏହା ଜଣାଇ ଦିଆଯାଉଛି ଯେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତ କିଛି ଦିନ ମଧ୍ୟରେ ଆପଣଙ୍କ ଗ୍ରାହକମାନଙ୍କ ଦ୍ୱାରା କରାଯାଇଥିବା ଟ୍ରାଞ୍ଜାକ୍‌ସନକୁ ଆମେ ରେକର୍ଡ କରିପାରି ନାହୁଁ । ଏହାଯୋଗୁଁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ, ମୁଁ ଆପଣଙ୍କ ସମସ୍ୟାର ସମାଧାନ କରିବା ପାଇଁ ଆପଣଙ୍କର ସାହାଯ୍ୟ କରିବି । ସେଥିପାଇଁ ଆପଣଙ୍କୁ ଏହିସବୁ କରିବାକୁ ହେବ:

  1. ଆମକୁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍/ ଡେବିଟ୍/ କ୍ରେଡିଟ୍ କାର୍ଡ୍ ବିବରଣୀ/ BHIM UPI ପିନ୍ ପଠାନ୍ତୁ ।
  2. ଏହି ଆପ୍‌ଟି ଇନ୍‌ଷ୍ଟଲ କରିବା ପାଇଁ ଲିଙ୍କ୍‌ଟି ଉପରେ କ୍ଲିକ୍ କରନ୍ତୁ ଯାହାଦ୍ୱାରା ଆମେ ଆପଣଙ୍କ ସମସ୍ୟାର ସମାଧାନ କରିପାରିବୁ <ଠକ ଜଣକ ବ୍ୟବସାୟୀଙ୍କୁ Anydesk / ScreenShare ଇତ୍ୟାଦି ପରି ସ୍କ୍ରିନ୍ ଶେୟାରିଂ ଆପ୍ ଇନ୍‌ଷ୍ଟଲ କରିବା ପାଇଁ ଲିଙ୍କ୍ ପଠାଇଥାଏ >

ବ୍ୟବସାୟୀ ଜଣକ ତା କଥାକୁ ବିଶ୍ୱାସ କରି ବିବରଣୀ ଶେୟାର କରିଦିଅନ୍ତି ଏବଂ ଆପ୍ ମଧ୍ୟ ଇନ୍‌ଷ୍ଟଲ କରିଦିଅନ୍ତି । ସେ ଆପ୍ ଇନ୍‌ଷ୍ଟଲ କରିବା ମାତ୍ରେ ଠକ ଜଣକ ବ୍ୟବସାୟୀଙ୍କ ଫୋନ୍ ଉପରେ ନିଜର ନିୟନ୍ତ୍ରଣ କରିନିଏ ଏବଂ ଟଙ୍କା ଚୋରି କରିନିଏ ।

କ୍ୟାଶ୍‌ବ୍ୟାକ୍ କିମ୍ବା ଅଫର୍ ସ୍କିମ୍ ଠକାମି

ଏମିତି କିଛି ଉଦାହରଣ ଅଛି, ଯେଉଁଠାରେ ଠକମାନେ ବ୍ୟବସାୟୀଙ୍କୁ ତାଙ୍କର ପେମେଣ୍ଟ ସହଭାଗୀର ପ୍ରତିନିଧି ରୂପେ କଲ୍ କରିଥାନ୍ତି । ପ୍ରକୃତରେ ଠକ ଜଣକ ବ୍ୟବସାୟୀଙ୍କୁ ଆକର୍ଷଣୀୟ କ୍ୟାଶ୍‌ବ୍ୟାକ୍ ଅଫର୍‌ର ପ୍ରଲୋଭନ ଦେଖାଇ କଲ୍ କରିଥାଏ ।

ପରିସ୍ଥିତି 1

ଠକ ଜଣକ — ମୁଁ ବ୍ୟବସାୟୀ ସହାୟତା ଟିମ୍‌ରୁ କଲ୍ କରୁଛି । ଏହି ସପ୍ତାହରେ ଏକ ସ୍ୱତନ୍ତ୍ର କ୍ୟାଶ୍‌ବ୍ୟାକ୍ ସ୍କିମ୍ ଚାଲୁଛି । ଏହି ଲିଙ୍କ୍‌ରେ ପେମେଣ୍ଟ କରନ୍ତୁ ଏବଂ ତୁରନ୍ତ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରେ କ୍ୟାଶ୍‌ବ୍ୟାକ୍ ରାଶି ପାଆନ୍ତୁ ।

  • ₹500 ପେମେଣ୍ଟ କରନ୍ତୁ ଏବଂ ପାଆନ୍ତୁ ₹1000 କ୍ୟାଶ୍‌ବ୍ୟାକ୍
  • ₹10,000 ପେମେଣ୍ଟ କରନ୍ତୁ ଏବଂ ପାଆନ୍ତୁ ₹15,000 କ୍ୟାଶ୍‌ବ୍ୟାକ୍

ବ୍ୟବସାୟୀ ଅଫର୍‍‌ର ଏହି ପ୍ରଲୋଭନରେ ପଡ଼ିଯାଆନ୍ତି, ସେ ପ୍ରଥମ ଟ୍ରାଞ୍ଜାକ୍‌ସନ କରନ୍ତି ଏବଂ ଠକ ଜଣକ ଠାରୁ ₹1000 ପାଆନ୍ତି । ତାପରେ ଠକ ଜଣକ ବ୍ୟବସାୟୀଙ୍କୁ ଅଧିକ ପରିମାଣର ରାଶି ଟ୍ରାନ୍ସଫର କରିବାକୁ କହିଥାଏ । ମୋଟା ଆକାରର କ୍ୟାଶ୍‌ବ୍ୟାକ୍ ପାଇବା ଆଶାରେ, ବ୍ୟବସାୟୀ ₹10,000 ଟଙ୍କା ଟ୍ରାନ୍ସଫର କରିଦେବା ମାତ୍ରେ ଠକ ଜଣକ କଲ୍‌ଟିକୁ କାଟିଦିଏ ଏବଂ ଅଦୃଶ୍ୟ ହୋଇଯାଏ ।

ପରିସ୍ଥିତି 2

ଠକମାନେ ସ୍ୱତନ୍ତ୍ର ଅଫର୍ କିମ୍ବା ସ୍କିମ୍‌ ବିଷୟକୁ ନେଇ ବ୍ୟବସାୟୀଙ୍କୁ କଲ୍ କରନ୍ତି ଏବଂ QR କୋଡ୍ ବ୍ୟବହାର କରି ସେମାନଙ୍କ ଟଙ୍କା ଚୋରି କରଥାନ୍ତି ।

ଉଦାହରଣ ସ୍ୱରୂପ:

ଠକ ଜଣକ — ଏହି ସପ୍ତାହରେ ଆମେ ଗୋଟିଏ ସ୍ୱତନ୍ତ୍ର କ୍ୟାଶ୍‌ବ୍ୟାକ୍ ସ୍କିମ୍ ଚାଲୁ କରିଛୁ । QR କୋଡ୍ ମାଧ୍ୟମରେ ପେମେଣ୍ଟ କରନ୍ତୁ, ଆମେ ଆପଣଙ୍କ ଟଙ୍କା ଦ୍ୱିଗୁଣ କରି ପଠାଇବୁ।

  • ₹100 ର ଟ୍ରାଞ୍ଜାକ୍‌ସନ ପାଇଁ, ଆପଣ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ସିଧାସଳଖ ପାଇପାରିବେ ₹200 କ୍ୟାଶ୍‌ବ୍ୟାକ୍ ।
  • ₹10,000 ର ଟ୍ରାଞ୍ଜାକ୍‌ସନ ପାଇଁ, ଆପଣ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ସିଧାସଳଖ ପାଇପାରିବେ ₹20,000 ବମ୍ପର କ୍ୟାଶ୍‌ବ୍ୟାକ୍ । ବର୍ତ୍ତମାନ ଚେଷ୍ଟା କରନ୍ତୁ!

ବ୍ୟବସାୟୀ ଅଫର୍‌ଟିକୁ ଲାଭଜନକ ଭାବି ନିଅନ୍ତି, ସେ ଠକ ଜଣକ ଦ୍ୱାରା ପଠାଯାଇଥିବା QR କୋଡ୍ ମାଧ୍ୟମରେ ₹100 ଟ୍ରାଞ୍ଜାକ୍‌ସନ କରଦିଅନ୍ତି ଏବଂ ତା’ପରେ ତାଙ୍କୁ ₹200 କ୍ୟାଶ୍‌ବ୍ୟାକ୍ ମିଳେ । ବ୍ୟବସାୟୀ ଅଧିକ ପରିମାଣର ଟଙ୍କା ପେମେଣ୍ଟ କରିବା ମାତ୍ରେ ଠକ ଜଣକ କଲ୍‌ଟି କାଟି ଦିଏ ଏବଂ କୌଣସି ଟଙ୍କା ଫେରସ୍ତ କରେ ନାହିଁ । ଶେଷରେ ବ୍ୟବସାୟୀ ଦ୍ୱିଗୁଣ ଟଙ୍କା ଆଶାରେ ନିଜେ କଷ୍ଟ କରି ଉପାର୍ଜନ କରିଥିବା ଟଙ୍କାକୁ ହରାଇଥାଏ ।

ଗୁଗଲ୍ ଫର୍ମ ମାଧ୍ୟମରେ ଠକାମି

ଏଠାରେ, ବିଭିନ୍ନ କାରଣ ଦର୍ଶାଇ ଠକ ଜଣକ ବ୍ୟବସାୟୀଙ୍କୁ ଗୁଗଲ୍ ଫର୍ମ ପଠାଇଥାଏ ଏବଂ ତାହାପରେ ସୁଯୋଗ ଦେଖି ଟଙ୍କା ଚୋରି କରି ନେଇଯାଇଥାଏ ।

ଉଦାହରଣ ସ୍ୱରୂପ:

ଠକ ଜଣକ: ମୁଁ ବ୍ୟବସାୟୀ ଟିମ୍‌ରୁ ଆପଣଙ୍କୁ ଏହା ସୂଚିତ କରିବାକୁ କଲ୍ କରୁଛି ଯେ ଆପଣଙ୍କ କିଛି ବିବରଣୀ ଆମର ସିଷ୍ଟମ୍‌ରେ ଅପ୍‌ଡେଟ ହୋଇ ନଥିବା କାରଣରୁ ଆମେ ଆପଣଙ୍କ ଆକାଉଣ୍ଟ୍‌କୁ କିଛି ଦିନ ପାଇଁ ସ୍ଥଗିତ ରଖିପାରୁ । ଏହା ନ ହେବା ପାଇଁ, ଦୟାକରି ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ବିବରଣୀ ସହ ବର୍ତ୍ତମାନ ଗୁଗଲ୍ ଫର୍ମ ପୂରଣ କରନ୍ତୁ ।

ବ୍ୟବସାୟୀ ନିଶ୍ଚିତ ହୋଇ ଏହି ଫର୍ମ ପୂରଣ କରେ । ଫର୍ମଟିରେ ଆକାଉଣ୍ଟ୍ ନମ୍ବର, UPI ପିନ୍‍, ପଞ୍ଜିକୃତ ମୋବାଇଲ୍ ନମ୍ବର, ନାମ, ଇମେଲ୍ ଆଇଡି ଇତ୍ୟାଦି ପରି ବ୍ୟକ୍ତିଗତ/ସମ୍ବେଦନଶୀଳ ତଥ୍ୟ ଉଲ୍ଲେଖ କରାହୋଇଥାଏ । ଠକ ଜଣକ ବ୍ୟବସାୟୀ ପୂରଣ କରିଥିବା ଫର୍ମର ତଥ୍ୟର ଅପବ୍ୟବହାର କରେ ଏବଂ ସେହି ସବୁ ତଥ୍ୟର ବ୍ୟବହାର କରି ବ୍ୟବସାୟୀଙ୍କ ଟଙ୍କା ଲୁଟି ନେଇଯାଏ ।

ମନେ ରଖିବା ଭଳି ବିଷୟଗୁଡ଼ିକ:

  1. କେବେ ବି ପିନ୍ ଏବଂ OTP ଶେୟାର କରନ୍ତୁ ନାହିଁ କିମ୍ବା ଅଜଣା କଲେକ୍ଟ ଅନୁରୋଧକୁ ଗ୍ରହଣ କରନ୍ତୁ ନାହିଁ ।
  2. କଲେକ୍ଟ ଅନୁରୋଧକୁ ପେମେଣ୍ଟ କରନ୍ତୁ ନାହିଁ /ଗ୍ରହଣ କରନ୍ତୁ ନାହିଁ କିମ୍ବା କୌଣସି ଅଜଣା ସୂତ୍ରରୁ ଆସିଥିବା କଲେକ୍ଟ ଅନୁରୋଧକୁ ପେମେଣ୍ଟ କରନ୍ତୁ ନାହିଁ ।
  3. ଅଜଣା ସୂତ୍ରରୁ ଆସିଥିବା ଆକର୍ଷଣୀୟ ଅଫର୍‌ଗୁଡ଼ିକ/ଫ୍ରିବିଜ୍‍‌ ମୋହରେ ପଡ଼ନ୍ତୁ ନାହିଁ ।
  4. କୌଣସି ଫର୍ମ ପୂରଣ କରନ୍ତୁ ନାହିଁ ଏବଂ ସମ୍ବେଦନଶୀଳ ତଥ୍ୟ ଯେପରିକି ବ୍ୟାଙ୍କ୍ ବିବରଣୀ, ପିନ୍ ଇତ୍ୟାଦି ଅପ୍‌ଡେଟ କରନ୍ତୁ ନାହିଁ ।
  5. କଲେକ୍ଟ ଅନୁରୋଧକୁ ଗ୍ରହଣ କରିବା ପୂର୍ବରୁ କିମ୍ବା ଅଜଣା ବ୍ୟକ୍ତି/ବ୍ୟବସାୟୀଙ୍କୁ ଟଙ୍କା ପଠାଇବା ପୂର୍ବରୁ ଭଲ ଭାବରେ ପ୍ରେରକର ବିବରଣୀ ଯାଞ୍ଚ କରି ନିଅନ୍ତୁ ।
  6. ଟଙ୍କା ପାଇବା ପାଇଁ ଆପଣଙ୍କର UPI ପିନ୍ ଦିଅନ୍ତୁ ନାହିଁ ।
  7. Twitter, Facebook ପରି ସୋସିଆଲ୍ ମେଡିଆ ପ୍ଲାଟ୍‌ଫର୍ମରେ କେବେ ବି ପରିଚୟମୂଳକ ତଥ୍ୟ ଶେୟାର କରନ୍ତୁ ନାହିଁ ଯାହା ଠକମାନଙ୍କ ଦ୍ୱାରା ଅପବ୍ୟବହାର ହୋଇପାରେ ।
  8. ଆପଣ ଯଦି କୌଣସି ଅଜଣା ସୂତ୍ରରୁ ଆସିଥିବା କଲେକ୍ଟ ଅନୁରୋଧକୁ ଗ୍ରହଣ କରି ଦେଇଛନ୍ତି ଏବଂ ଆପଣଙ୍କ ଆକାଉଣ୍ଟ୍‌ରୁ ଟଙ୍କା କଟିଯାଇଛି ତେବେ ତତ୍‌କ୍ଷଣାତ ସାଇବର୍ ସେଲ୍/ ବ୍ୟାଙ୍କ୍‌କୁ ଏହି ବିଷୟରେ ଜଣାନ୍ତୁ ।
  9. PhonePe ଆପ୍‌ରେ ସେହି ଠକ ଜଣକର ନମ୍ବର ବ୍ଲକ୍ କରିଦିଅନ୍ତୁ ।
  10. PhonePe ଆପ୍‌ରେ ହେବା ଜାଲିଆତି କିମ୍ବା ଠକାମି ଘଟଣା ବିଷୟରେ ରିପୋର୍ଟ କରନ୍ତୁ । ଠକାମିମୂଳକ ଟ୍ରାଞ୍ଜାକ୍‌ସନ ଉପରେ କ୍ଲିକ୍ କରି “PhonePe ସହାୟତା ସହ ଯୋଗାଯୋଗ କରନ୍ତୁ” ର ଚୟନ କରି ଅଭିଯୋଗ କରନ୍ତୁ ।

Keep Reading