PhonePe Blogs Main Featured Image

Trust & Safety

Twitter ରେ ହେଉଥିବା ଠକାମିରୁ ନିଜକୁ ସୁରକ୍ଷିତ ରଖନ୍ତୁ — ନକଲି ହେଲ୍ପଲାଇନ୍ ନମ୍ବରରୁ ସାବଧାନ ରୁହନ୍ତୁ!

PhonePe Regional|2 min read|19 April, 2021

URL copied to clipboard

ଗ୍ରାହକଙ୍କ ସହିତ ଯୋଗାଯୋଗ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ସୋସିଆଲ୍ ମେଡିଆ ପ୍ଲାଟ୍‌ଫର୍ମ ହିସାବରେ ଗୋଟିଏ ଶ୍ରେଷ୍ଠ ଉପାୟ ହେଉଛି Twitter । ପ୍ରତିକ୍ରିୟା ତତ୍‌କ୍ଷଣାତ ଆସିଥାଏ ଏବଂ ଏହି ପ୍ଲାଟ୍‌ଫର୍ମରେ ପୋଷ୍ଟ କରାଯିବା ସମସ୍ତ ତଥ୍ୟ ଉପଭୋକ୍ତାଙ୍କ ପାଇଁ ବିଶ୍ୱାସନୀୟ ହୋଇଥାଏ ।

ଯେହେତୁ ଏବେ ନକଲି Twitter ଆକାଉଣ୍ଟ୍ ମାଧ୍ୟମରେ ଠକାମି ବୃଦ୍ଧି ହେବାର ଅନେକ ଘଟଣା ସାମ୍ନାକୁ ଆସୁଛି ।

ନିମ୍ନୋକ୍ତ ରୂପେ Twitter ଠକାମି ହୋଇଥାଏ:

– PhonePe ଗ୍ରାହକମାନେ ଅନୁମୋଦିତ ମାଧ୍ୟମ https://twitter.com/PhonePe ବ୍ୟବହାର କରି ଅଫର୍ ରିଡିମ୍‍, କ୍ୟାଶ୍‌ବ୍ୟାକ୍‌, ଟଙ୍କା ଟ୍ରାନ୍ସଫର, ରିଫଣ୍ଡ, PhonePe ରେ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଲିଙ୍କ୍ କରିବା ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଟ୍ୱିଟ୍ କରିଥାନ୍ତି ।

– Twitter ରେ କଣ ପୋଷ୍ଟ ହେଉଛି ତାହାର ସମ୍ପୂର୍ଣ୍ଣ ଖବର ଠକମାନେ ରଖିଥାନ୍ତି ଏବଂ ତାହା ଉପରେ ତତ୍‌କ୍ଷଣାତ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି । ସେମାନେ ଗ୍ରାହକମାନଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଚୋରି କରିବା ପାଇଁ ଗୋଟିଏ ନୂତନ ଉପାୟ ଅବଲମ୍ବନ କରିଥାନ୍ତି, ତାହା ହେଉଛି ନକଲି ଗ୍ରାହକ ସହାୟତା ନମ୍ବରଗୁଡ଼ିକ ଟ୍ୱିଟ୍ କରି ସେହି ନମ୍ବରଗୁଡ଼ିକୁ PhonePe ହେଲ୍ପଲାଇନ୍ ନମ୍ବର ବୋଲି କହିଥାନ୍ତି ।

– ଏହି ବିଷୟରେ ଅଜ୍ଞାତ ଥିବା ଗ୍ରାହକମାନେ, ଠକମାନେ ଟ୍ୱିଟ୍ କରିଥିବା ନକଲି ହେଲ୍ପଲାଇନ୍ ନମ୍ବରକୁ କଲ୍ କରନ୍ତି ଏବଂ ସେମାନଙ୍କୁ କ୍ୟାଶ୍‌ବ୍ୟାକ୍ ମିଳି ନଥିବା ବିଷୟରେ ରିପୋର୍ଟ କରନ୍ତି କିମ୍ବା କୌଣସି ଗୋଟିଏ ବିଫଳ ଟ୍ରାଞ୍ଜାକ୍‌ସନ ପାଇଁ ରିଫଣ୍ଡର ଅନୁରୋଧ କରନ୍ତି ।

– ଏହି ସମସ୍ୟାର ସମାଧାନ କରିବା ପାଇଁ, ଠକମାନେ ଗ୍ରାହକମାନଙ୍କୁ କିଛି ସମ୍ବେଦନଶୀଳ ତଥ୍ୟ ଯେପରିକି କାର୍ଡ୍ ବିବରଣୀ ଏବଂ ଫୋନ୍‌ରେ ପାଇଥିବା OTP ବିବରଣୀ ଶେୟାର କରିବାକୁ କହିଥାନ୍ତି ।

– ଗ୍ରାହକଙ୍କ ବିଶ୍ୱାସ ଜିତିବା ପାଇଁ, ସେମାନେ ନିଜର ନମ୍ବରରୁ ଗ୍ରାହକଙ୍କ ନମ୍ବରକୁ ସଂଗ୍ରହ କଲ୍‌ର ଅନୁରୋଧ ପଠାଇଥାନ୍ତି ଏବଂ କ୍ୟାଶ୍‌ବ୍ୟାକ୍ ଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥାନ୍ତି ।

– ଗ୍ରାହକମାନେ ସେମାନଙ୍କ କାର୍ଡ୍ ବିବରଣୀ, OTP ଶେୟାର କରିବା କିମ୍ବା ସଂଗ୍ରହ କଲ୍‌ର ଅନୁରୋଧ ସ୍ୱୀକାର କରିବା ମାତ୍ରେ , ଟଙ୍କା ସେହିକ୍ଷଣି ଗ୍ରାହକଙ୍କ ଆକାଉଣ୍ଟ୍‌ରୁ ଠକ ଜଣର ଆକାଉଣ୍ଟ୍‌କୁ ଟ୍ରାନ୍ସଫର ହୋଇଯାଏ ।

ଗୁରୁତ୍ୱପୂର୍ଣ୍ଣ ବିଷୟ- PhonePe କେବେ କାହାକୁ ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ପଚାରେ ନାହିଁ । ନିଜକୁ PhonePe ପ୍ରତିନିଧି ରୂପେ ପରିଚୟ ଦେଇ ଯଦି କୌଣସି ବ୍ୟକ୍ତି ଆପଣଙ୍କ ପାଖରୁ ଏହି ଧରଣର ସମ୍ବେଦନଶୀଳ ତଥ୍ୟ ଜାଣିବାକୁ ଚେଷ୍ଟା କରନ୍ତି , ତେବେ ଦୟାକରି ସେମାନଙ୍କୁ ଇମେଲ୍ ପଠାଇବାକୁ କୁହନ୍ତୁ । ଏତିକି ଧ୍ୟାନ ରଖନ୍ତୁ ଯଦି ଇମେଲ୍‌ଟି କେବଳ @phonepe.com ଡୋମେଇନ୍‍‌ରୁ ଆସିଥାଏ ତେବେ ଯାଇ ଇମେଲ୍‌‌ର ଉତ୍ତର ଦିଅନ୍ତୁ ।

ଆପଣ କିପରି ସୁରକ୍ଷିତ ରହିପାରିବେ ତାହା ନିମ୍ନରେ ଦେଖନ୍ତୁ:

ବିଭିନ୍ନ ସୋସିଆଲ୍‍ ମେଡିଆ ପ୍ଲାଟ୍‌ଫର୍ମରେ ଥିବା ଆମର ଅଫିସିଆଲ୍ ଆକାଉଣ୍ଟ୍‌ରେ ହିଁ କେବଳ ଆମ ସହ ଯୋଗାଯୋଗ କରନ୍ତୁ ।

Twitter ହ୍ୟାଣ୍ଡେଲ୍‍: https://twitter.com/PhonePe

https://twitter.com/PhonePeSupport

Facebook ଆକାଉଣ୍ଟ୍: https://www.facebook.com/OfficialPhonePe/

ୱେବ୍: support.phonepe.com

ଯଦି ଆପଣଙ୍କ କାର୍ଡ୍ କିମ୍ବା ଆକାଉଣ୍ଟ୍ ବିବରଣୀ ବିପଦଗ୍ରସ୍ତ ହେଲେ:

  1. [email protected] ରେ ଅଭିଯୋଗ କରନ୍ତୁ ।
  2. ଆପଣଙ୍କ ନିକଟବର୍ତ୍ତୀ ସାଇବର୍-ସେଲ୍ ସହ ଯୋଗାଯୋଗ କରନ୍ତୁ ଏବଂ ଗୋଟିଏ ପୋଲିସ୍ ଅଭିଯୋଗ ଫାଇଲ୍ କରନ୍ତୁ ।

Keep Reading