PhonePe Blogs Main Featured Image

Trust & Safety

ବ୍ୟବସାୟୀ ଠକାମିରୁ ନିଜକୁ ସୁରକ୍ଷିତ ରଖନ୍ତୁ!

PhonePe Regional|2 min read|29 August, 2019

URL copied to clipboard

ଠକମାନେ ଆପଣଙ୍କ ଆକାଉଣ୍ଟ୍‌ରୁ ଟଙ୍କା କାଢ଼ି ନେବା ପାଇଁ ନୂଆ ନୂଆ ଉପାୟ ଖୋଜୁଥାଆନ୍ତି । ଅନ୍‌ଲାଇନ ଶୋପିଙ୍ଗ କରୁଥିବା ଗ୍ରାହକଙ୍କ ବୃଦ୍ଧି ସହିତ ବ୍ୟବସାୟୀ ଠକାମି ସଂଖ୍ୟା ମଧ୍ୟ କ୍ରମାଗତ ବୃଦ୍ଧି ପାଉଛି । ଏହି ବ୍ଲୋଗପୋଷ୍ଟରେ ଆମେ ବ୍ୟବସାୟୀ ଠକାମିରୁ କିପରି ନିଜକୁ ସୁରକ୍ଷିତ ରଖିବା ସେହି ବିଷୟରେ ଆଲୋଚନା କରିବୁ ।

ଆମେ ସମସ୍ତେ ଏପରି ଏକ ଦୃଷ୍ଟାନ୍ତ ପଢ଼ିଥିବା କିମ୍ବା ଶୁଣିଥିବା ଯେଉଁଠି କୌଣସି ଏକ କ୍ରେତା କିଛି ଅନ୍‌ଲାଇନ୍ ଅର୍ଡର କରିଥାନ୍ତି କିମ୍ବା ପେମେଣ୍ଟ କରିଥାନ୍ତି କିନ୍ତୁ ତାଙ୍କୁ ସେହି ଅର୍ଡର କେବେ ବି ମିଳି ନଥାଏ । ଏହା ହିଁ ବ୍ୟବସାୟୀ ଠକାମିର ଏକ ଉଦାହରଣ! ଠକମାନେ ଆପଣଙ୍କ ଟଙ୍କା ଚୋରି କରିବା ପାଇଁ କୌଣସି ବି ସୀମା ପର୍ଯ୍ୟନ୍ତ ଯାଇପାରିବେ । କ୍ରେତା/ ବ୍ୟବସାୟୀ କିଛି ଜିନିଷ ସହିତ ଗୋଟିଏ ନକଲି ୱେବ୍‌ସାଇଟ ପ୍ରସ୍ତୁତ କରିଥାନ୍ତି । ସେହି ୱେବ୍‌ସାଇଟରେ କମ୍ପାନୀର ଠିକଣା, ଯୋଗାଯୋଗ ନମ୍ବର, ବାତିଲ୍‌କରଣର ନିୟମ, ଫେରସ୍ତ ଏବଂ ରିଫଣ୍ଡ, ଏବଂ ଟ୍ରାଞ୍ଜାକସନ୍ ପାଇଁ ପେମେଣ୍ଟ ଗେଟ୍‌ୱେ ସବୁ ନକଲି ହୋଇଥାଏ ।

ବ୍ୟବସାୟୀଙ୍କୁ ଗ୍ରାହକଙ୍କ ଠାରୁ ପେମେଣ୍ଟ ଗ୍ରହଣ କରିବା ପାଇଁ ଏକ ପେମେଣ୍ଟ ଗେଟ୍‌ୱେ ସହ ସଂଯୋଗ ହେବାକୁ ପଡ଼ିଥାଏ । ପେମେଣ୍ଟ ଗେଟ୍‌ୱେ କିମ୍ବା ପେମେଣ୍ଟ ପ୍ରୋସେସର ଠାରୁ ଏହା ଆଶା କରାଯାଉଛି ଯେ ବ୍ୟବସାୟୀଙ୍କୁ ପେମେଣ୍ଟ ସେବା ପ୍ରଦାନ କରିବା ପୂର୍ବରୁ ସେମାନଙ୍କର ପୃଷ୍ଠଭୂମିକୁ (ବେକଗ୍ରାଉଣ୍ଡ) ଭଲଭାବରେ ଯାଞ୍ଚ କରିବା ଆବଶ୍ୟକ ।

ଏହି ପ୍ରକ୍ରିୟାରୁ ବଞ୍ଚିବା ପାଇଁ, ବ୍ୟବସାୟୀ NEFT ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବା ପାଇଁ ନିଜର ଗୋଟିଏ ବ୍ୟକ୍ତିଗତ ବ୍ୟାଙ୍କ୍ ଆକାଉଣ୍ଟ୍ ସେଟ୍ କରିଥାଏ କିମ୍ବା ବ୍ୟବସାୟୀ QR କୋଡ୍ ପରିବର୍ତ୍ତେ ବ୍ୟକ୍ତିଗତ QR କୋଡ୍ ବ୍ୟବହାର କରିଥାଏ । ଏହିରୂପେ ବ୍ୟବସାୟୀ ଏକ ବୈଧ ପେମେଣ୍ଟ ଗେଟ୍‌ୱେର ନକଲ କରିଥାନ୍ତି ଏବଂ ତାଙ୍କୁ କେବଳ ଏତିକି କରିବାକୁ ପଡ଼ିଥାଏ ଯେ ନିଜର ବ୍ୟବସାୟକୁ ସୋସିଆଲ୍ ମେଡିଆ ପ୍ଲାଟ୍‌ଫର୍ମରେ ପ୍ରଚାର କରିବା ଏବଂ ଗ୍ରାହକ କେତେବେଳେ ଟ୍ରାଞ୍ଜାକସନ୍ କରିବେ ତାହାର ଅପେକ୍ଷା କରିବା ।

ଗୁରୁତ୍ୱପୂର୍ଣ୍ଣ ବିଷୟ: PhonePe କେବଳ ପଞ୍ଜିକୃତ ଏବଂ ସକ୍ରିୟ ମୋବାଇଲ୍ ନମ୍ବର ଥିବା ବ୍ୟବସାୟୀଙ୍କୁ ହିଁ ଅନ୍‌ବୋର୍ଡ କରିଥାଏ । ବ୍ୟବସାୟୀଙ୍କୁ ଏକ କଠିନ ଯାଞ୍ଚକରଣ ପ୍ରକ୍ରିୟାରେ ଗତି କରିବାକୁ ପଡ଼ିଥାଏ , ଯେଉଁଥିରେ KYC ଡକ୍ଯୁମେଣ୍ଟ ଯାଞ୍ଚ ଏବଂ ଅନେକ ଥର ସେମାନଙ୍କୁ ନ ଜଣାଇ ସେମାନଙ୍କ ଦୋକାନକୁ ଯାଇ ଦେଖାକରିବା ଅନ୍ତର୍ଭୁକ୍ତ ଅଟେ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେଇ ଗତି କରିବା ପରେ ହିଁ ବ୍ୟବସାୟୀଙ୍କୁ PhonePe ମାଧ୍ୟମରେ ପେମେଣ୍ଟ ଗ୍ରହଣ କରିବା ପାଇଁ ଅନୁମତି ଦିଆ ଯାଇଥାଏ । ସେଥିପାଇଁ ଆପଣ ଯଦି PhonePe ମାଧ୍ୟମରେ ପେମେଣ୍ଟ କରୁଛନ୍ତି ତେବେ ଆପଣ ନିଶ୍ଚିନ୍ତ ହୋଇ ପେମେଣ୍ଟ କରନ୍ତୁ ।

ଅଧିକାଂଶ ବ୍ୟବସାୟୀ ଠକାମି କ୍ଷେତ୍ରରେ ଏହା ଦେଖାଯାଏ ଯେ ପେମେଣ୍ଟ ହୋଇସାରିବା ପରେ କିମ୍ବା ଉତ୍ପାଦର ଡେଲିଭରି ତାରିଖ ବିତିଗଲା ପରେ ହିଁ ଗ୍ରାହକଙ୍କୁ କିଛି ଗଡ୍‌ବଡ୍ ହୋଇଥିବାର ହୃଦୟଙ୍ଗମ ହୋଇଥାଏ । ସାଧାରଣତଃ ଏପରି ହେଲେ ଗ୍ରାହକ ୱେବ୍‌ସାଇଟରେ ଥିବା ଗ୍ରାହକ ସହାୟତା ଟିମ୍ ସହ ଯୋଗାଯୋଗ କରିବାକୁ ଚେଷ୍ଟ କରିଥାନ୍ତି ଏବଂ ସେତେବେଳେ ସେମାନଙ୍କୁ ଜଣାପଡ଼ିଥାଏ ଯେ ବ୍ୟବସାୟୀ ସେମାନଙ୍କ ଟଙ୍କା ନେଇଯାଇ ସାରିଛନ୍ତି ।

ଏହିପରି ଭାବେ ଆପଣ ଠକାମିରୁ ସତର୍କତା ଅବଲମ୍ବନ କରିପାରିବେ । ଆପଣଙ୍କୁ ନିମ୍ନରେ ଦିଆଯାଇଥିବା ପଦକ୍ଷେପଗୁଡ଼ିକୁ ଧ୍ୟାନ ରଖିବା ଆବଶ୍ୟକ ।

-ସବୁ ଶୋପିଙ୍ଗ ୱେବ୍‌ସାଇଟ୍‌କୁ ବିଶ୍ୱାସ କରନ୍ତୁ ନାହିଁ । ସେଠାରୁ କିଛି କିଣିବା ପୂର୍ବରୁ ସେହି ୱେବ୍‌ସାଇଟକୁ ଯାଇ ଗ୍ରାହକଙ୍କ ମତାମତ, ସମୀକ୍ଷା ଏବଂ ୱେବ୍‌ସାଇଟର ସୋସିଆଲ୍ ମେଡିଆ ପେଜ୍ ( ଯଦି ଉପଲବ୍ଧ ଥାଏ) ର ଭଲ ଭାବରେ ଯାଞ୍ଚ କରନ୍ତୁ ।

– କେବଳ ବିଶ୍ୱାସନୀୟ ଶୋପିଙ୍ଗ ୱେବ୍‌ସାଇଟ ଏବଂ ପ୍ଲାଟ୍‌ଫର୍ମରୁ ହିଁ କିଣନ୍ତୁ ।

– ନକଲି ୱେବ୍‌ସାଇଟ ବିଷୟରେ Google କୁ ରିପୋର୍ଟ କରନ୍ତୁ ।

– ଆପଣଙ୍କ ଟଙ୍କା ଫେରସ୍ତ ପାଇବା ପାଇଁ ନକଲି ୱେବ୍‌ସାଇଟରେ ପେମେଣ୍ଟ କରିବା ପାଇଁ ବ୍ୟବହାର କରାଯାଇଥିବା ଡେବିଟ୍/କ୍ରେଡିଟ୍ କାର୍ଡ୍, ବ୍ୟାଙ୍କ୍ ଆକାଉଣ୍ଟ୍(BHIM UPI) ବିପକ୍ଷରେ ଚାର୍ଜବେକ୍ ଫାଇଲ୍ କରନ୍ତୁ ।

Keep Reading