PhonePe Blogs Main Featured Image

Trust & Safety

SMS ସ୍ପୁଫିଂ ଠକାମିର ଲକ୍ଷଣଗୁଡ଼ିକରୁ ସଚେତନ ରୁହନ୍ତୁ

PhonePe Regional|3 min read|25 July, 2023

URL copied to clipboard

ଆମେ ସମସ୍ତେ ପ୍ରକୃତରେ ପରିବର୍ତ୍ତନଶୀଳ ସମୟରେ ବାସ କରୁଛେ। ଆଜି ଆମ ଜୀବନର ପ୍ରତ୍ୟେକଟି ଦିଗ ଡିଜିଟାଲ ହୋଇଗଲାଣି। ତେଜରାତି ସାମଗ୍ରୀ ଏବଂ ତାଜା ଖାଦ୍ୟ ମାତ୍ର କିଛି ମିନିଟ୍ ମଧ୍ୟରେ ଡେଲିଭର ହୋଇଯାଏ ଏବଂ ପେମେଣ୍ଟ ଏବଂ ବ୍ୟାଙ୍କିଂ ପରି କାର୍ଯ୍ୟଗୁଡ଼ିକ ମାତ୍ର କିଛି କ୍ଲିକରେ ହୋଇଯାଏ। ଯଦିଓ, ଏହି ସୁବିଧା ନିଜ ସହିତ କିଛି ବିପଦ ଆଣିଥାଏ ଯାହାଠୁ ଆମକୁ ସତର୍କ ରହିବା ଆବଶ୍ୟକ ତେବେ ହିଁ ଆମେ ଠକାମିର ଶିକାର ହୋଇପାରିବା ନାହିଁ।

ଠକମାନେ ନିରୀହ ଲୋକମାନଙ୍କ ଠାରୁ ସେମାନଙ୍କର କଷ୍ଟରେ ଉପାର୍ଜିତ ଟଙ୍କାକୁ ଠକିବା ପାଇଁ କ୍ରମାଗତ ଭାବରେ ନୂତନ ପଦ୍ଧତି ସୃଷ୍ଟି କରଥାନ୍ତି। ନୂତନ ଠକେଇର ଢାଞ୍ଚା ହେଉଛି SMS ସ୍ପୁଫିଂ ଯାହା ଠକମାନଙ୍କୁ ଆପଣଙ୍କର UPI ଆକାଉଣ୍ଟ୍‍ ହ୍ୟାକ୍‍ କରିବାକୁ ଅନୁମତି ଦିଏ।

SMS ସ୍ପୁଫିଂ କଣ?

ଯେତେବେଳେ ଆପଣ ଯେକୌଣସି UPI ଆପରେ ଏକ ଆକାଉଣ୍ଟ୍ ସୃଷ୍ଟି କରନ୍ତି, ଏହା ଏକ SMS ସାହାଯ୍ୟରେ ପ୍ରାମାଣିକୃତ ହୋଇଥାଏ। ପ୍ରାମାଣିକରଣ ପରେ, UPI ଆକାଉଣ୍ଟ୍‍ ଆପଣଙ୍କ ଡିଭାଇସ ସହ ଲିଙ୍କ୍‍ ହୋଇଥାଏ। ଏହାକୁ ଡିଭାଇସ ବାଇଣ୍ଡିଂ କୁହାଯାଏ। ଠକମାନେ ବର୍ତ୍ତମାନ ଡିଭାଇସ ବାଇଣ୍ଡିଂ ମେସେଜ ପଠାଇବା ପାଇଁ SMS ଫରୱାର୍ଡିଂ ଆପ୍ ବ୍ୟବହାର କରି ପୀଡିତର UPI ଆକାଉଣ୍ଟକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଏହା ଅନେକ ଉପାୟରେ କରନ୍ତି — ନିକଟରେ ଦେଖାଯାଇଥିବା ଗୋଟିଏ ସାଧାରଣ ପଦ୍ଧତି ଯାହା ଆପଣଙ୍କ ଡିଭାଇସକୁ ମାଲୱେୟାର ପଠାଯାଇଥାଏ ଯାହା ବାଇଣ୍ଡିଂ ମେସେଜକୁ ଏକ ଭର୍ଚୁଆଲ ମୋବାଇଲ ନମ୍ବରରେ ପଠାଇଥାଏ।

SMS ସ୍ପୁଫିଂ ଠକାମି କିପରି ହୋଇଥାଏ?

  1. ଠକମାନେ ସମ୍ଭାବ୍ୟ ପୀଡିତମାନଙ୍କୁ ଡାକ୍ତରଖାନା, କୋରିଅର, ରେଷ୍ଟୁରାଣ୍ଟ ଇତ୍ୟାଦି ନାମରେ ସୃଷ୍ଟି ହୋଇଥିବା ହ୍ୱାଟସଅପ ଆକାଉଣ୍ଟ୍‍ ମାଧ୍ୟମରେ ମାଲିସିଅସ ଫାଇଲ ପଠାନ୍ତି।
  2. ଥରେ ପୀଡିତ କରପ୍ଟ ଲିଙ୍କ୍‍ ଉପରେ କ୍ଲିକ୍ କଲେ, ମାଲୱେୟାର ସେମାନଙ୍କ ଡିଭାଇସରେ ହାର୍ଡକୋଡ୍ ହୋଇ ବ୍ୟାଙ୍କର ପଞ୍ଜିକରଣ ନମ୍ବରକୁ SMS ପଠାଇଥାଏ ଯାହା ଏହିପରି ଠକେଇ ମାମଲାରେ ଏକ ଭର୍ଚୁଆଲ୍ ମୋବାଇଲ୍ ନମ୍ବର ଅଟେ।
  3. ତା’ପରେ, ଠକମାନେ UPI ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରନ୍ତି। ଡିଭାଇସ ବାଇଣ୍ଡିଂ SMS ପୀଡିତଙ୍କୁ ପଠାଯାଇଥାଏ, ଯାହା ପଞ୍ଜିକରଣ ଆରମ୍ଭ କରିବା ପାଇଁ ବ୍ୟାଙ୍କକୁ ଏକ ହାନିକାରକ ଆପ୍ଲିକେସନ ମାଧ୍ୟମରେ ପଠାଯାଇଥାଏ।
  4. ଏହାପରେ ଠକ ଜଣକ ଭର୍ଚୁଆଲ୍ ନମ୍ବର ମାଧ୍ୟମରେ UPI ପଞ୍ଜିକରଣକୁ ପ୍ରାମାଣିକରଣ କରେ, ଯାହାଦ୍ୱାରା ପୀଡିତଙ୍କ UPI ଆକାଉଣ୍ଟ୍‍ ସେମାନଙ୍କ ଫୋନରେ ଏକତ୍ରିତ ହୋଇଯାଏ।
  5. ଟ୍ରାଞ୍ଜାକସନ କରିବା ପାଇଁ, ଠକ ‘MPIN’ ବାହାର କରିବା ଏବଂ ଅନଧିକୃତ UPI ଟ୍ରାଞ୍ଜାକସନ କରିବା ପାଇଁ ସୋସିଆଲ ଇଞ୍ଜିନିୟରିଂ କୌଶଳର ବ୍ୟବହାର କରିଥାଏ।

ତେଣୁ, ଏହା ସୁନିଶ୍ଚିତ କରିବା ଅତି ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ଆପଣଙ୍କର ଆକାଉଣ୍ଟ୍‍ ଏବଂ ଟଙ୍କା ସୁରକ୍ଷିତ ରଖିବା ପାଇଁ କେବେବି କୌଣସି ସନ୍ଦେହଜନକ ଲିଙ୍କ୍‍ ଉପରେ କ୍ଲିକ୍ କରନ୍ତୁ ନାହିଁ

ଯେତେବେଳେ ସୁରକ୍ଷିତ ବିଷୟରେ କଥା ଆସିଥାଏ, ବିନା କୌଣସି ଟ୍ରାଞ୍ଜାକସନ ବିଫଳ ହୋଇ ଦୈନିକ ଆଧାରରେ କୋଟି କୋଟି ଟ୍ରାଞ୍ଜାକସନକୁ ସକ୍ଷମ କରି PhonePe ଆପଣଙ୍କୁ କଭର କରିଥାଏ। ଏସବୁ ତ୍ରିସ୍ତରୀୟ ସୁରକ୍ଷାରେ ଅନ୍ତର୍ଭୁକ୍ତ:

  1. ଲଗଇନ ପାସୱାର୍ଡ: ଆପ୍‍ ସୁରକ୍ଷାର ପ୍ରଥମ ସ୍ତର ହେଉଛି ଲଗଇନ ପାସୱାର୍ଡ।
  2. PhonePe ଆପ୍‍ ଲକ୍‍: PhonePe ଆପ୍ ବ୍ୟବହାର କରିବା ଆରମ୍ଭ କରିବାକୁ ହେଲେ, ଆପଣଙ୍କୁ ଆପଣଙ୍କ ଫିଙ୍ଗର ପ୍ରିଣ୍ଟ ଆଇଡି, ଫେସ୍ ଆଇଡି କିମ୍ବା ନମ୍ବର ଲକ୍ ବ୍ୟବହାର କରି ଏହାକୁ ଅନଲକ୍ କରିବାକୁ ପଡ଼ିବ।
  3. UPI ପିନ୍‍: PhonePeରେ ପ୍ରତ୍ୟେକଟି ପେମେଣ୍ଟ ପାଇଁ, ₹1 ହେଉ କିମ୍ବା ₹1 ଲକ୍ଷ ହେଉ, UPI ପିନ୍‍ ବ୍ୟତୀତ କୌଣସି ପେମେଣ୍ଟ କରାଯାଇପାରିବ ନାହିଁ।

PhonePe ସବୁ ପେମେଣ୍ଟକୁ ସୁରକ୍ଷିତ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାଏ।

SMS ସ୍ପୁଫିଂ ଠାକାମିରୁ କିପରି ସୁରକ୍ଷିତ ରହିପାରିବେ

  • ସନ୍ଦେହଜନକ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ, ଏହା ସହିତ ଆସୁଥିବା ମାଲୱେୟାର ଆପଣଙ୍କ ଫୋନରେ ଥିବା ଆପଗୁଡ଼ିକକୁ ନିୟନ୍ତ୍ରିତ କରିପାରେ।
  • କ୍ରେଡିଟ୍‍/ଡେବିଟ୍‍ କାର୍ଡ୍ ନମ୍ବର, କାର୍ଡର ସମୟ ସମାପ୍ତି ତାରିଖ, CVV, OTP ଇତ୍ୟାଦି ପରି ଗୋପନୀୟ ସୂଚନା କେବେବି କାହା ସହ କିମ୍ବା PhonePe ଅଧିକାରୀଙ୍କ ସହ ମଧ୍ୟ ଶେୟାର କରନ୍ତୁ ନାହିଁ।
  • ଶେଷରେ, ରିପୋର୍ଟ କରନ୍ତୁ ଏବଂ ବ୍ଲକ କରନ୍ତୁ। ଏହି ନମ୍ବରଗୁଡ଼ିକୁ ରିପୋର୍ଟ ଏବଂ ବ୍ଲକ କରିବା ସବୁଠାରୁ ଭଲ।

ଯଦି ଜଣେ ଠକ ଆପଣଙ୍କ UPI ଆକାଉଣ୍ଟ୍‍ ପଞ୍ଜିକରଣ ଆରମ୍ଭ କରିବାକୁ ଚେଷ୍ଟା କଲା ତେବେ ଆପଣଙ୍କୁ କଣ କରିବା ଉଚିତ୍

PhonePeରେ ଯଦି ଆପଣ ଠକାମିର ଶିକାର ହୋଇଛନ୍ତି, ଆପଣ ତୁରନ୍ତ ନିମ୍ନଲିଖିତ ଉପାୟରେ ଏହି ଘଟଣାଟିର ଅଭିଯୋଗ କରିପାରିବେ:

  1. PhonePe ଗ୍ରାହକ ସହାୟତା ନମ୍ବର: ଆପଣ 80–68727374 / 022–68727374 ନମ୍ବରରେ କଲ୍‍ କରି ଗ୍ରାହକ ସହାୟତା ପାଖରେ ଅଭିଯୋଗ କରିପାରିବେ, ତାପରେ ଗ୍ରାହକ ସହାୟତା ଏଜେଣ୍ଟ ଏକ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟା ସମାଧାନ କରିବାକୁ ଆପଣଙ୍କୁ ସାହାଯ୍ୟ କରିବେ।
  2. ୱେବଫର୍ମ ସବମିସନ: ଆପଣ PhonePe-ର ୱେବଫର୍ମ https://support.phonepe.com/ ମାଧ୍ୟମରେ ଟିକେଟ ତିଆରି କରିପାରିବେ ଏବଂ “I have not initiated registration of UPI payments on PhonePe/ମୁଁ PhonePe ରେ UPI ପେମେଣ୍ଟ ପାଇଁ ପଞ୍ଜିକରଣ ଆରମ୍ଭ କରିନାହିଁ” ବିକଳ୍ପଟିକୁ ସିଲେକ୍ଟ କରିପାରିବେ।
  3. ସୋସିଆଲ ମିଡିଆ: PhonePeର ସୋସିଆଲ ମିଡିଆ ହ୍ୟାଣ୍ଡେଲ ବ୍ୟବହାର କରି ଠକାମି କାର୍ଯ୍ୟକଳାପର ଅଭିଯୋଗ କରିପାରିବେ
  4. ଅଭିଯୋଗ: କୌଣସି ପୂର୍ବରୁ ଉପଲବ୍ଧ ଅଭିଯୋଗ ଉପରେ ଅସନ୍ତୁଷ୍ଟ ରିପୋର୍ଟ କରିବା ପାଇଁ, ଆପଣ https://grievance.phonepe.com/ରେ ଲଗଇନ କରିପାରିବେ ଏବଂ ପୂର୍ବରୁ ତିଆରି କରାଯାଇଥିବା ଟିକେଟ ଆଇଡି ଶେୟାର କରିପାରିବେ।
  5. ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗ ରିପୋର୍ଟ କରିପାରିବେ କିମ୍ବା https://www.cybercrime.gov.in/ରେ ଅନଲାଇନରେ ଅଭିଯୋଗ ପଞ୍ଜିକରଣ କରିପାରିବେ କିମ୍ବା 1930ରେ ସାଇବର କ୍ରାଇମ ସେଲ ହେଲ୍ପଲାଇନରେ ଯୋଗାଯୋଗ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ମନେ ରଖିବା ଆବଶ୍ୟକ — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ପଚାରେ ନାହିଁ। phonepe.com ଡୋମେନରୁ ହୋଇନଥିବା ସ୍ୱତ୍ତେ କୌଣସି ଇମେଲ୍‍ ଯଦି PhonePeରୁ ବୋଲି ଦାବି କରାହୁଏ ତେବେ ସେହି ଇମେଲଗୁଡ଼ିକୁ ଆଗ୍ରହ୍ୟ କରନ୍ତୁ। ଯଦି ଆପଣ ଠକେଇର ସନ୍ଦେହ କରୁଛନ୍ତି, ଦୟାକରି ତୁରନ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।

Keep Reading