PhonePe Blogs Main Featured Image

Trust & Safety

କ୍ୟାଶ୍‌ବ୍ୟାକ୍ ଠକାମିରୁ ସତର୍କ ରୁହନ୍ତୁ!

PhonePe Regional|2 min read|26 April, 2021

URL copied to clipboard

ଆପଣ ଏକ ଲିଙ୍କ୍ ସହିତ SMS ପାଆନ୍ତି ଯାହା PhonePeରୁ ଆସିଛୁ ବୋଲି କୁହାଯାଏ ଏବଂ ଆକର୍ଷଣୀୟ କ୍ୟାଶ୍‌ବ୍ୟାକ୍ ପୁରସ୍କାର ଅନଲକ୍ କରିବାକୁ ଆପଣଙ୍କୁ କ୍ଲିକ୍ କରିବାକୁ କୁହାଯାଏ। ଆପଣ ଚକିତ ହୋଇ ଭାବନ୍ତି ଯେ ଲିଙ୍କ୍ ସତ ଅଟେ ନା ନାହିଁ ଏବଂ ଆପଣ କ୍ଲିକ୍ କରିବେ ଓ ପୁରସ୍କାର ଆଣିବେ ନା ନାହିଁ ବୋଲି ଭାବନ୍ତି। କିନ୍ତୁ ତାପରେ ଆପଣ ଏହା କରିବେ ନାହିଁ ବୋଲି ଭାବନ୍ତି। ଏହା ହିଁ ବଢ଼ିଆ ନିଷ୍ପତ୍ତି!

ଲିଙ୍କରେ କ୍ଲିକ୍ କରି ପୁରସ୍କାର ପାଇବାର ଷ୍ଟେପ ଯଦି ଆପଣ ଅନୁସରଣ କରିଥାନ୍ତେ, ତେବେ ଆପଣ ଆପଣଙ୍କ ଟଙ୍କା ହରାଇଥାନ୍ତେ ଏବଂ ୟୁଜରମାନଙ୍କୁ ଠକୁଥିବା ଫ୍ରଡଷ୍ଟରଙ୍କ ଶିକାର ହୋଇଥାନ୍ତେ । କ୍ୟାଶ୍‌ବ୍ୟାକ୍ ପାଇବାକୁ ଆପଣଙ୍କ UPI ପିନ୍ ଦେବା ପାଇଁ କହୁଥିବା ଯେ କୌଣସି ମେସେଜକୁ ଏଡ଼ାଇଦେବା ଉଚିତ୍।

କ୍ୟାଶ୍‌ବ୍ୟାକ୍ ଅଫର ଏବଂ ସ୍କ୍ରାଚ୍ କାର୍ଡ ମାଧ୍ୟମରେ ଫ୍ରଡଷ୍ଟରମାନେ ୟୁଜରଙ୍କୁ ପୁରସ୍କାର ଦେବା ନାଁରେ ପ୍ରଲୋଭିତ କରୁଛନ୍ତି। କେତେକ ଅଫର୍ ସହିତ ଫେକ୍ ଲିଙ୍କ୍ ପଠାଇପାରନ୍ତି ବା ଆପଣ ଫେକ୍ ସୋସିଆଲ ମେଡିଆ ପୃଷ୍ଠାରେ କ୍ୟାଶ୍‌ବ୍ୟାକ୍-ସମ୍ବନ୍ଧିତ ପୋଷ୍ଟ ମଧ୍ୟ ଦେଖିପାରନ୍ତି। ଏଇ ଲିଙ୍କ୍ ଏବଂ ସୋସିଆଲ ମେଡିଆ ପୃଷ୍ଠାଗୁଡ଼ିକ ଚତୁରତାର ସହିତ ଏମିତି ଡିଜାଇନ କରାଯାଇଥାଏ ଯେ ତାହା PhonePeର ଅଫିସିଆଲ ୱେବସାଇଟ୍ ଓ ଲୋଗୋ ସଦୃଶ ହୋଇଥାଏ ଯାହା ଆପଣଙ୍କୁ ବିଶ୍ୱାସ ଦେବ ଯେ ଅଫରଟି ଅସଲି ଅଟେ। କେତେକ ସ୍କାମଷ୍ଟର ଆପଣଙ୍କୁ କଲ୍ କରିପାରନ୍ତି ଏବଂ PhonePe ଆପରେ କ୍ୟାଶ୍‌ବ୍ୟାକ୍ ପାଇବାକୁ ଏକ ପେମେଣ୍ଟ ଲିଙ୍କ୍ ଗ୍ରହଣ କରି ଆପଣଙ୍କୁ କେତେକ ଷ୍ଟେପ୍ ଅନୁସରଣ କରିବା ପାଇଁ କହିପାରନ୍ତି ଯାହା ଆପଣଙ୍କ ବିଜ୍ଞପ୍ତି/ବେଲ୍ ଆଇକନରେ ଦେଖାଯାଏ।

PhonePe କ୍ୟାଶ୍‌ବ୍ୟାକ୍ କେମିତି କାମ କରେ?

  • PhonePe କ୍ୟାଶ୍‌ବ୍ୟାକ୍ ସ୍ୱତଃ ଆପଣଙ୍କ ୱାଲେଟରେ କ୍ରେଡିଟ୍ ହୁଏ

କ୍ୟାଶ୍‌ବ୍ୟାକ୍ କ୍ଲେମ୍ କରିବାକୁ ବା ଗ୍ରହଣ କରିବାକୁ ଆପଣଙ୍କୁ ଆଉ କୌଣସି ଅତିରିକ୍ତ କାର୍ଯ୍ୟ କରିବାକୁ ପଡ଼େ ନାହିଁ। ଫୋନ କଲ୍ ବା ଲିଙ୍କ୍ ମାଧ୍ୟମରେ PhonePe କ୍ୟାଶ୍‌ବ୍ୟାକ୍ ଅଫର୍ ବା ପୁରସ୍କାର ଦିଏନାହିଁ। କ୍ୟାଶ୍‌ବ୍ୟାକ୍‌ର ପ୍ରତିଶ୍ରୁତି ଦେଉଥିବା ଯେ କୌଣସି URL, ସୋସିଆଲ ମେଡିଆ ପୋଷ୍ଟ ବା ଫୋନ କଲ୍ ଠକ ଓ ଭ୍ରାନ୍ତ ଅଟେ।

  • PhonePeରେ କ୍ୟାଶ୍‌ବ୍ୟାକ୍ ପାଇବାକୁ ବା ପୁରସ୍କାର ପାଇବାକୁ ଆପଣଙ୍କୁ ଆପଣଙ୍କ UPI ପିନ୍ ଦେବା ଦରକାର ନାହିଁ

କ୍ୟାଶ୍‌ବ୍ୟାକ୍ ପାଇବାକୁ ଗ୍ରାହକମାନଙ୍କୁ କେବେ ବି ସେମାନଙ୍କ UPI ପିନ୍ ଦେବାକୁ କୁହାଯାଇନଥାଏ। ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଆପଣ ଟଙ୍କା ପଠାଇବା ବେଳେ କେବଳ UPI ପିନ୍ ଆବଶ୍ୟକ କ୍ୟାଶ୍‌ବ୍ୟାକ୍ ପାଇବାକୁ ଆପଣଙ୍କ UPI ପିନ୍ ଯଦି ଦେବାକୁ ଆପଣଙ୍କୁ କୁହାଯାଏ, ତେବେ ତୁରନ୍ତ ଟ୍ରାଞ୍ଜାକ୍‌ସନକୁ ଅଗ୍ରାହ୍ୟ କରନ୍ତୁ ଏବଂ ଏବିଷୟରେ ଆମକୁ support.phonepe.comରେ ରିପୋର୍ଟ କରନ୍ତୁ।

  • ଆପଣଙ୍କ PhonePe ଆପ୍‌ର ହୋମ୍‌ ପେଜର “ସମସ୍ତ ଅଫର୍ ଦେଖନ୍ତୁ” ବିଭାଗରେ ସମସ୍ତ କ୍ୟାଶ୍‌ବ୍ୟାକ୍ ଏବଂ ଅନ୍ୟ ଅଫର୍ ତାଲିକାଭୁକ୍ତ ହୋଇଥାଏ

ଅସଲି PhonePe କ୍ୟାଶ୍‌ବ୍ୟାକ୍ ଅଫର୍ ବିଷୟରେ ଜାଣିବାକୁ ଏହି ବିଭାଗକୁ ଦେଖନ୍ତୁ। କୌଣସି ଟ୍ରାଞ୍ଜାକ୍‌ସନ କରିବା ପୂର୍ବରୁ ଧ୍ୟାନର ସହିତ ଯୋଗ୍ୟତା, ନିୟମ ଓ ସର୍ତ୍ତାବଳୀକୁ ପଢ଼ନ୍ତୁ।

ଠକମାନଙ୍କଠାରୁ ସୁରକ୍ଷିତ ରହିବାର ଉପାୟ:

କେବଳ ଜଣାଥିବା ସୋର୍ସଗୁଡ଼ିକରୁ ପେମେଣ୍ଟ ଅନୁରୋଧ ଗ୍ରହଣ କରନ୍ତୁ

ଆପଣଙ୍କ UPI ଆଇଡି ଜାଣିଥିବା ଯେ କୌଣସି ବ୍ୟକ୍ତିଙ୍କ ଦ୍ୱାରା ପେମେଣ୍ଟ ଅନୁରୋଧ ପଠାଯାଇପାରିବ। ଅଜଣା ସୋର୍ସରୁ ପେମେଣ୍ଟ ଅନୁରୋଧଗୁଡ଼ିକୁ ଅସ୍ୱୀକାର କରନ୍ତୁ। ମନେରଖନ୍ତୁ ଆପଣଙ୍କ ଫୋନ୍ ନମ୍ବର ଜାଣିଥିବା ଯେ କୌଣସି ବ୍ୟକ୍ତି ଆପଣଙ୍କ UPI ଆଇଡିରୁ ଟଙ୍କା ପାଇଁ ଅନୁରୋଧ କରିପାରିବେ।

“ଆପଣଙ୍କ UPI ଆଇଡି ଖୋଜିପାଇାକୁ, ଆପଣଙ୍କ PhonePe ଆପ୍‌ର ପ୍ରୋଫାଇଲ ବିଭାଗକୁ ଯାଆନ୍ତୁ ଏବଂ “ମୋର UPI ଆଇଡି”ରେ ଦେଖନ୍ତୁ। ଆପଣଙ୍କ ଡିଫଲ୍ଟ PhonePe UPI ଆଇଡି ହେଉଛି yourphonenumber@ybl

  1. ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଫେକ୍ କଲ୍/ପେମେଣ୍ଟ ଅନୁରୋଧକୁ ଅଣଦେଖା କରନ୍ତୁ

ଆପଣଙ୍କୁ କ୍ୟାଶ୍‌ବ୍ୟାକ୍‌ର ଅଫର୍ ଦେଉଥିବା କଲରଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ, ଏପରିକି ସେମାନେ ନିଜକୁ PhonePe ପ୍ରତିନିଧି କହିଲେ ମଧ୍ୟ ସେମାନଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ଯଦି ଆପଣ ସାଙ୍ଗ/ପରିବାରର ସଦସ୍ୟ ବୋଲି ଦାବି କରୁଥିବା ଏକ ଅଜଣା ନମ୍ବରରୁ କଲ୍ ପାଆନ୍ତି, ତେବେ କୌଣସି ପେମେଣ୍ଟ ଟ୍ରାଞ୍ଜାକ୍‍ସନ କରିବା ପୂର୍ବରୁ ନିଶ୍ଚିତ ହୁଅନ୍ତୁ ଯେ ଆପଣ ତାଙ୍କୁ ଜାଣନ୍ତି।

ମନେରଖନ୍ତୁ: ଗୋପନୀୟ ସୂଚନା କେବେ ବି କାହାରି ସହ ଶେୟାର କରନ୍ତୁ ନାହିଁ, ଯେମିତି UPI ପିନ୍, OTP, CVV ଏବଂ କାର୍ଡ୍ ବିବରଣୀ କାହାରି ସହିତ ଏପରିକି PhonePe ଅଫିସିଆଲଙ୍କ ସହିତ ମଧ୍ୟ ଶେୟାର କରନ୍ତୁ ନାହିଁ

Keep Reading