PhonePe Blogs Main Featured Image

Trust & Safety

ନକଲି ଆପଗୁଡ଼ିକରୁ ସୁରକ୍ଷିତ ରୁହନ୍ତୁ!

PhonePe Regional|3 min read|27 April, 2021

URL copied to clipboard

ସ୍ମାର୍ଟଫୋନ ଏବଂ ଡିଜିଟାଲ ସୁବିଧା ଯୁଗରେ ମୋବାଇଲ ଆପ୍ଲିକେସନଗୁଡ଼ିକ ଯୋଗାଯୋଗ, ମନୋରଞ୍ଜନ ଏବଂ ଉତ୍ପାଦକତା ପାଇଁ ଆବଶ୍ୟକ ଉତ୍ସରେ ପରିଣତ ହୋଇଛି। ତେବେ ଏହି ସୁବିଧା ସହିତ ଏକ ବିପଦ ଜଡ଼ିତ ହୋଇରହିଛି: ତାହା ହେଉଛି ନକଲି ଆପର ସୃଷ୍ଟି ଯାହା ଲୋକପ୍ରିୟ ତଥା ନିର୍ଭରଯୋଗ୍ୟ ଆପଗୁଡ଼ିକୁ ଅନୁକରଣ କରେ। ବୈଧ ଆପର ଛଦ୍ମରୂପ ଧାରଣ କରିବା ପାଇଁ ଚତୁରତାର ସହିତ ତିଆରି କରାଯାଇଥିବା ଏହି ଅନିଷ୍ଟକାରୀ ଆପଗୁଡ଼ିକ ୟୁଜରମାନଙ୍କ ପାଇଁ ଡାଟା ଚୋରି, ଆର୍ଥିକ କ୍ଷତି ଏବଂ ଗୋପନୀୟତାର ଉଲଂଘନ ପରି ଗୁରୁତର ବିପଦ ସୃଷ୍ଟି କରେ।

ଏହି ବ୍ଲଗ ନକଲି ଆପଗୁଡ଼ିକର ପରିମଣ୍ଡଳ, ସେଗୁଡ଼ିକର ବିପଦ ଏବଂ ଏହିପରି ଆପଗୁଡ଼ିକର ଶିକାର ନହେବା ପାଇଁ ଆବଶ୍ୟକ ଉପାୟ ସମ୍ପର୍କରେ ବିସ୍ତାରିତ ଭାବରେ ଚର୍ଚ୍ଚା କରିଛି। 

ନକଲି ଆପଗୁଡ଼ିକ ବିଷୟରେ ବୁଝିବା

ପ୍ରକୃତ ଆପଗୁଡ଼ିକର ଡିଜାଇନ ଏବଂ କାର୍ଯ୍ୟକାରିତାକୁ ଅନୁକରଣ କରି ନକଲି ଆପଗୁଡ଼ିକ ତିଆରି ହୋଇଥାଏ ଯାହା ଫଳରେ ମୂଳ ଆପରୁ ସେଗୁଡ଼ିକୁ ଅଲଗା କରିବା କଷ୍ଟକର ହୋଇଥାଏ। ନିର୍ଭରଯୋଗ୍ୟ ଆପଷ୍ଟୋରଗୁଡ଼ିକରେ ବାରମ୍ବାର ଦେଖାଯିବା ଦ୍ଵାରା ସେମାନଙ୍କର ବିଶ୍ୱସନୀୟତା ସୃଷ୍ଟି ହୋଇଥାଏ। 

ଏହି ନକଲି ଆପଗୁଡ଼ିକ ସାଇବର ଅପରାଧୀଙ୍କ ଦ୍ଵାରା ଉପଭୋକ୍ତାମାନଙ୍କୁ ବିଭ୍ରାନ୍ତ କରି ଡାଉନଲୋଡ କରାଇବା ପାଇଁ ବ୍ୟବହୃତ ହୁଏ ଯାହା ଡାଟା ଚୋରି, ଆର୍ଥିକ କ୍ଷତି ଏବଂ ଗୋପନୀୟତାର ଉଲଂଘନ ସମେତ ଏକାଧିକ କ୍ଷତିକାରକ ପ୍ରଭାବ ପକାଇପାରେ।

ଏଠାରେ କିଛି ସାଧାରଣ ପଦ୍ଧତି ଦିଆଯାଇଛି ଯାହା ବ୍ୟବହାର କରି ନକଲି ଆପଗୁଡ଼ିକ ମାଧ୍ୟମରେ ଠକେଇ ହୋଇପାରେ:

  1. ଫିସିଂ

ଆପଣ ଏକ ନକଲି ଆପ ଡାଉନଲୋଡ କଲେ ତାହା ଆପଣଙ୍କ ଡିଭାଇସକୁ ମାଲୱେର ସହିତ ସଂକ୍ରମିତ କରିବା ପାଇଁ ଆପଣ ଲଗଇନ ପାଇଁ ବ୍ୟବହାର କରିଥିବା ପରିଚୟକୁ ବ୍ୟବହାର କରିପାରେ। ଏହି ପରିଚୟ ଅନ୍ୟାନ୍ୟ ଅନିଷ୍ଟକାରୀ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହୃତ ହୋଇପାରେ। 

  1. ଅଧିକାରରେ ବୃଦ୍ଧି

ଠକମାନେ ଆପଣଙ୍କ ଡିଭାଇସରେ ବିଭିନ୍ନ ପ୍ରକାର ଆକ୍ସେସର ଅଧିକାରକୁ ଭାଙ୍ଗିବା ପାଇଁ ବୈଧ ଆପର ଛଦ୍ମରୂପରେ ଏକ ନକଲି ଆପର ଡିଜାଇନ କରିପାରନ୍ତି। ଏହା ମୂଳ ସୁରକ୍ଷା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ଯାହା ୟୁଜରମାନଙ୍କ ପାଇଁ ଏକ ବଡ଼ ବିପଦ ଅଟେ।

  1. ରାନସମୱେର

କିଛି ନକଲି ଆପ ଡାଉନଲୋଡ କରିବା ଦ୍ୱାରା ଆପଣଙ୍କ ଡିଭାଇସ ରାନସମୱେରରେ ସଂକ୍ରମିତ ହୋଇଥାଏ ଯାହା ଫଳରେ ଆପଣଙ୍କ ତଥ୍ୟ ଏନକ୍ରିପ୍ଟ ହେବା ଯୋଗୁଁ ବ୍ୟବହାର କରି ହୁଏ ନାହିଁ। ଏହାପରେ ଆପଣଙ୍କ ଡାଟାକୁ ଆଉଥରେ ଆକ୍ସେସ ଦେବା ପାଇଁ ଠକମାନେ ଆପଣଙ୍କଠାରୁ ଟଙ୍କା ମାଗିଥାନ୍ତି। 

ନକଲି ଆପଗୁଡ଼ିକୁ କିପରି ଚିହ୍ନିବେ

ଆପଣ ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରି ନକଲି ଆପଗୁଡ଼ିକରୁ ସୁରକ୍ଷିତ ରହିପାରିବେ:

  • ଆପକୁ ଯାଞ୍ଚ କରନ୍ତୁ: ପ୍ରଥମେ, ଡେଭେଲପରଙ୍କ ନାମକୁ କନଫର୍ମ କରନ୍ତୁ। ନକଲି ଆପଗୁଡ଼ିକର ନାମ ସାଧାରଣତଃ ପ୍ରକୃତ ଆପ ସହିତ ସମାନ ହୋଇଥାଏ କିନ୍ତୁ ସେଥିରେ ଯେଉଁ ତ୍ରୁଟି ରହିଥାଏ ତାହା ଏହାକୁ ପ୍ରକୃତ ଆପଠାରୁ ଅଲଗା କରିବାରେ ସାହାଯ୍ୟ କରେ। ବନାନରେ ଛୋଟ ଛୋଟ ତ୍ରୁଟି କିମ୍ବା ଲୋଗୋରେ କରହୋଇଥିବା ପରିବର୍ତ୍ତନ ବିଷୟରେ ଯାଞ୍ଚ କରନ୍ତୁ। ଏହାକୁ ଅଫିସିଆଲ ୱେବସାଇଟ ସହିତ ତୁଳନା କରିବା ଦ୍ୱାରା ଆପଣ ସୁନିଶ୍ଚିତ ହୋଇପାରିବେ ଯେ ଆପଣ ସଠିକ ଆପ ଡାଉନଲୋଡ କରୁଛନ୍ତି।
  • ରେଟିଂ ଏବଂ ସମୀକ୍ଷାଗୁଡ଼ିକ ପରୀକ୍ଷା କରନ୍ତୁ: ପ୍ରତିଷ୍ଠିତ ଆପଗୁଡ଼ିକରେ ସାଧାରଣତଃ ବହୁ ସଂଖ୍ୟକ ରେଟିଂ ଏବଂ ସମୀକ୍ଷା ଥାଏ। ଯଦି କୌଣସି ଆପରେ ଖୁବ କମ ସଂଖ୍ୟକ ସମୀକ୍ଷା କିମ୍ବା ଏକ ଅସ୍ଵାଭାବିକ ସଂଖ୍ୟକ ସକାରାତ୍ମକ ସମୀକ୍ଷା ଥାଏ ଯାହା ଏକାପ୍ରକାର ପରି ଦେଖାଯାଏ, ତେବେ ଏହା ଏକ ସତର୍କ ସୂଚନା ଅଟେ ଯେ ଏହା ଏକ ନକଲି ଆପ ହୋଇପାରେ।
  • ଅନୁମତିଗୁଡ଼ିକ ବିଶ୍ଳେଷଣ କରନ୍ତୁ: ଅନାବଶ୍ୟକ ଭାବରେ ଯୋଗାଯୋଗ, କ୍ୟାମେରା, କିମ୍ବା ମାଇକ୍ରୋଫୋନର ଆକ୍ସେସ ପାଇଁ ଅନୁମତି ମାଗୁଥିବା ଗେମ କିମ୍ବା ୟୁଟିଲିଟି ଆପଗୁଡ଼ିକ ପରି ବିଭିନ୍ନ ଆପଗୁଡ଼ିକ ଅନିଷ୍ଟକାରୀ ହେବାର ସମ୍ଭାବନାକୁ ସଙ୍କେତ ଦେଇଥାଏ।
  • ଆପର ସ୍କ୍ରିନସଟ ଏବଂ ବର୍ଣ୍ଣନାକୁ ପରୀକ୍ଷା କରନ୍ତୁ: ଭୁଲ ବ୍ୟାକରଣ, ବନାନରେ ତ୍ରୁଟି ଏବଂ ଆପର ବର୍ଣ୍ଣନା କିମ୍ବା ସ୍କ୍ରିନସଟରେ ନିମ୍ନ ମାନର ଇମେଜ ଏକ ନକଲି ଆପ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ।
  • ଅଫିସିଆଲ ଉତ୍ସ: ଯେତେସମ୍ଭବ ଅଫିସିଆଲ ୱେବସାଇଟ କିମ୍ବା ନିର୍ଭରଯୋଗ୍ୟ ଆପ ଷ୍ଟୋରରୁ ଆପଗୁଡ଼ିକ ଡାଉନଲୋଡ କରନ୍ତୁ। 

ନିଜକୁ ସୁରକ୍ଷିତ ରଖିବାର ଉପାୟ

ନକଲି ଆପଗୁଡ଼ିକରୁ ଆପଣଙ୍କର ଡିଭାଇସ ଏବଂ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏହି କାର୍ଯ୍ୟଗୁଡ଼ିକ କରନ୍ତୁ:

  • ଆପଣଙ୍କ ସଫ୍ଟୱେରକୁ ଅପଡେଟ କରି ରଖନ୍ତୁ: ଆପଣଙ୍କ ଡିଭାଇସରେ ଅପରେଟିଂ ସିଷ୍ଟମ ଏବଂ ଆପଗୁଡ଼ିକ ଅପଡେଟ କରାହୋଇଛି ବୋଲି ସୁନିଶ୍ଚିତ କରନ୍ତୁ। ଅପଡେଟଗୁଡ଼ିକରେ ନିୟମିତ ଭାବରେ ସୁରକ୍ଷା ପ୍ୟାଚଗୁଡ଼ିକ ଅନ୍ତର୍ଭୁକ୍ତ କରାହୋଇଥାଏ ଯାହା ନକଲି ଆପଗୁଡ଼ିକ ଯେଉଁ ତ୍ରୁଟିର ସୁଯୋଗ ନେଇଥାନ୍ତି ସେଥିରୁ ସୁରକ୍ଷା ଦେଇଥାଏ।
  • ସୁରକ୍ଷା ସଫ୍ଟୱେର ସେଟଅପ କରନ୍ତୁ: ନକଲି ଆପଗୁଡ଼ିକ ପରି ଅନିଷ୍ଟକାରୀ ସଫ୍ଟୱେରରୁ ରକ୍ଷା ପାଇବା ପାଇଁ ନିର୍ଭରଯୋଗ୍ୟ ଆଣ୍ଟି-ଭାଇରସ ଏବଂ ଆଣ୍ଟି-ମାଲୱେର ସଫ୍ଟୱେର ବ୍ୟବହାର କରନ୍ତୁ।
  • ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ (2FA) ଚାଲୁ କରନ୍ତୁ: ସମସ୍ତ ଆକାଉଣ୍ଟ ପାଇଁ 2FA ଚାଲୁ କରନ୍ତୁ। ଏହା କରିବା ଫଳରେ ଆପଣ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିବେ ଏବଂ ହ୍ୟାକରମାନଙ୍କ ଦ୍ଵାରା ଆପଣଙ୍କ ଡାଟାର ଆକ୍ସେସକୁ ପ୍ରତିହତ କରିପାରିବେ।
  • ଲିଙ୍କ ଏବଂ ଆଟାଚମେଣ୍ଟଗୁଡ଼ିକ ପ୍ରତି ସତର୍କ ରୁହନ୍ତୁ: ଅଜ୍ଞାତ ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ କିମ୍ବା ଅପରିଚିତ ଉତ୍ସରୁ ଆସିଥିବା ଆଟାଚମେଣ୍ଟଗୁଡ଼ିକ ଖୋଲନ୍ତୁ ନାହିଁ। 
  • ଅନୁରୋଧଗୁଡ଼ିକୁ ଯାଞ୍ଚ କରନ୍ତୁ: ଗୁରୁତ୍ଵପୂର୍ଣ୍ଣ ତଥ୍ୟଗୁଡ଼ିକ ପ୍ରଦାନ କରିବା ପୂର୍ବରୁ ସର୍ବଦା ଅନୁରୋଧକାରୀଙ୍କ ସୂଚନାକୁ ଯାଞ୍ଚ କରନ୍ତୁ।
  • ଶକ୍ତିଶାଳୀ, ସ୍ଵତନ୍ତ୍ର ପାସୱାର୍ଡ ବ୍ୟବହାର କରନ୍ତୁ: ବିଭିନ୍ନ ଆକାଉଣ୍ଟ ପାଇଁ ଅଲଗା ଅଲଗା ପାସୱାର୍ଡ ବ୍ୟବହାର କରନ୍ତୁ ଏବଂ ନିୟମିତ ବ୍ୟବଧାନରେ ସେଗୁଡ଼ିକୁ ପରିବର୍ତ୍ତନ କରନ୍ତୁ।

ଯଦି ଆପଣ ଏକ ନକଲି ଆପ ଡାଉନଲୋଡ କରିଦେଇଛନ୍ତି, ତେବେ କ’ଣ କରିବେ

ଯଦି ଆପଣ ଏକ ନକଲି ଆପ ଡାଉନଲୋଡ କରିଛନ୍ତି ବୋଲି ମନେକରୁଛନ୍ତି, ତୁରନ୍ତ ନିମ୍ନୋକ୍ତ କାର୍ଯ୍ୟ କରନ୍ତୁ:

  1. ଆପକୁ ତୁରନ୍ତ ଅନଇନଷ୍ଟଲ କରନ୍ତୁ
  2. ଯଦି ଆପଣ ମନେକରୁଛନ୍ତି ଯେ ଆପଣଙ୍କର କୌଣସି ଆକାଉଣ୍ଟର ଗୋପନୀୟତା କିମ୍ବା ସୁରକ୍ଷା ଭଙ୍ଗ ହୋଇଛି, ତେବେ ଆପଣଙ୍କ ପାସୱାର୍ଡ ପରିବର୍ତ୍ତନ କରନ୍ତୁ
  3. କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଏବଂ ଅନଲାଇନ ଆକାଉଣ୍ଟ ଉପରେ ନଜର ରଖନ୍ତୁ। 
  4. ଏକ ସୁରକ୍ଷା ସଫ୍ଟୱେର ବ୍ୟବହାର କରି ସିଷ୍ଟମର ଏକ ସୁରକ୍ଷା ସ୍କାନ କରନ୍ତୁ
  5. ଆପ ସମ୍ପର୍କରେ ରିପୋର୍ଟ କରନ୍ତୁ

ସଂକ୍ଷେପ କହିଲେ ନକଲି ଆପଗୁଡ଼ିକ ଆପଣଙ୍କ ତଥ୍ୟ ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରେ। ସଚେତନ ଏବଂ ସତର୍କ ହୋଇ ଆପଣ ନିଜକୁ ଏପରି ଅନିଷ୍ଟକାରୀ ଆପଗୁଡ଼ିକରୁ ନିଜକୁ ସୁରକ୍ଷିତ ରଖିପାରିବେ। ଆପଣଙ୍କ ଗୋପନୀୟତା ଏବଂ ମାନସିକ ଶାନ୍ତି ରକ୍ଷା କରିବା ପାଇଁ ନୂଆ ଆପ ଡାଉନଲୋଡ କରିବା ସମୟରେ ସର୍ବଦା ସତର୍କ ରୁହନ୍ତୁ ଏବଂ ଆପଣଙ୍କ ଡିଜିଟାଲ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ।

ଯଦି ଆପଣ ଏକ ନକଲି ଆପ ଦ୍ଵାରା ଠକେଇର ଶିକାର ହୁଅନ୍ତି, ତେବେ ଆପଣ କ’ଣ କରିବା ଉଚିତ

ଯଦି ଆପଣ PhonePeରେ ଏକ ନକଲି ଆପ ଦ୍ଵାରା ଠକେଇର ଶିକାର ହୋଇଛନ୍ତି, ତେବେ ଆପଣ ତୁରନ୍ତ ନିମ୍ନଲିଖିତ ଉପାୟରେ ଏହି ସମସ୍ୟାକୁ ଉପସ୍ଥାପନ କରିପାରିବେ:

  1. PhonePe ଆପ: “ସାହାଯ୍ୟ” ବିଭାଗକୁ ଯାଆନ୍ତୁ ଏବଂ “ଟ୍ରାଞ୍ଜାକସନରେ ଏକ ସମସ୍ୟା ହୋଇଛି” ବିକଳ୍ପ ଅଧୀନରେ ସମସ୍ୟାକୁ ଉପସ୍ଥାପନ କରନ୍ତୁ। 
  2. PhonePeର ଗ୍ରାହକ ସେବା ନମ୍ବର: PhonePeର ଗ୍ରାହକ ସେବା ନମ୍ବର 80–68727374/022–68727374ରେ କଲ କରି ଆପଣ ସମସ୍ୟାର ଉପସ୍ଥାପନ କରିପାରିବେ, ଏହା ପରେ  ଗ୍ରାହକ ସେବା ଏଜେଣ୍ଟ ଏକ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ସାହାଯ୍ୟ କରିବେ।
  3. ୱେବଫର୍ମ ଦାଖଲ: PhonePeର ୱେବଫର୍ମ https://support.phonepe.com/ ବ୍ୟବହାର କରି ଆପଣ ଏକ ଟିକେଟ ତିଆରି କରିପାରିବେ
  4. ସୋସାଲ ମିଡ଼ିଆ: PhonePeର ସୋସାଲ ମିଡ଼ିଆ ହ୍ୟାଣ୍ଡେଲ ବ୍ୟବହାର କରି ଆପଣ ଠକେଇ ଘଟଣାର ରିପୋର୍ଟ କରିପାରିବେ 
    ଟ୍ଵିଟର — https://twitter.com/PhonePeSupport
    ଫେସବୁକ — https://www.facebook.com/OfficialPhonePe
  5. ଆପତ୍ତି: ପୂର୍ବରୁ ଥିବା ଏକ ଅଭିଯୋଗ ସମ୍ପର୍କରେ ଏକ ଆପତ୍ତି କରିବା ପାଇଁ ଆପଣ https://grievance.phonepe.com/ ରେ ଲଗଇନ କରି ପୂର୍ବରୁ ତିଆରି ହୋଇଥିବା ଟିକେଟ ଆଇଡି ସେୟାର କରିପାରିବେ। 
  6. ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗର ରିପୋର୍ଟ କରିପାରିବେ କିମ୍ବା ଅନଲାଇନରେ https://www.cybercrime.gov.in/ ମାଧ୍ୟମରେ ଅଭିଯୋଗର ପଞ୍ଜିକରଣ କରିପାରିବେ କିମ୍ବା ସାଇବର କ୍ରାଇମ ସେଲ ହେଲ୍ପଲାଇନ ନମ୍ବର 1930ରେ ଯୋଗାଯୋଗ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ରିମାଇଣ୍ଡର – PhonePe କେବେବି କୌଣସି ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ମାଗେ ନାହିଁ। ଯଦି ମେଲଗୁଡ଼ିକ phonepe.com ଡୋମେନରୁ ଆସିନଥିବ, ତେବେ PhonePe ବୋଲି ଦାବି କରୁଥିବା ସମସ୍ତ ମେଲକୁ ଅଣଦେଖା କରନ୍ତୁ।  ଯଦି ଆପଣ ଠକେଇ ହୋଇଛି ବୋଲି ସନ୍ଦେହ କରୁଛନ୍ତି, ତେବେ ଦୟାକରି ଅଧିକାରୀଙ୍କ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ।

Keep Reading