PhonePe Blogs Main Featured Image

Trust & Safety

QR କୋଡ୍ ଠକାମିରୁ ସୁରକ୍ଷିତ ରୁହନ୍ତୁ!

PhonePe Regional|2 min read|12 May, 2021

URL copied to clipboard

ଡିଜିଟାଲ୍ ପେମେଣ୍ଟ ଲକ୍ଷାଧିକ ଭାରତୀୟଙ୍କ ଜୀବନଶୈଳୀକୁ ସହଜ କରିଦେଇଛି। ତଥାପି ପେମେଣ୍ଟ ଠକାମିର ଦୃଷ୍ଟାନ୍ତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆପଣ ଜାଣିଛନ୍ତି କି ଆପଣଙ୍କ କାର୍ଡ୍ କିମ୍ବା ବ୍ୟାଙ୍କ୍ ଆକାଉଣ୍ଟ୍ ବିବରଣୀ ନଥାଇ ମଧ୍ୟ ଠକମାନେ ଆପଣଙ୍କୁ ଠକେଇ ପାରିବେ। କ୍ରମାଙ୍କ ବୃଦ୍ଧି ପାଉଥିବା ଏହି ଧରଣର ଠକାମିଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି QR କୋଡ୍ ଠକାମି।

QR କୋଡ୍ ଠକାମି କିପରି ହୋଇଥାଏ ଏଠାରେ ଦେଖନ୍ତୁ:
ଠକ ଜଣକ ଆପଣଙ୍କୁ WhatsApp କିମ୍ବା ଅନ୍ୟ କୌଣସି ପିକ୍ଚର ଶେୟାରିଂ ଆପ୍‌ରେ QR କୋଡ୍‌ର ଫୋଟୋ ପଠାଇଥାନ୍ତି। ତାହା ସହିତ ଗୋଟିଏ ମେସେଜ୍‍‌ ଆସିଥାଏ ସେଥିରେ କୋଡ୍ ସ୍କାନ୍ କରିବା, ରାଶି ଦେବା ଏବଂ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ମାଗଣା ନଗଦ ପୁରସ୍କାର ପାଇବା ପାଇଁ ଆପଣଙ୍କ UPI ପିନ୍ ଦେବା ପାଇଁ କୁହାଯାଇଥାଏ। ଅନ୍ୟରୂପେ, ଠକମାନେ ଏପରି ଆପ୍‌ଗୁଡ଼ିକର ବ୍ୟବହାର କରିଥାନ୍ତି ଯାହା ସେମାନଙ୍କୁ ଗୋଟିଏ ପୂର୍ବ-ନିର୍ଦ୍ଧାରିତ ରାଶି ସହ ଗୋଟିଏ QR କୋଡ୍ ପଠାଇବାକୁ ଅନୁମତି ଦେଇଥାଏ ଏବଂ ଆପଣଙ୍କୁ କେବଳ UPI ପିନ୍ ଦେବାକୁ କୁହାଯାଇଥାଏ। ଆପଣ ଏହା କରିବା ମାତ୍ରେ ହିଁ, ଆପଣଙ୍କ ଆକାଉଣ୍ଟ୍‌ରୁ ଟଙ୍କା କଟିଯାଇଥାଏ।

ଠକାମିମୂଳକ ମେସେଜ୍‌‌ଗୁଡ଼ିକ ଉଦାହରଣ ଏଠାରେ ଦିଆ ହୋଇଛି:

ଦୟାକରି ମନେ ରଖନ୍ତୁ: PhonePe ରେ ଟଙ୍କା ପାଇବା ପାଇଁ ଆପଣଙ୍କୁ କେବେ ବି ‘Pay’ ବା ‘ପେମେଣ୍ଟ’ ଉପରେ କ୍ଲିକ୍ କରିବାକୁ କିମ୍ବା UPI ପିନ୍ ଦେବାକୁ ପଡି ନ ଥାଏ। ପ୍ରକୃତ ପ୍ରେରକଙ୍କୁ ଟଙ୍କା ପଠାଇବା ପାଇଁ କେବଳ ଆପଣଙ୍କ ଫୋନ୍ ନମ୍ବରର ଆବଶ୍ୟକ ହୋଇଥାଏ। ଆପଣ ଯଦି ଏହି ପ୍ରକାର କୌଣସି ମେସେଜ୍ ପାଆନ୍ତି ତେବେ ଦୟାକରି ଉତ୍ତର ଦିଅନ୍ତୁ ନାହିଁ। ତାହା ପରିବର୍ତ୍ତେ, ଆପ୍‍‌ରେ PhonePe ଗ୍ରାହକ ସହାୟତା ସହ ଯୋଗାଯୋଗ କରନ୍ତୁ ବିକଳ୍ପଟି ରହିଛି ଯାହା ସାହାଯ୍ୟରେ ଆପଣ ଠକ ଜଣକର ଫୋନ୍ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ବିଷୟରେ ଅଭିଯୋଗ କରିପାରିବେ।

ଠକାମିରୁ ସୁରକ୍ଷିତ ରହିବା ପାଇଁ ଆପଣଙ୍କୁ ନିମ୍ନଲିଖିତ ବିଷୟଗୁଡ଼ିକ ମନେ ରଖିବା ଉଚିତ୍‍:

PhonePe କେବେ ବି ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ପଚାରେ ନାହିଁ । ନିଜକୁ PhonePe ପ୍ରତିନିଧି ରୂପେ ପରିଚୟ ଦେଇ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଏହି ଧରଣର ତଥ୍ୟ ପରାଚିଥାନ୍ତି ତେବେ ଦୟାକରି ସେମାନଙ୍କୁ ଇମେଲ୍ ପଠାଇବାକୁ କୁହନ୍ତୁ। କେବଳ @phonepe.com ଡୋମେଇନ୍‌ରୁ ଆସିଥିବା ଇମେଲ୍‌ର ଉତ୍ତର ଦିଅନ୍ତୁ।

  • Google, Twitter, FB ଇତ୍ୟାଦିରେ PhonePe ଗ୍ରାହକ ସହାୟତା ନମ୍ବର ଖୋଜନ୍ତୁ ନାହିଁ। PhonePe ଗ୍ରାହକ ସହାୟତା ସହ ଯୋଗାଯୋଗ କରିବାର ଏକମାତ୍ର ମାଧ୍ୟମ ହେଉଛି support.phonepe.com।
  • ଯାଞ୍ଚ ହୋଇ ନଥିବା ମୋବାଇଲ୍‍ ନମ୍ବର ଯାହା PhonePe ସହାୟତାରୁ ବୋଲି ଦାବି କରାଯାଇଥାଏ ସେହି ନମ୍ବରକୁ କଲ୍ କରନ୍ତୁ ନାହିଁ କିମ୍ବା ସେହି ନମ୍ବରରୁ ଆସିଥିବା କଲ୍‌କୁ ଉଠାନ୍ତୁ ନାହିଁ।
  • ବିଭିନ୍ନ ସୋସିଆଲ୍ ମେଡିଆ ପ୍ଲାଟ୍‌ଫର୍ମରେ ଥିବା ଆମର ଅଫିସିଆଲ୍ ଆକାଉଣ୍ଟ୍‌ରେ ହିଁ କେବଳ ଆମ ସହ ଯୋଗାଯୋଗ କରନ୍ତୁ।
    Twitter ହ୍ୟାଣ୍ଡେଲ୍: https://twitter.com/PhonePe
    https://twitter.com/PhonePeSupport
    – Facebook ଆକାଉଣ୍ଟ୍: https://www.facebook.com/OfficialPhonePe/
  • ଯଦି ଆପଣଙ୍କ କାର୍ଡ୍ କିମ୍ବା ଆକାଉଣ୍ଟ୍ ବିବରଣୀ ବିପଦଗ୍ରସ୍ତ ହୁଏ:
    – support.phonepe.com ରେ ରିପୋର୍ଟ କରନ୍ତୁ
    – ଆପଣଙ୍କ ନିକଟବର୍ତ୍ତୀ ସାଇବର-ସେଲ୍‌ ସହ ଯୋଗାଯୋଗ କରନ୍ତୁ ଏବଂ ଗୋଟିଏ ପୋଲିସ୍‌ ଅଭିଯୋଗ ଫାଇଲ୍ କରନ୍ତୁ।

Keep Reading