PhonePe Blogs Main Featured Image

Trust & Safety

ସୋସିଆଲ୍ ଇଞ୍ଜିନିୟରିଂ ଠକାମିରୁ ସୁରକ୍ଷିତ ରୁହନ୍ତୁ!

PhonePe Regional|2 min read|10 May, 2021

URL copied to clipboard

ସୋସିଆଲ ମେଡିଆ ଗ୍ରାହକ ସହାୟତା ସେବାକୁ ଆପଣଙ୍କ ପାଇଁ ଗୋଟିଏ ସୋପାନ ନିକଟକୁ ନେଇ ଆସିଛି । ଯେତେବେଳେ ଆପଣଙ୍କୁ କୌଣସି ସମସ୍ୟାର ସମାଧାନ ଆବଶ୍ୟକ ହୋଇଥାଏ, ଆପଣ ସହଜରେ ଲଗ୍‌ଇନ୍ କରି ଗ୍ରାହକ ସହାୟତା ପ୍ରତିନିଧି ସହିତ ସିଧାସଳଖ କଥାବାର୍ତ୍ତା ହୋଇପାରିବେ ।

ଏହି କଥାବାର୍ତ୍ତା ହେବା ସମୟରେ ଆପଣ ନିଜର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ମାଧ୍ୟମ ବଦଳରେ ସୋସିଆଲ୍ ମେଡିଆ ଫୋରମ୍‌ରେ ଶେୟାର କରିଦିଅନ୍ତି । ଏହି ପ୍ରକାରର ତଥ୍ୟ ସହଜରେ ଠକମାନଙ୍କ ଦ୍ୱାରା ଅପବ୍ୟବହୃତ ହୋଇଥାଏ ।

ଗୁରୁତ୍ୱପୂର୍ଣ୍ଣ ବିଷୟ — PhonePe କେବେ ବି କାହାର ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ପଚାରେ ନାହିଁ । ଯଦି କୌଣସି ମେଲ୍‍ PhonePe ରୁ ଆସିଥିବା ଦାବି ହୋଇଥାଏ କିନ୍ତୁ ତାହା phonepe.com ଡୋମେଇନ୍‍ରୁ ହୋଇ ନ ଥାଏ ତେବେ ଆପଣ ସେହିପରି ଇମେଲ୍‌ଗୁଡ଼ିକୁ ଉପେକ୍ଷା କରନ୍ତୁ । ଆପଣଙ୍କୁ ଯଦି ଠକାମି ଯୁକ୍ତ କାର୍ଯ୍ୟକଳାପର ସନ୍ଦେହ ହୁଏ ତେବେ ତତ୍‌କ୍ଷଣାତ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ।

ସୋସିଆଲ୍ ଇଞ୍ଜିନିୟରିଂ କଣ ଅଟେ?

ସୋସିଆଲ୍ ଇଞ୍ଜିନିୟରିଂ ହେଉଛି ଯେବେ ଜଣେ ଠକ ଆପଣଙ୍କ ବିଶ୍ୱାସ ଏବଂ ଭରସା ଜିତି କୌଶଳର ସହ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରେ । ଅନେକ ସମୟରେ ଦେଖାଯାଏ ଠକମାନେ ଆପଣଙ୍କର ସମସ୍ୟାର ସମାଧାନ କରିବା ଛଳରେ ଆପଣଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରିଥାନ୍ତି । ବାସ୍ତବରେ, ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ମାଧ୍ୟମରେ ଆପଣଙ୍କ ଟଙ୍କା ଠକିନେବା ।

ସୋସିଆଲ୍ ଇଞ୍ଜିନିୟରିଂ କିପରି କାର୍ଯ୍ୟ କରେ?

  1. ଠକ ଜଣକ ନିଜକୁ ଆପଣଙ୍କ ବ୍ୟାଙ୍କ୍‌ର ଗ୍ରାହକ ସହାୟତା ପ୍ରତିନିଧି ବୋଲି ଦାବି କରି କଲ୍ କରିଥାଏ । ଆପଣ ସୋସିଆଲ୍ ମେଡିଆରେ ଶେୟାର କରିଥିବା ତଥ୍ୟକୁ ଆପଣଙ୍କୁ ଜଣାଇ ଆପଣଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରିଥାଏ ଏବଂ ଆପଣଙ୍କ ଡେବିଟ୍ କାର୍ଡ୍‌ର ବିବରଣୀ ଶେୟାର କରିବାକୁ କହିଥାଏ ।
  2. ଟ୍ରାଞ୍ଜାକ୍‌ସନ ସମ୍ପୂର୍ଣ୍ଣ କରିବା ପାଇଁ ସେ ଆପଣଙ୍କୁ OTP ପ୍ରଦାନ କରିବାକୁ କହିଥାଏ ଏବଂ ଆପଣଙ୍କ ଡେବିଟ୍ କାର୍ଡ୍‌ ବ୍ୟବହାର କରି ନିଜର ୱାଲେଟ୍ ଟପ୍‌ଅପ୍ କରିଥାଏ ।
  3. ଟ୍ରାଞ୍ଜାକ୍‌ସନ ସମ୍ପୂର୍ଣ୍ଣ ହେବା ପରେ, ଠକ ଜଣକ ୱାଲେଟ୍‌ରୁ ନିଜ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଟଙ୍କା ଉଠାଇ ନେଇଥାଏ ।

ଦୟାକରି ଧ୍ୟାନ ରଖନ୍ତୁ: ଯିଏ ପ୍ରକୃତରେ ଗ୍ରାହକ ପ୍ରତିନିଧି ସେ କେବେ ବି ଆପଣଙ୍କୁ ଆପଣଙ୍କ ସମ୍ପୂର୍ଣ୍ଣ କ୍ରେଡିଟ୍/ଡେବିଟ୍ କାର୍ଡ୍ ବିବରଣୀ କିମ୍ବା OTP ପଚାରିବେ ନାହିଁ । ସେମାନେ କେବଳ ଅନୁମୋଦିତ ଲ୍ୟାଣ୍ଡଲାଇନ୍ ନମ୍ବରରୁ ହିଁ ଆପଣଙ୍କୁ ଯୋଗାଯୋଗ କରିବେ ଏବଂ କେବେ ବି କୌଣସି ମୋବାଇଲ୍ ନମ୍ବରରୁ ଯୋଗାଯୋଗ କରିବେ ନାହିଁ । ଆପଣଙ୍କ ବ୍ୟାଙ୍କ୍‌ର ଅଫିସିଆଲ୍ ଡୋମେଇନ୍‌ରୁ ଆସି ନଥିବା ଇମେଲ୍‌କୁ ଉପେକ୍ଷା କରିବା ଉଚିତ୍ ।

ଆପଣ ଏହାଠାରୁ କିପରି ସୁରକ୍ଷିତ ରହିପାରିବେ ତାହା ନିମ୍ନରେ ଦେଖନ୍ତୁ:

  • SMS କିମ୍ବା ଅନ୍ୟ କୌଣସି ଚ୍ୟାନେଲ୍‌ ମାଧ୍ୟମରୁ ଆସିଥିବା OTP, ପିନ୍‍ ନମ୍ବର କିମ୍ବା ଅନ୍ୟ କୌଣସି କୋଡ୍‌କୁ କେବେ ବି କାହା ସହିତ ଶେୟାର କରନ୍ତୁ ନାହିଁ ।
  • ପବ୍ଲିକ୍ ପ୍ଲାଟ୍‌ଫର୍ମରେ କେବେ ବି ନିଜର ଆକାଉଣ୍ଟ୍ ନମ୍ବର କିମ୍ବା କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ୍ ବିବରଣୀ ଶେୟାର କରନ୍ତୁ ନାହିଁ ।
  • ଯଦି କୌଣସି ଅଜଣା ନମ୍ବରରୁ ଫୋନ୍ କରି କେହି ଦାବି କରନ୍ତି ଯେ ସେ ଆପଣଙ୍କ ବ୍ୟାଙ୍କ୍‌ ତରଫରୁ କଲ୍ କରିଛନ୍ତି ଏବଂ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ସେହି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ନ କରି ସଙ୍ଗେ ସଙ୍ଗେ କଲ୍‌ଟିକୁ କାଟି ଦିଅନ୍ତୁ ।
  • ଇମେଲ୍ ପ୍ରେରକର ଡୋମେଇନ୍ ଯାଞ୍ଚ କରନ୍ତୁ । ଯଦି ଏହା [XYZ]@gmail.com କିମ୍ବା ଅନ୍ୟ କୌଣସି ଇମେଲ୍ ପ୍ରଦାନକାରୀ ଡୋମେଇନ୍ ହୋଇଥାଏ ତେବେ ଇମେଲ୍‌ଟିକୁ ଉପେକ୍ଷା କରନ୍ତୁ । ପାଇଥିବା ଇମେଲ୍ ଡୋମେଇନ୍ ବ୍ୟାଙ୍କ୍‌ର ଇମେଲ୍ ଡୋମେଇନ୍ ସହ ତୁଳନା କରନ୍ତୁ । ବ୍ୟାଙ୍କ୍‌ର ସମସ୍ତ ଇମେଲ୍‌ ସୁରକ୍ଷିତ https ଡୋମେଇନ୍‌ରୁ କେବଳ ଆସିଥାଏ ।

ସୁରକ୍ଷିତ ଭାବରେ ଟ୍ରାଞ୍ଜାକସନ କରିବା ପାଇଁ ଭିଡିଓଟି ଦେଖନ୍ତୁ: https://youtu.be/rHZ57O9X8kk

Keep Reading