PhonePe Blogs Main Featured Image

Trust & Safety

ପେମେଣ୍ଟ ଠକାମିର ପ୍ରକାର ଏବଂ ଏହାଠାରୁ ସୁରକ୍ଷିତ ରହିବାର ଉପାୟଗୁଡ଼ିକ

PhonePe Regional|4 min read|11 May, 2021

URL copied to clipboard

ଡିଜିଟାଲ୍ ପେମେଣ୍ଟ ପଦ୍ଧତିର ବିସ୍ତାର ଆମ ଜୀବନକୁ ବାସ୍ତବରେ ଅତ୍ୟନ୍ତ ସରଳ କରି ଦେଇଛି। ଟଙ୍କା ପଠାଇବା, ସମସ୍ତ ବିଲ୍ ପେମେଣ୍ଟ, ରିଚାର୍ଜ, ଅନ୍‌ଲାଇନ୍ ଶୋପିଙ୍ଗ ଏବଂ ସ୍ଥାନୀୟ ଦୋକାନଗୁଡ଼ିକରେ ତତ୍‌କ୍ଷଣାତ ପେମେଣ୍ଟ ପାଇଁ ପେମେଣ୍ଟ ଆପ୍‌ଗୁଡ଼ିକ ବ୍ୟବହାର କରିବାର କ୍ଷମତା ନଗଦ ଟଙ୍କା ଉପରେ ନିର୍ଭରଶୀଳତାକୁ ହ୍ରାସ କରିଦେଇଛି।

ଗୋଟିଏ ପକ୍ଷରେ ଯେଉଁଠି ଡିଜିଟାଲ୍ ପେମେଣ୍ଟ ପଦ୍ଧତି ଦ୍ୱାରା ଲୋକଙ୍କୁ ବହୁତ ଉପକାର ମିଳୁଛି ସେଇଠି ଅନ୍ୟ ପକ୍ଷରେ ଠକମାନେ ନକଲି ଟ୍ରାଞ୍ଜାକ୍‌ସନ ଦ୍ୱାରା କ୍ରମାଗତ ଭାବରେ ଆପଣଙ୍କୁ ଠକିବା ପାଇଁ ନୂତନ ଉପାୟ ଖୋଜୁଛନ୍ତି।

PhonePe ରେ ଠକାମି ପ୍ରତିରୋଧ କରିବା ପାଇଁ ପଦକ୍ଷେପଗୁଡ଼ିକ, ଠକାମିର ପ୍ରକାର ଏବଂ ଏହାଠାରୁ କିପରି ସୁରକ୍ଷିତ ରହିବା ପାରିବେ ସେହି ବିଷୟରେ ଅଧିକ ଜାଣିବା ପାଇଁ ପଢ଼ନ୍ତୁ।

PhonePe ରେ ଠକାମି ପ୍ରତିରୋଧ କରିବା ପାଇଁ ପଦକ୍ଷେପଗୁଡ଼ିକ

PhonePe ରେ ଆମେ ଆପଣଙ୍କ ଟ୍ରାଞ୍ଜାକ୍‌ସନ‌ର ଅଭିଜ୍ଞତାକୁ ଅତ୍ୟଧିକ ସୁରକ୍ଷିତ ଏବଂ ନିରାପଦ କରିବା ପାଇଁ ସର୍ବଦା ପ୍ରୟାସ କରିଆସୁଛୁ। ଆମେ ଠକମାନଙ୍କୁ ଦୂରେଇ ରଖିବା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ଶକ୍ତିଶାଳୀ ବିପଦ ଆଶଙ୍କା ଏବଂ ଠକାମି ପ୍ରତିରୋଧ ଉଭୟ ଏକତ୍ରିତଭାବରେ ବ୍ୟବହାର କରୁ।

PhonePe ଆକାଉଣ୍ଟ୍ ଏବଂ ଟ୍ରାଞ୍ଜାକ୍‌ସନ ସୁରକ୍ଷା:

ପ୍ଲାଟ୍‌ଫର୍ମଟିକୁ ସୁରକ୍ଷିତ ଏବଂ ନିରାପଦ ରଖିବା ପାଇଁ ଆମେ ସମସ୍ତ ଆକାଉଣ୍ଟ୍ ଏବଂ ଗୋଟିଏ ଆକାଉଣ୍ଟ୍‌ରୁ ହେଉଥିବା ସମସ୍ତ ଟ୍ରାଞ୍ଜାକ୍‍ସନକୁ ବୈଧକରଣ କରିଥାଉ। ଏହି ବୈଧକରଣ ବିଭିନ୍ନ ପର୍ଯ୍ୟାୟରେ କରାଯାଇଥାଏ। ଜଣେ ନୂତନ ଉପଭୋକ୍ତା PhonePe ରେ ପଞ୍ଜିକରଣ କରିବା ମାତ୍ରେ, ସେମାନଙ୍କ ଫୋନ୍ ନମ୍ବର OTP ମାଧ୍ୟମରେ ବୈଧକରଣ କରାହୁଏ, ଏହିପରି ସମସ୍ତ UPI ଟ୍ରାଞ୍ଜାକ୍‌ସନ ପାଇଁ MPIN/ପାସ୍‌ୱାର୍ଡ ସେଟ୍‌ଅପ୍ ପ୍ରକ୍ରିୟା ମଧ୍ୟ ରହିଛି ଏବଂ ନୂତନ ଡିଭାଇସ୍‌ରେ ଲଗ୍‌ଇନ୍ କରାହେଲେ ତାହା OTP ଯାଞ୍ଚକରଣ ମାଧ୍ୟମରେ ବୈଧକରଣ କରାଯାଏ।

ପ୍ଲାଟ୍‌ଫର୍ମ ଆକ୍‌ସେସ କରିବା କ୍ଷେତ୍ରରେ ସନ୍ଦେହଜନକ ଲକ୍ଷଣ ଏବଂ ସୂଚକ ଥିବା ଅତ୍ୟଧିକ ବିପଦଜନକ ଟ୍ରାଞ୍ଜାକ୍‌ସନଗୁଡ଼ିକୁ ଆମେ ବ୍ଲକ୍ କରିଥାଉ।

ବିପଦ ଆଶଙ୍କାର ତଦନ୍ତ: ଆମର ବିପଦ ଆଶଙ୍କା ତଦନ୍ତ ଟିମ୍ ବିଭିନ୍ନ ଚ୍ୟାନେଲ୍‌ ମାଧ୍ୟମରେ ରିପୋର୍ଟ ହୋଇଥିବା ଠକେଇ ଘଟଣାକୁ ନିୟନ୍ତ୍ରଣ କରିଥାନ୍ତି ଏବଂ ଗ୍ରାହକ, ବିକ୍ରେତା, ଅଂଶୀଦାର ଏବଂ ବାହ୍ୟ ଏଜେନ୍ସିକୁ ସହାୟତା କରିଥାନ୍ତି। ଏହି ଟିମ୍‍ ମଧ୍ୟ ଜାଲିଆତି ଟ୍ରାଞ୍ଜାକ୍‌ସନକୁ ପ୍ରତିରୋଧ କରି ଠକମାନଙ୍କ ବିରୁଦ୍ଧରେ ପ୍ରତିରକ୍ଷା ପାଇଁ ଲକ୍ଷ୍ମଣ ରେଖା ହିସାବରେ କାର୍ଯ୍ୟ କରିଥାଏ।

ଠକାମି ପ୍ରତିରୋଧ କରିବା ପାଇଁ ପ୍ରଯୁକ୍ତିଗତ ଦକ୍ଷତା: ସମସ୍ତ ଜାଲିଆତି ଟ୍ରାଞ୍ଜାକ୍‌ସନ ବିବରଣୀର ହିସାବ ରଖିବା ପାଇଁ ଆମେ ରିଅଲ୍-ଟାଇମ୍ ସିଗ୍‌ନାଲ ଯେପରିକି IP, ଲୋକେସନ୍ କୋର୍ଡିନେଟ୍ ଇତ୍ୟାଦିର ବ୍ୟବହାର କରିଥାଉ। ଆମେ ସନ୍ଦେହଜନକ ଉପଭୋକ୍ତାଙ୍କୁ ଚିହ୍ନିତ କରିବା ପାଇଁ ଉପଭୋକ୍ତାଙ୍କ କ୍ରିୟାକଳାପ, ଡିଭାଇସ୍ ଏବଂ ପେମେଣ୍ଟ ପଦ୍ଧତି ପରି ଅତୀତ ତଥ୍ୟକୁ ନିରୀକ୍ଷଣ କରୁ।

ଆଇନ୍ ପ୍ରବର୍ତ୍ତନ ଏଜେନ୍ସି ସହ ସହଭାଗିତା: ଆମେ ସମଗ୍ର ଦେଶର ଆଇନ୍ ପ୍ରବର୍ତ୍ତନ ଏଜେନ୍ସିର ସାଇବର୍-କ୍ରାଇମ୍ ସେଲ୍ ସହ ସହଯୋଗ କରୁ। ଠକାମି ଅଭିଯୋଗ ପ୍ରାପ୍ତ କରି, ସେହି ଟ୍ରାଞ୍ଜାକ୍‌ସନକୁ ଅବରୋଧ କରି ଏବଂ ଠକ ଉପଭୋକ୍ତାଙ୍କୁ PhonePe ପ୍ଲାଟ୍‌ଫର୍ମର ଆକ୍‌ସେସ ବ୍ଲକ୍ କରି ଆମେ ସେମାନଙ୍କୁ ପ୍ରଯୁଜ୍ୟ ତଥ୍ୟ ପ୍ରଦାନ କରୁ। ଆମେ ସମସ୍ତ ଚିହ୍ନିତ ଠକ ଉପଭୋକ୍ତାଙ୍କୁ ଏକ ନକାରାତ୍ମକ ଡାଟାବେସ୍‌ରେ ରଖୁ।

ଠକାମିରୁ ରକ୍ଷା ପାଇବା ପାଇଁ କଣ କରିବା ଉଚିତ୍ ଏବଂ କଣ ନ କରିବା ଉଚିତ୍:

  • କାର୍ଡ୍ ନମ୍ବର, CVV, ସମୟ ସମାପ୍ତି ତାରିଖ, ପିନ୍ କିମ୍ବା OTP ଇତ୍ୟାଦି ପରି ଗୋପନୀୟ ତଥ୍ୟ କେବେବି ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଶେୟାର କରନ୍ତୁ ନାହିଁ। PhonePe ପ୍ରତିନିଧି ରୂପେ ପରିଚୟ ଦେଇ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଏହି ବିବରଣୀ ପଚାରନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଇମେଲ୍ ପଠାଇବାକୁ କୁହନ୍ତୁ। କେବଳ @phonepe.com ଡୋମେଇନ୍‌ରୁ ଆସିଥିବା ଇମେଲ୍‌ର ଉତ୍ତର ଦିଅନ୍ତୁ।
  • ସର୍ବଦା ମନେ ରଖନ୍ତୁ PhonePe ରେ ଟଙ୍କା ପ୍ରାପ୍ତ କରିବା ପାଇଁ ଆପଣଙ୍କୁ କେବେବି ପେମେଣ୍ଟ କରିବାକୁ କିମ୍ବା ଆପଣଙ୍କ UPI ପିନ୍‍ ଦେବାକୁ ପଡ଼ିନଥାଏ।
  • Screenshare, AnyDesk କିମ୍ବା TeamViewer ପରି ତୃତୀୟ-ପକ୍ଷ ଆପ୍‌ଗୁଡ଼ିକ ଡାଉନ୍‌ଲୋଡ କିମ୍ବା ଇନ୍‌ଷ୍ଟଲ କରନ୍ତୁ ନାହିଁ।
  • Google, Twitter, FB ଇତ୍ୟାଦିରେ PhonePe ଗ୍ରାହକ ସହାୟତା ନମ୍ବର ଖୋଜନ୍ତୁ ନାହିଁ। PhonePe ଗ୍ରାହକ ସହାୟତା ସହ ଯୋଗାଯୋଗ କରିବାର ଏକମାତ୍ର ମାଧ୍ୟମ ହେଉଛି https://phonepe.com/en/contact_us.html
  • ବିଭିନ୍ନ ସୋସିଆଲ୍ ମେଡିଆ ପ୍ଲାଟ୍‌ଫର୍ମରେ ଥିବା ଆମର ଅଫିସିଆଲ୍ ଆକାଉଣ୍ଟ୍‌ରେ ହିଁ କେବଳ ଆମ ସହ ଯୋଗାଯୋଗ କରନ୍ତୁ।

Twitter ହ୍ୟାଣ୍ଡେଲ୍‍: https://twitter.com/PhonePe

https://twitter.com/PhonePeSupport

Facebook ଆକାଉଣ୍ଟ୍: https://www.facebook.com/OfficialPhonePe/

ୱେବ୍: support.phonepe.com

  • PhonePe ସହାୟତାରୁ ହୋଇଥିବାର ଦାବି କରୁଥିବା ଯେକୌଣସି ଯାଞ୍ଚ ହୋଇ ନଥିବା ମୋବାଇଲ୍ ନମ୍ବରକୁ କେବେ କଲ୍ କରନ୍ତୁ ନାହିଁ କିମ୍ବା ସେହି ନମ୍ବରରୁ ଆସୁଥିବା ଫୋନ୍ ଉଠାନ୍ତୁ ନାହିଁ।

ଯଦି ଜଣେ ଠକ ଆପଣଙ୍କ ସହ ଯୋଗାଯୋଗ କରେ ତେବେ ଆପଣଙ୍କୁ କଣ କରିବା ଉଚିତ୍?

  • ସେହିକ୍ଷଣି ଆପଣଙ୍କ ନିକଟବର୍ତ୍ତୀ ସାଇବର୍ କ୍ରାଇମ୍ ସେଣ୍ଟରରେ ଏହି ଘଟଣା ବିଷୟରେ ରିପୋର୍ଟ କରନ୍ତୁ ଏବଂ ପୋଲିସ୍‍‌କୁ ପ୍ରଯୁଜ୍ୟ ବିବରଣୀ (ଫୋନ୍ ନମ୍ବର, ଟ୍ରାଞ୍ଜାକ୍‌ସନ ବିବରଣୀ, କାର୍ଡ୍ ନମ୍ବର, ବ୍ୟାଙ୍କ୍ ଆକାଉଣ୍ଟ୍ ଇତ୍ୟାଦି) ପ୍ରଦାନ କରି FIR ଦାଖଲ କରନ୍ତୁ।
  • ଆପଣଙ୍କ PhonePe ଆପ୍‌ରେ ଲଗ୍‌ଇନ୍ କରନ୍ତୁ ଏବଂ ‘ସହାୟତା’ ବିଭାଗକୁ ଯାଆନ୍ତୁ । ଆପଣ ‘ଆକାଉଣ୍ଟ୍ ସୁରକ୍ଷା ସମସ୍ୟା/ଜାଲିଆତି କାର୍ଯ୍ୟକଳାପ ରିପୋର୍ଟ କରନ୍ତୁ’ ବିଭାଗକୁ ଯାଇ ଆପଣଙ୍କ ସହ ହୋଇଥିବା ଠକାମି ଘଟଣା ବିଷୟରେ ରିପୋର୍ଟ କରିପାରିବେ।

ବିଭିନ୍ନ ପ୍ରକାରର ଠକାମି ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି:

ଟଙ୍କା ଅନୁରୋଧ ମାଧ୍ୟମରେ ଠକାମି: PhonePe ରେ ‘ଅନୁରୋଧ’ ଫିଚର୍‌ ମାଧ୍ୟମରେ ଯେକୌଣସି ବ୍ୟକ୍ତି ଆପଣଙ୍କୁ ପେମେଣ୍ଟ ଅନୁରୋଧ ପଠାଇ ପାରିବେ। ଆପଣ କେବଳ ‘ପେମେଣ୍ଟ’ ବଟନ୍ ଉପରେ କ୍ଲିକ୍ କରି ଏବଂ ଆପଣଙ୍କ UPI ପିନ୍ ଦେଇ ଅନ୍ୟ ଉପଭୋକ୍ତାଙ୍କୁ ଟଙ୍କା ପଠାଇପାରିବେ। ଠକମାନେ ଜାଲ୍ ପେମେଣ୍ଟ ଅନୁରୋଧ ପଠାଇ ଏହି ଫିଚର୍‌ଟିର ଅପବ୍ୟବହାର କରନ୍ତି। ପେମେଣ୍ଟ ଅନୁରୋଧ ସହିତ ଗୋଟିଏ ମେସେଜ୍ ମଧ୍ୟ ଆସିଥାଏ ଯେଉଁଥିରେ ‘ଟଙ୍କା ପାଇବା ପାଇଁ ଆପଣଙ୍କ UPI ପିନ୍‍ ଦିଅନ୍ତୁ’, ‘ପେମେଣ୍ଟ ସଫଳ ହେଲେ ₹xxx ପାଇବ’ ଇତ୍ୟାଦି ଲେଖା ହୋଇଥାଏ।

ଏଠାରେ ଟଙ୍କା ଅନୁରୋଧ ମାଧ୍ୟମରେ ଠକାମି ବିଷୟରେ ଅଧିକ ପଢ଼ନ୍ତୁ।

ଟଙ୍କା ପାଇବା ପାଇଁ QR କୋଡ୍ ସ୍କାନ୍ ଠକାମି: Whatsapp ପରି ମଲ୍ଟିମେଡିଆ ଆପ୍‌ରେ ଠକମାନେ QR କୋଡ୍ ଶେୟାର କରିଥାନ୍ତି ଏବଂ ଟଙ୍କା ପାଇବା ପାଇଁ ଆପଣଙ୍କୁ ସେହି କୋଡ୍ ସ୍କାନ୍ କରିବାକୁ କହିଥାନ୍ତି। ଦୟାକରି ମନେ ରଖନ୍ତୁ ଯେ QR କୋଡ୍ ସ୍କାନ୍ କରି ଟଙ୍କା ପାଇବା ଫିଚର୍‌ଟି ଆପ୍‌ରେ ନାହିଁ। ଦୟାକରି ଏହି ପ୍ରକାରର ଅନୁରୋଧକୁ କୌଣସି ପ୍ରତିକ୍ରିୟା ଦିଅନ୍ତୁ ନାହିଁ ଏବଂ ପ୍ରେରକର ନମ୍ବର ଓ ଅନ୍ୟାନ୍ୟ ବିବରଣୀଗୁଡ଼ିକ ରିପୋର୍ଟ କରନ୍ତୁ।

ଥାର୍ଡ ପାର୍ଟି ଆପ୍‌ଗୁଡ଼ିକ ମାଧ୍ୟମରେ ପେମେଣ୍ଟ ଠକାମି: ଉପଭୋକ୍ତାମାନେ ପ୍ରାୟତଃ ସେମାନଙ୍କ ଦ୍ୱାରା କରାଯାଇଥିବା ଟ୍ରାଞ୍ଜାକ୍‌ସନ କ୍ଷେତ୍ରରେ ହେଉଥିବା ସମସ୍ୟାର ଦୃଷ୍ଟିଗୋଚର କରିବା ପାଇଁ ସୋସିଆଲ୍ ମେଡିଆ ଚ୍ୟାନେଲ୍‌ର ସହାୟତା ନେଇଥାନ୍ତି। ସେଗୁଡ଼ିକର ଅନୁସରଣ କରି ଠକମାନେ କମ୍ପାନୀର ପ୍ରତିନିଧି ବୋଲି ଦାବି କରି ଉପଭୋକ୍ତାଙ୍କ ସହ ଯୋଗାଯୋଗ କରିଥାନ୍ତି । ସେମାନେ ଉପଭୋକ୍ତାଙ୍କୁ ସ୍କ୍ରିନ୍-ଶେୟାରିଂ ଆପ୍‌ଗୁଡ଼ିକ ଯେପରିକି Screenshare, Anydesk, Teamviewer ଡାଉନ୍‌ଲୋଡ କରି ଫୋନ୍‌ର କ୍ୟାମେରା ସମ୍ମୁଖରେ ନିଜର ଡେବିଟ୍/କ୍ରେଡିଟ୍ କାର୍ଡ୍ ରଖିବାକୁ କହିଥାନ୍ତି, ଯାହାଦ୍ୱାରା ସେମାନେ “PhonePe ଯାଞ୍ଚକରଣ ପ୍ରଣାଳୀ” ର ବିବରଣୀକୁ ସଠିକ୍ ଭାବରେ ସ୍କାନ୍ କରିପାରିବେ ବୋଲି କହିଥାନ୍ତି। ସେମାନଙ୍କୁ ଥରେ କାର୍ଡ୍ ବିବରଣୀ ମିଳିଗଲା ପରେ, ଫୋନ୍‌ରେ SMS ମାଧ୍ୟମରେ ଆସିଥିବା OTP ପ୍ରାପ୍ତ କରି ସେମାନେ ନିଜର ଆକାଉଣ୍ଟ୍‌କୁ ଟଙ୍କା ଟ୍ରାନ୍ସଫର କରିନିଅନ୍ତି।

ଏଠାରେ ଥାର୍ଡ ପାର୍ଟି ଆପ୍‌ଗୁଡ଼ିକ ମାଧ୍ୟମରେ ହେଉଥିବା ପେମେଣ୍ଟ ଠକାମି ବିଷୟରେ ଅଧିକ ପଢ଼ନ୍ତୁ।

Twitter ଠକାମି: ଠକମାନେ PhonePe customer care handle ରେ ଉପଭୋକ୍ତାମାନେ କଣ ସବୁ ପୋଷ୍ଟ (କ୍ୟାଶ୍‌ବ୍ୟାକ୍, ଟଙ୍କା ଟ୍ରାନ୍ସଫର ଇତ୍ୟାଦିର ସମସ୍ୟା ବିଷୟରେ ଟ୍ୱିଟ୍) କରୁଛନ୍ତି ତାହାର ସମ୍ପୂର୍ଣ୍ଣ ଟ୍ରାକ୍ ରଖିଥାନ୍ତି ଏବଂ ତତ୍‌କ୍ଷଣାତ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି। ଉପଭୋକ୍ତାଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଚୋରି କରି ନେବା ପାଇଁ ସେମାନେ ଗୋଟିଏ ପ୍ରଚଳିତ ଉପାୟର ଅବଲମ୍ବନ କରିଥାନ୍ତି ତାହା ହେଉଛି ନକଲି ଗ୍ରାହକ ସହାୟତା ନମ୍ବର ଟ୍ୱିଟ୍ କରିବା ଏବଂ ସେଗୁଡ଼ିକୁ PhonePe ହେଲ୍ପ ଲାଇନ୍ ନମ୍ବର ବୋଲି କହିବା। ଗ୍ରାହକମାନେ ସେହି ନକଲି ହେଲ୍ପ ଲାଇନ୍ ନମ୍ବରରେ କଲ୍ କରି ସମ୍ବେଦନଶୀଳ ତଥ୍ୟ ଯେପରି କାର୍ଡ୍ ଏବଂ OTP ବିବରଣୀ ଶେୟାର କରନ୍ତି।

ଏଠାରେ Twitter ଠକାମି ବିଷୟରେ ଅଧିକ ପଢ଼ନ୍ତୁ।

ଡେବିଟ୍/କ୍ରେଡିଟ୍ କାର୍ଡ୍ କିମ୍ବା ଟପ୍-ଅପ୍ ଠକାମି: ଏହି ଧରଣDର ଠକାମିରେ, ଠକମାନେ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ୍‌, RBI, ଇ-କମର୍ସ ସାଇଟ୍ କିମ୍ବା ଲୋଟେରି ସ୍କିମ୍‌ର ପ୍ରତିନିଧି ବୋଲି ଦାବି କରି କଲ୍ କରିଥାନ୍ତି। ସେମାନେ ଆପଣଙ୍କୁ ହୁଏତ ଆପଣଙ୍କ 16 ଅଙ୍କ ବିଶିଷ୍ଟ କାର୍ଡ୍ ନମ୍ବର ଏବଂ CVV ନମ୍ବର ଶେୟାର କରିବାକୁ କହିପାରନ୍ତି ଏବଂ ଆପଣ ଯଦି ଏହା ଶେୟାର କରିଦିଅନ୍ତି ତେବେ ଆପଣ SMS ମାଧ୍ୟମରେ ଗୋଟିଏ OTP ପାଇବେ। ଠକ ଆଉଥରେ ଆପଣଙ୍କୁ କଲ୍ କରି ଯାଞ୍ଚକରଣ ପାଇଁ ଏହି OTP ପଚାରିଥାନ୍ତି। ଆପଣ ଏହି ସବୁ ବିବରଣୀ ଶେୟାର କରିଦେଲା ପରେ, ଆପଣଙ୍କ ଆକାଉଣ୍ଟ୍ ଟଙ୍କାରେ ଠକ ଜଣକର ୱାଲେଟ୍‍ ଟପ୍-ଅପ୍ ହୋଇଯିବ।

ଏଠାରେ ଟପ୍‍-ଅପ୍‍ ଠକାମି ବିଷୟରେ ଅଧିକ ପଢ଼ନ୍ତୁ।

ସୋସିଆଲ୍ ଇଞ୍ଜିନିୟରିଂ ଠକାମି: ସୋସିଆଲ୍ ଇଞ୍ଜିନିୟରିଂ ହେଉଛି ଯେବେ ଜଣେ ଠକ ଆପଣଙ୍କ ବିଶ୍ୱାସ ଏବଂ ଭରସା ଜିତି କୌଶଳର ସହ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରେ। ଠକ ଜଣକ ନିଜକୁ ଆପଣଙ୍କ ବ୍ୟାଙ୍କ୍‌ର ଗ୍ରାହକ ସହାୟତା ପ୍ରତିନିଧି ବୋଲି ଦାବି କରି କଲ୍ କରିଥାଏ। ଆପଣ ସୋସିଆଲ୍ ମେଡିଆରେ ଶେୟାର କରିଥିବା ବିବରଣୀଗୁଡ଼ିକର (ଜନ୍ମ ତାରିଖ, ଅବସ୍ଥାନ ଇତ୍ୟାଦି) ବ୍ୟବହାର କରି ଆପଣଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରିଥାଏ ଏବଂ ଆପଣଙ୍କୁ କିଛି ସମ୍ବେଦନଶୀଳ ତଥ୍ୟ ଯେପରିକି ବ୍ୟାଙ୍କ୍ ଆକାଉଣ୍ଟ୍/କାର୍ଡ୍ ବିବରଣୀ ଶେୟାର କରିବାକୁ କହିଥାଏ। ତାପରେ ସେ ଟ୍ରାଞ୍ଜାକ୍‌ସନ ସମ୍ପୂର୍ଣ୍ଣ କରିବା ପାଇଁ ଆପଣଙ୍କୁ OTP ପଚାରିଥାଏ ଏବଂ ଆପଣଙ୍କ ଡେବିଟ୍ କାର୍ଡ୍ ବ୍ୟବହାର କରି ନିଜର ୱାଲେଟ୍ ଟପ୍ ଅପ୍ କରିଥାଏ।

ଏଠାରେ ସୋସିଆଲ୍ ଇଞ୍ଜିନିୟରିଂ ଠକାମି ବିଷୟରେ ଅଧିକ ପଢ଼ନ୍ତୁ।

ସିମ୍ ସ୍ୱାପ୍ ଠକାମି: ଯେଉଁଠି ଠକମାନେ ଆପଣଙ୍କ ବ୍ୟକ୍ତିଗତ ବିବରଣୀ ବ୍ୟବହାର କରି, ଆପଣଙ୍କ ଫୋନ୍ ନମ୍ବର ପରି ଆଉ ଗୋଟିଏ ଅବିକଳ ନମ୍ବରର ନୂତନ ସିମ୍ ଜାରି କରିଥାନ୍ତି ତାହାକୁ ସିମ୍ ସ୍ୱାପ୍ ଠକାମି କୁହାଯାଏ। ଏହାଦ୍ୱାରା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ଅନୁମୋଦିତ ସମସ୍ତ ପେମେଣ୍ଟ ପାଇଁ ଦରକାର ହେଉଥିବା OTPର ଆକସେସ୍ ସେମାନଙ୍କୁ ଅତି ସହଜରେ ମିଳିଯାଏ। ଠକମାନେ ଆପଣଙ୍କ ମୋବାଇଲ୍ ଅପରେଟର୍‌ର ପ୍ରତିନିଧି ରୂପେ ବାହାନା କରି ଆପଣଙ୍କୁ କଲ୍ କରିଥାନ୍ତି, ଏବଂ ଆପଣଙ୍କ ନେଟୱର୍କ ଅପ୍‌‌ଗ୍ରେଡ କରିବା ପାଇଁ SMS ପଠାଇବାକୁ କହିଥାନ୍ତି। SMSଟିରେ ନୂତନ ସିମ୍‌ ପଛରେ ଲେଖା ହୋଇଥିବା 20 ଅଙ୍କ ବିଶିଷ୍ଟ ନମ୍ବର ରହିଥାଏ। ଏହି SMS ଟି ଆପଣଙ୍କ ବର୍ତ୍ତମାନ ସିମ୍‌କୁ ନିଷ୍କ୍ରିୟ କରିଦିଏ ଏବଂ ନକଲି ସିମ୍‌କୁ ସକ୍ରିୟ କରିଦେଇଥାଏ।

ଏଠାରେ ସିମ୍ ସ୍ୱାପ୍ ଠକାମି ବିଷୟରେ ଅଧିକ ପଢ଼ନ୍ତୁ।

Keep Reading