PhonePe Blogs Main Featured Image

Trust & Safety

ନୂଆ ହିତାଧିକାରୀଙ୍କୁ ପେମେଣ୍ଟ କରୁଥିବା ସମୟ ହେଉଥିବା ବିପଦ ବିଷୟରେ ବୁଝିବା

PhonePe Regional|3 min read|17 September, 2026

URL copied to clipboard

ଧରି ନିଅନ୍ତୁ ଯେ ଆପଣ ସୋସିଆଲ ମିଡିଆରେ ଥିବା ଏକ କ୍ରେତା-ବିକ୍ରେତା ଗ୍ରୁପ୍‌ର ସଦସ୍ୟ ଅଟନ୍ତି,  ଯେଉଁଠାରେ ଆପଣ ନିଜ ଘର ପାଇଁ ଜିନିଷ କିଣିବାକୁ ପସନ୍ଦ କରନ୍ତି। ଆପଣ ସେଠାରେ ପୋଷ୍ଟ କଲେ ଯେ ଆପଣଙ୍କୁ ଗୋଟିଏ ଖଟ ଦରକାର। କିଛି ମିନିଟ୍ ଭିତରେ, ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କଠାରୁ ଏକ ମେସେଜ ଆସେ, ଯିଏ ସେହି ଗ୍ରୁପ୍‌ରେ ଆଦୌ ନାହାଁନ୍ତି। ସେ କହନ୍ତି ଯେ ଆପଣ ଠିକ୍ ଯେମିତି ଖଟ ଖୋଜୁଛନ୍ତି, ତାଙ୍କ ପାଖରେ ସେମିତି ଗୋଟିଏ ଖଟ ବିକ୍ରି ପାଇଁ ଅଛି। ସେ ଆପଣଙ୍କୁ ଫୋନ୍ କରନ୍ତି ଏବଂ ତୁରନ୍ତ ଟଙ୍କା ଦେବାକୁ ଚାପ ପକାନ୍ତି, କାରଣ ଅନ୍ୟ ଲୋକମାନେ ମଧ୍ୟ ଏହାକୁ କିଣିବାକୁ ଆଗ୍ରହ ଦେଖାଉଛନ୍ତି ବୋଲି ସେ କହନ୍ତି। ଆପଣ ସେହି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରି ସ୍ଥିର କରନ୍ତି ଯେ ଅଧା ଟଙ୍କା ଆଗୁଆ ଦେବେ ଏବଂ ବାକି ଅଧା ଖଟ ପାଇବା ପରେ ଦେବେ। ଆଗୁଆ ଟଙ୍କା ପଠାଇବା ପାଇଁ ସେ ଆପଣଙ୍କୁ ଗୋଟିଏ ନମ୍ବର ଦିଅନ୍ତି। ଯେତେବେଳେ ଆପଣ PhonePe ରେ ଟଙ୍କା ପଠାଇବାକୁ ଚେଷ୍ଟା କରନ୍ତି, ଆପ୍ ଆପଣଙ୍କୁ ଏହି ବିପଦ ବିଷୟରେ ଚେତାବନୀ ଦିଏ, କିନ୍ତୁ ଆପଣ ତାହାକୁ ଅଣଦେଖା କରି ତଥାପି ପେମେଣ୍ଟ କରିଦିଅନ୍ତି।

ଏମିତି ପରିସ୍ଥିତିରେ ବା ଏହା ଭଳି ଅନ୍ୟ କୌଣସି ଘଟଣାରେ ଆପଣଙ୍କ ସହ ପ୍ରକୃତରେ କ’ଣ ଅସୁବିଧା ହୋଇପାରେ?

ଆମେ ପ୍ରାୟତଃ ନିଜ ଦୈନନ୍ଦିନ ଜୀବନରେ ନୂଆ ନୂଆ ଲୋକଙ୍କୁ ଟଙ୍କା ପଠାଇଥାଉ। ତେଣୁ, ଏହି ନୂଆ ଟ୍ରାଞ୍ଜାକସନ କରିବା ସମୟରେ ଆମେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ୍, ତାହା ବୁଝିବା ନିହାତି ଜରୁରୀ। ଏହି ଛୋଟ ଛୋଟ କଥାଗୁଡ଼ିକୁ ଧ୍ୟାନରେ ରଖିଲେ ଆପଣ ବିଭିନ୍ନ ପ୍ରକାରର ଠକେଇ ବିଷୟରେ ସଚେତନ ରହିପାରିବେ ଏବଂ ଆପଣଙ୍କର ଡିଜିଟାଲ ପେମେଣ୍ଟ ଯାତ୍ରା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।

ଏହି ଠକେଇ କିପରି କାମ କରେ: ଜରୁରୀ ପରିସ୍ଥିତିର ବାହାନା ଏବଂ ଫାଇଦା ଉଠାଇବା

  • ଠକମାନଙ୍କର ସବୁଠାରୁ ବଡ଼ ଚାଲ୍—ଜଲ୍ଦି କରନ୍ତୁ: ଠକମାନେ ଏକ ମିଛ ଜରୁରୀ ପରିସ୍ଥିତି (fake emergency) ସୃଷ୍ଟି କରନ୍ତି ଏବଂ ଏପରି ଏକ ଡିଲ୍ ଦେଖାନ୍ତି ଯାହା ଖୁବ୍ ଶୀଘ୍ର ସରିଯିବାର ଥାଏ। ଏହାଛଡ଼ା କୌଣସି ବୁକିଂ ବାତିଲ୍ ହୋଇଯିବାର ଭୟ କିମ୍ବା ତୁରନ୍ତ ରିଫଣ୍ଡ ମିଳିବାର ଲୋଭ ଦେଖାନ୍ତି। “ସମୟ ସରିଯାଉଛି” ବୋଲି ଭାବି ଆପଣ ନିଜର ସାଧାରଣ ବୁଦ୍ଧି ବା ବିବେକ ଖଟାଇବା ପରିବର୍ତ୍ତେ ତରବରରେ ପଦକ୍ଷେପ ନେବାକୁ ବାଧ୍ୟ ହୋଇଯାଆନ୍ତି।
  • ଆପ୍‌ର ସୁରକ୍ଷା ଚେତାବନୀକୁ ଅଣଦେଖା କରିବା: ଟଙ୍କା ଟ୍ରାନ୍ସଫର୍ କରାଇବା ପାଇଁ ଠକମାନେ ଏକ ମିଛ ତରବର ପରିସ୍ଥିତି ସୃଷ୍ଟି କରନ୍ତି, ଯାହା ଫଳରେ ୟୁଜରମାନେ ଅନେକ ସମୟରେ ନିଜର ବିଚାର ଶକ୍ତି ହରାଇ ବସନ୍ତି। ଆଉ ସେମାନେ ତରବରରେ ଟଙ୍କା ପଠାଇବା ବେଳେ PhonePe ଆପ୍‌ରେ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚେତାବନୀ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ।
  • ଅଜଣା ବିକ୍ରେତାଙ୍କୁ ଆଗୁଆ ପୂରା ଟଙ୍କା ଦିଅନ୍ତୁ ନାହିଁ: ଇନଷ୍ଟାଗ୍ରାମ, ଟେଲିଗ୍ରାମ କିମ୍ବା ଅନ୍ୟ ସୋସିଆଲ ମିଡିଆ ଆପ୍‌ରେ ଥିବା ଅଜଣା ବିକ୍ରେତାମାନେ ଅନେକ ସମୟରେ କୌଣସି ଜିନିଷ ଦେବା ବା ସେବା ଯୋଗାଇବା ପୂର୍ବରୁ ସମ୍ପୂର୍ଣ୍ଣ ଟଙ୍କା ଆଗୁଆ ପେମେଣ୍ଟ କରିବାକୁ ଜିଦ୍ ଧରନ୍ତି। ଥରେ ଆପଣ ଟଙ୍କା ପଠାଇଦେଲେ, ବିନା କୌଣସି ଉତ୍ତରଦାୟିତ୍ୱରେ ସେମାନେ ଫେରାର୍ ହୋଇଯିବାର ପୂରା ସୁଯୋଗ ପାଇଯାଆନ୍ତି।

ଗୋଟିଏ ଛୋଟ ଭୁଲର ବଡ଼ ପରିଣାମ

  • ତୁରନ୍ତ ପେମେଣ୍ଟ କରିବା: ନିଜର କଷ୍ଟ ଅର୍ଜିତ ଟଙ୍କାକୁ ସୁରକ୍ଷିତ ରଖିବା ନିହାତି ଜରୁରୀ। ତେଣୁ, ଆପଣଙ୍କୁ ଏହା ବୁଝିବାକୁ ହେବ ଯେ ଥରେ ଆପଣ ନିଜର UPI ପିନ ଦେଇଦେଲେ, ଟଙ୍କା ଟ୍ରାନ୍ସଫର୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯାଏ। ଏହା ପରେ ସେହି ଟଙ୍କା ଫେରି ପାଇବା ବହୁତ କଷ୍ଟକର ହୋଇପାରେ ଏବଂ କିଛି କ୍ଷେତ୍ରରେ ତ ଏହା ସମ୍ପୂର୍ଣ୍ଣ ଅସମ୍ଭବ ମଧ୍ୟ ହୋଇଥାଏ।
  • ଆର୍ଥିକ କ୍ଷତି: କୌଣସି ଅସ୍ତିତ୍ୱ ନଥିବା ସେବା, ନକଲି ସାମଗ୍ରୀ କିମ୍ବା ଜାଲ୍ ପ୍ରୋସେସିଂ ଫି’ ବାବଦରେ ନିଜର ଟଙ୍କା ହରାଇବା ଅତ୍ୟନ୍ତ ନିରାଶାଜନକ ଏବଂ କଷ୍ଟଦାୟକ ଅଟେ। ସବୁଠାରୁ ବଡ଼ ସମସ୍ୟା ହେଉଛି, ଏଭଳି ଠକେଇର ଶିକାର ହେଲେ ଚାର୍ଜବ୍ୟାକ ଦାବି କରି ନିଜ ଟଙ୍କା ଫେରିପାଇବାର ପ୍ରାୟତଃ କୌଣସି ବାଟ ବା ସମ୍ଭାବନା ନଥାଏ।

ସୁରକ୍ଷିତ ଟ୍ରାଞ୍ଜାକସନ ପାଇଁ କିଛି ଜରୁରୀ ନିୟମ

  • ତରବର ହେବାକୁ ସବୁବେଳେ ବିପଦର ସଙ୍କେତ ବୋଲି ମାନନ୍ତୁ: ପ୍ରକୃତ ବ୍ୟବସାୟୀ କିମ୍ବା ସାଧାରଣ ଲୋକ କେବେବି ଆପଣଙ୍କୁ ଯାଞ୍ଚ କରିବାର ସମୟ ନଦେଇ ତୁରନ୍ତ ଟଙ୍କା ପଠାଇବାକୁ ଚାପ ପକାଇବେ ନାହିଁ। କେହି ତରବର କଲେ ବୁଝିଯାଆନ୍ତୁ ଯେ ଏହା ବିପଦର ପ୍ରଥମ ଏବଂ ସବୁଠାରୁ ବଡ଼ ସଙ୍କେତ।
  • ପ୍ରତିଥର ନାମ ନିଶ୍ଚୟ ମିଳାଇ ଦେଖନ୍ତୁ: ପେମେଣ୍ଟ କରିବା ପୂର୍ବରୁ, ସ୍କ୍ରିନରେ ଦେଖାଯାଉଥିବା ରେଜିଷ୍ଟର ହୋଇଥିବ ନାମକୁ ଭଲ ଭାବରେ ଦେଖନ୍ତୁ। ଆପଣ ଯାହାଙ୍କୁ ଟଙ୍କା ପଠାଉଛନ୍ତି, ଯଦି ତାଙ୍କ ନାମ କିମ୍ବା ଦୋକାନ ନାମ ସହିତ ଏହା ମେଳ ଖାଉନାହିଁ, ତେବେ ତୁରନ୍ତ ସେହି ଟ୍ରାଞ୍ଜାକସନକୁ ଅଟକାଇ ଦିଅନ୍ତୁ।
  • ଟାଇପିଂ ଭୁଲ୍ ପ୍ରତି ଧ୍ୟାନ ଦିଅନ୍ତୁ: ପ୍ରଥମ ଥର କାହାକୁ ପେମେଣ୍ଟ୍ କରିବା ପୂର୍ବରୁ ସମସ୍ତ ବିବରଣୀ (ଡିଟେଲ୍ସ) ଦୁଇଥର ଯାଞ୍ଚ କରିବା ନିହାତି ଜରୁରୀ। କାରଣ UPI ସାଙ୍ଗେ ସାଙ୍ଗେ କାମ କରେ ଏବଂ ଥରେ ଟଙ୍କା ପଳାଇଲେ ତାହାକୁ ଆଉ ଫେରାଇ ଆଣିବା ସହଜ ନୁହେଁ।
  • ଟଙ୍କା ଗ୍ରହଣ କରିବା ପାଇଁ କିଛି କରିବାକୁ ପଡ଼େନାହିଁ: ଏହା ଶୁଣିବାକୁ ବହୁତ ସାଧାରଣ ଲାଗୁଥିଲେ ମଧ୍ୟ ସବୁବେଳେ ମନେରଖନ୍ତୁ— ନିଜ ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଟଙ୍କା ପାଇବା ପାଇଁ ଆପଣଙ୍କୁ କେବେବି QR କୋଡ୍ ସ୍କାନ୍ କରିବା, UPI ପିନ ଦେବା କିମ୍ବା ଫୋନ୍‌ରେ ଆସିଥିବା OTP ସେୟାର କରିବାର କୌଣସି ଆବଶ୍ୟକତା ନଥାଏ।
  • ଆପ୍‌ର ପପ୍-ଅପ୍ ଏବଂ ନୋଟିଫିକେସନକୁ କେବେବି ଅଣଦେଖା କରନ୍ତୁ ନାହିଁ: ଯଦି ଆପଣଙ୍କ ପେମେଣ୍ଟ ଆପ୍ କୌଣସି ଆକାଉଣ୍ଟ୍‌କୁ ‘ହାଇ-ରିସ୍କ’ ବା ନିକଟରେ ତିଆରି ହୋଇଛି ବୋଲି ଚେତାବନୀ ଦେଉଛି, ତେବେ ସେହି ଆଲର୍ଟକୁ ନହଟାଇ ଟିକେ ଅଟକି ଯାଆନ୍ତୁ ଏବଂ ପୁଣିଥରେ ଯାଞ୍ଚ କରନ୍ତୁ। ଉଦାହରଣ ସ୍ୱରୂପ, PhonePe ଭଳି ଆପ୍ ବିପଦପୂର୍ଣ୍ଣ ନମ୍ବର, ସ୍ପାମ ଟ୍ୟାଗ କିମ୍ବା ନୂଆ ଆକାଉଣ୍ଟ ପାଇଁ ସ୍ୱତନ୍ତ୍ର ପପ୍-ଅପ୍ ଚେତାବନୀ ଦେଖାଇଥାଏ।
  • ନୂଆ ଲୋକଙ୍କୁ କେବେବି ପୂରା ଟଙ୍କା ଆଗୁଆ ଦିଅନ୍ତୁ ନାହିଁ: ନୂଆ ଲୋକଙ୍କ ସହ କିଣାବିକା କରିବା ବେଳେ, ଅଳ୍ପ ଅଳ୍ପ କରି ଟଙ୍କା ଦିଅନ୍ତୁ କିମ୍ବା ‘କ୍ୟାଶ୍ ଅନ୍ ଡେଲିଭରୀ’ ର ବିକଳ୍ପ ବାଛନ୍ତୁ। କିମ୍ବା ଏପରି ବିଶ୍ୱାସଯୋଗ୍ୟ ପ୍ଲାଟଫର୍ମ ବ୍ୟବହାର କରନ୍ତୁ ଯେଉଁଠାରେ ଗ୍ରାହକମାନଙ୍କ ସୁରକ୍ଷା ପାଇଁ ସ୍ପଷ୍ଟ ନିୟମ ରହିଥାଏ।

ଠକମାନଙ୍କ ସହ କଥାବାର୍ତ୍ତା ବେଳେ ଏମିତି ଅନେକ ଛୋଟ ଛୋଟ ସଙ୍କେତ ମିଳିଥାଏ ଯାହା ଆରମ୍ଭରୁ ହିଁ ଟିକେ ଅଜବ ବା ସନ୍ଦେହଜନକ ଲାଗିଥାଏ। ବାସ୍, ଦରକାର କେବଳ ଏତିକି ଯେ ଆପଣଙ୍କ ପାଖରେ ସଠିକ୍ ସୂଚନା ଥିବା ଆବଶ୍ୟକ ଏବଂ ଠକେଇରୁ ବର୍ତ୍ତିବା ପାଇଁ ଆଗକୁ କି ପଦକ୍ଷେପ ନେବେ, ତାହା ଆପଣଙ୍କୁ ଜଣାଥିବା ଦରକାର!

ଠକାମିର ଶିକାର ହେଲେ କ’ଣ କରିବେ?

ଯଦି ଆପଣ କୌଣସି ଠକାମିର ଶିକାର ହୋଇଛନ୍ତି ବୋଲି ସନ୍ଦେହ କରନ୍ତି, ତେବେ ତୁରନ୍ତ ଏହାର ରିପୋର୍ଟ କରନ୍ତୁ। ଏହିପରି ପରିସ୍ଥିତିରେ ପ୍ରତ୍ୟେକ ସେକେଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

PhonePe ରେ ଅଭିଯୋଗ କରିବା:

  • PhonePe କଷ୍ଟମର କେୟାର: 80-68727374 / 022-68727374 ନମ୍ବରରେ କଲ କରନ୍ତୁ।
  • ଲଗ-ଇନ ସମସ୍ୟା ପାଇଁ : https://support.phonepe.com/ ମାଧ୍ୟମରେ ଟିକେଟ ତିଆରି କରନ୍ତୁ।
  • ସୋସିଆଲ ମିଡିଆରେ ଅଭିଯୋଗ:
  • ଅଭିଯୋଗ ସମାଧାନ: PhonePe ଅଭିଯୋଗ ପୋର୍ଟାଲରେ ଏକ ଅଭିଯୋଗ ଦାଖଲ କରନ୍ତୁ।

ସରକାରୀ ସଂସ୍ଥାକୁ ରିପୋର୍ଟ କରିବା:

  • ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଏକ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 କୁ କଲ କରନ୍ତୁ।
  • ଦୂରସଞ୍ଚାର ବିଭାଗ (DOT): ସନ୍ଦେହଜନକ ମେସେଜ, କଲ କିମ୍ବା ହ୍ଵାଟ୍ସଆପ/ଟେଲିଗ୍ରାମ ଠକେଇ ବିଷୟରେ ସଞ୍ଚାର ସାଥୀ ପୋର୍ଟାଲ ଚକ୍ଷୁ (Chakshu) ସୁବିଧା ମାଧ୍ୟମରେ ରିପୋର୍ଟ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ସୂଚନା — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ। ଯଦି କୌଣସି ଇମେଲ phonepe.com ଡୋମେନରୁ ଆସିନଥାଏ, ତେବେ PhonePe ନାମରେ ଆସିଥିବା ସେହିଭଳି ଇମେଲଗୁଡ଼ିକୁ ଅଣଦେଖା କରନ୍ତୁ। ଯଦି ଆପଣଙ୍କୁ ଠକେଇର ସନ୍ଦେହ ହୁଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।

Keep Reading