PhonePe Blogs Main Featured Image

Investments

ଅଧିକ ରିଟର୍ନ ଲାଭ କରିବାର ସହଜ ମନ୍ତ୍ର!

PhonePe Regional|2 min read|26 July, 2021

URL copied to clipboard

ଶେୟାର ବଜାରର ଉତ୍ଥାନ ଏବଂ ପତନ ସମୟରେ ବିନିଯୋଗ କରିବା ଜାରି ରଖନ୍ତୁ

ଶେୟାର ବଜାର ବିଷୟରେ ପୂର୍ବାନୁମାନ କରିବା ଅସମ୍ଭବ କିନ୍ତୁ ଧୈର୍ଯ୍ୟ ରଖି ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ବିନିଯୋଗ କରି ଆପଣ ଅଧିକ ରିଟର୍ନ ପାଇପାରିବେ ଏବଂ ଆପଣଙ୍କ ସମ୍ପତ୍ତି ବୃଦ୍ଧି କରିପାରିବେ।

ଆପଣ ଯେତେବେଳେ ଇକ୍ଯୁଟି କିମ୍ବା ହାଇବ୍ରିଡ ମ୍ଯୁଚୁଆଲ ଫଣ୍ଡ ପରି ଟଙ୍କା ବଢ଼ାଇବା ଫଣ୍ଡରେ ବିନିଯୋଗ କରନ୍ତି, ବିନିଯୋଗରୁ ରିଟର୍ନ ନିର୍ଦ୍ଦାରଣ କରିବା କ୍ଷେତ୍ରରେ, ଆପଣଙ୍କର ବିନିଯୋଗ ପରର ଆଚରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବଜାରରେ ସ୍ୱଳ୍ପ ସମୟର ଉତ୍ଥାନ-ପତନ ଦ୍ୱାରା ପ୍ରଭାବିତ ନ ହେବାକୁ ଶିଖନ୍ତୁ ଏବଂ ଦୀର୍ଘ ସମୟ ପାଇଁ ବିନିଯୋଗ ଜାରି ରଖନ୍ତୁ।

ଜଣେ ଆମେରିକୀୟ ବିନିଯୋଗକାରୀ ତଥା ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ୱାରେନ୍ ବଫେଟଙ୍କ ଭାଷାରେ, “ଶେୟାର ବଜାର ହେଉଛି ଅଧୈର୍ଯ୍ୟ ବ୍ୟକ୍ତିଙ୍କ ଠାରୁ ଧୈର୍ଯ୍ୟଶୀଳ ବ୍ୟକ୍ତିଙ୍କୁ ଟଙ୍କା ଟ୍ରାନ୍ସଫର କରିବାର ଏକ ମାଧ୍ୟମ।”

ଦୀର୍ଘ ସମୟ ପାଇଁ କରାଯିବା ବିନିଯୋଗର ଲାଭଗୁଡ଼ିକ ଏଠାରେ ଏକ ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରାଯାଇଛି।

ଧରି ନିଅନ୍ତୁ ଇକ୍ଯୁଟି ଫଣ୍ଡ ବିନିଯୋଗକାରୀଙ୍କ 4ଟି ଗ୍ରୁପ ଅଛି

  • ଗ୍ରୁପ 1: 3 ମାସ ପାଇଁ ବିନିଯୋଗ କରିଛନ୍ତି
  • ଗ୍ରୁପ 2: 1 ବର୍ଷ ପାଇଁ ବିନିଯୋଗ କରିଛନ୍ତି
  • ଗ୍ରୁପ 3: 5 ବର୍ଷ ପାଇଁ ବିନିଯୋଗ କରିଛନ୍ତି
  • ଗ୍ରୁପ 4: 10 ବର୍ଷ ପାଇଁ ବିନିଯୋଗ କରିଛନ୍ତି

ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିନିଯୋଗକାରୀ ଭିନ୍ନ ଭିନ୍ନ ସମୟରେ ₹10,000ର ବିନିଯୋଗ କରିଛନ୍ତି। ବର୍ତ୍ତମାନ, ଏଠାରେ ଦେଖନ୍ତୁ ସେମାନଙ୍କର ବିନିଯୋଗର ସମୟ ଶେଷରେ ସେମାନେ କରିଥିବା ₹10,000 ବିନିଯୋଗର ହାରାହାରି ହିସାବରେ କେତେ ବୃଦ୍ଧି ହୋଇଛି।

ଏହି ବିଶ୍ଲେଷଣରୁ ପାଇଥିବା ମୁଖ୍ୟ ବିଷୟ:

50% ରୁ ଅଧିକ ବିନିଯୋଗକାରୀ ଯେଉଁମାନେ 10 ବର୍ଷ ପାଇଁ ବିନିଯୋଗ କରିଥିଲେ ସେମାନଙ୍କ ବିନିଯୋଗ ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି ଏବଂ 98% ବିନିଯୋଗକାରୀ 10 ବର୍ଷ ମଧ୍ୟରେ ଅତିକମ୍‍‌ରେ ସେମାନଙ୍କ ଅର୍ଥକୁ ଦ୍ୱିଗୁଣିତ କରିଛନ୍ତି।

ଯେଉଁ ବିନିଯୋଗକାରୀ କେବଳ 3 ମାସ ପାଇଁ ବିନିଯୋଗ କରିଥିଲେ, ସେମାନଙ୍କ ମଧ୍ୟରୁ 1/3 ରୁ ଅଧିକଙ୍କର କ୍ଷତି ହୋଇଛି ଏବଂ କେବଳ 10% ବିନିଯୋଗକାରୀ 20% ରୁ ଅଧିକ ଭାଗ ଲାଭ କରିଛନ୍ତି।

ଶିକ୍ଷଣୀୟ ବିଷୟ: ଦୀର୍ଘ ସମୟ ପାଇଁ ବିନିଯୋଗ କରିଥିବା ବିନିଯୋଗକାରୀମାନେ ସ୍ପଷ୍ଟ ଭାବରେ ସେମାନଙ୍କର ସମ୍ପତ୍ତି ବୃଦ୍ଧି କରିବାରେ ସକ୍ଷମ ହୋଇଥିଲେ। ଆପଣ ଯେତେ ଅଧିକ ସମୟ ପାଇଁ ବିନିଯୋଗ କରିବେ, ଅଧିକ ରିଟର୍ନ ପାଇବାର ସମ୍ଭାବନା ସେତେ ଅଧିକ।

ଅଭିବୃଦ୍ଧି ଭିତ୍ତିକ ଫଣ୍ଡ ଯେପରିକି ଇକ୍ୱିଟି କିମ୍ବା ହାଇବ୍ରିଡ୍ ଫଣ୍ଡରେ ବିନିଯୋଗ କରନ୍ତୁ ଏବଂ ଅଧିକ ସମୟ ପାଇଁ (ଅତି କମରେ 5 ବର୍ଷ) ବିନିଯୋଗ କରନ୍ତୁ। ଅଧିକ ସମୟ ପାଇଁ ବିନିଯୋଗ କରିଲେ ବିନିଯୋଗ ସଠିକ୍‍ ପରିମାଣରେ ଏବଂ ନିଶ୍ଚିତ ଭାବରେ ବୃଦ୍ଧି ହେବାରେ ସହାଯ୍ୟ କରେ।

ମ୍ୟୁଚୁଆଲ୍‍ ଫଣ୍ଡରେ ବିନିଯୋଗ ମାର୍କେଟ ରିସ୍କ ଅଧିନ ଅଟେ। ବିନିଯୋଗ କରିବା ପୂର୍ବରୁ ଦୟାକରି ଯୋଜନା ସମ୍ବନ୍ଧିତ ସୂଚନା ଡକ୍ୟୁମେଣ୍ଟକୁ ଧ୍ୟାନ ସହକାରେ ପଢ଼ନ୍ତୁ।

PhonePe ୱେଲଥ ବ୍ରୋକିଂ ପ୍ରାଇଭେଟ ଲିମିଟେଡ।AMFI — ରେଜିଷ୍ଟର୍ଡ ମ୍ଯୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ଯୁସନ ARN – 187821

Keep Reading