PhonePe Blogs Main Featured Image

Trust & Safety

ଜନଗଣନା 2027 ଜାଲିଆତି ସତର୍କତା: ନିଜର ପରିଚୟକୁ କିପରି ସୁରକ୍ଷିତ ରଖିବେ

PhonePe Regional|2 min read|24 June, 2026

URL copied to clipboard

ଭାରତର 16ତମ ଜନଗଣନା, ଯାହାକି ବିଶ୍ୱର ସର୍ବପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଜନଗଣନା, ବର୍ତ୍ତମାନ ଚାଲୁ ରହିଛି। ପ୍ରଥମ ପର୍ଯ୍ୟାୟରେ ଘର ତାଲିକାଭୁକ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ନାଗରିକଙ୍କ ସାମାଜିକ, ଜନସାଂଖ୍ୟିକ ଏବଂ ଅର୍ଥନୈତିକ ତଥ୍ୟ ସଂଗ୍ରହ ପାଇଁ ଜନଗଣନା କାର୍ଯ୍ୟ ଚଳିତ ବର୍ଷ ଫେବୃଆରୀ ମାସରୁ ଆରମ୍ଭ ହୋଇଛି।

ଦୁର୍ଭାଗ୍ୟବଶତଃ, ଏହି କିଛି ମାସ ମଧ୍ୟରେ ଦେଖାଯାଇଛି ଯେ ଠକମାନେ ନିରୀହ ଲୋକଙ୍କୁ ଠକିବା ପାଇଁ 2027 ଜନଗଣନାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ଜାଲିଆତି କରୁଥିବା ବ୍ୟକ୍ତିମାନେ ସରକାରୀ ଗଣନାକାରୀଙ୍କ ରୂପ ନେଇ ନାଗରିକମାନଙ୍କର ବ୍ୟକ୍ତିଗତ ସୂଚନା ଚୋରି କରୁଛନ୍ତି। ତେଣୁ, ବ୍ୟକ୍ତିଗତ ସୂଚନା ଏବଂ କଷ୍ଟ ଅର୍ଜିତ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ଏଭଳି ନକଲି ଜନଗଣନା ଅଧିକାରୀମାନଙ୍କୁ ଚିହ୍ନିବା ଅତ୍ୟନ୍ତ ଜରୁରୀ।

ଜନଗଣନା ନାମରେ ଠକମାନେ କିପରି କାମ କରନ୍ତି?

ଜନଗଣନା ଆଳରେ ଜାଲିଆତି କରୁଥିବା ବ୍ୟକ୍ତିମାନେ ଆର୍ଥିକ ଚୋରି ଏବଂ ପରିଚୟ ଜାଲିଆତି ପାଇଁ ଏହି ପ୍ରକ୍ରିୟାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରନ୍ତି। ସେମାନେ ଆପଣାଉଥିବା କିଛି ମୁଖ୍ୟ କୌଶଳ ଏଠାରେ ଦିଆଗଲା:

  • ଛଦ୍ମବେଶ ବା ରୂପ ବଦଳାଇବା:  ଠକମାନେ ଘରକୁ ଘର ବୁଲି, WhatsApp କିମ୍ବା ଫୋନ କଲ ମାଧ୍ୟମରେ ସରକାରୀ ଗଣନାକାରୀଙ୍କ ନକଲି ପରିଚୟ ଦିଅନ୍ତି। ସେମାନେ ଆଧାର, PAN ଏବଂ ବ୍ୟାଙ୍କିଂ ସୂଚନା ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ଜନଗଣନାର ଆଳ ଦେଖାନ୍ତି। ଥରେ ସେମାନେ ଆପଣଙ୍କ ତଥ୍ୟ ପାଇଗଲା ପରେ, ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଆପଣଙ୍କ ପରିଚୟର ଅପବ୍ୟବହାର କରନ୍ତି, ଯାହାଦ୍ୱାରା ଆପଣ ଆଇନଗତ ସମସ୍ୟାରେ ପଡ଼ିପାରନ୍ତି। ସେମାନେ ନକଲି ଲୋନ କିମ୍ବା କ୍ରେଡିଟ କାର୍ଡ ହାସଲ କରିବା ପାଇଁ ଏହି ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରି “କୃତ୍ରିମ ପରିଚୟ” ମଧ୍ୟ ପ୍ରସ୍ତୁତ କରିପାରନ୍ତି। 
  • ଫିଶିଂ ଲିଙ୍କ: ଜାଲିଆତି କରୁଥିବା ବ୍ୟକ୍ତିମାନେ ଜନଗଣନା ତଥ୍ୟ ଅପଡେଟ କରିବା ବାହାନାରେ ନକଲି ଲିଙ୍କ ଥିବା SMS ପଠାନ୍ତି, ଯାହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିଗତ ସୂଚନା ଚୋରି କରିବା। ବ୍ୟାଙ୍କ ଆକାଉଣ୍ଟ ଏବଂ UPI ୱାଲେଟ ଖାଲି କରିବା ପାଇଁ ସେମାନେ OTP କିମ୍ବା QR କୋଡ ଜାଲିଆତି ମଧ୍ୟ ବ୍ୟବହାର କରିପାରନ୍ତି।
  • ସନ୍ଦେହଜନକ ଆପ୍: ଠକମାନେ ନାଗରିକମାନଙ୍କୁ ନକଲି ଜନଗଣନା ଆପ୍ (APK) ଡାଉନଲୋଡ କରିବାକୁ ବାଧ୍ୟ କରନ୍ତି, ଯାହା ଫୋନରେ ଥିବା ସୂଚନା ଚୋରି କରିବା କିମ୍ବା ଆପଣଙ୍କ ଡିଭାଇସର ରିମୋଟ ଆକ୍ସେସ ନେଇ ଆପଣ କିବୋର୍ଡରେ କ’ଣ ଟାଇପ କରୁଛନ୍ତି ଏବଂ ପ୍ରାଇଭେଟ ମେସେଜ ଉପରେ ନଜର ରଖିବା ପାଇଁ ତିଆରି ହୋଇଥାଏ।

ଜନଗଣନା ଅଧିକାରୀଙ୍କ ରୂପରେ ଆସୁଥିବା ଠକମାନଙ୍କୁ କିପରି ଚିହ୍ନିବେ?

  1. ପ୍ରକୃତ ସରକାରୀ ଅଧିକାରୀମାନେ କେବେ ବି ଆପଣଙ୍କୁ OTP, CVV, PIN କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ମାଗିବେ ନାହିଁ।
  2. ଯଦି କେହି ଆପଣଙ୍କ ଆଧାର କିମ୍ବା PAN କାର୍ଡର ଫଟୋ ଉଠାଇବାକୁ ଜିଦ୍ କରନ୍ତି, ତେବେ ସତର୍କ ରୁହନ୍ତୁ, ଏହାର ଅପବ୍ୟବହାର କରାଯାଇପାରେ।
  3. ସ୍କାମରମାନେ ସାଧାରଣତଃ Gmail କିମ୍ବା Yahoo ଭଳି ବ୍ୟକ୍ତିଗତ ଇମେଲ ଏବଂ ବେସରକାରୀ ୱେବସାଇଟ ବ୍ୟବହାର କରନ୍ତି। ମନେରଖନ୍ତୁ, ସରକାରୀ ଯୋଗାଯୋଗ କେବଳ .gov.in ଡୋମେନ ଥିବା ୱେବସାଇଟ କିମ୍ବା ଇମେଲ ମାଧ୍ୟମରେ ହିଁ ହୋଇଥାଏ।
  4. ପ୍ରକୃତ ଗଣନାକାରୀମାନେ ସର୍ବଦା ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ର, ପ୍ରମାଣପତ୍ର ବହନ କରନ୍ତି ଏବଂ ଜନଗଣନା ପାଇଁ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦିଷ୍ଟ ମୋବାଇଲ ଡିଭାଇସ ବ୍ୟବହାର କରନ୍ତି।
  5. ଜନଗଣନା ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା ଅଟେ। ତେଣୁ “ରଜିଷ୍ଟ୍ରେସନ ଫି’” କିମ୍ବା କୌଣସି ପ୍ରକାର କନଭିନିଏନ୍ସ ଚାର୍ଜର ଦାବି କରାଗଲେ, ତାହା 100% ଏକ ଜାଲିଆତିର ସଙ୍କେତ।

ଯଦି ଆପଣ ଠକାମିର ଶିକାର ହୋଇଛନ୍ତି, ତେବେ କ’ଣ କରିବେ?

  • ଆପଣଙ୍କ ବ୍ୟାଙ୍କର ଅଫିସିଆଲ ଆପ୍ କିମ୍ବା ବ୍ରାଞ୍ଚ ମାଧ୍ୟମରେ ତୁରନ୍ତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟ କାର୍ଡ ଏବଂ UPI ଆକ୍ସେସ ବନ୍ଦ କରନ୍ତୁ।
  • ଯଦି ଆପଣ କୌଣସି ସନ୍ଦେହଜନକ ଆପ ଡାଉନଲୋଡ କରିଛନ୍ତି, ତେବେ ସ୍ପାଇୱେର କିମ୍ବା ମାଲୱେର ହଟାଇବା ପାଇଁ ଫୋନକୁ ଫ୍ୟାକ୍ଟ୍ରି ରିସେଟ କରନ୍ତୁ।
  • ଯଦି କୌଣସି ନକଲି ଅଧିକାରୀ ବ୍ୟକ୍ତିଗତ ଭାବେ ଆପଣଙ୍କ ଘରକୁ ଆସିଥାନ୍ତି, ତେବେ ସ୍ଥାନୀୟ ପୋଲିସ ଷ୍ଟେସନକୁ ସୂଚନା ଦିଅନ୍ତୁ, ଯଦ୍ୱାରା ସେମାନେ ଆପଣଙ୍କ ପଡ଼ୋଶୀମାନଙ୍କୁ ଶିକାର କରିପାରିବେ ନାହିଁ।

କିପରି ଅଭିଯୋଗ କରିବେ?

ଯଦି ଆପଣ ସନ୍ଦେହ କରୁଛନ୍ତି ଯେ ଆପଣ ଏକ ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ଏହାର ଅଭିଯୋଗ କରନ୍ତୁ:

PhonePe ରେ ଅଭିଯୋଗ କରିବା:

  • PhonePe ଗ୍ରୁପ ଚାଟ୍: ଯଦି ଆପଣଙ୍କୁ କୌଣସି ଗ୍ରୁପ ସନ୍ଦେହଜନକ ବା ଜାଲିଆତି ଭଳି ମନେହୁଏ, ତେବେ ଆପଣ ଗ୍ରୁପ ପ୍ରୋଫାଇଲ ଭିତରକୁ ଯାଇ “Exit/ବାହାରି ଯାଆନ୍ତୁ” ଏବଂ “ରିପୋର୍ଟ କରନ୍ତୁ” ବିକଳ୍ପ ଉପରେ କ୍ଲିକ କରିପାରିବେ। 
  • PhonePe ଆପ୍‍: Help/ସହାୟତା ବିଭାଗକୁ ଯାଇ ଏକ ଅଭିଯୋଗ ଦାଖଲ କରନ୍ତୁ।
  • PhonePe କଷ୍ଟମର କେୟାର: 80-68727374 / 022-68727374 ନମ୍ବରରେ କଲ କରନ୍ତୁ।
  • ସୋସିଆଲ ମିଡିଆରେ ଅଭିଯୋଗ:
  • ଅଭିଯୋଗ ସମାଧାନ: PhonePe ଅଭିଯୋଗ ପୋର୍ଟାଲରେ ଏକ ଅଭିଯୋଗ ଦାଖଲ କରନ୍ତୁ।

ସରକାରୀ ସଂସ୍ଥାକୁ ରିପୋର୍ଟ କରିବା:

  • ସାଇବର କ୍ରାଇମ ସେଲ: ସାଇବର କ୍ରାଇମ ପୋର୍ଟାଲରେ ଅନଲାଇନରେ ଏକ ଅଭିଯୋଗ ଦାଖଲ କରନ୍ତୁ କିମ୍ବା 1930 କୁ କଲ କରନ୍ତୁ।
  • ଦୂରସଞ୍ଚାର ବିଭାଗ (DOT): ସନ୍ଦେହଜନକ ମେସେଜ, କଲ କିମ୍ବା ହ୍ଵାଟ୍ସଆପ/ଟେଲିଗ୍ରାମ ଠକେଇ ବିଷୟରେ ସଞ୍ଚାର ସାଥୀ ପୋର୍ଟାଲ ଚକ୍ଷୁ (Chakshu) ସୁବିଧା ମାଧ୍ୟମରେ ରିପୋର୍ଟ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ସୂଚନା — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ। ଯଦି କୌଣସି ଇମେଲ phonepe.com ଡୋମେନରୁ ଆସିନଥାଏ, ତେବେ PhonePe ନାମରେ ଆସିଥିବା ସେହିଭଳି ଇମେଲଗୁଡ଼ିକୁ ଅଣଦେଖା କରନ୍ତୁ। ଯଦି ଆପଣଙ୍କୁ ଠକେଇର ସନ୍ଦେହ ହୁଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।

Keep Reading