ଚୁକ୍ତି ଓ ସର୍ତ୍ତାବଳୀ
ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000, ସମୟ ସମୟରେ ଏହାର ସଂଶୋଧନ ଓ ଏହା ଅଧୀନରେ ପ୍ରଯୁଜ୍ୟ ନିୟମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଦ୍ୱାରା ସଂଶୋଧିତ ବିଭିନ୍ନ ଆଇନରେ ଇଲେକ୍ଟ୍ରୋନିକ ରେକର୍ଡ ସମ୍ବନ୍ଧୀୟ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଏହି ଡକ୍ୟୁମେଣ୍ଟ ଏକ ଇଲେକ୍ଟ୍ରୋନିକ ରେକର୍ଡ ଅଟେ। ଏହି ଇଲେକ୍ଟ୍ରୋନିକ ରେକର୍ଡ ଏକ କମ୍ପ୍ୟୁଟର ସିଷ୍ଟମ୍ ଦ୍ୱାରା ସୃଷ୍ଟି ହୋଇଛି ଏବଂ ଏଥିପାଇଁ କୌଣସି ଫିଜିକାଲ୍ କିମ୍ବା ଡିଜିଟାଲ୍ ଦସ୍ତଖତ ଆବଶ୍ୟକ ହୁଏ ନାହିଁ।
PhonePe ସେବାଗୁଡ଼ିକ (ନିମ୍ନରେ ବର୍ଣ୍ଣନା କରାଯାଇଛି) ପଞ୍ଜିକରଣ, ଆକ୍ସେସ କିମ୍ବା ବ୍ୟବହାର କରିବା ପୂର୍ବରୁ ଦୟାକରି ଚୁକ୍ତି ଓ ସର୍ତ୍ତାବଳୀକୁ ଧ୍ୟାନ ଦେଇ ପଢ଼ନ୍ତୁ। ଚୁକ୍ତି ଓ ସର୍ତ୍ତାବଳୀ ହେଉଛି ଆପଣ ଏବଂ PhonePe ପ୍ରାଇଭେଟ ଲିମିଟେଡ (“PhonePe “) ମଧ୍ୟରେ ଆଇନଗତ ଚୁକ୍ତି (“ଚୁକ୍ତିନାମା”) ଯାହାର ପଞ୍ଜିକୃତ କାର୍ଯ୍ୟାଳୟର ଠିକଣା ହେଉଛି ଅଫିସ୍-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସୋଫ୍ଟଜୋନ, ସର୍ଭିସ ରୋଡ୍, ଗ୍ରୀନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବାଙ୍ଗାଲୋର, ସାଉଥ ବାଙ୍ଗାଲୋର, କର୍ଣ୍ଣାଟକ – 560103, ଭାରତ। ଆପଣ ନିମ୍ନରେ ଉଲ୍ଲେଖ ଥିବା ଚୁକ୍ତି ଓ ସର୍ତ୍ତାବଳୀକୁ ପଢ଼ିଛନ୍ତି ବୋଲି ଆପଣ ରାଜି ହୁଅନ୍ତି ଏବଂ ସ୍ୱୀକାର କରନ୍ତି। ଯଦି ଆପଣ ଏହି ଚୁକ୍ତି ଓ ସର୍ତ୍ତାବଳୀରେ ରାଜି ନୁହଁନ୍ତି କିମ୍ବା ଏହି ସର୍ତ୍ତାବଳୀ ରେ ଆବଦ୍ଧ ହେବାକୁ ଚାହାଁନ୍ତି ନାହିଁ, ତେବେ ଆପଣ ସେବାଗୁଡ଼ିକ ବ୍ୟବହାର କରିପାରିବେ ନାହିଁ ଏବଂ / କିମ୍ବା ତୁରନ୍ତ ସେବାଗୁଡ଼ିକ ବନ୍ଦ କରିପାରିବେ ଏବଂ / କିମ୍ବା ମୋବାଇଲ ଆପ୍ଲିକେସନ ଅନଇନଷ୍ଟଲ କରିପାରିବେ।
ଆମେ PhonePe ୱେବସାଇଟ ଏବଂ PhonePe ଆପରେ ଏକ ଅପଡେଟ ଭର୍ସନ ପୋଷ୍ଟ କରି ଯେକୌଣସି ସମୟରେ ଚୁକ୍ତି ଓ ସର୍ତ୍ତାବଳୀରେ ସଂଶୋଧନ କରିପାରୁ। ସେବା ସର୍ତ୍ତାବଳୀର ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ କରିବା ପରେ ତୁରନ୍ତ ଏହା କାର୍ଯ୍ୟକାରୀ ହେବ। ଅପଡେଟ / ପରିବର୍ତ୍ତନଗୁଡ଼ିକ ପାଇଁ ଏହି ବ୍ୟବହାରର ସର୍ତ୍ତାବଳୀକୁ ସମୟ ସମୟରେ ସମୀକ୍ଷା କରିବା ଆପଣଙ୍କ ଦାୟିତ୍ୱ ଅଟେ। ପରିବର୍ତ୍ତନଗୁଡ଼ିକ ପୋଷ୍ଟ କରିବା ପରେ PhonePe ଆପର ନିରନ୍ତର ବ୍ୟବହାରର ଅର୍ଥ ହେଉଛି ଅତିରିକ୍ତ ସର୍ତ୍ତାବଳୀ କିମ୍ବା ଏହି ସର୍ତ୍ତାବଳୀର କିଛି ଅଂଶ ହଟାଇବା କାର୍ଯ୍ୟ ବା ସଂଶୋଧନ କରାଯାଇଥିବା ସର୍ତ୍ତାବଳୀକୁ ଆପଣ ଗ୍ରହଣ କରନ୍ତି ଏବଂ ଏଥିରେ ରାଜି ହୁଅନ୍ତି। ଯେପର୍ଯ୍ୟନ୍ତ ଆପଣ ଏହି ବ୍ୟବହାର ସର୍ତ୍ତାବଳୀକୁ ପାଳନ କରନ୍ତି, ଆମେ ଆପଣଙ୍କୁ ସେବାଗୁଡ଼ିକର ଲାଭ ଉଠାଇବା ପାଇଁ ଏକ ବ୍ୟକ୍ତିଗତ, ନନ-ଏକ୍ସକ୍ଲୁସିଭ, ଅଣ-ସ୍ଥାନାନ୍ତରଣଯୋଗ୍ୟର ସୀମିତ ଅଧିକାର ପ୍ରଦାନ କରୁଛୁ।
PHONEPE ଆପ୍ ବ୍ୟବହାର କରିବାକୁ ଏହି ବ୍ୟବହାର ସର୍ତ୍ତାବଳୀ ଅଧୀନରେ ଥିବା ସମସ୍ତ ଚୁକ୍ତି ଓ ସର୍ତ୍ତାବଳୀ ଆପଣଙ୍କ ଚୁକ୍ତିନାମାକୁ ସୂଚିତ କରେ, ତେଣୁ ଦୟାକରି ଆଗକୁ ବଢ଼ିବା ପୂର୍ବରୁ ବ୍ୟବହାରର ସର୍ତ୍ତାବଳୀକୁ ଧ୍ୟାନର ସହ ପଢ଼ନ୍ତୁ। ଏହି ବ୍ୟବହାର ସର୍ତ୍ତାବଳୀକୁ ନିହିତ କିମ୍ବା ସ୍ପଷ୍ଟ ଭାବରେ ଗ୍ରହଣ କରି, ଆପଣ ସମୟ ସମୟରେ ସଂଶୋଧିତ PhonePe ୱେବସାଇଟ (ଗୁଡ଼ିକ) ଏବଂ PhonePe ଆପ୍ (ଗୁଡ଼ିକ)ରେ ଉପଲବ୍ଧ PhonePe ଏବଂ PhonePe ଏଣ୍ଟିଟି ନୀତି (ଗୋପନୀୟତା ନୀତିରେ ଅନ୍ତର୍ଭୁକ୍ତ କିନ୍ତୁ ସୀମିତ ନୁହେଁ) ଦ୍ୱାରା ଆବଦ୍ଧ ହେବାକୁ ମଧ୍ୟ ସ୍ୱୀକାର କରନ୍ତି ଏବଂ ରାଜି ହୁଅନ୍ତି।
ସଂଜ୍ଞା
“ଆମେ”, “ଆମକୁ”, “ଆମର” – PhonePe ଏବଂ PhonePe ଏଣ୍ଟିଟିକୁ ରେଫର୍ କରେ।
“ଆପଣ”, “ଆପଣଙ୍କ”, “ନିଜେ”, “PhonePe ୟୁଜର” – କୌଣସି ଅଣ-ପଞ୍ଜିକୃତ ବ୍ୟକ୍ତି କିମ୍ବା କର୍ପୋରେଟ ବଡି, PhonePe ଏବଂ PhonePe ଏଣ୍ଟିଟିର ପଞ୍ଜିକୃତ ୟୁଜରଙ୍କୁ ରେଫର୍ କରେ, ଯାହା PhonePe ଗ୍ରାହକ କିମ୍ବା ମର୍ଚାଣ୍ଟଙ୍କ ମଧ୍ୟରେ ସୀମିତ ନୁହେଁ।
“PhonePe ଆପ୍” – ମର୍ଚାଣ୍ଟ ଏବଂ ସେବା ପ୍ରଦାନକାରୀଙ୍କ ସମେତ ଏହାର ୟୁଜରମାନଙ୍କୁ PhonePe ସେବା ପ୍ରଦାନ କରିବା ପାଇଁ PhonePe ଏବଂ PhonePe ଏଣ୍ଟିଟିଗୁଡ଼ିକ ଦ୍ୱାରା ହୋଷ୍ଟ କରାଯାଇଥିବା ମୋବାଇଲ ଆପ୍ଲିକେସନ ଏବଂ ଏଥିରେ ଯେକୌଣସି ଏବଂ ସମସ୍ତ ସେବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି ଯେଉଁଠାରେ ଏହା ମଧ୍ୟସ୍ଥି ଭାବରେ କାର୍ଯ୍ୟ କରେ।
“PhonePe ୱେବସାଇଟ” – PhonePe ଦ୍ୱାରା ପଞ୍ଜିକୃତ ହୋଇଥିବା ଏବଂ PhonePe ଏବଂ PhonePe ଏଣ୍ଟିଟିଦ୍ୱାରା ପ୍ରଦାନ କରାଯାଇଥିବା ସେବାଗୁଡ଼ିକ ବିଷୟରେ ୟୁଜରଙ୍କୁ ସମ୍ବାଦ ଏବଂ ସୂଚନା ଦେବା ପାଇଁ ଏକ ମାଧ୍ୟମ ଭାବରେ www.phonepe.com କୁ ରେଫର୍ କରେ, ଏହାର ଫିଚର୍, ଚୁକ୍ତି ଓ ସର୍ତ୍ତାବଳୀ, ଆମର କଣ୍ଟାକ୍ଟ ବିବରଣୀରେ ସୀମିତ ନୁହେଁ।
“PhonePe ଏଣ୍ଟିଟି” – ଅର୍ଥ ହେଉଛି PhonePeର ଗ୍ରୁପ୍, ଆଫିଲିଏଟ୍, ଆସୋସିଏଟ୍ ଏବଂ ସବସିଡାଏରୀ।
“PhonePe ପ୍ଲାଟଫର୍ମ” – PhonePe ପ୍ରାଇଭେଟ ଲିମିଟେଡ କିମ୍ବା ଅନ୍ୟ କୌଣସି PhonePe ଏଣ୍ଟିଟି ଦ୍ୱାରା ମାଲିକାନାରେ ଥିବା/ସଦସ୍ୟତା ନେଇଥିବା/ବ୍ୟବହାର କରୁଥିବା ୱେବସାଇଟ, ମୋବାଇଲ ଆପ୍ଲିକେସନ, ଡିଭାଇସ, URL/ ଲିଙ୍କ୍, ବିଜ୍ଞପ୍ତି, ଚାଟବୋଟ୍ କିମ୍ବା ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମ ଏଭଂ ଏତିକିରେ ସୀମିତ ନକରି PhonePe ୟୁଜରଙ୍କୁ ତାର ସେବା ଯୋଗାଇବା ପାଇଁ ବ୍ୟବହାର କରୁଥିବା ଯେ କୌଣସି ପ୍ଲାଟଫର୍ମକୁ ରେଫର୍ କରେ।
“PhonePe ସେବାଗୁଡ଼ିକ” – PhonePe ଏବଂ PhonePe ଏଣ୍ଟିଟି ଦ୍ୱାରା ଦିଆଯାଉଥିବା ବା ଦିଆଯିବାକୁ ଥିବା ସମସ୍ତ ସେବାକୁ ଅନ୍ତର୍ଭୁକ୍ତ କରିଥାଏ, ଯେଉଁଥିରେ ପ୍ରି-ପେଡ୍ ଇନଷ୍ଟ୍ରୁମେଣ୍ଟ, ଗିଫ୍ଟ କାର୍ଡ, ପେମେଣ୍ଟ ଗେଟୱେ, ରିଚାର୍ଜ ଏବଂ ବିଲ୍ ପେମେଣ୍ଟ, ବୀମା, ମ୍ୟୁଚୁଆଲ ଫଣ୍ଡ, ସୁନା ବିକ୍ରି ଓ କ୍ରୟ, ସ୍ୱିଚ୍ ଇଣ୍ଟରଫେସ/ ଆକ୍ସେସ ଆଦି ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ।
“ସେବା ପ୍ରଦାନକାରୀ” – ଆଇନ ଅଧୀନରେ ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତି, ବ୍ୟକ୍ତିବିଶେଷଙ୍କ ଗୋଷ୍ଠୀକୁ ରେଫର୍ କରେ ଯାହାର ସେବାଗୁଡ଼ିକ PhonePe ପ୍ଲାଟଫର୍ମ ମାଧ୍ୟମରେ ଆପଣଙ୍କୁ ଉଦ୍ଦିଷ୍ଟ ସେବା ପ୍ରଦାନ କରିବା ପାଇଁ PhonePe କିମ୍ବା PhonePe ଏଣ୍ଟିଟିଦ୍ୱାରା ବ୍ୟବହାର କରାଯାଏ।
“ବିଜନେସ ପାର୍ଟନର” – ଆଇନ ଅଧୀନରେ ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତି, ବ୍ୟକ୍ତିବିଶେଷଙ୍କ ଗୋଷ୍ଠୀକୁ ରେଫର୍ କରେ ଯେଉଁମାନଙ୍କ ସହିତ PhonePe କିମ୍ବା PhonePe ଏଣ୍ଟିଟିଗୁଡ଼ିକର ଏକ ଚୁକ୍ତିଭିତ୍ତିକ ସମ୍ପର୍କ ରହିଛି ଏବଂ ମର୍ଚାଣ୍ଟ, ବିଜ୍ଞାପନଦାତା, ଡିଲ୍ ପାର୍ଟନର, ଆର୍ଥିକ ଅନୁଷ୍ଠାନ, ସ୍ୱିଚ୍ ଇଣ୍ଟରଫେସ ପାର୍ଟନରମାନଙ୍କ ମଧ୍ୟରେ ଏହା ସୀମିତ ନୁହେଁ।
“ଅଂଶଗ୍ରହଣକାରୀ ପ୍ଲାଟଫର୍ମ / ମର୍ଚାଣ୍ଟ ପାର୍ଟନର” – ୱେବସାଇଟ ଏବଂ ପ୍ଲାଟଫର୍ମ ଯାହା ଅନୁମତିପ୍ରାପ୍ତ PhonePe ସେବାକୁ ଗ୍ରହଣ କରନ୍ତି, ସେମାନେ ଏଭଳି ପ୍ଲାଟଫର୍ମଗୁଡ଼ିକ ଦ୍ୱାରା ଅଫର୍ କରାଯାଉଥିବା ପ୍ରଡକ୍ଟ କିମ୍ବା ସେବାଗୁଡ଼ିକ ପାଇଁ ପେମେଣ୍ଟ କରିଥାନ୍ତି।
“ବ୍ୟବହାରର ସର୍ତ୍ତାବଳୀ”/“ଚୁକ୍ତି ଓ ସର୍ତ୍ତାବଳୀ”- ଭିନ୍ନ ଭିନ୍ନ ଭାବରେ ବ୍ୟବହୃତ କରାହୁଏ ଏବଂ ଏହାର ଅର୍ଥ ସମାନ ରହିବ।
ଯୋଗ୍ୟତା
PhonePe ସେବା ଏବଂ PhonePe ପ୍ଲାଟଫର୍ମଗୁଡିକ ଆକ୍ସେସ କରିବା ପାଇଁ, ଆପଣ ବୁଝନ୍ତି ଯେ:-
- ଆପଣଙ୍କ ବୟସ 18 ବର୍ଷ କିମ୍ବା ତା’ଠାରୁ ଅଧିକ;
- ଆପଣ ଏକ ଚୁକ୍ତି / ଆଇନଗତ ଭାବରେ ବାଧ୍ୟତାମୂଳକ ଚୁକ୍ତିନାମା କରିବାକୁ ସକ୍ଷମ ଅଟନ୍ତି;
- PhonePe ସେବାଗୁଡ଼ିକର “ବ୍ୟବହାର ସର୍ତ୍ତାବଳୀ”ର ସମସ୍ତ ବିଧିବ୍ୟବସ୍ଥାକୁ ପାଳନ କରି ଏହି ଚୁକ୍ତିନାମା କରିବାକୁ ଆପଣଙ୍କର ଅଧିକାର, କ୍ଷମତା ଏବଂ ସାମର୍ଥ୍ୟ ଅଛି।
- ଭାରତର ଆଇନ ଅନୁଯାୟୀ PhonePe କିମ୍ବା PhonePe ଏଣ୍ଟିଟିଗୁଡ଼ିକର ସେବାଗୁଡିକୁ ଆକ୍ସେସ କରିବା କିମ୍ବା ବ୍ୟବହାର କରିବାକୁ ଆପଣଙ୍କୁ ପ୍ରତିବନ୍ଧିତ କିମ୍ବା ଅନ୍ୟ କୌଣସି ଆଇନଗତ ଭାବେ ନିଷିଦ୍ଧ କରାଯାଇ ନାହିଁ।
- ଆପଣ କୌଣସି ବ୍ୟକ୍ତି କିମ୍ବା ଏଣ୍ଟିଟିର ଇମ୍ପର୍ସୋନେଟ କରୁନାହାଁନ୍ତି, କିମ୍ବା କୌଣସି ବ୍ୟକ୍ତି ବା ଏଣ୍ଟିଟି ସହିତ ଆପଣଙ୍କ ବୟସ କିମ୍ବା ଆଫିଲିଏସନକୁ ମିଥ୍ୟା ଭାବରେ ଦର୍ଶାଉନାହାଁନ୍ତି। ଉପରୋକ୍ତ ସର୍ତ୍ତାବଳୀର କୌଣସି ଭୁଲ୍ ଉପସ୍ଥାପନା ହୋଇଥିଲେ PhonePe ଏବଂ PhonePe ଏଣ୍ଟିଟିଗୁଡ଼ିକ PhonePe ପ୍ଲାଟଫର୍ମ ବ୍ୟବହାର କରିବାକୁ ଆପଣଙ୍କ ଚୁକ୍ତିନାମା ରଦ୍ଦ କରିବାର ଅଧିକାର ସଂରକ୍ଷିତ ରଖିବେ।
- ଆପଣଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ବାଧ୍ୟତାମୂଳକ ସୂଚନା ଏବଂ ଅଫିସିଆଲ୍ ବୈଧ ଡକ୍ୟୁମେଣ୍ଟ(ଗୁଡ଼ିକ) “OVD”/ ଡକ୍ୟୁମେଣ୍ଟ ବିବରଣୀ ସତ୍ୟ ଓ ସଠିକ୍ ଏବଂ ଆପଣଙ୍କର ଅଟେ।
PhonePe ସେବାଗୁଡ଼ିକ
PhonePe ଏବଂ PhonePe ଏଣ୍ଟିଟିଗୁଡ଼ିକ PhonePe ପ୍ଲାଟଫର୍ମ ମାଧ୍ୟମରେ ସେବା ପ୍ରଦାନ କରନ୍ତି। ଆପଣ PhonePe ପ୍ଲାଟଫର୍ମରେ ପ୍ରଦାନ କରାଯାଇଥିବା PhonePe ସେବାଗୁଡ଼ିକର ବ୍ୟବହାରର ସର୍ତ୍ତାବଳୀରେ ରାଜି ହୁଅନ୍ତି ଏବଂ ଏହାକୁ ସ୍ୱୀକାର କରନ୍ତି।
- PhonePe ଆକାଉଣ୍ଟ (“PA”) – ଆପଣ PhonePe ସହିତ ସାଇନ୍ ଅପ୍ /ପଞ୍ଜିକରଣ କରିବା ସମୟରେ ତିଆରି କରିଥିବା ଆକାଉଣ୍ଟ ହେଉଛି PhonePe ଆକାଉଣ୍ଟ।
- PhonePe ପ୍ଲାଟଫର୍ମରେ କିମ୍ବା ଅଂଶଗ୍ରହଣକାରୀ ପ୍ଲାଟଫର୍ମରେ ଅନୁମୋଦିତ ମର୍ଚାଣ୍ଟମାନେ ଆପଣଙ୍କୁ PhonePe ପ୍ଲାଟଫର୍ମକୁ ଆକ୍ସେସ କରିବା, PhonePe ସେବା ମାଧ୍ୟମରେ ବ୍ରାଉଜ୍ କରିବା, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ବ୍ୟବହାର କରି ପେମେଣ୍ଟ କରିବାକୁ ଅନୁମତି ଦିଅନ୍ତି ଯାହାକୁ (‘ପେମେଣ୍ଟ ଗେଟୱେ ସେବା’) କୁହାଯାଏ।
- ଏହି ସେବାର ବ୍ୟବହାର ସର୍ତ୍ତାବଳୀ ଅଧୀନରେ ଆପଣ PhonePe ୟୁଜରଙ୍କୁ ମିଳୁଥିବା ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ସୁବିଧାର ଲାଭ ଉଠାଇପାରିବେ।
- ଏହି ପେମେଣ୍ଟ ପଦ୍ଧତିଗୁଡ଼ିକ ବ୍ୟବହାର କରି ମର୍ଚାଣ୍ଟମାନଙ୍କୁ ପେମେଣ୍ଟ କରିବାକୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (“UPI”) ଏବଂ ପ୍ରି-ପେଡ୍ ଇନଷ୍ଟ୍ରୁମେଣ୍ଟ (“PPI”) ସେବା ମାଧ୍ୟମରେ ପେମେଣ୍ଟ କରିବା ପାଇଁ ଆପଣଙ୍କୁ ଅତିରିକ୍ତ ସୂଚନା ପ୍ରଦାନ କରି ପଞ୍ଜିକରଣ କରିବାକୁ ହେବ।
- PA ର ଆକ୍ସେସ ଆପଣଙ୍କୁ PhonePe ଏଣ୍ଟିଟିଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା PhonePe ସେବାଗୁଡ଼ିକ ମାଧ୍ୟମରେ ବ୍ରାଉଜ୍ କରିବାକୁ ସକ୍ଷମ କରେ ଏବଂ ଏପରି ଯେକୌଣସି ସେବାର ଲାଭ ଉଠାଇବା, ପଞ୍ଜିକରଣ କିମ୍ବା ବ୍ୟବହାର କରିବା ପାଇଁ ଆପଣଙ୍କୁ ଏପରି ପ୍ରଡକ୍ଟ/ସେବାଗୁଡ଼ିକର ବ୍ୟବହାର ସର୍ତ୍ତାବଳୀ ଅଧୀନରେ ଆବଶ୍ୟକ ଅନୁଯାୟୀ କିଛି ଅଧିକ ସୂଚନା ପ୍ରଦାନ କରି ସେହି ସେବାଗୁଡ଼ିକ ପାଇଁ ପଞ୍ଜିକରଣ କରିବାକୁ ପଡ଼ିପାରେ।
- ଟ୍ରାଞ୍ଜାକସନର ବ୍ୟବହାର ପାଇଁ ଆପଣଙ୍କୁ ଆମର ସୁରକ୍ଷିତ PCI-DSS ଜୋନ୍ ମଧ୍ୟରେ ଆପଣଙ୍କ କାର୍ଡ ବିବରଣୀ ଷ୍ଟୋର କରିବାକୁ ଅନୁମତି ଦିଏ।
- PhonePe ଆପରେ ଉପଲବ୍ଧ ଅନ୍ୟ ଆର୍ଥିକ ଏବଂ ଅଣ-ଆର୍ଥିକ ପ୍ରଡକ୍ଟଗୁଡ଼ିକ ପାଇଁ ଅଣ୍ଡରରାଇଟିଂ ଉଦ୍ଦେଶ୍ୟରେ ଆପଣଙ୍କୁ ଆପଣଙ୍କ ଗ୍ରାହକ “KYC” ବିବରଣୀ ଏବଂ ସୂଚନା ଶେୟାର ଓ ପରିଚାଳନା କରିବାକୁ ଅନୁମତି ଦିଏ ଯେପରି ନିମ୍ନରେ ସେବାଗୁଡ଼ିକ ଦର୍ଶାଯାଇଛି:
- PhonePe ପ୍ରି-ପେଡ୍ ଇନଷ୍ଟ୍ରୁମେଣ୍ଟ (“PPI”, “PhonePe ୱାଲେଟ୍”) ଏବଂ PhonePe ଗିଫ୍ଟ କାର୍ଡ (“eGV”)
- PhonePe UPI (“UPI” – ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ)
- ଏକ୍ସଟର୍ନଲ (ବାହ୍ଯ) ୱାଲେଟ୍(“EW”)
- ମ୍ୟୁଚୁଆଲ ଫଣ୍ଡ ୟୁନିଟଗୁଡ଼ିକର କ୍ରୟ ଏବଂ ରିଡିମ୍ପସନ
- ବୀମା ଅନୁରୋଧ
- ରିଚାର୍ଜ ଏବଂ ବିଲ୍ ପେମେଣ୍ଟ (“RBP”)
- PhonePe ପ୍ଲାଟଫର୍ମରେ ମର୍ଚାଣ୍ଟ ପେମେଣ୍ଟ (“ସ୍ୱିଚ୍ ମର୍ଚାଣ୍ଟ”)
ଆପଣ ବର୍ତ୍ତମାନ ଯଦି PhonePeର ଜଣେ ମର୍ଚାଣ୍ଟ / ମର୍ଚାଣ୍ଟ ପାର୍ଟନର ଅଟନ୍ତି କିମ୍ବା ଜଣେ ମର୍ଚାଣ୍ଟ/ ମର୍ଚାଣ୍ଟ ପାର୍ଟନର ହେବାକୁ ରେଜିଷ୍ଟର କରନ୍ତି, ତେବେ ଆପଣ ଏଥିରେ ସହମତ ଅଟନ୍ତି ଯେ ଉପରେ ଉଲ୍ଲେଖିତ PhonePe ଆକାଉଣ୍ଟ୍ ସମ୍ବନ୍ଧରେ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା “KYC” ବିବରଣୀଗୁଡ଼ିକ ଜଣେ ମର୍ଚାଣ୍ଟ / ମର୍ଚାଣ୍ଟ ପାର୍ଟନର ହିସାବରେ ଆପଣଙ୍କର ରେଜିଷ୍ଟ୍ରେସନ ପାଇଁ KYC ଆବଶ୍ୟକତା କ୍ଷେତ୍ରରେ ବ୍ୟବହାର କରାଯାଇପାରେ।
- PhonePe ପ୍ରି-ପେଡ୍ ଇନଷ୍ଟ୍ରୁମେଣ୍ଟ (“PPI”, “PhonePe ୱାଲେଟ୍”) ଏବଂ PhonePe ଗିଫ୍ଟ କାର୍ଡ (“eGV”); ଏଗୁଡ଼ିକ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (“RBI”) ନିର୍ଦ୍ଦେଶନାମା ଅନୁଯାୟୀ PhonePe ଦ୍ୱାରା ଜାରି କରାଯାଇଥିବା ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ।
- PhonePe UPI (“UPI – ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ”); UPI ଇକୋସିଷ୍ଟମ ବ୍ୟବହାର କରି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଅନୁମତି ନେଇ ଜଣେ ମର୍ଚାଣ୍ଟ କିମ୍ବା କୌଣସି ବ୍ୟକ୍ତିଙ୍କୁ ପେମେଣ୍ଟ କରିବାକୁ ସକ୍ଷମ କରେ।
- ମ୍ୟୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ୟୁସନ(“MFD”); ଆପଣଙ୍କ ମ୍ୟୁଚୁଆଲ ଫଣ୍ଡ ୟୁନିଟଗୁଡ଼ିକର କ୍ରୟ ଏବଂ ରିଡେମ୍ପସନ ଅନୁରୋଧ କରିବାକୁ ସକ୍ଷମ କରେ।
- ବୀମା ଅନୁରୋଧ; ଆପଣଙ୍କୁ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ବୀମା ଅନୁରୋଧ କରିବାକୁ ସକ୍ଷମ କରେ।
- ଏକ୍ସଟର୍ନଲ ୱାଲେଟ୍ (“EW”); PhonePe ପ୍ଲାଟଫର୍ମରେ ଦ୍ରବ୍ୟ ଏବଂ ସେବାଗୁଡ଼ିକ ପାଇଁ ପେମେଣ୍ଟ କରିବାକୁ ଆପଣଙ୍କୁ ଅନ୍ୟ ଅଥୋରାଇଜ୍ଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (PPI) ବ୍ୟବହାର କରିବାକୁ ସକ୍ଷମ କରେ।
- ରିଚାର୍ଜ ଏବଂ ବିଲ୍ ପେମେଣ୍ଟ (“RBP”); PhonePe ପ୍ଲାଟଫର୍ମରେ ତାଲିକାଭୁକ୍ତ ସେବା ପ୍ରଦାନକାରୀଙ୍କ ସହିତ ଆପଣଙ୍କୁ ଆପଣଙ୍କ ବିଲ୍ ପେମେଣ୍ଟ କରିବାକୁ କିମ୍ବା ଆପଣଙ୍କ ଆକାଉଣ୍ଟ ରିଚାର୍ଜ କରିବାକୁ ସକ୍ଷମ କରେ।
- PhonePe ପ୍ଲାଟଫର୍ମରେ ମର୍ଚାଣ୍ଟ ପେମେଣ୍ଟ (“ସ୍ୱିଚ୍ ମର୍ଚାଣ୍ଟ”); ଆମର ଇନ୍-ଆପ୍ ସେବା ଯାହା ଆପଣଙ୍କୁ PhonePe ମୋବାଇଲ ଆପ୍ଲିକେସନ ମଧ୍ୟରେ ମର୍ଚାଣ୍ଟ ୱେବସାଇଟ / ଆପ୍ଲିକେସନ ଆକ୍ସେସ କରିବାକୁ ଏବଂ PhonePe କିମ୍ବା ଏପରି ମର୍ଚାଣ୍ଟଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟ କୌଣସି ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ ବ୍ୟବହାର କରିବାକୁ ସକ୍ଷମ କରେ।
ଏହା ସହ ଆପଣ PhonePe ଏବଂ PhonePe ଏଣ୍ଟିଟିଗୁଡ଼ିକ ପାଇଁ ପ୍ରଯୁଜ୍ୟ PhonePe ଗୋପନୀୟତା ନୀତିରେ ରାଜି ହୁଅନ୍ତି।
PhonePe ସେବାଗୁଡ଼ିକର ଲାଭ ଉଠାଇବାକୁ, ଆପଣଙ୍କୁ ଏକ ମୋବାଇଲ, ଇଣ୍ଟରନେଟ କିମ୍ବା ଅନ୍ୟ କୌଣସି ସମର୍ଥିତ ଡିଭାଇସ ଆବଶ୍ୟକ ଯାହା PhonePe ଆପ୍ଲିକେସନ ଏବଂ PhonePe ୱେବସାଇଟ ଆକ୍ସେସ କରିବାର କମ୍ପାଟିବିଲିଟୀ ଆବଶ୍ୟକତାକୁ ପୂରଣ କରେ, ଯାହା ସମୟ ସମୟରେ ପରିବର୍ତ୍ତନ ହୋଇପାରେ। PhonePe ଏହାର ଆପ୍ଲିକେସନ ସମ୍ବନ୍ଧୀୟ ଅପଡେଟ ଜାରି କରିପାରେ ଏବଂ PhonePe ସେବାଗୁଡ଼ିକର ଲାଭ ଉଠାଇବା ପାଇଁ ଆପଣ ସମୟ ସମୟରେ PhonePe ଆପକୁ ଅପଡେଟ କରିବା ଆବଶ୍ୟକ।
ଆପଣ ରାଜି ହୁଅନ୍ତି ଯେ ଆପଣଙ୍କ ମୋବାଇଲ ଡିଭାଇସ, ମୋବାଇଲ ସେବା ପ୍ରଦାନକାରୀ କିମ୍ବା ଅନ୍ୟ କୌଣସି ସେବା ଯାହା ଆପଣ PhonePe ପ୍ଲାଟଫର୍ମରେ ଆକ୍ସେସ କରନ୍ତି, ସେଥିପାଇଁ ଚାର୍ଜ ଲାଗିପାରେ ଏବଂ ତୃତୀୟ ପକ୍ଷ ସହିତ ଆପଣଙ୍କ ଚୁକ୍ତିନାମା ଅନୁଯାୟୀ ଏପରି ଚାର୍ଜ, ବ୍ୟବହାରର ସର୍ତ୍ତାବଳୀ, ଫି’ ପାଇଁ ଆପଣ ସମ୍ପୂର୍ଣ୍ଣ ଭାବେ ଦାୟୀ ଅଟନ୍ତି।
ଆପଣ ବୁଝିଛନ୍ତି ଯେ PhonePe ପ୍ଲାଟଫର୍ମ ମାଧ୍ୟମରେ PhonePe ସେବା ପ୍ରଦାନ କରିବା ପାଇଁ, PhonePeର ବିଭିନ୍ନ ଖର୍ଚ୍ଚ (ଇନଫ୍ରାଷ୍ଟ୍ରକଚର୍ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଖର୍ଚ୍ଚ, ବିଭିନ୍ନ ମୋଡ୍ ମାଧ୍ୟମରେ ଟ୍ରାଞ୍ଜାକସନ(ଗୁଡ଼ିକ)/ପେମେଣ୍ଟର ଫେସିଲିଟେସନ ଖର୍ଚ୍ଚ ଏଥିରେ ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ) ହୋଇଥାଏ, ଆପଣ ଏହା ଦ୍ୱାରା ରାଜି ହୁଅନ୍ତି ଯେ PhonePe ଆପଣଙ୍କଠାରୁ ଫି’ (ଯେପରିକି ପ୍ଲାଟଫର୍ମ ଫି’, କନଭିନିଏନ୍ସ ଫି’) ଆଦାୟ କରିପାରେ ଯାହା ଆପଣଙ୍କୁ ଡିସପ୍ଲେ ହୁଏ ଏବଂ ଆପଣଙ୍କ ଦ୍ୱାରା କରାଯାଉଥିବା ସମ୍ପୃକ୍ତ ଟ୍ରାଞ୍ଜାକସନ/ ବିଲ୍ ପେମେଣ୍ଟର ମୂଲ୍ୟ / ଆମାଉଣ୍ଟ ସହ ଅତିରିକ୍ତ ଭାବେ ଯୋଗ ହେବ।
ସାଇନ୍ ଅପ୍ / ପଞ୍ଜିକରଣ
PhonePe ସେବାଗୁଡ଼ିର ସମ୍ପୂର୍ଣ୍ଣ ସ୍ପେକ୍ଟ୍ରମ୍ ବ୍ୟବହାର କରିବାକୁ, ଆପଣଙ୍କୁ PhonePe ଆପରେ ପଞ୍ଜିକରଣ କରିବାକୁ ହେବ ଏବଂ ଆମକୁ ସଠିକ୍ ଓ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡ଼ିବ। ଆପଣଙ୍କୁ ଆପଣଙ୍କ ଆକାଉଣ୍ଟ, KYC ବିବରଣୀ ଏବଂ ସମ୍ପୂର୍ଣ୍ଣ କଣ୍ଟାକ୍ଟ ସୂଚନା ସର୍ବଦା ଅପଡେଟ ରଖିବାକୁ ହେବ।
ଆପଣ PhonePeରେ ସାଇନ୍ ଅପ୍ କରିବା ପରେ PhonePe ଆକାଉଣ୍ଟ ପାଇଁ ଯୋଗ୍ୟ ଅଟନ୍ତି। PhonePe ୱେବସାଇଟ ଏବଂ ଆପ୍ଲିକେସନରେ ଉପଲବ୍ଧ କିଛି ସର୍ତ୍ତାବଳୀ ଏବଂ ସୀମିତତା ଅନୁଯାୟୀ ଆପଣ ଯେକୌଣସି ତୃତୀୟ ପକ୍ଷ ମର୍ଚାଣ୍ଟ ପ୍ଲାଟଫର୍ମରୁ PhonePeରେ ପଞ୍ଜିକରଣ କରିପାରିବେ। PhonePeରେ ପଞ୍ଜିକୃତ ହେବା ପରେ,ଅନ୍ୟ କିଛି ସେବା ପାଇବା ପାଇଁ କେତେକ ସେବାଗୁଡ଼ିକ ଆପଣଙ୍କୁ ଅତିରିକ୍ତ ସୂଚନା ମାଗିପାରନ୍ତି ଏବଂ ସବ-ଆକାଉଣ୍ଟ ତିଆରି କରିପାରନ୍ତି।
ଯେଉଁ ଡିଭାଇସରେ ଆପଣ PhonePe ଆପ୍ ଡାଉନଲୋଡ କରିବେ ଏବଂ ପଞ୍ଜିକରଣ ସମୟରେ ବ୍ୟବହାର କରିବେ, ତାହା ଆପଣଙ୍କ ପଞ୍ଜିକୃତ ଡିଭାଇସରେ ପରିଣତ ହେବ ଏବଂ ଡିଭାଇସ ବିବରଣୀ ଆମ ଦ୍ୱାରା ଷ୍ଟୋର୍ କରାଯିବ। PhonePe ଆପ୍ ବ୍ୟବହାର କରି ଆପଣ ଏକ ଭିନ୍ନ ଡିଭାଇସରୁ ଆପଣଙ୍କ PhonePe ଆକାଉଣ୍ଟରେ ଲଗ୍ ଇନ୍ କରିବା କ୍ଷଣି, ଆପଣଙ୍କୁ ନୂତନ ଡିଭାଇସରୁ ଏକ SMS ପଠାଇବାକୁ PhonePeକୁ ଅନୁମତି ଦେବା ପାଇଁ କୁହାଯିବ, ଏହା ପରେ ନୂତନ ଡିଭାଇସ ପଞ୍ଜିକୃତ ଡିଭାଇସରେ ପରିଣତ ହେବ। ଆପଣ ପୂର୍ବ ଡିଭାଇସରେ ପୁଣି-ଲଗ୍ ଇନ୍ ଏବଂ ନିଜକୁ ପୁଣି-ଅନୁମୋଦନ ନକରିବା ପର୍ଯ୍ୟନ୍ତ ଆପଣ PhonePe ଆକାଉଣ୍ଟ ଆକ୍ସେସ କରିବାକୁ ସମର୍ଥ ହେବେ ନାହିଁ।
ଯଦି କୌଣସି ପରିସ୍ଥିତିରେ, ଆପଣ ଯେଉଁ ଫୋନ୍ ନମ୍ବରଟି ବ୍ୟବହାର କରି ଆପଣ PhonePeରେ ରେଜିଷ୍ଟର କରିଛନ୍ତି ତାହା କୌଣସି କାରଣରୁ ଟ୍ରାନ୍ସଫର, ସରେଣ୍ଡର ଏବଂ/କିମ୍ବା ନିଷ୍କ୍ରିୟ କରାହୋଇଥାଏ ତେବେ ଏହି ବିଷୟରେ PhonePe କୁ ଜଣାଇବା ଆପଣଙ୍କ ଦାୟିତ୍ୱ। ଏହା PhonePeକୁ ଆପଣଙ୍କ PhonePe ଆକାଉଣ୍ଟ୍ ସୁରକ୍ଷିତ କରିବାକୁ ସକ୍ଷମ କରିବ। ଯଦି କୌଣସି ବ୍ୟକ୍ତି ବିଶେଷ/ବ୍ୟକ୍ତି ସେହି ଫୋନ୍ ନମ୍ବରଟି ବ୍ୟବହାର କରି ରେଜିଷ୍ଟର କରିବାକୁ ଚାହେଁ ଯାହା ଟ୍ରାନ୍ସଫର କରାହୋଇଛି, ସରେଣ୍ଡର କରାହୋଇଛି ଏବଂ/କିମ୍ବା ନିଷ୍କ୍ରିୟ କରାହୋଇଛି ତାହେଲେ PhonePeର ପୂର୍ବବର୍ତ୍ତୀ ଆକାଉଣ୍ଟ୍ ଧାରକଙ୍କ ବିବରଣୀ ହଟାଇବା/ଡିଲିଙ୍କ୍ କରିବା ପାଇଁ PhonePeକୁ ସମୟ ଆବଶ୍ୟକ ହେବ, ଏବଂ ଆକାଉଣ୍ଟ୍ ରିସେଟ୍ କରିବାକୁ ହେବ ଯାହା ଅନୁରୋଧ ତାରିଖରୁ ଦୁଇ (2) ବର୍ଷ ପର୍ଯ୍ୟନ୍ତ ସମୟ ନେଇପାରେ।
ୱେବସାଇଟ(ଗୁଡ଼ିକ) ଏବଂ ଆପ୍ଲିକେସନ(ଗୁଡ଼ିକ)ରେ ଆପଣଙ୍କ ଆଚରଣ
PhonePe ସେବାଗୁଡ଼ିକ ଆକ୍ସେସ କରିବାକୁ, ସାଇନ୍ ଅପ୍ ପ୍ରକ୍ରିୟାର ଅଂଶ ଭାବରେ, କିମ୍ବା ଆମ ଦ୍ୱାରା ପ୍ରଦାନ କରାଯାଇଥିବା ସେବାଗୁଡ଼ିକ ବ୍ୟବହାର କରିବାର ଆପଣଙ୍କ ସକ୍ଷମତାର ଅଂଶ ଭାବରେ ଆପଣଙ୍କୁ ନିଜ ବିଷୟରେ ସୂଚନା ପ୍ରଦାନ କରିବା ଆବଶ୍ୟକ। ଆପଣ ରାଜି ହୁଅନ୍ତି ଯେ ଆପଣ ପ୍ରଦାନ କରୁଥିବା ଯେକୌଣସି ସୂଚନା ସର୍ବଦା ସଠିକ୍, ଯଥାର୍ଥ ଏବଂ ଅପ୍ ଟୁ ଡେଟ୍ ହେବ ଏବଂ କିଛି ସେବାଗୁଡ଼ିକ ଆପଣଙ୍କ ବ୍ୟକ୍ତିଗତ ସୂଚନା, ବ୍ୟକ୍ତିଗତ ସମ୍ବେଦନଶୀଳ ସୂଚନା ଭଳି ଅତିରିକ୍ତ ସୂଚନା ଶେୟାର କରିବାକୁ କହିପାରନ୍ତି। ଆପଣ ଆହୁରି ରାଜି ହୁଅନ୍ତି ଯେ PhonePe (ଏହାର ଗ୍ରୁପ୍ କମ୍ପାନୀ/ସେବା ପ୍ରଦାନକାରୀ/ବ୍ୟବସାୟିକ ପାର୍ଟନରଙ୍କୁ ମିଶାଇ), ଆପଣଙ୍କୁ ସେବା ପ୍ରଦାନ କରିବା ସମ୍ବନ୍ଧରେ, ତୃତୀୟ ପକ୍ଷଙ୍କଠାରୁ/ସେମାନଙ୍କ ସହିତ ଆପଣଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ/ଶେୟାର କରିପାରେ କେବଳ ଗାଡି ସମ୍ବନ୍ଧୀୟ ସୂଚନା ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ। ଆପଣଙ୍କ ସୂଚନା ପରିଚାଳନା PhonePe ଗୋପନୀୟତା ନୀତି ଅନୁଯାୟୀ ହେବ।
PhonePe ୱାଲେଟର କୌଣସି ଅନଧିକୃତ ବ୍ୟବହାର କିମ୍ବା ମୋବାଇଲ ଡିଭାଇସ ହଜିଯିବା ଏବଂ ଅନ୍ୟ କୌଣସି ଘଟଣା ବିଷୟରେ ଯାହା ଆପଣଙ୍କ PhonePe ଆକାଉଣ୍ଟର ଅନଧିକୃତ ବ୍ୟବହାରର କାରଣ ହୋଇପାରେ, ଏ ସମ୍ବନ୍ଧରେ ଆପଣ ତୁରନ୍ତ PhonePeକୁ ଜଣାଇବେ। ସୂଚନା ଦେବା ପୂର୍ବରୁ ଯେକୌଣସି ଟ୍ରାଞ୍ଜାକସନର ଦାୟିତ୍ୱ କେବଳ ପଞ୍ଜିକୃତ ୟୁଜରଙ୍କ ଉପରେ ରହିବ;
ଆପଣ ବୁଝିଛନ୍ତି ଯେ କୌଣସି PhonePe ସେବା (ପ୍ରିପେଡ୍ PhonePe ୱାଲେଟ୍, eGVs, ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍, ପେମେଣ୍ଟ ଗେଟୱେ) ବ୍ୟବହାର କରି ମର୍ଚାଣ୍ଟଙ୍କୁ ଆପଣଙ୍କ ପେମେଣ୍ଟ ପ୍ରଦାନ କରୁଥିବା ସେବାଗୁଡ଼ିକର ଲାଭ ଉଠାଇବା ସମୟରେ, ଆପଣ ବୁଝନ୍ତି ଯେ ଆମେ ଆପଣ ଏବଂ ମର୍ଚାଣ୍ଟଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାରେ ଏକ ପକ୍ଷ ନୁହଁ ବରଂ କେବଳ ମଧ୍ୟସ୍ଥି (IT ଆକ୍ଟ 2000) ଭାବରେ କାର୍ଯ୍ୟ କରୁ। PhonePe ଏହାର ୱେବସାଇଟ କିମ୍ବା ଆପ୍ଲିକେସନ ସହିତ ଲିଙ୍କ୍ ହୋଇଥିବା କୌଣସି ବିଜ୍ଞାପନକାରୀ କିମ୍ବା ମର୍ଚାଣ୍ଟଙ୍କୁ ସୁପାରିଶ କରେ ନାହିଁ। ଏହାସହ, ଆପଣଙ୍କ ଦ୍ୱାରା ବ୍ୟବହୃତ ମର୍ଚାଣ୍ଟଙ୍କ ସେବା ଉପରେ ନଜର ରଖିବା ପାଇଁ PhonePe ବାଧ୍ୟ ନୁହେଁ; ଚୁକ୍ତି ଅଧୀନରେ (ଏତିକିରେ ସୀମିତ ନୁହେଁ) ୱାରେଣ୍ଟି କିମ୍ବା ଗ୍ୟାରେଣ୍ଟି ସମେତ ସମସ୍ତ ଦାୟିତ୍ୱ ପାଇଁ କେବଳ ମର୍ଚାଣ୍ଟ ଦାୟୀ ରହିବେ। କୌଣସି ମର୍ଚାଣ୍ଟଙ୍କ ସହିତ କୌଣସି ବିବାଦ କିମ୍ବା ଅଭିଯୋଗ ଥିଲେ ଆପଣ ସିଧାସଳଖ ମର୍ଚାଣ୍ଟଙ୍କ ସହ ସମାଧାନ କରିବା ଆବଶ୍ୟକ। ଏହା ସ୍ପଷ୍ଟ କରାଯାଉଛି ଯେ PhonePe ୱାଲେଟ୍ ବାଲାନ୍ସ ବ୍ୟବହାର କରି କ୍ରୟ କରାଯାଇଥିବା ଦ୍ରବ୍ୟ ଏବଂ / କିମ୍ବା ସେବାଗୁଡ଼ିକରେ କୌଣସି ଅସୁବିଧା ପାଇଁ PhonePe ଦାୟୀ କିମ୍ବା ଉତ୍ତରଦାୟୀ ରହିବ ନାହିଁ। କିଣିବା ପୂର୍ବରୁ ଆପଣ ଯେକୌଣସି ଦ୍ରବ୍ୟ ଏବଂ / କିମ୍ବା ସେବାର ଗୁଣବତ୍ତା, ପରିମାଣ ଏବଂ ଫିଟନେସକୁ ପରଖିବା ଉଚିତ୍।
ଆପଣ ରାଜି ହୁଅନ୍ତି ଯେ ଯଦି ଆପଣ କୌଣସି ମର୍ଚାଣ୍ଟ, ଅଂଶଗ୍ରହଣକାରୀ ପ୍ଲାଟଫର୍ମ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଭୁଲବଶତଃ କୌଣସି ଆମାଉଣ୍ଟ ଟ୍ରାନ୍ସଫର କରନ୍ତି, ତେବେ PhonePe କୌଣସି ପରିସ୍ଥିତିରେ ଆପଣଙ୍କୁ ଏହି ଆମାଉଣ୍ଟ ଫେରସ୍ତ କରିବାକୁ ଉତ୍ତରଦାୟୀ ହେବ ନାହିଁ।
ଆପଣ ଆହୁରି ରାଜି ହୁଅନ୍ତି ଯେ ୱେବସାଇଟରେ କୌଣସି ତୃତୀୟ-ପକ୍ଷ ସାଇଟରେ କୌଣସି ୱେବ୍-ଲିଙ୍କ୍ ସେହି ୱେବ୍-ଲିଙ୍କର ଅନୁମୋଦନ ନୁହେଁ। ଏହିପରି କୌଣସି ଅନ୍ୟ ୱେବ-ଲିଙ୍କ୍ ବ୍ୟବହାର କିମ୍ବା ବ୍ରାଉଜ୍ କରି, ଆପଣ ଏଭଳି ପ୍ରତ୍ୟେକ ୱେବ-ଲିଙ୍କରେ ଥିବା ଚୁକ୍ତି ଓ ସର୍ତ୍ତାବଳୀ ଅଧୀନରେ ରହିବେ।
ଆପଣ ରାଜି ହୁଅନ୍ତି ଯେ ଯଦି ଆପଣ କୌଣସି ସୂଚନା ପ୍ରଦାନ କରନ୍ତି ଯାହା ଅସଠିକ୍, ଭୁଲ୍, ବର୍ତ୍ତମାନର ନୁହେଁ କିମ୍ବା ସମ୍ପୂର୍ଣ୍ଣ ନୁହେଁ କିମ୍ବା ଆମର ସନ୍ଦେହ କରିବାର ଯଥାର୍ଥ କାରଣ ଅଛି ଯେ ଏହି ସୂଚନା ଅସଠିକ୍, ଭୁଲ୍, ବର୍ତ୍ତମାନର ନୁହେଁ ଅବା ସମ୍ପୂର୍ଣ୍ଣ ନୁହେଁ , କିମ୍ବା ଏହା ବ୍ୟବହାରର ସର୍ତ୍ତାବଳୀ ଅନୁଯାୟୀ ନୁହେଁ, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆପଣଙ୍କ ପାଇଁ PhonePe ପ୍ଲାଟଫର୍ମକୁ ସସପେଣ୍ଡ ଅବା ବନ୍ଦ କରିବା ଅବା ଆକ୍ସେସ ବ୍ଲକ କରିବା ଏବଂ/କିମ୍ବା ପରବର୍ତ୍ତୀ କୌଣସି ବିଜ୍ଞପ୍ତି ବିନା ପ୍ରଯୁଜ୍ୟ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାର ଅଧିକାର ଆମର ରହିବ।
ଆପଣଙ୍କ PhonePe ଆକାଉଣ୍ଟ ସହ ଜଡ଼ିତ ଯେକୌଣସି ଲଗ୍ ଇନ୍ ସୂଚନାର ଗୋପନୀୟତା ଏବଂ ସୁରକ୍ଷିତ ଆକ୍ସେସ କ୍ରେଡେନସିଆଲ ପରିଚାଳନା କରିବା ପାଇଁ ଆପଣ ଦାୟୀ ଅଟନ୍ତି। ତଦନୁଯାୟୀ, ଆପଣଙ୍କ ସୁରକ୍ଷିତ କ୍ରେଡେନସିଆଲ ବ୍ୟବହାର କରୁଥିବାରୁ ଆପଣଙ୍କ ଆକାଉଣ୍ଟ ଅଧୀନରେ ହେଉଥିବା ସମସ୍ତ କାର୍ଯ୍ୟକଳାପ ପାଇଁ ଆପଣ ଦାୟୀ ଅଟନ୍ତି ଏବଂ PhonePe ପ୍ଲାଟଫର୍ମରେ ଆପଣଙ୍କ ସୁରକ୍ଷିତ କ୍ରେଡେନସିଆଲ ବ୍ୟବହାର କରି କରାଯାଇଥିବା କୌଣସି ପରିବର୍ତ୍ତନ କିମ୍ବା କାର୍ଯ୍ୟ ପାଇଁ PhonePe ଦାୟୀ ହେବ ନାହିଁ।
ଆମ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ଲାଟଫର୍ମ ବ୍ୟତୀତ ଅନ୍ୟ କୌଣସି ମାଧ୍ୟମ ଯେପରିକି ଅଟୋମେଟେଡ, ଅନୈତିକ କିମ୍ବା ଅସ୍ୱାଭାବିକ ଭାବେ PhonePe ପ୍ଲାଟଫର୍ମକୁ ଆକ୍ସେସ କରିବାକୁ କଠୋର ଭାବେ ନିଷେଧ କରାଯାଇଛି ଏବଂ ଏଗୁଡ଼ିକୁ ଯେକୌଣସି ଅନଧିକୃତ ଆକ୍ସେସ ଭାବରେ ବିବେଚନା କରାଯିବ। ଏହାବ୍ୟତୀତ ଆପଣ ସର୍ଭର ଏବଂ / କିମ୍ବା ନେଟୱର୍କ ସମେତ ଯେଉଁଠି ଆମର ରିସୋର୍ସଗୁଡ଼ିକ ଲୋକେଟ କିମ୍ବା କନେକ୍ଟ ହୋଇଛି ସେଠାରେ ଡିଭାଇସ, ସଫ୍ଟୱେର୍ କିମ୍ବା କୌଣସି ରୁଟିନ୍ ପ୍ରକ୍ରିୟା ବ୍ୟବହାର କରି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୌଣସି କାର୍ଯ୍ୟକଳାପରେ ଜଡ଼ିତ ରହିବା ଉଚିତ୍ ନୁହେଁ, ଯାହା PhonePe ପ୍ଲାଟଫର୍ମରେ ଆପଣଙ୍କୁ କିମ୍ବା ଅନ୍ୟ କୌଣସି ୟୁଜରଙ୍କୁ ସେବା ଯୋଗାଇବାରେ ଆମ କ୍ଷମତାରେ ବାଧା ସୃଷ୍ଟି କରେ କିମ୍ବା ପ୍ରତିବନ୍ଧକ ସୃଷ୍ଟି କରେ। ଉପରୋକ୍ତ ବର୍ଣ୍ଣନା ଅନୁଯାୟୀ, ଆପଣଙ୍କ ଦ୍ୱାରା ହୋଇଥିବା ଅପରାଧିକ କିମ୍ବା ସାମାଜିକ ଦାୟବଦ୍ଧତା ସମେତ କୌଣସି ଅନଧିକୃତ କାର୍ଯ୍ୟକଳାପ ଯୋଗୁଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ହୋଇଥିବା କୌଣସି ପରିଣାମ, ହାନି କିମ୍ବା କ୍ଷୟକ୍ଷତି ପାଇଁ ଆପଣ ସମ୍ପୂର୍ଣ୍ଣ ଭାବରେ ଦାୟୀ ଅଟନ୍ତି।
PhonePe ପ୍ଲାଟଫର୍ମ ମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭାବରେ ଉପଲବ୍ଧ ନଥିବା କୌଣସି ମାଟେରିଆଲ୍, ଡକ୍ୟୁମେଣ୍ଟ କିମ୍ବା ସୂଚନା ପାଇବା କିମ୍ବା ପାଇବାକୁ ଚେଷ୍ଟା କରିବା, କିମ୍ବା PhonePe ପ୍ଲାଟଫର୍ମ କିମ୍ବା କୌଣସି ବିଷୟବସ୍ତୁର ନେଭିଗେସନ୍ ଷ୍ଟ୍ରକଚର କିମ୍ବା ପ୍ରେଜେଣ୍ଟଟେସନର ନକଲ ପ୍ରସ୍ତୁତ କରିବା ଅବା ବାଧା ଦେବା, PhonePe ପ୍ଲାଟଫର୍ମ ଅବା କୌଣସି ବିଷୟବସ୍ତୁର କୌଣସି ଅଂଶକୁ ଆକ୍ସେସ, ଅଧିଗ୍ରହଣ, ନକଲ କିମ୍ବା ନିରୀକ୍ଷଣ କରିବାକୁ ଆପଣ କୌଣସି “ଡିପ୍-ଲିଙ୍କ୍”, “ପେଜ୍-ସ୍କ୍ରାପ୍”, “ରୋବଟ”, “ସ୍ପାଇଡର” କିମ୍ବା ଅନ୍ୟ କୌଣସି ଅଟୋମେଟିକ ଡିଭାଇସ, ପ୍ରୋଗ୍ରାମ, ଆଲଗୋରିଦମ୍ ବା ପଦ୍ଧତି, ଅବା କୌଣସି ସମାନ ମାନୁଆଲ କିମ୍ବା ଡିଜିଟାଲ ପ୍ରକ୍ରିୟାକୁ ବ୍ୟବହାର କରିବେ ନାହିଁ।
PhonePe ପ୍ଲାଟଫର୍ମ ଦ୍ୱାରା ପ୍ରଦାନ କରାଯାଇଥିବା କୌଣସି ସୂଚନା ଯେକୌଣସି ଉପାୟରେ ଯେଉଁଠାରେ ପ୍ରକାଶ କରିବାର ଉଦ୍ଦେଶ୍ୟ ଥାଏ, ବ୍ୟକ୍ତିଗତ ପରିଚୟ କିମ୍ବା ସୂଚନା ଏଥିରେ ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ, ନିଜର ସୂଚନା ବ୍ୟତୀତ ଆପଣ PhonePe ପ୍ଲାଟଫର୍ମ କିମ୍ବା ଆମ ସହିତ କନେକ୍ଟ ଥିବା କୌଣସି ନେଟୱର୍କର ଭଲନରେବିଲିଟିକୁ ପରୀକ୍ଷା, ସ୍କାନ୍ କିମ୍ବା ଟେଷ୍ଟ କରିବେ ନାହିଁ, ଆପଣ PhonePe ପ୍ଲାଟଫର୍ମକୁ ଅନ୍ୟ କୌଣସି ୟୁଜର ଅବା ଭିଜିଟର୍, କିମ୍ବା ଆପଣଙ୍କ ମାଲିକାନାରେ ନଥିବା PhonePe ପ୍ଲାଟଫର୍ମର କୌଣସି ଆକାଉଣ୍ଟ ସମେତ ଅନ୍ୟ କୌଣସି ୟୁଜରଙ୍କ ବିଷୟରେ କୌଣସି ସୂଚନା ପରିବର୍ତ୍ତନ, ଅନୁସନ୍ଧାନ କିମ୍ବା ଖୋଜିବାକୁ ଚେଷ୍ଟା କରିବେ ନାହିଁ।
ଆପଣ ଆହୁରି ରାଜି ହୁଅନ୍ତି ଯେ –
- କୌଣସି ବିବାଦ ଥିଲେ, PhonePe ସେବା ବ୍ୟବହାର ମାଧ୍ୟମରେ ହୋଇଥିବା ଟ୍ରାଞ୍ଜାକସନର ଚୂଡ଼ାନ୍ତ ପ୍ରମାଣ ଭାବରେ PhonePe ରେକର୍ଡ ବାଧ୍ୟତାମୂଳକ ହେବ।
- PhonePe ସମସ୍ତ ଗ୍ରାହକଙ୍କ ସହ ଯୋଗାଯୋଗ ରଖିବା ପାଇଁ SMS ଏବଂ/କିମ୍ବା ଇମେଲ୍ ପଠାଇବ ଏବଂ SMS/ଇମେଲ୍ ସେବା ପ୍ରଦାନକାରୀଙ୍କ ନିକଟରେ ଡେଲିଭରୀ ହେବା ପରେ ଆପଣ ଏହାକୁ ପାଇଛନ୍ତି ବୋଲି ବିବେଚନା କରାଯିବ।
- PhonePe/ ମର୍ଚାଣ୍ଟଙ୍କଠାରୁ ଟ୍ରାଞ୍ଜାକସନ ମେସେଜ ସମେତ ସମସ୍ତ କମର୍ସିଆଲ ମେସେଜ ପାଇବାକୁ ରାଜି ହୁଅନ୍ତି।
- PhonePe ସେବାଗୁଡ଼ିକୁ ବିଶ୍ୱାସର ସହ ଏବଂ ସମସ୍ତ ପ୍ରଯୁଜ୍ୟ ଆଇନ ଏବଂ ନିୟମାବଳୀ ସହ ବ୍ୟବହାର କରିବେ।
- ଆପଣ କୌଣସି ଟାକ୍ସ, ଡ୍ୟୁଟି କିମ୍ବା ଅନ୍ୟ ସରକାରୀ କର କିମ୍ବା କୌଣସି ଆର୍ଥିକ ଚାର୍ଜ ଦେବା ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ଯାହା କୌଣସି ମର୍ଚାଣ୍ଟଙ୍କ ଦ୍ଵାରା କ୍ରୟ କିମ୍ବା ସପ୍ଲାଏ କରାଯାଇଥିବା କିମ୍ବା ଅନଲାଇନ୍ ଟ୍ରାଞ୍ଜାକସନରୁ ସୃଷ୍ଟି ହୋଇଥିବା ଯେକୌଣସି ପ୍ରଡକ୍ଟ କିମ୍ବା ସେବା ଉପରେ ଲାଗୁ କରାଯାଇପାରେ।
- ଯଦି କୌଣସି PhonePe ସେବା ପାଇଁ ଅନୁମତି ନଥାଏ ତେବେ ସୁନିଶ୍ଚିତ କରନ୍ତୁ ଯେ PhonePe ସେବାଗୁଡ଼ିକ ବିଦେଶୀ ମୁଦ୍ରାରେ ଟ୍ରାଞ୍ଜାକସନ ପାଇଁ ବ୍ୟବହୃତ ହେବ ନାହିଁ।
ସିଙ୍ଗଲ୍ ସାଇନ୍ ଅନ୍ (SSO)
PhonePe ଆକାଉଣ୍ଟରେ ପଞ୍ଜିକରଣ ଏବଂ ସାଇନ୍ ଇନ୍ କରି, ଆମେ PhonePe ପ୍ଲାଟଫର୍ମ ଏବଂ ଅନ୍ୟ ଅଂଶଗ୍ରହଣକାରୀ ପ୍ଲାଟଫର୍ମରେ PhonePe ସେବାଗୁଡ଼ିକ ଆକ୍ସେସ କରିବାକୁ ଆପଣଙ୍କ ପାଇଁ ଏକ ୟୁଜରର ନାମ ଏବଂ ସୁରକ୍ଷିତ ଆକ୍ସେସ କ୍ରେଡେନ୍ସିଆଲ ତିଆରି କରୁ। ସୁବିଧା ପାଇଁ, PhonePe ସିଙ୍ଗଲ ସାଇନ୍ ଅନ୍ ସର୍ଭିସ (P-SSO) ତିଆରି କରେ, ଯାହା ଆପଣଙ୍କୁ PhonePe ପ୍ଲାଟଫର୍ମ ଏବଂ ଅନ୍ୟ ଅଂଶଗ୍ରହଣକାରୀ ପ୍ଲାଟଫର୍ମରେ ଉପଲବ୍ଧ PhonePe ସେବାଗୁଡ଼ିକୁ ଆକ୍ସେସ କରିବାରେ ସାହାଯ୍ୟ କରେ।
ଆପଣ ବୁଝିଛନ୍ତି ଯେ PhonePe ସେବାଗୁଡ଼ିକୁ ପଞ୍ଜିକରଣ ଏବଂ ଆକ୍ସେସ କରିବାକୁ P-SSO ବ୍ୟବହାର ହେବ ଏବଂ ପଞ୍ଜିକରଣ ପ୍ରକ୍ରିୟାର ଅଂଶ ଭାବରେ ଆପଣ ଶେୟାର କରିଥିବା କ୍ରେଡେନ୍ସିଆଲ PhonePe ଦ୍ୱାରା ଅଧିକୃତ ଏବଂ ପରିଚାଳିତ ହେବ ଏବଂ ଆପଣଙ୍କ ଅନୁରୋଧ କ୍ରମେ କିମ୍ବା କେବଳ ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଯେକୌଣସି PhonePe ସେବାଗୁଡ଼ିକୁ ଆକ୍ସେସ କରି PhonePe ଏଣ୍ଟିଟିଗୁଡ଼ିକ ସହିତ ଶେୟାର କରାଯିବ।
P-SSOକୁ, ଆପଣଙ୍କ ଅନୁମୋଦନ ସହିତ “ସ୍ୱିଚ୍ ମର୍ଚାଣ୍ଟ” ସହ ସ୍ୱିଚ୍ ଇଣ୍ଟରଫେସରେ ଆକ୍ସେସ କିମ୍ବା ପଞ୍ଜିକରଣ କରିବାକୁ ବ୍ୟବହାର କରାଯିବ, କିନ୍ତୁ ଆପଣଙ୍କ ସୁରକ୍ଷିତ କ୍ରେଡେନ୍ସିଆଲ କୌଣସି “ସ୍ୱିଚ୍ ମର୍ଚାଣ୍ଟ” ସହିତ ଶେୟାର ହେବ ନାହିଁ। ଆପଣଙ୍କ PhonePe ଆକାଉଣ୍ଟ ଆକ୍ସେସ କରିବାକୁ କିମ୍ବା ଆପଣଙ୍କ PhonePe ଆପରେ ଲଗ୍ ଇନ୍ ନକରି ଅଂଶଗ୍ରହଣକାରୀ ପ୍ଲାଟଫର୍ମରେ ଅନୁମୋଦିତ PhonePe ସେବା ବ୍ୟବହାର କରି ପେମେଣ୍ଟ କରିବାକୁ ଆପଣ ଆପଣଙ୍କ P-SSOକୁ ବ୍ୟବହାର କରିପାରିବେ।
ଆପଣ ଆହୁରି ରାଜି ହୁଅନ୍ତି ଯେ ଅଂଶଗ୍ରହଣକାରୀ ପ୍ଲାଟଫର୍ମଗୁଡିକରେ P-SSO ଲଗଇନ୍ ପାଇଁ ଆବଶ୍ୟକ ହେଉଥିବା ଆପଣଙ୍କ ସୁରକ୍ଷିତ ଆକ୍ସେସ କ୍ରେଡେନ୍ସିଆଲ ବ୍ୟତୀତ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କିଛି ସୀମିତ ସୂଚନାକୁ PhonePe ଶେୟାର କରିବ।
You shall not ଆପଣ କୌଣସି ଯୋଗାଯୋଗ ମାଧ୍ୟମରେ କୌଣସି ତୃତୀୟ ପକ୍ଷ ୱେବସାଇଟ, ପୋର୍ଟାଲ, ବ୍ୟକ୍ତିଙ୍କ ସହିତ P-SSO କ୍ରେଡେନ୍ସିଆଲ ଶେୟାର କରିବେ ନାହିଁ ଏବଂ ଆପଣ ବୁଝିଛନ୍ତି ଯେ P-SSOର ଅନଧିକୃତ ଡିସକ୍ଲୋଜର୍ କାରଣରୁ ଆପଣଙ୍କ PhonePe ଆକାଉଣ୍ଟର ଅପବ୍ୟବହାର ହୋଇପାରେ।
ଆପଣ ଏଥିରେ ରାଜି ହୁଅନ୍ତି ଏବଂ ସ୍ୱୀକାର କରନ୍ତି ଯେ ସିଙ୍ଗଲ-ସାଇନ୍-ଅନ୍ ସେବାଗୁଡ଼ିକର ବ୍ୟବହାର ଏବଂ ଆକ୍ସେସ ପାଇଁ ବ୍ୟବହାରର ସର୍ତ୍ତାବଳୀକୁ ପାଳନ ନ କଲେ, କୌଣସି ପରବର୍ତ୍ତୀ ନୋଟିସ ବିନା Phone ଆକାଉଣ୍ଟ ଏବଂ ସେବାଗୁଡ଼ିକରେ ଆପଣଙ୍କ ଆକ୍ସେସ କିମ୍ବା ଆକ୍ସେସ ବ୍ୟବହାର କରିବାର ସୀମାକୁ ବନ୍ଦ କରିବାର ଅଧିକାର PhonePe ପାଖରେ ଅଛି।
ତୃତୀୟ ପକ୍ଷ ଚୁକ୍ତି ଓ ସର୍ତ୍ତାବଳୀ
PhonePe ଏବଂ PhonePe ଏଣ୍ଟିଟି, PhonePe ପ୍ଲାଟଫର୍ମ ମାଧ୍ୟମରେ ତୃତୀୟ ପକ୍ଷ ସେବା ପ୍ରଦାନ କରିପାରନ୍ତି। ଆପଣ ବୁଝିଛନ୍ତି ଯେ ଆମେ ସେହି ସେବାଗୁଡ଼ିକର ମାଲିକ ନୁହଁ ଏବଂ ଆପଣଙ୍କୁ ସେମାନଙ୍କର ଚୁକ୍ତି ଓ ସର୍ତ୍ତାବଳୀକୁ ଗ୍ରହଣ କରିବାକୁ ହେବ ଏବଂ PhonePe ପ୍ଲାଟଫର୍ମରେ ତୃତୀୟ ପକ୍ଷ ଦ୍ୱାରା ପ୍ରଦାନ କରାଯାଇଥିବା ଏପରି ପ୍ରଡକ୍ଟ/ ସେବାଗୁଡ଼ିକର ଲାଭ ଉଠାଇବା ପାଇଁ ଅତିରିକ୍ତ ସୂଚନା ଶେୟାର କରିବାକୁ ପଡ଼ିପାରେ, ତୃତୀୟ ପକ୍ଷ ୱେବସାଇଟ କିମ୍ବା ଆପ୍ଲିକେସନ ଦ୍ୱାରା ଆପଣଙ୍କଠାରୁ ସଂଗ୍ରହ କରାଯାଇଥିବା ସୂଚନା ପାଇଁ PhonePe ଦାୟୀ ନୁହେଁ ଏବଂ ଆମେ କୌଣସି ତୃତୀୟ ପକ୍ଷର କାର୍ଯ୍ୟକଳାପ ପାଇଁ ଆପଣଙ୍କୁ ଇନଡେମନିଫାଏ କରିପାରିବୁ ନାହିଁ।
ଅଫର୍
PhonePe କିମ୍ବା PhonePe ଏଣ୍ଟିଟିଗୁଡ଼ିକ ଆପଣଙ୍କୁ ସମୟ ସମୟରେ ଯେକୌଣସି ଅଫରରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିପାରନ୍ତି। ଆପଣ ରାଜି ହୁଅନ୍ତି ଯେ ଏଭଳି ଅଫରରେ ଅଂଶଗ୍ରହଣ କରିବା ସମ୍ପୃକ୍ତ ଅଫରର ଚୁକ୍ତି ଓ ସର୍ତ୍ତାବଳୀ ଆପଣଙ୍କ ଚୁକ୍ତିନାମା ଅଧୀନରେ ଅଟେ। ଆପଣ ଏହା ମଧ୍ୟ ବୁଝିଛନ୍ତି ଯେ ଅଫରଗୁଡ଼ିକ PhonePe ପ୍ଲାଟଫର୍ମରେ ତୃତୀୟ ପକ୍ଷ ଦ୍ୱାରା ପ୍ରଦାନ କରାଯାଇପାରେ ଏବଂ ଆପଣଙ୍କୁ ତୃତୀୟ ପକ୍ଷର ସମ୍ପୃକ୍ତ ଚୁକ୍ତି ଓ ସର୍ତ୍ତାବଳୀରେ ରାଜି ହେବା ଆବଶ୍ୟକ ହୋଇପାରେ। ଆପଣ ଆହୁରି ରାଜି ହୁଅନ୍ତି ଯେ ଯେକୌଣସି ୟୁଜରଙ୍କୁ ପ୍ରଦାନ କରାଯାଇଥିବା ଅଫରଗୁଡ଼ିକ ୟୁଜର ୟୁଜରଙ୍କଠାରୁ ଭିନ୍ନ ହୋଇପାରେ।
ଯଦି ଆପଣ ଏପରି ଅଫର ପାଇଁ କିମ୍ବା ଏହାର ଅନ୍ୟ କୌଣସି କାରଣ ପାଇଁ ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି ନାହିଁ, ଯେଉଁଥିରେ ଅଫରର ଅପବ୍ୟବହାର, ଭୁଲ ବର୍ଣ୍ଣନା, ଠକାମୀ କିମ୍ବା ସନ୍ଦେହଜନକ ଟ୍ରାଞ୍ଜାକସନ / କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ, ଯେଉଁଥିରେ PMLA ନିର୍ଦ୍ଦେଶନାମା କିମ୍ବା ପରବର୍ତ୍ତୀ ନୋଟିସ ବିନା ଆମର ବିଚାର ଅନୁଯାୟୀ PhonePe ଆପଣଙ୍କୁ ଯେକୌଣସି ଅଫରରୁ ଅଯୋଗ୍ୟ ଘୋଷଣା କରିବାର ଅଧିକାର ସଂରକ୍ଷିତ ରଖିଥାଏ।
ଯୋଗାଯୋଗ
PhonePe ଏବଂ PhonePe ଏଣ୍ଟିଟିଗୁଡ଼ିକ ଆପଣ ଯୋଗ ଦେବା ସମୟରେ ଆମକୁ ଦେଇଥିବା ଯୋଗାଯୋଗ ସୂଚନା ଆଧାରରେ ଆପଣଙ୍କ ସହ ଯୋଗାଯୋଗ କରିପାରନ୍ତି, ଏଥିରେ PhonePe ପ୍ଲାଟଫର୍ମରେ ସାଇନ୍ ଅପ୍, ଟ୍ରାଞ୍ଜାକସନ କିମ୍ବା କୌଣସି ତୃତୀୟ ପକ୍ଷ ପ୍ରଡକ୍ଟ କିମ୍ବା ସେବାଗୁଡ଼ିକର ଲାଭ ଉଠାଇବା ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ।
ଆମେ ଆପଣଙ୍କୁ ଇମେଲ୍ କିମ୍ବା SMS କିମ୍ବା ପୁସ୍ ନୋଟିଫିକେସନ ମାଧ୍ୟମରେ କିମ୍ବା ଅନ୍ୟ ପ୍ରୋଗ୍ରେସିଭ ଟେକ୍ନୋଲୋଜି ମାଧ୍ୟମରେ କମ୍ୟୁନିକେସନ ଆଲର୍ଟ ପଠାଇବୁ। ଆପଣ ଏହା ମଧ୍ୟ ରାଜି ହୁଅନ୍ତି ଯେ ଆମ ନିୟନ୍ତ୍ରଣରେ ନଥିବା ଅନେକ କାରଣରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇପାରେ, ଯେଉଁଥିରେ ଆପଣଙ୍କ ଫୋନ୍ ସୁଇଚ୍ ଅଫ୍ ହେବା, ଭୁଲ୍ ଇମେଲ୍ ଠିକଣା, ନେଟୱର୍କ ବାଧାପ୍ରାପ୍ତ ହେବା ଅନ୍ତର୍ଭୁକ୍ତ। କୌଣସି ଆଲର୍ଟ ପାଇଁ ଅଣ-ଡେଲିଭରୀ ଅବା ଯୋଗାଯୋଗରେ ବିଳମ୍ବ, ମିଥ୍ୟା ବର୍ଣ୍ଣନା କିମ୍ବା ବିଫଳତା କାରଣରୁ ଆପଣଙ୍କ ଦ୍ୱାରା ହୋଇଥିବା କୌଣସି କ୍ଷତି ପାଇଁ PhonePeକୁ ଦାୟୀ ନ କରିବାକୁ ଆପଣ ରାଜି ହୁଅନ୍ତି।
ଆପଣ ଆହୁରି ସ୍ୱୀକାର କରନ୍ତି ଯେ ଆମ ସହିତ ଶେୟାର ହୋଇଥିବା କଣ୍ଟାକ୍ଟ ବିବରଣୀ ପାଇଁ ଆପଣ ଦାୟୀ ଏବଂ ଆପଣଙ୍କ କଣ୍ଟାକ୍ଟ ବିବରଣୀରେ କୌଣସି ପରିବର୍ତ୍ତନ କଲେ ଆମକୁ ଅପଡେଟ କରିବେ। ଯେକୌଣସି PhonePe ସେବା କିମ୍ବା ଅଫର୍(ଗୁଡ଼ିକ) ପାଇଁ ଆପଣଙ୍କ ସହିତ କଣ୍ଟାକ୍ଟ ଏବଂ ଯୋଗାଯୋଗ କରିବାକୁ ଆପଣ ଆମକୁ ଅଧିକାର ଦିଅନ୍ତି। ଆଲର୍ଟ ପଠାଇବାକୁ କିମ୍ବା ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଆମେ ତୃତୀୟ ପକ୍ଷ ସେବା ପ୍ରଦାନକାରୀଙ୍କୁ ବ୍ୟବହାର କରିପାରୁ। କଲ୍, SMS, ଇମେଲ୍ ଏବଂ ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମରେ ଆପଣଙ୍କ ସହ ଯୋଗାଯୋଗ କରିବା ପାଇଁ ଆପଣ PhonePe ଏବଂ PhonePe ଏଣ୍ଟିଟିଗୁଡ଼ିକୁ DND ସେଟିଂସ ଓଭରରାଇଡ୍ କରିବାକୁ ଅଧିକାର ଦିଅନ୍ତି।
ବୌଦ୍ଧିକ ସମ୍ପତ୍ତି ଅଧିକାର
ଏହି ବ୍ୟବହାର ସର୍ତ୍ତାବଳୀ ଉଦ୍ଦେଶ୍ୟରେ ବୌଦ୍ଧିକ ସମ୍ପତ୍ତି ଅଧିକାର ସର୍ବଦା ପଞ୍ଜିକରଣ ହେଉ ଅବା ନହେଉ କପିରାଇଟ୍ ଅନ୍ତର୍ଭୁକ୍ତ ହେବ, ପେଟେଣ୍ଟ ଦାଖଲ କରିବାର ଅଧିକାର ସମେତ, ଟ୍ରେଡମାର୍କ, ଟ୍ରେଡ ନେମ୍, ଟ୍ରେଡ ଡ୍ରେସ୍, ହାଉସ ମାର୍କ, କଲେକ୍ଟିଭ ମାର୍କ, ଆସୋସିଏଟ ମାର୍କ ଏବଂ ସେଗୁଡ଼ିକୁ ପଞ୍ଜିକରଣ କରିବାର ଅଧିକାର, ଉଭୟ ଶିଳ୍ପ ଏବଂ ଲେଆଉଟ୍ ଡିଜାଇନ୍, ଭୌଗୋଳିକ ଇଣ୍ଡିକେଟର୍, ନୈତିକ ଅଧିକାର, ପ୍ରସାରଣ ଅଧିକାର, ପ୍ରଦର୍ଶନ ଅଧିକାର, ବଣ୍ଟନ ଅଧିକାର, ବିକ୍ରୟ ଅଧିକାର, ସଂକ୍ଷିପ୍ତ ଅଧିକାର, ଅନୁବାଦ ଅଧିକାର, ପୁନର୍ଗଠନ ଅଧିକାର, କାର୍ଯ୍ୟ କରିବା ଅଧିକାର, ଯୋଗାଯୋଗ ଅଧିକାର, ବ୍ୟବହାରଯୋଗ୍ୟ ଅଧିକାର, ପ୍ରଚାର କରିବା ଅଧିକାର, ସୁରକ୍ଷିତ ଅଧିକାର, ଯୁଗ୍ମ ଅଧିକାର, ଉତ୍ତରାଧିକାରୀ ଅଧିକାର, ଉଲ୍ଲଙ୍ଘନ ଅଧିକାର ଏଥିରେ ଅନ୍ତର୍ଭୁକ୍ତ। ପ୍ରଯୁଜ୍ୟ ଆଇନ ଅଧୀନରେ ଉପଲବ୍ଧ ଡୋମେନ୍ ନାମ, ଇଣ୍ଟରନେଟ୍ କିମ୍ବା ଅନ୍ୟ କୌଣସି ଅଧିକାର କାରଣରୁ ଉପୁଜିଥିବା ସମସ୍ତ ବୌଦ୍ଧିକ ସମ୍ପତ୍ତି ଅଧିକାର PhonePe କିମ୍ବା PhonePe ଏଣ୍ଟିଟିଗୁଡ଼ିକର ଡୋମେନରେ ସେହି ଡୋମେନ୍ ନାମର ମାଲିକ ଭାବରେ ରହିବ। ଉଭୟ ପକ୍ଷ ସହମତ ହେବା ଏବଂ ଏହା ସୁନିଶ୍ଚିତ କରିବା ଯେ ଉପରୋକ୍ତ ବୌଦ୍ଧିକ ସମ୍ପତ୍ତି ଅଧିକାରର କୌଣସି ଅଂଶ ୟୁଜରଙ୍କ ନାମରେ ହସ୍ତାନ୍ତରିତ ହେବ ନାହିଁ ଏବଂ ଏହା ଫଳରେ ଉପୁଜୁଥିବା କୌଣସି ବୌଦ୍ଧିକ ସମ୍ପତ୍ତି ଅଧିକାର ମଧ୍ୟ ଏହାର ଲାଇସେନ୍ସଧାରୀଙ୍କ ସମ୍ପୂର୍ଣ୍ଣ ମାଲିକାନା, ଅଧିକାର ଏବଂ ଆମର ଦଖଲ କିମ୍ବା ନିୟନ୍ତ୍ରଣରେ ରହିବ, ଯେମିତି ବି ହେଉ।
ଏହି PhonePe ୱେବସାଇଟ୍ ଏବଂ ମୋବାଇଲ ଆପ୍ଲିକେସନରେ ଥିବା ଫଟୋ, ଚିତ୍ର, ଅଡିଓ କ୍ଲିପ୍ ଏବଂ ଭିଡିଓ କ୍ଲିପ୍ ସମେତ ସମସ୍ତ ମେଟେରିଆଲ୍ PhonePe, PhonePe ଏଣ୍ଟିଟି କିମ୍ବା ବିଜିନେସ ପାର୍ଟନରଙ୍କ କପିରାଇଟ୍, ଟ୍ରେଡମାର୍କ ଏବଂ ଅନ୍ୟ ବୌଦ୍ଧିକ ସମ୍ପତ୍ତି ଅଧିକାର ଦ୍ୱାରା ସୁରକ୍ଷିତ ଅଟେ। ୱେବସାଇଟରେ ଥିବା ବିଷୟବସ୍ତୁ କେବଳ ଆପଣଙ୍କ ବ୍ୟକ୍ତିଗତ, ଅଣ-କମର୍ସିଆଲ୍ ବ୍ୟବହାର ପାଇଁ ଅଟେ। ଆପଣ ଇମେଲ୍ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ୍ ଉପାୟ ମାଧ୍ୟମରେ ଏବଂ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏପରି ସାମଗ୍ରୀକୁ କୌଣସି ଉପାୟରେ କପି, ରିପ୍ରଡ୍ୟୁସ, ରିପବ୍ଲିସ, ଅପଲୋଡ୍, ପୋଷ୍ଟ, ଟ୍ରାନ୍ସିମିଟ୍ କିମ୍ବା ଡିଷ୍ଟ୍ରିବ୍ୟୁଟ କରିବା ଉଚିତ୍ ନୁହେଁ ଏବଂ ଆପଣ ଏହା କରିବା ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଉଚିତ୍ ନୁହେଁ। ମାଲିକଙ୍କ ପୂର୍ବ ଲିଖିତ ସମ୍ମତି ବିନା, ମେଟେରିଆଲର ସଂଶୋଧନ, ଅନ୍ୟ କୌଣସି ପ୍ଲାଟଫର୍ମ କିମ୍ବା ନେଟୱର୍କ କମ୍ପ୍ୟୁଟରରେ ମେଟେରିଆଲର ବ୍ୟବହାର କିମ୍ବା ବ୍ୟକ୍ତିଗତ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ମେଟେରିଆଲର ବ୍ୟବହାର, ଅଣ-କମର୍ସିଆଲ୍ ଭାବେ ବ୍ୟବହାର କରିବା, କପିରାଇଟ୍, ଟ୍ରେଡମାର୍କ ଏବଂ ଅନ୍ୟ ମାଲିକାନା ଅଧିକାରର ଉଲ୍ଲଙ୍ଘନ ଏବଂ ନିଷିଦ୍ଧ ଅଟେ।
ଗ୍ରୁପ୍ କମ୍ପାନୀର ବ୍ୟବହାର:
ଆପଣଙ୍କୁ PhonePe ପ୍ଲାଟଫର୍ମ ମଧ୍ୟରେ ଉଲ୍ଲେଖ କରାଯାଇଥିବା ଯେକୌଣସି PhonePe ସେବା ପ୍ରଦାନ କରିବା ପାଇଁ ନିଜର ସେବାଗୁଡ଼ିକ ବ୍ୟବହାର କରିବାର ଅଧିକାର PhonePe ଏବଂ PhonePe ଏଣ୍ଟିଟିଗୁଡ଼ିକ ପାଖରେ ସଂରକ୍ଷିତ ଅଛି ବୋଲି ଆପଣ ବୁଝିଛନ୍ତି ଓ ଆପଣ ଏଥିରେ ରାଜି ହୁଅନ୍ତି।
ସମାପ୍ତି
ଯଦି ଆମେ ସ୍ଥିର କରୁ ଯେ ଆପଣ ଏହି ବ୍ୟବହାରର ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରିଛନ୍ତି ଏବଂ PhonePeରେ କେବଳ ଆର୍ଥିକ କ୍ଷତିରେ ସୀମିତ ନୁହେଁ, ଆପଣଙ୍କ କାର୍ଯ୍ୟ ଯୋଗୁଁ କୌଣସି ପ୍ରକାର କ୍ଷତି ହେଲେ, ଆମେ ଉକ୍ତ ପରିସ୍ଥିତିରେ ଆବଶ୍ୟକ ମନେ ହେଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଆପଣ ସମ୍ମତି ଦିଅନ୍ତି, ଏହା ସହ ଆପଣ ରାଜି ହୁଅନ୍ତି ଯେ PhonePe ନିଜ ବିଚାର ଅନୁଯାୟୀ ବିନା ପୂର୍ବ ସୂଚନାରେ ଆପଣଙ୍କ ଚୁକ୍ତିକୁ ସମାପ୍ତ କରିପାରେ ଏବଂ PhonePe ଆପକୁ ଆପଣଙ୍କ ଆକ୍ସେସକୁ ପ୍ରତିବନ୍ଧକ କରିପାରେ ଏବଂ ସମାପ୍ତି ଯୋଗୁଁ ଆପଣଙ୍କର ହୋଇଥିବା କ୍ଷତି ପାଇଁ PhonePe ଦାୟୀ ନୁହେଁ।
ଦାୟବଦ୍ଧତାର ସୀମା
PhonePe ପ୍ଲାଟଫର୍ମରେ ଆପଣଙ୍କ ଦ୍ୱାରା ହେଉଥିବା ଆର୍ଥିକ ଏବଂ ଅଣ-ଆର୍ଥିକ ଟ୍ରାଞ୍ଜାକସନ ସର୍ବଦା ଆପଣଙ୍କ ଦ୍ୱାରା କିମ୍ବା ଆପଣଙ୍କ ବିଶେଷ ଅଧିକାର ଅଧୀନରେ ପ୍ରକ୍ରିୟାନ୍ୱିତ କରାଯାଏ।
କୌଣସି ପରିସ୍ଥିତିରେ PhonePe ଏଥିପାଇଁ ଦାୟୀ ରହିବ ନାହିଁ: କୌଣସି ପରୋକ୍ଷ, ପରିଣାମଗତ, ଘଟଣାଜନିତ, ବିଶେଷ କିମ୍ବା ଦଣ୍ଡନୀୟ କ୍ଷତି ଦାୟବଦ୍ଧତା ଯେଉଁଥିରେ ଲାଭ କିମ୍ବା ରାଜସ୍ୱ ହାନି, ବ୍ୟବସାୟରେ ବାଧା, ବ୍ୟବସାୟିକ ସୁଯୋଗ ହରାଇବା, ଡାଟା ହରାଇବା କିମ୍ବା ଅନ୍ୟ ଆର୍ଥିକ ଇଣ୍ଟରେଷ୍ଟ ହରାଇବା, ଚୁକ୍ତିରେ ହେଉ, ଚୁକ୍ତିରେ ଖିଲାଫ ହେଉ, ଅବହେଳା, ଟର୍ଟ୍ କିମ୍ବା ଅନ୍ୟ କୌଣସି ପ୍ରକାରେ, ସେବାର ବ୍ୟବହାର କିମ୍ବା ବ୍ୟବହାର କରିବାରେ ଅସମର୍ଥତା, ଚୁକ୍ତିରେ, ଟର୍ଟ୍, ଅବହେଳା, ଓ୍ୱାରେଣ୍ଟି ଅବା ଅନ୍ୟ କୌଣସି କାରଣରୁ ହେଉ, କାରଣ ହୋଇଥିବା ସେବାଗୁଡ଼ିକର ବ୍ୟବହାର ପାଇଁ ଆପଣ ଦେଇଥିବା ପରିମାଣରୁ ଅଧିକ ହେବ ନାହିଁ ବା ଶହେ ଟଙ୍କା (100 ଟଙ୍କା) ଯାହା ବି କମ ତାହା ହିଁ ହେବ ଏବଂ ଏସବୁ ପାଇଁ PhonePe ଦାୟୀ ରହିବ ନାହିଁ।
ଇନଡେମନିଫିକେସନ
ଆପଣ କୌଣସି ଦାବି ବା ଡିମାଣ୍ଡ ବା କାର୍ଯ୍ୟରୁ PhonePe, PhonePe ଏଣ୍ଟିଟି, ଏହାର ମାଲିକ, ଲାଇସେନ୍ସଧାରୀ, ଆଫିଲିଏଟ, ସବସିଡିଆରି, ଗ୍ରୁପ୍ କମ୍ପାନୀ (ଯେପରି ପ୍ରଯୁଜ୍ୟ) ଏବଂ ସେମାନଙ୍କର ଅଧିକାରୀ, ଡାଇରେକ୍ଟର, ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ଇନଡେମନିଫାଏ ରଖିବେ ଏବଂ ବ୍ୟବହାରର ଏହି ସର୍ତ୍ତାବଳୀର, ଗୋପନୀୟତା ନୀତି ଏବଂ ଅନ୍ୟ ନୀତି, କୌଣସି ଆଇନରେ ବା ନୀତିନିୟମ ବା ତୃତୀୟ ପକ୍ଷର ଅଧିକାର (ବୌଦ୍ଧିକ ସମ୍ପତ୍ତି ଅଧିକାରର ଉଲ୍ଲଙ୍ଘନ ସମେତ) ରେ ଆପଣ କରିଥିବା ଉଲ୍ଲଙ୍ଘନ କାରଣରୁ କିମ୍ବା ଏଥିରୁ ହେଉଥିବା କୌଣସି ତୃତୀୟ ପକ୍ଷ ଦ୍ୱାରା ପେନାଲ୍ଟି, ଯୁକ୍ତିଯୁକ୍ତ ଆଟର୍ଣ୍ଣି ଫି’ ଭରଣା କରିବେ।
ଅପ୍ରତ୍ୟାଶିତ ଘଟଣା
ଅପ୍ରତ୍ୟାଶିତ ଘଟଣାର ଅର୍ଥ ହେଉଛି କୌଣସି ଘଟଣା ଯାହା PhonePeର ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଅଛି ଏବଂ ଏଥିରେ ଯୁଦ୍ଧ, ଦଙ୍ଗା, ନିଆଁ, ବନ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ବିସ୍ଫୋରଣ, ଆକ୍ରମଣ, ଲକ୍ ଆଉଟ୍, ମାନ୍ଦାବସ୍ଥା, ଦୀର୍ଘ ଦିନ ଧରି ଶକ୍ତି ଯୋଗାଣରେ ଦେଖାଦେଇଥିବା ଅଭାବ, ମହାମାରୀ, କମ୍ପ୍ୟୁଟର ହ୍ୟାକିଂ, କମ୍ପ୍ୟୁଟର ଡାଟା ଏବଂ ଷ୍ଟୋରେଜ୍ ଡିଭାଇସର ଅନଧିକୃତ ଆକ୍ସେସ, କମ୍ପ୍ୟୁଟର କ୍ରାସ, ରାଜ୍ୟର ଆକ୍ଟ, ସରକାର ସମ୍ବନ୍ଧିତ, ଆଇନଗତ କିମ୍ବା ନିୟାମକ କାର୍ଯ୍ୟଗୁଡ଼ିକ PhonePe ଏଣ୍ଟିଟିଗୁଡ଼ିକୁ ଚୁକ୍ତି ଅଧୀନରେ ନିଜ ଦାୟିତ୍ୱ ନିର୍ବାହ କରିବାକୁ ବାରଣ କିମ୍ବା ପ୍ରତିବନ୍ଧକ ଲଗାଇଥାଏ।
ବିବାଦ, ନିୟନ୍ତ୍ରଣ କରୁଥିବା ଆଇନ ଏବଂ ନ୍ୟାୟକ୍ଷେତ୍ର
ଏହି ଚୁକ୍ତି ଅଧୀନରେ ଥିବା ଅଧିକାର ଓ ଦାୟିତ୍ୱ ଏବଂ ପକ୍ଷମାନଙ୍କର ସମ୍ପର୍କ ଓ ଏହି ବ୍ୟବହାରର ସର୍ତ୍ତାବଳୀ ଅଧୀନରେ କିମ୍ବା ସମ୍ବନ୍ଧରେ ଉପୁଜିଥିବା ସମସ୍ତ ମାମଲାର ବ୍ୟାଖ୍ୟା କରିବା ସମେତ ବୈଧତା, କାର୍ଯ୍ୟଦକ୍ଷତା କିମ୍ବା ସମାପ୍ତି, ଭାରତର ଆଇନ ଦ୍ୱାରା ଗଠିତ ଏବଂ ପରିଚାଳିତ ହେବ। ଆପୋଷ ବୁଝାମଣାରେ ଅବା ବିନା ପକ୍ଷପାତିତାରେ, PhonePe ସେବା/ PAର ବ୍ୟବହାର ସମ୍ବନ୍ଧୀୟ କିମ୍ବା ଅନ୍ୟ ମାମଲାଗୁଡ଼ିକର ବିଚାର କରିବା ପାଇଁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଥିବା ଅଦାଲତମାନଙ୍କର ସ୍ୱତନ୍ତ୍ର ଅଧିକାର ରହିବ।
ଆପଣଙ୍କ PhonePe ୱାଲେଟ୍ / eGVରେ ଅନଧିକୃତ ଟ୍ରାଞ୍ଜାକସନ ବ୍ୟତୀତ PhonePe ସେବା ସମ୍ବନ୍ଧୀୟ ଯେକୌଣସି ଘଟଣା ଘଟିବାର 30 ଦିନ ମଧ୍ୟରେ ବିବାଦ କିମ୍ବା ମତଭେଦ କିମ୍ବା ସମସ୍ୟା ହେଲେ, PhonePe PPI (“PhonePe ୱାଲେଟ୍”/”eGV”) ବ୍ୟବହାରର ସର୍ତ୍ତାବଳୀ ଅଧୀନରେ ଆପଣ ସମସ୍ୟା ଚିହ୍ନଟ କରି ରିପୋର୍ଟ କରିବେ ଏବଂ ଏହି ସର୍ତ୍ତାବଳୀ ଅଧୀନରେ ଏହି ବିବାଦଗୁଡ଼ିକର ତଦନ୍ତ କରାଯିବ।
ଅସ୍ୱୀକରଣ
ଏହି ନିରନ୍ତର ଇନୋଭେସନ ଏବଂ ଉନ୍ନତିର ଏକ ଅଂଶ ଭାବରେ, ଆମେ ବେଳେବେଳେ ଫିଚର ଏବଂ ବ୍ୟାବହାରିକ କାର୍ଯ୍ୟକୁ ଯୋଗ କରିପାରୁ କିମ୍ବା ହଟାଇ ଦେଇପାରୁ, ଆମର PhonePe ସେବାଗୁଡ଼ିକର ସୀମା ବୃଦ୍ଧି କିମ୍ବା ହ୍ରାସ କରିପାରୁ, ନୂତନ ସେବାଗୁଡ଼ିକ ପ୍ରଦାନ କରିବା ଆରମ୍ଭ କରିପାରୁ କିମ୍ବା PhonePe ପ୍ଲାଟଫର୍ମରେ ଥିବା ପୁରୁଣା ଅଫରକୁ ବନ୍ଦ କରିପାରୁ। ତୃତୀୟ ପକ୍ଷ ସେବା ପ୍ରଦାନକାରୀ କିମ୍ବା ବିଜିନେସ ପାର୍ଟନରଙ୍କ ଦ୍ୱାରା PhonePe ପ୍ଲାଟଫର୍ମରେ କୌଣସି ସେବା କିମ୍ବା ଅଫର ବନ୍ଦ ହେବା କାରଣରୁ ମଧ୍ୟ ଏଭଳି ଅଫର ଦିଆଯାଇପାରେ।
ଆମେ ଆମର ବାର୍ତ୍ତାଳାପର ରେକର୍ଡ ଏବଂ ନିରୀକ୍ଷଣ ଗୁଣବତ୍ତା ପାଇଁ ଆପଣଙ୍କ ସହିତ ଆମର ଆନୁଷ୍ଠାନିକ ଚୁକ୍ତିଗୁଡ଼ିକୁ ରେକର୍ଡ କିମ୍ବା ମନିଟର କରିପାରୁ।
ଆମ ପ୍ଲାଟଫର୍ମ ବ୍ୟବହାର କରି ଡାଉନଲୋଡ୍ ହୋଇଥିବା କିମ୍ବା ଅନ୍ୟ ଭାବରେ ପାଇଥିବା କୌଣସି ବିଷୟବସ୍ତୁ ଆପଣ ନିଜ ଇଚ୍ଛା ଓ ରିସ୍କ ଅନୁସାରେ ବ୍ୟବହାର କରନ୍ତି ଏବଂ ଆମେ ସୁନିଶ୍ଚିତ କରିପାରିବୁ ନାହିଁ ଯେ ଏଭଳି ଡକ୍ୟୁମେଣ୍ଟ କିମ୍ବା ବିଷୟବସ୍ତୁ ତ୍ରୁଟିପୂର୍ଣ୍ଣ କିମ୍ବା ଭାଇରସ ମୁକ୍ତ ଅଟେ ଏବଂ ଆପଣ ବୁଝନ୍ତି ଓ ସ୍ୱୀକାର କରନ୍ତି ଯେ ଏହି ପରି ବିଷୟବସ୍ତୁ ଡାଉନଲୋଡ୍ ହେବା ଦ୍ୱାରା ଡାଟାର କ୍ଷତି ପାଇଁ ଆପଣ ସମ୍ପୂର୍ଣ୍ଣ ଭାବେ ଦାୟୀ ଅଟନ୍ତି।
PhonePe ଏବଂ ତୃତୀୟ-ପକ୍ଷ ପାର୍ଟନରମାନେ ସେବାଗୁଡ଼ିକର ଗୁଣବତ୍ତା ବିଷୟରେ କୌଣସି ୱାରେଣ୍ଟି, ମତ କିମ୍ବା ସୂଚନା ଦିଅନ୍ତି ନାହିଁ, ଏଥିରେ ଏସବୁ ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ :
- ସେବାଗୁଡ଼ିକ ଆପଣଙ୍କ ଆବଶ୍ୟକତା ପୂରଣ କରିବ;
- ସେବାଗୁଡ଼ିକ ଅବ୍ୟାହତ, ସମୟାନୁସାରେ କିମ୍ବା ତ୍ରୁଟିମୁକ୍ତ ଭାବେ ମିଳିବ; କିମ୍ବା
- ସେବାଗୁଡ଼ିକ ସମ୍ବନ୍ଧରେ ଆପଣଙ୍କ ଦ୍ଵାରା ପ୍ରାପ୍ତ ଯେକୌଣସି ପ୍ରଡକ୍ଟ, ସୂଚନା କିମ୍ବା ମେଟେରିଆଲ ଆପଣଙ୍କର ଆବଶ୍ୟକତା ପୂରଣ କରିବ।
ଏଠାରେ ସ୍ପଷ୍ଟ ଭାବରେ ଦିଆଯାଇଥିବା ଏବଂ ଆଇନ ଦ୍ୱାରା ଅନୁମତି ପ୍ରାପ୍ତ ସମ୍ପୂର୍ଣ୍ଣ ସୀମା ବ୍ୟତୀତ, PhonePe ସେବାଗୁଡ଼ିକ “ଯେପରି ଅଛି”, “ଯେପରି ଉପଲବ୍ଧ ଅଛି” ଏବଂ “ସମସ୍ତ ତ୍ରୁଟି ସହିତ” ପ୍ରଦାନ କରାଯାଏ। ଏହିପରି ସମସ୍ତ ୱାରେଣ୍ଟି, ବର୍ଣ୍ଣନା, ସର୍ତ୍ତାବଳୀ, ପ୍ରତିଶ୍ରୁତି ଏବଂ ଚୁକ୍ତି, ମତ ପ୍ରକାଶ କରିବା ହେଉ କିମ୍ବା ସୂଚନା ଦେବା ଆଦି ଏଥିରୁ ବାଦ୍ ଦିଆଯାଇଛି। PhonePe ଦ୍ୱାରା ପ୍ରଦାନ କରାଯାଇଥିବା କିମ୍ବା ସାଧାରଣତଃ ଉପଲବ୍ଧ ଥିବା PhonePe ସେବା ଏବଂ ଅନ୍ୟ ସୂଚନାର ସଠିକତା, ସମ୍ପୂର୍ଣ୍ଣତା ଏବଂ ଉପାଦେୟତାକୁ ମୂଲ୍ୟାଙ୍କନ କରିବା ଆପଣଙ୍କ ଦାୟିତ୍ୱ ଅଟେ। ଆମେ କାହାକୁ ଆମ ତରଫରୁ କୌଣସି ୱାରେଣ୍ଟି ଦେବାକୁ ଅଧିକାର ଦେଉନାହୁଁ ଏବଂ ଏପରି କୌଣସି ବିବୃତ୍ତି ଉପରେ ଆପଣ ବିଶ୍ୱାସ କରିବା ଉଚିତ୍ ନୁହେଁ।
ଯଦି ଆପଣଙ୍କର ଅନ୍ୟ ପକ୍ଷମାନଙ୍କ ସହିତ ବିବାଦ ଅଛି, ତେବେ ଏଥିରୁ ସୃଷ୍ଟ ବା ସମ୍ବନ୍ଧିତ ପ୍ରତ୍ୟେକ ପ୍ରକାର ଓ ପ୍ରକୃତିର, ଜଣା ଓ ଅଜଣା, ଦାବି, ଡିମାଣ୍ଡ ଏବଂ କ୍ଷୟକ୍ଷତି (ବାସ୍ତବ ଓ ପରିଣାମଗତ)ରୁ PhonePe (ଏବଂ ଆମର ଆଫିଲିଏଟ ଏବଂ ଅଧିକାରୀ, ନିର୍ଦ୍ଦେଶକ, ଏଜେଣ୍ଟ ଏବଂ କର୍ମଚାରୀ)କୁ ମୁକ୍ତ କରନ୍ତି।
ସାଇଟମ୍ୟାପ୍
ଆପଣ ନିମ୍ନଲିଖିତ ଲିଙ୍କରେ ସାଇଟମ୍ୟାପ୍ ଆକ୍ସେସ କରିପାରିବେ।