Privacy Policy

PhonePe UPIର ବ୍ୟବହାରର ସର୍ତ୍ତାବଳୀ

Englishગુજરાતીதமிழ்తెలుగుमराठीമലയാളംঅসমীয়াবাংলাहिन्दीಕನ್ನಡଓଡ଼ିଆ
< Back
  • ଉପକ୍ରମ
  • ସଂଜ୍ଞା
  • ପଞ୍ଜିକରଣ
  • NRE/NRO ବ୍ୟାଙ୍କ ଆକାଉଣ୍ଟ ଲିଙ୍କ‍ ଥିବା UPI
  • ୟୁଜରମାନଙ୍କ ଦାୟିତ୍ୱ ଏବଂ ଆଇନଗତ ବାଧ୍ୟବାଧକତା
  • PhonePe UPI ମାଧ୍ୟମରେ ପେମେଣ୍ଟ
  • UPI - OS ନେଟିଭ ବାୟୋମେଟ୍ରିକ ଅଥେଣ୍ଟିକେସନ
  • UPI ଇଣ୍ଟରନ୍ୟାସନାଲ
  • UPI ଫରେନ ଇନୱାର୍ଡ ରେମିଟାନ୍ସ
  • UPI Lite
  • UPI- ATM – ଇଣ୍ଟେରପରେବଲ କାର୍ଡଲେସ ଟଙ୍କା ଉଠାଣ
  • PhonePe UPI ମାଧ୍ୟମରେ କ୍ରେଡିଟ ଲାଇନ
  • UPI ସର୍କଲ
  • UPI ଅଟୋପେ ଏବଂ ରିଜର୍ଭ ପେ
  • ଚାର୍ଜ
  • ଟ୍ରାଞ୍ଜାକସନ ମନିଟରିଂ
  • ଅଭିଯୋଗ ସମାଧାନ
  • କ୍ଷତି ପୂରଣ ଓ ଦାୟବଦ୍ଧତା
  • ସମାପ୍ତି ଏବଂ ଅନ୍ୟାନ୍ୟ କାର୍ଯ୍ୟ
  • ନିୟନ୍ତ୍ରଣ କରୁଥିବା ଆଇନ ଏବଂ ନ୍ୟାୟକ୍ଷେତ୍ର
  • ଅସ୍ୱୀକରଣ

ଏହି ଡକ୍ୟୁମେଣ୍ଟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଏବଂ ଏହା ଅଧୀନରେ ପ୍ରଣୀତ ନିୟମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଦ୍ୱାରା ସଂଶୋଧିତ ବିଭିନ୍ନ ନିୟମାବଳୀରେ ଇଲେକ୍ଟ୍ରୋନିକ ଡକ୍ୟୁମେଣ୍ଟ/ରେକର୍ଡ ସମ୍ବନ୍ଧୀୟ ସଂଶୋଧିତ ପ୍ରାବଧାନ ଅନୁଯାୟୀ ଇଲେକ୍ଟ୍ରୋନିକ ଚୁକ୍ତି ଆକାରରେ ଏକ ଇଲେକ୍ଟ୍ରୋନିକ ରେକର୍ଡ ଅଟେ। ଏହି ଡକ୍ୟୁମେଣ୍ଟ PhonePeର ସାଧାରଣ ବ୍ୟବହାରର ସର୍ତ୍ତାବଳୀ (“ସର୍ତ୍ତାବଳୀ”) ସହିତ ମିଳିତ ଭାବରେ ପଢ଼ାଯିବ ଯେଉଁଥିରେ PhonePeର ଗୋପନୀୟତା ନୀତି (“ଗୋପନୀୟତା ନୀତି”) ଏବଂ PhonePe ପ୍ଲାଟଫର୍ମରେ ଉପଲବ୍ଧ ଅନ୍ୟାନ୍ୟ ନୀତି/ସର୍ତ୍ତାବଳୀ ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ, ଯାହା ବିଭିନ୍ନ ସମୟରେ ସଂଶୋଧିତ ହୋଇପାରେ। ଏଠାରେ ବ୍ୟବହୃତ ହୋଇଥିବା କିନ୍ତୁ ଅନ୍ୟଥା ପରିଭାଷିତ ହୋଇନଥିବା ସମସ୍ତ କ୍ୟାପିଟାଲାଇଜଡ ଶବ୍ଦଗୁଡ଼ିକର ଅର୍ଥ ସର୍ତ୍ତାବଳୀରେ ସେଗୁଡ଼ିକ ପାଇଁ ନିର୍ଦ୍ଧାରିତ ଅର୍ଥ ହେବ।

ଉପକ୍ରମ

arrow icon

ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (“UPI”) ହେଉଛି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (“NPCI”) ଦ୍ୱାରା ନିର୍ମିତ ଏକ ପେମେଣ୍ଟ ପ୍ଲାଟଫର୍ମ ଯାହା ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟରେ କୌଣସି ଦୁଇ ପକ୍ଷର ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ (ନିମ୍ନରେ ବ୍ୟାଖ୍ୟା କରାଯାଇଛି) ମଧ୍ୟରେ ତୁରନ୍ତ ଅନଲାଇନ ପେମେଣ୍ଟକୁ ଅନୁମତି ଦେଇଥାଏ। UPI ଏହି ଅନଲାଇନ ପେମେଣ୍ଟକୁ ସହଜ କରିବା ପାଇଁ ଏକ ଆର୍କିଟେକଚର ଏବଂ ଷ୍ଟାଣ୍ଡାର୍ଡ API ସ୍ପେସିଫିକେସନର ଏକ ସେଟ ପ୍ରଦାନ କରେ। ଏହାର ଉଦ୍ଦେଶ୍ୟ ହେଉଛି ସମଗ୍ର NPCI ସିଷ୍ଟମର ସରଳୀକରଣ କରି ଗୋଟିଏ ଏକକ ଇଣ୍ଟରଫେସ ପ୍ରଦାନ କରିବା ସହିତ ଇଣ୍ଟରଅପରେବିଲିଟି ଏବଂ ଉନ୍ନତ ଗ୍ରାହକ ଅନୁଭୂତି ସୃଷ୍ଟି କରିବ।

PhonePe UPIର ବ୍ୟବହାରର ଏହି ଚୁକ୍ତି ଓ ସର୍ତ୍ତାବଳୀ (“UPI ToU”) UPI ଅଧୀନରେ ପେମେଣ୍ଟକୁ ନିୟନ୍ତ୍ରଣ କରିଥାଏ। UPI ହେଉଛି NPCI ଦ୍ୱାରା ବିକଶିତ ଏକ ପେମେଣ୍ଟ ସର୍ଭିସ ପ୍ଲାଟଫର୍ମ ଏବଂ NCPI 2008ରେ ତିଆରି ହୋଇଥିବା ଏକ ଅମ୍ବ୍ରେଲା ଅର୍ଗାନାଇଜେସନ ଅଟେ ଯାହା UPI ସେବାଗୁଡ଼ିକ ପାଇଁ ସେଟଲମେଣ୍ଟ/କ୍ଲିୟରିଂ ହାଉସ/ରେଗୁଲେଟୋରୀ ଏଜେନ୍ସି ଭାବରେ କାର୍ଯ୍ୟ କରେ। PhonePe ଆପ (ନିମ୍ନରେ ବ୍ୟାଖ୍ୟା କରାଯାଇଛି) ହେଉଛି UPIକୁ କନେକ୍ଟ କରୁଥିବା ଏକ ଆପ୍ଲିକେସନ ସଫ୍ଟୱେର, ଯାହା ବିଜ୍ଞାପିତ ପେମେଣ୍ଟ ସର୍ଭିସ ପ୍ରୋଭାଇଡର/PSP/PSP ବ୍ୟାଙ୍କ (ନିମ୍ନରେ ବ୍ୟାଖ୍ୟା କରାଯାଇଛି) ମାଧ୍ୟମରେ PhonePe ଲିମିଟେଡ (ଯାହା ପୂର୍ବରୁ PhonePe ପ୍ରାଇଭେଟ ଲିମିଟେଡ ନାମରେ ପରିଚିତ ଥିଲା) (“PhonePe/ଆମେ/ଆମର”) ଦ୍ୱାରା ଅଫର କରାଯାଉଛି, ଯାହା କମ୍ପାନୀ ଅଧିନିୟମ, 1956 ଅଧୀନରେ ଅନ୍ତର୍ଭୁକ୍ତ ଏକ କମ୍ପାନୀ, ଯାହାର ପଞ୍ଜିକୃତ କାର୍ଯ୍ୟାଳୟ ଅଫିସ-2, ଫ୍ଲୋର 5, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସଫ୍ଟଜୋନ, ବେଲାନ୍ଦୁର ଭିଲେଜ, ଭରଥୁର ହୋବଲି, ଆଉଟର ରିଙ୍ଗ ରୋଡ, ବାଙ୍ଗାଲୋର ସାଉଥ, ବାଙ୍ଗାଲୋର, କର୍ଣ୍ଣାଟକ, ଭାରତ, 560103ରେ ଅବସ୍ଥିତ। UPI ସେବା “PhonePe” ବ୍ରାଣ୍ଡ (“PhonePe UPI”) ଅଧୀନରେ ପ୍ରଦାନ କରାଯାଉଛି।

PhonePe ହେଉଛି NPCI ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ TPAP (ନିମ୍ନରେ ବ୍ୟାଖ୍ୟା କରାଯାଇଛି) ଯାହା ସ୍ପନସର PSP ବ୍ୟାଙ୍କ(ଗୁଡ଼ିକ) ଯଥା Yes ବ୍ୟାଙ୍କ ଲିମିଟେଡ, Axis ବ୍ୟାଙ୍କ ଲିମିଟେଡ ଏବଂ ICICI ବ୍ୟାଙ୍କ ଲିମିଟେଡ ମାଧ୍ୟମରେ ପେମେଣ୍ଟକୁ ସହଜ କରିଥାଏ। PhonePe ହେଉଛି UPI ପେମେଣ୍ଟ ଇକୋସିଷ୍ଟମରେ ଏକ ସେବା ପ୍ରଦାନକାରୀ ଆପ ଏବଂ ଆମେ PSP ବ୍ୟାଙ୍କ ମାଧ୍ୟମରେ UPIରେ ଅଂଶଗ୍ରହଣ କରିଥାଉ।

ଯଦି ସର୍ତ୍ତାବଳୀ କିମ୍ବା ଏହି UPI ToU ମଧ୍ୟରେ କୌଣସି ଅସଙ୍ଗତି ଦେଖାଦିଏ, ତେବେ ସେହି ଅସଙ୍ଗତି କ୍ଷେତ୍ରରେ UPI ToU ମାନ୍ୟ ହେବ। PhonePeର ୱେବସାଇଟ(ଗୁଡ଼ିକ) ଏବଂ/କିମ୍ବା PhonePe ଆପ(ଗୁଡ଼ିକ)ରେ ଏକ ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ କରି ଆମେ ଯେକୌଣସି ସମୟରେ UPI ToUକୁ ସଂଶୋଧନ କରିପାରୁ। ଏହି UPI ToUର ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ ହେବା ମାତ୍ରେ ତୁରନ୍ତ ଲାଗୁ ହେବ। PhonePe UPI ସେବାଗୁଡ଼ିକ ବ୍ୟବହାର କରିବା ଏବଂ ଅପଡେଟ/ପରିବର୍ତ୍ତନ ପାଇଁ ବିଭିନ୍ନ ସମୟରେ ଏହି UPI ToUର ସମୀକ୍ଷା କରିବା ଆପଣଙ୍କ ଦାୟିତ୍ୱ ଅଟେ। “ଆପଣ”, “ଆପଣଙ୍କ”, “ନିଜେ”, “ଏଣ୍ଡ ୟୁଜର”, “ଗ୍ରାହକ”, “ୟୁଜର”ର ଅର୍ଥ ସେହି ବ୍ୟକ୍ତି ଯିଏ ପେମେଣ୍ଟ ପ୍ରଦାନ କରିବା ଏବଂ ଗ୍ରହଣ କରିବା ପାଇଁ PhonePe ଆପ ମାଧ୍ୟମରେ PhonePe UPI ବ୍ୟବହାର କରନ୍ତି।

ସଂଜ୍ଞା

arrow icon

“ପ୍ରଯୁଜ୍ୟ ଆଇନ”ର ଅର୍ଥ ହେଉଛି ସମସ୍ତ ପ୍ରଯୁଜ୍ୟ ଆଇନ, ନୀତି, ନିୟମାବଳୀ , ନିର୍ଦ୍ଦେଶାବଳୀ , ବୈଧାନିକ କିମ୍ବା ସରକାରୀ ବିଜ୍ଞପ୍ତି ଯେଉଁଥିରେ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ, 1999 (“FEMA”), NPCI , ଭାରତୀୟ ରିଜର୍ଭ ବ୍ୟାଙ୍କ (“RBI”) କିମ୍ବା ଅନ୍ୟ କୌଣସି ନିୟାମକ ଦ୍ୱାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀ ଅନ୍ତର୍ଭୁକ୍ତ, ଯାହା UPI ସେବା ପ୍ରଦାନ ପାଇଁ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀଙ୍କ କ୍ଷେତ୍ରରେ ଲାଗୁ ହୁଏ ଏବଂ ଏହା ସହିତ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରଯୁଜ୍ୟ ନୀତି ଏବଂ ନିୟମାବଳୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାହେବ।

“ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ”ର ଅର୍ଥ ହେଉଛି କୌଣସି ବ୍ୟାଙ୍କ ଆକାଉଣ୍ଟ କିମ୍ବା କୌଣସି ନିୟନ୍ତ୍ରିତ ସଂସ୍ଥା ଦ୍ୱାରା ଅଫର କରାଯାଉଥିବା ଅନ୍ୟ କୌଣସି ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ ଯେଉଁଠାରେ ଟଙ୍କା ରଖାଯାଇପାରିବ, ଏବଂ/କିମ୍ବା ଟଙ୍କା ଡେବିଟ ଏବଂ କ୍ରେଡିଟ ହୋଇପାରିବ। PhonePe UPI ବ୍ୟବହାର କରି ଟ୍ରାଞ୍ଜାକସନ କରିବା ପାଇଁ ଏହି ଆକାଉଣ୍ଟଗୁଡ଼ିକ ଅତ୍ୟାବଶ୍ୟକ ଅଟେ।

“ବାୟୋମେଟ୍ରିକ କ୍ରେଡେନସିଆଲ”ର ଅର୍ଥ ହେଉଛି ଆପଣଙ୍କ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସିଆଲ ଫିଚର ପରି ଅନନ୍ୟ ଶାରୀରିକ ବୈଶିଷ୍ଟ୍ୟ ଯାହା PhonePe ଆପ ମାଧ୍ୟମରେ PhonePe UPI ବ୍ୟବହାର କରି କରାଯାଇଥିବା ପେମେଣ୍ଟକୁ ଅନୁମୋଦନ କରିବା ପାଇଁ ଆପଣଙ୍କ ପରିଚୟ ଯାଞ୍ଚ କରିବାକୁ ବ୍ୟବହାର କରାଯାଇପାରେ। ଏହି ବାୟୋମେଟ୍ରିକ କ୍ରେଡେନସିଆଲ ହେଉଛି ଆପଣଙ୍କ ଡିଭାଇସରେ ଆପଣଙ୍କ ଦ୍ୱାରା ଷ୍ଟୋର କରାଯାଇଥିବା କ୍ରେଡେନସିଆଲ।

“ଇସ୍ୟୁଅର(ଗୁଡ଼ିକ)”ର ଅର୍ଥ ହେଉଛି ବ୍ୟାଙ୍କ, ନନ-ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ ଏବଂ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ, ଯାହା RBI ଦ୍ୱାରା ନିୟନ୍ତ୍ରିତ, ଯାହା PhonePe UPIର ସୁବିଧା ପାଇବା ପାଇଁ ବ୍ୟବହୃତ ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ପେମେଣ୍ଟ ଆକାଉଣ୍ଟ ଜାରି, ଅଫର, ସକ୍ରିୟ କିମ୍ବା ପରିଚାଳନା କରେ।

“NPCI”ର ଅର୍ଥ ହେଉଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ, ଯାହା ଏକ RBI ଅନୁମୋଦିତ ପେମେଣ୍ଟ ସିଷ୍ଟମ ଅପରେଟର। UPI ପେମେଣ୍ଟ ସିଷ୍ଟମର ମାଲିକ ହେବା ସହିତ NPCI ତାହାକୁ ପରିଚାଳନା କରେ।

“ପେମେଣ୍ଟ ସର୍ଭିସ ପ୍ରୋଭାଇଡର/PSP/PSP ବ୍ୟାଙ୍କ”ର ଅର୍ଥ ହେଉଛି UPI ଫ୍ରେମୱାର୍କ ଅଧୀନରେ ପେମେଣ୍ଟ ସର୍ଭିସ ପ୍ରୋଭାଇଡର ଭାବରେ କାର୍ଯ୍ୟ କରିବା ପାଇଁ ଅଧିକୃତ ଏକ ବ୍ୟାଙ୍କିଂ କମ୍ପାନୀ। PSP ଏଣ୍ଡ ୟୁଜରଙ୍କୁ UPI ସେବା ପ୍ରଦାନ କରିବା ପାଇଁ TPAPମାନଙ୍କୁ ନିୟୋଜିତ କରିଥାଏ।

“PhonePe ଆକାଉଣ୍ଟ”ର ଅର୍ଥ ହେଉଛି ସେହି ଆକାଉଣ୍ଟ ଯାହା ଆପଣ PhonePe ସହିତ ସାଇନ-ଅପ/ପଞ୍ଜିକରଣ କରିବା ସମୟରେ ତିଆରି କରନ୍ତି। ଏହି ଆକାଉଣ୍ଟ ଆପଣଙ୍କୁ PhonePe ପ୍ଲାଟଫର୍ମ (ନିମ୍ନରେ ବ୍ୟାଖ୍ୟା କରାଯାଇଛି) ଆକ୍ସେସ କରିବାକୁ, PhonePe ସେବାଗୁଡ଼ିକ (ନିମ୍ନରେ ବ୍ୟାଖ୍ୟା କରାଯାଇଛି) ବ୍ରାଉଜ କରିବାକୁ, PhonePe UPI ବ୍ୟବହାର କରି ପେମେଣ୍ଟ କରିବାକୁ ଏବଂ PhonePe ଆପରେ ଆମ ଦ୍ୱାରା ସକ୍ରିୟ କରାଯାଇଥିବା ଅନ୍ୟାନ୍ୟ ଫିଚରଗୁଡ଼ିକୁ ଆକ୍ସେସ କରିବାକୁ ଅନୁମତି ଦିଏ।

“PhonePe ଆପ‍”ର ଅର୍ଥ ହେଉଛି ମର୍ଚାଣ୍ଟ ଏବଂ ସର୍ଭିସ ପ୍ରୋଭାଇଡରଙ୍କ ସମେତ ଏହାର ୟୁଜରଙ୍କୁ PhonePe ସେବା ପ୍ରଦାନ କରିବା ପାଇଁ PhonePe/PhonePeର ସଂସ୍ଥାଗୁଡ଼ିକ ଦ୍ୱାରା ହୋଷ୍ଟ କରାଯାଇଥିବା ମୋବାଇଲ ଆପ୍ଲିକେସନ(ଗୁଡ଼ିକ)।

“PhonePe ପ୍ଲାଟଫର୍ମ”ର ଅର୍ଥ ହେଉଛି PhonePe ଲିମିଟେଡ (ଯାହା ପୂର୍ବରୁ PhonePe ପ୍ରାଇଭେଟ ଲିମିଟେଡ ନାମରେ ପରିଚିତ ଥିଲା) କିମ୍ବା ଅନ୍ୟ କୌଣସି PhonePe ସଂସ୍ଥା ଦ୍ୱାରା ମାଲିକାନାରେ ଥିବା/ସଦସ୍ୟତା ନେଇଥିବା/ବ୍ୟବହାର କରୁଥିବା ଯେକୌଣସି ପ୍ଲାଟଫର୍ମ, ଯେଉଁଥିରେ ୱେବସାଇଟ, ମୋବାଇଲ ଆପ୍ଲିକେସନ, ଡିଭାଇସ, URL/ଲିଙ୍କ, ବିଜ୍ଞପ୍ତି, ଚାଟବଟ କିମ୍ବା ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମ ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ, ଯାହା ଏହାର ୟୁଜରଙ୍କୁ PhonePe ସେବା ଯୋଗାଇବା ପାଇଁ ବ୍ୟବହୃତ ହୁଏ।

“PhonePe ସେବାଗୁଡ଼ିକ” – PhonePe ଏବଂ/କିମ୍ବା PhonePeର କୌଣସି ସଂସ୍ଥା ଦ୍ୱାରା ବିସ୍ତାରିତ/ବିସ୍ତାରିତ ହେବାକୁ ଥିବା ସମସ୍ତ ସେବାକୁ ଅନ୍ତର୍ଭୁକ୍ତ କରିଥାଏ, ଯେଉଁଥିରେ ପ୍ରି-ପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (“PPIs”), ଗିଫ୍ଟ କାର୍ଡ, ପେମେଣ୍ଟ ଏଗ୍ରିଗେସନ/ଗେଟୱେ, ରିଚାର୍ଜ ଏବଂ ବିଲ ପେମେଣ୍ଟ, ବୀମା, ମ୍ୟୁଚୁଆଲ ଫଣ୍ଡ, ଡିଜିଟାଲ ଗୋଲ୍ଡ ଆଦି ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ।

“TPAP”ର ଅର୍ଥ ହେଉଛି ଥାର୍ଡ ପାର୍ଟି ଆପ୍ଲିକେସନ ପ୍ରୋଭାଇଡର, ଯାହା UPI ଆଧାରିତ ପେମେଣ୍ଟ ଟ୍ରାଞ୍ଜାକସନକୁ ସହଜ କରିବା ପାଇଁ ଏଣ୍ଡ-ୟୁଜରଙ୍କୁ UPIର ନୀତି ଓ ନିୟମମାବଳୀର ଅନୁପାଳନକାରୀ ଆପ(ଗୁଡ଼ିକ) ପ୍ରଦାନ କରୁଥିବା ଏକ ସଂସ୍ଥା।

“UPI ପିନ”ର ଅର୍ଥ ହେଉଛି ପର୍ସନାଲ ଆଇଡେଣ୍ଟିଫିକେସନ ନମ୍ବର ଯାହା ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟ ଡେବିଟ କରିବା ପାଇଁ ଇସ୍ୟୁଅରଙ୍କୁ ଅନୁମୋଦନ କରିବାକୁ ଜଣେ ୟୁଜର ଅଥରାଇଜେସନ କ୍ରେଡେନସିଆଲ ଭାବରେ ସେଟ କରନ୍ତି। ଏହା କେବଳ 4-6 ଅଙ୍କ ବିଶିଷ୍ଟ ଏକ ସଂଖ୍ୟାଗତ ପିନ ଅଟେ।

“UPI ନମ୍ବର”ର ଅର୍ଥ ହେଉଛି କୌଣସି UPI ହ୍ୟାଣ୍ଡେଲ (@PSP) ନଥିବା ଏକ 8-10 ଅଙ୍କ ବିଶିଷ୍ଟ ନମ୍ବର ଯାହାକୁ ଆପଣଙ୍କ VPA (ନିମ୍ନରେ ବ୍ୟାଖ୍ୟା କରାଯାଇଛି) ପାଇଁ ଏକ ପ୍ରକ୍ସି ଭାବରେ କାର୍ଯ୍ୟ କରିବା ପାଇଁ ଆପଣ ବାଛିପାରିବେ। ପୂର୍ବନିର୍ଦ୍ଧାରିତ ଭାବରେ, ଆପଣଙ୍କ 10 ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର କିମ୍ବା ଆପଣଙ୍କ ଦ୍ୱାରା ଚୟନ କରାଯାଇଥିବା ଅନ୍ୟ କୌଣସି 8-10 ଅଙ୍କ ବିଶିଷ୍ଟ ନମ୍ବରକୁ PhonePe ଦ୍ୱାରା ଆପଣଙ୍କ UPI ନମ୍ବର ଭାବରେ କନଫିଗର କରାଯାଇପାରିବ।

“VPA”ର ଅର୍ଥ ହେଉଛି NPCI ସହିତ ପଞ୍ଜିକୃତ ହୋଇଥିବା ଏକ ୟୁନିକ ଭର୍ଚୁଆଲ ପେମେଣ୍ଟ ଆକାଉଣ୍ଟ, ଯାହାକୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରାହୋଇପାରିବ।

ପଞ୍ଜିକରଣ

arrow icon

PhonePe ଆକାଉଣ୍ଟ ଥିବା ପଞ୍ଜିକୃତ ୟୁଜରଙ୍କୁ PhonePe ଆପ ମାଧ୍ୟମରେ PhonePe UPI ଅଫର କରାଯାଉଛି। PhonePe UPI ପଞ୍ଜିକରଣ ଓ ଆକ୍ସେସ କରିବାକୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ ସହ ନିଜର ସକ୍ରିୟ ମୋବାଇଲ ନମ୍ବର ଲିଙ୍କ ହେବା ଆବଶ୍ୟକ।

ପଞ୍ଜିକରଣ ପ୍ରକ୍ରିୟା ହେଉଛି ଏକ ଷ୍ଟାଣ୍ଡାର୍ଡ ପ୍ରକ୍ରିୟା ଯାହା UPI ନିର୍ଦ୍ଦେଶାବଳୀ ଅଧୀନରେ NPCI ଦ୍ୱାରା ପରିଭାଷିତ ଓ ନିୟନ୍ତ୍ରିତ ହୁଏ ଏବଂ ଏହା ବିଭିନ୍ନ ସମୟରେ ପରିବର୍ତ୍ତନ ହୋଇପାରେ। ଏକ TPAP ଭାବରେ PhonePe ବିଭିନ୍ନ ସମୟରେ NPCI ଦ୍ୱାରା ଅଧିସୂଚିତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ଉତ୍ତରଦାୟୀ ଅଟେ। ଆପଣ ବୁଝିଛନ୍ତି ଯେ, ପଞ୍ଜିକରଣ ପ୍ରକ୍ରିୟାରେ UPI ପ୍ଲାଟଫର୍ମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବା, ବୈଧ କରିବା, ପଞ୍ଜିକରଣ ଓ ଲିଙ୍କ କରିବା ଏବଂ ଏକ VPA ତିଆରି କରିବାକୁ ଆପଣଙ୍କ ମୋବାଇଲ ନେଟୱର୍କ ଆକ୍ସେସ କରି ଆପଣଙ୍କ ଫୋନରୁ ଏକ ସ୍ୱତନ୍ତ୍ର SMS ପଠାଯାଇଥାଏ।

ଯଦି ପ୍ରଯୁଜ୍ୟ ଆଇନ ଅନୁଯାୟୀ ଅନୁମତି ଦିଆଯାଇନଥାଏ, ତେବେ PhonePe ଆପଣଙ୍କ VPA ସହ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ ନମ୍ବରକୁ ଷ୍ଟୋର କରେ ନାହିଁ। ଏହା ବ୍ୟତୀତ, VPAକୁ ନିମ୍ନୋକ୍ତ କାର୍ଯ୍ୟଗୁଡ଼ିକ କରିବା ପାଇଁ ବ୍ୟବହାର କରାଯାଇପାରେ:

  • ଆପଣଙ୍କ PhonePe ଆପ ମାଧ୍ୟମରେ QR କୋଡ ବ୍ୟବହାର କରି ମର୍ଚାଣ୍ଟ ଲୋକେସନଗୁଡ଼ିକରେ ପେମେଣ୍ଟ କରିପାରିବେ।
  • ମର୍ଚାଣ୍ଟ ୱେବସାଇଟ/ଆପ ମାଧ୍ୟମରେ ଅନଲାଇନ ପେମେଣ୍ଟ କରିପାରିବେ।
  • PhonePe ସେବାଗୁଡ଼ିକର ବ୍ୟବହାର ପାଇଁ ପେମେଣ୍ଟ କରିପାରିବେ।

UPI ପଞ୍ଜିକରଣ ପ୍ରକ୍ରିୟାର ଏକ ଅଂଶ ଭାବରେ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିବରଣୀ, ଯେଉଁଥିରେ ଆପଣଙ୍କ ନାମ, ମୋବାଇଲ ନମ୍ବର ଏବଂ ବ୍ୟାଙ୍କିଂ ସୂଚନା ଅନ୍ତର୍ଭୁକ୍ତ, PSP ବ୍ୟାଙ୍କ ଏବଂ NPCI’ର ସୁରକ୍ଷିତ ଲାଇବ୍ରେରୀରେ ସେୟାର ହେବ ଓ ଏହାକୁ ପରିଚାଳନା କରାଯିବ ଏବଂ ଆପଣ ଏହି ସୂଚନା ସେୟାର କରିବାକୁ ସମ୍ମତି ଦିଅନ୍ତି, ଏବଂ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଏହି ଡାଟାକୁ ଷ୍ଟୋର, ବ୍ୟବହାର ଏବଂ ପରିଚାଳନା କରିବାକୁ PhonePe, PSP ବ୍ୟାଙ୍କ ଏବଂ NPCIକୁ ଅନୁମତି ପ୍ରଦାନ କରନ୍ତି।

ଏକାଧିକ VPA ଏବଂ ବ୍ୟାଙ୍କ ଆକାଉଣ୍ଟ:

PhonePe ଆପର ଜଣେ ପଞ୍ଜିକୃତ ୟୁଜର ଭାବେ, ଆପଣଙ୍କ ପାଖରେ PhonePe ଆପରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ ଲିଙ୍କ କରିବାର ବିକଳ୍ପ ରହିବ ଏବଂ ଏହିପରି ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟ ପାଇଁ ଅଲଗା ଅଲଗା VPA ସକ୍ରିୟ କରିବାର ବିକଳ୍ପ ରହିବ। ଆପଣ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସହିତ ଏକାଧିକ VPA ଲିଙ୍କ କରିପାରିବେ। ଟ୍ରାଞ୍ଜାକସନର ପ୍ରକ୍ରିୟାକରଣ ପାଇଁ ଆପଣଙ୍କ ପାଖରେ ଏକ ପ୍ରାଇମେରୀ VPA ଚୟନ କରିବାର ବିକଳ୍ପ ଅଛି, ତେବେ ଯେତେବେଳେ ପ୍ରାଇମେରୀ VPA ସର୍ଭରଗୁଡ଼ିକ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେତେବେଳେ ନିରବଚ୍ଛିନ୍ନ ଅନୁଭୂତି ପାଇଁ PhonePe ଦ୍ୱାରା ପ୍ରଦାନ କରାଯାଇଥିବା ସେକେଣ୍ଡାରୀ VPAଗୁଡିକ ସେତେବେଳେ ବ୍ୟବହାର କରାଯାଇପାରିବ। ଆପଣଙ୍କ ପାଖରେ ଆପଣଙ୍କର ଡିଫଲ୍ଟ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ ଏବଂ ପରିବର୍ତ୍ତନ କରିବାର ବିକଳ୍ପ ମଧ୍ୟ ଅଛି, ଯେଉଁଥିରେ ପ୍ରାପ୍ତ ଅର୍ଥ ଜମା କରାଯାଇପାରିବ। 

NRE/NRO ବ୍ୟାଙ୍କ ଆକାଉଣ୍ଟ ଲିଙ୍କ‍ ଥିବା UPI

arrow icon

ପ୍ରବାସୀ ଭାରତୀୟ (“NRI”) ୟୁଜରମାନେ ଭାରତର ବ୍ୟାଙ୍କ ଅଧିନରେ ଥିବା ନନ-ରେସିଡେଣ୍ଟ ଏକ୍ସଟର୍ନାଲ (“NRE”)/ନନ୍-ରେସିଡେଣ୍ଟ ଅର୍ଡିନାରି (“NRO”) ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ‍ କରାହୋଇଥିବା ସେମାନଙ୍କ ଅଣ-ଭାରତୀୟ ମୋବାଇଲ ନମ୍ବର ମାଧ୍ୟମରେ ରେଜିଷ୍ଟର କରି PhonePe ଆପ‍କୁ ବ୍ୟବହାର/ଆକ୍ସେସ କରିପାରିବେ। NRI ୟୁଜରଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ସେମାନଙ୍କ ଭାରତୀୟ NRE/NRO ବ୍ୟାଙ୍କ ଆକାଉଣ୍ଟ ପ୍ରଯୁଜ୍ୟ ଆଇନ ଅନୁଯାୟୀ ତିଆରି ହୋଇଛି ଏବଂ ପରିଚାଳିତ ହେଉଛି ଏବଂ ସେମାନେ ନିଜର KYCକୁ ସବୁବେଳେ ଅପଡେଟ ରଖିବେ। NRI ୟୁଜରଙ୍କ ବ୍ୟକ୍ତିଗତ ଏବଂ ପେମେଣ୍ଟ ଡାଟା ସମେତ ସମସ୍ତ ଡାଟା/ସୂଚନା ପ୍ରଯୁଜ୍ୟ ଆଇନ ଅନୁଯାୟୀ ଷ୍ଟୋର, ଆକ୍ସେସ ଏବଂ ପ୍ରକ୍ରିୟାନ୍ଵିତ କରାଯିବ।

ୟୁଜରମାନଙ୍କ ଦାୟିତ୍ୱ ଏବଂ ଆଇନଗତ ବାଧ୍ୟବାଧକତା

arrow icon

ଆପଣ PhonePe UPIରେ ପଞ୍ଜିକରଣ କରିବା, ବ୍ୟବହାର କରିବା ଏବଂ/କିମ୍ବା ଟ୍ରାଞ୍ଜାକସନ କରୁଥିବା ସମୟରେ ଆପଣଙ୍କୁ ନିମ୍ନଲିଖିତ ପଏଣ୍ଟଗୁଡ଼ିକୁ ସୁନିଶ୍ଚିତ କରିବା ଆବଶ୍ୟକ:

  1. ଆପଣ ସଠିକ ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ ଲିଙ୍କ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ ଅଟନ୍ତି।
  1. ଯେହେତୁ ଆପଣଙ୍କ ମୋବାଇଲ ନମ୍ବରକୁ ପ୍ରାଇମେରୀ ପରିଚୟକାରୀ ଭାବରେ ବିବେଚନା କରାଯାଏ, ତେଣୁ କୌଣସି ପରିବର୍ତ୍ତନ କ୍ଷେତ୍ରରେ PhonePe ଆପରେ ଲିଙ୍କ କରାହୋଇଥିବା ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟରେ ଆପଣଙ୍କ ମୋବାଇଲ ନମ୍ବରକୁ ଅପଡେଟ କରିବା ଆବଶ୍ୟକ।
  1. ଯଦି ଆପଣ ଆପଣଙ୍କ PhonePe ଆକାଉଣ୍ଟ ସହିତ ପଞ୍ଜିକୃତ ମୋବାଇଲ ନମ୍ବରକୁ ପରିବର୍ତ୍ତନ କରନ୍ତି, ତେବେ ଆପଣଙ୍କୁ PhonePe ସହ ଆପଣଙ୍କର ନୂଆ ମୋବାଇଲ ନମ୍ବରକୁ ଆଉଥରେ ପଞ୍ଜିକରଣ କରିବାକୁ ପଡ଼ିବ। ସେବାଟିକୁ ଆଉଥରେ ସକ୍ରିୟ କରିବାକୁ, ଆପଣଙ୍କୁ ଆପଣଙ୍କର ଇସ୍ୟୁଅରଙ୍କ ନିକଟରେ ମଧ୍ୟ ନୂଆ ମୋବାଇଲ ନମ୍ବରକୁ ପଞ୍ଜିକରଣ କରିବାକୁ ହେବ।
  1. OTP, UPI ପିନ ଏବଂ ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ ସମ୍ବନ୍ଧୀୟ ବିବରଣୀ ଗୋପନୀୟ ରଖିବା ପାଇଁ ଆପଣ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ। ଏପରି ତଥ୍ୟ ଅନ୍ୟମାନଙ୍କ ସହିତ ସେୟାର କରିବା ଦ୍ୱାରା ଅନଧିକୃତ ବ୍ୟବହାର ହୋଇପାରେ, ଯାହା ପାଇଁ PhonePe ଦାୟୀ ରହିବ ନାହିଁ।
  1. ଆପଣ PhonePe UPI ମାଧ୍ୟମରେ କରୁଥିବା ଏବଂ/କିମ୍ବା ଅନୁମୋଦିତ କରୁଥିବା ଯେକୌଣସି ପେମେଣ୍ଟ ଅନୁରୋଧ ଏବଂ PhonePe ଆପର ଯେକୌଣସି ବ୍ୟବହାରର ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିବେ, ଯେଉଁଥିରେ PhonePe ଆପରେ ପ୍ରଦାନ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ବିବରଣୀ, ହିତାଧିକାରୀ ଯୋଗ କରିବା, VPA ଟାଇପ ଏବଂ ସମୀକ୍ଷା କରିବା ଏବଂ ଉଦ୍ଦିଷ୍ଟ ଗ୍ରହଣକାରୀଙ୍କୁ ଯାଞ୍ଚ କରିବା ଅନ୍ତର୍ଭୁକ୍ତ ଏବଂ PhonePe ଆପରେ ଆପଣ ଦେଉଥିବା ତଥ୍ୟର ସଠିକତାକୁ ଆମେ ଯାଞ୍ଚ କରୁନାହୁଁ।
  1. ଆପଣ ରାଜି ହୁଅନ୍ତି ଯେ ଯଦି ଆପଣ ଏପରି କୌଣସି ସୂଚନା ପ୍ରଦାନ କରନ୍ତି ଯାହା ଅସତ୍ୟ ଅଟେ, ଭୁଲ ଅଟେ, ବର୍ତ୍ତମାନ କାର୍ଯ୍ୟକାରୀ ନୁହେଁ କିମ୍ବା ଅସମ୍ପୂର୍ଣ୍ଣ କିମ୍ବା ଏହି UPI ToU କିମ୍ବା ସର୍ତ୍ତାବଳୀ ଅନୁଯାୟୀ ଏପରି ସୂଚନା ଅସତ୍ୟ ଅଟେ, ଭୁଲ ଅଟେ, ବର୍ତ୍ତମାନ କାର୍ଯ୍ୟକାରୀ ନୁହେଁ କିମ୍ବା ଅସମ୍ପୂର୍ଣ୍ଣ ବୋଲି ସନ୍ଦେହ କରିବାକୁ ଆମର ଯୁକ୍ତିଯୁକ୍ତ ଆଧାର ଅଛି, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆପଣଙ୍କ PhonePe ଆକାଉଣ୍ଟ, କିମ୍ବା PhonePe ଆପ କିମ୍ବା PhonePe ସେବା କିମ୍ବା PhonePe UPIର ବ୍ୟବହାରର ଆକ୍ସେସକୁ ସ୍ଥଗିତ ଅଥବା ବନ୍ଦ ଅଥବା ବ୍ଲକ କରିବାର ଅଥବା ଆବଶ୍ୟକ ଅନୁଯାୟୀ ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଆମ ନିକଟରେ ସଂରକ୍ଷିତ ରହିବ।
  1. ଆମେ ସୁନିଶ୍ଚିତ କରିବୁ ଯେ ଆପଣଙ୍କ ଟ୍ରାଞ୍ଜାକସନ, ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ ବିବରଣୀ ଏବଂ ଆମ ପାଖରେ ଉପଲବ୍ଧ ଅନ୍ୟ ସମସ୍ତ ସମ୍ବେଦନଶୀଳ ବ୍ୟକ୍ତିଗତ ସୂଚନା ସମ୍ବନ୍ଧୀୟ ଆପଣଙ୍କର ସମସ୍ତ ଗୋପନୀୟ ଡାଟା ସୁରକ୍ଷିତ ଅଛି ଏବଂ ସର୍ବୋତ୍ତମ ଉପଲବ୍ଧ ସୁରକ୍ଷା ଷ୍ଟାଣ୍ଡାର୍ଡ ବ୍ୟବହାର କରି ଗୋପନୀୟ ରଖାଯାଇଛି। ଏହି UPI ToU ବ୍ୟତୀତ, ଆପଣଙ୍କ ଦ୍ୱାରା ସେୟାର କରାଯାଇଥିବା ସମସ୍ତ ଡାଟା/ସୂଚନା ମଧ୍ୟ ଆମର ଗୋପନୀୟତା ନୀତି ଅନୁଯାୟୀ ପରିଚାଳିତ ହେବ।
  1. ଆପଣ ରାଜି ହୁଅନ୍ତି ଯେ ଫଣ୍ଡ ଟ୍ରାନ୍ସଫର/UPI ଟ୍ରାଞ୍ଜାକସନ ସମ୍ପୂର୍ଣ୍ଣ ହେବାରେ କୌଣସି ବିଳମ୍ବ କିମ୍ବା ଆପଣଙ୍କ ଦ୍ୱାରା ଫଣ୍ଡ ଟ୍ରାନ୍ସଫର କାର୍ଯ୍ୟକାରୀ କରିବାରେ ତ୍ରୁଟି କାରଣରୁ କୌଣସି କ୍ଷତି ପାଇଁ PhonePe, PSP ବ୍ୟାଙ୍କ କିମ୍ବା UPI ପେମେଣ୍ଟ ସିଷ୍ଟମର ଅନ୍ୟ କୌଣସି ସିଷ୍ଟମ ଅଂଶଗ୍ରହଣକାରୀ ଦାୟୀ ରହିବେ ନାହିଁ।
  1. ଆପଣଙ୍କ ଟ୍ରାଞ୍ଜାକସନ ବାତିଲ ହେବା ଏବଂ ଅନ୍ୟ କିଛି ଚାର୍ଜ (ଇସ୍ୟୁଅରଙ୍କ ଦ୍ଵାରା ଲାଗୁ କରାଯାଇପାରୁଥିବା କୌଣସି ଚାର୍ଜ, ଯଦି କିଛି ଥାଏ)କୁ ଏଡ଼ାଇବା ପାଇଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ (ଗୁଡ଼ିକ)ରେ ପର୍ଯ୍ୟାପ୍ତ ଫଣ୍ଡ ଉପଲବ୍ଧ ରଖିବାକୁ ଆପଣ ସୁନିଶ୍ଚିତ କରିବା ଆବଶ୍ୟକ।
  1. ଆପଣ ରାଜି ହୁଅନ୍ତି ଏବଂ ବୁଝନ୍ତି ଯେ ଏକ ନିର୍ଦ୍ଧାରିତ ‘UPI ନମ୍ବର’ ବ୍ୟବହାର କରି ଫଣ୍ଡ ଗ୍ରହଣ କରିବା ପାଇଁ ଆପଣଙ୍କୁ ସକ୍ଷମ କରିବାକୁ NPCI ଦ୍ୱାରା ଆବଶ୍ୟକ ହେଉଥିବା ତଥା ‘ନ୍ୟୁମେରିକ UPI ଆଇଡି ମ୍ୟାପର’ ଉପରେ ସର୍କୁଲାର ପରି NPCI ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ପରିଚାଳିତ କେନ୍ଦ୍ରୀୟ ମ୍ୟାପର(ଗୁଡ଼ିକ)ରେ PhonePe ଆପଣଙ୍କୁ ଅନବୋର୍ଡ କରିବ। ଆପଣ ରାଜି ହୁଅନ୍ତି ଏବଂ ସମ୍ମତି ପ୍ରକାଶ କରନ୍ତି ଯେ NPCIର ନିର୍ଦ୍ଦିଷ୍ଟ ଏବଂ ଅନୁମୋଦିତ ଷ୍ଟ୍ରକଚର ମଧ୍ୟରେ, PhonePe ଆପରେ ଆପଣଙ୍କ ସ୍ପଷ୍ଟ ସମ୍ମତି ଭିତ୍ତିରେ, PhonePe ଆପଣଙ୍କ ତରଫରୁ NPCI ପରିଚାଳିତ କେନ୍ଦ୍ରୀୟ ମ୍ୟାପର(ଗୁଡ଼ିକ)ରେ ଆପଣଙ୍କର ଅନବୋର୍ଡିଂ କରିବ। ଏହି ପ୍ରକ୍ରିୟା NPCIର ନିର୍ଦ୍ଦେଶାବଳୀ ଅନୁସାରେ ହେବ, ଯେଉଁଥିରେ NPCI ସହିତ ଆପଣଙ୍କ UPI ବିବରଣୀ (UPI ସେବା ପ୍ରଦାନ କରିବା ପାଇଁ PhonePe ଦ୍ୱାରା ସଂଗ୍ରହ ଏବଂ ରକ୍ଷଣାବେକ୍ଷଣ କରାଯାଉଥିବା ତଥ୍ୟ)କୁ ସେୟାର କରିବା ଏବଂ PhonePe ଆପରେ ଆସାଇନ କରାହୋଇଥିବା ଆପଣଙ୍କ ପ୍ରାଇମେରୀ ବ୍ୟାଙ୍କ ଆକାଉଣ୍ଟ/VPAକୁ ଆପଣଙ୍କ UPI ନମ୍ବର ସହିତ ଲିଙ୍କ କରାଯିବା ଅନ୍ତର୍ଭୁକ୍ତ। ଏହା ଦ୍ୱାରା ଆପଣ ନିଜ UPI ନମ୍ବରରେ ପେମେଣ୍ଟ ଗ୍ରହଣ କରିପାରିବେ। PhonePe ଆପଣଙ୍କୁ PhonePe ଆପ୍ଲିକେସନରେ ପ୍ରୋସେସ ହୋଇଥିବା ଆପଣଙ୍କ UPI ନମ୍ବରର ମ୍ୟାପିଂକୁ ଡି-ଲିଙ୍କ କରିବାର ବିକଳ୍ପ ପ୍ରଦାନ କରିବ। ଏଥିସହ ଆପଣ ଅନ୍ୟ UPI ୟୁଜରଙ୍କଠାରୁ ଫଣ୍ଡ ଗ୍ରହଣ କରିବାକୁ ରାଜି ହୁଅନ୍ତି ଏବଂ ସମ୍ମତି ଦିଅନ୍ତି ଯେ PhonePe ଏହାର ପାର୍ଟନର PSP ବ୍ୟାଙ୍କ ମାଧ୍ୟମରେ ଆପଣଙ୍କ ଲିଙ୍କ ହୋଇଥିବା ପ୍ରାଇମେରୀ ବ୍ୟାଙ୍କ ଆକାଉଣ୍ଟକୁ ଏଭଳି ଫଣ୍ଡ ଟ୍ରାନ୍ସଫରର ଟ୍ରାଞ୍ଜାକସନକୁ ସହଜ କରିବ।
  1. କେତେକ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ, ଯଦି ଆପଣଙ୍କ UPI ନମ୍ବର NPCI ପରିଚାଳିତ କେନ୍ଦ୍ରୀୟ ମ୍ୟାପରରେ PhonePe ବ୍ୟତୀତ ଅନ୍ୟ କୌଣସି ବ୍ୟାଙ୍କ/ଥାର୍ଡ ପାର୍ଟି ଆପ୍ଲିକେସନ ପ୍ରଦାନକାରୀଙ୍କ ଦ୍ୱାରା ଜାରି କରାଯାଇଥିବା VPA (“ଥାର୍ଡ ପାର୍ଟି VPA”) ସହିତ ଲିଙ୍କ/ସଂରକ୍ଷିତ କରାହୋଇଛି, ତେବେ PhonePe ଏପରି ଥାର୍ଡ ପାର୍ଟି VPA ସହିତ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ଫଣ୍ଡ ସେଟେଲ କରିବ। ତଦନୁଯାୟୀ, ଯଦି ଆପଣଙ୍କ UPI ନମ୍ବରରେ ଏକ ଫଣ୍ଡ ଟ୍ରାନ୍ସଫର କରାଯାଏ, ଯାହା ଏକ ଥାର୍ଡ ପାର୍ଟି VPA ସହିତ ଲିଙ୍କ କରାହୋଇଛି, ତେବେ ସେହି ରାଶି ଥାର୍ଡ ପାର୍ଟି VPA ସହିତ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ସେଟେଲ କରାଯିବ।
  1. ଆପଣ ଆହୁରି ମଧ୍ୟ ସହମତ ହେଉଛନ୍ତି ଏବଂ ବୁଝୁଛନ୍ତି ଯେ PhonePe ଆପରେ ଯେକୌଣସି ସମୟରେ ଆପଣଙ୍କ ସ୍ପଷ୍ଟ ସମ୍ମତି ପ୍ରଦାନ କରି ଆପଣ ଆପଣଙ୍କ UPI ନମ୍ବରକୁ ଏକ ଥାର୍ଡ ପାର୍ଟି VPAରୁ PhonePe ଆପରେ ଆସାଇନ କରାହୋଇଥିବା VPAକୁ ପୋର୍ଟ କରିପାରିବେ ଏବଂ NPCI କେନ୍ଦ୍ରୀୟ ମ୍ୟାପରରେ ସେହି ଅନୁଯାୟୀ ପରିବର୍ତ୍ତନ କରିପାରିବେ।
  1. ଆପଣ ରାଜି ହୁଅନ୍ତି ଏବଂ ବୁଝନ୍ତି ଯେ ବାଲାନ୍ସ ଏନକ୍ୱାରି ଇତ୍ୟାଦି ପରି ଅଣ-ଆର୍ଥିକ ଉଦ୍ଦେଶ୍ୟରେ ଆପଣଙ୍କ UPI ବ୍ୟବହାର ଉପରେ NPCI ବ୍ୟବହାରର ସୀମା ଲାଗୁ କରିପାରେ। ଆପଣ ଏତଦ୍ଦ୍ୱାରା NPCI ଦ୍ୱାରା ଲାଗୁ କରାଯାଇଥିବା ଏପରି ସୀମାକୁ ପାଳନ କରିବାକୁ ରାଜି ହୁଅନ୍ତି।
  1. ପ୍ରଯୁଜ୍ୟ ଆଇନ ଅଧୀନରେ, PhonePe UPI ମାଧ୍ୟମରେ ପ୍ରକ୍ରିୟାକୃତ ସମସ୍ତ ଟ୍ରାଞ୍ଜାକସନ କ୍ଷେତ୍ରରେ PhonePe ଆପଣଙ୍କୁ କୌଣସି ଟଙ୍କା ରିଫଣ୍ଡ କରିବ ନାହିଁ ଏବଂ PhonePe UPI ମାଧ୍ୟମରେ ଆପଣଙ୍କ ଦ୍ୱାରା ହୋଇଥିବା ଟ୍ରାଞ୍ଜାକସନକୁ ଆପଣ ବାତିଲ କରିପାରିବେ ନାହିଁ।

PhonePe UPI ମାଧ୍ୟମରେ ପେମେଣ୍ଟ

arrow icon

PhonePe UPIକୁ ବ୍ୟକ୍ତିଙ୍କଠାରୁ ବ୍ୟକ୍ତିଙ୍କୁ ଟଙ୍କା ଟ୍ରାନ୍ସଫର କିମ୍ବା ଅଫଲାଇନ କିମ୍ବା ଅନଲାଇନ ମର୍ଚାଣ୍ଟଙ୍କଠାରୁ ପ୍ରଡକ୍ଟ ଏବଂ ସେବାଗୁଡ଼ିକୁ କ୍ରୟ କରିବା ପାଇଁ ବ୍ୟବହାର କରାଯାଇପାରିବ। ଯଦି PhonePe ଦ୍ୱାରା ଅନ୍ୟ କୌଣସି ନିର୍ଦ୍ଦେଶ ଦିଆଯାଇ ନଥାଏ, ତେବେ PhonePe UPI ବ୍ୟବହାର କରି ପେମେଣ୍ଟକୁ ଅଥରାଇଜ କରିବା ପାଇଁ ଆପଣଙ୍କ ମୋବାଇଲ/ଡିଭାଇସରେ UPI ପିନ ଦେବାକୁ ହେବ। ଯେକୌଣସି ଟ୍ରାଞ୍ଜାକସନ କରିବା ସମୟରେ ଆପଣ ଇଣ୍ଟରନେଟ ସହ କନେକ୍ଟ ହେବାକୁ ସୁନିଶ୍ଚିତ କରିବା ଆବଶ୍ୟକ, ଯଦି ଅନ୍ୟଥା ସକ୍ଷମ କରାଯାଇ ନଥାଏ। ତଥାପି, PhonePe ଦ୍ୱାରା ସମସ୍ତ ଟ୍ରାଞ୍ଜାକସନ ପାଇଁ ଏହି ସୁବିଧା ପ୍ରଦାନ କରାଯାଇନପାରେ।

PhonePe ପ୍ଲାଟଫର୍ମରେ PhonePe ସେବାଗୁଡ଼ିକ ପାଇଁ ପେମେଣ୍ଟ କରିବା ସମୟରେ ଆପଣ PhonePe UPI ବ୍ୟବହାର କରି ପେମେଣ୍ଟ କରିପାରିବେ।

ଯେଉଁଠାରେ PhonePe UPI ମର୍ଚାଣ୍ଟ ପେମେଣ୍ଟ ପାଇଁ ଆପଣଙ୍କ ପାଇଁ ଉପଲବ୍ଧ ପେମେଣ୍ଟ ବିକଳ୍ପ ମଧ୍ୟରୁ ଗୋଟିଏ ହୋଇଥାଏ, ସେଠାରେ PhonePe UPI ବ୍ୟବହାର କରି କ୍ରୟ କରାଯାଇଥିବା ପ୍ରଡକ୍ଟ/ସେବାଗୁଡ଼ିକ ପାଇଁ ଆମେ କୌଣସି ଦାୟିତ୍ୱ ଗ୍ରହଣ କରୁନାହୁଁ ଏବଂ ଏହାର କୌଣସି ଦାୟବଦ୍ଧତାକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରାଯାଇଥାଏ।

UPI ଟ୍ରାଞ୍ଜାକସନଗୁଡ଼ିକ ଟ୍ରାଞ୍ଜାକସନ ସୀମା ଅଧୀନରେ ଥାଏ ଯାହା PhonePe, ୟୁଜର, ଇସ୍ୟୁଅର, ପେମେଣ୍ଟ ଅଂଶଗ୍ରହଣକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇପାରେ କିମ୍ବା ପ୍ରଯୁଜ୍ୟ ଆଇନର ବ୍ୟବସ୍ଥା ଅନୁଯାୟୀ ନିର୍ଦ୍ଧାରଣ କରାଯାଇପାରେ। ଏହାବ୍ୟତୀତ, PhonePe, ଇସ୍ୟୁଅର, PSP ବ୍ୟାଙ୍କ କିମ୍ବା ଅନ୍ୟ ପେମେଣ୍ଟ ଅଂଶଗ୍ରହଣକାରୀମାନେ ମଧ୍ୟ ସେମାନଙ୍କର ନୀତି ଏବଂ ମୂଲ୍ୟାଙ୍କନ ଆଧାରରେ ଟ୍ରାଞ୍ଜାକସନକୁ (ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ) ପ୍ରତ୍ୟାଖ୍ୟାନ/ସ୍ଥଗିତ କରିପାରିବେ।

ଆମେ PhonePe ଆପର “ପୁରୁଣା ଟ୍ରାଞ୍ଜାକସନ” ବିଭାଗରେ ଆପଣଙ୍କ ଟ୍ରାଞ୍ଜାକସନ ବିବରଣୀ ଉପଲବ୍ଧ କରାଇବାକୁ ଚେଷ୍ଟା କରିବୁ। ଆପଣଙ୍କୁ ସମସ୍ତ ଟ୍ରାଞ୍ଜାକସନର ସମୀକ୍ଷା କରିବାକୁ ହେବ, ଏବଂ ଯଦି ଆପଣ କୌଣସି ତ୍ରୁଟି କିମ୍ବା ଅନଧିକୃତ ଟ୍ରାଞ୍ଜାକସନ ଚିହ୍ନଟ କରନ୍ତି, ତେବେ “ପୁରୁଣା ଟ୍ରାଞ୍ଜାକସନ” ବିଭାଗରୁ ସମ୍ପୃକ୍ତ ଟ୍ରାଞ୍ଜାକସନ ଚୟନ କରି କିମ୍ବା PhonePeର ଅଭିଯୋଗ ନୀତିରେ ବିସ୍ତୃତ ଭାବରେ ଦିଆଯାଇଥିବା ଅଭିଯୋଗ ସମାଧାନ ପ୍ରକ୍ରିୟା ଅନୁଯାୟୀ PhonePe ଗ୍ରାହକ ସହାୟତାକୁ ତୁରନ୍ତ ଜଣାଇବାକୁ ପଡ଼ିବ। ତେବେ ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଟ୍ରାଞ୍ଜାକସନଗୁଡ଼ିକ ଆପଣଙ୍କ ଇସ୍ୟୁଅରଙ୍କ ପାଖରେ ଆପଣଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ ଆଧାରରେ ରେକର୍ଡ କରାଯିବ, ଏବଂ ଆପଣଙ୍କୁ ସେହି ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ ମାଧ୍ୟମରେ ଆପଣଙ୍କ ଦ୍ୱାରା କରାଯାଇଥିବା UPI ଟ୍ରାଞ୍ଜାକସନ ସମ୍ବନ୍ଧରେ ଆପଣ ଆବଶ୍ୟକ କରୁଥିବା କୌଣସି ସୂଚନା/ରେକର୍ଡ/ଷ୍ଟେଟମେଣ୍ଟ ପାଇଁ ଆପଣଙ୍କ ଇସ୍ୟୁଅରଙ୍କ ସହ ଯୋଗାଯୋଗ କରିବାକୁ ହେବ।

UPI – OS ନେଟିଭ ବାୟୋମେଟ୍ରିକ ଅଥେଣ୍ଟିକେସନ

arrow icon

ଏକ ଫିଚର ଭାବରେ UPI- OS ନେଟିଭ ବାୟୋମେଟ୍ରିକ ଅଥେଣ୍ଟିକେସନ ୟୁଜରମାନଙ୍କୁ ବାୟୋମେଟ୍ରିକ କ୍ରେଡେନସିଆଲ ବ୍ୟବହାର କରି ଟ୍ରାଞ୍ଜାକସନ ଅନୁମୋଦନ କରିବା ମାଧ୍ୟମରେ UPI ପେମେଣ୍ଟ କରିବାର ସୁବିଧା ପ୍ରଦାନ କରିବ। ଏହି ପେମେଣ୍ଟ ପ୍ରକ୍ରିୟା ସାଧାରଣ UPI ଟ୍ରାଞ୍ଜାକସନ ପରି ହୋଇଥାଏ, କିନ୍ତୁ UPI ପିନ ବଦଳରେ ବାୟୋମେଟ୍ରିକ କ୍ରେଡେନସିଆଲ ବ୍ୟବହାର କରି ୟୁଜରଙ୍କ ଦ୍ୱାରା ଅନୁମୋଦନ କରାଯାଏ। ଏହି ଫିଚର କେବଳ ଚୟନିତ ଇସ୍ୟୁଅରଙ୍କ ଦ୍ୱାରା ଉପଲବ୍ଧ କରାଯାଇଛି, ଏବଂ ଯଦି ଆପଣଙ୍କ ଇସ୍ୟୁଅର ଏହି ଫିଚରକୁ ସକ୍ରିୟ କରିଛନ୍ତି ତେବେ ଆପଣ PhonePe ଆପରେ ଏହି ବିକଳ୍ପ ଦେଖିବାକୁ ପାଇବେ। ଏହି ଫିଚରର ବ୍ୟବହାର ପ୍ରଯୁଜ୍ୟ ଆଇନ ସହିତ ଆପଣଙ୍କ ଇସ୍ୟୁଅରଙ୍କ ଚୁକ୍ତି ଓ ସର୍ତ୍ତାବଳୀ, ଏବଂ ଏହି UPI ToU ଅଧୀନରେ ପରିଚାଳିତ ହେବ।

ଏହି ଫିଚର ବ୍ୟବହାର କରିବା ପାଇଁ ଆପଣଙ୍କୁ PhonePe ଆପର ସମ୍ପୃକ୍ତ ବିଭାଗରେ ଆପଣଙ୍କ UPI ପିନ ବ୍ୟବହାର କରି ଆପଣଙ୍କ ବାୟୋମେଟ୍ରିକ କ୍ରେଡେନସିଆଲଗୁଡ଼ିକୁ ସକ୍ରିୟ କରିବାକୁ ପଡିବ। ଏହି ଫିଚରଟି ସକ୍ରିୟ ହେବା ପରେ ଆପଣ ପ୍ରଯୁଜ୍ୟ ଆଇନର ନିର୍ଦ୍ଧାରିତ ସୀମା ଅଧୀନରେ ଆପଣଙ୍କ ବାୟୋମେଟ୍ରିକ କ୍ରେଡେନସିଆଲଗୁଡ଼ିକ ବ୍ୟବହାର କରି UPI ପେମେଣ୍ଟଗୁଡ଼ିକର ଅନୁମୋଦନ କରିପାରିବେ।

ଆପଣ ଆହୁରି ମଧ୍ୟ ବୁଝନ୍ତି ଯେ ଆପଣଙ୍କ ଡିଭାଇସରେ ଷ୍ଟୋର ହୋଇଥିବା ଯେକୌଣସି ବାୟୋମେଟ୍ରିକ କ୍ରେଡେନସିଆଲ UPI ଟ୍ରାଞ୍ଜାକସନକୁ ଅନୁମୋଦନ କରିବା ପାଇଁ ବ୍ୟବହାର କରାଯାଇପାରିବ, ଏବଂ ଆପଣଙ୍କ ବାୟୋମେଟ୍ରିକ କ୍ରେଡେନସିଆଲଗୁଡ଼ିକର ବ୍ୟବହାରକୁ ପରିଚାଳନା କରିବା ପାଇଁ ଆପଣ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ। ଆପଣଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ବାୟୋମେଟ୍ରିକ କ୍ରେଡେନସିଆଲଗୁଡ଼ିକ PhonePe; PSP ବ୍ୟାଙ୍କ; NPCI କିମ୍ବା ଅନ୍ୟ କୌଣସି ତୃତୀୟ ପକ୍ଷ ଦ୍ୱାରା ଆକ୍ସେସ କରାଯାଇପାରେ ନାହିଁ। ଏହି ବାୟୋମେଟ୍ରିକ କ୍ରେଡେନସିଆଲଗୁଡ଼ିକ କେବଳ ପ୍ରମାଣୀକରଣ ପାଇଁ ବ୍ୟବହୃତ ହୋଇଥାଏ ଏବଂ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଡିଭାଇସର ଅପରେଟିଂ ସିଷ୍ଟମ ଦ୍ୱାରା ସେଗୁଡ଼ିକର ପ୍ରକ୍ରିୟାକରଣ କରାଯାଏ।

PhonePe ଆପରେ ନିର୍ଦ୍ଧାରିତ ଷ୍ଟେପ/ପ୍ରକ୍ରିୟା ଅନୁସରଣ କରି ଆପଣ ଯେକୌଣସି ସମୟରେ ଏହି ଫିଚରକୁ ନିଷ୍କ୍ରିୟ ମଧ୍ୟ କରିପାରିବେ। ଯଦି ଆପଣ ଆପଣଙ୍କ ଡିଭାଇସ ପରିବର୍ତ୍ତନ କରନ୍ତି, କିମ୍ବା ଆପଣଙ୍କ ଡିଭାଇସରେ ପଞ୍ଜିକୃତ ହୋଇଥିବା ଆପଣଙ୍କ ବାୟୋମେଟ୍ରିକ କ୍ରେଡେନସିଆଲ ସଂଶୋଧନ କରନ୍ତି ତେବେ ଏହି ଫିଚର ସ୍ୱତଃ ନିଷ୍କ୍ରିୟ ହୋଇଯିବ। ଏପରି ନିଷ୍କ୍ରିୟ ହେବା ପରେ ଆପଣ PhonePe ଆପ ମାଧ୍ୟମରେ UPI- OS ନେଟିଭ ବାୟୋମେଟ୍ରିକ ଅଥେଣ୍ଟିକେସନ ଫିଚରକୁ ପୁନଃ ସକ୍ରିୟ କରିପାରିବେ।

UPI ଇଣ୍ଟରନ୍ୟାସନାଲ

arrow icon

ଯେଉଁଠି ସମ୍ଭବ ଏବଂ ନିର୍ଦ୍ଦିଷ୍ଟ କିଛି ଲୋକେସନରେ, UPI ଇଣ୍ଟରନ୍ୟାସନାଲ ଏକ ଫିଚର ଭାବରେ ବିଦେଶ ଯାତ୍ରା କରୁଥିବା ୟୁଜରମାନଙ୍କୁ ସେହି ଦେଶର ମର୍ଚାଣ୍ଟମାନଙ୍କୁ UPI ବ୍ୟବହାର କରି ପେମେଣ୍ଟ କରିବାକୁ ସୁବିଧା ପ୍ରଦାନ କରିବ। ଏହି ପେମେଣ୍ଟ ପ୍ରକ୍ରିୟା ସାଧାରଣ UPI ମର୍ଚାଣ୍ଟ ଟ୍ରାଞ୍ଜାକସନ ପରି ହୋଇଥାଏ, ଯେଉଁଠାରେ ଜଣେ ୟୁଜର ଏକ QR (UPI ଗ୍ଲୋବାଲ QR , ଲୋକାଲ QR, ଷ୍ଟାଟିକ କିମ୍ବା ଡାଇନାମିକ QR, ଯେଉଁଠି ଯେପରି ପ୍ରଯୁଜ୍ୟ ହୋଇପାରେ) ସ୍କାନ କରନ୍ତି, ଆମାଉଣ୍ଟ ଲେଖନ୍ତି ଏବଂ ଏହାକୁ UPI ପିନ ବ୍ୟବହାର କରି ଅନୁମୋଦନ କରନ୍ତି।

ଏହି ଫିଚରକୁ ବ୍ୟବହାର କରିବା ପାଇଁ, ୟୁଜରଙ୍କୁ UPI ପିନ ଜରିଆରେ ନିଜର ଇଣ୍ଟରନ୍ୟାସନାଲ ପେମେଣ୍ଟକୁ ଆକ୍ଟିଭେଟ କରିବାକୁ ହେବ। ଆକ୍ଟିଭେସନ ଯେକୌଣସି ସ୍ଥାନରୁ ଅର୍ଥାତ ଭାରତ ଭିତରେ କିମ୍ବା ଭାରତ ବାହାରୁ ମଧ୍ୟ କରାଯାଇପାରିବ। ଯଦି ୟୁଜର ଆକ୍ଟିଭେସନ ପୂର୍ବରୁ ଏକ ଇଣ୍ଟରନ୍ୟାସନାଲ QR ସ୍କାନ କରନ୍ତି, ତେବେ ସେମାନଙ୍କୁ ପ୍ରଥମେ UPI ଇଣ୍ଟରନ୍ୟାସନାଲ ଆକ୍ଟିଭେସନ ସମ୍ପୂର୍ଣ୍ଣ କରିବା ପରେ ସେମାନଙ୍କର ପେମେଣ୍ଟ ସମ୍ପୂର୍ଣ୍ଣ କରିବାକୁ କୁହାଯିବ। ୟୁଜରଙ୍କ ଅନୁରୋଧ ଆଧାରରେ, PhonePe ୟୁଜରଙ୍କ ଦ୍ୱାରା ଚୟନ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟକୁ UPI ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ ପାଇଁ ଆକ୍ଟିଭେଟ କରିବ। ଜଣେ ୟୁଜରଙ୍କ ଦ୍ୱାରା ସକ୍ରିୟ କରାହେବା ପରେ UPI ଇଣ୍ଟରନ୍ୟାସନାଲ କେବଳ 3 ମାସ ପର୍ଯ୍ୟନ୍ତ ସକ୍ରିୟ ରହିବ, ଅର୍ଥାତ, ଡିଫଲ୍ଟ ଭାବରେ 3 ମାସର ଅବଧି ଶେଷ ହେବା ପରେ ଆକ୍ଟିଭେସନ ନିଷ୍କ୍ରିୟ ହେବ। ୟୁଜର UPI ପିନ ପ୍ରମାଣୀକରଣ ପ୍ରକ୍ରିୟା ଜରିଆରେ 3 ମାସ ଶେଷ ହେବା ପୂର୍ବରୁ PhonePe ଆପରେ ନିଜ ସେଟିଂସରେ ଏହି ଫିଚରକୁ ଡିଆକ୍ଟିଭେଟ ମଧ୍ୟ କରିପାରିବେ। ଏପରି ଡିଆକ୍ଟିଭେସନ ପରେ ୟୁଜର ଯେକୌଣସି ସମୟରେ UPI ଇଣ୍ଟରନ୍ୟାସନାଲ ଫିଚରକୁ ଆଉଥରେ ଆକ୍ଟିଭେଟ କରିପାରିବେ।

ସମସ୍ତ UPI ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ ପାଇଁ, ଯେଉଁ ଦେଶରେ ଟ୍ରାଞ୍ଜାକସନ ହେଉଛି ସେହି ଦେଶର ସ୍ଥାନୀୟ ମୁଦ୍ରାରେ ଆମାଉଣ୍ଟ ଲେଖାଯିବ। ରିୟଲ ଟାଇମରେ, ବୈଦେଶିକ ମୁଦ୍ରା ଦର ଏବଂ ମାର୍କ ଅପ ଆଧାରରେ ଭାରତୀୟ ଟଙ୍କାରେ ମଧ୍ୟ ଏହି ଆମାଉଣ୍ଟ ଦେଖାଯିବ। PhonePe ଆପରେ ଥିବା ପୁରୁଣା ଟ୍ରାଞ୍ଜାକସନ ବିଭାଗରେ ପ୍ରତ୍ୟେକ ଟ୍ରାଞ୍ଜାକସନର ପେମେଣ୍ଟ ବିବରଣୀ ସହିତ UPI ଇଣ୍ଟରନ୍ୟାସନାଲ ପେମେଣ୍ଟର ଏକ ଚିହ୍ନଟ ରହିବ। UPI ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ ପାଇଁ ଆପଣଙ୍କ ଇସ୍ୟୁଅରଙ୍କ ଦ୍ୱାରା ଆଦାୟ କରାଯାଉଥିବା ଯେକୌଣସି ପ୍ରୋସେସିଂ ଫି’ ସମେତ ପ୍ରଯୁଜ୍ୟ ସମସ୍ତ ଚାର୍ଜ ପ୍ରଦାନ କରିବା ପାଇଁ ଆପଣ ସମ୍ମତି ଦିଅନ୍ତି।

UPI ଫରେନ ଇନୱାର୍ଡ ରେମିଟାନ୍ସ

arrow icon

UPI ଫରେନ ଇନୱାର୍ଡ ରେମିଟାନ୍ସ ଏକ ଫିଚର ଭାବରେ ଚୟନିତ ଦେଶରେ ଉପଲବ୍ଧ ଅଟେ ଏବଂ ଏହା ଚୟନିତ ଦେଶରେ ଥିବା ପେମେଣ୍ଟ କରୁଥିବା ବ୍ୟକ୍ତିଙ୍କଠାରୁ ସେମାନଙ୍କ ନିଜସ୍ୱ ମୋବାଇଲ ଆପ୍ଲିକେସନ ବ୍ୟବହାର କରି ପେମେଣ୍ଟ ଗ୍ରହଣ କରିବାରେ ଆପଣଙ୍କୁ ସାହାଯ୍ୟ କରିବ। PhonePe ଆପର “ଅନୁମତି” ବିଭାଗ ଅଧୀନରେ ଆପଣଙ୍କୁ ଏହି ଫିଚରକୁ ସକ୍ରିୟ କରିବାକୁ ପଡ଼ିବ। ଏହି ଫିଚରକୁ ସକ୍ରିୟ କରି ଆପଣ PhonePeର PSP ବ୍ୟାଙ୍କଗୁଡ଼ିକୁ VPA, ଆକାଉଣ୍ଟ ନମ୍ବର, ବ୍ୟାଙ୍କ ନାମ, IFSC କୋଡ ଇତ୍ୟାଦି ସମେତ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଆନ୍ତର୍ଜାତୀୟ ପେମେଣ୍ଟ/ରେମିଟାନ୍ସ ପାର୍ଟନରଙ୍କ ସହ ସେୟାର କରିବାକୁ ଆପଣଙ୍କ ସମ୍ମତି ପ୍ରଦାନ କରୁଛନ୍ତି ଯାହା ଦ୍ଵାରା ଆପଣଙ୍କ PhonePe ଆପ ମାଧ୍ୟମରେ ଆପଣ ଆନ୍ତଃସୀମା ପେମେଣ୍ଟ ପାଇପାରିବେ। ଆପଣଙ୍କ PhonePe ଆପରେ “ଅନୁମତି” ବିଭାଗ ମାଧ୍ୟମରେ ଆପଣ ଯେକୌଣସି ସମୟରେ ଆପଣଙ୍କ ସମ୍ମତି ପ୍ରତ୍ୟାହାର କରିପାରିବେ।

ଆପଣ ଆହୁରି ମଧ୍ୟ ବୁଝିଛନ୍ତି ଏବଂ ସମ୍ମତ ହୁଅନ୍ତି ଯେ ଫରେନ ଇନୱାର୍ଡ ରେମିଟାନ୍ସ ଉପରେ RBI ଦ୍ୱାରା ଜାରି କରାଯାଇଥିବା ଆଇନ ସମେତ ସମସ୍ତ ପ୍ରଯୁଜ୍ୟ ଆଇନ ପାଳନ କରିବାକୁ ଆପଣ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ।

UPI ଫରେନ ଇନୱାର୍ଡ ରେମିଟାନ୍ସ ସମ୍ବନ୍ଧୀୟ ଅସ୍ୱୀକରଣ ଏବଂ ଅତିରିକ୍ତ ସର୍ତ୍ତାବଳୀ: –

  • ସମସ୍ତ ଫରେନ ଇନୱାର୍ଡ ଟ୍ରାଞ୍ଜାକସନ ସମ୍ବନ୍ଧୀୟ ପୁରୁଣା ତଥ୍ୟ କେବଳ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଖାଯିବ। ଫରେନ ଇନୱାର୍ଡ ଟ୍ରାଞ୍ଜାକସନର ପୁରୁଣା ତଥ୍ୟ ଆପଣଙ୍କ PhonePe ଆପରେ ଦେଖାଯାଏ ନାହିଁ। କୌଣସି ଟ୍ରାଞ୍ଜାକ୍ସନ ସଫଳ କିମ୍ବା ବିଫଳ ହେବା କ୍ଷେତ୍ରରେ କୌଣସି କନଫର୍ମେସନ, ମେସେଜ, ଟ୍ରାଞ୍ଜାକ୍ସନ ଆଲର୍ଟ ପ୍ରଦାନ କରିବା ପାଇଁ PhonePe ଦାୟୀ ନୁହେଁ। ଏଭଳି କୌଣସି ପ୍ରଶ୍ନ କିମ୍ବା ଅଭିଯୋଗ ପାଇଁ ଦୟାକରି ଆପଣଙ୍କ ଇସ୍ୟୁଅରଙ୍କ ସହ ଯୋଗାଯୋଗ କରନ୍ତୁ।
  • ଆପଣ ଅର୍ଥ ହେରଫେର ନିରୋଧୀ ଏବଂ ଆତଙ୍କବାଦକୁ ଅର୍ଥ ଯୋଗାଣ ନିୟମ ଓ ନିର୍ଦ୍ଦେଶାବଳୀକୁ ନିଶ୍ଚିତ ଭାବରେ ପାଳନ କରିବେ।
  • PhonePe ଫରେନ ଇନୱାର୍ଡ ଟ୍ରାଞ୍ଜାକସନ ଅଧୀନରେ କୌଣସି ଟ୍ରାଞ୍ଜାକସନ କିମ୍ବା ପେମେଣ୍ଟ କରୁଥିବା ବ୍ୟକ୍ତିଙ୍କୁ ଯାଞ୍ଚ, ଚେକ କିମ୍ବା ମନିଟର କରେ ନାହିଁ।

ସମସ୍ତ ଫରେନ ଇନୱାର୍ଡ ଟ୍ରାଞ୍ଜାକସନ ପାଇଁ, ପେମେଣ୍ଟ କରୁଥିବା ବ୍ୟକ୍ତି ସେମାନଙ୍କ ସ୍ଥାନୀୟ ମୁଦ୍ରାରେ ପେମେଣ୍ଟ କରିବେ ଏବଂ ଆପଣ (ଅର୍ଥାତ ପେମେଣ୍ଟ ଗ୍ରହଣକାରୀ) କେବଳ ଭାରତୀୟ ମୁଦ୍ରାରେ ଗ୍ରହଣ କରିବେ। ଟ୍ରାଞ୍ଜାକସନର ମୂଲ୍ୟ ଆପଣଙ୍କ ରିସିଭିଂ ବ୍ୟାଙ୍କ ଆକାଉଣ୍ଟ/ଇସ୍ୟୁଅରଙ୍କ ପ୍ରଯୁଜ୍ୟ ମୁଦ୍ରା ବିନିମୟ ମୂଲ୍ୟ ଦ୍ୱାରା ନିର୍ଦ୍ଧାରଣ କରାଯିବ, ଏବଂ PhonePe ଉକ୍ତ ରୂପାନ୍ତରଣରେ କୌଣସି ପ୍ରକାରେ ଜଡ଼ିତ ନୁହେଁ। ଏ ସମ୍ବନ୍ଧରେ କୌଣସି ପ୍ରଶ୍ନ/ସମସ୍ୟା ପାଇଁ ଦୟାକରି ଆପଣଙ୍କ ଇସ୍ୟୁଅରଙ୍କ ସହ ଯୋଗାଯୋଗ କରନ୍ତୁ।

arrow icon

UPI Lite

arrow icon

ଭାରତୀୟ ରିଜର୍ଭ ବ୍ୟାଙ୍କ (“RBI”) ଏବଂ/କିମ୍ବା NPCI ଦ୍ୱାରା ସମୟ ସମୟରେ ଜାରି କରାଯାଇଥିବା ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ ସମେତ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଆପଣଙ୍କୁ PhonePe ଆପରେ ଆମେ ‘UPI Lite’ ସୁବିଧା ଉପଲବ୍ଧ କରିପାରୁ। UPI Lite ହେଉଛି NPCI ଦ୍ୱାରା ସକ୍ଷମ କରାଯାଇଥିବା କମ ପରିମାଣର ଟ୍ରାଞ୍ଜାକସନ ପାଇଁ ଏକ ‘ଅନ-ଡିଭାଇସ ୱାଲେଟ’। ସମସ୍ତ ଇସ୍ୟୁଅର UPI Liteକୁ ସକ୍ରିୟ/ସପୋର୍ଟ କରିପାରନ୍ତି ନାହିଁ। ଆପଣଙ୍କ PhonePe ଆପରେ ଲିଙ୍କ କରାହୋଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରୁ ଆପଣ କେବଳ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ UPI Lite (ଏହା ପରଠାରୁ ଏହା “UPI Lite ସୁବିଧା” ଭାବରେ ଉଲ୍ଲେଖିତ) ପାଇଁ ସକ୍ରିୟ କରିବାକୁ ସମର୍ଥ ହେବେ। ଆପଣ ରାଜି ଅଟନ୍ତି ଏବଂ ବୁଝୁଛନ୍ତି ଯେ UPI Lite ସୁବିଧା ପାଇବା ଏବଂ/କିମ୍ବା ବ୍ୟବହାର ଜାରି ରଖିବା ପାଇଁ, ଆପଣଙ୍କୁ ଆପଣଙ୍କ PhonePe ଆପରେ ଆପ୍ଲିକେସନ ଲକ ସୁବିଧାକୁ ସକ୍ରିୟ କରିବା ପାଇଁ PhonePeକୁ ଅନୁମତି ଦେବାକୁ ପଡିବ। ତଦନୁଯାୟୀ ତାହା ଯଦି ନିଷ୍କ୍ରିୟ ହୋଇଥାଏ, ତେବେ UPI Liteର ସୁବିଧା ବ୍ୟବହାର କରିବା କିମ୍ବା ବ୍ୟବହାର ଜାରି ରଖିବା ପାଇଁ ଆପଣଙ୍କୁ ତୁରନ୍ତ ଆପଣଙ୍କ ଫୋନ ସେଟିଂସକୁ ପରିବର୍ତ୍ତନ କରି PhonePe ଆପକୁ ଲକ କରିବା ପାଇଁ PhonePeକୁ ଅନୁମତି ପ୍ରଦାନ କରିବାକୁ ହେବ। ସକ୍ରିୟ ହେବା ପରେ ଆପଣ ଫେସ ଆଇଡି, ବାୟୋମେଟ୍ରିକ୍ସ, କିମ୍ବା PhonePe ଆପକୁ ସୁରକ୍ଷିତ କରିବା ପାଇଁ ଆପଣଙ୍କ ଦ୍ୱାରା ତିଆରି କରାଯାଇଥିବା ପାସକୋଡ ଇତ୍ୟାଦି ସମେତ ସକ୍ରିୟ କରିବାକୁ ଉଦ୍ଦିଷ୍ଟ ଯେକୌଣସି ମୋଡ ବ୍ୟବହାର କରି PhonePe ଆପକୁ ଅନଲକ କରିପାରିବେ।

UPI Lite ସୁବିଧାକୁ ସକ୍ରିୟ କରିବା ପାଇଁ, ଆପଣଙ୍କୁ PhonePe ଆପର ନିର୍ଦ୍ଦିଷ୍ଟ ବିଭାଗ ଉପରେ କ୍ଲିକ/ଟାପ କରିବାକୁ ହେବ ଏବଂ UPI Lite ସୁବିଧାରେ ପାଣ୍ଠି ଜମା କରିବାକୁ ହେବ। PhonePe ଆପର ନିର୍ଦ୍ଦିଷ୍ଟ ବିଭାଗ ଉପରେ କ୍ଲିକ/ଟାପ କରି ଆପଣ UPI Lite ସୁବିଧାକୁ ସକ୍ରିୟ କରିବାକୁ ଆପଣଙ୍କ ସମ୍ମତି ପ୍ରଦାନ କରନ୍ତି। କେବଳ ଆପଣଙ୍କ UPI ପିନ ବ୍ୟବହାର କରି PhonePe ଆପରେ UPI Lite ସହ ଲିଙ୍କ କରାହୋଇଥିବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଏହି ପାଣ୍ଠି ଯୋଡ଼ାଯାଇପାରିବ। PhonePe ଆପରେ UPI Lite ସୁବିଧା ମାଧ୍ୟମରେ ଆପଣ ପ୍ରତ୍ୟେକ ଟ୍ରାଞ୍ଜାକସନର ସ୍ଥିତିକୁ ଟ୍ରାକ କରିବା ପାଇଁ ସମର୍ଥ ହେବେ। ଆପଣ ଯେକୌଣସି ସମୟରେ UPI Liteରୁ ଆପଣଙ୍କ ଅବ୍ୟବହୃତ ବାଲାନ୍ସ ଉଠାଇ ପାରିବେ ଏବଂ PhonePe ଆପରେ UPI Lite ସହ ଲିଙ୍କ କରାହୋଇଥିବା ଆପଣଙ୍କର ସୋର୍ସ ବ୍ୟାଙ୍କ ଆକାଉଣ୍ଟକୁ ଫେରାଇ ନେଇପାରିବେ। UPI Liteରେ ଯୋଡ଼ା ଯାଇଥିବା ଯେକୌଣସି ଆମାଉଣ୍ଟ ସୁଧ ବିହୀନ ହେବ। UPI Lite ସୁବିଧା କେବଳ ଡେବିଟ ଟ୍ରାଞ୍ଜାକସନ ପାଇଁ ବ୍ୟବହାର କରାଯାଇପାରିବ। UPI Liteକୁ ସମସ୍ତ କ୍ରେଡିଟ ଟ୍ରାଞ୍ଜାକସନ (ରିଫଣ୍ଡ, ଇତ୍ୟାଦି ସମେତ) ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅନଲାଇନ ପ୍ରକ୍ରିୟାକରଣ କରାଯିବ। UPI Lite ସୁବିଧା ମାଧ୍ୟମରେ ପେମେଣ୍ଟ କରିବା ପାଇଁ, ଆପଣଙ୍କୁ UPI ପିନ ଦେବାକୁ ପଡ଼ିବ ନାହିଁ। ତେବେ UPI Lite ସୁବିଧା ଜରିଆରେ ଟ୍ରାଞ୍ଜାକସନ କରିବାରେ କିଛି ନିର୍ଦ୍ଦିଷ୍ଟ ଲିମିଟ ଲାଗୁ ହେବ। ପ୍ରଯୁଜ୍ୟ ଟ୍ରାଞ୍ଜାକସନ ଲିମିଟ ନିମ୍ନରେ ଦିଆଯାଇଛି, କିମ୍ବା ଏହା ସହିତ NPCI ଦ୍ୱାରା ସମୟ ସମୟରେ ଲିମିଟ ମଧ୍ୟ ନିର୍ଦ୍ଧାରଣ କରାଯାଇପାରେ:

  • UPI Lite ସୁବିଧା ବ୍ୟବହାର କରି ହେଉଥିବା ପ୍ରତ୍ୟେକ ଟ୍ରାଞ୍ଜାକସନର ସର୍ବୋଚ୍ଚ ଲିମିଟ ₹1000 ମଧ୍ୟରେ ସୀମିତ ରହିବ।
  • ଗୋଟିଏ ଦିନରେ UPI Lite ସୁବିଧା ବ୍ୟବହାର କରି ହେଉଥିବା ସମସ୍ତ ଟ୍ରାଞ୍ଜାକସନର ମୋଟ ମୂଲ୍ୟ ସର୍ବାଧିକ ₹10000ରେ ସୀମିତ ରହିବ।
  • UPI Liteରେ ଯେକୌଣସି ସମୟରେ ସର୍ବାଧିକ ବାଲାନ୍ସ ₹5000ରେ ସୀମିତ ରହିବ।

ଉପରୋକ୍ତ ଟ୍ରାଞ୍ଜାକସନ ଲିମିଟଗୁଡ଼ିକୁ କୌଣସି ଆଗୁଆ ବିଜ୍ଞପ୍ତି ବିନା ସଂଶୋଧନ କରାଯାଇପାରେ।

PhonePe ଆପରେ ନିର୍ଦ୍ଧାରିତ ଷ୍ଟେପ/ପ୍ରକ୍ରିୟା ଅନୁସରଣ କରି ଯେକୌଣସି ସମୟରେ UPI Lite ସୁବିଧାକୁ ନିଷ୍କ୍ରିୟ କରିବାର ଅଧିକାର ଆପଣଙ୍କୁ ମିଳିବ। UPI Lite ସୁବିଧା ନିଷ୍କ୍ରିୟ ହେବା ପରେ ଆପଣଙ୍କ ବାଲାନ୍ସ ଫଣ୍ଡ ଆପଣଙ୍କ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଆପେ ଆପେ କ୍ରେଡିଟ ହେବ।

ଗୋଟିଏ ଅପରେଟିଂ ସିଷ୍ଟମରୁ ଅନ୍ୟ ଏକ ଅପରେଟିଂ ସିଷ୍ଟମକୁ ଅର୍ଥାତ ଆଣ୍ଡ୍ରଏଡରୁ iOS କିମ୍ବା ଏହାର ବିପରୀତ ଭାବରେ ଆପଣଙ୍କ ମୋବାଇଲ ଡିଭାଇସ ବଦଳାଇବା ପୂର୍ବରୁ ଆପଣ PhonePe ଆପରେ ଦିଆଯାଇଥିବା ଷ୍ଟେପ ଅନୁଯାୟୀ ସେହି ମୋବାଇଲ ଡିଭାଇସରୁ UPI Lite ସୁବିଧାକୁ ନିଷ୍କ୍ରିୟ କରିବା ଆବଶ୍ୟକ। ଯଦି ଆପଣ ଆପଣଙ୍କ ମୋବାଇଲ ଡିଭାଇସକୁ ପୂର୍ବ ଡିଭାଇସର ଅପରେଟିଂ ସିଷ୍ଟମ ପରି ସମାନ ଅପରେଟିଂ ସିଷ୍ଟମରେ ପରିବର୍ତ୍ତନ କରୁଛନ୍ତି, ତେବେ ଏହି ଷ୍ଟେପର କୌଣସି ଆବଶ୍ୟକତା ନାହିଁ। ଯଦି ଆପଣ ପୁରୁଣା ମୋବାଇଲ ଡିଭାଇସରୁ UPI Lite ସୁବିଧାକୁ ନିଷ୍କ୍ରିୟ କରିବାରେ ବିଫଳ ହୁଅନ୍ତି, ତେବେ ଆପଣ ଆପଣଙ୍କ ନୂତନ ମୋବାଇଲ ଡିଭାଇସରେ ଆପଣଙ୍କ UPI Lite ସୁବିଧାର ଅବଶିଷ୍ଟ ବାଲାନ୍ସ ବ୍ୟବହାର କରିବାକୁ ସମର୍ଥ ହୋଇନପାରନ୍ତି ଏବଂ ଆପଣଙ୍କ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଆପଣଙ୍କ UPI Lite ସୁବିଧାର ଉପଲବ୍ଧ ବାଲାନ୍ସ ସ୍ଥାନାନ୍ତର କରିବା ପାଇଁ ଆପଣଙ୍କୁ ଆପଣଙ୍କ ଇସ୍ୟୁଅରଙ୍କ ସହ ଯୋଗାଯୋଗ କରିବାକୁ ପଡ଼ିବ। ଏଥିପାଇଁ PhonePe ଦାୟୀ ରହିବ ନାହିଁ।

UPI- ATM – ଇଣ୍ଟେରପରେବଲ କାର୍ଡଲେସ ଟଙ୍କା ଉଠାଣ

arrow icon

ଆମେ ଆପଣଙ୍କୁ ଏହି ସର୍ତ୍ତାବଳୀ ଆଧାରରେ ଚୟନିତ ଅଟୋମେଟେଡ ଟେଲର ମେସିନ (“ATMs”)ରେ କାର୍ଡଲେସ ଟଙ୍କା ଉଠାଇବା ସୁବିଧା (“ସୁବିଧା”)କୁ ଚୟନ କରିବାକୁ ସୁଯୋଗ ପ୍ରଦାନ କରିପାରୁ। ଏହି ସୁବିଧାଟି ପାଇବା ପାଇଁ, ଆପଣଙ୍କୁ ପ୍ରଯୁଜ୍ୟ ଆଇନ ଅଧୀନରେ ନିର୍ଦ୍ଦିଷ୍ଟ କିଛି ମାନଦଣ୍ଡ ଏବଂ/କିମ୍ବା ଇସ୍ୟୁଅରଙ୍କ ଦ୍ଵାରା ନିର୍ଦ୍ଧାରିତ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ, ଯଥା: (i) UPI-ATM ସୁବିଧା ପ୍ରଦାନ କରିବା ପାଇଁ ସକ୍ଷମ ହୋଇଥିବା କୌଣସି ଏକ ଯୋଗ୍ୟ ବ୍ୟାଙ୍କର ଗ୍ରାହକ ହେବା, (ii) ଏହି ସୁବିଧା ପାଇଁ ସକ୍ଷମ ହୋଇଥିବା ATM ବ୍ୟବହାର କରିବା; (iii) PhonePe UPIରେ ପଞ୍ଜିକରଣ କରିବା (ଏହି ସୁବିଧା ପାଇଁ ପେମେଣ୍ଟର ବିକଳ୍ପ ଭାବେ UPIକୁ ବ୍ୟବହାର କରିବା ପାଇଁ); ଏବଂ/କିମ୍ବା (iv) NPCI କିମ୍ବା RBI କିମ୍ବା ଇସ୍ୟୁଅର (ଯେଉଁଠି ଯେପରି ପ୍ରଯୁଜ୍ୟ ହୋଇପାରେ)ଙ୍କ ଦ୍ୱାରା ପରିଭାଷିତ କରାଯାଇଥିବା ଅନ୍ୟ କୌଣସି ମାନଦଣ୍ଡ ପୂରଣ କରିବା।

ଯଦି ଉପରୋକ୍ତ ମାନଦଣ୍ଡ ପୂରଣ ହୋଇଥାଏ, ଏବଂ ଆପଣ ଟଙ୍କା ଉଠାଇବା ପାଇଁ ଏପରି କୌଣସି ଏକ ଯୋଗ୍ୟ ATMରେ ଉପସ୍ଥିତ ଥାଆନ୍ତି, ତେବେ ଆପଣଙ୍କ ପାଖରେ ଏପରି ଯୋଗ୍ୟ ATMରେ “UPI ମାଧ୍ୟମରେ ଟଙ୍କା ଉଠାଣ” ଚୟନ କରିବା ଏବଂ ଉଠାଇବା ଆମାଉଣ୍ଟ ଲେଖିବାର ବିକଳ୍ପ ରହିବ। ଆବଶ୍ୟକ ଥିବା ଆମାଉଣ୍ଟ ଲେଖିବା ପରେ ATM ସ୍କ୍ରିନରେ ଥରେ ମାତ୍ର ବ୍ୟବହାର କରାଯାଇପାରୁଥିବା ଏକ ଡାଇନାମିକ QR କୋଡ ଦେଖାଯିବ। ଆପଣଙ୍କୁ ଆପଣଙ୍କ ପଞ୍ଜିକୃତ VPA ମାଧ୍ୟମରେ PhonePe ଆପ ବ୍ୟବହାର କରି QR କୋଡ ସ୍କାନ କରିବାକୁ ପଡିବ, ଏବଂ ଆପଣ କେଉଁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବେ ତାହା ଚୟନ କରିବାକୁ ପଡ଼ିବ।

ଉପରୋକ୍ତ ଚୟନ ପରେ ଆପଣଙ୍କୁ ଆପଣଙ୍କ PhonePe ଆପରେ ଆପଣଙ୍କ UPI ପିନ ବ୍ୟବହାର କରି ଟ୍ରାଞ୍ଜାକସନ ଅନୁମୋଦନ କରିବାକୁ କୁହାଯିବ। ସଫଳତାର ସହ ପ୍ରମାଣିକରଣ ହେବା ପରେ ଆପଣଙ୍କ PhonePe ଆପ‍ ଏବଂ ATM ମେସିନରେ ଏକ କନଫର୍ମେସନ ସ୍କ୍ରିନ ଦେଖାଯିବ। ଏହାପରେ ATMରୁ ଟଙ୍କା ବାହାରିବ ଏବଂ ଆପଣଙ୍କୁ ଟଙ୍କା ସଂଗ୍ରହ କରିବାକୁ ATM ସ୍କ୍ରିନରେ ଅନୁରୋଧ କରାଯିବ (ଏବଂ ଆପଣଙ୍କ ଇସ୍ୟୁଅର ବ୍ୟାଙ୍କ ଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଡେବିଟ ହୋଇଥିବା ବିଷୟରେ ଆପଣଙ୍କୁ ସୂଚିତ କରାଯିବ)।

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆପଣଙ୍କ ଟଙ୍କା ଡେବିଟ ହୋଇଛି ଏବଂ କୌଣସି କାରଣରୁ ଟ୍ରାଞ୍ଜାକସନ ବିଫଳ ହୋଇଛି, ତେବେ ଏହି ସମସ୍ୟାର ସମାଧାନ ପାଇଁ ଏବଂ/କିମ୍ବା ଆପଣଙ୍କ ଆକାଉଣ୍ଟରୁ ଡେବିଟ ହୋଇଥିବା ଏପରି ଟଙ୍କା ଫେରାଇବା ପାଇଁ ଆପଣଙ୍କୁ ଆପଣଙ୍କ ଇସ୍ୟୁଅରଙ୍କ ସହ ଯୋଗାଯୋଗ କରିବାକୁ ହେବ। ଏହି ସମ୍ବନ୍ଧରେ PhonePe ଦାୟବଧ୍ୟ କିମ୍ବା ଉତ୍ତରଦାୟୀ ରହିବ ନାହିଁ।

ଦୟାକରି ଧ୍ୟାନ ଦିଅନ୍ତୁ ଯେ, ATMରୁ ଟଙ୍କା ବାହାରିବା ଏବଂ ଆପଣ ତାହା ସଂଗ୍ରହ ନ କରିବା ପର୍ଯ୍ୟନ୍ତ ଆପଣ ATMକୁ ଛାଡ଼ି ଯାଇପାରିବେ ନାହିଁ। ଟଙ୍କା ଉଠାଇବା କ୍ଷେତ୍ରରେ ଆପଣ NPCI/RBI, କିମ୍ବା ଆପଣଙ୍କ ଇସ୍ୟୁଅରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଟଙ୍କା ଉଠାଇବାର ଟ୍ରାଞ୍ଜାକସନ ଲିମିଟ(ଗୁଡ଼ିକ) ଅଧୀନରେ ରହିବେ (ଯାହା ଆପଣଙ୍କୁ କୌଣସି ଆଗୁଆ ସୂଚନା ବିନା ସମୟ ସମୟରେ ସଂଶୋଧନ କରାଯାଇପାରେ)। ଏହା ସହିତ, ଆପଣ ଏହି ସୁବିଧା ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ଟ୍ରାଞ୍ଜାକସନକୁ ଆପଣଙ୍କ PhonePe ଆପରେ ଥିବା ପୁରୁଣା ଟ୍ରାଞ୍ଜାକସନ ବିଭାଗ ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଷ୍ଟେଟମେଣ୍ଟରେ ଦେଖିପାରିବେ।

ଆପଣ ରାଜି ହେଉଛନ୍ତି ଯେ: (i) PhonePe କେବଳ ଏହାର PhonePe ଆପ‍ ମାଧ୍ୟମରେ ଏହି ସୁବିଧା ପ୍ରଦାନ କରୁଛି ଏବଂ ଏହି ସୁବିଧା ପାଇଁ ଯୋଗ୍ୟ ATM ମେସିନଗୁଡ଼ିକ ସଂପର୍କରେ କୌଣସି ସୂଚନା PhonePe ପାଖରେ ରହିବ ନାହିଁ। ATMରେ ଏହି ସୁବିଧା ଅଛି କି ନାହିଁ ତାହା ଯାଞ୍ଚ କରିବା ଆପଣଙ୍କ ଦାୟିତ୍ୱ ହେବ; (ii) କନଫର୍ମେସନ (ସଫଳ ପ୍ରମାଣୀକରଣ ପରେ ଆପଣଙ୍କ PhonePe ଆପ‍ ଏବଂ ATM ମେସିନ ମାଧ୍ୟମରେ) ପରେ ଆପଣ ଟଙ୍କା ସଂଗ୍ରହ କରିବାକୁ ଦାୟୀ ରହିବେ ଏବଂ ପାଇଥିବା ଟଙ୍କାରେ (i) ମଇଳା ଦାଗ ନାହିଁ, ସେଗୁଡ଼ିକ କ୍ଷତିଗ୍ରସ୍ତ ହୋଇନାହିଁ କିମ୍ବା ନକଲି ନୁହେଁ ଏବଂ (ii) ଯେତିକି ଟଙ୍କା ଉଠାଇବାକୁ ଆପଣ ବାଛିଥିଲେ ସେତିକି ଟଙ୍କା ପାଇଛନ୍ତି ବୋଲି ଯାଞ୍ଚ କରିବେ। ଏହି ସମ୍ବନ୍ଧରେ PhonePe ଦାୟୀ ହେବ ନାହିଁ। ଦୟାକରି ଏହି ସୁବିଧାର ବ୍ୟବହାର ଏବଂ ଟଙ୍କା ଉଠାଣ ସମ୍ବନ୍ଧରେ ଯେକୌଣସି ସମସ୍ୟା ପାଇଁ ସିଧାସଳଖ ଆପଣଙ୍କ ଇସ୍ୟୁଅରଙ୍କ ନିକଟରେ ଅଭିଯୋଗ କରନ୍ତୁ।

PhonePe UPI ମାଧ୍ୟମରେ କ୍ରେଡିଟ ଲାଇନ

arrow icon

ଯଦି ଆପଣଙ୍କ ଇସ୍ୟୁଅର ଆପଣଙ୍କ ପାଇଁ କ୍ରେଡିଟ ଲାଇନ (“କ୍ରେଡିଟ ଲାଇନ”) ମଞ୍ଜୁର/ପ୍ରଦାନ କରିଛନ୍ତି, ତେବେ ଆମେ ଆପଣଙ୍କୁ ଏହି ସର୍ତ୍ତାବଳୀ ଅନୁଯାୟୀ PhonePe UPI ସହ ଏଭଳି କ୍ରେଡିଟ ଲାଇନ ଲିଙ୍କ କରିବାର ସୁବିଧା ପ୍ରଦାନ କରିପାରୁ। PhonePe UPIକୁ କ୍ରେଡିଟ ଲାଇନ ସହ ଲିଙ୍କ କରିବା ସମ୍ବନ୍ଧରେ, ଆପଣଙ୍କୁ PhonePe ଆପର ଆବଶ୍ୟକତା ଅନୁଯାୟୀ କେତୋଟି ନିର୍ଦ୍ଦିଷ୍ଟ ଷ୍ଟେପ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। PhonePe UPIରେ ଆପଣଙ୍କ କ୍ରେଡିଟ ଲାଇନ ସଫଳତାର ସହ ଲିଙ୍କ ହେବା ପରେ ଆପଣ କ୍ରେଡିଟ ଲାଇନ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଥିବା ଚୟନିତ ମର୍ଚାଣ୍ଟ(ମାନ)ଙ୍କୁ ପେମେଣ୍ଟ କରିବାକୁ ସମର୍ଥ ହେବେ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣ କେବଳ ସେହି କ୍ରେଡିଟ ଲାଇନକୁ ଆପଣଙ୍କ PhonePe UPI ସହିତ ଲିଙ୍କ କରିବାକୁ ସମର୍ଥ ହେବେ ଯାହା ଆପଣଙ୍କ PhonePe ଆକାଉଣ୍ଟ ସହିତ ଲିଙ୍କ କରାହୋଇଥିବା ଆପଣଙ୍କ ମୋବାଇଲ ନମ୍ବର ସହିତ ଜଡ଼ିତ।

PhonePe ଆପର ସମ୍ପୃକ୍ତ ବିଭାଗରେ ଆପଣ ଏହି ସୁବିଧା ପାଇଁ PhonePe ଦ୍ୱାରା ସକ୍ଷମ ହୋଇଥିବା ଇସ୍ୟୁଅରଙ୍କ ତାଲିକା ଦେଖିବାକୁ ସମର୍ଥ ହେବେ। ଆପଣଙ୍କୁ କ୍ରେଡିଟ ଲାଇନ ମଞ୍ଜୁର କରିଥିବା ଇସ୍ୟୁଅରଙ୍କୁ ଆପଣ ଚୟନ କରିବା ପରେ PhonePe ଆପଣଙ୍କ କ୍ରେଡିଟ ଲାଇନର ବିବରଣୀ ଖୋଜି ଆଣିବ। ଏହି ଉଦ୍ଦେଶ୍ୟରେ, ଆପଣ ସହମତ ହୁଅନ୍ତି ଯେ ଆପଣଙ୍କ ମୋବାଇଲ ନେଟୱର୍କ ଆପଣଙ୍କ କ୍ରେଡିଟ ଲାଇନ ସମ୍ବନ୍ଧୀୟ ବିବରଣୀ ଯାଞ୍ଚ କରିବାକୁ ଆପଣଙ୍କ ଫୋନ ବ୍ୟବହାର କରି ଏକ SMS ପଠାଇପାରେ, ଏବଂ ଷ୍ଟାଣ୍ଡାର୍ଡ SMS ଚାର୍ଜ ଲାଗୁ ହୋଇପାରେ। ଆବଶ୍ୟକ ଷ୍ଟେପଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ସେହି କ୍ରେଡିଟ ଲାଇନ ସମ୍ବନ୍ଧରେ ଏକ ୟୁନିକ VPA ଜେନେରେଟ ହେବ ଏବଂ ଉକ୍ତ କ୍ରେଡିଟ ଲାଇନ ଆପଣଙ୍କ PhonePe ଆପ ସହିତ ଲିଙ୍କ ହେବ। ଉପରୋକ୍ତ ପଦ୍ଧତିରେ PhonePe ଆପରେ PhonePe UPIକୁ ଆପଣଙ୍କ ଇସ୍ୟୁଅରଙ୍କ ଦ୍ୱାରା ମଞ୍ଜୁର କରାହୋଇଥିବା ଏକାଧିକ କ୍ରେଡିଟ ଲାଇନ ସହ ଯୋଡ଼ିବାର ବିକଳ୍ପ ଆପଣଙ୍କ ପାଖରେ ରହିବ।

ଏକ VPA ତିଆରି ହେବା ପରେ PhonePe ଆପ ସହ ଲିଙ୍କ କରାହୋଇଥିବା ଆପଣଙ୍କ କ୍ରେଡିଟ ଲାଇନରେ ଏକ UPI ପିନ ସେଟ କରିବାକୁ ଆପଣ PhonePe ଦ୍ୱାରା ସକ୍ଷମ କରାଯାଇଥିବା ମୋଡ(ଗୁଡ଼ିକ) ଚୟନ କରିପାରିବେ। PhonePe ଆପରେ ଲିଙ୍କ କରାହୋଇଥିବା କ୍ରେଡିଟ ଲାଇନ ପାଇଁ ଏକ UPI ପିନ ସେଟ କରିବାକୁ ଚୟନ କରାଯାଇଥିବା ମୋଡ ଆଧାରରେ PhonePe ଆପଣଙ୍କୁ କ୍ରେଡିଟ ଲାଇନ ସହ ସମ୍ବନ୍ଧିତ ବିବରଣୀ ଯାଞ୍ଚ କରିବାକୁ କହିପାରେ, ଯେଉଁଥିରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ଡେବିଟ କାର୍ଡ ଇତ୍ୟାଦିର ବିବରଣୀ ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ, ଏବଂ ଏହାପରେ PhonePe ଆପରେ ଲିଙ୍କ କରାହୋଇଥିବା ଆପଣଙ୍କ କ୍ରେଡିଟ ଲାଇନ ପାଇଁ ଆପଣ ଏକ UPI ପିନ ସେଟ କରିପାରିବେ।

କ୍ରେଡିଟ ଲାଇନ ପେମେଣ୍ଟ(ଗୁଡ଼ିକୁ) ଗ୍ରହଣ କରୁଥିବା ଚୟନିତ ମର୍ଚାଣ୍ଟ(ମାନ)ଙ୍କୁ PhonePe UPI ବ୍ୟବହାର କରି ପେମେଣ୍ଟ କରିବା ପାଇଁ, ଆପଣଙ୍କୁ ଆପଣଙ୍କର UPI ପିନ ଏଣ୍ଟର କରି କିମ୍ବା ଆପଣଙ୍କ ବାୟୋମେଟ୍ରିକ କ୍ରେଡେନସିଆଲ ବ୍ୟବହାର କରି ଏହିପରି ପେମେଣ୍ଟକୁ ଅନୁମତି ଦେବାକୁ ହେବ। ଆପଣ ସହମତ ହେଉଛନ୍ତି ଯେ PhonePe UPI ସହିତ ଲିଙ୍କ ହୋଇଥିବା ଆପଣଙ୍କର କ୍ରେଡିଟ ଲାଇନ କେବଳ ଅନୁମୋଦିତ ମର୍ଚାଣ୍ଟଙ୍କୁ ପେମେଣ୍ଟ ପ୍ରଦାନ କରିବା ପାଇଁ ବ୍ୟବହାର କରାଯାଇପାରିବ, ଏବଂ ଅନ୍ୟ କୌଣସି ପେମେଣ୍ଟ(ଗୁଡ଼ିକ) ପ୍ରଦାନ କରିବାରେ ବ୍ୟବହାର କରାଯାଇପାରିବ ନାହିଁ (ଯାହା ମଧ୍ୟରେ ବ୍ୟକ୍ତିବିଶେଷଙ୍କୁ ଟଙ୍କା ଟ୍ରାନ୍ସଫର, ବ୍ୟାଙ୍କ ଆକାଉଣ୍ଟ ଟ୍ରାନ୍ସଫର/ଟଙ୍କା ଉଠାଇବା ଆଦି ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ)।

ଆହୁରି ମଧ୍ୟ, ଆପଣ ସହମତ ହେଉଛନ୍ତି ଯେ ଆପଣ ନିମ୍ନୋକ୍ତ ବିଷୟଗୁଡ଼ିକ ପାଳନ କରିବେ: (i) ଆପଣଙ୍କର ଇସ୍ୟୁଅରଙ୍କ ଦ୍ଵାରା ମ୍ୟାଣ୍ଡେଟ ହୋଇଥିବା କ୍ରେଡିଟ ଲାଇନର ଲିମିଟ, (ii) UPI ଟ୍ରାଞ୍ଜାକସନ ପାଇଁ ପ୍ରଯୁଜ୍ୟ ଯେକୌଣସି ଟ୍ରାଞ୍ଜାକସନ ଲିମିଟ(ଗୁଡ଼ିକ); ଏବଂ (iii) ଆପଣଙ୍କ କ୍ରେଡିଟ ଲାଇନ/ଇସ୍ୟୁଅରଙ୍କ ଚୁକ୍ତି ଓ ସର୍ତ୍ତାବଳୀ।

ଏହା ସହିତ, ଆପଣଙ୍କ ପାଖରେ PhonePe ଆପ ମାଧ୍ୟମରେ ଆପଣଙ୍କର ଲିଙ୍କ ହୋଇଥିବା କ୍ରେଡିଟ ଲାଇନରେ ‘ଉପଲବ୍ଧ କ୍ରେଡିଟ ଲାଇନ ବାଲାନ୍ସ’ ଯାଞ୍ଚ କରିବାର ବିକଳ୍ପ ରହିବ। ଆପଣ ବୁଝିଛନ୍ତି ଯେ ଏହି ସୁବିଧା ଅଧୀନରେ, ଆମେ ଆପଣଙ୍କ ଇସ୍ୟୁଅରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ‘ଉପଲବ୍ଧ କ୍ରେଡିଟ ଲାଇନ ବାଲାନ୍ସ’ ‘ଯେପରି ଅଛି ସେହିପରି’ ପ୍ରଦର୍ଶନ କରିବୁ, ଏବଂ ସେ ସମ୍ବନ୍ଧରେ କୌଣସି ଅସଙ୍ଗତି, ତ୍ରୁଟି (ଗୁଡ଼ିକ), ଭୁଲ ପାଇଁ ଆମେ କୌଣସି ଦାୟିତ୍ୱ/ଉତ୍ତରଦାୟିତ୍ୱ ଗ୍ରହଣ କରିବୁ ନାହିଁ। ଆପଣ PhonePe ଆପର ‘ପୁରୁଣା ଟ୍ରାଞ୍ଜାକସନ’ ବିଭାଗ ଅଧୀନରେ PhonePe UPI ସହ ଲିଙ୍କ କରାହୋଇଥିବା କ୍ରେଡିଟ ଲାଇନ ମାଧ୍ୟମରେ ହୋଇଥିବା ପୁରୁଣା ପେମେଣ୍ଟ(ଗୁଡ଼ିକ)ମଧ୍ୟ ଦେଖିପାରିବେ।

ଆପଣ ଏଥିରେ ସହମତ ହେଉଛନ୍ତି ଯେ: 

  1. ଆପଣ ଏବଂ ଇସ୍ୟୁଅରଙ୍କ ମଧ୍ୟରେ ସହମତି ଭିତ୍ତିରେ ହୋଇଥିବା ଚୁକ୍ତିର ସର୍ତ୍ତାବଳୀ ଆଧାରରେ ଆପଣଙ୍କ ଇସ୍ୟୁଅରଙ୍କ ଦ୍ୱାରା କ୍ରେଡିଟ ଲାଇନ ପ୍ରଦାନ କରାହୋଇଛି। କ୍ରେଡିଟ ଲାଇନ ସମ୍ବନ୍ଧରେ ଆପଣଙ୍କ ଯୋଗ୍ୟତା କିମ୍ବା ଯୋଗ୍ୟତା ମାନଦଣ୍ଡ ନିର୍ଣ୍ଣୟ କରିବାରେ କିମ୍ବା କ୍ରେଡିଟ ଲିମିଟକୁ ପରିଭାଷିତ କରିବାରେ ଏବଂ/କିମ୍ବା ସେ ସମ୍ବନ୍ଧରେ କୌଣସି ରିସ୍କ ବିଷୟରେ PhonePeର କୌଣସି ଭୂମିକା ନାହିଁ। PhonePe କେବଳ PhonePe ଆପ ମାଧ୍ୟମରେ PhonePe UPI ସହିତ ଆପଣଙ୍କ କ୍ରେଡିଟ ଲାଇନ ଲିଙ୍କ କରିବାକୁ ଆପଣଙ୍କୁ ସୁବିଧା ପ୍ରଦାନ କରୁଛି, ଏବଂ ଆପଣ ତଥା ଆପଣଙ୍କ ଇସ୍ୟୁଅରଙ୍କ ମଧ୍ୟରେ ସହମତି ଭିତ୍ତିରେ ହୋଇଥିବା ଚୁକ୍ତିର ସର୍ତ୍ତାବଳୀ(ଗୁଡ଼ିକ) ନିର୍ଣ୍ଣୟ କରିବା ବା ଯାଞ୍ଚ କରିବାରେ ଜଡ଼ିତ କୌଣସି ରିସ୍କ ପାଇଁ, କିମ୍ବା ଏପରି କ୍ରେଡିଟ ଲାଇନ ସମ୍ବନ୍ଧରେ କୌଣସି ବିଷୟ ପାଇଁ ଆମେ ଦାୟୀ ରହିବୁ ନାହିଁ।
  1. ଏହି ସୁବିଧା ଅଧୀନରେ PhonePe UPI ମାଧ୍ୟମରେ ଲିଙ୍କ କରାହୋଇଥିବା କ୍ରେଡିଟ ଲାଇନ ବ୍ୟବହାର କରି ଆପଣଙ୍କ ଦ୍ୱାରା ବ୍ୟବହୃତ ଯେକୌଣସି ରାଶି, କେବଳ ସମ୍ପୃକ୍ତ ଅନୁମୋଦିତ ମର୍ଚାଣ୍ଟଙ୍କ ପାଇଁ ଏକ ପେମେଣ୍ଟ ଭାବରେ ଗଣ୍ୟ କରାହେବ। ଇସ୍ୟୁଅରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିଲ(ଗୁଡ଼ିକ)ରେ ଉଲ୍ଲେଖିତ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଏବଂ ସେ ସମ୍ବନ୍ଧରେ ଆପଣଙ୍କ ଇସ୍ୟୁଅର(ଗୁଡ଼ିକ) ଦ୍ୱାରା ଦିଆଯାଇଥିବା ମୋଡ/ସର୍ତ୍ତାବଳୀ ଅନୁଯାୟୀ କ୍ରେଡିଟ ଲାଇନ ସମ୍ବନ୍ଧରେ ଆପଣଙ୍କୁ ଆପଣଙ୍କ ଇସ୍ୟୁଅରଙ୍କୁ ବକେୟା ପରିଶୋଧ କରିବାକୁ ପଡ଼ିବ। PhonePe ଏଥିରେ ଜଡ଼ିତ ନୁହେଁ।

PhonePe ଆପରେ PhonePe UPI ମାଧ୍ୟମରେ ଆପଣଙ୍କର କ୍ରେଡିଟ ଲାଇନ ବ୍ୟବହାର କରି ଅନୁମୋଦନ କରାଯାଇଥିବା ଟ୍ରାଞ୍ଜାକସନ(ଗୁଡ଼ିକ) ସମ୍ବନ୍ଧରେ ଯେକୌଣସି ବିବାଦ, UPI ToU ଅଧୀନରେ ଅଭିଯୋଗ ସମାଧାନ ବିଭାଗରେ ପ୍ରଦତ୍ତ ପ୍ରକ୍ରିୟା ଅନୁଯାୟୀ ଏବଂ UPI ଟ୍ରାଞ୍ଜାକସନ ସମ୍ବନ୍ଧରେ NPCI ଦ୍ୱାରା ନିର୍ଦ୍ଧାରିତ (ବିଭିନ୍ନ ସମୟରେ) ଅନ୍ୟ କୌଣସି ପ୍ରକ୍ରିୟା ଅନୁସାରେ ପରିଚାଳନା କରାଯିବ। ଯେକୌଣସି ରିଫଣ୍ଡ/ଫେରସ୍ତ କ୍ଷେତ୍ରରେUPI ଟ୍ରାଞ୍ଜାକସନ(ଗୁଡ଼ିକ) ପାଇଁ ପ୍ରଯୁଜ୍ୟ ସମୟସୀମା ଏବଂ/କିମ୍ବା ମର୍ଚାଣ୍ଟ ନୀତି/ସର୍ତ୍ତାବଳୀ ଅନୁଯାୟୀ ହେବ। ଯଦି PhonePe ଆପ‍ ମାଧ୍ୟମରେ କ୍ରେଡିଟ ଲାଇନ ଜରିଆରେ ଆପଣଙ୍କ ଦ୍ଵାରା କରାଯାଇଥିବା ଫରୱାର୍ଡ ପେମେଣ୍ଟ(ଗୁଡ଼ିକ)ର କୌଣସି ରିଫଣ୍ଡ ହୁଏ, ତେବେ ତାହା ଆପଣ ଏବଂ ଆପଣଙ୍କର ଇସ୍ୟୁଅରଙ୍କ ମଧ୍ୟରେ ସହମତି ଭିତ୍ତିରେ ହୋଇଥିବା ଚୁକ୍ତିର ସର୍ତ୍ତାବଳୀ ଅନୁଯାୟୀ କ୍ରେଡିଟ ଲାଇନରେ ଜମା/ଆଡଜଷ୍ଟ କରାହେବ।

arrow icon

UPI ସର୍କଲ

arrow icon

NPCI ଏବଂ/କିମ୍ବା RBI ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏବଂ ଏହି ଚୁକ୍ତି ଓ ସର୍ତ୍ତାବଳୀ ଅଧିନରେ, PhonePe ଆପଣଙ୍କୁ PhonePe ଆପରେ ‘UPI ସର୍କଲ’ ଫିଚରଟି ବ୍ୟବହାର କରିବା ପାଇଁ ସୁବିଧା ପ୍ରଦାନ କରିପାରେ।

UPI ସର୍କଲ ମାଧ୍ୟମରେ, ଜଣେ ପ୍ରାଇମେରୀ ୟୁଜର (ନିମ୍ନରେ ବ୍ୟାଖ୍ୟା କରାଯାଇଛି) ତାଙ୍କର UPI ଆଇଡିକୁ ଜଣେ ସେକେଣ୍ଡାରୀ ୟୁଜରଙ୍କ (ନିମ୍ନରେ ବ୍ୟାଖ୍ୟା କରାଯାଇଛି) UPI ଆଇଡି ସହିତ ଲିଙ୍କ କରିପାରିବେ, ଯାହା ଦ୍ଵାରା ସେକେଣ୍ଡାରୀ ୟୁଜର ପ୍ରାଇମେରୀ ୟୁଜରଙ୍କ ତରଫରୁ UPI ପେମେଣ୍ଟ/ଟ୍ରାଞ୍ଜାକସନ କରିପାରିବେ।

PhonePe ଆପରେ ଉପଲବ୍ଧତା ଅନୁଯାୟୀ ପ୍ରାଇମେରୀ ୟୁଜର ଏବଂ ସେକେଣ୍ଡାରୀ ୟୁଜରଙ୍କ ମଧ୍ୟରେ ଏହି ଲିଙ୍କ ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ (ନିମ୍ନରେ ବ୍ୟାଖ୍ୟା କରାଯାଇଛି) କିମ୍ବା ଆଂଶିକ କ୍ଷମତା ଅର୍ପଣ (ନିମ୍ନରେ ବ୍ୟାଖ୍ୟା କରାଯାଇଛି) ଭିତ୍ତିରେ ହୋଇପାରେ।

ପ୍ରାସଙ୍ଗିକ ପ୍ରେକ୍ଷାପଟ ଭିନ୍ନ ନହେଲେ ନିମ୍ନଲିଖିତ ଶବ୍ଦଗୁଡ଼ିକର ଅର୍ଥ ନିମ୍ନରେ ଦିଆଯାଇଥିବା ଅନୁସାରେ ହେବ।

  • “ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ”ର ଅର୍ଥ ହେଉଛି ଏପରି ଏକ ପଦ୍ଧତି ଯାହାକୁ ବ୍ୟବହାର କରି ଜଣେ ପ୍ରାଇମେରୀ ୟୁଜର ଜଣେ ସେକେଣ୍ଡାରୀ ୟୁଜରଙ୍କୁ ପ୍ରତ୍ୟେକ ଟ୍ରାଞ୍ଜାକସନ ପାଇଁ ଅଲଗା ଭାବରେ ଅନୁମତି ନଦେଇ UPI ଟ୍ରାଞ୍ଜାକସନ ଆରମ୍ଭ ଏବଂ ସମ୍ପୂର୍ଣ୍ଣ କରିବାକୁ ଅନୁମତି ଦେଇପାରିବେ। ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ କ୍ଷେତ୍ରରେ, ପ୍ରାଇମେରୀ ୟୁଜର ସେକେଣ୍ଡାରୀ ୟୁଜରଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ ପାଇଁ NPCI ଦ୍ୱାରା ନିର୍ଦ୍ଧାରିତ ସର୍ବାଧିକ ସୀମା ପର୍ଯ୍ୟନ୍ତ UPI ଟ୍ରାଞ୍ଜାକସନ ସମ୍ପୂର୍ଣ୍ଣ କରିବାକୁ ଅନୁମତି ଦେଇପାରିବେ।
  • “ଆଂଶିକ କ୍ଷମତା ଅର୍ପଣ”ର ଅର୍ଥ ହେଉଛି ଏପରି ଏକ ପଦ୍ଧତି ଯାହାକୁ ବ୍ୟବହାର କରି ଜଣେ ପ୍ରାଇମେରୀ ୟୁଜର ଜଣେ ସେକେଣ୍ଡାରୀ ୟୁଜରଙ୍କୁ UPI ଟ୍ରାଞ୍ଜାକସନ ଆରମ୍ଭ କରିବାକୁ ଅନୁମତି ଦେଇପାରିବେ, କିନ୍ତୁ ପ୍ରାଇମେରୀ ୟୁଜର ତାଙ୍କର UPI ପିନ ଏଣ୍ଟର କରି ଏହିପରି ପ୍ରତ୍ୟେକ ଟ୍ରାଞ୍ଜାକସନକୁ ଅନୁମୋଦନ କରିବେ। ଆଂଶିକ କ୍ଷମତା ଅର୍ପଣ କ୍ଷେତ୍ରରେ, ପ୍ରାଇମେରୀ ୟୁଜର ସେକେଣ୍ଡାରୀ ୟୁଜରଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରଚଳିତ UPI ସୀମା ପର୍ଯ୍ୟନ୍ତ UPI ଟ୍ରାଞ୍ଜାକସନ ସମ୍ପୂର୍ଣ୍ଣ କରିବାକୁ ଅନୁମତି ଦେଇପାରିବେ।
  • “ପ୍ରାଇମେରୀ ୟୁଜର”ର ଅର୍ଥ ହେଉଛି UPI ଆଧାରିତ ସେବା/ସୁବିଧାଗୁଡ଼ିକ ପାଇବା ପାଇଁ PhonePe ଆପ ବ୍ୟବହାର କରୁଥିବା ଜଣେ ବ୍ୟକ୍ତି ଯିଏ PhonePe ଆପରେ ଉପଲବ୍ଧ UPI ସର୍କଲ ଫିଚର ବ୍ୟବହାର କରି ତାଙ୍କ ନିଜ ବ୍ୟାଙ୍କ ଆକାଉଣ୍ଟରୁ UPI ପେମେଣ୍ଟ କରିବାକୁ ଜଣେ ସେକେଣ୍ଡାରୀ ୟୁଜରଙ୍କୁ କ୍ଷମତା ପ୍ରଦାନ କରନ୍ତି।
  • “ସେକେଣ୍ଡାରୀ ୟୁଜର”ର ଅର୍ଥ ହେଉଛି ଜଣେ ବ୍ୟକ୍ତି ଯିଏ ପ୍ରାଇମେରୀ ୟୁଜର କିମ୍ବା ଅନ୍ୟ ଏକ UPI ଆପ ବ୍ୟବହାର କରୁଥିବା ପ୍ରାଇମେରୀ ୟୁଜରଙ୍କ ଦ୍ୱାରା ଉକ୍ତ ପ୍ରାଇମେରୀ ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟରୁ UPI ସର୍କଲ ଟ୍ରାଞ୍ଜାକସନ କରିବାକୁ ପ୍ରାଧିକୃତ ହୋଇଛନ୍ତି।

ଆପଣ ବୁଝନ୍ତି ଏବଂ ଏଥିରେ ସହମତ ହେଉଛନ୍ତି ଯେ:

ଯଦି ଆପଣ ଜଣେ ପ୍ରାଇମେରୀ ୟୁଜର:

ଆପଣଙ୍କ UPI ଆଇଡି ସହିତ ସେକେଣ୍ଡାରୀ ୟୁଜରଙ୍କ UPI ଆଇଡି ଲିଙ୍କ କରିବା ପୂର୍ବରୁ ସେକେଣ୍ଡାରୀ ୟୁଜରଙ୍କ QR କୋଡ କିମ୍ବା UPI ଆଇଡିର ଯାଞ୍ଚ ଏବଂ ବୈଧକରଣ କରିବା ଏବଂ ସଠିକ ବ୍ୟକ୍ତିଙ୍କୁ ସେକେଣ୍ଡାରୀ ୟୁଜର ଭାବରେ ପ୍ରାଧିକୃତ କରାଯାଇଛି ବୋଲି ସୁନିଶ୍ଚିତ କରିବା ପାଇଁ ଆପଣଙ୍କ କଣ୍ଟାକ୍ଟ ତାଲିକାରୁ ଉକ୍ତ ସେକେଣ୍ଡାରୀ ୟୁଜରଙ୍କ କଣ୍ଟାକ୍ଟ ନମ୍ବର ଚୟନ କରିବା ପାଇଁ ଆପଣ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ। କୁ।

ଆପଣ ଘୋଷଣା କରନ୍ତି ଯେ ଆପଣ ସେକେଣ୍ଡାରୀ ୟୁଜରଙ୍କ ପରିଚୟ ବିଷୟରେ ଅବଗତ ଅଛନ୍ତି ଏବଂ ଆପଣ ସୁନିଶ୍ଚିତ କରୁଛନ୍ତି ଯେ UPI ସର୍କଲ ବ୍ୟବହାର କରିବା ସମୟରେ ଆପଣ ଏବଂ ଆପଣଙ୍କ ଦ୍ୱାରା ପ୍ରାଧିକୃତ ସେକେଣ୍ଡାରୀ ୟୁଜର ଭାରତର ପ୍ରଯୁଜ୍ୟ ଆଇନ ପାଳନ କରିବେ।

ଆପଣଙ୍କ UPI ଆଇଡି ସହିତ ଲିଙ୍କ କରାହୋଇଥିବା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ UPI ଟ୍ରାଞ୍ଜାକସନ କରିବାକୁ ସେକେଣ୍ଡାରୀ ୟୁଜରଙ୍କୁ ଅନୁମତି ଦେବା ପାଇଁ ଆପଣ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ତାହା ପ୍ରଯୁଜ୍ୟତା ଅନୁଯାୟୀ ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ ମାଧ୍ୟମରେ ହେଉ କିମ୍ବା ଆଂଶିକ କ୍ଷମତା ଅର୍ପଣ ମାଧ୍ୟମରେ ହେଉ। ତଦନୁଯାୟୀ, ସେକେଣ୍ଡାରୀ ୟୁଜର PhonePe ଆପରେ କିମ୍ବା ଅନ୍ୟ କୌଣସି UPI ଆପରେ UPI ସର୍କଲ ବ୍ୟବହାର କରୁଛନ୍ତି କି ନାହିଁ ତାହା ବିଚାରକୁ ନ ନେଇ UPI ସର୍କଲ ଅଧିନରେ ଆପଣଙ୍କ ଦ୍ୱାରା ଯୋଡ଼ାଯାଇଥିବା/ପ୍ରାଧିକୃତ ସେକେଣ୍ଡାରୀ ୟୁଜରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ରାଞ୍ଜାକସନ ଏବଂ କାର୍ଯ୍ୟ ପାଇଁ ଆପଣ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ।

ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ ଭିତ୍ତିରେ ସେକେଣ୍ଡାରୀ ୟୁଜରଙ୍କ UPI ଆଇଡି ଲିଙ୍କ କରିବା ପାଇଁ:

  • ଆପଣ ଏବଂ ସେକେଣ୍ଡାରୀ ୟୁଜରଙ୍କ ମଧ୍ୟରେ ସମ୍ପର୍କର ପ୍ରକୃତି ଅର୍ଥାତ ସେ ପରିବାରର ସଦସ୍ୟ (ସନ୍ତାନ/ପିତାମାତା/ଜୀବନସାଥୀ/ଭାଇଭଉଣୀ/ପରିବାରର ଅନ୍ୟ ସଦସ୍ୟ) କିମ୍ବା ଘରୋଇ ସହାୟକ କିମ୍ବା କ୍ଷୁଦ୍ର ବ୍ୟବସାୟ କର୍ମଚାରୀ ତାହା ସଠିକ ଭାବରେ ଚିହ୍ନଟ କରିବା ପାଇଁ ଆପଣ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ;
  • ଆପଣ ବୁଝନ୍ତି, ସ୍ୱୀକାର କରନ୍ତି ଏବଂ ରାଜି ହୁଅନ୍ତି ଯେ ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ ଭିତ୍ତିରେ କୌଣସି ଲିଙ୍କ କରିବା ପୂର୍ବରୁ ଆପଣଙ୍କୁ ସେକେଣ୍ଡାରୀ ୟୁଜରଙ୍କ ବିବରଣୀ (ଯଥା – ଡକ୍ୟୁମେଣ୍ଟ ପ୍ରକାର ଏବଂ ଏକ ସରକାରୀ ବୈଧ ଡକ୍ୟୁମେଣ୍ଟର ଅନନ୍ୟ ପରିଚୟ ନମ୍ବର ଯାହା ଏପରି ସେକେଣ୍ଡାରୀ ୟୁଜରଙ୍କ ପରିଚୟ ପ୍ରତିଷ୍ଠା କରେ) ପ୍ରଦାନ କରିବାକୁ ପଡ଼ିବ;
  • ଆପଣ ନିଶ୍ଚିତ କରନ୍ତି ଯେ ସେକେଣ୍ଡାରୀ ୟୁଜରଙ୍କ ସୂଚନା ସେୟାର କରିବା ସମେତ, ଏହି ଚୁକ୍ତି ଓ ସର୍ତ୍ତାବଳୀ ଅନୁଯାୟୀ ଆବଶ୍ୟକ କାର୍ଯ୍ୟ କରିବା ପାଇଁ ଆପଣ ସେକେଣ୍ଡାରୀ ୟୁଜରଙ୍କ ଆବଶ୍ୟକ ସମ୍ମତି ଏବଂ ଅନୁମୋଦନ ହାସଲ କରିଛନ୍ତି;
  • ଆପଣ ନିଶ୍ଚିତ କରନ୍ତି ଯେ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସେକେଣ୍ଡାରୀ ୟୁଜରଙ୍କ ବିବରଣୀ ସଠିକ ଏବଂ ପ୍ରାମାଣିକ ଅଟେ।
  • ଆପଣ ଆହୁରି ମଧ୍ୟ ସ୍ୱୀକାର କରନ୍ତି ଏବଂ ରାଜି ହୁଅନ୍ତି ଯେ ସେକେଣ୍ଡାରୀ ୟୁଜରଙ୍କ ସମ୍ବନ୍ଧରେ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କୌଣସି ଡକ୍ୟୁମେଣ୍ଟ ଏବଂ/କିମ୍ବା ସୂଚନାର ପ୍ରାମାଣିକତା, ସଠିକତା ଏବଂ ବୈଧତା ପାଇଁ ଆପଣ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ;
  • ଆପଣ ବୁଝନ୍ତି, ସ୍ୱୀକାର କରନ୍ତି ଏବଂ ରାଜି ହୁଅନ୍ତି ଯେ ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ ଲିଙ୍କଟିସେକେଣ୍ଡାରୀ ୟୁଜରଙ୍କ ସମ୍ମତି ଉପରେ ନିର୍ଭର କରେ: (i) ଆପଣଙ୍କ ଦ୍ୱାରା ସେୟାର କରାଯାଇଥିବା ଏପରି ସେକେଣ୍ଡାରୀ ୟୁଜରଙ୍କ ବିବରଣୀକୁ ସୁନିଶ୍ଚିତ କରିବା; ଏବଂ (ii) ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ ଲିଙ୍କ ଗ୍ରହଣ କରିବା;
  • UPI ସର୍କଲ ଫିଚର ସହିତ ଜଡ଼ିତ ଯେକୌଣସି ଥାର୍ଡ-ପାର୍ଡିର କୌଣସି ବ୍ୟକ୍ତିଗତ ଡାଟା କିମ୍ବା ସୂଚନା ଆପଣଙ୍କ ଦ୍ୱାରା ସେୟାର କରାଯିବା କାରଣରୁ କିମ୍ବା ଏହା ସମ୍ବନ୍ଧରେ ଉପୁଜିଥିବା ଯେକୌଣସି ଏବଂ ସମସ୍ତ କ୍ଷତି (ଥାର୍ଡ-ପାର୍ଟି ଦାବି ଯୋଗୁଁ ହୋଇଥିବା କ୍ଷତି ସମେତ)ରୁ ଆପଣ PhonePeକୁ କ୍ଷତିପୂରଣ ପ୍ରଦାନ କରିବେ, ସୁରକ୍ଷିତ ଏବଂ ଦାୟମୁକ୍ତ ରଖିବେ।

ଜଣେ ପ୍ରାଇମେରୀ ୟୁଜର ସର୍ବାଧିକ 5 ଜଣ ସେକେଣ୍ଡାରୀ ୟୁଜରଙ୍କୁ କ୍ଷମତା ଅର୍ପଣ କରିପାରିବେ, ତେବେ ଜଣେ ସେକେଣ୍ଡାରୀ ୟୁଜର କେବଳ 1 ଜଣ ପ୍ରାଇମେରୀ ୟୁଜରଙ୍କ ଅଧିନରେ ରହିପାରିବେ।

ଆପଣ UPI ସର୍କଲ ପାଇଁ ସେକେଣ୍ଡାରୀ ୟୁଜରଙ୍କୁ ଦିଆଯାଇଥିବା ଅନୁମୋଦନକୁ ପରିବର୍ତ୍ତନ କିମ୍ବା ପ୍ରତ୍ୟାହାର କରିପାରିବେ। PhonePe ଆପ ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ ମାଧ୍ୟମରେ UPI ସର୍କଲ ଅଧୀନରେ ସେକେଣ୍ଡାରୀ ୟୁଜରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ରାଞ୍ଜାକସନ ଦେଖିପାରିବେ ଏବଂ ଆକ୍ସେସ କରିପାରିବେ।

UPI ସର୍କଲ ଫିଚର ବ୍ୟବହାର କରି ଆପଣଙ୍କ ଦ୍ୱାରା ଯୋଡ଼ାଯାଇଥିବା/ପ୍ରାଧିକୃତ ସେକେଣ୍ଡାରୀ ୟୁଜରଙ୍କ ଦ୍ୱାରା କରାଯାଇଥିବା କୌଣସି ଅନଧିକୃତ ଟ୍ରାଞ୍ଜାକସନ ପାଇଁ ଆପଣ NPCI କିମ୍ବା PhonePeକୁ ଦାୟୀ କରିବେ ନାହିଁ। UPI ସର୍କଲ ବ୍ୟବହାର କରି ସେକେଣ୍ଡାରୀ ୟୁଜରଙ୍କ ଦ୍ୱାରା କରାଯାଇଥିବା ଟ୍ରାଞ୍ଜାକସନକୁ PhonePe ଯାଞ୍ଚ, ସତ୍ୟାପନ କିମ୍ବା ତଦାରଖ କରେ ନାହିଁ ଏବଂ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନୁମୋଦନ ଆଧାରରେ ଟ୍ରାଞ୍ଜାକସନକୁ ସହଜ/ପ୍ରକ୍ରିୟାକରଣ କରିବ।

ପ୍ରଯୁଜ୍ୟ ଆଇନ କିମ୍ବା UPI ଏବଂ UPI ସର୍କଲ ପାଇଁ ପ୍ରଯୁଜ୍ୟ ଯେକୌଣସି ଚୁକ୍ତି ଓ ସର୍ତ୍ତାବଳୀ ପାଳନ କରିବାରେ ଆପଣ କିମ୍ବା ସେକେଣ୍ଡାରୀ ୟୁଜର କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ୱାରା କୌଣସି ଅବହେଳା କିମ୍ବା ତ୍ରୁଟି ହେତୁ ଉପୁଜିଥିବା କୌଣସି କ୍ଷତି, ହାନି ଏବଂ ଉତ୍ତରଦାୟିତ୍ୱ ପାଇଁ PhonePe ଆପଣଙ୍କ କିମ୍ବା କୌଣସି ସେକେଣ୍ଡାରୀ ୟୁଜର କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ପାଖରେ ଦାୟୀ ରହିବ ନାହିଁ। ଆପଣ ବୁଝନ୍ତି ଯେ ଆପଣଙ୍କ ଦ୍ୱାରା ଯୋଡ଼ାଯାଇଥିବା/ପ୍ରାଧିକୃତ ସେକେଣ୍ଡାରୀ ୟୁଜର PhonePe ଆପରେ କିମ୍ବା ଅନ୍ୟ କୌଣସି UPI ଆପରେ UPI ସର୍କଲ ବ୍ୟବହାର କରୁଛନ୍ତି କି ନାହିଁ ତାହା ବିଚାରକୁ ନ ନେଇ ତାଙ୍କ ଦ୍ୱାରା କିଣାଯାଇଥିବା/ଉପଯୋଗ କରାଯାଇଥିବା ପ୍ରଡକ୍ଟ/ସେବାଗୁଡ଼ିକ ପାଇଁ PhonePe କୌଣସି ଦାୟିତ୍ୱ ଗ୍ରହଣ କରେ ନାହିଁ, ଏବଂ ଏହାର ସମସ୍ତ ଦାୟବଦ୍ଧତା ସ୍ପଷ୍ଟ ଭାବରେ ଅସ୍ୱୀକାର କରାଯାଏ।

PhonePe ଦ୍ୱାରା ବିଭିନ୍ନ ସମୟରେ ନିର୍ଦ୍ଧାରଣ କରାଯାଇଥିବା ଅବଧି ମଧ୍ୟରେ ଯଦି, PhonePe ଆପ ମାଧ୍ୟମରେ UPI ସର୍କଲ ବ୍ୟବହାର କରି କୌଣସି ଟ୍ରାଞ୍ଜାକସନ କରାଯାଏ ନାହିଁ, ତେବେ PhonePe ଯେକୌଣସି ସେକେଣ୍ଡାରୀ ୟୁଜରଙ୍କ ପାଇଁ ଅନୁମୋଦନକୁ ସ୍ଥଗିତ କିମ୍ବା ବନ୍ଦ କରିବାର ଅଧିକାର ସଂରକ୍ଷିତ ରଖେ।

ଯଦି ଆପଣ ଜଣେ ସେକେଣ୍ଡାରୀ ୟୁଜର:

ଆପଣ ଘୋଷଣା କରନ୍ତି ଯେ, UPI ସର୍କଲ ବ୍ୟବହାର କରିବା ସମୟରେ ଆପଣ ଭାରତର ପ୍ରଯୁଜ୍ୟ ଆଇନ ଏବଂ UPI ତଥା UPI ସର୍କଲ ପାଇଁ ପ୍ରଯୁଜ୍ୟ ଚୁକ୍ତି ଓ ସର୍ତ୍ତାବଳୀ ପାଳନ କରିବେ।

ଆପଣ ଜଣେ ପ୍ରାଇମେରୀ ୟୁଜର କିମ୍ବା ଅନ୍ୟ ଏକ UPI ଆପର ପ୍ରାଇମେରୀ ୟୁଜରଙ୍କ ଦ୍ୱାରା ଅନବୋର୍ଡ କରାହୋଇଛନ୍ତି କି ନାହିଁ ତାହା ବିଚାରକୁ ନ ନେଇ ଏହି ଚୁକ୍ତି ଓ ସର୍ତ୍ତାବଳୀ PhonePe ଆପ ବ୍ୟବହାର କରୁଥିବା ପ୍ରତ୍ୟେକ ସେକେଣ୍ଡାରୀ ୟୁଜରଙ୍କ ପାଇଁ ପ୍ରଯୁଜ୍ୟ ହେବ।

UPI ସର୍କଲ ଅଧୀନରେ ପ୍ରାଇମେରୀ ୟୁଜର କିମ୍ବା ଅନ୍ୟ ଏକ UPI ଆପର ପ୍ରାଇମେରୀ ୟୁଜରଙ୍କର (ଯିଏ ଆପଣଙ୍କୁ ଯୋଡ଼ିଛନ୍ତି/ପ୍ରାଧିକୃତ କରିଛନ୍ତି) UPI ଆଇଡି ସହିତ ଆପଣଙ୍କ UPI ଆଇଡି ଲିଙ୍କ କରିବାର ଅନୁରୋଧ ସ୍ୱୀକାର କରି ଆପଣ ଏତଦ୍ଦ୍ୱାରା ଆପଣଙ୍କର ନାମ, ଫୋନ ନମ୍ବର, UPI ଆଇଡି ଏବଂ ଟ୍ରାଞ୍ଜାକସନ ବିବରଣୀକୁ ପ୍ରାଇମେରୀ ୟୁଜର କିମ୍ବା ଅନ୍ୟ ଏକ UPI ଆପର ପ୍ରାଇମେରୀ ୟୁଜର (ଯିଏ ଆପଣଙ୍କୁ UPI ସର୍କଲ ଅଧୀନରେ ଯୋଡ଼ିଛନ୍ତି/ପ୍ରାଧିକୃତ କରିଛନ୍ତି) ଏବଂ UPI ସର୍କଲ ଟ୍ରାଞ୍ଜାକସନ ପ୍ରକ୍ରିୟାରେ ସାମିଲ ଥିବା ଅନ୍ୟ ଥାର୍ଡ ପାର୍ଟି ସହିତ ସେୟାର କରିବାକୁ ରାଜି ହୁଅନ୍ତି।

ଆପଣ ସୁନିଶ୍ଚିତ କରନ୍ତି ଏବଂ ରାଜି ହୁଅନ୍ତି ଯେ ସମ୍ପୃକ୍ତ ପ୍ରାଇମେରୀ ୟୁଜରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆପଣଙ୍କ ତଥ୍ୟ ଏବଂ/କିମ୍ବା ଡକ୍ୟୁମେଣ୍ଟଗୁଡ଼ିକ ସଠିକ ଏବଂ ପ୍ରାମାଣିକ ଅଟେ।

ଆପଣ PhonePe ଆପରେ ଯେକୌଣସି ସମୟରେ ପ୍ରାଇମେରୀ ୟୁଜରଙ୍କ (ଯିଏ ଆପଣଙ୍କୁ UPI ସର୍କଲ ଅଧୀନରେ ଯୋଡ଼ିଛନ୍ତି/ପ୍ରାଧିକୃତ କରିଛନ୍ତି)ଠାରୁ ଆପଣଙ୍କର UPI ଆଇଡି ଡି-ଲିଙ୍କ କରିପାରିବେ।

ଜଣେ ସେକେଣ୍ଡାରୀ ୟୁଜର ଭାବରେ PhonePe ଆପ ବ୍ୟବହାର କରି ଆପଣଙ୍କ ଦ୍ୱାରା କରାଯାଇଥିବା UPI ଟ୍ରାଞ୍ଜାକସନ କାରଣରୁ କିମ୍ବା ଏହା ସମ୍ବନ୍ଧରେ ଉପୁଜିଥିବା ଯେକୌଣସି ଏବଂ ସମସ୍ତ କ୍ଷତି (ଥାର୍ଡ ପାର୍ଟିର ଦାବି ଯୋଗୁଁ ହୋଇଥିବା କ୍ଷତି ସମେତ)ରୁ ଆପଣ PhonePeକୁ କ୍ଷତିପୂରଣ ପ୍ରଦାନ କରିବେ, ସୁରକ୍ଷିତ ଏବଂ ଦାୟମୁକ୍ତ ରଖିବେ।

UPI ସର୍କଲ ସମ୍ବନ୍ଧୀୟ ଅନ୍ୟାନ୍ୟ ସର୍ତ୍ତାବଳୀ:

ସମ୍ପୂର୍ଣ୍ଣ କ୍ଷମତା ଅର୍ପଣରେ UPI ସର୍କଲ ମାଧ୍ୟମରେ ଟ୍ରାଞ୍ଜାକସନ କରିବା ପାଇଁ ଯେକୌଣସି ସମୟରେ ମାସିକ ସର୍ବାଧିକ ₹15000/- (ଭାରତୀୟ ଟଙ୍କାରେ ପନ୍ଦର ହଜାର) ଏବଂ ପ୍ରତି ଟ୍ରାଞ୍ଜାକସନରେ ସର୍ବାଧିକ ₹5000/- (ଭାରତୀୟ ଟଙ୍କାରେ ପାଞ୍ଚ ହଜାର) ଲିମିଟ ପାଇଁ ଅନୁମତି ଅଛି।

ସମ୍ପୂର୍ଣ୍ଣ କ୍ଷମତା ଅର୍ପଣ ଅଧୀନରେ, ଜଣେ ସେକେଣ୍ଡାରୀ ୟୁଜରଙ୍କ UPI ଆଇଡି ପ୍ରାଇମେରୀ ୟୁଜରଙ୍କର UPI ଆଇଡି ସହିତ ସର୍ବାଧିକ 5 (ପାଞ୍ଚ) ବର୍ଷ ଏବଂ ସର୍ବନିମ୍ନ 1 (ଗୋଟିଏ) ମାସ ପାଇଁ ଲିଙ୍କ କରାଯାଇପାରିବ।

ଉପରୋକ୍ତ ଟ୍ରାଞ୍ଜାକସନ ସୀମା ଏବଂ ସମୟସୀମା କୌଣସି ପୂର୍ବ ସୂଚନା ବିନା ବିଭିନ୍ନ ସମୟରେ NPCI ଏବଂ/କିମ୍ବା RBI ଦ୍ୱାରା ପରିବର୍ତ୍ତନ କରାଯାଇପାରିବ।

ସଫଳ ଅନୁମୋଦନ ଏବଂ ସେକେଣ୍ଡାରୀ ୟୁଜରଙ୍କର UPI ଆଇଡିକୁ ପ୍ରାଇମେରୀ ୟୁଜରଙ୍କ ସହିତ ଲିଙ୍କ କରିବା ପରେ 30 (ତିରିଶ) ମିନିଟର କୁଲିଂ ପିରିୟଡ ରହିଛି ଯେଉଁ ସମୟରେ କୌଣସି ଟ୍ରାଞ୍ଜାକସନ ଆରମ୍ଭ କରିବାକୁ ଅନୁମତି ଦିଆଯିବ ନାହିଁ। ଏହା ସହିତ, ସେକେଣ୍ଡାରୀ ୟୁଜରଙ୍କ UPI ଆଇଡିକୁ ପ୍ରାଇମେରୀ ୟୁଜରଙ୍କ ଆଇଡି ସହିତ ଲିଙ୍କ କରିବାର ପ୍ରଥମ 24 ଘଣ୍ଟା ପର୍ଯ୍ୟନ୍ତ ସଫଳ ଲିଙ୍କ ହେବା ପରଠାରୁ ଏକ 24 ଘଣ୍ଟିଆ ଟ୍ରାଞ୍ଜାକସନ ଲିମିଟ ଲାଗୁ ହେବ ଯାହାର ପରିମାଣ ₹5000/- ରହିବ।

ଆଂଶିକ କ୍ଷମତା ଅର୍ପଣ କ୍ଷେତ୍ରରେ ପୂର୍ବରୁ ରହିଥିବା UPI ଲିମିଟ ପ୍ରଯୁଜ୍ୟ ହେବ।

ଆପଣ ରାଜି ଅଟନ୍ତି ଏବଂ ବୁଝୁଛନ୍ତି ଯେ UPI ସର୍କଲ ଫିଚର ପାଇବା ଏବଂ/କିମ୍ବା ବ୍ୟବହାର ଜାରି ରଖିବା ପାଇଁ, ଆପଣଙ୍କୁ ଆପଣଙ୍କ PhonePe ଆପରେ ଆପ୍ଲିକେସନ ଲକ ସୁବିଧାକୁ ସକ୍ରିୟ କରିବା ପାଇଁ PhonePeକୁ ଅନୁମତି ଦେବାକୁ ପଡ଼ିବ। ତଦନୁଯାୟୀ ତାହା ଯଦି ନିଷ୍କ୍ରିୟ ହୋଇଥାଏ, ତେବେ UPI ସର୍କଲ ଫିଚର ବ୍ୟବହାର କରିବା କିମ୍ବା ବ୍ୟବହାର ଜାରି ରଖିବା ପାଇଁ ଆପଣଙ୍କୁ ତୁରନ୍ତ ଆପଣଙ୍କ ଫୋନ ସେଟିଂସକୁ ପରିବର୍ତ୍ତନ କରି PhonePe ଆପକୁ ଲକ କରିବାକୁ PhonePeକୁ ଅନୁମତି ଦେବାକୁ ହେବ। ସକ୍ରିୟ ହେବା ପରେ ଆପଣ ଆପଣଙ୍କ ପସନ୍ଦର ଏକ ମୋଡ ଯଥା ଫେସ ଆଇଡି, ବାୟୋମେଟ୍ରିକ୍ସ, ଆପ କୋଡ ଇତ୍ୟାଦି ବ୍ୟବହାର କରି PhonePe ଆପକୁ ଅନଲକ କରିପାରିବେ।

ଏହି ବିଭାଗରେ ବିପରୀତ ଭାବରେ ଉଲ୍ଲେଖ କରାଯାଇଥିବା କୌଣସି ବିଷୟ ସତ୍ତ୍ୱେ, PhonePe ଯେକୌଣସି ସମୟରେ ଏହାର ନିଜସ୍ୱ ବିବେଚନାରେ ଏବଂ ଆପଣଙ୍କୁ କୌଣସି ପୂର୍ବ ସୂଚନା ନଦେଇ UPI ସର୍କଲ ସେବାଗୁଡ଼ିକରେ ଆପଣଙ୍କର ଆକ୍ସେସକୁ ସ୍ଥଗିତ କିମ୍ବା ବନ୍ଦ କରିବା କିମ୍ବା ଆପଣଙ୍କୁ ଆପଣଙ୍କର PhonePe ଆପ ପାସୱାର୍ଡ କିମ୍ବା UPI ପିନ ପରିବର୍ତ୍ତନ କରିବାକୁ କହିବାର ଅଧିକାର ସଂରକ୍ଷିତ ରଖେ।

ଉପରେ ପ୍ରଦାନ କରାଯାଇଥିବା ବିଷୟଗୁଡିକ ସମେତ, PhonePe UPI ସମ୍ବନ୍ଧରେ ପ୍ରଦାନ କରାଯାଇଥିବା ସମସ୍ତ ସର୍ତ୍ତାବଳୀ UPI ସର୍କଲ ପାଇଁ ପ୍ରଯୁଜ୍ୟ ହେବ। ଯଦି ଏହି ବିଭାଗ ଅଧୀନରେ ଥିବା ସର୍ତ୍ତାବଳୀ ଯଥା UPI ସର୍କଲ ଏବଂ PhonePe UPIର ବ୍ୟବହାରର ସର୍ତ୍ତାବଳୀ (UPI ସର୍କଲ ବିଭାଗକୁ ବାଦ ଦେଇ) ମଧ୍ୟରେ କୌଣସି ଅସଙ୍ଗତି ଦେଖାଦିଏ, ତେବେ ଏହି ବିଭାଗ ଅଧୀନରେ ଥିବା ସର୍ତ୍ତାବଳୀ ପ୍ରାଧାନ୍ୟ ଲାଭ କରିବ। UPI ସର୍କଲ ବ୍ୟବହାର କରି ଅନୁମୋଦିତ ଟ୍ରାଞ୍ଜାକସନ(ଗୁଡ଼ିକ) ସମ୍ବନ୍ଧରେ ଯେକୌଣସି ବିବାଦ PhonePe UPI ପାଇଁ ପ୍ରଯୁଜ୍ୟ ପ୍ରକ୍ରିୟା ଅନୁଯାୟୀ ସମାଧାନ କରାଯିବ।

UPI ଅଟୋପେ ଏବଂ ରିଜର୍ଭ ପେ

arrow icon

ଏହି କାର୍ଯ୍ୟକାରିତା ଅର୍ଥାତ ଫିଚରଗୁଡ଼ିକ ମାଧ୍ୟମରେ, ଜଣେ ୟୁଜର ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଭବିଷ୍ୟତ ଡେବିଟ(ଗୁଡ଼ି)କୁ ପୂର୍ବ-ଅନୁମୋଦନ କରିପାରିବେ। ଏହି କାର୍ଯ୍ୟକାରିତା ସମ୍ବନ୍ଧୀୟ ବିସ୍ତାରିତ ବିବରଣୀ https://www.phonepe.com/terms-conditions/autopay/ରେ ମିଳିପାରିବ।

ସାଧାରଣ ସୂଚନା: UPI ଅଂଶଗ୍ରହଣକାରୀଙ୍କ ଭୂମିକା ଏବଂ ଦାୟିତ୍ୱ

NPCI:

  1. NPCI, UPI ପ୍ଲାଟଫର୍ମର ମାଲିକ ଅଟେ ଏବଂ ଏହାକୁ ପରିଚାଳନା କରେ।
  2. UPI ସମ୍ବନ୍ଧରେ ନୀତି, ନିୟମାବଳୀ, ନିର୍ଦ୍ଦେଶାବଳୀ ଏବଂ ଅଂଶଗ୍ରହଣକାରୀଙ୍କ ଭୂମିକା, ଦାୟିତ୍ୱ ଏବଂ ଦାୟବଦ୍ଧତା ଆଦି NPCI ନିର୍ଦ୍ଧାରଣ କରେ। ଏଥିରେ ଟ୍ରାଞ୍ଜାକସନ ପ୍ରୋସେସିଂ ଏବଂ ସେଟଲମେଣ୍ଟ, ବିବାଦ ପରିଚାଳନା ଏବଂ ସେଟଲମେଣ୍ଟ ପାଇଁ କ୍ଲିୟରିଂ କଟ-ଅଫ ସମୟସୀମା ମଧ୍ୟ ଅନ୍ତର୍ଭୁକ୍ତ ଥାଏ।
  3. UPIରେ ଇସ୍ୟୁଅର, PSP ବ୍ୟାଙ୍କ, TPAP, PPI ଇସ୍ୟୁଅର ଏବଂ ଅନ୍ୟ ଅଂଶଗ୍ରହଣକାରୀଙ୍କ ଅଂଶଗ୍ରହଣକୁ NPCI ଅନୁମୋଦନ କରେ।
  4. NPCI ଏକ ନିରାପଦ, ସୁରକ୍ଷିତ ଏବଂ ଦକ୍ଷ UPI ସିଷ୍ଟମ ଏବଂ ନେଟୱର୍କ ପ୍ରଦାନ କରେ।
  5. UPIରେ ଅଂଶଗ୍ରହଣ କରୁଥିବା ସଦସ୍ୟମାନଙ୍କୁ NPCI ଅନଲାଇନ ଟ୍ରାଞ୍ଜାକସନ ରୁଟିଂ, ପ୍ରୋସେସିଂ ଏବଂ ସେଟଲମେଣ୍ଟ ସେବା ପ୍ରଦାନ କରେ।
  6. NPCI ସିଧାସଳଖ କିମ୍ବା ଥାର୍ଡ ପାର୍ଟି ମାଧ୍ୟମରେ UPI ଅଂଶଗ୍ରହଣକାରୀଙ୍କ ଅଡିଟ କରିପାରିବ ଏବଂ UPIରେ ସେମାନଙ୍କ ଅଂଶଗ୍ରହଣ ସମ୍ବନ୍ଧରେ ଡାଟା, ସୂଚନା ଏବଂ ରେକର୍ଡ ସଂଗ୍ରହ କରିପାରିବ।
  7. UPIରେ ଅଂଶଗ୍ରହଣ କରୁଥିବା ବ୍ୟାଙ୍କ/ସଂସ୍ଥାଗୁଡ଼ିକୁ NPCI ସିଷ୍ଟମ ଆକ୍ସେସ ପ୍ରଦାନ କରେ ଯେଉଁଠାରେ ସେମାନେ ରିପୋର୍ଟ ଡାଉନଲୋଡ କରିପାରିବେ, ଚାର୍ଜବ୍ୟାକ ପାଇଁ ଅନୁରୋଧ କରିପାରିବେ, UPI ଟ୍ରାଞ୍ଜାକସନର ଷ୍ଟାଟସକୁ ଅପଡେଟ କରିପାରିବେ ଇତ୍ୟାଦି।

PSP ବ୍ୟାଙ୍କ:

  1. PSP ବ୍ୟାଙ୍କ UPIର ଏକ ସଦସ୍ୟ ଅଟେ ଯାହା UPI ପେମେଣ୍ଟ ଗ୍ରହଣ କରିବା ଏବଂ TPAPକୁ ତାହା ପ୍ରଦାନ କରିବା ପାଇଁ UPI ସହିତ କନେକ୍ଟ କରେ ଯାହା ଏଣ୍ଡ ୟୁଜର/ଗ୍ରାହକ/ମର୍ଚାଣ୍ଟମାନଙ୍କୁ UPI ପେମେଣ୍ଟ କରିବା ଏବଂ ଗ୍ରହଣ କରିବାର ସୁବିଧା ପ୍ରଦାନ କରିଥାଏ।
  2. PSP ବ୍ୟାଙ୍କ, ନିଜସ୍ୱ ଆପ କିମ୍ବା TPAPର ଆପ ମାଧ୍ୟମରେ, ଏଣ୍ଡ ୟୁଜର/ଗ୍ରାହକଙ୍କୁ UPIରେ ଅନ-ବୋର୍ଡ ଏବଂ ପଞ୍ଜିକୃତ କରେ ଏବଂ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କର ଉପଯୁକ୍ତ UPI ନମ୍ବର ସହିତ ଲିଙ୍କ କରେ।
  3. PSP ବ୍ୟାଙ୍କ ଏହିପରି ଏଣ୍ଡ ୟୁଜରଙ୍କ ପଞ୍ଜିକରଣ ସମୟରେ ନିଜ ଆପ କିମ୍ବା TPAPର ଆପ ମାଧ୍ୟମରେ ଏଣ୍ଡ ୟୁଜରଙ୍କ ପ୍ରମାଣୀକରଣ ପାଇଁ ଦାୟୀ ଅଟେ।
  4. PSP ବ୍ୟାଙ୍କ ଏଣ୍ଡ ୟୁଜର/ଗ୍ରାହକଙ୍କୁ TPAPର UPI ଆପ ଉପଲବ୍ଧ କରାଇବା ପାଇଁ TPAPs ନିୟୋଜିତ କରେ ଏବଂ ଅନ-ବୋର୍ଡ କରେ।
  5. PSP ବ୍ୟାଙ୍କକୁ ସୁନିଶ୍ଚିତ କରିବାକୁ ହେବ ଯେ TPAP ଏବଂ ଏହାର ସିଷ୍ଟମଗୁଡ଼ିକ UPIରେ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ସୁରକ୍ଷିତ।
  6. PSP ବ୍ୟାଙ୍କ ସୁନିଶ୍ଚିତ କରିବାକୁ ହେବ ଯେ UPI ଆପ ଏବଂ TPAPର ସିଷ୍ଟମଗୁଡ଼ିକ UPI ଟ୍ରାଞ୍ଜାକସନ ଡାଟା ତଥା UPI ଆପ ସୁରକ୍ଷା ସହିତ ଏଣ୍ଡ ଯୁଜର/ଗ୍ରାହକଙ୍କ ଡାଟା ଏବଂ ସୂଚନାର ଇଣ୍ଟିଗ୍ରିଟିକୁ ସୁରକ୍ଷିତ ରଖିବା ପାଇଁ ଅଡିଟ କରେ।
  7.  UPI ଟ୍ରାଞ୍ଜାକସନକୁ ସହଜ କରିବା ଉଦ୍ଦେଶ୍ୟରେ ସଂଗୃହିତ UPI ଟ୍ରାଞ୍ଜାକସନ ଡାଟା ସହିତ ସମସ୍ତ ପେମେଣ୍ଟ ଡାଟାଗୁଡ଼ିକୁ PSP ବ୍ୟାଙ୍କ କେବଳ ଭାରତରେ ହିଁ ସଂରକ୍ଷଣ କରିବ।
  8. UPIରେ ଉପଲବ୍ଧ ଥିବା ବ୍ୟାଙ୍କ/ଆକାଉଣ୍ଟ/ଇନଷ୍ଟ୍ରୁମେଣ୍ଟ ତାଲିକାରୁ ଯେକୌଣସି ବ୍ୟାଙ୍କ ଆକାଉଣ୍ଟ ଚୟନ କରି ସେମାନଙ୍କ UPI ନମ୍ବର ସହିତ ଲିଙ୍କ କରିବା ପାଇଁ PSP ବ୍ୟାଙ୍କକୁ ସମସ୍ତ ଗ୍ରାହକଙ୍କୁ ଏକ ବିକଳ୍ପ ଦେବାକୁ ହେବ।
  9. ଏଣ୍ଡ ୟୁଜର/ଗ୍ରାହକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଏବଂ ବିବାଦର ସମାଧାନ କରିବା ପାଇଁ PSP ବ୍ୟାଙ୍କକୁ ଏକ ଅଭିଯୋଗ ସମାଧାନ ପ୍ରକ୍ରିୟା ଗଢ଼ିତୋଳିବାକୁ ହେବ।

PhonePe (TPAP):

  1. PhonePe ଏକ ସର୍ଭିସ ପ୍ରୋଭାଇଡର ଅଟେ ଏବଂ ଏକ TPAP ଭାବରେ PSP ବ୍ୟାଙ୍କ(ଗୁଡ଼ିକ) ମାଧ୍ୟମରେ UPIରେ ଅଂଶଗ୍ରହଣ କରେ।
  2. UPIରେ TPAPର ଅଂଶଗ୍ରହଣ ସମ୍ବନ୍ଧରେ PSP ବ୍ୟାଙ୍କ ଏବଂ NPCI ଦ୍ୱାରା ନିର୍ଦ୍ଧାରିତ ସମସ୍ତ ଆବଶ୍ୟକତାକୁ PhonePe ପାଳନ କରିଥାଏ।
  3. UPIରେ କାର୍ଯ୍ୟ କରିବା ପାଇଁ ଏହାର ସିଷ୍ଟମଗୁଡ଼ିକ ଯଥେଷ୍ଟ ସୁରକ୍ଷିତ ବୋଲି PhonePe ସୁନିଶ୍ଚିତ କରିଥାଏ।
  4. UPI, ଏବଂ UPIରେ PhonePeର ଅଂଶଗ୍ରହଣ ସମ୍ବନ୍ଧରେ କୌଣସି ବିଧିସମ୍ମତ କିମ୍ବା ନିୟାମକ କର୍ତ୍ତୃପକ୍ଷ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ପ୍ରଯୁଜ୍ୟ ଆଇନ, ଏ ସଂକ୍ରାନ୍ତରେ NPCI ଦ୍ୱାରା ଜାରି କରାଯାଇଥିବା ସମସ୍ତ ସର୍କୁଲାର ଓ ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ PhonePe ଦାୟୀ ଅଟେ।
  5. UPI ଟ୍ରାଞ୍ଜାକସନକୁ ସହଜ କରିବା ଉଦ୍ଦେଶ୍ୟରେ ଏହା ଦ୍ୱାରା ସଂଗୃହିତ UPI ଟ୍ରାଞ୍ଜାକସନ ଡାଟା ସହିତ ସମସ୍ତ ପେମେଣ୍ଟ ଡାଟାକୁ PhonePe କେବଳ ଭାରତରେ ହିଁ ଷ୍ଟୋର କରିବ।
  6. RBI, NPCI ଏବଂ RBI/NPCI ଦ୍ୱାରା ମନୋନୀତ ଅନ୍ୟ ଏଜେନ୍ସିଗୁଡ଼ିକ ଦ୍ଵାରା UPI ସମ୍ବନ୍ଧୀୟ PhonePeର ଡାଟା, ସୂଚନା, ସିଷ୍ଟମକୁ ଆକ୍ସେସ କରିବା ଏବଂ RBI ଓ NPCI ଦ୍ୱାରା ଆବଶ୍ୟକ ସମୟରେ PhonePeର ଅଡିଟ କରିବାକୁ PhonePe ସୁବିଧା ଯୋଗାଇବ।
  7. PhonePeକୁ ଏଣ୍ଡ ୟୁଜର/ଗ୍ରାହକଙ୍କୁ PhonePe ଆପ କିମ୍ବା ୱେବସାଇଟ ଏବଂ PhonePe ଦ୍ୱାରା ଉପଯୁକ୍ତ ବିବେଚନା କରାଯାଉଥିବା ଅନ୍ୟ ଚ୍ୟାନେଲ ଯଥା ଇମେଲ, ମେସେଜିଂ ପ୍ଲାଟଫର୍ମ, IVR ଇତ୍ୟାଦି ମାଧ୍ୟମରେ ଉପଲବ୍ଧ PhonePeର ଅଭିଯୋଗ ସମାଧାନ ସୁବିଧା ମାଧ୍ୟମରେ ଅଭିଯୋଗ କରିବାର ବିକଳ୍ପ ପ୍ରଦାନ କରିବାକୁ ହେବ।

ଚାର୍ଜ

arrow icon

PhonePe ଆକାଉଣ୍ଟ ତିଆରି କରିବା ପାଇଁ PhonePe ଏହାର ୟୁଜରଙ୍କଠାରୁ କୌଣସି ଫି’ ଆଦାୟ କରେ ନାହିଁ; ତେବେ, ଆମେ ପ୍ରଯୁଜ୍ୟ ଆଇନ ଅନୁଯାୟୀ ବିଭିନ୍ନ ସମୟରେ ଫି’ ନୀତିକୁ ପରିବର୍ତ୍ତନ କରିବାର ଅଧିକାର ସଂରକ୍ଷିତ ରଖିଥାଉ। ଆମେ ଯେକୌଣସି ନୂତନ ସେବା ପାଇଁ ଫି’ (ପ୍ରଯୁଜ୍ୟ ଟ୍ୟାକ୍ସ ସହିତ) ଲାଗୁ କରିପାରୁ କିମ୍ବା ପୂର୍ବରୁ ଥିବା ସେବାଗୁଡ଼ିକ ପାଇଁ ଫି’ ସଂଶୋଧନ/ପ୍ରଚଳନ କରିପାରୁ। ତଦନୁଯାୟୀ ଫି'(ଗୁଡ଼ିକ)ରେ କୌଣସି ପରିବର୍ତ୍ତନ ସମ୍ପର୍କରେ ଆପଣଙ୍କୁ PhonePe ଆପ/ୱେବସାଇଟ/PhonePe ପ୍ଲାଟଫର୍ମ ମାଧ୍ୟମରେ ଡିସପ୍ଲେ କରାଯିବ, ଏବଂ ସେଗୁଡ଼ିକ ପୋଷ୍ଟ ହେବା ମାତ୍ରେ ହିଁ ସ୍ୱତଃ ଲାଗୁ ହେବ। ଅନ୍ୟଥା କୌଣସି ଭାବରେ ଉଲ୍ଲେଖ କରାଯାଇନଥିଲେ UPI ଇଣ୍ଟରନ୍ୟାସନାଲ ବ୍ୟତୀତ ଅନ୍ୟ ସମସ୍ତ ଫି’ ଭାରତୀୟ ଟଙ୍କାରେ ସ୍ଥିର କରାଯିବ। କେତେକ UPI ଟ୍ରାଞ୍ଜାକସନ ପାଇଁ ଆପଣଙ୍କ ଇସ୍ୟୁଅର ଆପଣଙ୍କଠାରୁ ଏକ ନାମମାତ୍ର ଟ୍ରାଞ୍ଜାକସନ ଫି’ ଆଦାୟ କରିପାରେ- ଏଭଳି କୌଣସି ଚାର୍ଜ ପାଇଁ ଦୟାକରି ଆପଣ ଆପଣଙ୍କ ଇସ୍ୟୁଅରଙ୍କ ସହ ଯୋଗାଯୋଗ କରନ୍ତୁ।

ଟ୍ରାଞ୍ଜାକସନ ମନିଟରିଂ

arrow icon

ବିପଦପୂର୍ଣ୍ଣ ଟ୍ରାଞ୍ଜାକସନକୁ ଚିହ୍ନଟ କରିବା ପାଇଁ PhonePe ଆପଣଙ୍କ କାର୍ଯ୍ୟକଳାପ ଏବଂ ଟ୍ରାଞ୍ଜାକସନର ସମୀକ୍ଷା କରିପାରେ। ଏହି ପ୍ରୟାସରେ ଆମକୁ ସହାୟତା କରିବା ପାଇଁ ଆମେ ଥାର୍ଡ ପାର୍ଟି ସର୍ଭିସ ପ୍ରୋଭାଇଡରମାନଙ୍କୁ ମଧ୍ୟ ନିୟୋଜିତ କରିପାରୁ। ଯଦି ଆପଣଙ୍କ ଦ୍ୱାରା ପ୍ରକ୍ରିୟାକୃତ କୌଣସି ଟ୍ରାଞ୍ଜାକସନ ସନ୍ଦେହଜନକ/ଅସ୍ୱାଭାବିକ ବୋଲି ମନେହୁଏ, କିମ୍ବା ଆମେ ଅନ୍ୟ କୌଣସି କାର୍ଯ୍ୟକଳାପ ସମ୍ମୁଖୀନ ହେଉ ଯାହା ସନ୍ଦେହଜନକ କିମ୍ବା ଅସ୍ୱାଭାବିକ ବୋଲି ଆମେ ବିଶ୍ୱାସ କରୁ, ତେବେ ଆମେ PhonePe UPI/PhonePe ଆପରେ ଆପଣଙ୍କ ଆକ୍ସେସକୁ ସାମୟିକ କିମ୍ବା ସ୍ଥାୟୀ ଭାବରେ ସ୍ଥଗିତ କରିପାରୁ, କିମ୍ବା ଆମେ ଉପଯୁକ୍ତ ମଣୁଥିବା ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ।

ରିସ୍କ ମ୍ୟାନେଜମେଣ୍ଟ, ଜାଲିଆତିର ସନ୍ଦେହ, ବେଆଇନ ଟ୍ରାଞ୍ଜାକସନ, ନିଷିଦ୍ଧ ଦ୍ରବ୍ୟ କ୍ରୟ/ବିକ୍ରି କରିବା, ଆପତ୍ତିଜନକ କିମ୍ବା କଳାତାଲିକାଭୁକ୍ତ କାର୍ଡ କିମ୍ବା UPI କିମ୍ବା ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର, ଚାର୍ଜବ୍ୟାକ/ଅଭିଯୋଗ, କିମ୍ବା ପ୍ରଯୁଜ୍ୟ ଆଇନ ଦ୍ୱାରା ନିର୍ଦ୍ଦେଶିତ ଅନ୍ୟ କୌଣସି କାରଣ କିମ୍ବା ଆମେ/ଇସ୍ୟୁଅର/NPCI/RBI ଉପଯୁକ୍ତ ମଣୁଥିବା ଅନ୍ୟ କାରଣରୁ ଆପଣଙ୍କ ଟ୍ରାଞ୍ଜାକସନକୁ ପ୍ରତ୍ୟାଖ୍ୟାନ କରାଯାଇପାରେ। ଆମେ ଅଧିକ ଅନୁସନ୍ଧାନ କରି ଆପଣଙ୍କର PhonePe ଆକାଉଣ୍ଟକୁ ସ୍ଥଗିତ କିମ୍ବା ବନ୍ଦ କରିପାରୁ କିମ୍ବା ଆମେ ଉପଯୁକ୍ତ ମଣୁଥିବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ। ଆମେ ଆପଣଙ୍କର ଟ୍ରାଞ୍ଜାକସନ ଏବଂ ଆପଣଙ୍କ ବିବରଣୀକୁ ଆଇନ ଦ୍ୱାରା ପ୍ରଯୁଜ୍ୟ କିମ୍ବା ବିଜ୍ଞାପିତ ଆଇନଗତ ପ୍ରବର୍ତ୍ତନ ଏଜେନ୍ସି କିମ୍ବା ଅନ୍ୟ କୌଣସି ନିୟାମକ କର୍ତ୍ତୃପକ୍ଷଙ୍କ ସମେତ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ମଧ୍ୟ ରିପୋର୍ଟ କରିପାରୁ।

ଅଭିଯୋଗ ସମାଧାନ

arrow icon

ଆମର ସ୍ପନସର PSP ବ୍ୟାଙ୍କ ଏବଂ NPCI ସହିତ PhonePeର ତ୍ରିପାକ୍ଷିକ ଚୁକ୍ତି ରହିଛି, ଏବଂ ଆମେ PhonePe ଆପ ମାଧ୍ୟମରେ ଗ୍ରାହକଙ୍କ ଆପତ୍ତି/ଅଭିଯୋଗ ଦାଖଲ ଏବଂ ସମାଧାନକୁ ସହଜ କରିବାକୁ ଆମେ ଦାୟବଧ୍ୟ ଅଟୁ।

ଆମ ଦ୍ୱାରା ଅନ-ବୋର୍ଡ ହୋଇଥିବା ଗ୍ରାହକମାନଙ୍କର ସମସ୍ତ UPI ସମ୍ବନ୍ଧୀୟ ଆପତ୍ତି/ଅଭିଯୋଗ ପାଇଁ ଆମେ ହେଉଛୁ ଯୋଗାଯୋଗର ପ୍ରଥମ ସ୍ତର। ଯଦି ଆମେ ଆପଣଙ୍କ ଆପତ୍ତି/ଅଭିଯୋଗର ସମାଧାନ କରିବାରେ ଅସମର୍ଥ ହେଉ, ତେବେ ପରବର୍ତ୍ତୀ ସ୍ତର ହେଉଛି PSP ବ୍ୟାଙ୍କ, ତା’ପରେ ଆପଣଙ୍କ ଇସ୍ୟୁଅର (ଯେଉଁଠାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଅଛି), ଏବଂ ତା’ପରେ ଏହି ସମାନ କ୍ରମରେ NPCI ନିକଟରେ ଅଭିଯୋଗ ଦାଖଲ କରାଯାଇପାରିବ। ଏହି ବିକଳ୍ପଗୁଡିକ ବ୍ୟବହାର କରିବା ପରେ ମଧ୍ୟ ଯଦି ଆପଣଙ୍କ ଅଭିଯୋଗର ସମାଧାନ ହୋଇନଥାଏ, ତେବେ ଆପଣ ପ୍ରଯୁଜ୍ୟତା ଅନୁଯାୟୀ ବ୍ୟାଙ୍କିଂ ଲୋକପାଳ ଏବଂ/କିମ୍ବା ଡିଜିଟାଲ ଟ୍ରାଞ୍ଜାକସନର ଲୋକପାଳଙ୍କ ସହ ଯୋଗାଯୋଗ କରିପାରିବେ।

ଦୟାକରି ନିମ୍ନରେ ଦିଆଯାଇଥିବା ଉପରୋକ୍ତ ଅଭିଯୋଗ ସମାଧାନ ପ୍ରକ୍ରିୟାର ଯୋଗାଯୋଗ ବିବରଣୀ ଦେଖନ୍ତୁ:

a) ଅଭିଯୋଗ ସମାଧାନ ପ୍ରକ୍ରିୟା:

  • PhonePe ଆପରେ ଆପଣ ସମ୍ପୃକ୍ତ UPI ଟ୍ରାଞ୍ଜାକସନକୁ ଚୟନ କରିପାରିବେ ଏବଂ ସେ ସମ୍ପର୍କରେ ଏକ ଅଭିଯୋଗ କରିପାରିବେ।
  • ଯଦି PhonePe ଆପ ମାଧ୍ୟମରେ UPI ଟ୍ରାଞ୍ଜାକସନ କରାଯାଇଥାଏ, ତେବେ ଆପଣ ସମସ୍ତ UPI ସମ୍ବନ୍ଧୀୟ ଆପତ୍ତି/ଅଭିଯୋଗ ସମ୍ବନ୍ଧରେ PhonePe ନିକଟରେ ଅଭିଯୋଗ କରିପାରିବେ।
  • PhonePe ଆପରେ ଏକ ଅଭିଯୋଗ କରିବା ପରେ, ଆପଣ PhonePe ଆପରେ କିମ୍ବା PhonePe ଆପଣଙ୍କୁ ଉପଲବ୍ଧ କରାଇଥିବା ଅନ୍ୟ କୌଣସି ମାଧ୍ୟମରେ ଆପଣଙ୍କ ଅଭିଯୋଗର ଷ୍ଟାଟସ ଯାଞ୍ଚ କରିପାରିବେ। ଯଦି ଆପଣ ଅନ୍ୟ କୌଣସି TPAP ଆପ ମାଧ୍ୟମରେ UPI ଟ୍ରାଞ୍ଜାକସନ କରିଛନ୍ତି, ତେବେ ଦୟାକରି ସେହି TPAP ଆପ ମାଧ୍ୟମରେ ଅଭିଯୋଗ କରନ୍ତୁ।

b) PSP ବ୍ୟାଙ୍କ ନିକଟରେ ଅଭିଯୋଗ କରନ୍ତୁ:

  • ଯଦି ଆପତ୍ତି/ଅଭିଯୋଗର ସମାଧାନ ହୋଇନଥାଏ, ତେବେ ପରବର୍ତ୍ତୀ ସ୍ତର ହେଉଛି ସମ୍ପୃକ୍ତ PSP ବ୍ୟାଙ୍କ। ଆପଣ ନିମ୍ନରେ ଦିଆଯାଇଥିବା ଯୋଗାଯୋଗ ବିବରଣୀ ବ୍ୟବହାର କରି PSP ବ୍ୟାଙ୍କ ସହ ଯୋଗାଯୋଗ କରିପାରିବେ:
    • Yes ବ୍ୟାଙ୍କ ଲିମିଟେଡ – https://www.yesbank.in/contact-us
    • Axis ବ୍ୟାଙ୍କ ଲିମିଟେଡ – https://www.axisbank.com/contact-us
    • ICICI ବ୍ୟାଙ୍କ ଲିମିଟେଡ – https://www.icicibank.com/complaints/complaints.page

c) ଆପଣଙ୍କ ଇସ୍ୟୁଅରଙ୍କୁ ଅଭିଯୋଗ କରନ୍ତୁ:

  • ଯଦି PSP ବ୍ୟାଙ୍କ ମଧ୍ୟ ଆପଣଙ୍କ ଅଭିଯୋଗର ସମାଧାନ କରିବାରେ ଅସମର୍ଥ ହୁଏ, ତେବେ ଆପଣ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଇସ୍ୟୁଅର (ଯେଉଁଠାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ଆକାଉଣ୍ଟ ଅଛି)ଙ୍କ ସହ ଯୋଗାଯୋଗ କରିପାରିବେ। ଆପଣ ସେମାନଙ୍କର ସମ୍ପୃକ୍ତ ବ୍ୟାଙ୍କିଂ ୱେବସାଇଟ/ଆପରେ ଆପଣଙ୍କ ବ୍ୟାଙ୍କ ପାଇଁ ଯୋଗାଯୋଗ ବିବରଣୀ ପାଇପାରିବେ।

d) NPCIକୁ ଅଭିଯୋଗ ପଠାନ୍ତୁ::

  • ଯଦି ଆପଣଙ୍କ ଇସ୍ୟୁଅର ମଧ୍ୟ ଆପଣଙ୍କ ଅଭିଯୋଗର ସମାଧାନ କରିବାରେ ଅସମର୍ଥ ହୁଅନ୍ତି, ତେବେ ଆପଣ NPCI ସହ ଯୋଗାଯୋଗ କରିପାରିବେ। NPCI ର ଯୋଗାଯୋଗ ବିବରଣୀ ନିମ୍ନରେ ଦିଆଯାଇଛି:
    • https://www.npci.org.in/what-we-do/upi/dispute-redressal-mechanism

e) ଲୋକପାଳ ଚ୍ୟାନେଲକୁ ଅଭିଯୋଗ ପଠାନ୍ତୁ:
ଏହି ବିକଳ୍ପଗୁଡ଼ିକ ବ୍ୟବହାର କରିବା ପରେ ମଧ୍ୟ ଯଦି 30 ଦିନ ମଧ୍ୟରେ ପୂର୍ବ ସ୍ତରରେ ଅଭିଯୋଗଗୁଡ଼ିକର ସନ୍ତୋଷଜନକ ସମାଧାନ ହୋଇନଥାଏ, ତେବେ ଗ୍ରାହକମାନେ RBI ଲୋକପାଳଙ୍କ ସହ ଯୋଗାଯୋଗ କରିପାରିବେ:

  • ଲୋକପାଳଙ୍କ ଅଭିଯୋଗ ଦାଖଲ ପୋର୍ଟାଲ: https://cms.rbi.org.in/
  • ଟୋଲ-ଫ୍ରି ଫୋନ ନଂ: 14448
  • ଇମେଲ ଆଇଡି: [email protected]
  • ଠିକଣା – ସେଣ୍ଟ୍ରାଲାଇଜଡ ରିସିପ୍ଟ ଏବଂ ପ୍ରୋସେସିଂ ସେଣ୍ଟର, ଭାରତୀୟ ରିଜର୍ଭ ବ୍ୟାଙ୍କ, ଚତୁର୍ଥ ମହଲା, ସେକ୍ଟର 17, ଚଣ୍ଡିଗଡ଼ – 160017

ରିଜର୍ଭ ବ୍ୟାଙ୍କ – ଇଣ୍ଟିଗ୍ରେଟେଡ ଲୋକପାଳ ଯୋଜନା, 2021 ବିଷୟରେ ଅଧିକ ବିବରଣୀ ଜାଣିବା ପାଇଁ ଯୋଜନାର ଏକ କପି ପାଇବା ଏବଂ ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ପଢ଼ିବାକୁ ଦୟାକରି RBI ଇଣ୍ଟିଗ୍ରେଟେଡ ଲୋକପାଳ ଯୋଜନା ଲିଙ୍କକୁ ଦେଖନ୍ତୁ।

arrow icon

କ୍ଷତି ପୂରଣ ଓ ଦାୟବଦ୍ଧତା

arrow icon

କୌଣସି ପରିସ୍ଥିତିରେ PhonePe UPI, PhonePe ସେବାଗୁଡ଼ିକ, PhonePe ପ୍ଲାଟଫର୍ମ, ଏବଂ/କିମ୍ବା PhonePe ଆପର ବ୍ୟବହାର କିମ୍ବା ବ୍ୟବହାର କରିବାରେ ଅସମର୍ଥତା କାରଣରୁ ଉପୁଜିଥିବା କୌଣସି ପରୋକ୍ଷ, ପରିଣାମଗତ, ଘଟଣାଜନିତ, ବିଶେଷ କିମ୍ବା ଦଣ୍ଡନୀୟ କ୍ଷତି କିମ୍ବା ଦାୟବଦ୍ଧତା (ବୈଧାନିକ ସମେତ) ପାଇଁ PhonePe ଦାୟୀ ରହିବ ନାହିଁ, ଯେଉଁଥିରେ ଲାଭ କିମ୍ବା ଆୟରେ ହାନି, ବ୍ୟବସାୟରେ ବାଧା, ବ୍ୟବସାୟିକ ସୁଯୋଗ ହରାଇବା, ଡାଟା ହରାଇବା କିମ୍ବା ଅନ୍ୟ ଅର୍ଥନୈତିକ ସ୍ୱାର୍ଥ ହରାଇବାଜନିତ କ୍ଷତି ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ, ଯାହା ଚୁକ୍ତି, ଅବହେଳା, ଟର୍ଟ କିମ୍ବା ଅନ୍ୟ କାରଣ ଯୋଗୁଁ ହୋଇଥାଇପାରେ। ଦାୟବଦ୍ଧତା, ଯଦି କିଛି ଥାଏ, ତେବେ ତା’ର ପରିମାଣ କୌଣସି ପରିସ୍ଥିତିରେ ମଧ୍ୟ କାର୍ଯ୍ୟାନୁଷ୍ଠାନର କାରଣ ସୃଷ୍ଟି କରୁଥିବା ବୈଧ ଟ୍ରାଞ୍ଜାକସନର ପରିମାଣ କିମ୍ବା ଏକ ଶହ ଟଙ୍କା (₹100), ଯାହା କମ ଥିବ, ତା’ଠାରୁ ଅଧିକ ହେବ ନାହିଁ।

PhonePe UPI/PhonePe ପ୍ଲାଟଫର୍ମ/PhonePe ଆପ/PhonePe ସେବାଗୁଡ଼ିକର ଆପଣଙ୍କ ବ୍ୟବହାର, ଆପଣଙ୍କ ଦ୍ୱାରା ଏହି UPI ToU, ଗୋପନୀୟତା ନୀତି, ସର୍ତ୍ତାବଳୀ ଏବଂ ଅନ୍ୟ ନୀତି/ସର୍ତ୍ତାବଳୀର ଉଲ୍ଲଙ୍ଘନ, ଏବଂ/କିମ୍ବା କୌଣସି ଥାର୍ଡ-ପାର୍ଟିର କୌଣସି ପ୍ରଯୁଜ୍ୟ ଆଇନ କିମ୍ବା ଅଧିକାର (ବୌଦ୍ଧିକ ସମ୍ପତ୍ତି ଅଧିକାରର ଉଲ୍ଲଙ୍ଘନ ସମେତ)ର ଉଲ୍ଲଙ୍ଘନ କାରଣରୁ କିମ୍ବା ଏଥିରୁ ଉପୁଜିଥିବା କୌଣସି କାରଣରୁ ଥାର୍ଡ-ପାର୍ଟି ଦ୍ଵାରା ଉତଥାପିତ ଯେକୌଣସି ଦାବି ବା ଡିମାଣ୍ଡ, ଅଥବା ଯୁକ୍ତିଯୁକ୍ତ ଆଟର୍ଣ୍ଣି ଫି’ ସମେତ କାର୍ଯ୍ୟାନୁଷ୍ଠାନ ଏବଂ ଜୋରିମାନାରୁ ଆପଣ PhonePe, PhonePeର ସଂସ୍ଥା, ଏହାର ମାଲିକ, ଲାଇସେନ୍ସଧାରୀ, (ଯେଉଁଠି ଯେପରି ପ୍ରଯୁଜ୍ୟ) ଏବଂ ସେମାନଙ୍କର ଅଧିକାରୀ, ଡାଇରେକ୍ଟର, ଏଜେଣ୍ଟ ଏବଂ କର୍ମଚାରୀଙ୍କୁ, ସୁରକ୍ଷିତ ରଖିବେ ଏବଂ କ୍ଷତିପୂରଣ ପ୍ରଦାନ କରିବେ।

ସମାପ୍ତି ଏବଂ ଅନ୍ୟାନ୍ୟ କାର୍ଯ୍ୟ

arrow icon

ଆପଣ ରାଜି ହୁଅନ୍ତି ଯେ PhonePe, ଏହାର ନିଜସ୍ଵ ବିଚାରରେ, କୌଣସି ପୂର୍ବ ସୂଚନା ବିନା ଆପଣଙ୍କ PhonePe ଆକାଉଣ୍ଟକୁ ବନ୍ଦ କିମ୍ବା ସ୍ଥଗିତ କରିପାରେ, ଏବଂ/କିମ୍ବା PhonePe ଆପ/PhonePe ପ୍ଲାଟଫର୍ମ/PhonePe ସେବାଗୁଡ଼ିକ, କିମ୍ବା ଏହାର କୌଣସି ଅଂଶ, କିମ୍ବା PhonePe UPI ର ସମ୍ପୂର୍ଣ୍ଣ କିମ୍ବା କୌଣସି ଅଂଶରେ ଆପଣଙ୍କ ଆକ୍ସେସକୁ ପ୍ରତିବନ୍ଧିତ କିମ୍ବା ନିଷିଦ୍ଧ କରିପାରେ, କିମ୍ବା ଆମେ ଉପଯୁକ୍ତ ମଣୁଥିବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ, ଯଦି ଆମେ ନିର୍ଦ୍ଧାରଣ କରୁ ଯେ ଆପଣ କୌଣସି ପ୍ରଯୁଜ୍ୟ ଆଇନ(ଗୁଡ଼ିକ) ଉଲ୍ଲଙ୍ଘନ କରିଛନ୍ତି/କରିଥାଇପାରନ୍ତି, କିମ୍ବା କୌଣସି UPI ToU/ସର୍ତ୍ତାବଳୀ, କିମ୍ବା PhonePe ଆପ/PhonePe ପ୍ଲାଟଫର୍ମରେ ଆପଣଙ୍କ ପାଇଁ ପ୍ରଯୁଜ୍ୟ ଅନ୍ୟ କୌଣସି ଚୁକ୍ତି ଏବଂ ସର୍ତ୍ତାବଳୀ ଉଲ୍ଲଙ୍ଘନ କରିଛନ୍ତି, କିମ୍ବା ଯଦି ଆମକୁ ରେଗୁଲେଟର/ସରକାରୀ କିମ୍ବା ଅନ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏପରି କରିବାକୁ ନିର୍ଦ୍ଦେଶ ଦିଆଯାଏ, କିମ୍ବା PhonePe ଉପଯୁକ୍ତ ମଣୁଥିବା ଅନ୍ୟ କୌଣସି କାରଣ ପାଇଁ ମଧ୍ୟ ତାହା ହୋଇପାରେ।

ଆପଣ ଆହୁରି ମଧ୍ୟ ସମ୍ମତି ଦିଅନ୍ତି ଯେ ଯଦି ଆପଣଙ୍କର କୌଣସି କାର୍ଯ୍ୟ/ନିଷ୍କ୍ରିୟତା ଯୋଗୁଁ PhonePeର କ୍ଷତି ହୁଏ, ଯେଉଁଥିରେ ଆର୍ଥିକ କ୍ଷତି ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ, ତେବେ ଉକ୍ତ ପରିସ୍ଥିତିରେ ଆବଶ୍ୟକ ମନେହେଉଥିବା ଇନଜଙ୍କଟିଭ ରିଲିଫ ଅର୍ଥାତ ଆଇନଗତ ନିଷେଦ୍ଧାଦେଶ ମଧ୍ୟ ଆମେ ନେଇପାରୁ।

ଆପଣଙ୍କର ସମସ୍ତ ସୂଚନା/ଡାଟା ଗୋପନୀୟତା ନୀତି ଏବଂ ଯେକୌଣସି ପ୍ରଯୁଜ୍ୟ ଆଇନର ସର୍ତ୍ତାବଳୀ ଅନୁଯାୟୀ ପରିଚାଳିତ ହେବ। PhonePe ଆପଣଙ୍କ ପଞ୍ଜିକରଣ ସୂଚନା, ଯେପରିକି ଆପଣଙ୍କ ନାମ, ଇମେଲ ଆଇଡି ଏବଂ ମୋବାଇଲ ନମ୍ବର, VPA, ଏବଂ ଯେକୌଣସି ଟ୍ରାଞ୍ଜାକସନ କିମ୍ବା ଅନ୍ୟାନ୍ୟ ସୂଚନା ସଂରକ୍ଷିତ କରି ରଖିପାରେ, ଯାହା ପ୍ରଯୁଜ୍ୟ ଆଇନ ଅଧୀନରେ ଆମ ପାଇଁ ବାଧ୍ୟତାମୂଳକ ହୋଇଥାଏ ଏବଂ ପ୍ରଯୁଜ୍ୟ ଆଇନ କିମ୍ବା ବିଭିନ୍ନ ସମୟରେ NPCI ଦ୍ୱାରା ବିଜ୍ଞାପିତ ନିର୍ଦ୍ଦିଷ୍ଟ ଅବଧି ପାଇଁ କିମ୍ବା ଆମର ନୀତି ଅନୁଯାୟୀ, ଏପରିକି PhonePe ସହିତ ଆପଣଙ୍କ ଚୁକ୍ତି ସମାପ୍ତ ହେବା ପରେ ମଧ୍ୟ ସଂରକ୍ଷିତ କରି ରଖିବା ଆବଶ୍ୟକ ହୋଇଥାଏ।

ନିୟନ୍ତ୍ରଣ କରୁଥିବା ଆଇନ ଏବଂ ନ୍ୟାୟକ୍ଷେତ୍ର

arrow icon

ଏହି UPI ToU ଏବଂ ଏହା ଅଧୀନରେ ଥିବା ଅଧିକାର ଓ ଦାୟିତ୍ୱ ଏବଂ ପକ୍ଷମାନଙ୍କର ସମ୍ପର୍କ ଏବଂ ଏହି UPI ToU ଅଧୀନରେ କିମ୍ବା ସମ୍ବନ୍ଧରେ ଉପୁଜିଥିବା ସମସ୍ତ ମାମଲା, ଯେଉଁଥିରେ ଏହାର ଗଠନ, ବୈଧତା, କାର୍ଯ୍ୟଦକ୍ଷତା କିମ୍ବା ସମାପ୍ତି ଅନ୍ତର୍ଭୁକ୍ତ, ଭାରତର ଆଇନ ଦ୍ୱାରା ପରିଚାଳିତ ଏବଂ ବ୍ୟାଖ୍ୟା କରାଯିବ। ବେଙ୍ଗାଲୁରୁ, କର୍ଣ୍ଣାଟକରେ ଥିବା ଅଦାଲତମାନଙ୍କର ଏହି UPI ToU ସହିତ ଜଡିତ ସମସ୍ତ ମାମଲା ଉପରେ ସ୍ୱତନ୍ତ୍ର ଅଧିକାର ରହିବ।

ଅସ୍ୱୀକରଣ

arrow icon

ଆପଣ ବୁଝିଛନ୍ତି ଯେ PhonePe ଆପ ଡାଉନଲୋଡ କିମ୍ବା ବ୍ୟବହାର କରିବା ଦ୍ଵାରା ଆପଣ ସ୍ୱତଃ PhonePe UPI ବ୍ୟବହାର ପାଇଁ ହକଦାର ହେବେ ନାହିଁ।

ଆମେ ସ୍ପଷ୍ଟ କିମ୍ବା ଉହ୍ୟ ଭାବରେ UPI, PhonePe UPI, PhonePe ପ୍ଲାଟଫର୍ମର ଗୁଣବତ୍ତା ଏବଂ ଉପଲବ୍ଧତା ବିଷୟରେ କୌଣସି ୱାରେଣ୍ଟି କିମ୍ବା ପ୍ରତିଶ୍ରୁତି ପ୍ରଦାନ , କରୁନାହୁଁ, ଯେଉଁଥିରେ ବାଣିଜ୍ୟିକ ଉପଯୋଗିତା, ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଉପଯୁକ୍ତତା କିମ୍ବା ଥାର୍ଡ-ପାର୍ଟି ବୌଦ୍ଧିକ ସମ୍ପତ୍ତି ଅଧିକାରର ଅଣ-ଉଲ୍ଲଙ୍ଘନର ଯେକୌଣସି ୱାରେଣ୍ଟି(ଗୁଡ଼ିକ) ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ। PhonePe UPI “ଯେପରି ଅଛି”, “ଯେପରି ଉପଲବ୍ଧ” ଏବଂ ସମସ୍ତ ସୀମାବଦ୍ଧତା ସହିତ ପ୍ରଦାନ କରାଯାଏ।

PhonePe କେବଳ ଟ୍ରାଞ୍ଜାକସନର ଏକ ସୁବିଧା ପ୍ରଦାନକାରୀ ଅଟେ, ଟ୍ରାଞ୍ଜାକସନର ଏକ ପକ୍ଷ ନୁହେଁ। ଆମେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଟ୍ରାଞ୍ଜାକସନ କାର୍ଯ୍ୟକାରୀ ଏବଂ ପ୍ରକ୍ରିୟାକରଣ କରିବାକୁ ଚେଷ୍ଟା କରୁ; ତେବେ, UPI ଏବଂ PhonePe UPI ସମ୍ବନ୍ଧରେ ସମସ୍ତ ଦାୟବଦ୍ଧତାକୁ PhonePe ଅସ୍ୱୀକାର କରେ, ଯେଉଁଥିରେ ଟ୍ରାଞ୍ଜାକସନ ବିଫଳତା, UPI, PhonePe UPI କିମ୍ବା PhonePe ପ୍ଲାଟଫର୍ମର ଅନୁପଲବ୍ଧତା, କୌଣସି ଅଣ-ପ୍ରତିକ୍ରିୟାଶୀଳତା, ବିଳମ୍ବ, ସିଷ୍ଟମର ବିଫଳତା ଏବଂ/କିମ୍ବା ଟ୍ରାଞ୍ଜାକସନର ବୈଧତା କାରଣରୁ ଉପୁଜିଥିବା ଦାୟବଦ୍ଧତା ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ; ଏହାବ୍ୟତୀତ କୌଣସି ତ୍ରୁଟି, ବିଫଳତା, ବ୍ୟାଘାତ, କିମ୍ବା UPI, PhonePe UPI, PhonePe ପ୍ଲାଟଫର୍ମ, PhonePe ସେବାଗୁଡ଼ିକ, ଟ୍ରାଞ୍ଜାକସନ ଇତ୍ୟାଦିର ଅନୁପଲବ୍ଧତା ପାଇଁ PhonePe ମଧ୍ୟ ଦାୟୀ ହେବ ନାହିଁ। ଯେକୌଣସି ଟ୍ରାଞ୍ଜାକସନରୁ ଉପୁଜିଥିବା କୌଣସି ସମସ୍ୟା ପାଇଁ ଦୟାକରି ଆପଣଙ୍କ ଇସ୍ୟୁଅରଙ୍କ ସହ ଯୋଗାଯୋଗ କରନ୍ତୁ। ସମସ୍ତ ଟ୍ରାଞ୍ଜାକସନ ସମ୍ପୂର୍ଣ୍ଣ ଭାବରେ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟକ୍ତି ଏବଂ ପେମେଣ୍ଟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ, ଏବଂ ଏଥିରେ PhonePeର କୌଣସି ଦାୟବଦ୍ଧତା ରହେ ନାହିଁ।

ଆପଣଙ୍କ ଟ୍ରାଞ୍ଜାକସନ ରେକର୍ଡ ଏବଂ ଆମ ପାଖରେ ରକ୍ଷଣାବେକ୍ଷଣ ପାଇଁ ଥିବା ଅନ୍ୟାନ୍ୟ ଲଗଗୁଡ଼ିକ ଟ୍ରାଞ୍ଜାକସନ ଏବଂ UPI/PhonePe UPIର ଆପଣଙ୍କ ବ୍ୟବହାରର ପ୍ରମାଣ ଭାବରେ ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ।