PhonePe Blogs Main Featured Image

Investments

PhonePe ଆରମ୍ଭ କରିଛି ଭାରତର ପ୍ରଥମ ସୁପର୍ ଫଣ୍ଡ

PhonePe Regional|2 min read|17 August, 2021

URL copied to clipboard

ଆପଣ ଜାଣିଛନ୍ତି ସୁପର୍‍ ଫଣ୍ଡ କଣ ଏବଂ ଆପଣଙ୍କୁ ସେଥିରେ ବିନିଯୋଗ କରିବା ଉଚିତ୍‍ ନା ନାହିଁ?

ନିମ୍ନରେ ତାହା ବିସ୍ତାର ଭାବରେ ବୁଝାଯାଇଛି।

ମ୍ଯୁଚୁଆଲ୍‍ ଫଣ୍ଡ ଆପଣଙ୍କ ପାଇଁ ସଠିକ୍‍ କି?

ମ୍ଯୁଚୁଆଲ୍‍ ଫଣ୍ଡ ସମ୍ବନ୍ଧିତ ସମସ୍ତ କଥା ଆପଣ ବୁଝିପାରୁ ନାହାଁନ୍ତି କି? ପ୍ରକୃତରେ ଏହାକୁ ବୁଝିବା ଅତି ସହଜ।

ତିନୋଟି ମୁଖ୍ୟ ପ୍ରକାରର ମ୍ୟୁଚୁଆଲ୍ ଫଣ୍ଡ ଅଛି:

1) ଇକ୍ଯୁଟି ଫଣ୍ଡ ଶେୟାର ବଜାରରେ ବିନିଯୋଗ କରେ ଏବଂ ଏଥିରେ ଅଧିକ ରିସ୍କ ରହିଥାଏ କିନ୍ତୁ ଏଥିରେ ରିଟର୍ନ ବି ଅଧିକ ମିଳିଥାଏ।

2) ଡେବ୍ଟ ଫଣ୍ଡ ବ୍ୟାଙ୍କ୍‍, ସରକାର(ଗିଲ୍ଟ) କିମ୍ବା କର୍ପୋରେଟ ଦ୍ୱାରା ଜାରି କରାଯିବା ବଣ୍ଡରେ ବିନିଯୋଗ କରେ ଏବଂ ଏଥିରେ ସାଧାରଣତଃ କମ୍ ରିସ୍କ ରହିଥାଏ ଏବଂ ସ୍ଥିର ରିଟର୍ନ ମିଳିଥାଏ।

3) ହାଇବ୍ରିଡ୍‍ ଫଣ୍ଡ ଉଭୟ ଇକ୍ଯୁଟି ଏବଂ ଡେବ୍ଟ ଫଣ୍ଡରେ ବିନିଯୋଗ କରେ ଏବଂ ସେଗୁଡ଼ିକରେ ରିସ୍କ ଏବଂ ରିଟର୍ନ ମଧ୍ୟମ ଥାଏ।

ଫଣ୍ଡ ଅଫ୍‍ ଫଣ୍ଡସ୍‍ କଣ ଅଟେ ଏବଂ ସେଗୁଡ଼ିକ କିପରି କାମ କରେ?

ଫଣ୍ଡ ଅଫ୍‍ ଫଣ୍ଡସ୍‍ (FOF) ଏକାଧିକ ଫଣ୍ଡରେ ବିନିଯୋଗ କରେ ଏବଂ ଏହାର ଲକ୍ଷ୍ୟ ହେଉଛି ରିସ୍କର ସମ୍ଭାବନାକୁ ବହୁ ମାତ୍ରାରେ କମ୍‍ କରି ବିନିଯୋଗକାରୀମାନଙ୍କୁ ଅଧିକ ରିଟର୍ନ ଦେବା। ଅବଶ୍ୟ, ଅଧିକାଂଶ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀଗୁଡ଼ିକ କ୍ଲୋଜଡ୍‍ ଫଣ୍ଡ ଅଫ୍‍ ଫଣ୍ଡସର ଅଫର୍‍ ଦେଇଥାନ୍ତି ଯାହାର ଅର୍ଥ ହେଉଛି ସେଗୁଡ଼ିକ କେବଳ ନିଜ କମ୍ପାନୀରୁ ହିଁ ଫଣ୍ଡ ବାଛିଥାନ୍ତି। ସାଧାରଣତଃ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀଗୁଡ଼ିକ କେତେକ କ୍ଷେତ୍ରରେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଅନ୍ୟ କେତେକ କ୍ଷେତ୍ରରେ ଦୁର୍ବଳ ହୋଇଥାନ୍ତି। ଏହାଦ୍ୱାରା FOF-କୁ ପ୍ରତ୍ୟେକ ବିଭାଗରୁ ସର୍ବଶ୍ରେଷ୍ଠ ଫଣ୍ଡ ବାଛିବାର କ୍ଷମତା ନଥାଏ।

ଓପେନ୍‍ ସୁପର୍‍ ଫଣ୍ଡରେ ବିନିଯୋଗ କରନ୍ତୁ!

ସୁପର୍‍ ଫଣ୍ଡ ବିଭିନ୍ନ ଫଣ୍ଡ ହାଉସ୍‍ରୁ ସର୍ବଶ୍ରେଷ୍ଠ ଫଣ୍ଡ ବାଛିଥାଏ ଏବଂ ସେଥିପାଇଁ ଯେକୌଣସି ଏକ କମ୍ପାନୀର ଫଣ୍ଡ ଅଫ୍‍ ଫଣ୍ଡର ଅଭାବର ସମ୍ମୁଖୀନ ବିନିଯୋଗକାରୀଙ୍କୁ କରିବାକୁ ପଡ଼ିନଥାଏ। ଉଦାହରଣ ସ୍ୱରୂପ, Aditya Birla Sunlife (ABSL) ଇକ୍ୱିଟିରେ ଏବଂ Axis ମ୍ୟୁଚୁଆଲ୍ ଫଣ୍ଡ ଡେବ୍ଟ ଫଣ୍ଡରେ ଅଧିକ ଶକ୍ତିଶାଳୀ ହୋଇପାରନ୍ତି, ସେଥିପାଇଁ ସର୍ବଶ୍ରେଷ୍ଠ ଓପେନ୍ ଫଣ୍ଡ ସୃଷ୍ଟି କରିବା ପାଇଁ ABSL ରୁ ଶ୍ରେଷ୍ଠ ଇକ୍ୱିଟି ଫଣ୍ଡ ଏବଂ ଆକ୍ସିସ୍ରୁ ଶ୍ରେଷ୍ଠ ଡେବ୍ଟ ଫଣ୍ଡ ବାଛିବା ହିଁ ଯାଥାର୍ଥ ଅଟେ।

ଶ୍ରେଷ୍ଠତ୍ତମର ଉପରେ: PhonePe ରେ ସୁପର୍‍ ଫଣ୍ଡ

PhonePe-ରେ ସୁପର୍‍ ଫଣ୍ଡ ସମାଧାନ ବିଭିନ୍ନ ମ୍ଯୁଚୁଆଲ୍‍ ଫଣ୍ଡ କମ୍ପାନୀଗୁଡ଼ିକରୁ ସର୍ବଶ୍ରେଷ୍ଠ ଫଣ୍ଡ ବାଛିଥାଏ ଏବଂ ତାହା ସହିତ ତିନୋଟି ଭିନ୍ନ ବିକଳ୍ପ ମଧ୍ୟ ପ୍ରଦାନ କରିଥାଏ ଯେପରିକି କଞ୍ଜରଭେଟିଭ୍‍ ଫଣ୍ଡ, ମୋଡରେଟ୍‍ ଫଣ୍ଡ ଏବଂ ଆଗ୍ରେସିଭ୍‍ ଫଣ୍ଡ ଯାହାଦ୍ୱାରା ଆପଣ ସର୍ବଶ୍ରେଷ୍ଠ ସମ୍ଭାବନୀୟ ରିସ୍କ ଏବଂ ରିଟର୍ନର ଏକ ସମିଶ୍ରଣ ବାଛିପାରିବେ।

PhonePe-ରେ ଥିବା ସୁପର୍‍ ଫଣ୍ଡ ନିମ୍ନଲିଖିତ କାରଣଗୁଡ଼ିକ ଯୋଗୁଁ ବିଶେଷ ଅଟେ

  • ଯଦି ଆପଣ ବିନିଯୋଗ କରିବାକୁ ଚାହାଁନ୍ତି ତେବେ ଏହା ଏକ ସରଳ ଏବଂ ବିସ୍ତୃତ ସମାଧାନ ଅଟେ। ରିସ୍କ ଉଠାଇପାରିବା ଭଳି କ୍ଷମତା ଅନୁଯାୟୀ, ଆପଣଙ୍କୁ କେବଳ ସଠିକ୍ ସୁପର ଫଣ୍ଡ ବାଛିବା ଉଚିତ୍‍ ଏବଂ ବାକି ସବୁ ଫଣ୍ଡ ମ୍ୟାନେଜ କରୁଥିବା ବିଶେଷଜ୍ଞଙ୍କ ଉପରେରେ ଛାଡ଼ିଦେବା ଉଚିତ୍‍। ଆପଣ ବାଛିଥିବା ସୁପର୍‍ ଫଣ୍ଡ ଆଧାରରେ, ଏହି ବିଶେଷଜ୍ଞମାନେ ବିନିଯୋଗ କରିବାକୁ ଉପଯୁକ୍ତ ଫଣ୍ଡ ବାଛିବେ ଏବଂ ପ୍ରତ୍ୟେକ ଫଣ୍ଡରେ ବିନିଯୋଗ ଅନୁପାତ ସ୍ଥିର କରିବେ।
  • ବିଶେଷଜ୍ଞ ଫଣ୍ଡର ମ୍ୟାନେଜରମାନେ ନିରନ୍ତର ବିନିଯୋଗ ଉପରେ ନଜର ରଖିବେ ଏବଂ ଯଦି ଆବଶ୍ୟକ ହୁଏ, ବଜାର ସ୍ଥିତି ଏବଂ ଅନ୍ତର୍ନିହିତ ଫଣ୍ଡର ସ୍ଥିରତା ଉପରେ ଆଧାର କରି ପୋର୍ଟଫୋଲିଓରେ ଥିବା ବିଭିନ୍ନ ଫଣ୍ଡ ମଧ୍ୟରେ ବିନିଯୋଗ ଅନୁପାତରେ ପରିବର୍ତ୍ତନ କରିବେ। ଏହା କରିବା ସମୟରେ, ଏହା ମଧ୍ୟ ଧ୍ୟାନ ଦିଆଯାଇଥାଏ ଯେ ଆପଣଙ୍କୁ ଯେପରି ଅତିକମ୍‍ ଟ୍ୟାକ୍ସ ଦେବାକୁ ପଡ଼ିବ। ଏହା ସେହି ବିନିଯୋଗକାରୀମାନଙ୍କ ପାଇଁ ଅତ୍ୟନ୍ତ ସାହାଯ୍ୟକାରୀ ହୋଇଥାଏ, ଯେଉଁମାନଙ୍କୁ ବିନିଯୋଗ ପାଇଁ ଉପଯୁକ୍ତ ଫଣ୍ଡ ବାଛିବା ଏବଂ ତା’ପରେ ସେହି ଫଣ୍ଡକୁ ନିୟମିତ ଭାବରେ ଟ୍ରାକିଂ ରଖିବାରେ ଅସୁବିଧା ହୋଇଥାଏ।
  • ସୁପର୍‍ ଫଣ୍ଡ, ଫଣ୍ଡ ଅଫ୍ ଫଣ୍ଡସ୍‍‌ ସଂରଚନାର ଓପେନ୍‍ ଆର୍କିଟେକ୍ଚରକୁ ଅନୁସରଣ କରେ ଏବଂ ଭିନ୍ନ ଭିନ୍ନ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀଗୁଡ଼ିକରେ ବିନିଯୋଗ କରେ। ଏଥିରେ, AMC-ର ସର୍ବୋତ୍ତମ ଯୋଜନା ବାଛିବାର କ୍ଷମତା ରହିଛି। ଏହା ବ୍ୟତୀତ ଫଣ୍ଡ ମ୍ୟାନେଜ କରିବାର ବିଭିନ୍ନ ଶୈଳୀ ମଧ୍ୟ ଗ୍ରହଣ କରାଯାଇପାରେ।
  • ସୁପର ଫଣ୍ଡର ଆଗମନ ସହିତ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ ଅଧିକ ‘ସୁଲଭ’ ହୋଇପାରିଛି। ଏହାର କାରଣ ହେଉଛି ବର୍ତ୍ତମାନ ବିନିଯୋଗକାରୀମାନେ ମାତ୍ର ₹500 ସହିତ ମ୍ୟୁଚୁଆଲ୍ ଫଣ୍ଡ ସ୍କିମର ଏକ ଭଲ ପୋର୍ଟଫୋଲିଓରେ ବିନିଯୋଗ ଆରମ୍ଭ କରିପାରିବେ। ବର୍ତ୍ତମାନ ଅଳ୍ପ ପରିମାଣରେ ବିନିଯୋଗ କରୁଥିବା ବିନିଯୋଗକାରୀ ମଧ୍ୟ ନିଜ ପୁଞ୍ଜିକୁ ସର୍ବୋତ୍ତମ ଏବଂ ଦୀର୍ଘସ୍ଥାୟୀ ଯୋଜନାରେ ବିନିଯୋଗ କରିପାରିବେ।
  • 3 ବର୍ଷରୁ ଅଧିକ ସମୟର ଦୀର୍ଘକାଳୀନ ବିନିଯୋଗ ପାଇଁ ସୁପର୍ ଫଣ୍ଡ ଉପଯୁକ୍ତ। ଯଦି ଆପଣ 3 ବର୍ଷରୁ ଅଧିକ ସମୟ ପାଇଁ ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ଇଣ୍ଡେକ୍ସସେସନର ସୁବିଧା ମିଳିବ। ଏହା ସହିତ, ଆପଣଙ୍କୁ ପାରମ୍ପାରିକ ବିନିଯୋଗ ଯେପରିକି ବ୍ୟାଙ୍କ୍‍ ଫିକ୍ସଡ ଡିପୋଜିଟ୍‍ ତୁଳନାରେ ବହୁତ କମ୍ ଏବଂ ପ୍ରାୟ ଇକ୍ୱିଟି ଫଣ୍ଡ ସମାନ ଟ୍ୟାକ୍ସ ଦେବାକୁ ପଡ଼ିଥାଏ।

ଆପଣଙ୍କୁ କେବଳ ବିନିଯୋଗ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ।

ମ୍ଯୁଚୁଆଲ୍‍ ଫଣ୍ଡରେ ବିନିଯୋଗ ବଜାର ଆପଦ ଅଧିନ ଅଟେ। ବିନିଯୋଗ କରିବା ପୂର୍ବରୁ ଦୟାକରି ଯୋଜନା ସମ୍ବନ୍ଧିତ ସୂଚନା ଡକ୍ଯୁମେଣ୍ଟଗୁଡ଼ିକୁ ଧ୍ୟାନ ସହକାରେ ପଢ଼ନ୍ତୁ।

PhonePe ୱେଲଥ ବ୍ରୋକିଂ ପ୍ରାଇଭେଟ ଲିମିଟେଡ।AMFI — ରେଜିଷ୍ଟର୍ଡ ମ୍ଯୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ଯୁସନ ARN – 187821

Keep Reading