PhonePe | Logo
Our Solutions
For Businesses
For Consumers
menu
Offline PaymentsAccept payments & get notified
menu
Payment GatewayAccept online payments
menu
Payment Gateway PartnerRefer and earn commissions
menu
Payment LinksCreate links to collect payments
menu
Merchant LendingAccess business loans
menu
PhonePe AdsAdvertise on PhonePe apps
menu
PhonePe GuardianDetect fraud and manage risk
See Allright-arrow
menu
InsuranceSecure your financial future
menu
InvestmentsManage and grow wealth
menu
Consumer LendingSecure personal loans
menu
GoldInvest in digital gold
Press
Careers
About Us
Blog
Contact Us
Trust & Safety
PhonePe | Hamburger Menu
✕
Home
Our Solutions
For Businessesarrow
icon
Offline Payments
icon
Payment Gateway
icon
Payment Gateway Partner
icon
Payment Links
icon
Merchant Lending
icon
PhonePe Ads
icon
PhonePe Guardian
See all

For Consumersarrow
icon
Insurance
icon
Investments
icon
Consumer Lending
icon
Gold
Press
Careers
About Us
Blog
Contact Us
Trust & Safety
Privacy Policy

PHONEPE EARN – ୟୁଜର ଚୁକ୍ତି ଏବଂ ସର୍ତ୍ତାବଳୀ

Englishગુજરાતીதமிழ்తెలుగుमराठीമലയാളംঅসমীয়াবাংলাहिन्दीಕನ್ನಡଓଡ଼ିଆ
< Back

ଏହି ଡକ୍ୟୁମେଣ୍ଟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 (“ଅଧିନିୟମ”), ବିଭିନ୍ନ ସମୟରେ ଏହାର ସଂଶୋଧନ, ଏହା ଅନ୍ତର୍ଗତ ପ୍ରଯୁଜ୍ୟ ନିୟମାବଳୀ ଏବଂ ଏହି ଅଧିନିୟମ ଦ୍ୱାରା ସଂଶୋଧିତ ବିଭିନ୍ନ ନିୟମରେ ଇଲେକ୍ଟ୍ରୋନିକ ରେକର୍ଡ ସମ୍ବନ୍ଧୀୟ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଏକ ଇଲେକ୍ଟ୍ରୋନିକ ରେକର୍ଡ ଅଟେ। ଏହି ଇଲେକ୍ଟ୍ରୋନିକ ରେକର୍ଡ ଏକ କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ସୃଷ୍ଟି ହୋଇଥାଏ ଏବଂ ଏହା କୌଣସି ଫିଜିକାଲ କିମ୍ବା ଡିଜିଟାଲ ଦସ୍ତଖତ ଆବଶ୍ୟକ କରେ ନାହିଁ।

‘PhonePe Earn’ (ନିମ୍ନରେ ବର୍ଣ୍ଣନା କରାଯାଇଛି)ରେ ପଞ୍ଜୀକରଣ, ଆକ୍ସେସ, ବ୍ୟବହାର କିମ୍ବା ଅଂଶଗ୍ରହଣ କରିବା ପୂର୍ବରୁ ଦୟାକରି ଏହି ଚୁକ୍ତି ଏବଂ ସର୍ତ୍ତାବଳୀ (“ସର୍ତ୍ତାବଳୀ”) ଭଲ ଭାବରେ ପଢ଼ନ୍ତୁ। ଏହି ସର୍ତ୍ତାବଳୀ PhonePe Earnରେ ଆପଣଙ୍କର ଆକ୍ସେସ, ବ୍ୟବହାର, ଅଂଶଗ୍ରହଣକୁ ପରିଚାଳନା କରିଥାଏ ଏବଂ ଏହା ଅଫିସ-2, ଫ୍ଲୋର – 5, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସଫ୍ଟଜୋନ, ସର୍ଭିସ ରୋଡ୍‍, ଗ୍ରୀନ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବେଙ୍ଗାଲୁରୁ, କର୍ଣ୍ଣାଟକ – 560103, ଭାରତରେ ପଞ୍ଜୀକୃତ କାର୍ଯ୍ୟାଳୟ ଥିବା PhonePe ଲିମିଟେଡ (ପୂର୍ବରୁ ‘PhonePe ପ୍ରାଇଭେଟ ଲିମିଟେଡ’ ନାମରେ ଜଣାଯାଉଥିଲା) ଏବଂ ଆପଣଙ୍କ ମଧ୍ୟରେ ଏକ ବାଧ୍ୟତାମୂଳକ ଆଇନଗତ ଚୁକ୍ତି ଅଟେ। 

ଏହି ସର୍ତ୍ତାବଳୀ ଅଧୀନରେ ‘PhonePe’ କହିଲେ ଏହାର ଆଫିଲିଏଟ, ସହଯୋଗୀ, ସହାୟକ କମ୍ପାନୀ, ଗ୍ରୁପ କମ୍ପାନୀ, ସେମାନଙ୍କର ସମ୍ପୃକ୍ତ ଅଧିକାରୀ, ଡାଇରେକ୍ଟର, କର୍ମଚାରୀ, ପ୍ରତିନିଧି ଏବଂ ଏଜେଣ୍ଟମାନଙ୍କୁ ବୁଝାଇବ ଏବଂ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବ।  ଆପଣ ରାଜି ହୁଅନ୍ତି ଏବଂ ସ୍ଵୀକାର କରନ୍ତି ଯେ ଆପଣ ଏହି ସର୍ତ୍ତାବଳୀ ପଢ଼ିଛନ୍ତି ଏବଂ ଯଦି ଆପଣ ଏହି ସର୍ତ୍ତାବଳୀରେ ବାନ୍ଧି ହୋଇ ରହିବାକୁ ରାଜି ନୁହଁନ୍ତି କିମ୍ବା ଚାହାଁନ୍ତି ନାହିଁ, ତେବେ ଆପଣ କୌଣସି ପ୍ରକାରେ ମଧ୍ୟ PhonePe Earn ଆକ୍ସେସ, ବ୍ୟବହାର କିମ୍ବା ସେଥିରେ ଅଂଶଗ୍ରହଣ କରିବେ ନାହିଁ। ଆପଣ ଏହା ମଧ୍ୟ ବୁଝନ୍ତି ଯେ ଏଥିସହିତ ଅନ୍ୟ ୱେବସାଇଟ ନୀତି, ସାଧାରଣ କିମ୍ବା ପ୍ରଡକ୍ଟ ନିର୍ଦ୍ଦିଷ୍ଟ ଚୁକ୍ତି ଏବଂ ସର୍ତ୍ତାବଳୀ ଯାହା PhonePe ପ୍ଲାଟଫର୍ମ (ନିମ୍ନରେ ବର୍ଣ୍ଣନା କରାଯାଇଛି)ରେ ଉପଲବ୍ଧ ଏବଂ ବିଭିନ୍ନ ସମୟରେ ସଂଶୋଧିତ, ତାହା ଆପଣଙ୍କର PhonePe ପ୍ଲାଟଫର୍ମର ବ୍ୟବହାର/ଆକ୍ସେସ ଆଧାରରେ ଆପଣଙ୍କ ପାଇଁ ପ୍ରଯୁଜ୍ୟ ହେବ। ଆମେ ଯେକୌଣସି ସମୟରେ PhonePeର ମାଲିକାନାରେ ଥିବା/ହୋଷ୍ଟ ହୋଇଥିବା/ସଂଚାଳିତ/ପରିଚାଳିତ PhonePe ୱେବସାଇଟ(ଗୁଡ଼ିକ), PhonePe ମୋବାଇଲ ଆପ୍ଲିକେସନ(ଗୁଡ଼ିକ) ଏବଂ ଅନ୍ୟ କୌଣସି ଡିଭାଇସ/ସମ୍ପତ୍ତି (ସାମୂହିକ ଭାବରେ “PhonePe ପ୍ଲାଟଫର୍ମ” ଭାବେ ପରିଚିତ)ରେ ଏକ ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ କରି ଏହି ସର୍ତ୍ତାବଳୀର ସଂଶୋଧନ କରିପାରୁ। ଏହି ସର୍ତ୍ତାବଳୀର ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ ହେବା ସଙ୍ଗେ ସଙ୍ଗେ ତାହା କାର୍ଯ୍ୟକାରୀ ହେବ। ଏହି ଅପଡେଟ/ପରିବର୍ତ୍ତନ ବିଷୟରେ ଜାଣିବା ପାଇଁ ଚୁକ୍ତିକୁ ନିୟମିତ ସମୟ ବ୍ୟବଧାନରେ ସମୀକ୍ଷା କରିବା ଆପଣଙ୍କ ଦାୟିତ୍ୱ ଅଟେ ଏବଂ ଏହିପରି ପରିବର୍ତ୍ତନଗୁଡ଼ିକ ପୋଷ୍ଟ ହେବା ପରେ ଆପଣଙ୍କ ଦ୍ୱାରା PhonePe ପ୍ଲାଟଫର୍ମର ନିରନ୍ତର ବ୍ୟବହାରର ଅର୍ଥ ଆପଣ ଚୁକ୍ତିର ସମସ୍ତ ଅପଡେଟ/ପରିବର୍ତ୍ତନକୁ ଗ୍ରହଣ କରିଛନ୍ତି। ଏହି ଚୁକ୍ତି ସହିତ ଯୋଗ କରିବା ପାଇଁ ଉଦ୍ଦିଷ୍ଟ କିମ୍ବା ଏହାର ବିରୋଧିତ କରୁଥିବା ଆପଣଙ୍କ ଦ୍ୱାରା ପ୍ରସ୍ତାବିତ କୌଣସି ଚୁକ୍ତି ଏବଂ ସର୍ତ୍ତାବଳୀ ଯଦି PhonePe ଦ୍ୱାରା ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରାହୋଇଛି, ତେବେ ତାହାର କୌଣସି ପ୍ରଭାବ ରହିବ ନାହିଁ କିମ୍ବା ତାହା କାର୍ଯ୍ୟକାରୀ ହେବ ନାହିଁ। ଯେପର୍ଯ୍ୟନ୍ତ ଆପଣ ଏହି ସର୍ତ୍ତାବଳୀକୁ ପାଳନ କରନ୍ତି, ସେପର୍ଯ୍ୟନ୍ତ ଆମେ ଆପଣଙ୍କୁ PhonePe Earnର ଆକ୍ସେସ, ବ୍ୟବହାର, ଅଂଶଗ୍ରହଣ ପାଇଁ ଏକ ବ୍ୟକ୍ତିଗତ, ଅଣ-ସ୍ୱତନ୍ତ୍ର, ଅଣ-ହସ୍ତାନ୍ତରଯୋଗ୍ୟ ସୀମିତ ଅଧିକାର ପ୍ରଦାନ କରିଥାଉ। 

  1. ସଂଜ୍ଞା
    • “PhonePe Earn” ଅର୍ଥ PhonePe ପ୍ଲାଟଫର୍ମରେ ଉପଲବ୍ଧ ଫିଚରଗୁଡ଼ିକ, ଯେଉଁଠାରେ ମୋବାଇଲ ଆପ୍ ରେଫରାଲ (“ରେଫରାଲ”), ଅନଲାଇନ/ଡିଜିଟାଲ ସର୍ଭେ (“ସର୍ଭେ”) ପରି ଡିଜିଟାଲ/ଅନଲାଇନ ଟାସ୍କ କିମ୍ବା ଅନଲାଇନ କିମ୍ବା ଡିଜିଟାଲ ଅଂଶଗ୍ରହଣ/ସମାପ୍ତିକୁ ଅନୁମତି ଦେଉଥିବା ଟାସ୍କଗୁଡ଼ିକୁ ତାର ସେହି କ୍ଲାଏଣ୍ଟମାନଙ୍କ ତରଫରୁ PhonePe ସକ୍ଷମ କରିଥାଏ, ଯେଉଁମାନେ ନିଜ ପାଇଁ କିମ୍ବା ଏକ ତୃତୀୟ ପକ୍ଷ ପାଇଁ ବ୍ରାଣ୍ଡର ଭିଜିବିଲିଟି ବୃଦ୍ଧି କରିବା, ପ୍ରଡକ୍ଟ/ସେବାକୁ ପ୍ରୋତ୍ସାହିତ କରିବା କିମ୍ବା ଗ୍ରାହକ/ବଜାର ଇନସାଇଟର ଅଭିବୃଦ୍ଧି କରିବାକୁ ଚାହାଁନ୍ତି (“ପାର୍ଟନର”) ଏବଂ ସନ୍ତୋଷଜନକ ଭାବେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପରେ ଇଲେକ୍ଟ୍ରୋନିକ ଗିଫ୍ଟ ଭାଉଚର (“ରିୱାର୍ଡ”) ପାଇବାକୁ ଯୋଗ୍ୟ ହୋଇଥାନ୍ତି।
    • “କ୍ୱାଲିଫାଏଡ ରେଫରାଲ”ର ଅର୍ଥ ସମସ୍ତ ପୂର୍ବ-ନିର୍ଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ ସନ୍ତୋଷଜନକ ଭାବରେ ସମ୍ପୂର୍ଣ୍ଣ/ପୂରଣ କରିବା, ଯାହା ଏହାର ରେଫରାଲ ଏବଂ ତାର ଆନୁଷଙ୍ଗିକ ଚୁକ୍ତି ଏବଂ ସର୍ତ୍ତାବଳୀ ଅଧୀନରେ ଆବଶ୍ୟକ ହୋଇପାରେ। ଉଦାହରଣ ସ୍ୱରୂପ ରେଫରୀଙ୍କ ଡିଭାଇସରେ ମୋବାଇଲ ଆପ୍ଲିକେସନ ଇନଷ୍ଟଲ କରିବା ବେଳେ ତାହା ସମ୍ପୂର୍ଣ୍ଣ ହେବା ପରେ କାର୍ଯ୍ୟର ବିଶେଷତା ଆଧାରରେ ରେଫରରୀଙ୍କ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପଞ୍ଜୀକରଣ/ସବସ୍କ୍ରିପସନ/ଉପଲବ୍ଧ ସେବା ପରି ଏକ କିମ୍ବା ଏକାଧିକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଆବଶ୍ୟକ କରିପାରେ।
    • “ରେଫରୀ”, ରେଫରାଲ ଉଦ୍ଦେଶ୍ୟରେ ଏହାର ଅର୍ଥ ଜଣେ ବ୍ୟକ୍ତି ଯିଏ ଆପଣଙ୍କ ଦ୍ଵାରା ରେଫର ହୋଇଛନ୍ତି ଏବଂ ରେଫରାଲ ଲିଙ୍କ୍ ଏବଂ ଏହାର ଆନୁଷଙ୍ଗିକ ଚୁକ୍ତି ଏବଂ ସର୍ତ୍ତାବଳୀରେ ବର୍ଣ୍ଣିତ ସମସ୍ତ କାର୍ଯ୍ୟକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି।
    • “ସେଟେଲମେଣ୍ଟ”ର ଅର୍ଥ ଆପଣଙ୍କୁ ରିୱାର୍ଡ ପ୍ରଦାନ କରାଯିବା, ଯାହା PhonePe Earn ଅଧୀନରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ PhonePe ଦ୍ୱାରା ଉପଲବ୍ଧ ହୋଇପାରେ।
    • “ସର୍ଭେ”ର ଅର୍ଥ ସେମାନଙ୍କର ପ୍ରଡକ୍ଟ/ସେବା ସମ୍ବନ୍ଧରେ ହୋଇଥାଉ କିମ୍ବା ହୋଇନଥାଉ ଗ୍ରାହକଙ୍କ ଆଚରଣ, ପସନ୍ଦ, ଏବଂ ବଜାର/ପ୍ରଡକ୍ଟ ନିର୍ଦ୍ଦିଷ୍ଟ ଇନସାଇଟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାର ମୂଳ ଉଦ୍ଦେଶ୍ୟରେ PhonePe ପ୍ଲାଟଫର୍ମରେ ପାର୍ଟନରଙ୍କ ଦ୍ୱାରା ଉପସ୍ଥାପିତ ପ୍ରଶ୍ନାବଳୀ/ପୋଲ ଫର୍ମାଟ।
    • “ଆମେ”, “ଆମକୁ”, “ଆମର” ଅର୍ଥ PhonePe ଅଟେ।
    • “ଆପଣ”, “ଆପଣଙ୍କ”, “ନିଜେ”, “ୟୁଜର” ଅର୍ଥ PhonePeର ଜଣେ ୟୁଜର/ଗ୍ରାହକ ଅଟନ୍ତି।
  2. ଯୋଗ୍ୟତା
    • PhonePe Earnରେ ଆକ୍ସେସ/ବ୍ୟବହାର/ଅଂଶଗ୍ରହଣ କରି ଆପଣ ବର୍ଣ୍ଣନା କରନ୍ତି, ପ୍ରତିଶ୍ରୁତି ଏବଂ ଆଶ୍ଵାସନା ଦିଅନ୍ତି ଯେ:
      • ଆପଣଙ୍କ ବୟସ 18 ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ଆଇନଗତ ଭାବରେ ବାଧ୍ୟତାମୂଳକ ଚୁକ୍ତି କରିବାକୁ ଆପଣ ସକ୍ଷମ ଅଟନ୍ତି।
      • ସବୁ ସମୟରେ ଆପଣ ଏହି ସର୍ତ୍ତାବଳୀ, ଅନ୍ୟାନ୍ୟ ୱେବସାଇଟ ନୀତି, ସାଧାରଣ/ପ୍ରଡକ୍ଟ ନିର୍ଦ୍ଦିଷ୍ଟ ଚୁକ୍ତି ଏବଂ ସର୍ତ୍ତାବଳୀ, ଯାହା PhonePe ପ୍ଲାଟଫର୍ମରେ ଉପଲବ୍ଧ ଏବଂ ସମୟ ସମୟରେ ସଂଶୋଧିତ ହୋଇଥାଏ, ସେଗୁଡ଼ିକ ପାଳନ କରିବେ।
      • PhonePe ଆକ୍ସେସ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାରେ ପ୍ରତିବନ୍ଧିତ କିମ୍ବା ଆଇନଗତ ଭାବେ ନିଷିଦ୍ଧ କରାଯାଇ ନାହିଁ।
      • ଆପଣ କୌଣସି ବ୍ୟକ୍ତି କିମ୍ବା ଏଣ୍ଟିଟିର ଇମ୍ପର୍ସୋନେଟ କରୁନାହାଁନ୍ତି। 
      • ଆପଣଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ସମସ୍ତ ସୂଚନା, ଡକ୍ୟୁମେଣ୍ଟ ଏବଂ ବିବରଣୀଗୁଡ଼ିକ ସତ୍ୟ ଏବଂ ଆପଣଙ୍କର ଅଟେ, ସବୁ ସମୟରେ ସେଗୁଡ଼ିକୁ ଆପଣ PhonePe ପ୍ଲାଟଫର୍ମରେ ଅପଡେଟ କରିବେ।
    • ଉପରୋକ୍ତ ସର୍ତ୍ତାବଳୀର କୌଣସି ଭୁଲ ଉପସ୍ଥାପନା ହୋଇଥିଲେ PhonePe ପ୍ଲାଟଫର୍ମରେ ଆପଣଙ୍କ ଆକାଉଣ୍ଟ ରଦ୍ଦ କରିବାର ଅଧିକାର PhonePe ସଂରକ୍ଷିତ ରଖିବ ଏବଂ ଏହା ଆବଶ୍ୟକ ମନେକରୁଥିବା ଅନ୍ୟ କୌଣସି ପଦକ୍ଷେପ ଗ୍ରହଣ କରିବ।
  3. ସର୍ଭେ, ରେଫରାଲ ଏବଂ ରିୱାର୍ଡ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା
    • ସର୍ଭେ ସଂପର୍କରେ ଆପଣ ଏତଦ୍ୱାରା ବୁଝନ୍ତି ଏବଂ ସହମତ ଅଟନ୍ତି ଯେ:
      • ସର୍ଭେରେ ଆପଣଙ୍କର ଉତ୍ତର/ଉପସ୍ଥାପନା ପାର୍ଟନର ଏବଂ/କିମ୍ବା PhonePeର ଆଭ୍ୟନ୍ତରୀଣ ପାରାମିଟର କିମ୍ବା ଗୁଣବତ୍ତା ଯାଞ୍ଚ ପ୍ରଣାଳୀ ଅଧୀନରେ ଅଛି ଏବଂ ଯେଉଁଠାରେ ଆପଣଙ୍କର ଉତ୍ତର/ଉପସ୍ଥାପନା PhonePe କିମ୍ବା ପାର୍ଟନରଙ୍କ ନିଷ୍ପତ୍ତି ଅନୁଯାୟୀ ଆବଶ୍ୟକ ମାନଦଣ୍ଡ ପୂରଣ କରୁନାହିଁ, ସେଠାରେ ଆପଣ ଅଂଶଗ୍ରହଣ କରିଥିବା ସର୍ଭେ ପାଇଁ ରିୱାର୍ଡ ପାଇବାକୁ ଯୋଗ୍ୟ ହେବେ ନାହିଁ।
      • ନିମ୍ନୋକ୍ତ ବିଷୟ ପାଇଁ PhonePe ଦାୟୀ ରହିବ ନାହିଁ (a) ଏଣ୍ଟ୍ରି/ଉତ୍ତରଗୁଡ଼ିକର ପ୍ରକ୍ରିୟାକରଣ ସମୟରେ ଆପଣଙ୍କ ଦ୍ୱାରା କିମ୍ବା PhonePe Earnରେ ଜଡ଼ିତ କିମ୍ବା ବ୍ୟବହୃତ କୌଣସି ଉପକରଣ କିମ୍ବା ପ୍ରୋଗ୍ରାମିଂ କିମ୍ବା କୌଣସି ବୈଷୟିକ କିମ୍ବା ମନୁଷ୍ୟକୃତ ତ୍ରୁଟି ଯୋଗୁଁ ମିଳୁନଥିବା, ଭୁଲ ସ୍ଥାନକୁ ଚାଲିଯାଇଥିବା, ବିଳମ୍ବିତ, ଅସମ୍ପୂର୍ଣ୍ଣ, ଭୁଲ କିମ୍ବା ବୋଧଗମ୍ୟ ହେଉନଥିବା ଏଣ୍ଟ୍ରି/ଉତ୍ତର; (b) PhonePe Earn ସହିତ ଜଡ଼ିତ କୌଣସି ସାମଗ୍ରୀରେ ମୁଦ୍ରଣ କିମ୍ବା ଟାଇପିଂ ଯୋଗୁଁ ହୋଇଥିବା ତ୍ରୁଟି; (c) ଏଣ୍ଟ୍ରିଗୁଡ଼ିକର ସଂଚାଳନ, ସଞ୍ଚାରଣରେ ତ୍ରୁଟି, ଚୋରି, ବିନାଶ, ଅନଧିକୃତ ଆକ୍ସେସ କିମ୍ବା ପରିବର୍ତ୍ତନ କିମ୍ବା ବୈଷୟିକ ସମସ୍ୟା, ନେଟୱାର୍କ, ଟେଲିଫୋନ, କମ୍ପ୍ୟୁଟର, ହାର୍ଡୱେର କିମ୍ବା ସଫ୍ଟୱେର, ଯନ୍ତ୍ରାଂଶରେ ତ୍ରୁଟି କିମ୍ବା ଭୁଲ ସଞ୍ଚାରଣ, ବୈଷୟିକ ସମସ୍ୟା କିମ୍ବା ଇଣ୍ଟରନେଟରେ କିମ୍ବା କୌଣସି ୱେବସାଇଟରେ ଟ୍ରାଫିକ ସମସ୍ୟା ହେତୁ ଏଣ୍ଟ୍ରି ସମ୍ପର୍କିତ ସୂଚନା ଗ୍ରହଣ କରିବାରେ ବିଫଳତା; କିମ୍ବା (d) PhonePe Earn ସହିତ ଜଡ଼ିତ କୌଣସି ସାମଗ୍ରୀ ଡାଉନଲୋଡ କରିବା ଦ୍ୱାରା ଆପଣଙ୍କର କମ୍ପ୍ୟୁଟର କିମ୍ବା ମୋବାଇଲରେ ଆଘାତ କିମ୍ବା କ୍ଷତି।
      • ସର୍ଭେଗୁଡ଼ିକ ଆପଣଙ୍କ ନିକଟରେ ଗୋପନୀୟ/ମାଲିକାନା ସ୍ଵତ୍ଵ ସମ୍ପର୍କିତ ସୂଚନା ପ୍ରକାଶ କରିପାରେ ଏବଂ ଏହିପରି ସୂଚନା ସବୁବେଳେ ଏହାର ସ୍ଵତ୍ଵାଧିକାରୀଙ୍କର ଏକମାତ୍ର ଏବଂ ସ୍ୱତନ୍ତ୍ର ସମ୍ପତ୍ତି ହୋଇ ରହିବ। ଏହି ଗୋପନୀୟ ସୂଚନା ମଧ୍ୟରେ ନୂତନ ପ୍ରଡକ୍ଟ ସମ୍ପର୍କିତ ବିଚାର କିମ୍ବା ଧାରଣା, ପ୍ୟାକେଜିଂ ବିଷୟରେ ଧାରଣା, ବିଜ୍ଞାପନ/ଚଳଚ୍ଚିତ୍ର/ଟେଲିଭିଜନ ସମ୍ବନ୍ଧୀୟ ଧାରଣା କିମ୍ବା ଟ୍ରେଲର, ଏବଂ ପାଠ୍ୟ, ଭିଜୁଆଲ ଇମେଜ ଏବଂ ଧ୍ୱନି ଅନ୍ତର୍ଭୁକ୍ତ ମାତ୍ର ଏତିକିରେ ସୀମିତ ନୁହେଁ। ଏକ ସର୍ଭେରେ ଅଂଶଗ୍ରହଣ କରି ଆପଣ ସହମତ ଅଟନ୍ତି ଯେ ଆପଣ ଏହିପରି ସମସ୍ତ ତଥ୍ୟକୁ ଗୁପ୍ତ ରଖିବେ ଏବଂ ସେଗୁଡ଼ିକୁ କୌଣସି ତୃତୀୟ ପକ୍ଷ ନିକଟରେ ପ୍ରକାଶ କରିବେ ନାହିଁ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିବେ ନାହିଁ। ଯଦି ଏହି ଦାୟିତ୍ୱ ପାଳନରେ ଆପଣ ବିଫଳ ହୁଅନ୍ତି, ତେବେ ଆପଣ ରିୱାର୍ଡ ହରାଇବା ଏବଂ ଆପଣଙ୍କ ଆକାଉଣ୍ଟ ବନ୍ଦ ହେବା ସହିତ ଆପଣ PhonePe ଏବଂ/କିମ୍ବା ପାର୍ଟନରଙ୍କ ଆର୍ଥିକ କ୍ଷତି ପାଇଁ ମଧ୍ୟ ଦାୟୀ ହୋଇପାରନ୍ତି।
      • କେବଳ ଆପଣଙ୍କ ସମ୍ମତି ଭିତ୍ତିରେ ହିଁ କେତେକ ସର୍ଭେ ପାର୍ଟନରମାନଙ୍କ ନିକଟରେ ଆପଣଙ୍କୁ ବ୍ୟକ୍ତିଗତ ରୂପେ ଚିହ୍ନଟ କରାଯାଇପାରୁଥିବା ସୂଚନା ଦାଖଲ କରିବାକୁ ଆବଶ୍ୟକ କରିପାରନ୍ତି। ଏହିପରି ତଥ୍ୟର ପ୍ରକାଶ, ସଂଗ୍ରହ, ସଂରକ୍ଷଣ, ସେୟାର କରିବା ଏବଂ ପ୍ରକ୍ରିୟାକରଣ କରିବା ସମ୍ପର୍କରେ ଯଦି ଆପଣଙ୍କର କୌଣସି ଆପତ୍ତି ଅଛି, ତେବେ ଆପଣଙ୍କୁ ଏହି ସର୍ଭେରେ ଅଂଶଗ୍ରହଣ ନକରିବାକୁ ଦୃଢ ଭାବରେ ପରାମର୍ଶ ଦିଆଯାଉଛି। PhonePeକୁ ଜଡ଼ିତ ନକରି ସିଧାସଳଖ ପାର୍ଟନରମାନଙ୍କୁ ଏହି ପ୍ରସଙ୍ଗରେ ସମସ୍ତ ବିବାଦ ରେଫର କରିବାକୁ ଆପଣ ରାଜି ଅଟନ୍ତି। 
    • ରେଫରାଲ ସଂପର୍କରେ ଆପଣ ଏତଦ୍ଦ୍ଵାରା ବୁଝନ୍ତି ଏବଂ ସହମତ ଅଟନ୍ତି ଯେ:
      • ଏକ ରେଫରାଲରେ ଅଂଶଗ୍ରହଣ କରିବା ପାଇଁ ଆପଣଙ୍କୁ ରେଫରାଲ ଲିଙ୍କ ତଥା ତାର ଆନୁଷଙ୍ଗିକ ଚୁକ୍ତି ଏବଂ ସର୍ତ୍ତାବଳୀରେ ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକ ଅନୁସରଣ କରିବାକୁ ପଡ଼ିବ ଏବଂ ମୋବାଇଲ ଆପ୍ଲିକେସନକୁ ରେଫରୀଙ୍କ ନିକଟକୁ ପଠାଇବାକୁ ହେବ। ଏହା ମଧ୍ୟରେ ରେଫରୀଙ୍କ ଯୋଗାଯୋଗ ସୂଚନା ଲେଖିବା କିମ୍ବା ଆନୁଷଙ୍ଗିକ ଚୁକ୍ତି ଏବଂ ସର୍ତ୍ତାବଳୀ ଅଧୀନରେ ଥିବା ଅନ୍ୟ ସର୍ତ୍ତାବଳୀ ପାଳନ କରିବା ଅନ୍ତର୍ଭୁକ୍ତ ହୋଇପାରେ। ଏହା କରିବା ଦ୍ଵାରା ଆପଣ ଆହୁରି ମଧ୍ୟ ବର୍ଣ୍ଣନା କରନ୍ତି ଯେ ସେମାନଙ୍କର ଯୋଗାଯୋଗ ସୂଚନା/ଅନ୍ୟାନ୍ୟ ବିବରଣୀ ପ୍ରଦାନ କରିବା ପୂର୍ବରୁ ଆପଣ ରେଫରୀଙ୍କର ସମ୍ମତି ନେଇଛନ୍ତି। 
      • ଏକ ରେଫରାଲ ତିଆରି କରିବା – ଏକ ରେଫରାଲ ତିଆରି କରିବା ପାଇଁ ଆପଣ ନିଶ୍ଚିତ ଭାବରେ PhonePe ପ୍ଲାଟଫର୍ମର ୟୁଜର ହୋଇଥିବା ଆବଶ୍ୟକ ଏବଂ ଏହି ସର୍ତ୍ତାବଳୀ, ସମ୍ପୃକ୍ତ ରେଫରାଲ ଏବଂ ତାର ଆନୁଷଙ୍ଗିକ ଚୁକ୍ତି ଏବଂ ସର୍ତ୍ତାବଳୀର ଆବଶ୍ୟକତା ପୂରଣ କରୁଥିବା ପ୍ରକୃତ ବ୍ୟକ୍ତି (ଆପଣଙ୍କ ବ୍ୟତୀତ)ଙ୍କୁ ରେଫର କରି ଆପଣ ରେଫରାଲର ଉଦ୍ଦେଶ୍ୟକୁ ସମ୍ମାନ ପ୍ରଦାନ କରିବା ଆବଶ୍ୟକ। ଉଦାହରଣ ସ୍ୱରୂପ, ଏକାଧିକ କିମ୍ବା ନକଲି ଇମେଲ୍ ଠିକଣା କିମ୍ବା ପରିଚୟ ବ୍ୟବହାର କରି ଆପଣ PhonePeରେ ଏକାଧିକ କିମ୍ବା ନକଲି ଆକାଉଣ୍ଟ ଖୋଲିବେ ନାହିଁ କିମ୍ବା ରେଫରାଲରେ ଅଂଶଗ୍ରହଣ କରିବେ ନାହିଁ। ଏକ ରେଫରାଲ ତିଆରି କରିବାବେଳେ ରେଫରୀଙ୍କଠାରୁ ଆବଶ୍ୟକ ସମ୍ମତି ନେଇ ଆପଣ ସମ୍ପୂର୍ଣ୍ଣ, ବୈଧ ତଥା ସଠିକ ସୂଚନା ପ୍ରଦାନ କରିବେ। 
    • ରିୱାର୍ଡ ସଂପର୍କରେ ଆପଣ ଏତଦ୍ୱାରା ବୁଝନ୍ତି ଏବଂ ସହମତ ଅଟନ୍ତି ଯେ:
      • ସମସ୍ତ ରିୱାର୍ଡ ପ୍ରଯୁଜ୍ୟ ଟିକସ ବହିର୍ଭୂତ ରିୱାର୍ଡ ଅଟେ। ରିୱାର୍ଡ ହସ୍ତାନ୍ତର, ନିଲାମ, ବାଣିଜ୍ୟ, ବଦଳ କିମ୍ବା ବିକ୍ରୟ ହୋଇପାରିବ ନାହିଁ। ଏହି ସର୍ତ୍ତାବଳୀ ଅଧୀନରେ ଦର୍ଶାଯାଇଥିବା କାରଣଗୁଡ଼ିକ ହେତୁ ଆପଣଙ୍କର ଆକାଉଣ୍ଟର ପରିସମାପ୍ତି ଘଟିବା ପରେ କିମ୍ବା PhonePe Earnରେ ଅଂଶଗ୍ରହଣ କରିବାର ଅଧିକାର ରଦ୍ଦ ହେବା ପରେ ରିଡିମ ହୋଇନଥିବା ଆପଣଙ୍କର ଅର୍ଜିତ ସମସ୍ତ ରିୱାର୍ଡ ବାତିଲ ହୋଇଯିବ।
      • ରିୱାର୍ଡ ପାଇବାକୁ ଯୋଗ୍ୟ ହେବା ପାଇଁ ଆପଣଙ୍କୁ PhonePeରେ ଆପଣଙ୍କର ମୋବାଇଲ ନମ୍ବର ଏବଂ KYC ଡକ୍ୟୁମେଣ୍ଟ ଯାଞ୍ଚ କରିବା ଆବଶ୍ୟକ ହୋଇପାରେ।
      • ପ୍ରତ୍ୟେକ ରିୱାର୍ଡ କୌଣସି ପ୍ରକାରର ପ୍ରକାଶିତ କିମ୍ବା ଇଙ୍ଗିତପୂର୍ଣ୍ଣ ୱାରେଣ୍ଟି ବିନା (ଯେଉଁଥିରେ ବାଣିଜ୍ୟ ଯୋଗ୍ୟତା କିମ୍ବା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଫିଟନେସର ଅନ୍ତର୍ଭୁକ୍ତ ୱାରେଣ୍ଟି ଅନ୍ତର୍ଭୁକ୍ତ ମାତ୍ର ଏତିକିରେ ସୀମିତ ନୁହେଁ) ପ୍ରଦାନ କରାଯିବ।
      • ସମ୍ପୃକ୍ତ ସର୍ଭେ ଏବଂ/କିମ୍ବା କ୍ୱାଲିଫାଏଡ ରେଫରାଲ ସଫଳତାର ସହିତ ସମାପ୍ତ କରିବା ପରେ କେବଳ PhonePe ପ୍ଲାଟଫର୍ମରେ ବିଜ୍ଞପ୍ତି କିମ୍ବା PhonePe କିମ୍ବା ପାର୍ଟନରଙ୍କ ଲିଖିତ କନଫର୍ମେସନ ପରେ ଆପଣ ରିୱାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହେବେ। 
      • ରିୱାର୍ଡଗୁଡ଼ିକ ଯାଞ୍ଚ/ଅନୁସନ୍ଧାନ ଏବଂ ଏହାର ପରିଣାମସ୍ଵରୂପ ହେଉଥିବା ବିଳମ୍ବ/ବାତିଲର ଅଧୀନ ହୋଇଥାଏ। ଯଦି ତାର ନିଜସ୍ୱ ବିବେଚନାରେ ଆପଣଙ୍କର ଅଂଶଗ୍ରହଣକୁ ଏକ ଠକେଇ, ସନ୍ଦେହଜନକ କାର୍ଯ୍ୟ, ଏହି ସର୍ତ୍ତାବଳୀର ଉଲଙ୍ଘନ ବୋଲି ମନେକରେ କିମ୍ବା ବିଶ୍ଵାସ କରେ ଯେ ଏହା PhonePe କିମ୍ବା ପାର୍ଟନର କିମ୍ବା ସେପରି କାହା ଉପରେ ଏକ ସମ୍ଭାବ୍ୟ ଦାୟିତ୍ଵ ନ୍ୟସ୍ତ କରିବ, ତେବେ PhonePe ଏକ ରିୱାର୍ଡର ପ୍ରକ୍ରିୟାକରଣ କରିବାକୁ ପ୍ରତ୍ୟାଖ୍ୟାନ କରିପାରେ। PhonePeର ନିଷ୍ପତ୍ତି ଚୂଡାନ୍ତ ଏବଂ ବାଧ୍ୟତାମୂଳକ ହେବ।
      • ସମ୍ପୂର୍ଣ୍ଣ ହୋଇଥିବା ପ୍ରତ୍ୟେକ ସର୍ଭେ ଏବଂ/କିମ୍ବା ଏକ କ୍ୱାଲିଫାଏଡ ରେଫରାଲ ପାଇଁ PhonePe କିମ୍ବା ପାର୍ଟନର, ପରିସ୍ଥିତି ପାଇଁ ଯେପରି ଉପଯୁକ୍ତ, ତାଙ୍କ ନିର୍ଦ୍ଧାରିତ ଫର୍ମ ଏବଂ ପଦ୍ଧତିରେ ଆପଣ ରିୱାର୍ଡ ଗ୍ରହଣ କରିବେ। ରିୱାର୍ଡର ସେଟେଲମେଣ୍ଟ ପରେ PhonePe କିମ୍ବା ପାର୍ଟନର, ପରିସ୍ଥିତି ପାଇଁ ଯେପରି ଉପଯୁକ୍ତ, ତାଙ୍କର ଏହିପରି ସର୍ଭେ ଏବଂ/କିମ୍ବା ରେଫରାଲ ସମ୍ବନ୍ଧରେ କୌଣସି ଦାୟିତ୍ଵ ରହିବ ନାହିଁ। ଏତଦ୍ଦ୍ଵାରା ଆପଣ ସହମତ ହୋଇଛନ୍ତି ଯେ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ ପାଇଁ ଯେକୌଣସି ରିୱାର୍ଡ ବୈଧ ଏବଂ ପର୍ଯ୍ୟାପ୍ତ ଅଟେ।
      • PhonePe ଏବଂ/କିମ୍ବା ଏହାର ଆଫିଲିଏଟମାନଙ୍କ ପାଇଁ କରାଯାଇଥିବା ଉଭୟ ସର୍ଭେ ଏବଂ ରେଫରାଲ ପାଇଁ ଏକତ୍ର ଭାବରେ ରିୱାର୍ଡର ପରିମାଣକୁ ଉପଭୋକ୍ତା ପିଛା ପ୍ରତି ଆର୍ଥିକ ବର୍ଷରେ ₹9,999/- (ଭାରତୀୟ ଟଙ୍କାରେ ନଅ ହଜାର ନଅ ଶହ ଅନେଶତ)ରେ ସୀମିତ (“ରିୱାର୍ଡ ସୀମା”) ରଖାଯିବ। ଥରେ ରିୱାର୍ଡର ସୀମା ପହଞ୍ଚିବା ପରେ ରିୱାର୍ଡ ସୀମା ପୁଣି ଥରେ ନିର୍ଦ୍ଧାରିତ ନହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଆର୍ଥିକ ବର୍ଷର ଅବଶିଷ୍ଟ ସମୟରେ ରେଫରାଲ ଏବଂ/କିମ୍ବା ସର୍ଭେରେ କରିଥିବା ଅଂଶଗ୍ରହଣଗୁଡ଼ିକ ପାଇଁ ଆପଣ ଆଉ ଅଧିକ ରିୱାର୍ଡର ହକଦାର ହେବେ ନାହିଁ। ଏହା ଆହୁରି ସ୍ପଷ୍ଟ କରାଯାଉଛି ଯେ ରେଫରାଲଗୁଡ଼ିକର ପୁନଃ ପ୍ରଡକ୍ଟ କ୍ରୟ କ୍ଷେତ୍ରରେ କିମ୍ବା ପାର୍ଟନରଙ୍କ ପ୍ରଡକ୍ଟ କିମ୍ବା ସେବା ଉପରେ ଜଣେ ରେଫରୀଙ୍କ ଦ୍ଵାରା ଉପଲବ୍ଧ ସେବା ପରବର୍ତ୍ତୀ ରିୱାର୍ଡ ପାଇଁ ଯୋଗ୍ୟ ବିବେଚିତ ହେବ ନାହିଁ।.
      • ଆପଣ ଏତଦ୍ୱାରା ବୁଝିଛନ୍ତି ଏବଂ ସହମତ ଅଟନ୍ତି ଯେ PhonePe ଦ୍ଵାରା ଧାର୍ଯ୍ୟ କରାଯାଇଥିବା ଚୁକ୍ତି ଏବଂ ସର୍ତ୍ତାବଳୀ ଅନୁଯାୟୀ ରିୱାର୍ଡ ପ୍ରଦାନ କରାଯାଉଛି। 
  4. PhonePe Earn ପାଇଁ ସାଧାରଣ ବ୍ୟବସ୍ଥା
    • ପ୍ରଚାର ଇସ୍ତାହାର: ଏକ ସର୍ଭେ ଏବଂ/କିମ୍ବା ରେଫରାଲରେ ଅଂଶଗ୍ରହଣ କରି ପ୍ରମୋସନ କିମ୍ବା ମାର୍କେଟିଂ ଉଦ୍ଦେଶ୍ୟରେ ସର୍ଭେ ଏବଂ/କିମ୍ବା ରେଫରାଲ ସମ୍ବନ୍ଧରେ ଉଠାଯାଇଥିବା କିମ୍ବା ପ୍ରସ୍ତୁତ କରାଯାଇଥିବା କୌଣସି ଚିତ୍ର, ଫଟୋ, ନିବନ୍ଧ, ଭିଡିଓ ରେକର୍ଡିଂ, ଅଡିଓଟେପ, ଡିଜିଟାଲ ଇମେଜ ଇତ୍ୟାଦିରେ ଆପଣ ଆପଣଙ୍କର ନାମ ଏବଂ ପ୍ରତିଛବି ବ୍ୟବହାର କରିବାକୁ PhonePeକୁ ଅନୁମତି ଦିଅନ୍ତି। ଏହା ଆହୁରି ସ୍ପଷ୍ଟ କରାଯାଉଛି ଯେ ଆପଣ କୌଣସି ପ୍ରାଇଭେଟ କିମ୍ବା ପବ୍ଲିକ ଫୋରମରେ ସର୍ଭେ କିମ୍ବା ରେଫରାଲ ସମୟରେ ଜାଣିଥିବା ସୂଚନାକୁ ସେୟାର କରିବେ ନାହିଁ।
    • ଗୋପନୀୟତା ନୋଟିସ: ସର୍ଭେ ଏବଂ/କିମ୍ବା ରେଫରାଲରେ ଅଂଶଗ୍ରହଣ ଯୋଗୁଁ ଆପଣଙ୍କୁ ନିଜ ବିଷୟରେ ତଥା ରେଫରାଲରେ ରେଫର କରିଥିବା/ ସର୍ଭେରେ ଉଲ୍ଲେଖ କରିଥିବା ବ୍ୟକ୍ତି (ଯଦି ଥାଏ)ଙ୍କ ନାମ, ଇମେଲ ଠିକଣା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଆକାଉଣ୍ଟର ବିବରଣୀ ଇତ୍ୟାଦି ପରି ବ୍ୟକ୍ତିଗତ ସୂଚନା ଦାଖଲ କରିବାକୁ ଆବଶ୍ୟକ ହୋଇପାରେ। ଆପଣ ରାଜି ଯେ ଆପଣ, ସର୍ଭେ ଅଧୀନରେ ଉଲ୍ଲେଖିତ ଥିବା ବ୍ୟକ୍ତି ଏବଂ ରେଫରୀମାନେ PhonePe କିମ୍ବା ପାର୍ଟନର, ପରିସ୍ଥିତି ପାଇଁ ଯେପରି ଉପଯୁକ୍ତ, ତାଙ୍କଠାରୁ ସର୍ଭେ ଏବଂ/କିମ୍ବା ରେଫରାଲରେ ଆପଣଙ୍କ ଅଂଶଗ୍ରହଣ ସମ୍ବନ୍ଧୀୟ ଯୋଗାଯୋଗ ଗ୍ରହଣ କରିପାରିବେ। PhonePe Earn ଅଧୀନରେ ସଂଗୃହୀତ ସମସ୍ତ ସୂଚନା ଏହି ସର୍ତ୍ତାବଳୀ ଏବଂ PhonePeର ଗୋପନୀୟତା ନୀତି ସମେତ ତାର ୱେବସାଇଟ ନୀତି ଅନୁଯାୟୀ ପରିଚାଳନା କରାଯିବ।
    • ସମୟସୀମା: ସର୍ଭେର ପ୍ରକୃତି (ସଂଗୃହୀତ ଉତ୍ତର/ ନିବେଦନ ଅନୁଯାୟୀ) କିମ୍ବା ରେଫରାଲର ପ୍ରକୃତି (ରେଫରୀଙ୍କ ଦ୍ୱାରା ସମ୍ପନ୍ନ ହେବାକୁ ଥିବା କାର୍ଯ୍ୟଗୁଡ଼ିକ ଅନୁଯାୟୀ) ଆଧାରରେ ଏକ କାର୍ଯ୍ୟର ସନ୍ତୋଷଜନକ ପୂର୍ଣ୍ଣତା ପାଇଁ PhonePe କିମ୍ବା ପାର୍ଟନରଙ୍କ ପାଇଁ ଆବଶ୍ୟକ ସମୟସୀମା ଘଟଣା ଅନୁସାରେ ଭିନ୍ନ ହୋଇପାରେ ଏବଂ ଆପଣ ଏହିପରି ମୂଲ୍ୟାଙ୍କନ ଅବଧିରେ ଧର୍ଯ୍ୟ ଧରି ରହିବାକୁ ରାଜି ଅଟନ୍ତି।
    • ଆକାଉଣ୍ଟ ରଦ୍ଦ ଏବଂ ଟାସ୍କ ଓ ରିୱାର୍ଡ ବାତିଲ/ପରିବର୍ତ୍ତନ/ସ୍ଥଗିତ: 
      • PhonePe ଏକ ରେଫରାଲ, ସର୍ଭେ, କିମ୍ବା ପରବର୍ତ୍ତୀ ରିୱାର୍ଡକୁ ବାତିଲ କିମ୍ବା ସ୍ଥଗିତ, ରିୱାର୍ଡ ପାଇବାକୁ ଆପଣଙ୍କ ଯୋଗ୍ୟତାକୁ ସୀମିତ କିମ୍ବା ଆପଣଙ୍କ PhonePe ଆକାଉଣ୍ଟ କିମ୍ବା ରେଫରୀଙ୍କ ଆକାଉଣ୍ଟକୁ ରଦ୍ଦ କରିବାର ଅଧିକାର ସଂରକ୍ଷଣ କରେ, ଯଦି ଆପଣ କିମ୍ବା ରେଫରୀ: (i) ଅଧିକ ରିୱାର୍ଡ ପାଇବା ପାଇଁ ସମାନ ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ଇ-ମେଲ ଠିକଣା ଏବଂ ମୋବାଇଲ ନମ୍ବର ଦେଇ ଏକାଧିକ PhonePe ଆକାଉଣ୍ଟ ଖୋଲନ୍ତି; କିମ୍ବା (ii) ସ୍ପାମ କିମ୍ବା ଅବାଞ୍ଛିତ ଇ-ମେଲ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷଙ୍କୁ ରେଫର କରନ୍ତି; କିମ୍ବା (iii) ଭୁଲ ନାମ ବ୍ୟବହାର କରିବା, ଅନ୍ୟ ବ୍ୟକ୍ତିଙ୍କୁ ନକଲ କରିବା କିମ୍ବା ରିୱାର୍ଡ ପାଇବା ପାଇଁ PhonePeକୁ ମିଥ୍ୟା କିମ୍ବା ବିଭ୍ରାନ୍ତକାରୀ ସୂଚନା ପ୍ରଦାନ କରନ୍ତି; କିମ୍ବା (iv) ରେଫରାଲ ଏବଂ/କିମ୍ବା ସର୍ଭେର ପରିଚାଳନା, ନିରାପତ୍ତା କିମ୍ବା ଔଚିତ୍ୟ କ୍ଷେତ୍ରରେ ଯେକୌଣସି ପ୍ରକାର ଆପୋଷ କରିବା କିମ୍ବା ସେଥିରେ ସାହାଯ୍ୟ କରନ୍ତି; କିମ୍ବା (v) କୌଣସି ପ୍ରଯୁଜ୍ୟ ଆଇନ କିମ୍ବା ନିୟମାବଳୀ ଅନୁଯାୟୀ ସର୍ଭେ ଏବଂ/କିମ୍ବା ରେଫରାଲରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଇଥିଲେ; କିମ୍ବା (vi) ସର୍ଭେ ଏବଂ/କିମ୍ବା ରେଫରାଲ ଅଧୀନରେ ଧାର୍ଯ୍ୟ ହୋଇଥିବା ଏହି ସର୍ତ୍ତାବଳୀ କିମ୍ବା ଅନ୍ୟ କୌଣସି ସର୍ତ୍ତକୁ ଉଲଙ୍ଘନ କରନ୍ତି। 
      • PhonePe ସର୍ଭେ ଏବଂ/କିମ୍ବା ରେଫରାଲକୁ ବାତିଲ, ସଂଶୋଧନ, ରଦ୍ଦ କିମ୍ବା ସ୍ଥଗିତ କରିପାରେ, ଯଦି; (i) ଭାଇରସ, ୱର୍ମ, ବଗସ୍‍, ଅନଧିକୃତ ମାନବ ହସ୍ତକ୍ଷେପ କିମ୍ବା ତାର ନିୟନ୍ତ୍ରଣ ମଧ୍ୟରେ ନଥିବା ଅନ୍ୟ କୌଣସି କାରଣ ହେତୁ ସର୍ଭେ ଏବଂ/କିମ୍ବା ରେଫରାଲର ନିରାପତ୍ତା ଏବଂ ପରିଚାଳନା ବିପନ୍ନ କିମ୍ବା ଦୂଷିତ ହୁଏ; କିମ୍ବା (ii) ନିର୍ଦ୍ଦିଷ୍ଟ ସର୍ଭେ କିମ୍ବା ରେଫରାଲ ପାଇଁ ପାର୍ଟନରଙ୍କ ଦ୍ଵାରା PhonePe ପାଇଁ ଧାର୍ଯ୍ୟ ହୋଇଥିବା ସୀମାରେ ସର୍ଭେ କ୍ଷେତ୍ରରେ ଏଣ୍ଟ୍ରି ସଂଖ୍ୟା କିମ୍ବା ରେଫରାଲ କ୍ଷେତ୍ରରେ କ୍ୱାଲିଫାଏଡ ରେଫରାଲ ସଂଖ୍ୟା ପହଞ୍ଚେ।
      • କୌଣସି ଏକ କ୍ଷେତ୍ରରେ ଉପରୋକ୍ତ ଉପ-ଧାରାଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଲାଗୁ କରାଗଲେ PhonePe ତାର ନିଜସ୍ଵ ବିବେଚନାରେ ସେ ସମ୍ବନ୍ଧରେ ଆପଣଙ୍କ ସହ ଆବଶ୍ୟକ ଯୋଗାଯୋଗ କରାଯିବା ବିଷୟକୁ ଯଥାସମ୍ଭବ ସୁନିଶ୍ଚିତ କରିବ।
    • ଦାୟବଦ୍ଧତା ଇସ୍ତାହାର: PhonePe Earnରେ ଅଂଶଗ୍ରହଣ କରି ଆପଣ ସର୍ଭେ, ରେଫରାଲ କିମ୍ବା ରିୱାର୍ଡ ସମ୍ବନ୍ଧୀୟ ସମସ୍ତ ବିଷୟ ପାଇଁ PhonePeକୁ ଦାୟବଦ୍ଧତାରୁ ମୁକ୍ତ ତଥା ସୁରକ୍ଷିତ ରଖିବାକୁ ରାଜି ହୁଅନ୍ତି। ଏହା PhonePe Earn ଗ୍ରହଣ, ପରିଚାଳନା କିମ୍ବା ସେଥିରେ ଅଂଶଗ୍ରହଣ ହେତୁ ହେଉଥିବା ବ୍ୟକ୍ତିଗତ ଆଘାତ (ମୃତ୍ୟୁ ସମେତ), ସମ୍ପତ୍ତି ନଷ୍ଟ କିମ୍ବା କ୍ଷତି ଏବଂ PhonePe Earn ଅଧୀନରେ ଦିଆଯାଇଥିବା ଲାଭ/ରିୱାର୍ଡର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ଅପବ୍ୟବହାର ଆଦିର ଦାୟବଦ୍ଧତାରୁ ମୁକ୍ତି ଅଟେ।
    • ଅସ୍ୱୀକରଣ: ଆପଣଙ୍କୁ ପୂର୍ବରୁ କୌଣସି ସୂଚନା ନଦେଇ PhonePe ଯେକୌଣସି ସମୟରେ ସର୍ଭେ ଏବଂ ରେଫରାଲର ଚୁକ୍ତି ଏବଂ ସର୍ତ୍ତାବଳୀକୁ ପରିବର୍ତ୍ତନ କରିପାରିବ ଯେଉଁଥିରେ ରିୱାର୍ଡ ରାଶିରେ ପରିବର୍ତ୍ତନ, ରିୱାର୍ଡ ରିଡିମ କରିବାର ପଦ୍ଧତିରେ ପରିବର୍ତ୍ତନ, ଭାଉଚରଗୁଡ଼ିକର ଅବଧି/ସମାପ୍ତି ତାରିଖର ସଂଶୋଧନ ଏବଂ ସର୍ବାଧିକ ପରିମାଣର ରିୱାର୍ଡ ଯାହା ଆପଣ ରୋଜଗାର କରିପାରିବେ ସେଥିରେ ପରିବର୍ତ୍ତନ ଆଦି ଅନ୍ତର୍ଭୁକ୍ତ ମାତ୍ର ଏତିକିରେ ସୀମିତ ନୁହେଁ। 
    • କ୍ଷତିପୂରଣ: ଆପଣ କୌଣସି ଦାବି କିମ୍ବା ଡିମାଣ୍ଡ କିମ୍ବା କାର୍ଯ୍ୟ ପାଇଁ PhonePeକୁ କ୍ଷତିରୁ ସୁରକ୍ଷିତ ରଖିବେ ଏବଂ ବ୍ୟବହାରର ଏହି ସର୍ତ୍ତାବଳୀର, ଗୋପନୀୟତା ନୀତି ଏବଂ ଅନ୍ୟ ନୀତି, କୌଣସି ଆଇନରେ ବା ନୀତିନିୟମ ବା ତୃତୀୟ ପକ୍ଷର ଅଧିକାର (ବୌଦ୍ଧିକ ସମ୍ପତ୍ତି ଅଧିକାରର ଉଲ୍ଲଙ୍ଘନ ସମେତ) ରେ ଆପଣ କରିଥିବା ଉଲ୍ଲଙ୍ଘନ କାରଣରୁ କିମ୍ବା ଏଥିରୁ ହେଉଥିବା କୌଣସି ତୃତୀୟ ପକ୍ଷ ଦ୍ୱାରା ପେନାଲ୍ଟି, ଯୁକ୍ତିଯୁକ୍ତ ଆଟର୍ଣ୍ଣି ଫି’ ଭରଣ କରିବେ।
    • ଅପ୍ରତ୍ୟାଶିତ ଘଟଣା: ଅପ୍ରତ୍ୟାଶିତ ଘଟଣାର ଅର୍ଥ PhonePeକୁ ଏହି ଚୁକ୍ତି ଅଧୀନରେ ନିଜ ଦାୟିତ୍ୱ ନିର୍ବାହ କରିବାକୁ ବାରଣ କରୁଥିବା କିମ୍ବା ପ୍ରତିବନ୍ଧକ ଲଗାଉଥିବା କୌଣସି ଘଟଣା ଯାହା PhonePeର ଯୁକ୍ତିଯୁକ୍ତ ନିୟନ୍ତ୍ରଣ ବାହାରେ ଅଛି ଏବଂ ଯେଉଁଥିରେ ଯୁଦ୍ଧ, ଦଙ୍ଗା, ନିଆଁ, ବନ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ବିସ୍ଫୋରଣ, ଆକ୍ରମଣ, ଲକ ଆଉଟ, ମାନ୍ଦାବସ୍ଥା, ଦୀର୍ଘ ଦିନ ଧରି ଶକ୍ତି ଯୋଗାଣରେ ଦେଖାଦେଇଥିବା ଅଭାବ, ମହାମାରୀ, କମ୍ପ୍ୟୁଟର ହ୍ୟାକିଂ, କମ୍ପ୍ୟୁଟର ଡାଟା ଏବଂ ଷ୍ଟୋରେଜ ଡିଭାଇସର ଅନଧିକୃତ ଆକ୍ସେସ, କମ୍ପ୍ୟୁଟର କ୍ରାସ, ରାଜ୍ୟର ଆକ୍ଟ, ସରକାର ସମ୍ବନ୍ଧିତ, ଆଇନଗତ କିମ୍ବା ନିୟାମକ କାର୍ଯ୍ୟଗୁଡ଼ିକ ଅନ୍ତର୍ଭୁକ୍ତ ମାତ୍ର ଏତିକିରେ ସୀମିତ ନୁହେଁ।
    • ବିବାଦ, ନିୟନ୍ତ୍ରଣ କରୁଥିବା ଆଇନ ଏବଂ ନ୍ୟାୟକ୍ଷେତ୍ର: ଏହି ଚୁକ୍ତି ଅଧୀନରେ ଥିବା ଅଧିକାର ଓ ଦାୟିତ୍ୱ ଏବଂ ପକ୍ଷମାନଙ୍କର ସମ୍ପର୍କ ଓ ଏହି ବ୍ୟବହାରର ସର୍ତ୍ତାବଳୀ ଅଧୀନରେ କିମ୍ବା ସମ୍ବନ୍ଧରେ ଉପୁଜିଥିବା ସମସ୍ତ ମାମଲାର ବ୍ୟାଖ୍ୟା କରିବା ସମେତ  ବୈଧତା, କାର୍ଯ୍ୟଦକ୍ଷତା କିମ୍ବା ସମାପ୍ତି, ଭାରତର ଆଇନ ଦ୍ୱାରା ଗଠିତ ଏବଂ ପରିଚାଳିତ ହେବ। ଆପୋଷ ବୁଝାମଣାରେ ଅବା ବିନା ପକ୍ଷପାତିତାରେ, PhonePe Earnର ବ୍ୟବହାର ଏବଂ ଅଂଶଗ୍ରହଣ ସମ୍ବନ୍ଧୀୟ କିମ୍ବା ଅନ୍ୟ ମାମଲାଗୁଡ଼ିକର ବିଚାର କରିବା ପାଇଁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଥିବା ଅଦାଲତମାନଙ୍କର ସ୍ୱତନ୍ତ୍ର ଅଧିକାର ରହିବ।
PhonePe Logo

Business Solutions

  • Payment Gateway
  • E-commerce PG
  • UPI Payment Gateway
  • Guardian by PhonePe
  • Express Checkout
  • Offline Merchant
  • Advertise on PhonePe
  • SmartSpeaker
  • POS Machine
  • Payment Links
  • Travel & Commute

Insurance

  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

Lending

  • Consumer Lending
  • Merchant Lending

General

  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

See All Apps

Download PhonePe App Button Icon

PhonePe Group

  • Indus Appstoreexternal link icon
  • Share.Marketexternal link icon
  • Pincodeexternal link icon

Certification

Sisa Logoexternal link icon
LinkedIn Logo
Twitter Logo
Fb Logo
YT Logo
© 2025, All rights reserved
PhonePe Logo

Business Solutions

arrow icon
  • Payment Gateway
  • E-commerce PG
  • UPI Payment Gateway
  • Guardian by PhonePe
  • Express Checkout
  • Offline Merchant
  • Advertise on PhonePe
  • SmartSpeaker
  • POS Machine
  • Payment Links
  • Travel & Commute

Insurance

arrow icon
  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

arrow icon
  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

Lending

arrow icon
  • Consumer Lending
  • Merchant Lending

General

arrow icon
  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

arrow icon
  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

PhonePe Group

arrow icon
  • Indus Appstoreexternal link icon
  • Share.Marketexternal link icon
  • Pincodeexternal link icon

Certification

Sisa Logo

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo
© 2025, All rights reserved