PhonePe | Logo
Our Solutions
For Businesses
For Consumers
menu
Offline PaymentsAccept payments & get notified
menu
Payment GatewayAccept online payments
menu
Payment Gateway PartnerRefer and earn commissions
menu
Payment LinksCreate links to collect payments
menu
Merchant LendingAccess business loans
menu
PhonePe AdsAdvertise on PhonePe apps
menu
PhonePe GuardianDetect fraud and manage risk
See Allright-arrow
menu
InsuranceSecure your financial future
menu
InvestmentsManage and grow wealth
menu
Consumer LendingSecure personal loans
menu
GoldInvest in digital gold
Press
Careers
About Us
Blog
Contact Us
Trust & Safety
PhonePe | Hamburger Menu
✕
Home
Our Solutions
For Businessesarrow
icon
Offline Payments
icon
Payment Gateway
icon
Payment Gateway Partner
icon
Payment Links
icon
Merchant Lending
icon
PhonePe Ads
icon
PhonePe Guardian
See all

For Consumersarrow
icon
Insurance
icon
Investments
icon
Consumer Lending
icon
Gold
Press
Careers
About Us
Blog
Contact Us
Trust & Safety
Privacy Policy

ଡେବିଟ୍ / କ୍ରେଡିଟ୍ କାର୍ଡର ବ୍ୟବହାରର ସର୍ତ୍ତାବଳୀ

Englishગુજરાતીதமிழ்తెలుగుमराठीമലയാളംঅসমীয়াবাংলাहिन्दीಕನ್ನಡଓଡ଼ିଆ
< Back

ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000, ସମୟ ସମୟରେ ଏହାର ସଂଶୋଧନ ଓ ଏହା ଅଧୀନରେ ପ୍ରଯୁଜ୍ୟ ନିୟମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ଦ୍ୱାରା ସଂଶୋଧିତ ବିଭିନ୍ନ ଆଇନରେ ଇଲେକ୍ଟ୍ରୋନିକ ରେକର୍ଡ ସମ୍ବନ୍ଧୀୟ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଏହି ଡକ୍ୟୁମେଣ୍ଟ ଏକ ଇଲେକ୍ଟ୍ରୋନିକ୍ ରେକର୍ଡ ଅଟେ। ଏହି ଇଲେକ୍ଟ୍ରୋନିକ ରେକର୍ଡ ଏକ କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ସୃଷ୍ଟି ହୋଇଛି ଏବଂ ଏଥିପାଇଁ କୌଣସି ଫିଜିକାଲ୍ କିମ୍ବା ଡିଜିଟାଲ ଦସ୍ତଖତ ଆବଶ୍ୟକ ହୁଏ ନାହିଁ।

PhonePe ପ୍ଲାଟଫର୍ମ(ଗୁଡ଼ିକ)ରେ କୌଣସି ପ୍ରଡକ୍ଟ କିମ୍ବା ସେବା (“PhonePe ସେବା”) ପାଇବା ପାଇଁ ଆପଣଙ୍କ ଡେବିଟ୍ / କ୍ରେଡିଟ୍ କାର୍ଡ୍ ବ୍ୟବହାର କରି ପେମେଣ୍ଟ କରିବା ପୂର୍ବରୁ ଦୟାକରି ଚୁକ୍ତି ଓ ସର୍ତ୍ତାବଳୀକୁ ଧ୍ୟାନର ସହ ପଢ଼ନ୍ତୁ। ଏହି ଚୁକ୍ତି ଓ ସର୍ତ୍ତାବଳୀ (ଏଠାରେ “ଡେବିଟ୍ / କ୍ରେଡିଟ୍ କାର୍ଡ ପେମେଣ୍ଟ” କିମ୍ବା “DCCP” କୁ ରେଫର୍ କରେ) ହେଉଛି ଆପଣ ଏବଂPhonePe ଲିମିଟେଡ (ପୂର୍ବରୁ ‘PhonePe ପ୍ରାଇଭେଟ ଲିମିଟେଡ’ ନାମରେ ଜଣାଯାଉଥିଲା) (“PhonePe”/ “ଆମେ”/ “ଆମକୁ” / “ଆମର”) ମଧ୍ୟରେ ଏକ ଆଇନଗତ ଚୁକ୍ତି (“ଚୁକ୍ତିନାମା”),ଏହାର ପଞ୍ଜିକୃତ କାର୍ଯ୍ୟାଳୟର ଠିକଣା ହେଉଛି- ଅଫିସ୍‍-2, ଫ୍ଲୋର 4,5,6,7, ୱିଙ୍ଗ A, ବ୍ଲକ A, ସାଲାରପୁରିଆ ସୋଫ୍ଟଜୋନ, ସର୍ଭିସ ରୋଡ, ଗ୍ରୀନ୍‍ ଗ୍ଲେନ ଲେଆଉଟ, ବେଲାନ୍ଦୁର, ବାଙ୍ଗାଲୋର, ସାଉଥ ବାଙ୍ଗାଲୋର, କର୍ଣ୍ଣାଟକ -560103, ଭାରତ।  ଆପଣ ରାଜି ହୁଅନ୍ତି ଏବଂ ସ୍ୱୀକାର କରନ୍ତି ଯେ ଆପଣ ନିମ୍ନରେ ଦର୍ଶାଯାଇଥିବା ଚୁକ୍ତି ଓ ସର୍ତ୍ତାବଳୀକୁ ପଢ଼ିଛନ୍ତି। ଯଦି ଆପଣ ଏହି ଚୁକ୍ତି ଓ ସର୍ତ୍ତାବଳୀରେ ରାଜି ନୁହଁନ୍ତି କିମ୍ବା ଏହି ଚୁକ୍ତି ଓ ସର୍ତ୍ତାବଳୀରେ ଆବଦ୍ଧ ହେବାକୁ ଚାହାଁନ୍ତି ନାହିଁ, ତେବେ ଆପଣ ସେବାଗୁଡ଼ିକ ବ୍ୟବହାର କରିପାରିବେ ନାହିଁ ଏବଂ/ କିମ୍ବା ତୁରନ୍ତ ସେବାଗୁଡ଼ିକ ବନ୍ଦ ହୋଇପାରେ।

ଆମେ PhonePe ୱେବସାଇଟ୍ (ଗୁଡ଼ିକ) ଏବଂ PhonePe ଆପ (ଗୁଡ଼ିକ)ରେ ଏକ ଅପଡେଟ ଭର୍ସନ ପୋଷ୍ଟ କରି ଯେକୌଣସି ସମୟରେ ଚୁକ୍ତି ଓ ସର୍ତ୍ତାବଳୀରେ ସଂଶୋଧନ କରିପାରୁ। ସେବାର ସର୍ତ୍ତାବଳୀର ଅପଡେଟ ହୋଇଥିବା ଭର୍ସନ ପୋଷ୍ଟ କରିବା ପରେ ତୁରନ୍ତ କାର୍ଯ୍ୟକାରୀ ହେବ। ଅପଡେଟ / ପରିବର୍ତ୍ତନ ପାଇଁ କିମ୍ବା DCCPକୁ ବ୍ୟବହାର କରିବା ସମୟରେ ଏହି ବ୍ୟବହାର ସର୍ତ୍ତାବଳୀକୁ ସମୟ ସମୟରେ ସମୀକ୍ଷା କରିବା ଆପଣଙ୍କ ଦାୟିତ୍ୱ ଅଟେ। ପରିବର୍ତ୍ତନଗୁଡ଼ିକ ପୋଷ୍ଟ ହେବା ପରେ PhonePe ପ୍ଲାଟଫର୍ମରେ DCCPର ନିରନ୍ତର ବ୍ୟବହାରର ଅର୍ଥ ହେଉଛି ଅତିରିକ୍ତ ସର୍ତ୍ତାବଳୀ କିମ୍ବା ଏହି ସର୍ତ୍ତାବଳୀର କିଛି ଅଂଶର ହଟାଇବା କାର୍ଯ୍ୟରେ ବା ସଂଶୋଧନ କରାଯାଇଥିବା ସର୍ତ୍ତାବଳୀକୁ ଆପଣ ଗ୍ରହଣ କରନ୍ତି ଏବଂ ଏଥିରେ ରାଜି ହୁଅନ୍ତି। ଯେପର୍ଯ୍ୟନ୍ତ ଆପଣ ଏହି ବ୍ୟବହାରର ସର୍ତ୍ତାବଳୀକୁ ପାଳନ କରନ୍ତି, ଆମେ ଆପଣଙ୍କୁ ସେବାଗୁଡ଼ିକର ଲାଭ ପାଇବା ପାଇଁ ଏକ ବ୍ୟକ୍ତିଗତ, ନନ-ଏକ୍ସକ୍ଲୁସିଭ, ଅଣ-ସ୍ଥାନାନ୍ତରଣଯୋଗ୍ୟ ସୀମିତ ଅଧିକାର ପ୍ରଦାନ କରୁଛୁ।

PhonePe ପ୍ଲାଟଫର୍ମରେ DCCP ବ୍ୟବହାର କରିବାକୁ, ଆପଣ (“ୟୁଜର”/ “ଆପଣ”/ “ଆପଣଙ୍କ”) ସାଧାରଣ PhonePe ଚୁକ୍ତି ଓ ସର୍ତ୍ତାବଳୀ (“ସାଧାରଣ ToU”) ଏବଂ PhonePe “ଗୋପନୀୟତା ନୀତି“କୁ ପାଳନ କରିବା ପାଇଁ ସମ୍ମତି ପ୍ରକାଶ କରନ୍ତି। PhonePe ଆପ୍ଲିକେସନ ବ୍ୟବହାର କରି, PhonePe ସହିତ ଆଇନ ଦ୍ୱାରା ଅନୁମୋଦିତ ଚୁକ୍ତିପତ୍ରକୁ ଗ୍ରହଣ କରି ଆପଣ PhonePe ସହ ଏବଂ ଏଠାରେ ଦର୍ଶାଯାଇଥିବା ଚୁକ୍ତି ଓ ସର୍ତ୍ତାବଳୀକୁ ପାଳନ କରିବାକୁ ଚୁକ୍ତି କରିଛନ୍ତି।

ଏହି ଚୁକ୍ତି ଓ ସର୍ତ୍ତାବଳୀ ପେମେଣ୍ଟ କାର୍ଡ ନେଟୱାର୍କ (AMERICAN EXPRESS, DINERS CLUB, MASTERCARD, RUPAY, MAESTRO, VISA କିମ୍ବା ଅନ୍ୟ କୌଣସି ପେମେଣ୍ଟ କାର୍ଡ ନେଟୱର୍କ ଯାହା PhonePe ପ୍ଲାଟଫର୍ମରେ ପେମେଣ୍ଟ କରିବା ପାଇଁ ଅଫର କିମ୍ବା ବ୍ୟବହାର କରାଯାଇପାରେ) ଅଧୀନରେ ପେମେଣ୍ଟକୁ ନିୟନ୍ତ୍ରଣ କରିଥାଏ।

PhonePe ଆପରେ କିମ୍ବା PhonePe ମର୍ଚାଣ୍ଟ / ସେଲରଙ୍କୁ ପ୍ରଡକ୍ଟ ଏବଂ ସେବାଗୁଡ଼ିକ ପାଇଁ ପେମେଣ୍ଟ କରିବାକୁ PhonePe  ଆପଣଙ୍କୁ ଡେବିଟ୍ / କ୍ରେଡିଟ୍ କାର୍ଡ ପେମେଣ୍ଟ ସୁବିଧା ଦେଇଥାଏ। ଏହି ଟ୍ରାଞ୍ଜାକସନ ମର୍ଚାଣ୍ଟ/ ବିଲର୍ସ ଓ ଆପଣଙ୍କ ମଧ୍ୟରେ ହୋଇଥାଏ ଏବଂ ଆମେ ଏଠାରେ କେବଳ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁ। ଆମେ ଆପଣଙ୍କଠାରୁ ପେମେଣ୍ଟ ଗ୍ରହଣ କରି ସମ୍ପୃକ୍ତ ମର୍ଚାଣ୍ଟ / ବିଲର୍‌ଙ୍କୁ ପେମେଣ୍ଟ ଦେବାର ବ୍ୟବସ୍ଥାକୁ ସହଜ କରିଛୁ। ଏହା କରିବା ପାଇଁ, ଆମେ ବିଭିନ୍ନ ବ୍ୟାଙ୍କ୍‍, ପେମେଣ୍ଟ ଏବଂ ସେଟଲମେଣ୍ଟ ସିଷ୍ଟମ ଆକ୍ଟ, 2007 ଅଧୀନରେ ଥିବା ପେମେଣ୍ଟ ସିଷ୍ଟମ ପ୍ରୋଭାଇଡର, କାର୍ଡ ଆସୋସିଏସନ ଏବଂ ଅନ୍ୟ ପେମେଣ୍ଟ ପ୍ରୋସେସିଂ ସିଷ୍ଟମ ପ୍ରୋଭାଇଡରମାନଙ୍କ ସହ ଚୁକ୍ତି କରିଛୁ, ଯାହା ଦ୍ୱାରା ଆପଣ ଓ ମର୍ଚାଣ୍ଟ /ବିଲରଙ୍କ ମଧ୍ୟରେ ପେମେଣ୍ଟ ଇଫେକ୍ଟ କରିବା ଏବଂ କ୍ଲିୟରିଂ କରିବା ସହ ଆପଣଙ୍କ ଟ୍ରାଞ୍ଜାକସନ ସମ୍ବନ୍ଧୀୟ ପେମେଣ୍ଟ ଏବଂ ସେଟେଲମେଣ୍ଟ ସେବାଗୁଡ଼ିକ ପାଇଁ ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଇଣ୍ଟରନେଟ ପେମେଣ୍ଟ ଗେଟୱେ ବ୍ୟବହାର କରିବାକୁ ସକ୍ଷମ କରିଛୁ।

ଆପଣଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପେମେଣ୍ଟ ନିର୍ଦ୍ଦେଶନାମାକୁ କାର୍ଡ ଆସୋସିଏସନ୍ ଏବଂ ଆପଣଙ୍କ କାର୍ଡ ପ୍ରଦାନକାରୀ ବ୍ୟାଙ୍କ୍‍/ ଆର୍ଥିକ ସଂସ୍ଥା ଦ୍ୱାରା ପେମେଣ୍ଟ ସିଷ୍ଟମ ପ୍ରୋଭାଇଡରର ପେମେଣ୍ଟ ଗେଟୱେ ମାଧ୍ୟମରେ ପ୍ରମାଣିତ, ଅନୁମୋଦିତ ଏବଂ ପ୍ରକ୍ରିୟାନ୍ୱିତ କରାଯାଇଥାଏ ଏବଂ PhonePe ଏପରି ପ୍ରମାଣୀକରଣ/ ଅନୁମୋଦନରେ ନିୟନ୍ତ୍ରଣ, ହସ୍ତକ୍ଷେପ କିମ୍ବା କୌଣସି ଭୂମିକା ଗ୍ରହଣ କରେ ନାହିଁ।

“କାର୍ଡ ପେମେଣ୍ଟ ନେଟୱର୍କ ନିୟମ” ଲିଖିତ ଆଇନ, ନିୟମ, ରିଲିଜ, ନିର୍ଦ୍ଦେଶାବଳୀ, କାର୍ଯ୍ୟ ପ୍ରଣାଳୀ, ବ୍ୟାଖ୍ୟା ଏବଂ ଅନ୍ୟ ଆବଶ୍ୟକତା (ଚୁକ୍ତିଭିତ୍ତିକ ହେଉ କିମ୍ବା ଅନ୍ୟକିଛି)କୁ ବୁଝାଏ ଯାହା  କାର୍ଡ ପେମେଣ୍ଟ ନେଟୱର୍କଦ୍ୱାରା ଲାଗୁ ଏବଂ ଗ୍ରହଣ କରାଯାଇଛି। ଏହି କାର୍ଡ ପେମେଣ୍ଟ ନେଟୱର୍କଗୁଡ଼ିକରେ ଟ୍ରାଞ୍ଜାକସନ ଅନୁମୋଦନକୁ ସକ୍ଷମ କରିବା ପାଇଁ ଇନଫ୍ରାଷ୍ଟ୍ରକଚର ଏବଂ କାର୍ଯ୍ୟ ପ୍ରଣାଳୀ ରହିଛି। କାର୍ଡ ପେମେଣ୍ଟ ନେଟୱର୍କଗୁଡ଼ିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ, ଆଇନ ଏବଂ ନିୟମାବଳୀ ଆପଣ ପାଳନ କରନ୍ତୁ ବୋଲି ଆବଶ୍ୟକ କରନ୍ତି।

ସମୟ ସମୟରେ ପେମେଣ୍ଟ ସିଷ୍ଟମ ପ୍ରୋଭାଇଡର ଏବଂ କାର୍ଡ ଆସୋସିଏସନ ଦ୍ୱାରା ପ୍ରସ୍ତୁତ ଆଇନ, ମାର୍ଗଦର୍ଶିକା, ଆଦେଶନାମା, ନିର୍ଦ୍ଦେଶନାମା, ଅନୁରୋଧ ଇତ୍ୟାଦି ପାଳନ କରିବାକୁ ଆପଣ ରାଜି ଏବଂ ସମ୍ମତ ହୁଅନ୍ତି। ଆପଣ ଆହୁରି ମଧ୍ୟ ସ୍ୱୀକାର କରନ୍ତି ଯେ ପେମେଣ୍ଟ ସିଷ୍ଟମ ପ୍ରୋଭାଇଡର, କାର୍ଡ ଆସୋସିଏସନ୍ ଏବଂ ଆପଣଙ୍କ ଇସ୍ୟୁଅର ବ୍ୟାଙ୍କ୍‍/ ଆର୍ଥିକ ସଂସ୍ଥା ମଧ୍ୟ ନିଜ ବିଚାର ଅନୁସାରେ ଆପଣଙ୍କ ଡେବିଟ୍ / କ୍ରେଡିଟ୍ କାର୍ଡ ଉପରେ ସୀମା ଓ ପ୍ରତିବନ୍ଧକ ଲଗାଇ ପାରନ୍ତି ଯାହାର ଦୃଶ୍ୟମାନତା PhonePeର ରହିନପାରେ, ତେଣୁ କୌଣସି ପରିସ୍ଥିତିରେ ବି PhonePe ସଫଳତାର ସହ ଟ୍ରାଞ୍ଜାକସନ ପ୍ରକ୍ରିୟାକରଣକୁ ସୁନିଶ୍ଚିତ କରିନପାରେ ଏବଂ ଟ୍ରାଞ୍ଜାକସନ ବିଫଳତା କାରଣରୁ ପ୍ରତ୍ୟେକ୍ଷ, ପରୋକ୍ଷ କିମ୍ବା ପରିଣାମଜନିତ କ୍ଷତି ପାଇଁ ଆପଣ ଦାୟୀ ରହିବେ, ଏଥିପାଇଁ PhonePe ଉତ୍ତରଦାୟୀ ନୁହେଁ।

PhonePe ଆପଣଙ୍କ ଟ୍ରାଞ୍ଜାକସନକୁ ମନିଟର କରିବ ଏବଂ ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦିଷ୍ଟ ଟ୍ରାଞ୍ଜାକସନକୁ ବେସିକ ଇଣ୍ଟରନାଲ ରିସ୍କ ପାରାମିଟର ଆଧାରରେ ପ୍ରତ୍ୟାଖ୍ୟାନ କରିପାରେ ଏବଂ ରେଗୁଲେଟର କିମ୍ବା ଲିଗାଲ ଏନଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦିଷ୍ଟ ଟ୍ରାଞ୍ଜାକସନର ରିପୋର୍ଟ କରିପାରେ ଏବଂ ଯଦି ଏପରି ଟ୍ରାଞ୍ଜାକସନ ଅସ୍ୱାଭାବିକ ବୋଲି ଲକ୍ଷ୍ୟ କରାଯାଏ କିମ୍ବା ହାଇ ରିସ୍କ ଟ୍ରାଞ୍ଜାକସନ ହୋଇଥାଏ ତେବେ ଅସ୍ଥାୟୀ ଭାବରେ ଆପଣଙ୍କ PhonePe ଆକାଉଣ୍ଟକୁ ସସପେଣ୍ଡ କରିପାରେ

କାର୍ଡ ଟୋକେନାଇଜେସନ: ସୁଗମ ଓ ସୁରକ୍ଷିତ ଟ୍ରାଞ୍ଜାକସନ ପ୍ରକ୍ରିୟାକରଣକୁ ସହଜ କରିବା ପାଇଁ, PhonePe ଆପଣଙ୍କ କାର୍ଡକୁ ଟୋକେନାଇଜ କରିବାକୁ ଏକ ବିକଳ୍ପ ପ୍ରଦାନ କରେ ଯାହା ଦ୍ୱାରା ଏହା ଆପଣଙ୍କ କାର୍ଡ ପେମେଣ୍ଟ ପାଇଁ ଉପଲବ୍ଧ ହେବ। ଆପଣଙ୍କ କାର୍ଡକୁ ଟୋକେନାଇଜ କରନ୍ତୁ ବାଛିବା ଦ୍ୱାରା, ଟୋକେନାଇଜେସନ ସେବା ପ୍ରଦାନକାରୀ ଯେପରିକି ପ୍ରାଧିକୃତ କାର୍ଡ ନେଟୱର୍କ କିମ୍ବା କାର୍ଡ ଜାରୀକର୍ତ୍ତାଙ୍କ ମାଧ୍ୟମରେ ଆପଣଙ୍କ କାର୍ଡର ଟୋକେନାଇଜେସନକୁ ସହଜ କରିବା ପାଇଁ ଆପଣ PhonePeକୁ ଆପଣଙ୍କର ସ୍ପଷ୍ଟ ସମ୍ମତି ପ୍ରଦାନ କରନ୍ତି। ଆପଣଙ୍କ କାର୍ଡ ପାଇଁ ଟୋକନ ପ୍ରସ୍ତୁତ କରିବା ଏବଂ କାର୍ଡ ଟ୍ରାଞ୍ଜାକସନଗୁଡ଼ିକର ପ୍ରକ୍ରିୟାକରଣରେ ଏହାକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ ଆପଣ ଆପଣଙ୍କର ଡାଟାକୁ ଟୋକନ ସେବା ପ୍ରଦାନକାରୀଙ୍କୁ ପଠାଇବା ପାଇଁ PhonePeକୁ ଅଧିକାର ଦେଉଛନ୍ତି। ଆପଣ ସ୍ୱୀକାର କରୁଛନ୍ତି ଯେ ପ୍ରଯୁଜ୍ୟ RBI ନିୟମାବଳୀ ସହିତ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଅନୁମତି ପ୍ରାପ୍ତ ଡାଟା ବ୍ୟତୀତ, PhonePe ଆପଣଙ୍କର ପ୍ରକୃତ କାର୍ଡ ଡାଟା ସଂରକ୍ଷଣ କରେ ନାହିଁ, ଏବଂ ଆପଣଙ୍କ କାର୍ଡ ଟ୍ରାଞ୍ଜାକସନର ପ୍ରକ୍ରିୟାକରଣ ପାଇଁ ଏହା କାର୍ଡ ଟୋକନର ବ୍ୟବହାର କରିବ। ଆପଣ PhonePe ଆପରେ ଆପଣଙ୍କର ଟୋକନାଇଜ ହୋଇଥିବା କାର୍ଡଗୁଡ଼ିକୁ ପଞ୍ଜିକରଣ ମୁକ୍ତ କରିବା ସହିତ ମ୍ୟାନେଜ କରିପାରିବେ।

ଆପଣଙ୍କ କାର୍ଡର ଡାଟାକୁ ସୁରକ୍ଷିତ ରଖିବା ପାଇଁ ବୈଷୟିକ ଓ ସାଂଗଠନିକ ସୁରକ୍ଷା ନିୟନ୍ତ୍ରଣ ଏବଂ ପ୍ରୋଟୋକଲଗୁଡ଼ିକ କାର୍ଯ୍ୟକାରୀ ହୋଇଛି, ଯାହାଦ୍ୱାରା ଦୁର୍ଘଟଣାଜନିତ କ୍ଷତି ଏବଂ ଅନଧିକୃତ ଆକ୍ସେସରୁ ଆପଣଙ୍କ ସୂଚନା ସୁରକ୍ଷିତ ରହିଥାଏ। ଯେତେବେଳେ ଏହି ଷ୍ଟାଣ୍ଡାର୍ଡ ଏବଂ ପ୍ରୋଟୋକଲଗୁଡ଼ିକୁ କାର୍ଯ୍ୟକାରୀ ଏବଂ ମନିଟର କରାଯାଏ, ଆମେ ଗ୍ୟାରେଣ୍ଟି ଦେଇପାରିବୁ ନାହିଁ ଯେ ଏଭଳି ପଦକ୍ଷେପଗୁଡ଼ିକ ସର୍ବଦା ତୃତୀୟ ପକ୍ଷଙ୍କ ଦ୍ୱାରା କୌଣସି ଅନଧିକୃତ ଆକ୍ସେସକୁ ପ୍ରତିରୋଧ କରିବ କିମ୍ବା ପରାସ୍ତ କରିବ ଏବଂ ଆପଣ ରିସ୍କକୁ ବୁଝନ୍ତି ଓ ସ୍ୱୀକାର କରନ୍ତି ଏବଂ ଆପଣ ନିଜ ରିସ୍କରେ ଏପରି ସୂଚନା ପ୍ରଦାନ କରନ୍ତି ବୋଲି ଆପଣ ରାଜି ହୁଅନ୍ତି।

PhonePe ପ୍ଲାଟଫର୍ମକୁ କିମ୍ବା ଏଥିରେ ପେମେଣ୍ଟ କରିବା ପାଇଁ ଆପଣଙ୍କ କାର୍ଡ ଇସ୍ୟୁଅର  ବ୍ୟାଙ୍କ୍‍ / ଆର୍ଥିକ ସଂସ୍ଥା ଦ୍ୱାରା ଆପଣଙ୍କଠାରୁ ଏକ ଫି’, ଚାର୍ଜ କିମ୍ବା ଅନ୍ୟ କୌଣସି ପ୍ରୋସେସିଂ ଫି’ (ଗୁଡ଼ିକ) ଆଦାୟ କରିପାରେ।  ଆପଣ ବୁଝିଛନ୍ତି ଯେ ଏଭଳି ଚାର୍ଜ କିମ୍ବା ଫି’ (ଗୁଡ଼ିକ) ଉପରେ PhonePeର କୌଣସି ନିୟନ୍ତ୍ରଣ ନାହିଁ କି ଏପରି ଚାର୍ଜର ଦାୟବଦ୍ଧତା PhonePe ନେଇନଥାଏ। ଆପଣଙ୍କୁ ଆପଣଙ୍କ କାର୍ଡ ଇସ୍ୟୁଅର  ବ୍ୟାଙ୍କ୍‍/ ଆର୍ଥିକ ସଂସ୍ଥା ସହିତ ଏପରି ଚାର୍ଜ କିମ୍ବା  ଫି’(ଗୁଡ଼ିକ) ଯାଞ୍ଚ କରିବାକୁ ହେବ।

ମର୍ଚାଣ୍ଟ/ ବିଲର୍ସଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଯେକୌଣସି ରିଫଣ୍ଡ/ରିଭର୍ସଲ  କିମ୍ବା ଅର୍ଡର ପୂରଣ ନକରିବା ଅବା ଫେରସ୍ତ କରିବା ସ୍ଥିତିରେ ଆପଣଙ୍କ ଟଙ୍କା PhonePe ସୋର୍ସ ଆକାଉଣ୍ଟକୁ ରିଫଣ୍ଡ କରାଯିବ କିମ୍ବା ଆପଣଙ୍କ ସମ୍ମତି କ୍ରମେ ଆପଣଙ୍କ PhonePe ୱାଲେଟ୍‍ କିମ୍ବା eGVs କିମ୍ବା ଅନ୍ୟ କୌଣସି ଅନୁମତିପ୍ରାପ୍ତ ଆର୍ଥିକ ଇନଷ୍ଟ୍ରୁମେଣ୍ଟକୁ କ୍ରେଡିଟ କରାଯିବ।

ଯଦି ଆପଣ ‘ସବସ୍କ୍ରିପସନ’ ବା ରିକରିଂ ପେମେଣ୍ଟ ମ୍ୟାଣ୍ଡେଟ ଚୟନ କରିଛନ୍ତି, ତେବେ ଆପଣ ସମ୍ମତି ଦିଅନ୍ତି ଯେ ଆପଣଙ୍କ ଦ୍ୱାରା ଅନୁମୋଦିତ ମାଣ୍ଡେଟ ଅନୁଯାୟୀ ସମ୍ପୃକ୍ତ ରାଶି ସେହି କାର୍ଡରେ ଚାର୍ଜ କରାଯିବ। ଆପଣ ରାଜି ହୁଅନ୍ତି ଯେ  PhonePe, PhonePe ଗ୍ରୁପ୍, PhonePe ଆଫିଲିଏଟ କିମ୍ବା ଏପରି ମର୍ଚାଣ୍ଟ/ ବିଲର୍ସ ଆପଣଙ୍କ କାର୍ଡ ପାଇଁ ସମ୍ପୃକ୍ତ ରାଶି ଚାର୍ଜ କରିବା ଜାରି ରଖିବେ ଯେପର୍ଯ୍ୟନ୍ତ ଆପଣ ଏପରି ନିର୍ଦ୍ଦେଶନାମାକୁ ବନ୍ଦ କରିନାହାଁନ୍ତି।

ଏହି ନିରନ୍ତର ଇନୋଭେସନ ଏବଂ ଉନ୍ନତିର ଏକ ଅଂଶ ଭାବରେ, ଆମେ ବେଳେବେଳେ ଫିଚର ଏବଂ ବ୍ୟାବହାରିକ କାର୍ଯ୍ୟକୁ ଯୋଗ କରିପାରୁ କିମ୍ବା ହଟାଇ ଦେଇପାରୁ, ଆମର PhonePe ସେବାଗୁଡ଼ିକର ସୀମା ବୃଦ୍ଧି କିମ୍ବା ହ୍ରାସ କରିପାରୁ, ନୂତନ ସେବାଗୁଡ଼ିକ ପ୍ରଦାନ କରିବା ଆରମ୍ଭ କରିପାରୁ କିମ୍ବା PhonePe ପ୍ଲାଟଫର୍ମରେ ଥିବା ପୁରୁଣା ଅଫରକୁ ବନ୍ଦ କରିପାରୁ।  ତୃତୀୟ ପକ୍ଷ ସେବା ପ୍ରଦାନକାରୀ କିମ୍ବା ବିଜିନେସ ପାର୍ଟନରଙ୍କ ଦ୍ୱାରା PhonePe ପ୍ଲାଟଫର୍ମରେ କୌଣସି ସେବା କିମ୍ବା ଅଫର ବନ୍ଦ ହେବା କାରଣରୁ ମଧ୍ୟ ଏଭଳି ଅଫର୍‍ ଦିଆଯାଇପାରେ।

ଏଠାରେ ସ୍ପଷ୍ଟ ଭାବରେ ଦିଆଯାଇଥିବା ଏବଂ ଆଇନ ଦ୍ୱାରା ଅନୁମତି ପ୍ରାପ୍ତ ସମ୍ପୂର୍ଣ୍ଣ ସୀମା ବ୍ୟତୀତ, PhonePe  ସେବାଗୁଡ଼ିକ “ଯେପରି ଅଛି”, “ଯେପରି ଉପଲବ୍ଧ ଅଛି” ଏବଂ “ସମସ୍ତ ତ୍ରୁଟି ସହିତ” ପ୍ରଦାନ କରାଯାଏ। ଏହିପରି ସମସ୍ତ ୱାରେଣ୍ଟି, ବର୍ଣ୍ଣନା, ସର୍ତ୍ତାବଳୀ, ପ୍ରତିଶ୍ରୁତି ଏବଂ ଚୁକ୍ତି, ପ୍ରକାଶିତ ଭାବେ ହେଉ ବା ଇଙ୍ଗିତପୂର୍ଣ୍ଣ ଭାବେ ହେଉ ଏଥିରୁ ବାଦ୍ ଦିଆଯାଇଛି। PhonePe ଦ୍ୱାରା ପ୍ରଦାନ କରାଯାଇଥିବା କିମ୍ବା ସାଧାରଣତଃ ଉପଲବ୍ଧ ଥିବା PhonePe ସେବା ଏବଂ ଅନ୍ୟ ସୂଚନାର ସଠିକତା, ସମ୍ପୂର୍ଣ୍ଣତା ଏବଂ ଉପାଦେୟତାକୁ ମୂଲ୍ୟାଙ୍କନ କରିବା ଆପଣଙ୍କ ଦାୟିତ୍ୱ ଅଟେ। ଆମେ କାହାକୁ ଆମ ତରଫରୁ କୌଣସି ୱାରେଣ୍ଟି ଦେବାକୁ ଅଧିକାର ଦେଉନାହୁଁ ଏବଂ ଏପରି କୌଣସି ବିବୃତ୍ତି ଉପରେ ଆପଣ ବିଶ୍ୱାସ କରିବା ଉଚିତ୍ ନୁହେଁ।

UPI ମାଧ୍ୟମରେ RUPAY କ୍ରେଡିଟ୍ କାର୍ଡ

ଆମେ ଆପଣଙ୍କୁ UPI ମାଧ୍ୟମରେ ଆପଣଙ୍କ RuPay କ୍ରେଡିଟ୍ କାର୍ଡ ବ୍ୟବହାର କରି ଚୟନିତ ମର୍ଚାଣ୍ଟଗୁଡ଼ିକରେ ପେମେଣ୍ଟ(ଗୁଡ଼ିକ) କରିବାକୁ ସକ୍ଷମ କରିପାରୁ, ଏହା ସେହି କାର୍ଡ ଇସ୍ୟୁଅରଙ୍କ ପାଇଁ ଯେଉଁମାନେ ଏପରି ପେମେଣ୍ଟ(ଗୁଡ଼ିକ) ସକ୍ଷମ କରିପାରିବେ। UPI ମାଧ୍ୟମରେ ଆପଣଙ୍କ RuPay କ୍ରେଡିଟ୍ କାର୍ଡରେ ପେମେଣ୍ଟ ସକ୍ଷମ କରିବାକୁ, ଆପଣଙ୍କୁ PhonePe ଆପରେ ଆପଣଙ୍କ RuPay କ୍ରେଡିଟ୍ କାର୍ଡକୁ UPI ସହିତ ଲିଙ୍କ୍ କରିବାକୁ ହେବ ଏବଂ ଏକ M-PIN ସେଟ୍ କରିବାକୁ ପଡ଼ିବ। ଏହା ସ୍ପଷ୍ଟ କରାଯାଇଛି ଯେ ଆପଣ କେବଳ UPI ମାଧ୍ୟମରେ ଏହିପରି RuPay କ୍ରେଡିଟ୍ କାର୍ଡକୁ ଲିଙ୍କ୍ କରିବାକୁ ସକ୍ଷମ ହେବେ ଯାହା PhonePe ଆପରେ ପଞ୍ଜିକୃତ ହୋଇଥିବା ଆପଣଙ୍କ ମୋବାଇଲ ନମ୍ବର ସହିତ ଲିଙ୍କ୍ ହୋଇଛି।

M-PIN ସୃଷ୍ଟି କରିବାକୁ, ଆପଣଙ୍କୁ ଆପଣଙ୍କ RuPay କ୍ରେଡିଟ୍ କାର୍ଡର ମିଆଦ ଶେଷ ହେବାର ତାରିଖ ଏବଂ ଶେଷ ଛଅ (6) ଅଙ୍କ ଲେଖିବାକୁ ପଡ଼ିବ। ଆମେ ଆପଣଙ୍କ ମୋବାଇଲ ନମ୍ବର ସହିତ ଲିଙ୍କ୍ ହୋଇଥିବା RuPay କ୍ରେଡିଟ୍ କାର୍ଡ ବିବରଣୀକୁ ଫେଚ କରିବୁ  ଏବଂ ଆପଣଙ୍କୁ ଏହିପରି RuPay କ୍ରେଡିଟ୍ କାର୍ଡକୁ UPI ସହ ଲିଙ୍କ୍ କରିବାର ବିକଳ୍ପ ମିଳିବ। M-PIN ସୃଷ୍ଟି ହେବା ପରେ, ଆପଣ M-PIN ବ୍ୟବହାର କରି ଟ୍ରାଞ୍ଜାକସନଗୁଡ଼ିକୁ ଅନୁମତି ଦେବା ପାଇଁ ସକ୍ଷମ ହେବେ ଏବଂ ଆଉ ଆପଣଙ୍କୁ RuPay କ୍ରେଡିଟ୍ କାର୍ଡର ବିବରଣୀ ସହ OTP  ଲେଖିବାକୁ ପଡ଼ିବ ନାହିଁ।

VPA ବ୍ୟବହାର କରି UPI ସହ ଲିଙ୍କ୍ ହୋଇଥିବା RuPay କ୍ରେଡିଟ୍ କାର୍ଡ ଆକାଉଣ୍ଟକୁ ପେମେଣ୍ଟ କରାଯାଇଥିବା ଯେକୌଣସି ରାଶି କ୍ରେଡିଟ୍ କାର୍ଡ ବିଲ୍ ବାବଦରେ ପେମେଣ୍ଟ କରାଯିବ। ଏହାସହ, ଯଦି UPI ବ୍ୟବହାର କରି RuPay କ୍ରେଡିଟ୍ କାର୍ଡ ମାଧ୍ୟମରେ ଅନୁମୋଦିତ ଫରୱାର୍ଡ ପେମେଣ୍ଟ(ଗୁଡ଼ିକ)ର କୌଣସି ରିଫଣ୍ଡ ଆସେ, ତେବେ ତାହା କ୍ରେଡିଟ୍ ଆକାଉଣ୍ଟରେ ଜମା/ଆଡଜଷ୍ଟ ହୋଇଯିବ। UPI ମାଧ୍ୟମରେ ଆପଣଙ୍କ RuPay କ୍ରେଡିଟ୍ କାର୍ଡ୍‌କୁ କେବଳ ସକ୍ଷମ ହୋଇଥିବା ମର୍ଚାଣ୍ଟମାନଙ୍କୁ ପେମେଣ୍ଟ କରିବା ପାଇଁ  ବ୍ୟବହାର କରାଯାଇପାରିବ ଏବଂ ଅନ୍ୟ କୌଣସି ପେମେଣ୍ଟ(ଗୁଡ଼ିକ) କରିବାକୁ ବ୍ୟବହାର କରାଯାଇପାରିବ ନାହିଁ (ଏଥିରେ କୌଣସି ବ୍ୟକ୍ତିଙ୍କୁ ଟଙ୍କା ଟ୍ରାନ୍ସଫର କରିବା, ବ୍ୟାଙ୍କ୍‍ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବା/ଟଙ୍କା ଉଠାଇବା ଆଦି ଅନ୍ତର୍ଭୁକ୍ତ, କିନ୍ତୁ ଏତିକିରେ ସୀମିତ ନୁହେଁ)।

UPI ମାଧ୍ୟମରେ RuPay କ୍ରେଡିଟ୍ କାର୍ଡ ବ୍ୟବହାର କରି ଟ୍ରାଞ୍ଜାକସନ କରିବା ସମୟରେ UPI ଟ୍ରାଞ୍ଜାକସନ ପାଇଁ ପ୍ରଯୁଜ୍ୟ ଥିବା ଟ୍ରାଞ୍ଜାକସନ ସୀମା ଲାଗୁ ହେବ। ଏହାସହ, ଇସ୍ୟୁଅରଙ୍କ ଦ୍ୱାରା ଲାଗୁ ହୋଇଥିବା କୌଣସି ସୀମାକୁ ସେହି ସୀମା ଉପରେ ପ୍ରାଥମିକତା ଦିଆଯିବ (ଯଦି UPI ଟ୍ରାଞ୍ଜାକସନ ପାଇଁ ପ୍ରଯୁଜ୍ୟ ଟ୍ରାଞ୍ଜାକସନ ସୀମାଠାରୁ ଇସ୍ୟୁଅର ଦ୍ୱାରା ଧାର୍ଯ୍ୟ ସୀମା କମ୍ ହୁଏ)। ଆପଣଙ୍କର ଲିଙ୍କ୍ ହୋଇଥିବା RuPay କ୍ରେଡିଟ୍ କାର୍ଡରେ ‘ଉପଲବ୍ଧ/କାର୍ଡ ଲିମିଟ୍ ବାଲାନ୍ସ’ ଯାଞ୍ଚ କରିବାର ବିକଳ୍ପ ମଧ୍ୟ ଆପଣଙ୍କ ପାଖରେ ରହିବ। ଆପଣ ବୁଝିଛନ୍ତି ଯେ ଏହି ସୁବିଧା ଅଧୀନରେ, ଆମେ NPCI ଦ୍ୱାରା ପ୍ରଦାନ କରାଯାଇଥିବା ‘ଉପଲବ୍ଧ / କାର୍ଡ ଲିମିଟ୍ ବାଲାନ୍ସ’କୁ ଡିସପ୍ଲେ କରିବୁ। ଏପରି ବାଲାନ୍ସ ବିବରଣୀ ପ୍ରଦାନ କରିବାରେ କୌଣସି ବିଫଳତା ଅବା ବିଳମ୍ବ ପାଇଁ କିମ୍ବା ଆମେ ଏହି ସୂଚନାର କୌଣସି ତ୍ରୁଟି ଅବା ଭୁଲ ପାଇଁ ଦାୟୀ ରହିବୁ ନାହିଁ।

UPI ବ୍ୟବହାର କରି ଆପଣଙ୍କ RuPay କ୍ରେଡିଟ୍ କାର୍ଡରେ ଅନୁମୋଦିତ ଟ୍ରାଞ୍ଜାକସନ ସମ୍ବନ୍ଧରେ ଯେକୌଣସି ବିବାଦ(ଗୁଡ଼ିକ) PhonePe  UPIର ବ୍ୟବହାରର ସର୍ତ୍ତାବଳୀ (ଏଠି ଉପଲବ୍ଧ: https://www.phonepe.com/terms-conditions/upi/ ) ଅଧୀନରେ ବିବାଦ ଏବଂ ଅଭିଯୋଗ ବିଭାଗରେ ପ୍ରଦାନ କରାଯାଇଥିବା ପ୍ରକ୍ରିୟା ଏବଂ UPI ଟ୍ରାଞ୍ଜାକସନ ସମ୍ବନ୍ଧରେ NPCI ଦ୍ୱାରା ନିର୍ଦ୍ଧାରିତ (ସମୟ ସମୟରେ) ଅନ୍ୟ କୌଣସି ପ୍ରକ୍ରିୟା ଅନୁଯାୟୀ ସମାଧାନ କରାଯିବ। ଯେକୌଣସି ରିଫଣ୍ଡ/ରିଭର୍ସଲ UPI ଟ୍ରାଞ୍ଜାକସନ ପାଇଁ ପ୍ରଯୁଜ୍ୟ ସମୟସୀମା ଅନୁଯାୟୀ ହେବ।

PhonePe Logo

Business Solutions

  • Payment Gateway
  • E-commerce PG
  • UPI Payment Gateway
  • Guardian by PhonePe
  • Express Checkout
  • Offline Merchant
  • Advertise on PhonePe
  • SmartSpeaker
  • POS Machine
  • Payment Links
  • Travel & Commute

Insurance

  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

Lending

  • Consumer Lending
  • Merchant Lending

General

  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

See All Apps

Download PhonePe App Button Icon

PhonePe Group

  • Indus Appstoreexternal link icon
  • Share.Marketexternal link icon
  • Pincodeexternal link icon

Certification

Sisa Logoexternal link icon
LinkedIn Logo
Twitter Logo
Fb Logo
YT Logo
© 2025, All rights reserved
PhonePe Logo

Business Solutions

arrow icon
  • Payment Gateway
  • E-commerce PG
  • UPI Payment Gateway
  • Guardian by PhonePe
  • Express Checkout
  • Offline Merchant
  • Advertise on PhonePe
  • SmartSpeaker
  • POS Machine
  • Payment Links
  • Travel & Commute

Insurance

arrow icon
  • Motor Insurance
  • Bike Insurance
  • Car Insurance
  • Health Insurance
  • Arogya Sanjeevani Policy
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

arrow icon
  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

Lending

arrow icon
  • Consumer Lending
  • Merchant Lending

General

arrow icon
  • About Us
  • Careers
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse

Legal

arrow icon
  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy

PhonePe Group

arrow icon
  • Indus Appstoreexternal link icon
  • Share.Marketexternal link icon
  • Pincodeexternal link icon

Certification

Sisa Logo

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo
© 2025, All rights reserved