< Back
ଏହି ନ୍ୟାସନାଲ ପେନସନ ସ୍କିମ – ଚୁକ୍ତି ଓ ସର୍ତ୍ତାବଳୀ (“NPS ଚୁକ୍ତି ଓ ସର୍ତ୍ତାବଳୀ”) ଏକ କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ସୃଷ୍ଟି ହୋଇଥିବା ଇଲେକ୍ଟ୍ରୋନିକ ରେକର୍ଡ ଅଟେ, ଯାହା ସଂଶୋଧିତ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ସହ ପଠିତ, ତଥା ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, 2021ର ନିୟମ 3 ଅନୁଯାୟୀ ପ୍ରକାଶିତ ହୋଇଛି ଏବଂ ଏଥିପାଇଁ କୌଣସି ଫିଜିକାଲ କିମ୍ବା ଡିଜିଟାଲ ଦସ୍ତଖତର ଆବଶ୍ୟକତା ନାହିଁ।
ଏଠାରେ ବ୍ୟବହାର କରାଯାଇଥିବା ସମସ୍ତ ବଡ଼ ବଡ଼ ହରଫରେ ଥିବା ଶବ୍ଦଗୁଡ଼ିକର ଅର୍ଥ ନିମ୍ନରେ ପ୍ରଦତ୍ତ ବିଭାଗ B (ସଂଜ୍ଞା) ଅଧୀନରେ ଦିଆଯାଇଥିବା ଅର୍ଥ ସହ ସମାନ ହେବ।
A. ଉପକ୍ରମ
- ଏହି NPS ଚୁକ୍ତି ଓ ସର୍ତ୍ତାବଳୀ PhonePe ପ୍ଲାଟଫର୍ମରେ PhonePe ଲିମିଟେଡ (ପୂର୍ବରୁ ଯାହା PhonePe ପ୍ରାଇଭେଟ ଲିମିଟେଡ ଭାବରେ ଜଣାଶୁଣା) (“PhonePe”) ଦ୍ୱାରା ଅଫର କରାଯାଉଥିବା ସେବାଗୁଡ଼ିକର ଆପଣଙ୍କ ଆକ୍ସେସ ଏବଂ ବ୍ୟବହାରକୁ ନିୟନ୍ତ୍ରଣ କରେ।
- NPS ସେବାର ଲାଭ ଉଠାଇବା ପାଇଁ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ଦୟାକରି ଏହି ପ୍ରତ୍ୟେକ NPS ଚୁକ୍ତି ଓ ସର୍ତ୍ତାବଳୀକୁ ମନୋଯୋଗ ସହକାରେ ପଢ଼ନ୍ତୁ କାରଣ ଏହି NPS ଚୁକ୍ତି ଓ ସର୍ତ୍ତାବଳୀରେ ଆପଣଙ୍କର ଆଇନଗତ ଅଧିକାର, ପ୍ରତିକାର ଏବଂ ଦାୟିତ୍ଵ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଏହି ଚୁକ୍ତି ଓ ସର୍ତ୍ତାବଳୀ ଆପଣ (“ଆପଣ”) ଏବଂ PhonePe ମଧ୍ୟରେ ଏକ ଆଇନଗତ ଭାବେ ବାଧ୍ୟତାମୂଳକ ଏଗ୍ରିମେଣ୍ଟ ଗଠନ କରେ।
- PFRDA ଦ୍ୱାରା ସକ୍ଷମ କରାହୋଇଥିବା NPS ଅନବୋର୍ଡିଂ ଜର୍ଣ୍ଣିର ଲାଭ ଉଠାଇବା ପାଇଁ PhonePe ପ୍ଲାଟଫର୍ମରେ NPS ସେବାଗୁଡ଼ିକୁ ଆକ୍ସେସ, ନାଭିଗେଟ କିମ୍ବା ବ୍ୟବହାର ଆରମ୍ଭ କରିବା ଦ୍ୱାରା, ଆପଣ ବିଭିନ୍ନ ସମୟରେ PFRDA ଏବଂ/କିମ୍ବା ଯେକୌଣସି NPS ଅଂଶଗ୍ରହଣକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ଯେକୌଣସି ପ୍ରଯୁଜ୍ୟ ନିୟମ ସହିତ ଏହି NPS ଚୁକ୍ତି ଓ ସର୍ତ୍ତାବଳୀ ପାଳନ କରିବା ପାଇଁ ସହମତ ହୁଅନ୍ତି।
- NPS ସେବାର ଲାଭ ଉଠାଇବା ପାଇଁ PhonePe ପ୍ଲାଟଫର୍ମକୁ ଆକ୍ସେସ କରିବା କିମ୍ବା NPS ସେବାର ସୁବିଧା ନେବା ପାଇଁ PhonePe ପ୍ଲାଟଫର୍ମରେ ଆପଣଙ୍କର ସୂଚନା ପଞ୍ଜିକରଣ କରିବା ଦ୍ୱାରା, ଏହି NPS ଚୁକ୍ତି ଓ ସର୍ତ୍ତାବଳୀ ସହିତ ଆପଣ ସାଧାରଣ PhonePe ଚୁକ୍ତି ଓ ସର୍ତ୍ତାବଳୀ (“ସାଧାରଣ T&Cs”) ପାଳନ କରିବାକୁ ସହମତ ହୁଅନ୍ତି। ଯଦି ଏହି NPS ଚୁକ୍ତି ଓ ସର୍ତ୍ତାବଳୀ ଏବଂ ସାଧାରଣ T&Cs ମଧ୍ୟରେ କୌଣସି ଅସଙ୍ଗତି ଦେଖାଦିଏ, ତେବେ ଏହି ଚୁକ୍ତି ଓ ସର୍ତ୍ତାବଳୀ ସେହି ଅସଙ୍ଗତି କ୍ଷେତ୍ରରେ କେବଳ ଏଠାରେ ଥିବା ସେବାଗୁଡ଼ିକ ସମ୍ପର୍କରେ ଲାଗୁ ହେବ।
- PhonePe ପ୍ଲାଟଫର୍ମ ବ୍ୟବହାର କରିବା ଦ୍ଵାରା ଆପଣ ଏତଦ୍ଦ୍ଵାରା PhonePeର ଗୋପନୀୟତା ନୀତିରେ ଦର୍ଶାଯାଇଥିବା ଅନୁଯାୟୀ ଆପଣଙ୍କ ସୂଚନାର ବ୍ୟବହାର ପାଇଁ ସମ୍ମତି ପ୍ରଦାନ କରୁଛନ୍ତି। ଆପଣ PhonePe ପ୍ଲାଟଫର୍ମ ବ୍ୟବହାର କରୁଥିବା ବେଳେ PhonePe ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ କିପରି ପରିଚାଳନା କରେ, ତାହା ଏହି ଗୋପନୀୟତା ନୀତିରେ ବ୍ୟାଖ୍ୟା କରାଯାଇଛି।
B. ସଂଜ୍ଞା
- “API” ର ଅର୍ଥ ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ;
- “API ଗେଟୱେ”ର ଅର୍ଥ NBSLର ମାଲିକାନା ଓ ପରିଚାଳନାରେ ଥିବା ପ୍ରଯୁକ୍ତିଗତ ଭିତ୍ତିଭୂମି କିମ୍ବା ଟ୍ରାନ୍ସମିସନ ଏବଂ ଇଣ୍ଟିଗ୍ରେସନ ସ୍ତର, ଯାହା NPS ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଷ୍ଟାଣ୍ଡାର୍ଡାଇଜଡ କରାହୋଇଥିବା API ଆଧାରିତ ଇଣ୍ଟିଗ୍ରେସନ ମାଧ୍ୟମରେ ମୁଖ୍ୟତଃ ଅନୁରୋଧ ଏବଂ ପ୍ରତିକ୍ରିୟା ଆକାରରେ ସୁରକ୍ଷିତ ଡାଟା ଆଦାନପ୍ରଦାନ ଏବଂ ତଥ୍ୟ ବିନିମୟକୁ ସହଜ କରିଥାଏ।
- “NBSL”ର ଅର୍ଥ NPCI BHIM ସର୍ଭିସେସ ଲିମିଟେଡ;
- “NPS”ର ଅର୍ଥ PFRDA ଅଧିନିୟମ ଅଧୀନରେ ପରିଭାଷିତ ନ୍ୟାସନାଲ ପେନସନ ସିଷ୍ଟମ ହେବ;
- “NPS ଅଂଶଗ୍ରହଣକାରୀ”ର ଅର୍ଥ ପେନସନ ଏଜେଣ୍ଟ, PoP, ଏବଂ API ଗେଟୱେ ଭାବରେ PhonePeକୁ ବୁଝାଇବ;
- “NPS ସେବା”ର ଅର୍ଥ PFRDA ଦ୍ୱାରା ଅନୁମୋଦିତ PhonePe ଦ୍ୱାରା ପ୍ରଦାନ କରାଯାଉଥିବା NPS ଅନବୋର୍ଡିଂ ସୁବିଧା ସେବାକୁ ବୁଝାଇବ;
- “ପେନସନ ଏଜେଣ୍ଟ”ର ଅର୍ଥ ଏପରି ଜଣେ ବ୍ୟକ୍ତି ଯିଏ ବିଭିନ୍ନ ସମୟରେ PFRDA ଦ୍ୱାରା ନିର୍ଦ୍ଧାରିତ ଏବଂ NPS ଗ୍ରାହକମାନଙ୍କର ଅନବୋର୍ଡିଂକୁ ସହଜ କରିବା ସହିତ NPSର ବିତରଣକୁ ସହଜ କରିବା ପାଇଁ ଏକ ଏଗ୍ରିମେଣ୍ଟ ଅଧୀନରେ PoP ଦ୍ୱାରା ନିୟୋଜିତ ହୋଇଥାନ୍ତି;
- “PFRDA”ର ଅର୍ଥ ପେନସନ ଫଣ୍ଡ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ହେବ;
- “PFRDA ଅଧିନିୟମ”ର ଅର୍ଥ ବିଭିନ୍ନ ସମୟରେ ସଂଶୋଧିତ ପେନସନ ଫଣ୍ଡ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଆକ୍ଟ, 2013କୁ ବୁଝାଇବ;
- “PhonePe ପ୍ଲାଟଫର୍ମ”ର ଅର୍ଥ ସଫ୍ଟୱେର / ସଫ୍ଟୱେର ଆପ୍ଲିକେସନ / ପ୍ଲାଟଫର୍ମ / ୱେବସାଇଟ ଯାହା PhonePe ଏବଂ/କିମ୍ବା ଏହାର ସହବନ୍ଧିତ ସଂସ୍ଥାଗୁଡ଼ିକ ଦ୍ୱାରା ବିକଶିତ, ମାଲିକାନା ପ୍ରାପ୍ତ ଏବଂ/କିମ୍ବା ପରିଚାଳିତ ଅଟେ;
- “ପଏଣ୍ଟ ଅଫ ପ୍ରେଜେନ୍ସ” / “PoP”ର ଅର୍ଥ PFRDA ଅଧିନିୟମ ଅଧୀନରେ ପଏଣ୍ଟ ଅଫ ପ୍ରେଜେନ୍ସ ଭାବରେ ପଞ୍ଜିକୃତ ମଧ୍ୟସ୍ଥି ଯିଏ ଅନ୍ୟାନ୍ୟ ବିଷୟ ସହିତ ପାଣ୍ଠି ଏବଂ ନିର୍ଦ୍ଦେଶ ଗ୍ରହଣ କରିବା ଓ ପ୍ରେରଣ କରିବା ତଥା ଗ୍ରାହକମାନଙ୍କୁ ପାଣ୍ଠି ପ୍ରଦାନ କରିବା ଉଦ୍ଦେଶ୍ୟରେ CRA ସହିତ ଇଲେକ୍ଟ୍ରୋନିକ ସଂଯୋଗ ପାଇଁ ସକ୍ଷମ ଅଟନ୍ତି। ଏହି NPS ଚୁକ୍ତି ଓ ସର୍ତ୍ତାବଳୀ ଉଦ୍ଦେଶ୍ୟରେ, PoPରେ Axis ବ୍ୟାଙ୍କ ଲିମିଟେଡ, HDFC ବ୍ୟାଙ୍କ ଲିମିଟେଡ, ICICI ବ୍ୟାଙ୍କ ଲିମିଟେଡ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅନ୍ତର୍ଭୁକ୍ତ ହେବ;
C. ଚୁକ୍ତି ଓ ସର୍ତ୍ତାବଳୀ
- NPS ସେବାକୁ ଆକ୍ସେସ କରିବାକୁ ଚୟନ କରିବା ଦ୍ୱାରା, ଆପଣ ବୁଝନ୍ତି ଏବଂ ସହମତ ହୁଅନ୍ତି ଯେ ପ୍ରଯୁଜ୍ୟ ଆଇନ ଅନୁଯାୟୀ NPSକୁ PFRDA ଦ୍ୱାରା ନିୟନ୍ତ୍ରଣ କରାଯାଏ ଏବଂ PFRDA ନିୟମାବଳୀ ଅଧୀନରେ PhonePe ଏକ ମଧ୍ୟସ୍ଥି, ପେନସନ ବିତରକ କିମ୍ବା ନିୟନ୍ତ୍ରିତ ସଂସ୍ଥା ନୁହେଁ। PhonePe କେବଳ PFRDAର ଅନୁମୋଦନ ଅନୁଯାୟୀ ଅନବୋର୍ଡିଂ ସେବା ପ୍ରଦାନ କରିବା ପାଇଁ PFRDA ମାର୍ଗଦର୍ଶିକା ଅନୁସାରେ ସମ୍ପୃକ୍ତ PoP(ଗୁଡ଼ିକ) ଅଧୀନରେ ଏକ ପେନସନ ଏଜେଣ୍ଟ ଭାବରେ ପରିଗଣିତ ଏକ ଫାସିଲିଟେଟର ଭାବରେ କାର୍ଯ୍ୟ କରୁଛି।
- ଆପଣ ବୁଝନ୍ତି, ସ୍ୱୀକାର କରନ୍ତି ଏବଂ ସହମତ ହୁଅନ୍ତି ଯେ PFRDA ନିୟମାବଳୀ ଅନୁଯାୟୀ PhonePe ସମ୍ପୃକ୍ତ PoP(ଗୁଡ଼ିକ)ର କର୍ତ୍ତୃତ୍ୱ ତଥା ତତ୍ତ୍ୱାବଧାନ ଅଧୀନରେ ଏବଂ ସମ୍ପୃକ୍ତ PoP(ଗୁଡ଼ିକ)ର ନିର୍ଦ୍ଦେଶ ଏବଂ ଅନୁମୋଦନ ଅନୁସାରେ କାର୍ଯ୍ୟ କରେ ଏବଂ ଅନ୍ୟ NPS ଅଂଶଗ୍ରହଣକାରୀଙ୍କ ମଧ୍ୟରେ ହେଉଥିବା ଟ୍ରାଞ୍ଜାକସନଗୁଡ଼ିକର ପୂର୍ଣ୍ଣତା, ବୈଧତା, କିମ୍ବା କାର୍ଯ୍ୟାନ୍ୱୟନ ଉପରେ PhonePeର କୌଣସି ନିୟନ୍ତ୍ରଣ ନାହିଁ କିମ୍ବା ତାହା ସେଥିପାଇଁ ଦାୟୀ ନୁହେଁ। ଗ୍ରାହକମାନଙ୍କର ଅନବୋର୍ଡିଂକୁ ସହଜ କରିବା, ଗ୍ରାହକଙ୍କ ସୂଚନା ସଂଗ୍ରହ କରି PoPକୁ ପଠାଇବା ଏବଂ ଅନବୋର୍ଡିଂ ସମୟରେ ଗ୍ରାହକମାନଙ୍କୁ ଫ୍ରଣ୍ଟ-ଏଣ୍ଡ ୟୁଜର ସହାୟତା ପ୍ରଦାନ କରିବା ପାଇଁ କେବଳ ଭିତ୍ତିଭୂମି ଯୋଗାଇବାରେ PhonePeର ଭୂମିକା ସୀମିତ ଅଟେ।
- PoP ହେଉଛି NPS ଅଧୀନରେ ଅନବୋର୍ଡିଂ, ଗ୍ରାହକମାନଙ୍କର ଯଥାଯଥ ଯାଞ୍ଚ ଏବଂ ଗ୍ରାହକମାନଙ୍କୁ ସେବା ପ୍ରଦାନ ପାଇଁ ଦାୟୀ ମୁଖ୍ୟ ନିୟନ୍ତ୍ରିତ ମଧ୍ୟସ୍ଥି। NPS ପାଇଁ କୌଣସି ଆବେଦନକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବାରେ PhonePe ନିଜର ବିବେକାଧିକାର ପ୍ରୟୋଗ କରେ ନାହିଁ। PhonePe ଗ୍ରାହକ ଚିହ୍ନଟ, KYC ଅନୁପାଳନ, ଗ୍ରାହକଙ୍କର ଯଥାଯଥ ଯାଞ୍ଚ, ବିପଦ ଆକଳନ, PRAN ସୃଷ୍ଟି, ଫଣ୍ଡ ପରିଚାଳନା କିମ୍ବା ସେଟେଲମେଣ୍ଟ କାର୍ଯ୍ୟଗୁଡ଼ିକ ସମ୍ପାଦନ କରେ ନାହିଁ।
- API ଗେଟୱେ ମାଧ୍ୟମରେ NPS ଅଂଶଗ୍ରହଣକାରୀଙ୍କ ସହିତ ମିଳିତ ଭାବରେ PhonePe NPS ସେବାଗୁଡ଼ିକ ପ୍ରଦାନ କରିଥାଏ। ଆପଣ ବୁଝନ୍ତି, ସ୍ୱୀକାର କରନ୍ତି ଏବଂ ସହମତ ହୁଅନ୍ତି ଯେ PhonePe ଦ୍ୱାରା ପ୍ରଦାନ କରାଯାଉଥିବା NPS ସେବାଗୁଡ଼ିକରେ NPS ଅଂଶଗ୍ରହଣକାରୀମାନଙ୍କର ଏକାଧିକ ବାହ୍ୟ ସିଷ୍ଟମ ସହିତ ଇଣ୍ଟିଗ୍ରେସନ ଅନ୍ତର୍ଭୁକ୍ତ ରହିଛି। ତଦନୁସାରେ, PhonePeର ନିୟନ୍ତ୍ରଣ ବାହାରେ ଥିବା ଏପରି କୌଣସି ବାହ୍ୟ ସିଷ୍ଟମ କିମ୍ବା ଭିତ୍ତିଭୂମିରେ ବୈଷୟିକ କିମ୍ବା ପରିଚାଳନାଗତ ସମସ୍ୟା ଯୋଗୁଁ ଉପୁଜୁଥିବା କୌଣସି ବିଳମ୍ବ, ବିଫଳତା, ବ୍ୟାଘାତ କିମ୍ବା ଅସଫଳ ଅନବୋର୍ଡିଂ ପାଇଁ PhonePe ଦାୟୀ ରହିବ ନାହିଁ।
- NPS ସହିତ ଜଡ଼ିତ କୌଣସି ସେବାର ପୂର୍ଣ୍ଣତା ପାଇଁ PhonePe ଦାୟୀ ରହିବ ନାହିଁ, ଯେଉଁଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ: (a) API ଗେଟୱେର ଉପଲବ୍ଧତା ଏବଂ/କିମ୍ବା କାର୍ଯ୍ୟକାରିତା; (b) ସମ୍ପୃକ୍ତ PoP(ଗୁଡ଼ିକ) ଦ୍ୱାରା ପ୍ରଦାନ କରାଯାଇଥିବା କୌଣସି ତଥ୍ୟର ସଠିକତା ଏବଂ/କିମ୍ବା ସମ୍ପୂର୍ଣ୍ଣତା; (c) ସଫଳ PRAN ସୃଷ୍ଟି ଏବଂ ସମ୍ପୂର୍ଣ୍ଣ ଅନବୋର୍ଡିଂ ପ୍ରକ୍ରିୟାର ସମ୍ପୂର୍ଣ୍ଣତା; (d) PhonePe ଦ୍ୱାରା ସୁବିଧା ଦିଆଯାଇଥିବା ଅନବୋର୍ଡିଂ ସେବା ବ୍ୟତୀତ NPS ସମ୍ବନ୍ଧୀୟ ଅନ୍ୟ କୌଣସି ଗ୍ରାହକ ସହାୟତା ସେବା; (e) କୌଣସି କାରଣରୁ କିମ୍ବା କୌଣସି କାରଣ ବିନା ସମ୍ପୃକ୍ତ PoP(ଗୁଡ଼ିକ) ଦ୍ଵାରା କୌଣସି ସେବା ବାତିଲ କରାଯିବା।
- NPS ଅନବୋର୍ଡିଂ ପ୍ରକ୍ରିୟାରେ ନିରବଚ୍ଛିନ୍ନ ପ୍ରବେଶକୁ ସକ୍ଷମ କରିବା ପାଇଁ PhonePe ସମ୍ପୂର୍ଣ୍ଣ ରୂପେ ଏକ ପ୍ରଯୁକ୍ତିବିଦ୍ୟା ଫାସିଲିଟେଟର ଏବଂ ଫ୍ରଣ୍ଟ-ଏଣ୍ଡ ଇଣ୍ଟରଫେସ ଭାବରେ କାର୍ଯ୍ୟ କରେ। PhonePe ଏକ ପଏଣ୍ଟ ଅଫ ପ୍ରେଜେନ୍ସ, ସେଣ୍ଟ୍ରାଲ ରେକର୍ଡକିପିଂ ଏଜେନ୍ସି କିମ୍ବା ଇନଭେଷ୍ଟମେଣ୍ଟ ଆଡଭାଇଜର ଭାବରେ କାର୍ଯ୍ୟ କରେ ନାହିଁ।
- PhonePe ପ୍ଲାଟଫର୍ମରେ NPS ସେବାଗୁଡ଼ିକର ଉପଯୋଗ କରିବା ପାଇଁ ଆପଣ ଘୋଷଣା କରନ୍ତି ଏବଂ ୱାରେଣ୍ଟି ଦିଅନ୍ତି ଯେ:
- ଆପଣ ଭାରତର ଜଣେ ବାସିନ୍ଦା ଅଟନ୍ତି;
- ଆକାଉଣ୍ଟ ଖୋଲିବା ସମୟରେ ଆପଣଙ୍କ ବୟସ 18 ରୁ 85 ବର୍ଷ ମଧ୍ୟରେ ଅଟେ;
- ଆପଣଙ୍କ ପାଖରେ ଏକ ଅଂଶଗ୍ରହଣକାରୀ ବ୍ୟାଙ୍କ-PoP ସହିତ ଏକ ସମ୍ପୂର୍ଣ୍ଣ KYC-ଅନୁପାଳନକାରୀ ସେଭିଂସ ଆକାଉଣ୍ଟ ଅଛି; ଏବଂ
- ଆପଣ ଭାରତୀୟ ଚୁକ୍ତିନାମା ଅଧିନିୟମ, 1872 ଅଧୀନରେ ଏକ ବାଧ୍ୟତାମୂଳକ ଚୁକ୍ତିନାମା କରିବାକୁ ଆଇନଗତ ଭାବରେ ସକ୍ଷମ ଅଟନ୍ତି।
- ପ୍ଲାଟଫର୍ମରେ NPS ପ୍ରକ୍ରିୟା ସହିତ ଆଗକୁ ବଢ଼ିବା ଦ୍ୱାରା ସମ୍ପୃକ୍ତ PoPର କୋର ବ୍ୟାଙ୍କିଂ ସିଷ୍ଟମ (“CBS”)ରୁ ଯୋଗ୍ୟ, ବ୍ୟାଙ୍କ ଦ୍ୱାରା ଯାଞ୍ଚ ହୋଇଥିବା KYC ଆକାଉଣ୍ଟଗୁଡ଼ିକୁ ଖୋଜି ଆଣିବା ପାଇଁ ଆପଣ ଅନବୋର୍ଡିଂ ପ୍ରକ୍ରିୟା ସମୟରେ ପ୍ରଦାନ କରିଥିବା ଆପଣଙ୍କ ମୋବାଇଲ ନମ୍ବର, ଜନ୍ମ ତାରିଖ ଏବଂ ଅନ୍ୟାନ୍ୟ ତଥ୍ୟକୁ API ଗେଟୱେ ମାଧ୍ୟମରେ ସମ୍ପୃକ୍ତ PoP ନିକଟକୁ ସୁରକ୍ଷିତ ଭାବରେ ପଠାଇବା ପାଇଁ ଆପଣ PhonePeକୁ ଆପଣଙ୍କର ସମ୍ମତି ପ୍ରଦାନ କରନ୍ତି।
- PhonePe ପ୍ଲାଟଫର୍ମରେ ହୋଷ୍ଟ କରାଯାଇଥିବା NPS ସମ୍ବନ୍ଧୀୟ ସୂଚନା ସମ୍ପୃକ୍ତ PoP(ଗୁଡ଼ିକ) ଦ୍ୱାରା ପ୍ରଦାନ କରାଯାଇଥାଏ ଏବଂ PhonePe କେବଳ ଏହିପରି କୌଣସି ସୂଚନାକୁ ‘ଯେମିତି-ଅଛି’ ଭିତ୍ତିରେ ପ୍ରଦର୍ଶିତ କରେ। ସମ୍ପୃକ୍ତ PoPଗୁଡ଼ିକ ଦ୍ୱାରା ବିଭିନ୍ନ ସମୟରେ ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ଆପଣଙ୍କୁ କୌଣସି ପୂର୍ବ ସୂଚନା ନଦେଇ PhonePe ପ୍ଲାଟଫର୍ମରେ ହୋଷ୍ଟ କରାଯାଇଥିବା NPS ସମ୍ବନ୍ଧୀୟ କୌଣସି ସୂଚନାକୁ PhonePe ପରିବର୍ତ୍ତନ କରିପାରେ। PhonePe ପ୍ଲାଟଫର୍ମରେ ହୋଷ୍ଟ ହୋଇଥିବା NPS ସମ୍ବନ୍ଧୀୟ କୌଣସି ସୂଚନା ଉପରେ ନିର୍ଭର କରିବାକୁ ଚୟନ କରିବା ଦ୍ୱାରା ଆପଣ ବୁଝନ୍ତି, ସହମତ ହୁଅନ୍ତି ଏବଂ ସ୍ୱୀକାର କରନ୍ତି ଯେ ଏପରି ସୂଚନା ଉପରେ ଆପଣଙ୍କର ନିର୍ଭରଶୀଳତା ସମ୍ବନ୍ଧରେ PhonePe ବିରୁଦ୍ଧରେ ଆପଣଙ୍କର ଥିବା କୌଣସି ଏବଂ ସମସ୍ତ କ୍ଲେମ, କାର୍ଯ୍ୟାନୁଷ୍ଠାନର ଅଧିକାର ଏବଂ/କିମ୍ବା ପ୍ରତିକାରଗୁଡ଼ିକୁ (ଆଇନଗତ କିମ୍ବା ଅନ୍ୟଥା) ଆପଣ ସ୍ପଷ୍ଟ ଭାବରେ ପରିତ୍ୟାଗ କରୁଛନ୍ତି। PhonePe ସ୍ପଷ୍ଟ ଭାବରେ କୌଣସି ଏବଂ ସମସ୍ତ ଦାୟବଦ୍ଧତାକୁ ଅସ୍ୱୀକାର କରେ ଏବଂ NPS ସମ୍ବନ୍ଧୀୟ କୌଣସି ସୂଚନାର ସଠିକତା, ସମ୍ପୂର୍ଣ୍ଣତା କିମ୍ବା ବ୍ୟବହାରଯୋଗ୍ୟତାଜନିତ ସହିତ ଜଡ଼ିତ କିମ୍ବା ଏଥିରୁ ଉତ୍ପନ୍ନ କୌଣସି ପରିଣାମ ପାଇଁ ଏହା କୌଣସି ପ୍ରକାରେ ଦାୟୀ ରହିବ ନାହିଁ। ଉପରୋକ୍ତ ବିଷୟ ସତ୍ତ୍ୱେ, ପୂର୍ବ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ PhonePe ପ୍ଲାଟଫର୍ମରେ ପ୍ରଦର୍ଶିତ କୌଣସି ସୂଚନା ସମ୍ପୂର୍ଣ୍ଣ ରୂପେ ସୂଚନାମୂଳକ ଉଦ୍ଦେଶ୍ୟ ପାଇଁ ଅଟେ ଏବଂ ଏହା କୌଣସି ଆର୍ଥିକ, ନିବେଶ, କିମ୍ବା ଆଇନଗତ ପରାମର୍ଶ ପାଇଁ ଉଦ୍ଦିଷ୍ଟ ନୁହେଁ।
- ଆପଣ ବୁଝନ୍ତି, ସ୍ୱୀକାର କରନ୍ତି ଏବଂ ସହମତ ହୁଅନ୍ତି ଯେ PRAN ସୃଷ୍ଟି କରିବା ଏବଂ ଅନବୋର୍ଡିଂ ଚାର୍ଜ, ପ୍ରାରମ୍ଭିକ ଜମା ଏବଂ/କିମ୍ବା ପରବର୍ତ୍ତୀ ଜମା ରାଶିର ପେମେଣ୍ଟ ଆପଣ ଏବଂ ସମ୍ପୃକ୍ତ PoP(ଗୁଡ଼ିକ) ମଧ୍ୟରେ ଏକ ସ୍ୱାଧୀନ ଟ୍ରାଞ୍ଜାକସନ ଅଟେ ଏବଂ PRAN ସୃଷ୍ଟି କିମ୍ବା NPS ସେବା ସହିତ ଜଡ଼ିତ ଅନ୍ୟ କୌଣସି କାର୍ଯ୍ୟ ପାଇଁ PhonePe ଦାୟୀ ନୁହେଁ। ଅନବୋର୍ଡିଂ ଫି’ ଏବଂ ପ୍ରାରମ୍ଭିକ ଜମା ବାବଦରେ ପ୍ରଦାନ କରାଯାଇଥିବା କୌଣସି ରାଶି ସିଧାସଳଖ ସମ୍ପୃକ୍ତ PoP(ଗୁଡ଼ିକ)ର ନିର୍ଦ୍ଧାରିତ ଆକାଉଣ୍ଟକୁ ପଠାଯାଇଥାଏ ଏବଂ PhonePe କୌଣସି ସମୟରେ ଆପଣଙ୍କ ପାଣ୍ଠିକୁ ଗଚ୍ଛିତ ରଖେ ନାହିଁ, କ୍ଲିୟର କରେ ନାହିଁ କିମ୍ବା ସେଟେଲ କରେ ନାହିଁ।
- PRAN ସୃଷ୍ଟି, ଆକାଉଣ୍ଟ ରକ୍ଷଣାବେକ୍ଷଣ, KYC ଯାଞ୍ଚ, ଫଣ୍ଡ ପରିଚାଳନା, କିମ୍ବା ସ୍କିମର କାର୍ଯ୍ୟଦକ୍ଷତା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକୁ ଆଇନଗତ ଭାବରେ ନିର୍ଦ୍ଧାରିତ NPS ଅଭିଯୋଗ ନିବାରଣ ପ୍ରଣାଳୀ ମାଧ୍ୟମରେ କିମ୍ବା PFRDA ନିୟମାବଳୀ ଦ୍ୱାରା ନିୟନ୍ତ୍ରିତ ହେବା ଅନୁଯାୟୀ ସିଧାସଳଖ ସମ୍ପୃକ୍ତ PoP(ଗୁଡ଼ିକ) ଏବଂ/କିମ୍ବା CRA ନିକଟରେ ଦାଖଲ କରାଯିବା ଆବଶ୍ୟକ। NPS ସେବାର ଉପଯୋଗ କରିବା ସମୟରେ PhonePe ପ୍ଲାଟଫର୍ମର ୟୁଜର ଇଣ୍ଟରଫେସ ସମ୍ବନ୍ଧୀୟ କୌଣସି ବୈଷୟିକ ସମସ୍ୟା କ୍ଷେତ୍ରରେ ଆପଣ PhonePe ଗ୍ରାହକ ସହାୟତା ସହିତ ଯୋଗାଯୋଗ କରିପାରିବେ।
- ପ୍ରଯୁଜ୍ୟ ଆଇନ ଦ୍ୱାରା ଅନୁମୋଦିତ ସୀମା ପର୍ଯ୍ୟନ୍ତ, ଆପଣ NPS ସେବା, ଅପଡେଟ, ସୂଚନାମୂଳକ/ ପ୍ରୋମୋସନାଲ ଇମେଲ ଏବଂ/କିମ୍ବା ପ୍ରଡକ୍ଟ ଘୋଷଣା ସମ୍ବନ୍ଧରେ PhonePe କିମ୍ବା ଏହାର ଥାର୍ଡ-ପାର୍ଟି ଭେଣ୍ଡର/ ବିଜନେସ ପାର୍ଟନର/ ମାର୍କେଟିଂ ଆଫିଲିଏଟମାନଙ୍କଠାରୁ ଇମେଲ, ଟେଲିଫୋନ ଏବଂ/କିମ୍ବା SMS ମାଧ୍ୟମରେ ଯୋଗାଯୋଗ ଗ୍ରହଣ କରିବାକୁ ସହମତ ହୁଅନ୍ତି। ପ୍ରଯୁଜ୍ୟ ଆଇନ ଦ୍ୱାରା ଅନୁମୋଦିତ ସୀମା ପର୍ଯ୍ୟନ୍ତ, ଆପଣ ପ୍ରଦାନ କରିଥିବା ମୋବାଇଲ ନମ୍ବରରେ ସମସ୍ତ ଯୋଗାଯୋଗ ଗ୍ରହଣ କରିବାକୁ ଆପଣ ସହମତ ହୁଅନ୍ତି ଏବଂ ସମ୍ମତି ଦିଅନ୍ତି, ଯଦିଓ ଏହିପରି ମୋବାଇଲ ନମ୍ବର ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ (“TRAI”) ଦ୍ୱାରା ପ୍ରସ୍ତୁତ ନିୟମ ଏବଂ ନିୟମାବଳୀ ସମେତ ପ୍ରଯୁଜ୍ୟ ଆଇନ ଅଧୀନରେ ଡୁ ନଟ ଡିଷ୍ଟର୍ବ (“DND”)/ ନ୍ୟାସନାଲ କଷ୍ଟମର ପ୍ରିଫରେନ୍ସ ରେଜିଷ୍ଟର (“NCPR”) ତାଲିକା ଅଧୀନରେ ପଞ୍ଜିକୃତ ହୋଇଥାଏ। ଏହି ଉଦ୍ଦେଶ୍ୟରେ, ଆପଣ PhonePeକୁ ଏହାର ଗ୍ରୁପ କମ୍ପାନୀ, PhonePeର ଥାର୍ଡ-ପାର୍ଟି ସର୍ଭିସ ପ୍ରୋଭାଇଡର କିମ୍ବା କୌଣସି ପ୍ରାଧିକୃତ ଏଜେଣ୍ଟଙ୍କ ସହିତ ଆପଣଙ୍କର ସୂଚନା ସେୟାର କରିବାକୁ/ପ୍ରକାଶ କରିବାକୁ ଅଧିକାର ପ୍ରଦାନ କରନ୍ତି।
- ଯଦିଓ ସମସ୍ତ ଯୋଗାଯୋଗ ସଠିକ ଭାବରେ ପ୍ରେରଣ କରାଯାଇଛି ବୋଲି ସୁନିଶ୍ଚିତ କରିବା ପାଇଁ PhonePe ଯୁକ୍ତିଯୁକ୍ତ ପଦକ୍ଷେପ ଗ୍ରହଣ କରିଥାଏ, ତଥାପି ଯୋଗାଯୋଗ ସୂଚନା ଉପରେ କୌଣସି ପ୍ରତିବନ୍ଧକ, ଫୋନ ନମ୍ବର DND ତାଲିକାରେ ପଞ୍ଜିକୃତ ହୋଇଥିବା, ଇମେଲ ଡାଟା ଷ୍ଟୋରେଜର ଅଭାବ, ଟେଲିକମ ସର୍ଭିସ ପ୍ରୋଭାଇଡ଼ରଙ୍କ ସମସ୍ୟା ଇତ୍ୟାଦି କାରଣରୁ ଯୋଗାଯୋଗ ପଠାଇବାରେ ବିଫଳତା ଦେଖାଦେଇପାରେ। ଉପରୋକ୍ତ ବିଷୟଗୁଡିକୁ ଦୃଷ୍ଟିରେ ରଖି କୌଣସି ଯୋଗାଯୋଗ ନ ମିଳିବା ପାଇଁ PhonePe ଦାୟୀ କିମ୍ବା ଉତ୍ତରଦାୟୀ ରହିବ ନାହିଁ।
- PhonePe ପ୍ଲାଟଫର୍ମ ଏବଂ ସେବାଗୁଡ଼ିକ ଉପରେ ସମସ୍ତ ଆଇନଗତ ଅଧିକାର, ମାଲିକାନା ଏବଂ ସ୍ୱାର୍ଥ PhonePe ପାଖରେ ସଂରକ୍ଷିତ ଅଛି, ଯେଉଁଥିରେ PhonePe ପ୍ଲାଟଫର୍ମ ଏବଂ NPS ସର୍ଭିସଗୁଡ଼ିକରେ ଅନ୍ତର୍ଭୁକ୍ତ ଯେକୌଣସି ବୌଦ୍ଧିକ ସମ୍ପତ୍ତି ଅଧିକାର ମଧ୍ୟ ସାମିଲ ଅଟେ (ସେହି ଅଧିକାରଗୁଡ଼ିକ ପଞ୍ଜୀକୃତ ହୋଇଥାଉ କି ହୋଇନଥାଉ) ବୋଲି ଆପଣ ସ୍ୱୀକାର କରୁଛନ୍ତି ଏବଂ ଏଥିରେ ସହମତ ହେଉଛନ୍ତି। ଆପଣ ଆହୁରି ମଧ୍ୟ ସ୍ୱୀକାର କରୁଛନ୍ତି ଯେ NPS ସର୍ଭିସଗୁଡ଼ିକରେ ଏଭଳି କିଛି ସୂଚନା ଥାଇପାରେ ଯାହାକୁ PhonePe ଦ୍ୱାରା ଗୋପନୀୟ ବୋଲି ଦର୍ଶାଯାଇଛି ଏବଂ ଆପଣ PhonePeର ପୂର୍ବ ଲିଖିତ ସମ୍ମତି ବିନା ସେହି ସୂଚନାକୁ ପ୍ରକାଶ କରିପାରିବେ ନାହିଁ। PhonePe ପ୍ଲାଟଫର୍ମର କଣ୍ଟେଣ୍ଟ, ଏହାର “ଲୁକ ଆଣ୍ଡ ଫିଲ” (ଯେପରିକି ଟେକ୍ସଟ, ଗ୍ରାଫିକ୍ସ, ଇମେଜ, ଲୋଗୋ ଏବଂ ବଟନ ଆଇକନ), ଫଟୋଗ୍ରାଫ, ଏଡିଟୋରିଆଲ କଣ୍ଟେଣ୍ଟ, ନୋଟିସ, ସଫ୍ଟୱେର ଏବଂ ଅନ୍ୟାନ୍ୟ ସାମଗ୍ରୀ PhonePe ଏବଂ/କିମ୍ବା ଏହାର ଥାର୍ଡ-ପାର୍ଟି ସର୍ଭିସ ପ୍ରୋଭାଇଡ଼ର/ସେମାନଙ୍କର ଲାଇସେନ୍ସଧାରୀଙ୍କ ମାଲିକାନାରେ ଅଛି କିମ୍ବା ସେମାନଙ୍କ ଦ୍ୱାରା ଲାଇସେନ୍ସପ୍ରାପ୍ତ ଅଟେ ଏବଂ ପ୍ରଯୁଜ୍ୟ କପିରାଇଟ, ଟ୍ରେଡମାର୍କ ଏବଂ ଅନ୍ୟାନ୍ୟ ଆଇନ ଅନୁଯାୟୀ ସେମାନଙ୍କ ଦ୍ୱାରା ସଠିକ ଭାବରେ ସୁରକ୍ଷିତ ଅଟେ। PhonePe ଏତଦ୍ଦ୍ଵାରା ଆପଣଙ୍କୁ PhonePe ପ୍ଲାଟଫର୍ମ ଏବଂ ସେବାଗୁଡ଼ିକର ବ୍ୟବହାର ତଥା ଏହାକୁ ଆକ୍ସେସ କରିବା ପାଇଁ ଏକ ସୀମିତ ଲାଇସେନ୍ସ ପ୍ରଦାନ କରୁଛି। ଏହି ଲାଇସେନ୍ସରେ ଅନ୍ୟ କୌଣସି ବ୍ୟକ୍ତି, ଭେଣ୍ଡର କିମ୍ବା ଅନ୍ୟ କୌଣସି ଥାର୍ଡ-ପାର୍ଟିର ଲାଭ ପାଇଁ କୌଣସି ପ୍ରକାରର ସୂଚନା ଡାଉନଲୋଡ କରିବା କିମ୍ବା କପି କରିବା ଅନ୍ତର୍ଭୁକ୍ତ ନୁହେଁ କିମ୍ବା ଏଥିରୁ କୌଣସି ବ୍ୟୁତ୍ପନ୍ନ କୌଣସି କାର୍ଯ୍ୟ ସୃଷ୍ଟି କରିବା, ପରିବର୍ତ୍ତନ କରିବା, ରିଭର୍ସ ଇଞ୍ଜିନିୟରିଂ କରିବା, ରିଭର୍ସ ଆସେମ୍ବଲ କରିବା କିମ୍ବା ଅନ୍ୟ କୌଣସି ପ୍ରକାରେ କୌଣସି ସୋର୍ସ କୋଡ ଆବିଷ୍କାର କରିବାକୁ ଚେଷ୍ଟା କରିବା, ବିକ୍ରୟ କରିବା, ହସ୍ତାନ୍ତର କରିବା, ସବ-ଲାଇସେନ୍ସ ଦେବା, NPS ସର୍ଭିସଗୁଡ଼ିକରେ କୌଣସି ସିକ୍ୟୁରିଟି ଇଣ୍ଟରେଷ୍ଟ ପ୍ରଦାନ କରିବା କିମ୍ବା ଅନ୍ୟଥା ସର୍ଭିସଗୁଡ଼ିକର କୌଣସି ଅଧିକାର ହସ୍ତାନ୍ତର କରିବା ଏଥିରେ ଅନ୍ତର୍ଭୁକ୍ତ ନୁହେଁ। ଆପଣଙ୍କ ଦ୍ୱାରା କୌଣସି ଅନଧିକୃତ ବ୍ୟବହାର ଆପଣଙ୍କୁ ପ୍ରଦାନ କରାଯାଇଥିବା ଅନୁମତି କିମ୍ବା ଲାଇସେନ୍ସକୁ ରଦ୍ଦ କରିବ।
- PhonePe ପ୍ଲାଟଫର୍ମ ବ୍ୟବହାର କରି, ଆପଣ ନିମ୍ନଲିଖିତ କାର୍ଯ୍ୟ ନ କରିବା ପାଇଁ ସହମତ ହେଉଛନ୍ତି: (i) କୌଣସି ବ୍ୟବସାୟିକ ଉଦ୍ଦେଶ୍ୟରେ PhonePe ପ୍ଲାଟଫର୍ମ କିମ୍ବା ଏହାର କଣ୍ଟେଣ୍ଟ ବ୍ୟବହାର କରିବା; (ii) କୌଣସି କାଳ୍ପନିକ, ମିଥ୍ୟା କିମ୍ବା ଜାଲିଆତିପୂର୍ଣ୍ଣ ଟ୍ରାଞ୍ଜାକସନ କରିବା କିମ୍ବା ଚାହିଦାକୁ ଆଖିରେ ରଖି କୌଣସି ଟ୍ରାଞ୍ଜାକସନ କରିବା; (iii) PhonePeର ସ୍ପଷ୍ଟ ଲିଖିତ ଅନୁମତି ବିନା କୌଣସି ଉଦ୍ଦେଶ୍ୟରେ କୌଣସି ରୋବଟ, ସ୍ପାଇଡର, ସ୍କ୍ରାପର କିମ୍ବା ଅନ୍ୟ କୌଣସି ସ୍ୱୟଂଚାଳିତ ମାଧ୍ୟମ କିମ୍ବା କୌଣସି ମାନୁଆଲ ପ୍ରକ୍ରିୟା ବ୍ୟବହାର କରି PhonePe ପ୍ଲାଟଫର୍ମର କୌଣସି କଣ୍ଟେଣ୍ଟ କିମ୍ବା ସୂଚନା ଆକ୍ସେସ କରିବା, ମନିଟର କରିବା କିମ୍ବା କପି କରିବା; (iv) PhonePe ପ୍ଲାଟଫର୍ମରେ ଥିବା କୌଣସି ବାଦ ଦେବା ସମ୍ବନ୍ଧୀୟ ହେଡରରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଉଲ୍ଲଂଘନ କରିବା କିମ୍ବା PhonePe ପ୍ଲାଟଫର୍ମକୁ ଆକ୍ସେସ କରିବା, ରୋକିବା କିମ୍ବା ସୀମିତ କରିବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ବ୍ୟବସ୍ଥାକୁ ବାଇପାସ କରିବା, ପ୍ରତିବନ୍ଧିତ କରିବା କିମ୍ବା ଏଡ଼ାଇବାକୁ ଚେଷ୍ଟା କରିବା; (v) ଏପରି କୌଣସି କାର୍ଯ୍ୟ କରିବା ଯାହା PhonePeର ବିଚାର ଅନୁଯାୟୀ PhonePeର ଭିତ୍ତିଭୂମି ଉପରେ ଏକ ଅଯୌକ୍ତିକ କିମ୍ବା ଅତ୍ୟଧିକ ବୋଝ ପକାଏ କିମ୍ବା ପକାଇପାରେ; (vi) PhonePeର ସ୍ପଷ୍ଟ ଲିଖିତ ଅନୁମତି ବିନା କୌଣସି ଉଦ୍ଦେଶ୍ୟରେ PhonePe ପ୍ଲାଟଫର୍ମର କୌଣସି ଅଂଶକୁ (ଯେଉଁଥିରେ କୌଣସି ପ୍ରଡକ୍ଟ/ ସେବାର କ୍ରୟ ପ୍ରକ୍ରିୟା ଅନ୍ତର୍ଭୁକ୍ତ, ମାତ୍ର ଏତିକିରେ ସୀମିତ ନୁହେଁ) ଡିପ-ଲିଙ୍କ କରିବା; କିମ୍ବା (vii) PhonePeର ପୂର୍ବ ଲିଖିତ ଅନୁମତି ବିନା PhonePe ପ୍ଲାଟଫର୍ମର କୌଣସି ଅଂଶକୁ “ଫ୍ରେମ”, “ମିରର” କିମ୍ବା ଅନ୍ୟଥା କୌଣସି ପ୍ରକାରେ ଅନ୍ୟ କୌଣସି ୱେବସାଇଟରେ ଅନ୍ତର୍ଭୁକ୍ତ କରିବା; କିମ୍ବା (viii) କୌଣସି ଜାଲିଆତିପୂର୍ଣ୍ଣ ଆପ୍ଲିକେସନ ଆରମ୍ଭ କରିବା କିମ୍ବା PhonePe/ସମ୍ପୃକ୍ତ PoP(ଗୁଡ଼ିକ) କିମ୍ବା କୌଣସି ଥାର୍ଡ ପାର୍ଟି(ମାନଙ୍କ) ସହିତ/ଉପରେ କୌଣସି ଜାଲିଆତି କରିବା ପାଇଁ PhonePe ପ୍ଲାଟଫର୍ମ ବ୍ୟବହାର କରିବା; ଏବଂ (ix) PhonePe ଏବଂ/କିମ୍ବା ସମ୍ପୃକ୍ତ PoP(ଗୁଡ଼ିକ)କୁ କୌଣସି ଭୁଲ, ଅସମ୍ପୂର୍ଣ୍ଣ କିମ୍ବା ମିଥ୍ୟା ସୂଚନା/ ତଥ୍ୟ ପ୍ରଦାନ କରିବା।
- NPS ସେବାଗୁଡ଼ିକ “ଯେପରି ଅଛି” ଏବଂ “ଯେପରି ଉପଲବ୍ଧ ଅଛି” ଭିତ୍ତିରେ ପ୍ରଦାନ କରାଯାଉଛି। ସିଷ୍ଟମର ଅପଟାଇମ, ନିରବଚ୍ଛିନ୍ନ ଉପଲବ୍ଧତା, କିମ୍ବା ତ୍ରୁଟି ଶୂନ୍ୟ ଟ୍ରାନ୍ସମିସନ ସମ୍ବନ୍ଧରେ PhonePe କୌଣସି ପ୍ରକାରର ସ୍ପଷ୍ଟ କିମ୍ବା ଅନ୍ତର୍ନିହିତ ୱାରେଣ୍ଟି ପ୍ରଦାନ କରେ ନାହିଁ।
- କୌଣସି ପରିସ୍ଥିତିରେ PhonePe କୌଣସି ପରୋକ୍ଷ, ପରିଣାମଗତ, ଘଟଣାଜନିତ, ବିଶେଷ କିମ୍ବା ଦଣ୍ଡନୀୟ କ୍ଷତି ପାଇଁ ଦାୟୀ ରହିବ ନାହିଁ, ଯେଉଁଥିରେ ଲାଭ କିମ୍ବା ଆୟର ହାନି, ବ୍ୟବସାୟିକ ବାଧା, ବ୍ୟବସାୟିକ ସୁଯୋଗର ହାନି, ଡାଟାର ନଷ୍ଟ କିମ୍ବା ଅନ୍ୟାନ୍ୟ ଅର୍ଥନୈତିକ ସ୍ୱାର୍ଥର ହାନି ଅନ୍ତର୍ଭୁକ୍ତ ଥାଏ, ମାତ୍ର ଏତିକିରେ ସୀମିତ ନୁହେଁ, ତାହା ଚୁକ୍ତିନାମା, ଅବହେଳା, ଟର୍ଟ କିମ୍ବା ଅନ୍ୟଥା NPS ସେବାର ବ୍ୟବହାର କିମ୍ବା ବ୍ୟବହାର କରିବାରେ ଅକ୍ଷମତା କାରଣରୁ ଉତ୍ପନ୍ନ ହୋଇଥାଉ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଥାଉ ଏବଂ ଏହା ଚୁକ୍ତିନାମା, ଟର୍ଟ, ଅବହେଳା, ୱାରେଣ୍ଟି କିମ୍ବା ଅନ୍ୟ କୌଣସି କାରଣରୁ ହୋଇଥାଉ। PhonePeର ଦାୟବଦ୍ଧତା, ଯଦି କିଛି ଥାଏ, ତାହା କୌଣସି ପରିସ୍ଥିତିରେ ମଧ୍ୟ ପଚାଶ ଟଙ୍କା (₹50) ରୁ ଅଧିକ ହେବ ନାହିଁ।
- ଆପଣ ନିଃସର୍ତ୍ତରେ ଏବଂ ସ୍ପଷ୍ଟ ଭାବରେ PhonePe, ଏହାର ସହବନ୍ଧିତ ସଂସ୍ଥା, ଏବଂ ଏହାର/ସେମାନଙ୍କର ସମ୍ପୃକ୍ତ ନିର୍ଦ୍ଦେଶକ, ସେୟାରଧାରକ, ଅଧିକାରୀ, କର୍ମଚାରୀ, ଏଜେଣ୍ଟମାନଙ୍କୁ ଏପରି ଯେକୌଣସି ଏବଂ ସମସ୍ତ କ୍ଲେମ, ଦାୟିତ୍ୱ, ଚାହିଦା, କ୍ଷତି, ଖର୍ଚ୍ଚ, ବ୍ୟୟ (ଯୁକ୍ତିଯୁକ୍ତ ଓକିଲଙ୍କ ଦେୟ ସମେତ), ନିୟାମକ କାର୍ଯ୍ୟାନୁଷ୍ଠାନ, ଜୋରିମାନା, ଦଣ୍ଡ, କିମ୍ବା କ୍ଷତିପୂରଣରୁ ସୁରକ୍ଷିତ ରଖିବାକୁ ସହମତ ହେଉଛନ୍ତି ଯାହା ସେମାନେ ଆବଶ୍ୟକୀୟ ବ୍ୟକ୍ତିଗତ ସୂଚନା ସମେତ ଉପରୋକ୍ତ ସୂଚନାକୁ NPS ଅଂଶଗ୍ରହଣକାରୀମାନଙ୍କ ସହିତ ସେୟାର କରିବା ଏବଂ/କିମ୍ବା ପ୍ରକାଶ କରିବା କାରଣରୁ କିମ୍ବା ଆପଣଙ୍କ ଦ୍ୱାରା ଏହି NPS ଚୁକ୍ତି ଓ ସର୍ତ୍ତାବଳୀର ଉଲ୍ଲଂଘନ ହେତୁ ଭୋଗିପାରନ୍ତି, ସମ୍ମୁଖୀନ ହୋଇପାରନ୍ତି କିମ୍ବା ଏହାର ଅଧୀନ ହୋଇପାରନ୍ତି।
- ଏହି NPS ଚୁକ୍ତି ଓ ସର୍ତ୍ତାବଳୀ ଭାରତର ଆଇନ ଦ୍ୱାରା ପରିଚାଳିତ ଏବଂ ନିର୍ଦ୍ଧାରିତ ହେବ, ଯେଉଁଥିରେ PFRDA ଅଧିନିୟମ ଏବଂ/କିମ୍ବା ଏହା ଅଧୀନରେ ଥିବା ନିୟମାବଳୀ ଅନ୍ତର୍ଭୁକ୍ତ। ଏହି NPS ଚୁକ୍ତି ଓ ସର୍ତ୍ତାବଳୀରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ କୌଣସି ଆଇନଗତ ମୋକଦ୍ଦମା, କାର୍ଯ୍ୟାନୁଷ୍ଠାନ କିମ୍ବା ପ୍ରକ୍ରିୟା କର୍ଣ୍ଣାଟକର ବେଙ୍ଗାଲୁରୁରେ ଥିବା ସକ୍ଷମ ଅଦାଲତଗୁଡ଼ିକର ବିଶେଷ କ୍ଷେତ୍ରାଧିକାର ଅଧୀନରେ ରହିବ।
- ଆଇନଗତ ସଂଶୋଧନ, PFRDA ନିର୍ଦ୍ଦେଶନାମା, କିମ୍ବା କାର୍ଯ୍ୟକାରୀ ଉନ୍ନତିକରଣ ସହିତ ସମାନତା ରକ୍ଷା କରିବା ପାଇଁ ଯେକୌଣସି ସମୟରେ ଏହି NPS ଚୁକ୍ତି ଓ ସର୍ତ୍ତାବଳୀକୁ ପରିବର୍ତ୍ତନ, ସଂଶୋଧନ, କିମ୍ବା ଅପଡେଟ କରିବାର ଅଧିକାର PhonePe ସଂରକ୍ଷିତ ରଖିଛି। ଏପରି କୌଣସି ଅପଡେଟ ପରେ NPS ସେବାର ନିରନ୍ତର ବ୍ୟବହାର, ସଂଶୋଧିତ ସର୍ତ୍ତାବଳୀ ପ୍ରତି ଆପଣଙ୍କର ବାଧ୍ୟତାମୂଳକ ସ୍ୱୀକୃତି ବୋଲି ଗ୍ରହଣ କରାଯିବ।
- ଯଦି ଏହି ଚୁକ୍ତି ଓ ସର୍ତ୍ତାବଳୀର କୌଣସି ପ୍ରାବଧାନ ପ୍ରଚଳିତ ଆଇନର ବିରୁଦ୍ଧାଚରଣ କରେ କିମ୍ବା ବେଆଇନ, ଅବୈଧ କିମ୍ବା ଅଣ-ପ୍ରବର୍ତ୍ତନଯୋଗ୍ୟ ହୁଏ, ତେବେ ଏହି ବିରୁଦ୍ଧାଚରଣ, ବେଆଇନତା, ଅବୈଧତା କିମ୍ବା ଅଣ-ପ୍ରବର୍ତ୍ତନଯୋଗ୍ୟତା ସମ୍ପୂର୍ଣ୍ଣ ଚୁକ୍ତି ଓ ସର୍ତ୍ତାବଳୀକୁ ଅବୈଧ କରିବ ନାହିଁ ବୋଲି ଆପଣ ବୁଝନ୍ତି, ସହମତ ହୁଅନ୍ତି ଏବଂ ସ୍ୱୀକାର କରନ୍ତି। ସେହି ପ୍ରାବଧାନକୁ ବୈଧ, ଆଇନଗତ ଏବଂ ପ୍ରଭାବୀ କରିବା ପାଇଁ ଆବଶ୍ୟକୀୟ ପରିମାଣରେ ସଂଶୋଧିତ କରାଯାଇଛି ବୋଲି ଧରିନିଆଯିବ, ଏବଂ ଯଦି କୌଣସି ସଂଶୋଧନ ଏହାକୁ ବୈଧ, ଆଇନଗତ ଏବଂ ପ୍ରଭାବୀ ନ କରେ, ତେବେ ଚୁକ୍ତି ଓ ସର୍ତ୍ତାବଳୀଗୁଡ଼ିକୁ ଏପରି ଭାବରେ ବ୍ୟାଖ୍ୟା କରାଯିବ ଯେପରି ଏଥିରେ ସେହି ଅବୈଧ ଘୋଷିତ ହୋଇଥିବା ପ୍ରାବଧାନଟି ଅନ୍ତର୍ଭୁକ୍ତ ନାହିଁ ଏବଂ ଏହି ଚୁକ୍ତି ଓ ସର୍ତ୍ତାବଳୀର ଅନ୍ୟାନ୍ୟ ପ୍ରାବଧାନ କିମ୍ବା ନିୟମଗୁଡ଼ିକର ବୈଧତା, ଆଇନଗତତା ଏବଂ ପ୍ରଭାବଶାଳୀତା ଅପରିବର୍ତ୍ତିତ ରହିବ, ଏବଂ ସେହି ଅନୁଯାୟୀ ପକ୍ଷମାନଙ୍କର ଅଧିକାର ଏବଂ କର୍ତ୍ତବ୍ୟକୁ ବ୍ୟାଖ୍ୟା କରାଯିବ ଏବଂ ଲାଗୁ କରାଯିବ।
- PhonePe ଏହି ଚୁକ୍ତିନାମାକୁ (ଏହି ଚୁକ୍ତିନାମାରେ ଥିବା ସମସ୍ତ ଅଧିକାର, ଟାଇଟଲ, ଲାଭ, ସ୍ୱାର୍ଥ, ଏବଂ ଦାୟିତ୍ୱ ତଥା କର୍ତ୍ତବ୍ୟ ସମେତ) କିମ୍ବା ଏହାର କୌଣସି ଅଂଶକୁ ଏହାର କୌଣସି ସହବନ୍ଧିତ ସଂସ୍ଥା ଏବଂ ସ୍ୱାର୍ଥାଧିକାରୀ ଉତ୍ତରାଧିକାରୀଙ୍କୁ ହସ୍ତାନ୍ତର କରିବାର ଅଧିକାର ରଖିବ। PhonePe ଏହି ଚୁକ୍ତିନାମା ଅଧୀନରେ କିଛି ନିର୍ଦ୍ଦିଷ୍ଟ PhonePe ଅଧିକାର ଏବଂ ଦାୟିତ୍ୱଗୁଡ଼ିକୁ ସ୍ୱାଧୀନ ଠିକାଦାର କିମ୍ବା ଅନ୍ୟ ତୃତୀୟ ପକ୍ଷମାନଙ୍କୁ ପ୍ରଦାନ କରିପାରିବ। ଆମର ପୂର୍ବ ଲିଖିତ ସମ୍ମତି ବିନା ଆପଣ ଏହି ଚୁକ୍ତିନାମାକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ହସ୍ତାନ୍ତର କରିପାରିବେ ନାହିଁ, ଯାହାକି ଆମର ଏକମାତ୍ର ବିଚାରରେ ପ୍ରତ୍ୟାଖ୍ୟାନ କରାଯାଇପାରେ।
- ଆପଣଙ୍କୁ କୌଣସି ପୂର୍ବ ସୂଚନା ନ ଦେଇ, ଅସ୍ଥାୟୀ କିମ୍ବା ସ୍ଥାୟୀ ଭାବରେ ସେବାକୁ ବନ୍ଦ କିମ୍ବା ସ୍ଥଗିତ ରଖିବାର ଅଧିକାର PhonePe ସଂରକ୍ଷିତ ରଖିଛି। NPS ସେବାଗୁଡ଼ିକର କୌଣସି ପରିବର୍ତ୍ତନ କିମ୍ବା ବନ୍ଦ ପାଇଁ PhonePe ଆପଣଙ୍କ ପାଖରେ କୌଣସି ପ୍ରକାରେ ଦାୟୀ ରହିବ ନାହିଁ ବୋଲି ଆପଣ ସହମତ ଅଟନ୍ତି।