PhonePe | Logo
Company
  • About Us
  • Careers
  • Press
  • Blog
Our Solutions
For Businesses
For Consumers

Offline Merchant Solutions

menu
Offline Payments
menu
Offline Partner Program
See All →

Online Merchant Solutions

menu
Payment Gateway
menu
Payment Gateway Partner
menu
Payment Aggregator
menu
Payment Links
See All →

More Solutions

menu
Merchant Lending
menu
PhonePe Ads
See All →

Consumer Payments

menu
All Payment Instruments
menu
NRI Payments by PhonePe

Co-Branded Credit Cards

menu
PhonePe SBI Card
Credit Cards
menu
Wish Credit Card
menu
PhonePe HDFC Bank
Credit Cards

More Solutions

menu
Investments
menu
Gold
menu
Silver
menu
Insurance
menu
Travel & Commute

Lending

menu
Consumer Lending
menu
Secured Lending
Investor Relations
Contact Us
Trust & Safety
PhonePe | Hamburger Menu
✕
Home
Company
  • About Us
  • Careers
  • Press
  • Blog
Our Solutions
For Businessesarrow
Offline Merchant Solutionsarrow
icon
Offline Payments
icon
Offline Partner Program
Online Merchant Solutionsarrow
icon
Payment Gateway
icon
Payment Gateway Partner
icon
Payment Aggregator
icon
Payment Links
More Solutionsarrow
icon
Merchant Lending
icon
PhonePe Ads
See All
For Consumersarrow
Consumer Paymentsarrow
icon
All Payment Instruments
icon
NRI Payments by PhonePe
Co-Branded Credit Cardsarrow
icon
PhonePe SBI Card
Credit Cards
icon
Wish Credit Card
icon
PhonePe HDFC Bank
Credit Cards
More Solutionsarrow
icon
Investments
icon
Gold
icon
Silver
icon
Insurance
icon
Travel & Commute
Lendingarrow
icon
Consumer Lending
icon
Secured Lending
Investor Relations
Contact Us
Trust & Safety
Privacy Policy

ଫିକ୍ସଡ ଡିପୋଜିଟ ଏବଂ ରେକରିଂ ଡିପୋଜିଟ ଡିଷ୍ଟ୍ରିବ୍ଯୁସନ – ଚୁକ୍ତି ଓ ସର୍ତ୍ତାବଳୀ

Englishગુજરાતીதமிழ்తెలుగుमराठीമലയാളംঅসমীয়াবাংলাहिन्दीಕನ್ನಡଓଡ଼ିଆ
< Back

ଫିକ୍ସଡ ଡିପୋଜିଟ ଏବଂ ରେକରିଂ ଡିପୋଜିଟ – ଚୁକ୍ତି ଓ ସର୍ତ୍ତାବଳୀ

ଏହି ଫିକ୍ସଡ ଡିପୋଜିଟ ଏବଂ ରେକରିଂ ଡିପୋଜିଟ – ଚୁକ୍ତି ଓ ସର୍ତ୍ତାବଳୀ (“ଚୁକ୍ତି ଓ ସର୍ତ୍ତାବଳୀ”) ଏକ କମ୍ପ୍ୟୁଟର ସିଷ୍ଟମ ଦ୍ୱାରା ସୃଷ୍ଟି ହୋଇଥିବା ଇଲେକ୍ଟ୍ରୋନିକ ରେକର୍ଡ ଅଟେ, ଯାହା ସଂଶୋଧିତ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, 2000 ସହ ପଠିତ, ସୂଚନା ପ୍ରଯୁକ୍ତିବିଦ୍ୟା ( ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, 2021 ର ନିୟମ 3 ଅନୁଯାୟୀ ପ୍ରକାଶିତ ହୋଇଛି ଏବଂ ଏଥିପାଇଁ କୌଣସି ଫିଜିକାଲ କିମ୍ବା ଡିଜିଟାଲ ଦସ୍ତଖତର ଆବଶ୍ୟକତା ନାହିଁ।

ଏଠାରେ ବ୍ୟବହାର କରାଯାଇଥିବା ସମସ୍ତ ବଡ଼ ଅକ୍ଷର ବିଶିଷ୍ଟ ପଦଗୁଡ଼ିକର ଅର୍ଥ ନିମ୍ନରେ ପ୍ରଦତ୍ତ ସେକ୍ସନ B (ସଂଜ୍ଞା) ଅଧୀନରେ ଦିଆଯାଇଥିବା ଅର୍ଥ ସହ ସମାନ ହେବ।

  1. ଉପକ୍ରମ
    1. PhonePe Limited (ଯାହା ପୂର୍ବରୁ ‘PhonePe Private Limited’ ନାମରେ ଜଣାଯାଉଥିଲା) (“PhonePe”) ଆପଣଙ୍କୁ (“ଆପଣ”) ଆର୍ଥିକ ପ୍ରତିଷ୍ଠାନଗୁଡ଼ିକଠାରୁ ଡିପୋଜିଟ ପ୍ରଡକ୍ଟସ (ଅର୍ଥାତ, ଫିକ୍ସଡ ଡିପୋଜିଟ ଏବଂ ରେକରିଂ ଡିପୋଜିଟ, ଯାହା ନିମ୍ନରେ ଥିବା ସେକ୍ସନ B ଅଧୀନରେ ପରିଭାଷିତ) ଗ୍ରହଣ କରିବା ପାଇଁ Upswing ପ୍ଲାଟଫର୍ମ ବ୍ୟବହାର କରିବାକୁ ସେବା ପ୍ରଦାନ କରିଥାଏ।
    2. ଏହି ସେବାର ଲାଭ ଉଠାଇବା ପାଇଁ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ଦୟାକରି ଏହି ଚୁକ୍ତି ଓ ସର୍ତ୍ତାବଳୀକୁ ଧ୍ୟାନର ସହ ପଢ଼ନ୍ତୁ, କାରଣ ଏହି ଚୁକ୍ତି ଓ ସର୍ତ୍ତାବଳୀରେ ଆପଣଙ୍କର ଆଇନଗତ ଅଧିକାର, ପ୍ରତିକାର ଏବଂ ଦାୟିତ୍ଵ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଏହି ଚୁକ୍ତି ଓ ସର୍ତ୍ତାବଳୀ ଆପଣ ଏବଂ PhonePe ମଧ୍ୟରେ ଏକ ଆଇନଗତ ଭାବେ ବାଧ୍ୟତାମୂଳକ ଏଗ୍ରିମେଣ୍ଟ ଗଠନ କରେ ଏବଂ ଏହା ଆପଣଙ୍କର ସେବା ବ୍ୟବହାର ତଥା ଏହାକୁ ଆକ୍ସେସ କରିବା ପ୍ରକ୍ରିୟାକୁ ନିୟନ୍ତ୍ରିତ କରିବ। ଏହି ସେବା Upswing ଏବଂ/କିମ୍ବା ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନର ଯେକୌଣସି ଚୁକ୍ତି ଓ ସର୍ତ୍ତାବଳୀର ଅନୁପାଳନ ଅଧୀନସ୍ଥ ଅଟେ ବୋଲି ଆପଣ ସ୍ୱୀକାର କରୁଛନ୍ତି। ଯଦି ଆପଣ ଏହି ଚୁକ୍ତି ଓ ସର୍ତ୍ତାବଳୀକୁ ବୁଝିପାରୁନାହାଁନ୍ତି କିମ୍ବା ଏହାର କୌଣସି ଅଂଶ ସହ ସହମତ ନୁହଁନ୍ତି, ତେବେ ଆପଣ ଏହି ସେବା ବ୍ୟବହାର କରିବା ପାଇଁ ଆଗକୁ ବଢିବା ଉଚିତ ନୁହେଁ। ଏହି ସେବାକୁ ଆକ୍ସେସ କିମ୍ବା ବ୍ୟବହାର କରିବା ଦ୍ଵାରା ଆପଣ ଏହି ଚୁକ୍ତି ଓ ସର୍ତ୍ତାବଳୀ ଦ୍ୱାରା ବାଧ୍ୟ ରହିବାକୁ ସହମତି ପ୍ରକାଶ କରୁଛନ୍ତି ଏବଂ ଏହାକୁ ଗ୍ରହଣ କରୁଛନ୍ତି।
  2. ସଂଜ୍ଞା
    1. “ଡିପୋଜିଟ ପ୍ରଡକ୍ଟ” ଅର୍ଥ ପ୍ରସଙ୍ଗ ଆବଶ୍ୟକ କରୁଥିବା ଅନୁଯାୟୀ, Upswing ପ୍ଲାଟଫର୍ମ ମାଧ୍ୟମରେ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ଡିପୋଜିଟ ପ୍ରଡକ୍ଟସ ଏବଂ/କିମ୍ବା ରେକରିଂ ଡିପୋଜିଟକୁ ବୁଝାଇବ;
    2. “ଆର୍ଥିକ ପ୍ରତିଷ୍ଠାନଗୁଡିକ” Upswing ର ପାର୍ଟନର ବ୍ୟାଙ୍କ / ଆର୍ଥିକ  ସର୍ଭିସ ପ୍ରୋଭାଇଡରମାନଙ୍କୁ ବୁଝାଏ;
    3. “ଫିକ୍ସଡ ଡିପୋଜିଟ” ର ଅର୍ଥ Upswing ପ୍ଲାଟଫର୍ମ ମାଧ୍ୟମରେ ଆର୍ଥିକ ପ୍ରତିଷ୍ଠାନଗୁଡିକ ଦ୍ୱାରା ପ୍ରଦାନ କରାଯାଉଥିବା ଏବଂ ଏହିପରି ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ଦ୍ୱାରା ନିର୍ଦ୍ଧାରିତ ଚୁକ୍ତି ଓ ସର୍ତ୍ତାବଳୀ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ଦ୍ୱାରା ପ୍ରାପ୍ତ ଏକ ସୁଧ-ବହନକାରୀ, ଏକକାଳୀନ ଡିପୋଜିଟକୁ ବୁଝାଇବ;
    4. “PhonePe ପ୍ଲାଟଫର୍ମ” ର ଅର୍ଥ ସେହି ସଫ୍ଟୱେର/ସଫ୍ଟୱେର ଆପ୍ଲିକେସନ/ପ୍ଲାଟଫର୍ମ/ୱେବସାଇଟକୁ ବୁଝାଏ ଯାହା PhonePe ଏବଂ/କିମ୍ବା ଏହାର ସହବନ୍ଧିତ ସଂସ୍ଥାଗୁଡିକ ଦ୍ୱାରା ବିକଶିତ, ମାଲିକାନାଭୁକ୍ତ ଏବଂ/କିମ୍ବା ପରିଚାଳିତ;
    5. “ରେକରିଂ ଡିପୋଜିଟ” ର ଅର୍ଥ Upswing ପ୍ଲାଟଫର୍ମ ମାଧ୍ୟମରେ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ଏବଂ ଏହିପରି ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ଦ୍ୱାରା ନିର୍ଦ୍ଧାରିତ ଚୁକ୍ତି ଓ ସର୍ତ୍ତାବଳୀ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ଦ୍ୱାରା ପ୍ରାପ୍ତ ସାବଧି ବିନିଯୋଗ (ଦୈନିକ କିସ୍ତି ଅନ୍ତର୍ଭୁକ୍ତ, କିନ୍ତୁ ଏତିକିରେ ସୀମିତ ନୁହେଁ) ଆବଶ୍ୟକ କରୁଥିବା ଏକ ସୁଧ-ବହନକାରୀ ଡିପୋଜିଟ, ଏବଂ/କିମ୍ବା ପ୍ରସଙ୍ଗ ଅନୁଯାୟୀ ଆବଶ୍ୟକ ହେଉଥିବା ଡିପୋଜିଟ ପ୍ରଡକ୍ଟକୁ ବୁଝାଇବ;
    6. “ସେବା” ର ଅର୍ଥ ଡିପୋଜିଟ ପ୍ରଡକ୍ଟଗୁଡ଼ିକର ଲାଭ ଉଠାଇବା ପାଇଁ PhonePe ପ୍ଲାଟଫର୍ମ ମାଧ୍ୟମରେ Upswing ପ୍ଲାଟଫର୍ମକୁ ଆକ୍ସେସ କରିବାକୁ ଆପଣଙ୍କୁ ସୁବିଧା ପ୍ରଦାନ କରୁଥିବା PhonePe ର ସେବାକୁ ବୁଝାଇବ;
    7. “Upswing” ର ଅର୍ଥ Upswing Financial Technologies Private Limited;
    8. “Upswing ପ୍ଲାଟଫର୍ମ” ର ଅର୍ଥ ସେହି ସଫ୍ଟୱେର/ସଫ୍ଟୱେର ଆପ୍ଲିକେସନ/ପ୍ଲାଟଫର୍ମ/ୱେବସାଇଟ, ଯାହା ଡିପୋଜିଟ ପ୍ରଡକ୍ଟର ବିତରଣକୁ ସକ୍ଷମ କରିବା ପାଇଁ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ଏକ ନେଟୱର୍କ ସହ ଗଭୀର ଭାବରେ ସଂଯୁକ୍ତ ଅଟେ ଏବଂ ଯାହା Upswing ଦ୍ଵାରା ବିକଶିତ, ମାଲିକାନାଧୀନ ଏବଂ/କିମ୍ବା ପରିଚାଳିତ ଅଟେ ଏବଂ ଯାହା PhonePe ଦ୍ଵାରା ନିୟନ୍ତ୍ରିତ/ପରିଚାଳିତ/ରକ୍ଷଣାବେକ୍ଷଣ କରାଯାଉନାହିଁ;
  3. ଚୁକ୍ତି ଓ ସର୍ତ୍ତାବଳୀ
    1. ଆପଣଙ୍କୁ ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ)ର  ଆକ୍ସେସ ପ୍ରଦାନ କରିବା ଉଦ୍ଦେଶ୍ୟରେ, PhonePe ପ୍ଲାଟଫର୍ମରେ Upswing ପ୍ଲାଟଫର୍ମର ଲିଙ୍କ କିମ୍ବା ରିଡାଇରେକ୍ସନ କାର୍ଯ୍ୟକାରିତା ଅନ୍ତର୍ଭୁକ୍ତ ଅଛି।
    2. ଯେକୌଣସି ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ଆକ୍ସେସ କରିବାକୁ ବାଛିବା ଦ୍ଵାରା ଆପଣ ସ୍ପଷ୍ଟ ଭାବରେ ସ୍ୱୀକାର କରୁଛନ୍ତିଏବଂ Upswing ପ୍ଲାଟଫର୍ମକୁ ରିଡାଇରେକ୍ଟ ହେବା ପାଇଁ ସମ୍ମତି ପ୍ରଦାନ କରୁଛନ୍ତି ଏବଂ ବୁଝୁଛନ୍ତି ଯେ PhonePe Upswing ପ୍ଲାଟଫର୍ମର ମାଲିକ ନୁହେଁ/ଏହାକୁ ପରିଚାଳନା କରେ ନାହିଁ ଏବଂ ଏଥିପାଇଁ କୌଣସି ପ୍ରକାରେ ଦାୟୀ ନୁହେଁ।
    3. PhonePe କେବଳ ଜଣେ ସହାୟକକାରୀ ଭାବରେ କାର୍ଯ୍ୟ କରୁଛି ଏବଂ ଆପଣ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରୁ ପାଇବାକୁ ପ୍ରସ୍ତାବ ଦେଇଥିବା ଡିପୋଜିଟ ପ୍ରଡକ୍ଟ ସମ୍ବନ୍ଧରେ ଆପଣଙ୍କୁ Upswing ସହ ଯୋଡ଼ିବା ପାଇଁ ଏହି ସେବା ପ୍ରଦାନ କରୁଛି। ଆହୁରି ମଧ୍ୟ, ଆପଣ ସ୍ପଷ୍ଟ ଭାବରେ ବୁଝୁଛନ୍ତି ଏବଂ ସ୍ୱୀକାର କରୁଛନ୍ତି ଯେ PhonePe କୌଣସି ସମୟରେ ଆପଣଙ୍କର ଫଣ୍ଡ ସଂଗ୍ରହ, ରୁଟ୍, ଧାରଣ କିମ୍ବା ପରିଚାଳନା କରେ ନାହିଁ। ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ସମ୍ବନ୍ଧରେ ଆପଣଙ୍କଠାରୁ ଡେବିଟ ହୋଇଥିବା ସମସ୍ତ ଫଣ୍ଡ (ଯେକୌଣସି ରେକରିଂ କିସ୍ତି ଅନ୍ତର୍ଭୁକ୍ତ) ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ)କୁ ଟ୍ରାନ୍ସଫର କରାଯାଇଥାଏ।
    4. Upswing ଏବଂ ସମ୍ପୃକ୍ତଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ Upswing ମାଧ୍ୟମରେ ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ଦ୍ୱାରା ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ପ୍ରଦାନ କରାଯାଉଛି ବୋଲି ଆପଣ ବୁଝୁଛନ୍ତି, ସ୍ୱୀକାର କରୁଛନ୍ତି ଏବଂ ସହମତ ଅଟନ୍ତି।
    5. ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ସମ୍ବନ୍ଧୀୟ PhonePe ପ୍ଲାଟଫର୍ମରେ ହୋଷ୍ଟ କରାଯାଇଥିବା ଯେକୌଣସି ସୂଚନା, ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ଦ୍ୱାରା ସେହି ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ବିଷୟରେ ସେୟାର କରାଯାଇଥିବା ସୂଚନା ଆଧାରରେ Upswing ଦ୍ୱାରା ପ୍ରଦାନ କରାଯାଇଥାଏ। PhonePe ଏଭଳି ଯେକୌଣସି ସୂଚନାକୁ ‘ଯେମିତି ଅଛି ସେମିତି’ ଭିତ୍ତିରେ ପ୍ରଦର୍ଶିତ କରିଥାଏ।
    6. Upswing ଦ୍ୱାରା ସମୟ ସମୟରେ ପ୍ରଦାନ କରାଯାଉଥିବା ସୂଚନା ଆଧାରରେ PhonePe ଆପଣଙ୍କୁ କୌଣସି ପୂର୍ବ ସୂଚନା ନ ଦେଇ ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ସମ୍ବନ୍ଧୀୟ PhonePe ପ୍ଲାଟଫର୍ମରେ ଉପଲବ୍ଧ ଯେକୌଣସି ସୂଚନାରେ ପରିବର୍ତ୍ତନ କରିପାରେ।
    7. ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ସମ୍ବନ୍ଧରେ PhonePe ପ୍ଲାଟଫର୍ମରେ ଉପଲବ୍ଧ କୌଣସି ବି ସୂଚନା ଉପରେ ଆପଣଙ୍କର ଭରସା ସମ୍ବନ୍ଧରେ PhonePe ବିରୁଦ୍ଧରେ ଆପଣଙ୍କ ପାଖରେ ଥିବା ଯେକୌଣସି ଏବଂ ସମସ୍ତ କ୍ଲେମ, କାର୍ଯ୍ୟାନୁଷ୍ଠାନର ଅଧିକାର ଏବଂ/କିମ୍ବା ପ୍ରତିକାର (ଆଇନ ଅନୁଯାୟୀ କିମ୍ବା ଅନ୍ୟଥା) କୁ ଆପଣ ସ୍ପଷ୍ଟ ଭାବରେ ପ୍ରତ୍ୟାହାର କରୁଛନ୍ତି ବୋଲି ଭରସା କରିବାକୁ ଚୟନ କରି ଆପଣ ବୁଝୁଛନ୍ତି, ସହମତ ଅଟନ୍ତି ଏବଂ ସ୍ୱୀକାର କରୁଛନ୍ତି।
    8. ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ସମ୍ବନ୍ଧୀୟ କୌଣସି ସୂଚନାର ସଠିକତା, ସମ୍ପୂର୍ଣ୍ଣତା କିମ୍ବା ଉପଯୋଗିତା ଯୋଗୁଁ କିମ୍ବା ଏହା ସହ ଜଡ଼ିତ କୌଣସି ପରିଣାମ ପାଇଁ PhonePe ସ୍ପଷ୍ଟ ଭାବରେ ଯେକୌଣସି ଏବଂ ସମସ୍ତ ଦାୟିତ୍ଵକୁ ପ୍ରତ୍ୟାଖ୍ୟାନ କରୁଛି ଏବଂ ଏଥିପାଇଁ କୌଣସି ପ୍ରକାରର ଦାୟିତ୍ୱ ଗ୍ରହଣ କରେ ନାହିଁ।
    9. ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ପାଇଁ ଆବେଦନ ଫର୍ମଟି ସମ୍ପୂର୍ଣ୍ଣ ରୂପେ କେବଳ Upswing ଦ୍ୱାରା ପରିଚାଳିତ ହେଉଛି, ଯାହାକୁ ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ଦ୍ୱାରା ଏଥିପାଇଁ ବିଧିବଦ୍ଧ ଭାବରେ ପ୍ରାଧିକୃତ କରାଯାଇଛି ବୋଲି ଆପଣ ବୁଝୁଛନ୍ତି, ସ୍ୱୀକାର କରୁଛନ୍ତି ଏବଂ ସହମତ ଅଟନ୍ତି। PhonePe ପ୍ଲାଟଫର୍ମ ମାଧ୍ୟମରେ Upswing ପ୍ଲାଟଫର୍ମରେ ଏପରି ଡିପୋଜିଟ ପ୍ରଡକ୍ଟ ପ୍ରଦାନ କରୁଥିବା ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ଯେକୌଣସି ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ପାଇଁ ଆବେଦନଗୁଡିକୁ ମଞ୍ଜୁରୀ ଦିଆଯାଇଥାଏ।
    10. ଆପଣ ବୁଝନ୍ତି, ସ୍ୱୀକାର କରନ୍ତି ଏବଂ ସମ୍ମତ ହୁଅନ୍ତି ଯେ Upswing ପ୍ଲାଟଫର୍ମରେ କୌଣସି ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ)ର ବୁକିଂ କରିବା ଆପଣ, Upswing ଏବଂ ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ମଧ୍ୟରେ ଏକ ସ୍ୱାଧୀନ କାରବାର ଅଟେ ଏବଂ ଡିପୋଜିଟ ପ୍ରଡକ୍ଟ ସୃଷ୍ଟି କରିବା, ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ଉପରେ ସୁଧ ପ୍ରଦାନ କରିବା, ଡିପୋଜିଟ ପ୍ରଡକ୍ଟ ରାଶି(ଗୁଡ଼ିକ)ର ସମୟ ପୂର୍ବରୁ ପ୍ରତ୍ୟାହାର କରିବା (ସମୟ ପୂର୍ବରୁ ପ୍ରତ୍ୟାହାର ସମ୍ବନ୍ଧରେ ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ଦ୍ୱାରା ଲାଗୁ କରାଯାଇଥିବା କୌଣସି ଜୋରିମାନା ଅନ୍ତର୍ଭୁକ୍ତ) ଏବଂ ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ସହ ଜଡ଼ିତ ଅନ୍ୟ କୌଣସି କାର୍ଯ୍ୟ ପାଇଁ PhonePe ଜଡ଼ିତ ନୁହେଁ ଏବଂ/କିମ୍ବା ଦାୟୀ ନୁହେଁ।
    11.  ରେକରିଂ ଡିପୋଜିଟ ପାଇଁ ଦୈନିକ SIP:
      1. ରେକରିଂ ଡିପୋଜିଟ ପାଇଁ ସିଷ୍ଟମାଟିକ ଇନଭେଷ୍ଟମେଣ୍ଟ ପ୍ଲାନ (“ଦୈନିକ SIP”) ଭଳି ପୁନରାବୃତ୍ତି ହେଉଥିବା ବିନିଯୋଗକୁ ସହଜ କରିବା ପାଇଁ, ଆପଣଙ୍କୁ Upswing ପ୍ଲାଟଫର୍ମ ମଧ୍ୟରେ ଏକ ପୁନରାବୃତ୍ତି ପେମେଣ୍ଟ ମ୍ୟାଣ୍ଡେଟ (ଯେପରିକି UPI ଅଟୋପେ ମ୍ୟାଣ୍ଡେଟ) ସେଟ ଅପ କରିବାକୁ ପଡ଼ିପାରେ। PhonePe କୌଣସି ପୁନରାବୃତ୍ତି ପେମେଣ୍ଟ ମ୍ୟାଣ୍ଡେଟର ପଞ୍ଜିକରଣ କିମ୍ବା କାର୍ଯ୍ୟକାରିତାରେ ଜଡ଼ିତ ନୁହେଁ। କୌଣସି ପୁନରାବୃତ୍ତି ପେମେଣ୍ଟ ମ୍ୟାଣ୍ଡେଟ ପଞ୍ଜିକରଣ ବିଫଳତା, ଅଟୋ-ଡେବିଟ ପ୍ରୋସେସିଂ ବିଳମ୍ବ, କିମ୍ବା ପର୍ଯ୍ୟାପ୍ତ ଫଣ୍ଡର ଅଭାବ, ବ୍ୟାଙ୍କ ସର୍ଭର ଡାଉନଟାଇମ, କିମ୍ବା କୌଣସି ବୈଷୟିକ କିମ୍ବା ଅନ୍ୟାନ୍ୟ ତ୍ରୁଟି ହେତୁ ମିସ ହୋଇଥିବା ଦୈନିକ SIP କିସ୍ତି ପାଇଁ PhonePe ଦାୟୀ ରହିବ ନାହିଁ। ଏପରି ମିସ ହୋଇଥିବା କିମ୍ବା ବିଳମ୍ବିତ ପେମେଣ୍ଟରୁ ଉତ୍ପନ୍ନ କୌଣସି ପରିଣାମଗତ କ୍ଷତି (ସମ୍ଭାବ୍ୟ ସୁଧର କ୍ଷତି ଅନ୍ତର୍ଭୁକ୍ତ) ପାଇଁ PhonePe ଦାୟୀ ନୁହେଁ।
      2. ଯଦି ଆପଣ ରେକରିଂ ଡିପୋଜିଟଗୁଡ଼ିକର ଲାଭ ଉଠାଇବା ପାଇଁ ଏକ ଦୈନିକ SIP କିମ୍ବା କୌଣସି ସମାନ ପୁନରାବୃତ୍ତି ପେମେଣ୍ଟ ଢାଞ୍ଚା ବାଛନ୍ତି, ତେବେ ଆପଣ ସ୍ୱୀକାର କରନ୍ତି ଏବଂ ବୁଝନ୍ତି ଯେ ସୁଧ ଗଣନା ଉଦ୍ଦେଶ୍ୟରେ ପ୍ରତ୍ୟେକ ଦୈନିକ କିସ୍ତିକୁ ଏକ ସ୍ୱାଧୀନ ବିନିଯୋଗ ଭାବରେ ଗ୍ରହଣ କରାଯାଏ। ଏପରି ଦୈନିକ SIP ଗୁଡ଼ିକ ପାଇଁ ସୁଧ ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ଦୈନିକ, ଆଂଶିକ ଭିତ୍ତିରେ ଗଣନା କରାଯାଏ। PhonePe ଜମା ହୋଇଥିବା ସୁଧର ସଠିକତା ଗଣନା କରେ ନାହିଁ, ଯାଞ୍ଚ କରେ ନାହିଁ, କ୍ରେଡିଟ କରେ ନାହିଁ କିମ୍ବା ଗ୍ୟାରେଣ୍ଟି ଦିଏ ନାହିଁ, ଏବଂ ଏହି ସମ୍ବନ୍ଧରେ କୌଣସି ବିବାଦ ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ)କୁ ପଠାଯିବା ଆବଶ୍ୟକ।
      3. ଆପଣ ବୁଝନ୍ତି ଏବଂ ସ୍ୱୀକାର କରନ୍ତି ଯେ ଦୈନିକ SIP ମାଧ୍ୟମରେ ସୃଷ୍ଟି ହୋଇଥିବା ରେକରିଂ ଡିପୋଜିଟ ଅନ୍ତର୍ଭୁକ୍ତ କରି ବୁକ୍ କରାଯାଇଥିବା ରେକରିଂ ଡିପୋଜିଟଗୁଡ଼ିକର ସମୟ ପୂର୍ବରୁ ପ୍ରତ୍ୟାହାର ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ)ର ସମୟ ପୂର୍ବରୁ ପ୍ରତ୍ୟାହାର ଚୁକ୍ତି ଓ ସର୍ତ୍ତାବଳୀର ଅଧୀନସ୍ଥ ଅଟେ।
    12. PhonePe ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ସହିତ ଜଡ଼ିତ କୌଣସି ସେବାଗୁଡ଼ିକର ପୂରଣ ପାଇଁ ଦାୟୀ ରହିବ ନାହିଁ, ଯେଉଁଥିରେ ବିନା କୌଣସି ସୀମାବଦ୍ଧତାରେ ନିମ୍ନଲିଖିତଗୁଡ଼ିକ ଅନ୍ତର୍ଭୁକ୍ତ:
      1. Upswing ପ୍ଲାଟଫର୍ମର ଉପଲବ୍ଧତା ଏବଂ/କିମ୍ବା କାର୍ଯ୍ୟକାରିତା;
      2. Upswing ପ୍ଲାଟଫର୍ମରେ ପ୍ରଦାନ କରାଯାଇଥିବା ଯେକୌଣସି ସୂଚନାର ସଠିକତା ଏବଂ/କିମ୍ବା ସମ୍ପୂର୍ଣ୍ଣତା;
      3. ସଫଳତାର ସହ କୌଣସି ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ)ର ପ୍ରସ୍ତୁତି/ବୁକିଂ ଏବଂ ଆପଣଙ୍କର ଯେକୌଣସି ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ବୁକିଂ କରିବା ସମୟରେ ଉପୁଜୁଥିବା ଯେକୌଣସି ସମସ୍ୟା;
      4. ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ସମ୍ବନ୍ଧୀୟ କୌଣସି ସୂଚନା / ଗ୍ରାହକ ସହାୟତା;
      5. ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ସମ୍ବନ୍ଧରେ Upswing ଏବଂ/କିମ୍ବା ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ଦ୍ୱାରା କୌଣସି ବି ସେବାର ବାତିଲକରଣ;
      6. Upswing ଏବଂ/କିମ୍ବା କୌଣସି ଆର୍ଥିକ ପ୍ରତିଷ୍ଠାନଗୁଡିକ ଦ୍ୱାରା ପ୍ରଦାନ କରାଯାଉଥିବା ଯେକୌଣସି ସେବାର କାର୍ଯ୍ୟଦକ୍ଷତା ଶୈଳୀ, ଯେଉଁଥିରେ ଆପଣଙ୍କର ଆଶା ପୂରଣ କରିବାରେ ବିଫଳ ହେବା ମଧ୍ୟ ଥାଏ;
    13. ଆପଣଙ୍କର ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ବ୍ୟବହାର ସମ୍ବନ୍ଧୀୟ ଯେକୌଣସି ପ୍ରଶ୍ନ ଏବଂ/କିମ୍ବା ଅଭିଯୋଗଗୁଡିକ ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ ନିକଟରେ ଉପସ୍ଥାପନ କରାଯିବା ଆବଶ୍ୟକ ଏବଂ ଏହା ଉକ୍ତ ଆର୍ଥିକ ପ୍ରତିଷ୍ଠାନର ଅଭିଯୋଗ ସମାଧାନ ନୀତି ଦ୍ୱାରା ପରିଚାଳିତ ହେବ। PhonePe ର ଭୂମିକା, ଯଦି କିଛି ଥାଏ, ତେବେ ତାହା କେବଳ Upswing ଏବଂ/କିମ୍ବା ଆର୍ଥିକ ପ୍ରତିଷ୍ଠାନଠାରୁ ପ୍ରାପ୍ତ ଉତ୍ତରଗୁଡ଼ିକୁ ଯେକୌଣସି ପରିବର୍ତ୍ତନ ନ କରି ‘ଯେମିତି ଅଛି ସେମିତି’ ଆପଣଙ୍କୁ ଜଣାଇବା ମଧ୍ୟରେ ସୀମିତ ରହିବ।
    14. ଆପଣ ଏତଦ୍ୱାରା PhonePe କୁ ଡିପୋଜିଟ ପ୍ରଡକ୍ଟର ଆବେଦନ ପ୍ରକ୍ରିୟା ସମୟରେ ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଯେକୌଣସି ସୂଚନା/ ଦସ୍ତାବିଜ/ବିବରଣୀକୁ ଆପଣଙ୍କ ଆବେଦନର ପ୍ରକ୍ରିୟାକରଣ ପାଇଁ Upswing ଏବଂ/କିମ୍ବା ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ ସହିତ ସେୟାର କରିବାକୁ ଆପଣଙ୍କର ସମ୍ମତି ପ୍ରଦାନ କରୁଛନ୍ତି।
    15. ଆପଣଙ୍କର KYC ଏବଂ/କିମ୍ବା ଅନ୍ୟାନ୍ୟ ଯାଞ୍ଚ ପ୍ରକ୍ରିୟା ପରିଚାଳନା କରିବା ପାଇଁ ଆର୍ଥିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ଭାବରେ ଦାୟୀ ରହିବେ ଏବଂ ଡିପୋଜିଟ ପ୍ରଡକ୍ଟ ପାଇଁ ଆପଣଙ୍କର ଆବେଦନ ପ୍ରକ୍ରିୟାକରଣ କରିବାକୁ ସେମାନଙ୍କ ସହ ଅତିରିକ୍ତ ସୂଚନା/ ଦସ୍ତାବିଜ/ବିବରଣୀ ସେୟାର କରିବା ଆବଶ୍ୟକ ହୋଇପାରେ। ଆମେ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏପରି ତଥ୍ୟ/ସୂଚନା ସଂଗ୍ରହ ଏବଂ ଦାଖଲ କରିବାରେ ସହାୟତା କରିପାରୁ।
    16. ପ୍ରଯୁଜ୍ୟ ଆଇନ ଦ୍ୱାରା ଅନୁମୋଦିତ ସୀମା ପର୍ଯ୍ୟନ୍ତ, ଆପଣ ସର୍ଭିସ ସମ୍ବନ୍ଧୀୟ ଅପଡେଟ, ସୂଚନା/ପ୍ରୋମୋସନାଲ ଇମେଲ ଏବଂ/କିମ୍ବା ପ୍ରଡକ୍ଟ ଘୋଷଣା ସମ୍ବନ୍ଧରେ PhonePe କିମ୍ବା ଏହାର ଥାର୍ଡ-ପାର୍ଟି ଭେଣ୍ଡର / ବିଜିନେସ ପାର୍ଟନର / ମାର୍କେଟିଂ ସହବନ୍ଧିତ କିମ୍ବା ଆର୍ଥିକ ପ୍ରତିଷ୍ଠାନଗୁଡ଼ିକଠାରୁ ଇମେଲ, ଟେଲିଫୋନ ଏବଂ/କିମ୍ବା SMS ମାଧ୍ୟମରେ ଯୋଗାଯୋଗ ପ୍ରାପ୍ତ କରିବାକୁ ସହମତ ଅଟନ୍ତି।
    17. ପ୍ରଯୁଜ୍ୟ ଆଇନ ଅନୁଯାୟୀ ଅନୁମୋଦିତ ସୀମା ପର୍ଯ୍ୟନ୍ତ, ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୋବାଇଲ ନମ୍ବରରେ ସମସ୍ତ ଯୋଗାଯୋଗ ଗ୍ରହଣ କରିବାକୁ ଆପଣ ସମ୍ମତି ପ୍ରକାଶ କରୁଛନ୍ତି, ଯଦିଓ ସେହି ମୋବାଇଲ ନମ୍ବରଟି ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ (“TRAI”) ଦ୍ୱାରା ପ୍ରଣୀତ ନିୟମ ସମେତ ପ୍ରଯୁଜ୍ୟ ଆଇନ ଅଧୀନରେ ଡୁ ନଟ ଡିଷ୍ଟର୍ବ (“DND”) / ନ୍ୟାସନାଲ କଷ୍ଟମର ପ୍ରିଫରେନ୍ସ ରେଜିଷ୍ଟର (“NCPR”) ତାଲିକାଭୁକ୍ତ ହୋଇଥାଏ । ଏହି ଉଦ୍ଦେଶ୍ୟରେ ଆପଣ PhonePeକୁ ତାହାର ଗ୍ରୁପ କମ୍ପାନୀଗୁଡ଼ିକ, PhonePe-ର ଥାର୍ଡ-ପାର୍ଟି ସର୍ଭିସ ପ୍ରୋଭାଇଡର କିମ୍ବା କୌଣସି ମାନ୍ୟତାପ୍ରାପ୍ତ ଏଜେଣ୍ଟମାନଙ୍କ ସହ ଆପଣଙ୍କର ସୂଚନା ସେୟାର କରିବା ପାଇଁ/ପ୍ରକାଶ କରିବା ପାଇଁ ଅଧିକାର ପ୍ରଦାନ କରୁଛନ୍ତି।
    18. ଯଦିଓ ସମସ୍ତ ଯୋଗାଯୋଗ ସଠିକ ଭାବରେ ପଠାଯିବା ସୁନିଶ୍ଚିତ କରିବା ପାଇଁ PhonePe ଯୁକ୍ତିଯୁକ୍ତ ପଦକ୍ଷେପ ଗ୍ରହଣ କରୁଥାଏ, ତଥାପି ଯୋଗାଯୋଗ ସୂଚନା ଉପରେ କୌଣସି ପ୍ରତିବନ୍ଧକ, ଫୋନ ନମ୍ବର DND ତାଲିକାରେ ପଞ୍ଜିକୃତ ହୋଇଥିବା, ଇମେଲ ଡାଟା ଷ୍ଟୋରେଜର ଅଭାବ, ଟେଲିକମ  ସର୍ଭିସ ପ୍ରୋଭାଇଡ଼ରଙ୍କ ସମସ୍ୟା ଇତ୍ୟାଦି କାରଣରୁ ଯୋଗାଯୋଗ ପଠାଇବାରେ ବିଫଳତା ଦେଖାଦେଇପାରେ। ଉପରୋକ୍ତ ବିଷୟଗୁଡିକୁ ବିଚାର କରି କୌଣସି ଯୋଗାଯୋଗ ନ ମିଳିବା ପାଇଁ PhonePe ଦାୟୀ କିମ୍ବା ଉତ୍ତରଦାୟୀ ରହିବ ନାହିଁ।
    19. Upswing ଏବଂ ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ସହ ଆପଣଙ୍କର ସମ୍ପର୍କ, ଆପଣ ଏବଂ ସେହି ଆର୍ଥିକ ପ୍ରତିଷ୍ଠାନ(ଗୁଡ଼ିକ) ମଧ୍ୟରେ ସମ୍ମତି ହୋଇଥିବା ସେମାନଙ୍କର ନିଜସ୍ୱ ଚୁକ୍ତି ଓ ସର୍ତ୍ତାବଳୀ ଅନୁଯାୟୀ ସ୍ଵାଧୀନ ଭାବରେ ପରିଚାଳିତ ହେବ, ଯେଉଁଥିରେ PhonePe କୁ କୌଣସି ପ୍ରକାରେ ଜଡ଼ିତ କରାଯିବ ନାହିଁ।
    20. PhonePe ପ୍ଲାଟଫର୍ମର ଲାଇସେନ୍ସ ଏବଂ ଆକ୍ସେସ
      1. ସେବାଗୁଡ଼ିକର ଲାଭ ଉଠାଇବା ପାଇଁ PhonePe ପ୍ଲାଟଫର୍ମକୁ ଆକ୍ସେସ କରିବା ଦ୍ୱାରା କିମ୍ବା ସେବାଗୁଡ଼ିକର ଲାଭ ଉଠାଇବା ପାଇଁ PhonePe ପ୍ଲାଟଫର୍ମରେ ଆପଣଙ୍କର ସୂଚନା ପଞ୍ଜିକରଣ କରିବା ଦ୍ୱାରା, ଏହି ଚୁକ୍ତି ଓ ସର୍ତ୍ତାବଳୀ ବ୍ୟତୀତ, ଆପଣ PhonePe ର ସାଧାରଣ ଚୁକ୍ତି ଓ ସର୍ତ୍ତାବଳୀ (“ସାଧାରଣ ଚୁକ୍ତି ଓ ସର୍ତ୍ତାବଳୀ”) ଦ୍ୱାରା ବାଧ୍ୟ ରହିବାକୁ ସମ୍ମତି ପ୍ରକାଶ କରୁଛନ୍ତି। ଏହି ଚୁକ୍ତି ଓ ସର୍ତ୍ତାବଳୀ ଏବଂ ସାଧାରଣ ଚୁକ୍ତି ଓ ସର୍ତ୍ତାବଳୀ ମଧ୍ୟରେ କୌଣସି ଅସଙ୍ଗତି ଦେଖାଦେଲେ, ଏହି ଚୁକ୍ତି ଓ ସର୍ତ୍ତାବଳୀ ଅସଙ୍ଗତିର ସୀମା ପର୍ଯ୍ୟନ୍ତ ଏବଂ କେବଳ ଏଥିରେ ଅନ୍ତର୍ଭୁକ୍ତ ସେବାଗୁଡ଼ିକ ସମ୍ବନ୍ଧରେ ବଳବତ୍ତର ରହିବ।
      2. ଆପଣ ସ୍ୱୀକାର କରନ୍ତି ଏବଂ ସମ୍ମତ ହୁଅନ୍ତି ଯେ PhonePe ପ୍ଲାଟଫର୍ମ ଏବଂ ସେବାଗୁଡ଼ିକର ସମସ୍ତ ଆଇନଗତ ଅଧିକାର, ମାଲିକାନା ଏବଂ ସ୍ୱାର୍ଥ PhonePe ପାଖରେ ସଂରକ୍ଷିତ ଅଛି, ଯେଉଁଥିରେ PhonePe ପ୍ଲାଟଫର୍ମ ଏବଂ ସେବାଗୁଡ଼ିକରେ ଆସୁଥିବା ଯେକୌଣସି ବୌଦ୍ଧିକ ସମ୍ପତ୍ତି ଅଧିକାର ମଧ୍ୟ ସାମିଲ ଅଟେ (ସେହି ଅଧିକାରଗୁଡ଼ିକ ପଞ୍ଜୀକୃତ ହୋଇଥାଉ କି ହୋଇନଥାଉ)। ଆପଣ ଆହୁରି ମଧ୍ୟ ସ୍ୱୀକାର କରନ୍ତି ଯେ ଏହି ସର୍ଭିସଗୁଡ଼ିକରେ ଏଭଳି କିଛି ସୂଚନା ଥାଇପାରେ ଯାହାକୁ PhonePe ଦ୍ୱାରା ଗୋପନୀୟ ବୋଲି ଦର୍ଶାଯାଇଛି ଏବଂ ଆପଣ PhonePe ର ପୂର୍ବ ଲିଖିତ ସମ୍ମତି ବିନା ସେହି ସୂଚନାକୁ ପ୍ରକାଶ କରିପାରିବେ ନାହିଁ। PhonePe ପ୍ଲାଟଫର୍ମର କଣ୍ଟେଣ୍ଟ, ଏହାର “ଲୁକ୍ ଆଣ୍ଡ ଫିଲ୍” (ଯେପରିକି ଟେକ୍ସଟ, ଗ୍ରାଫିକ୍ସ, ଇମେଜ, ଲୋଗୋ ଏବଂ ବଟନ ଆଇକନ), ଫଟୋଗ୍ରାଫ, ଏଡିଟୋରିଆଲ କଣ୍ଟେଣ୍ଟ, ନୋଟିସ, ସଫ୍ଟୱେର ଏବଂ ଅନ୍ୟାନ୍ୟ ସାମଗ୍ରୀ PhonePe ଏବଂ/କିମ୍ବା ଏହାର ଥାର୍ଡ-ପାର୍ଟି ସର୍ଭିସ ପ୍ରୋଭାଇଡ଼ର/ସେମାନଙ୍କର ଲାଇସେନ୍ସଧାରୀଙ୍କ ମାଲିକାନାରେ ଅଛି କିମ୍ବା ସେମାନଙ୍କ ଦ୍ୱାରା ଲାଇସେନ୍ସପ୍ରାପ୍ତ ଅଟେ, ଯେପରି ସ୍ଥିତି ହୋଇଥାଏ, ଏବଂ ପ୍ରଯୁଜ୍ୟ କପିରାଇଟ, ଟ୍ରେଡମାର୍କ ଏବଂ ଅନ୍ୟାନ୍ୟ ଆଇନ ଅନୁଯାୟୀ ସେମାନଙ୍କ ଦ୍ୱାରା ସଠିକ ଭାବରେ ସୁରକ୍ଷିତ ଅଟେ।
      3. PhonePe ଏତଦ୍ୱାରା ଆପଣଙ୍କୁ PhonePe ପ୍ଲାଟଫର୍ମ ଏବଂ ସେବାଗୁଡ଼ିକର ବ୍ୟବହାର ତଥା ଏହାକୁ ଆକ୍ସେସ କରିବା ପାଇଁ ଏକ ସୀମିତ ଲାଇସେନ୍ସ ପ୍ରଦାନ କରୁଛି। ଏହି ଲାଇସେନ୍ସରେ ଅନ୍ୟ କୌଣସି ବ୍ୟକ୍ତି, ଭେଣ୍ଡର କିମ୍ବା ଅନ୍ୟ କୌଣସି ଥାର୍ଡ-ପାର୍ଟିର ଲାଭ ପାଇଁ କୌଣସି ପ୍ରକାରର ସୂଚନା ଡାଉନଲୋଡ କରିବା କିମ୍ବା କପି କରିବା ଅନ୍ତର୍ଭୁକ୍ତ ନୁହେଁ କିମ୍ବା ଏଥିରୁ କୌଣସି ବ୍ୟୁତ୍ପନ୍ନ କାର୍ଯ୍ୟ ସୃଷ୍ଟି କରିବା, ପରିବର୍ତ୍ତନ କରିବା, ରିଭର୍ସ ଇଞ୍ଜିନିୟରିଂ କରିବା, ରିଭର୍ସ ଆସେମ୍ବଲ କରିବା କିମ୍ବା ଅନ୍ୟ କୌଣସି ପ୍ରକାରେ କୌଣସି ସୋର୍ସ କୋଡ ଆବିଷ୍କାର କରିବାକୁ ଚେଷ୍ଟା କରିବା, ବିକ୍ରୟ କରିବା, ହସ୍ତାନ୍ତର କରିବା, ସବ-ଲାଇସେନ୍ସ ଦେବା, ସର୍ଭିସଗୁଡ଼ିକରେ କୌଣସି ସିକ୍ୟୁରିଟି ଇଣ୍ଟରେଷ୍ଟ ପ୍ରଦାନ କରିବା କିମ୍ବା ଅନ୍ୟଥା ସର୍ଭିସଗୁଡ଼ିକର କୌଣସି ଅଧିକାର ହସ୍ତାନ୍ତର କରିବା ଏଥିରେ ଅନ୍ତର୍ଭୁକ୍ତ ନୁହେଁ।
      4. PhonePe ପ୍ଲାଟଫର୍ମ ବ୍ୟବହାର କରି, ଆପଣ ନିମ୍ନଲିଖିତ କାର୍ଯ୍ୟ ନ କରିବା ପାଇଁ ସହମତ ହେଉଛନ୍ତି: (i) କୌଣସି ବ୍ୟବସାୟିକ ଉଦ୍ଦେଶ୍ୟରେ PhonePe ପ୍ଲାଟଫର୍ମ କିମ୍ବା ଏହାର କଣ୍ଟେଣ୍ଟ ବ୍ୟବହାର କରିବେ ନାହିଁ; (ii) କୌଣସି କାଳ୍ପନିକ, ମିଥ୍ୟା କିମ୍ବା ଜାଲିଆତିପୂର୍ଣ୍ଣ ଟ୍ରାଞ୍ଜାକସନ କରିବା କିମ୍ବା ଚାହିଦାକୁ ଆଖିରେ ରଖି କୌଣସି ଟ୍ରାଞ୍ଜାକସନ କରିବେ ନାହିଁ; (iii) PhonePe ର ସ୍ପଷ୍ଟ ଲିଖିତ ଅନୁମତି ବିନା କୌଣସି ଉଦ୍ଦେଶ୍ୟରେ କୌଣସି ରୋବଟ, ସ୍ପାଇଡର, ସ୍କ୍ରାପର କିମ୍ବା ଅନ୍ୟ କୌଣସି ସ୍ୱୟଂଚାଳିତ ମାଧ୍ୟମ କିମ୍ବା କୌଣସି ମାନୁଆଲ ପ୍ରକ୍ରିୟା ବ୍ୟବହାର କରି PhonePe ପ୍ଲାଟଫର୍ମର କୌଣସି କଣ୍ଟେଣ୍ଟ କିମ୍ବା ସୂଚନା ଆକ୍ସେସ କରିବେ ନାହିଁ, ମନିଟର କରିବେ ନାହିଁ କିମ୍ବା କପି କରିବେ ନାହିଁ; (iv) PhonePe ପ୍ଲାଟଫର୍ମରେ ଥିବା କୌଣସି ବାଦ ଦେବା ସମ୍ବନ୍ଧୀୟ ହେଡରରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଉଲ୍ଲଂଘନ କରିବେ ନାହିଁ କିମ୍ବା PhonePe ପ୍ଲାଟଫର୍ମକୁ ଆକ୍ସେସ କରିବା ପାଇଁ ରୋକିବା କିମ୍ବା ସୀମିତ କରିବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ବ୍ୟବସ୍ଥାକୁ ବାଇପାସ କରିବା, ପ୍ରତିବନ୍ଧିତ କରିବା କିମ୍ବା ଏଡ଼ାଇବାକୁ ଚେଷ୍ଟା କରିବେ ନାହିଁ; (v) ଏପରି କୌଣସି କାର୍ଯ୍ୟ କରିବେ ନାହିଁ ଯାହା PhonePe ର ବିଚାର ଅନୁଯାୟୀ PhonePe ର ଭିତ୍ତିଭୂମି ଉପରେ ଏକ ଅଯୌକ୍ତିକ କିମ୍ବା ଅତ୍ୟଧିକ ବୋଝ ପକାଏ କିମ୍ବା ପକାଇପାରେ; (vi) PhonePe ର ସ୍ପଷ୍ଟ ଲିଖିତ ଅନୁମତି ବିନା କୌଣସି ଉଦ୍ଦେଶ୍ୟରେ PhonePe ପ୍ଲାଟଫର୍ମର କୌଣସି ଅଂଶକୁ (କୌଣସି ପ୍ରଡକ୍ଟ/ ସର୍ଭିସର କ୍ରୟ ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରି, କିନ୍ତୁ ଏତିକିରେ ସୀମିତ ନ ଥାଇ) ଡିପ-ଲିଙ୍କ କରିବେ ନାହିଁ; କିମ୍ବା (vii) PhonePe ର ପୂର୍ବ ଲିଖିତ ଅନୁମତି ବିନା PhonePe ପ୍ଲାଟଫର୍ମର କୌଣସି ଅଂଶକୁ “ଫ୍ରେମ”, “ମିରର” କିମ୍ବା ଅନ୍ୟଥା କୌଣସି ପ୍ରକାରେ ଅନ୍ତର୍ଭୁକ୍ତ କରିବେ ନାହିଁ; କିମ୍ବା (viii) କୌଣସି ଜାଲିଆତିପୂର୍ଣ୍ଣ ଆପ୍ଲିକେସନ ଆରମ୍ଭ କରିବେ ନାହିଁ କିମ୍ବା PhonePe/ଆର୍ଥିକ ପ୍ରତିଷ୍ଠାନ କିମ୍ବା କୌଣସି ଥାର୍ଡ ପାର୍ଟି(ମାନଙ୍କ) ସହିତ/ଉପରେ କୌଣସି ଜାଲିଆତି କରିବା ପାଇଁ PhonePe ପ୍ଲାଟଫର୍ମ ବ୍ୟବହାର କରିବେ ନାହିଁ; ଏବଂ (ix) PhonePe ଏବଂ/କିମ୍ବା ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ କୌଣସି ଭୁଲ, ଅସମ୍ପୂର୍ଣ୍ଣ କିମ୍ବା ମିଥ୍ୟା ସୂଚନା/ ତଥ୍ୟ ପ୍ରଦାନ କରିବେ ନାହିଁ।
    21. ଗୋପନୀୟତା ନୀତି। PhonePe ପ୍ଲାଟଫର୍ମ ବ୍ୟବହାର କରିବା ଦ୍ଵାରା ଆପଣ ଏତଦ୍ଵାରା PhonePe ର ଗୋପନୀୟତା ନୀତିରେ ଦର୍ଶାଯାଇଥିବା ଅନୁଯାୟୀ ଆପଣଙ୍କ ସୂଚନାର ବ୍ୟବହାର ପାଇଁ ସମ୍ମତି ପ୍ରଦାନ କରୁଛନ୍ତି । ଆପଣ PhonePe ପ୍ଲାଟଫର୍ମ ବ୍ୟବହାର କରୁଥିବା ବେଳେ PhonePe ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ କିପରି ପରିଚାଳନା କରେ, ତାହା ଏହି ଗୋପନୀୟତା ନୀତିରେ ବ୍ୟାଖ୍ୟା କରାଯାଇଛି।
    22. PhonePe ସେବାର ଗୁଣବତ୍ତା ସମ୍ବନ୍ଧରେ କୌଣସି ୱାରେଣ୍ଟି ଦିଏ ନାହିଁ, ଯେଉଁଥିରେ ନିମ୍ନଲିଖିତ ବିଷୟଗୁଡିକ ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ ଯେ:
      • ସେବାଟି ଆପଣଙ୍କର ଆବଶ୍ୟକତା ପୂରଣ କରିବ;
      • ସେବାଟି ନିରବଚ୍ଛିନ୍ନ, ସମୟାନୁବର୍ତ୍ତୀ କିମ୍ବା ତ୍ରୁଟି ଶୂନ୍ୟ ହେବ;
      • ଏହି ସେବା ସହ ଜଡ଼ିତ ଭାବେ ଆପଣଙ୍କ ଦ୍ଵାରା ପ୍ରାପ୍ତ କୌଣସି ବି ପ୍ରଡକ୍ଟ, ସୂଚନା କିମ୍ୱା ସାମଗ୍ରୀ ଆପଣଙ୍କ ଆବଶ୍ୟକତା ପୂରଣ କରିବ।
    23. ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ PhonePe ର ଭୂମିକା ସୀମିତ ଅଟେ ଏବଂ ଏହା କେବଳ ଆପଣ, Upswing ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଏକ ସହାୟକକାରୀ ଭାବରେ କାର୍ଯ୍ୟ କରୁଛି ବୋଲି ଆପଣ ଏଥିସହିତ ସହମତ ଏବଂ ଅବଗତ ଅଛନ୍ତି। ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ଡିପୋଜିଟ ପ୍ରଡକ୍ଟ (ଗୁଡ଼ିକ) ସମ୍ବନ୍ଧରେ କୌଣସି ସମସ୍ୟା ଦେଖାଦେଲେ, ଆପଣଙ୍କର ଅଧିକାର ପ୍ରଚଳିତ ଆଇନ ଏବଂ Upswing ତଥା ସମ୍ପୃକ୍ତ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ଚୁକ୍ତି ଓ ସର୍ତ୍ତାବଳୀ ଅନୁଯାୟୀ ପରିଚାଳିତ ହେବ ବୋଲି ଆପଣ ଏହା ମଧ୍ୟ ସହମତ ଏବଂ ଅବଗତ ଅଛନ୍ତି। ଡିପୋଜିଟ ପ୍ରଡକ୍ଟ(ଗୁଡ଼ିକ) ସମ୍ବନ୍ଧୀୟ କୌଣସି ବିବାଦରେ ଆପଣ PhonePe ଏବଂ/କିମ୍ବା PhonePe ର ଗ୍ରୁପ ସଂସ୍ଥାଗୁଡ଼ିକୁ ଏକ ପକ୍ଷ କରିବେ ନାହିଁ ଏବଂ/କିମ୍ବା ସେମାନଙ୍କ ବିରୁଦ୍ଧରେ କୌଣସି କ୍ଲେମ କରିବେ ନାହିଁ ବୋଲି ଆପଣ ଆହୁରି ମଧ୍ୟ ସହମତି ପ୍ରକାଶ କରୁଛନ୍ତି ଏବଂ ପ୍ରତିଶ୍ରୁତି ଦେଉଛନ୍ତି।
    24.  ଏହି ସେବାଟି “ଯେପରି ଅଛି” ଏବଂ “ଯେପରି ଉପଲବ୍ଧ ଅଛି” ଭିତ୍ତିରେ ପ୍ରଦାନ କରାଯାଉଛି ଏବଂ PhonePe ସ୍ପଷ୍ଟ ଭାବରେ ବ୍ୟବସାୟିକ ଯୋଗ୍ୟତା, କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଉପଯୁକ୍ତତା ଏବଂ ଅନୁଲଙ୍ଘନର ୱାରେଣ୍ଟି ସମେତ ସମସ୍ତ ପ୍ରକାରର ୱାରେଣ୍ଟିକୁ ପ୍ରତ୍ୟାଖ୍ୟାନ କରୁଛି । PhonePe କୌଣସି ପରିସ୍ଥିତିରେ ବି କୌଣସି ପକ୍ଷ ନିକଟରେ କୌଣସି ପ୍ରକାରର କ୍ଷତି ପାଇଁ ଦାୟୀ ରହିବ ନାହିଁ, ଯେଉଁଥିରେ ପ୍ରତ୍ୟକ୍ଷ, ପରୋକ୍ଷ, ବିଶେଷ କିମ୍ବା ଆନୁଷଙ୍ଗିକ କ୍ଷତି, ଲାଭ ହାନି, ବ୍ୟବହାରର ହାନି, ବ୍ୟବସାୟିକ ବାଧା, କିମ୍ବା ଅନ୍ୟାନ୍ୟ ଆର୍ଥିକ କ୍ଷତି, ପ୍ରୋଗ୍ରାମ କିମ୍ବା ଅନ୍ୟାନ୍ୟ ଡାଟାର ନଷ୍ଟ ଅନ୍ତର୍ଭୁକ୍ତ କିନ୍ତୁ ଏତିକିରେ ସୀମିତ ନୁହେଁ; ତାହା ଚୁକ୍ତିନାମାର କାର୍ଯ୍ୟାନୁଷ୍ଠାନ, ଅବହେଳା କିମ୍ବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ହୋଇଥାଉ ନା କାହିଁକି, ଏପରିକି ଯଦି ଆପଣଙ୍କୁ ଏହି ସେବା, PhonePe ପ୍ଲାଟଫର୍ମ, Upswing ପ୍ଲାଟଫର୍ମ କିମ୍ବା କୌଣସି ସଂଯୁକ୍ତ ୱେବସାଇଟର ବ୍ୟବହାର କିମ୍ବା ବ୍ୟବହାର କରିବାରେ ଅସମର୍ଥତା ଯୋଗୁଁ, ଅଥବା Upswing ଏବଂ/କିମ୍ବା ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ପ୍ରଡ଼କ୍ଟ/ସର୍ଭିସଗୁଡ଼ିକରୁ ଉତ୍ପନ୍ନ ହେଉଥିବା, କିମ୍ବା Upswing ଏବଂ/କିମ୍ବା କୌଣସି ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଅନ୍ୟ କୌଣସି କାର୍ଯ୍ୟ ଯୋଗୁଁ, କିମ୍ବା ସେବା ପ୍ରଦାନ କରାଯିବା / ପ୍ରଦାନ ନ କରାଯିବା କାରଣରୁ, କିମ୍ବା PhonePe ର ସହବନ୍ଧିତ କମ୍ପାନୀ କିମ୍ବା ବ୍ୟବସାୟିକ ଅଂଶୀଦାରମାନଙ୍କ ଦ୍ୱାରା କରାଯାଇଥିବା ଅନ୍ୟ କୌଣସି କାର୍ଯ୍ୟ ଯୋଗୁଁ ଏଭଳି କ୍ଷତି ହେବାର ସମ୍ଭାବନା ବିଷୟରେ ପୂର୍ବରୁ ସୂଚନା ଦିଆଯାଇଥାଏ, ତଥାପି PhonePe ଦାୟୀ ରହିବ ନାହିଁ।
    25.  ଆପଣ ବିନା କୌଣସି ସର୍ତ୍ତରେ ଏବଂ ସ୍ପଷ୍ଟ ଭାବରେ PhonePe, ଏହାର ସହବନ୍ଧିତ ସଂସ୍ଥା, ଏବଂ ଏହାର/ସେମାନଙ୍କର ସମ୍ପୃକ୍ତ ନିର୍ଦ୍ଦେଶକ, ସେୟାରଧାରକ, ଅଧିକାରୀ, କର୍ମଚାରୀ, ପ୍ରତିନିଧିମାନଙ୍କୁ ଏପରି ଯେକୌଣସି ଏବଂ ସମସ୍ତ କ୍ଲେମ, ଦାୟିତ୍ୱ, କ୍ଲେମ, କ୍ଷତି, ଖର୍ଚ୍ଚ, ବ୍ୟୟ (ଯୁକ୍ତିଯୁକ୍ତ ଓକିଲଙ୍କ ଦେୟ ସମେତ), ନିୟାମକ କାର୍ଯ୍ୟାନୁଷ୍ଠାନ, ଜୋରିମନା, ଦଣ୍ଡ, କିମ୍ବା କ୍ଷତିପୂରଣରୁ ସୁରକ୍ଷିତ ରଖିବାକୁ ସହମତ ହେଉଛନ୍ତି, ଯାହା ସେମାନେ Upswing ଏବଂ/କିମ୍ବା ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ସହ ଆବଶ୍ୟକୀୟ ବ୍ୟକ୍ତିଗତ ସୂଚନା ସମେତ ପୂର୍ବୋକ୍ତ ସୂଚନା ସେୟାର କରିବା ଏବଂ/କିମ୍ବା ପ୍ରକାଶ କରିବା ସହ ଜଡ଼ିତ କିମ୍ବା ସେଥିରୁ ଉତ୍ପନ୍ନ ହେବା କାରଣରୁ, କିମ୍ବା ଆପଣଙ୍କ ଦ୍ୱାରା ଏହି ସର୍ତ୍ତାବଳୀର ଉଲ୍ଲଂଘନ ହେତୁ ଭୋଗିପାରନ୍ତି, ସମ୍ମୁଖୀନ ହୋଇପାରନ୍ତି କିମ୍ବା ଏହାର ଅଧୀନ ହୋଇପାରନ୍ତି।
    26. ଏହି ଚୁକ୍ତି ଓ ସର୍ତ୍ତାବଳୀ ଭାରତର ଆଇନ ଦ୍ୱାରା ପରିଚାଳିତ ହେବ ଏବଂ ଏଥିରୁ ଉତ୍ପନ୍ନ କୌଣସି ବିବାଦ କ୍ଷେତ୍ରରେ ବେଙ୍ଗାଲୁରୁରେ ଅବସ୍ଥିତ ଅଦାଲତଗୁଡ଼ିକର ବିଶେଷ କ୍ଷେତ୍ରାଧିକାର ରହିବ।
    27. ଆପଣଙ୍କର ପୂର୍ବ ଲିଖିତ ସମ୍ମତି ଗ୍ରହଣ ନ କରି PhonePe ଏହା ଅଧୀନରେ ଥିବା ନିଜର ଅଧିକାରକୁ ଯେକୌଣସି ଥାର୍ଡ ପାର୍ଟିଙ୍କୁ ହସ୍ତାନ୍ତର କରିବାକୁ ହକଦାର ଅଟେ । PhonePe ର ପୂର୍ବ ଲିଖିତ ସମ୍ମତି ବିନା ଆପଣ ଏହି ଚୁକ୍ତି ଓ ସର୍ତ୍ତାବଳୀ ଅଧୀନରେ ଆପଣଙ୍କର ଅଧିକାର ଏବଂ/କିମ୍ବା ଦାୟିତ୍ୱଗୁଡିକୁ କୌଣସି ବ୍ୟକ୍ତି / ସଂସ୍ଥାକୁ ହସ୍ତାନ୍ତର କରିପାରିବେ ନାହିଁ।
    28. ଯଦି ଏହି ଚୁକ୍ତି ଓ ସର୍ତ୍ତାବଳୀର କୌଣସି ପ୍ରାବଧାନ ପ୍ରଚଳିତ ଆଇନ ଅନୁଯାୟୀ ବିରୁଦ୍ଧାଚରଣ କରେ କିମ୍ବା ବେଆଇନ, ଅବୈଧ କିମ୍ବା ଅପ୍ରଭାବୀ ହୁଏ, ତେବେ ଏହି ବିରୁଦ୍ଧାଚରଣ, ବେଆଇନତା, ଅବୈଧତା କିମ୍ବା ଅପ୍ରଭାବୀତା ସମ୍ପୂର୍ଣ୍ଣ ଚୁକ୍ତି ଓ ସର୍ତ୍ତାବଳୀକୁ ଅବୈଧ କରିବ ନାହିଁ ବୋଲି ଆପଣ ବୁଝନ୍ତି, ସହମତ ହୁଅନ୍ତି ଏବଂ ସ୍ୱୀକାର କରନ୍ତି । ସେହି ପ୍ରାବଧାନକୁ ବୈଧ, ଆଇନଗତ ଏବଂ ପ୍ରଭାବୀ କରିବା ପାଇଁ ଆବଶ୍ୟକୀୟ ପରିମାଣରେ ସଂଶୋଧିତ କରାଯାଇଛି ବୋଲି ଧରିନିଆଯିବ, ଏବଂ ଯଦି କୌଣସି ସଂଶୋଧନ ଏହାକୁ ବୈଧ, ଆଇନଗତ ଏବଂ ପ୍ରଭାବୀ ନ କରେ, ତେବେ ଚୁକ୍ତି ଓ ସର୍ତ୍ତାବଳୀଗୁଡ଼ିକୁ ଏପରି ଭାବରେ ବ୍ୟାଖ୍ୟା କରାଯିବ ଯେପରି ଏଥିରେ ସେହି ଅବୈଧ ଘୋଷିତ ହୋଇଥିବା ପ୍ରାବଧାନଟି ଅନ୍ତର୍ଭୁକ୍ତ ନାହିଁ ଏବଂ ଏହି ଚୁକ୍ତି ଓ ସର୍ତ୍ତାବଳୀର ଅନ୍ୟାନ୍ୟ ପ୍ରାବଧାନ କିମ୍ବା ନିୟମଗୁଡ଼ିକର ବୈଧତା, ଆଇନଗତତା ଏବଂ ପ୍ରଭାବଶାଳୀତା ଅପରିବର୍ତ୍ତିତ ରହିବ, ଏବଂ ସେହି ଅନୁଯାୟୀ ପକ୍ଷମାନଙ୍କର ଅଧିକାର ଏବଂ କର୍ତ୍ତବ୍ୟକୁ ବ୍ୟାଖ୍ୟା କରାଯିବ ଏବଂ ଲାଗୁ କରାଯିବ।
    29.  ସେବା ସମ୍ବନ୍ଧୀୟ କୌଣସି ସୂଚନା ସହ ଅନ୍ୟାନ୍ୟ ସୂଚନା ଏବଂ କଣ୍ଟେଣ୍ଟ, ଯାହା PhonePe ପ୍ଲାଟଫର୍ମରେ ଏବଂ/କିମ୍ବା PhonePe ପ୍ଲାଟଫର୍ମ ମାଧ୍ୟମରେ Upswing ପ୍ଲାଟଫର୍ମରେ ପ୍ରଦାନ କରାଯାଇଛି, ତାହା ଆପଣ ଏବଂ PhonePe ମଧ୍ୟରେ କୌଣସି ପରାମର୍ଶଦାତା କିମ୍ବା ଅନ୍ୟ କୌଣସି ବୃତ୍ତିଗତ ସମ୍ପର୍କ ସୃଷ୍ଟି କରେ ନାହିଁ  ବୋଲି ଆପଣ ସହମତ ହେଉଛନ୍ତି ଏବଂ ସ୍ୱୀକାର କରୁଛନ୍ତି। PhonePe ଦ୍ୱାରା ପ୍ରଦାନ କରାଯାଉଥିବା ସେବାର ଅର୍ଥ ଆପଣଙ୍କୁ କିମ୍ବା ଅନ୍ୟ କୌଣସି ପକ୍ଷଙ୍କୁ କୌଣସି ଆଇନଗତ, ଆକାଉଣ୍ଟିଂ, ଟ୍ୟାକ୍ସ, ପରାମର୍ଶ, ବିନିଯୋଗ କିମ୍ବା ଅନ୍ୟାନ୍ୟ ପରାମର୍ଶଦାତା ସେବା ପ୍ରଦାନ କରିବା ନୁହେଁ।
    30. ଏହି ସେବା ସମ୍ବନ୍ଧରେ କୌଣସି ପ୍ରଶ୍ନ ଥିଲେ, ଦୟାକରି ଅଭିଯୋଗ ନୀତିକୁ ଦେଖନ୍ତୁ।
    31. ଆପଣଙ୍କୁ କୌଣସି ପୂର୍ବ ସୂଚନା ନ ଦେଇ, ଅସ୍ଥାୟୀ କିମ୍ବା ସ୍ଥାୟୀ ଭାବରେ ସେବାକୁ ବନ୍ଦ କିମ୍ବା ସ୍ଥଗିତ ରଖିବାର ଅଧିକାର PhonePe ସଂରକ୍ଷିତ ରଖିଛି। ସେବାଗୁଡ଼ିକର କୌଣସି ପରିବର୍ତ୍ତନ କିମ୍ବା ବନ୍ଦ ପାଇଁ PhonePe ଆପଣଙ୍କ ପାଖରେ କୌଣସି ପ୍ରକାରେ ଦାୟୀ ରହିବ ନାହିଁ ବୋଲି ଆପଣ ସହମତ ଅଟନ୍ତି।
    32. ଏହି ଚୁକ୍ତି ଓ ସର୍ତ୍ତାବଳୀ ସମୟ ସମୟରେ PhonePe ଦ୍ଵାରା ନିଜର ବିଚାର ଅନୁଯାୟୀ ସଂଶୋଧିତ କରାଯାଇପାରିବ।
       
PhonePe Logo

Business Solutions

  • Payment Gateway
  • E-commerce PG
  • UPI Payment Gateway
  • Express Checkout
  • Offline Merchant
  • Offline Payment Partner
  • Advertise on PhonePe
  • SmartSpeaker
  • POS Machine
  • Payment Links
  • Travel and Commute

Insurance

  • Motor Insurance
  • Bike Insurance
  • Car Insurance
  • Health Insurance
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

Lending

  • Consumer Lending
  • Merchant Lending
  • Secured Loans

General

  • About Us
  • Careers
  • Investors Relations
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse
  • Merchant Onboarding Guidelines

Legal

  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy
  • PhonePe Account Aggregator Notice

See All Apps

Download PhonePe App Button Icon

PhonePe Group

  • Indus Appstoreexternal link icon
  • Share.Marketexternal link icon

Credit Cards

  • PhonePe HDFC Bank Co-Branded Credit Cards
  • PhonePe SBI Card Co-Branded Credit Cards
  • Wish Credit Card

Certification

Sisa Logoexternal link icon
LinkedIn Logo
Twitter Logo
Fb Logo
YT Logo

* Numbers are accurate and relevant as of July 2026

© 2026, All rights reserved
PhonePe Logo

Business Solutions

arrow icon
  • Payment Gateway
  • E-commerce PG
  • UPI Payment Gateway
  • Express Checkout
  • Offline Merchant
  • Offline Payment Partner
  • Advertise on PhonePe
  • SmartSpeaker
  • POS Machine
  • Payment Links
  • Travel and Commute

Insurance

arrow icon
  • Motor Insurance
  • Bike Insurance
  • Car Insurance
  • Health Insurance
  • Life Insurance
  • Term Life Insurance
  • Personal Accident Insurance
  • Travel Insurance
  • International Travel Insurance

Investments

arrow icon
  • 24K Gold
  • Liquid Funds
  • Tax Saving Funds
  • Equity Funds
  • Debt Funds
  • Hybrid Funds

Lending

arrow icon
  • Consumer Lending
  • Merchant Lending
  • Secured Loans

General

arrow icon
  • About Us
  • Careers
  • Investors Relations
  • Contact Us
  • Press
  • Ethics
  • Report Vulnerability
  • Merchant Partners
  • Blog
  • Tech Blog
  • PhonePe Pulse
  • Merchant Onboarding Guidelines

Legal

arrow icon
  • Terms & Conditions
  • Privacy Policy
  • Grievance Policy
  • How to Pay
  • E-Waste Policy
  • Trust & Safety
  • Global Anti-Corruption Policy
  • PhonePe Account Aggregator Notice

PhonePe Group

arrow icon
  • Indus Appstoreexternal link icon
  • Share.Marketexternal link icon

Credit Cards

arrow icon
  • PhonePe HDFC Bank Co-Branded Credit Cards
  • PhonePe SBI Card Co-Branded Credit Cards
  • Wish Credit Card

Certification

Sisa Logo

See All Apps

Download PhonePe App Button Icon
LinkedIn Logo
Twitter Logo
Fb Logo
YT Logo

* Numbers are accurate and relevant as of July 2026

© 2026, All rights reserved